Odia Page 890

ਤ੍ਰਿਤੀਅ ਬਿਵਸਥਾ ਸਿੰਚੇ ਮਾਇ ॥
ନିଜ ତୃତୀୟ ଅବସ୍ଥାରେ ସେ ଧନ ଦୌଲତ ସଞ୍ଚୟ କରିଥାଏ ଏବଂ 

ਬਿਰਧਿ ਭਇਆ ਛੋਡਿ ਚਲਿਓ ਪਛੁਤਾਇ ॥੨॥
ଯେତେବେଳେ ସେ ବୁଢା ହୋଇଥାଏ, ଧନ ଇତ୍ୟାଦି ସବୁକିଛି ଛାଡି ପଶ୍ଚାତାପ କରି ଏଠାରୁ ଚାଲିଯାଏ||2||        

ਚਿਰੰਕਾਲ ਪਾਈ ਦ੍ਰੁਲਭ ਦੇਹ ॥
ଚିରକାଳରୁ ହିଁ ଜୀବ ଦୁର୍ଲଭ ମାନବ ଦେହ ପ୍ରାପ୍ତ କରିଛି,             

ਨਾਮ ਬਿਹੂਣੀ ਹੋਈ ਖੇਹ ॥
କିନ୍ତୁ ନାମ ବିହୀନ ଦେହ ମାଟି ହିଁ ହୋଇଯାଏ।       

ਪਸੂ ਪਰੇਤ ਮੁਗਧ ਤੇ ਬੁਰੀ ॥
ଏହି ମୂର୍ଖ ପଶୁ ଏବଂ ପ୍ରେତ ଠାରୁ ମଧ୍ୟ ମନ୍ଦ ଅଟେ,   

ਤਿਸਹਿ ਨ ਬੂਝੈ ਜਿਨਿ ਏਹ ਸਿਰੀ ॥੩॥
ଯିଏ ରଚନା କରିଛନ୍ତି, ଯଦି ତାହାଙ୍କୁ ବୁଝିବା ନାହିଁ||3||    

ਸੁਣਿ ਕਰਤਾਰ ਗੋਵਿੰਦ ਗੋਪਾਲ ॥
ହେ ସ୍ରଷ୍ଟା, ହେ ଗୋବିନ୍ଦ ଗୋପାଳ! ଆମର ବିନତି ଶୁଣ,    

ਦੀਨ ਦਇਆਲ ਸਦਾ ਕਿਰਪਾਲ ॥
ତୁ ଦୀନଦୟାଳୁ ଏବଂ ସଦା କୃପାର ଘର ଅଟୁ,     

ਤੁਮਹਿ ਛਡਾਵਹੁ ਛੁਟਕਹਿ ਬੰਧ ॥
ଯେତେବେଳ ତୁ ଛାଡୁ, ଆମର ବନ୍ଧନ କଟି ଯାଇଥାଏ।     

ਬਖਸਿ ਮਿਲਾਵਹੁ ਨਾਨਕ ਜਗ ਅੰਧ ॥੪॥੧੨॥੨੩॥
ନାନକ କହନ୍ତି ଯେ ହେ ପରମେଶ୍ଵର! ଏହି ଜଗତ ଅନ୍ଧ ଅଟେ, କ୍ଷମା କରି ନିଜ ସାଥିରେ ମିଳନ କର||4||12||23||      

