ਜਿਨਿ ਕੀਆ ਸੋਈ ਪ੍ਰਭੁ ਜਾਣੈ ਹਰਿ ਕਾ ਮਹਲੁ ਅਪਾਰਾ ॥
ଯିଏ ରଚନା କରିଛନ୍ତି, ସେହି ପ୍ରଭୁ ଏହି ରହସ୍ୟକୁ ଜାଣିଥାନ୍ତି ଏବଂ ତାହାଙ୍କ ଦରବାର ଅପରାମ୍ପର ଅଟେ।
ਭਗਤਿ ਕਰੀ ਹਰਿ ਕੇ ਗੁਣ ਗਾਵਾ ਨਾਨਕ ਦਾਸੁ ਤੁਮਾਰਾ ॥੪॥੧॥
ନଅଙ୍କ ବିନୟ କରନ୍ତି ଯେ ହେ ପ୍ରଭୁ! ମୁଁ ତୋର ଦାସ ଅଟେ, ତୋର ଭକ୍ତି କରି ତୋର ହିଁ ଗୁଣଗାନ କରିଥାଏ||4||1||
ਰਾਮਕਲੀ ਮਹਲਾ ੫ ॥
ରାମକଲୀ ମହଲା 5 ॥
ਪਵਹੁ ਚਰਣਾ ਤਲਿ ਊਪਰਿ ਆਵਹੁ ਐਸੀ ਸੇਵ ਕਮਾਵਹੁ ॥
ହେ ଭକ୍ତଜନ! ଏପରି ସେବା କର ଯେ ସବୁ ଲୋକଙ୍କ ଉର୍ଦ୍ଧ୍ଵରେ ଶ୍ରେଷ୍ଠ ଓ ସବୁଙ୍କ ଚରଣ-ଧୂଳି ବନି ଯାଅ।
ਆਪਸ ਤੇ ਊਪਰਿ ਸਭ ਜਾਣਹੁ ਤਉ ਦਰਗਹ ਸੁਖੁ ਪਾਵਹੁ ॥੧॥
ଯଦି ସବୁଙ୍କୁ ନିଜ ଠାରୁ ଉତ୍ତମ ମାନିବ, ତାହାହେଲେ ହିଁ ଦରବାରରେ ସୁଖ ହାସଲ ହେବ॥1॥
ਸੰਤਹੁ ਐਸੀ ਕਥਹੁ ਕਹਾਣੀ ॥
ହେ ସନ୍ଥଜନ! ଏପରି କଥା-କାହାଣୀ ଶୁଣ,
ਸੁਰ ਪਵਿਤ੍ਰ ਨਰ ਦੇਵ ਪਵਿਤ੍ਰਾ ਖਿਨੁ ਬੋਲਹੁ ਗੁਰਮੁਖਿ ਬਾਣੀ ॥੧॥ ਰਹਾਉ ॥
ଯଦି ଏକ କ୍ଷଣ ପାଇଁ ଗୁରୁଙ୍କ ବାଣୀ ବୋଲ, ତାହାହେଲେ ମନୁଷ୍ୟ, ଦେବତା ଏବଂ ଦେବଗଣ ମଧ୍ୟ ପବିତ୍ର ହୋଇଯିବ॥1॥ରୁହ॥
ਪਰਪੰਚੁ ਛੋਡਿ ਸਹਜ ਘਰਿ ਬੈਸਹੁ ਝੂਠਾ ਕਹਹੁ ਨ ਕੋਈ ॥
ଜଗତରେ ପ୍ରବଞ୍ଚନା ଛାଡି ସ୍ଵାଭାବିକ ଅବସ୍ଥାରେ ବସିଯାଅ ଏବଂ କାହାକୁ ମଧ୍ୟ ମିଥ୍ୟା କହ ନାହିଁ।
ਸਤਿਗੁਰ ਮਿਲਹੁ ਨਵੈ ਨਿਧਿ ਪਾਵਹੁ ਇਨ ਬਿਧਿ ਤਤੁ ਬਿਲੋਈ ॥੨॥
ସଦଗୁରୁଙ୍କ ମିଶି ନବନିଧି ହାସଲ କରିନିଅ, ଏହି ବିଧି ଦ୍ଵାରା ନାମ ରୂପୀ ଦୁଧକୁ ଲେପନ କରି ପ୍ରଭୁଙ୍କୁ ପ୍ରାପ୍ତ କର॥2॥
ਭਰਮੁ ਚੁਕਾਵਹੁ ਗੁਰਮੁਖਿ ਲਿਵ ਲਾਵਹੁ ਆਤਮੁ ਚੀਨਹੁ ਭਾਈ ॥
ନିଜ ଭ୍ରମ ଦୂର କରି ଗୁରୁମୁଖୀ ବନି ପରମାତ୍ମାଙ୍କ ଠାରେ ଧ୍ୟାନ ଲଗାଅ ଏବଂ ନିଜ ଆତ୍ମଜ୍ୟୋତିକୁ ଜାଣି ନିଅ।
ਨਿਕਟਿ ਕਰਿ ਜਾਣਹੁ ਸਦਾ ਪ੍ਰਭੁ ਹਾਜਰੁ ਕਿਸੁ ਸਿਉ ਕਰਹੁ ਬੁਰਾਈ ॥੩॥
ସର୍ବଦା ପ୍ରଭୁଙ୍କୁ ନିକଟ ଭାବ ତଥା କାହାର ମନ୍ଦ କାର୍ଯ୍ୟରେ ପଡ ନାହିଁ॥3॥
ਸਤਿਗੁਰਿ ਮਿਲਿਐ ਮਾਰਗੁ ਮੁਕਤਾ ਸਹਜੇ ਮਿਲੇ ਸੁਆਮੀ ॥
ଯଦି ସଦଗୁରୁ ମିଳିଯାନ୍ତି, ମୁକ୍ତିର ମାର୍ଗ ପ୍ରାପ୍ତ ହୋଇଯାଏ ଏବଂ ସ୍ଵାଭାବିକ ଭାବରେ ସ୍ଵାମୀ ସହିତ ମିଳନ ହୋଇଯାଏ।
ਧਨੁ ਧਨੁ ਸੇ ਜਨ ਜਿਨੀ ਕਲਿ ਮਹਿ ਹਰਿ ਪਾਇਆ ਜਨ ਨਾਨਕ ਸਦ ਕੁਰਬਾਨੀ ॥੪॥੨॥
ସେହି ଭକ୍ତଜନ ଧନ୍ୟ ଅଟେ, ଯିଏ କଳିଯୁଗରେ ଭଗବାନଙ୍କୁ ପାଇଛି। ନାନକ ସର୍ବଦା ତାହାଙ୍କ ପ୍ରତି ସମର୍ପିତ ଯାଇଥାଏ ||4||2||
ਰਾਮਕਲੀ ਮਹਲਾ ੫ ॥
ରାମକଲୀ ମହଲା 5॥
ਆਵਤ ਹਰਖ ਨ ਜਾਵਤ ਦੂਖਾ ਨਹ ਬਿਆਪੈ ਮਨ ਰੋਗਨੀ ॥
ଯଦି ମନ ପରମାତ୍ମାଙ୍କ ଧ୍ୟାନରେ ଲୀନ ହୋଇଥାଏ, ନା କୌଣସି ବସ୍ତୁ ମିଳିବା ଦ୍ଵାରା ଖୁସି ହୋଇଥାଏ, ନାଆ କୌଣସି ବସ୍ତୁକୁ ହଜାଇବା ଦ୍ଵାର ଦୁଃଖ ହୋଇଥାଏ ଏବଂ ନା ମନକୁ କୌଣସି ରୋଗ ପ୍ରଭାବିତ କରିଥାଏ।
ਸਦਾ ਅਨੰਦੁ ਗੁਰੁ ਪੂਰਾ ਪਾਇਆ ਤਉ ਉਤਰੀ ਸਗਲ ਬਿਓਗਨੀ ॥੧॥
ପୂର୍ଣ୍ଣ ଗୁରୁଙ୍କୁ ପାଇ ସର୍ବଦା ପରମାନନ୍ଦ ରହିଥାଏ, ସବୁ ବିୟୋଗ ଦୂର ହୋଇଯାଏ॥1॥
ਇਹ ਬਿਧਿ ਹੈ ਮਨੁ ਜੋਗਨੀ ॥
ଏହିପରି ଯାହାର ମନ ଈଶ୍ଵରଙ୍କ ଠାରେ ପ୍ରବୃତ୍ତ ହୋଇଥାଏ,
ਮੋਹੁ ਸੋਗੁ ਰੋਗੁ ਲੋਗੁ ਨ ਬਿਆਪੈ ਤਹ ਹਰਿ ਹਰਿ ਹਰਿ ਰਸ ਭੋਗਨੀ ॥੧॥ ਰਹਾਉ ॥