ਰਾਮਕਲੀ ਮਹਲਾ ੫ ॥
ରାମକଲୀ ମହଲା 5॥

ਕਰਿ ਸੰਜੋਗੁ ਬਨਾਈ ਕਾਛਿ ॥
ଇଶ୍ଵର ପଞ୍ଚ ତତ୍ତ୍ଵର ସଂଯୋଗ ଦ୍ଵାରା ଏହି ଶରୀର ବନାଇଛନ୍ତି,            

ਤਿਸੁ ਸੰਗਿ ਰਹਿਓ ਇਆਨਾ ਰਾਚਿ ॥
କିନ୍ତୁ ନିରୀହ ଜୀବ ତାହାଙ୍କ ସାଥିରେ ହିଁ ଲୀନ ରହିଥାଏ।          

ਪ੍ਰਤਿਪਾਰੈ ਨਿਤ ਸਾਰਿ ਸਮਾਰੈ ॥
ସେ ନିତ୍ୟ ତାହାର ପାଳନ ପୋଷଣ କରିଥାଏ,    

ਅੰਤ ਕੀ ਬਾਰ ਊਠਿ ਸਿਧਾਰੈ ॥੧॥
କିନ୍ତୁ ଅନ୍ତିମ ସମୟରେ ଏହି ଶରୀର ଛାଡି ଚାଲି ଯାଇଥାଏ||1||  

ਨਾਮ ਬਿਨਾ ਸਭੁ ਝੂਠੁ ਪਰਾਨੀ ॥
ହେ ପ୍ରାଣୀ! ନାମ ବିନା ସବୁ ମିଥ୍ୟା ଅଟେ।            

ਗੋਵਿਦ ਭਜਨ ਬਿਨੁ ਅਵਰ ਸੰਗਿ ਰਾਤੇ ਤੇ ਸਭਿ ਮਾਇਆ ਮੂਠੁ ਪਰਾਨੀ ॥੧॥ ਰਹਾਉ ॥
ଗୋବିନ୍ଦଙ୍କ ଭଜନ ବିନା ଯେଉଁ ପ୍ରାଣୀ ସାଂସାରିକ ପଦାର୍ଥରେ ହିଁ ଲୀନ ରହିଥାଏ, ସେହି ସବୁଙ୍କୁ ମାୟା ଠକି ନେଇଛି॥1॥ରୁହ॥    

ਤੀਰਥ ਨਾਇ ਨ ਉਤਰਸਿ ਮੈਲੁ ॥
ତୀର୍ଥରେ ସ୍ନାନ କରିବା ଦ୍ଵାରା  ମଧ୍ୟ ମନର ମଇଳା ବାହାରେ ନାହିଁ ଏବଂ         

ਕਰਮ ਧਰਮ ਸਭਿ ਹਉਮੈ ਫੈਲੁ ॥
ସବୁ ଧର୍ମ କର୍ମ ଅହଂତ୍ଵର ପ୍ରସାର ଅଟେ।        

ਲੋਕ ਪਚਾਰੈ ਗਤਿ ਨਹੀ ਹੋਇ ॥
ଲୋକ ବାହ୍ୟ ରୂପରେ ଦେଖାଇବା ଦ୍ଵାରା ଗତି ହୁଏନାହିଁ ଏବଂ      

ਨਾਮ ਬਿਹੂਣੇ ਚਲਸਹਿ ਰੋਇ ॥੨॥
ନାମବିହୀନ ଜୀବ ରୋଦନ କରି ଏଠାରୁ ଚାଲିଯାଏ ॥2॥     

ਬਿਨੁ ਹਰਿ ਨਾਮ ਨ ਟੂਟਸਿ ਪਟਲ ॥
ହରିନାମ ବିନା ଅହଂର କବାଟ ଭାଙ୍ଗେ ନାହିଁ,             

ਸੋਧੇ ਸਾਸਤ੍ਰ ਸਿਮ੍ਰਿਤਿ ਸਗਲ ॥
ସବୁ ଶାସ୍ତ୍ର ଏବଂ ସ୍ମୃତିର ଭଲଭାବେ ବିଶ୍ଳେଷଣ କରି ଦେଖିଛି,        

ਸੋ ਨਾਮੁ ਜਪੈ ਜਿਸੁ ਆਪਿ ਜਪਾਏ ॥
ସେହି ମନୁଷ୍ୟ ନାମ ଜପ କରିଥାଏ, ଯାହା ଦ୍ଵାରା ଇଶ୍ଵର ସ୍ଵୟଂ ଜପ କରାଇ ଥାଆନ୍ତି।      

ਸਗਲ ਫਲਾ ਸੇ ਸੂਖਿ ਸਮਾਏ ॥੩॥
ଏହି ପ୍ରକାର ଜୀବ ସବୁ ଫଳ ପାଇ ସୁଖୀ ରହିଥାଏ||3||          

ਰਾਖਨਹਾਰੇ ਰਾਖਹੁ ਆਪਿ ॥
ହେ ଦୁନିଆର ରଖୁଆଳ, ଆମର ରକ୍ଷା କର;       