ମୋହ, ଶୋକ, ରୋଗ ଏବଂ ଲୋକ-ଲଜ୍ଜା ପ୍ରଭାବିତ ହୁଏନାହିଁ ଏବଂ ମନ ହରି ନାମର ରସ ଭୋଗ କରିଥାଏ॥1॥ରୁହ॥
ਸੁਰਗ ਪਵਿਤ੍ਰਾ ਮਿਰਤ ਪਵਿਤ੍ਰਾ ਪਇਆਲ ਪਵਿਤ੍ਰ ਅਲੋਗਨੀ ॥
ତାହାଙ୍କ ପାଇଁ ସ୍ଵର୍ଗ ଲୋକ, ମୃତ୍ୟୁଲୋକ, ପାତାଳଲୋକ ପବିତ୍ର ଅଟେ।
ਆਗਿਆਕਾਰੀ ਸਦਾ ਸੁਖੁ ਭੁੰਚੈ ਜਤ ਕਤ ਪੇਖਉ ਹਰਿ ਗੁਨੀ ॥੨॥
ଏପରି ବ୍ୟକ୍ତି ପ୍ରଭୁଙ୍କ ଆଜ୍ଞାକାରୀ ବନି ସଦା ସୁଖ ଭୋଗ କରିଥାଏ ଆଉ ସବୁଆଡେ ପରମେଶ୍ଵରଙ୍କୁ ଦେଖିଥାଏ॥2।
ਨਹ ਸਿਵ ਸਕਤੀ ਜਲੁ ਨਹੀ ਪਵਨਾ ਤਹ ਅਕਾਰੁ ਨਹੀ ਮੇਦਨੀ ॥
ଯେଉଁଠି ନା ଶିବଭକ୍ତି, ନା ଜଳ, ନା ପବନ, ନା କୌଣସି ଆକାର ଏବଂ ନା ଧରିତ୍ରୀ ଅଛି,
ਸਤਿਗੁਰ ਜੋਗ ਕਾ ਤਹਾ ਨਿਵਾਸਾ ਜਹ ਅਵਿਗਤ ਨਾਥੁ ਅਗਮ ਧਨੀ ॥੩॥
ସେଠାରେ ସଦଗୁରୁଙ୍କ ନିବାସ ଅଛି, ଯେଉଁଠି ଅଗମ୍ୟ, ଅବିଗତ ଏବଂ ଗୁଣର ଭଣ୍ଡାର ମାଲିକ ପ୍ରଭୁ ଅଛନ୍ତି॥3॥
ਤਨੁ ਮਨੁ ਹਰਿ ਕਾ ਧਨੁ ਸਭੁ ਹਰਿ ਕਾ ਹਰਿ ਕੇ ਗੁਣ ਹਉ ਕਿਆ ਗਨੀ ॥
ଏହି ତନ-ମନ, ଧନ ସବୁ ପରମାତ୍ମାଙ୍କ ଦାନ ଅଟେ, ତାହାଙ୍କ ଉପକାର ଗଣା ଯାଇ ପାରିବ ନାହିଁ।
ਕਹੁ ਨਾਨਕ ਹਮ ਤੁਮ ਗੁਰਿ ਖੋਈ ਹੈ ਅੰਭੈ ਅੰਭੁ ਮਿਲੋਗਨੀ ॥੪॥੩॥
ହେ ନାନକ! ଗୁରୁ ମୋର ମନରୁ ‘ମୋର-ତୋର’ ଭାବନା ଦୂର କରି ଦେଇଛନ୍ତି ଆଉ ଯେପରି ଜଳରେ ଜଳ ମିଳିଯାଏ, ସେପରି ହିଁ ଆତ୍ମଜ୍ୟୋତି ପରମାଜ୍ୟୋତିରେ ବିଲୀନ ହୋଇଯାଏ||4||3||
ਰਾਮਕਲੀ ਮਹਲਾ ੫ ॥
ରାମକଲୀ ମହଲା 5॥
ਤ੍ਰੈ ਗੁਣ ਰਹਤ ਰਹੈ ਨਿਰਾਰੀ ਸਾਧਿਕ ਸਿਧ ਨ ਜਾਨੈ ॥
ହରିନାମ ତିନି ଗୁଣ ରହିତ ଓ ନିରଳ ହିଁ ହୋଇଥାଏ ଏବଂ ସିଦ୍ଧ-ସାଧକ ମଧ୍ୟ ତାହାର ମହତ୍ତ୍ଵ ଜାଣନ୍ତି ନାହିଁ।
ਰਤਨ ਕੋਠੜੀ ਅੰਮ੍ਰਿਤ ਸੰਪੂਰਨ ਸਤਿਗੁਰ ਕੈ ਖਜਾਨੈ ॥੧॥
ସଦଗୁରୁଙ୍କ ଖଜଣାରେ ରତ୍ନର କୋଠରି ଅଛି, ଝା ଅମୃତରେ ଭରି ରହିଛି॥1॥
ਅਚਰਜੁ ਕਿਛੁ ਕਹਣੁ ਨ ਜਾਈ ॥
ତାହାଙ୍କ ଆଶ୍ଚର୍ଯ୍ୟ କଥନ କରାଯାଇ ପାରିବ ନାହିଁ ଏବଂ
ਬਸਤੁ ਅਗੋਚਰ ਭਾਈ ॥੧॥ ਰਹਾਉ ॥
ଏହି ନାମ ରୂପୀ ବସ୍ତୁ ଅପହଞ୍ଚ ଅଟେ॥1॥ରୁହ॥
ਮੋਲੁ ਨਾਹੀ ਕਛੁ ਕਰਣੈ ਜੋਗਾ ਕਿਆ ਕੋ ਕਹੈ ਸੁਣਾਵੈ ॥
ଯେତେବେଳେ ତାହାଙ୍କ ମୂଲ୍ୟାଙ୍କନ କରାଯାଇ ପାରିବ ନାହିଁ, ତାହାଏହେଲେ ସେହି କଥା କାହିଁକି କହିବା ଓ ଶୁଣିବା।
ਕਥਨ ਕਹਣ ਕਉ ਸੋਝੀ ਨਾਹੀ ਜੋ ਪੇਖੈ ਤਿਸੁ ਬਣਿ ਆਵੈ ॥੨॥
ଏହି କଥା କହିବା ଏବଂ କରିବାର ଜ୍ଞାନ କାହା ପାଖରେ ନାହିଁ, ଯିଏ ମଧ୍ୟ ଏହା ଦେଖିଥାଏ, ତାହାର ପ୍ରୀତି ସେଥିରେ ଲାଗିଯାଏ॥2॥
ਸੋਈ ਜਾਣੈ ਕਰਣੈਹਾਰਾ ਕੀਤਾ ਕਿਆ ਬੇਚਾਰਾ ॥
ପରମେଶ୍ଵର ସବୁ ଜାଣିଥାନ୍ତି, ପୁଣି ବିଚରା ଜୀବ କଣ ଜାଣି ପାରିବ?
ਆਪਣੀ ਗਤਿ ਮਿਤਿ ਆਪੇ ਜਾਣੈ ਹਰਿ ਆਪੇ ਪੂਰ ਭੰਡਾਰਾ ॥੩॥
ଭକ୍ତିର ପୂର୍ଣ୍ଣ ଭଣ୍ଡାର ପରମେଶ୍ଵର ସ୍ଵୟଂ ହିଁ ନିଜର ଗତି ଏବଂ ବିସ୍ତାରକୁ ଜାଣିଥାନ୍ତି॥3॥
ਐਸਾ ਰਸੁ ਅੰਮ੍ਰਿਤੁ ਮਨਿ ਚਾਖਿਆ ਤ੍ਰਿਪਤਿ ਰਹੇ ਆਘਾਈ ॥
ଏପରି ନାମ ରୂପୀ ଅମୃତ ରସର ସ୍ଵାଦ ଚାଖିଛି, ଯାହାଦ୍ୱାରା ତୃପ୍ତ ଓ ସନ୍ତୁଷ୍ଟ ହୋଇ ଯାଇଛି।
ਕਹੁ ਨਾਨਕ ਮੇਰੀ ਆਸਾ ਪੂਰੀ ਸਤਿਗੁਰ ਕੀ ਸਰਣਾਈ ॥੪॥੪॥
ହେ ନାନକ! ସଦଗୁରୁଙ୍କ ଶରଣ ନେବା ଦ୍ଵାରା ମୋର ଅଭିଲାଷ ପୁରା ହୋଇ ଯାଇଛି। ||4||4||