ਸਗਲ ਸੁਖਾ ਪ੍ਰਭ ਤੁਮਰੈ ਹਾਥਿ ॥
ହେ ପ୍ରଭୁ! ଜୀବନର ସବୁ ସୁଖ ତୋର ହିଁ ହାତରେ ଅଛି।        

ਜਿਤੁ ਲਾਵਹਿ ਤਿਤੁ ਲਾਗਹ ਸੁਆਮੀ ॥
ହେ ସ୍ଵାମୀ! ତୁ ଯେଉଁଠି ଲଗାଉ, ଆମେ ସେଠାରେ ଲାଗିଯାଉ।      

ਨਾਨਕ ਸਾਹਿਬੁ ਅੰਤਰਜਾਮੀ ॥੪॥੧੩॥੨੪॥
ହେ ନାନକ! ମୋର ମାଲିକ ଅନ୍ତର୍ଯାମୀ ଅଟୁ||4||13||24||      

ਰਾਮਕਲੀ ਮਹਲਾ ੫ ॥
ରାମକଲୀ ମହଲା 5॥

ਜੋ ਕਿਛੁ ਕਰੈ ਸੋਈ ਸੁਖੁ ਜਾਨਾ ॥
ପରମେଶ୍ଵର ଯାହା କିଛି ମଧ୍ୟ କରିଥାନ୍ତି, ତାହାକୁ ହିଁ ସୁଖ ମାନି ନେଇଛି।   

ਮਨੁ ਅਸਮਝੁ ਸਾਧਸੰਗਿ ਪਤੀਆਨਾ ॥
ଅବୁଝା ମନ ସତସଙ୍ଗତିରେ ପ୍ରସନ୍ନ ହୋଇ ଯାଇଛି।  

ਡੋਲਨ ਤੇ ਚੂਕਾ ਠਹਰਾਇਆ ॥
ଏବେ ଏହା ଆନ୍ଦୋଳିତ ହୁଏନାହିଁ, ଏଣୁ ସ୍ଥିର ହୋଇ ଯାଇଛି।   

ਸਤਿ ਮਾਹਿ ਲੇ ਸਤਿ ਸਮਾਇਆ ॥੧॥
ଏହି ମନ ସତ୍ୟର ଚିନ୍ତନ କରି ସତ୍ୟରେ ହିଁ ବିଲୀନ ହୋଇ ଯାଇଛି ||1||    

ਦੂਖੁ ਗਇਆ ਸਭੁ ਰੋਗੁ ਗਇਆ ॥
ମୋର ଦୁଷ୍ଟ ଏବଂ ସାରା ରୋଗ ଦୂର ହୋଇ ଯାଇଛି,  

ਪ੍ਰਭ ਕੀ ਆਗਿਆ ਮਨ ਮਹਿ ਮਾਨੀ ਮਹਾ ਪੁਰਖ ਕਾ ਸੰਗੁ ਭਇਆ ॥੧॥ ਰਹਾਉ ॥
ଯେବେ ଠାରୁ ପ୍ରଭୁଙ୍କ ଆଜ୍ଞା ମନରେ ମାନି ନେଇଛି, ମହାପୁରୁଷଙ୍କ ସାଥି ମଧ୍ୟ ମିଳି ଯାଇଛି॥1॥ରୁହ॥             

ਸਗਲ ਪਵਿਤ੍ਰ ਸਰਬ ਨਿਰਮਲਾ ॥
ସବୁ କାର୍ଯ୍ୟ ପବିତ୍ର ହୋଇ ଯାଇଛି ଆଉ ସବୁକିଛି ନିର୍ମଳ ହୋଇ ଯାଇଛି        

ਜੋ ਵਰਤਾਏ ਸੋਈ ਭਲਾ ॥
ଯାହା କିଛି ପ୍ରଭୁ କରିଥାନ୍ତି, ସେ ହିଁ ମୋ’ ପାଇଁ ଭଲ ଅଟନ୍ତି।     

ਜਹ ਰਾਖੈ ਸੋਈ ਮੁਕਤਿ ਥਾਨੁ ॥
ସେ ଯେଉଁଠି ମଧ୍ୟ ମୋତେ ରଖିଥାନ୍ତି, ତାହା ହିଁ ମୁକ୍ତିର ସ୍ଥାନ ଅଟେ।       

ਜੋ ਜਪਾਏ ਸੋਈ ਨਾਮੁ ॥੨॥
ଯାହାଙ୍କୁ ସେ ଜପ କରିଥାଏ, ସେ ହିଁ ତାହାଙ୍କ ନାମ ଅଟେ||2||   

ਅਠਸਠਿ ਤੀਰਥ ਜਹ ਸਾਧ ਪਗ ਧਰਹਿ ॥
ଯେଉଁ ସ୍ଥାନରେ ସାଧୁ ନିଜ ଚରଣ ରଖିଥାନ୍ତି, ତାହା ଅଠଷଠି ତୀର୍ଥ ବନିଯାଏ।            

ਤਹ ਬੈਕੁੰਠੁ ਜਹ ਨਾਮੁ ਉਚਰਹਿ ॥
ଯେଉଁଠି ସେ ପ୍ରଭୁ-ନାମର ଉଚ୍ଚାରଣ କରିଥାନ୍ତି, ତାହା ହିଁ ବୈକୁଣ୍ଠ ବନିଯାଏ।          

ਸਰਬ ਅਨੰਦ ਜਬ ਦਰਸਨੁ ਪਾਈਐ ॥
ଯେତେବେଳେ ତାହାଙ୍କ ଦର୍ଶନ ପ୍ରାପ୍ତ ହୋଇଥାଏ, ବଡ ଆନନ୍ଦ ମିଳିଥାଏ। 

ਰਾਮ ਗੁਣਾ ਨਿਤ ਨਿਤ ਹਰਿ ਗਾਈਐ ॥੩॥
ସେ ନିତ୍ୟ ହିଁ ପ୍ରଭୁଙ୍କ ଗୁଣଗାନ କରିଥାଏ||3||

ਆਪੇ ਘਟਿ ਘਟਿ ਰਹਿਆ ਬਿਆਪਿ ॥
ସେହି ଦୟାଳୁ ସତ୍ୟପୁରୁଷର ପ୍ରତାପ ସାରା ବିଶ୍ଵରେ ପ୍ରସାର ହୋଇଛି,         

ਦਇਆਲ ਪੁਰਖ ਪਰਗਟ ਪਰਤਾਪ ॥
ଯେଉଁ ପରମାତ୍ମା ସର୍ବବ୍ୟାପକ ଅଟେ।       

ਕਪਟ ਖੁਲਾਨੇ ਭ੍ਰਮ ਨਾਠੇ ਦੂਰੇ ॥
ମନର ସାରା ଦ୍ଵାର ଖୋଲି ଯାଇଛି ଆଉ ସାରା ଭ୍ରମ ଦୂର ହୋଇ ଯାଇଛି,        

ਨਾਨਕ ਕਉ ਗੁਰ ਭੇਟੇ ਪੂਰੇ ॥੪॥੧੪॥੨੫॥
ଯେତେବେଳେ ନାନକ ପୂର୍ଣ୍ଣ ଗୁରୁଙ୍କ ସହିତ ଭେଟ କରିଛନ୍ତି||4||14||25||          

ਰਾਮਕਲੀ ਮਹਲਾ ੫ ॥
ରାମକଲୀ ମହଲା 5॥ 

ਕੋਟਿ ਜਾਪ ਤਾਪ ਬਿਸ੍ਰਾਮ ॥
ତାହାକୁ କୋଟି କୋଟି ଜପ-ତପର ଫଳ ମିଳିଯାଏ,    

ਰਿਧਿ ਬੁਧਿ ਸਿਧਿ ਸੁਰ ਗਿਆਨ ॥
ରିଦ୍ଧି-ସିଦ୍ଧି, ବୁଦ୍ଧି ଏବଂ ଦୈବ ଜ୍ଞାନ ତାହାକୁ ପ୍ରାପ୍ତ ହୋଇଥାଏ ଏବଂ      

ਅਨਿਕ ਰੂਪ ਰੰਗ ਭੋਗ ਰਸੈ ॥
ସେ ଅନେକ ପ୍ରକାର ରୂପ-ରଙ୍ଗ ଓ ରସ ଭୋଗ କରିଥାଏ,          

ਗੁਰਮੁਖਿ ਨਾਮੁ ਨਿਮਖ ਰਿਦੈ ਵਸੈ ॥੧॥
ଯେଉଁ ଗୁରୁମୁଖୀର ହୃଦୟରେ କ୍ଷଣିକ ପାଇଁ ନାମ ସ୍ଥିତ ହୋଇଯାଏ॥1॥ ||1||          

ਹਰਿ ਕੇ ਨਾਮ ਕੀ ਵਡਿਆਈ ॥
ହରିଙ୍କ ନାମର ଏପରି କୀର୍ତ୍ତି ଅଛି,      

ਕੀਮਤਿ ਕਹਣੁ ਨ ਜਾਈ ॥੧॥ ਰਹਾਉ ॥
ଯାହାର ମୂଲ୍ୟ କଳନା କରାଯାଇ ପାରିବ ନାହିଁ॥1॥ରୁହ॥         

ਸੂਰਬੀਰ ਧੀਰਜ ਮਤਿ ਪੂਰਾ ॥
ସେହି ବ୍ୟକ୍ତି ସୁରବୀର, ଧୈର୍ଯ୍ୟବାନ ଏବଂ ବୁଦ୍ଧିମାନ ଅଟେ,    

error: Content is protected !!