ਮਿਲੁ ਮਿਲੁ ਸਖੀ ਗੁਣ ਕਹੁ ਮੇਰੇ ਪ੍ਰਭ ਕੇ ਲੇ ਸਤਿਗੁਰ ਕੀ ਮਤਿ ਧੀਰ ॥੩॥
ହେ ମୋର ସଖୀ! ଆସ, ଏକତ୍ର ସଦଗୁରୁଙ୍କ ଧର୍ଯ୍ୟ ଦେବା ବାଲା ମତି ନେଇ ମୋତେ ମୋର ପ୍ରଭୁଙ୍କ ଗୁଣ ଶୁଣାଅ॥3॥
ਜਨ ਨਾਨਕ ਕੀ ਹਰਿ ਆਸ ਪੁਜਾਵਹੁ ਹਰਿ ਦਰਸਨਿ ਸਾਂਤਿ ਸਰੀਰ ॥੪॥੬॥ ਛਕਾ ੧ ॥
ହେ ହରି! ନାନକଙ୍କ ଅଭିଲାଷ ପୁରା କର, କାରଣ ତୋର ଦର୍ଶନ କରି ହିଁ ତାହାଙ୍କ ଶରୀରକୁ ଶାନ୍ତି ମିଳିଥାଏ॥4॥6॥ଛକା 1॥
ਰਾਗੁ ਗੋਂਡ ਮਹਲਾ ੫ ਚਉਪਦੇ ਘਰੁ ੧
ଗୋଣ୍ଡ ମହଲା 5 ଚଉପଦୀ ଘର 1
ੴ ਸਤਿਗੁਰ ਪ੍ਰਸਾਦਿ ॥
ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਸਭੁ ਕਰਤਾ ਸਭੁ ਭੁਗਤਾ ॥੧॥ ਰਹਾਉ ॥
ଇଶ୍ଵର ହିଁ ସବୁ କରିବା ବାଲା ଏବଂ ଭୋଗିବା ବାଲା ଅଟନ୍ତି॥1॥ରୁହ॥
ਸੁਨਤੋ ਕਰਤਾ ਪੇਖਤ ਕਰਤਾ ॥
ସେ ସ୍ଵୟଂ ହିଁ ଶୁଣିଥାନ୍ତି ଏବଂ ଦେଖିଥାନ୍ତି।
ਅਦ੍ਰਿਸਟੋ ਕਰਤਾ ਦ੍ਰਿਸਟੋ ਕਰਤਾ ॥
ଏକ ସେ ହିଁ ଦୃଶ୍ୟ ଓ ଅଦୃଶ୍ୟ ଅଟନ୍ତି।
ਓਪਤਿ ਕਰਤਾ ਪਰਲਉ ਕਰਤਾ ॥
ସେ ହିଁ ସୃଷ୍ଟିର ରଚନା ଓ ପ୍ରଳୟ କରିବା ବାଲା ଅଟନ୍ତି।
ਬਿਆਪਤ ਕਰਤਾ ਅਲਿਪਤੋ ਕਰਤਾ ॥੧॥
ସେ ସର୍ବ ବ୍ୟାପକ ଅଟନ୍ତି, କିନ୍ତୁ ସ୍ଵୟଂ ଜଗତର ମୋହ ଠାରୁ ନିର୍ଲିପ୍ତ ରହିଥାନ୍ତି॥1॥
ਬਕਤੋ ਕਰਤਾ ਬੂਝਤ ਕਰਤਾ ॥
ପରମାତ୍ମା ହିଁ ବକ୍ତା ଅଟନ୍ତି ଆଉ ସେ ହିଁ ସବୁକିଛି ଜାଣିଥାନ୍ତି।
ਆਵਤੁ ਕਰਤਾ ਜਾਤੁ ਭੀ ਕਰਤਾ ॥
ଏକ ସେ ହିଁ ଅବତାର ନେଇ ଦୁନିଆକୁ ଆସିଥାନ୍ତି ଏବଂ ସେ ହିଁ ଯାଇଥାନ୍ତି।
ਨਿਰਗੁਨ ਕਰਤਾ ਸਰਗੁਨ ਕਰਤਾ ॥
ଏକ ପରମାତ୍ମା ହିଁ ନିର୍ଗୁଣ ଏବଂ ସଗୁଣ ରୂପରେ ଅଛନ୍ତି।
ਗੁਰ ਪ੍ਰਸਾਦਿ ਨਾਨਕ ਸਮਦ੍ਰਿਸਟਾ ॥੨॥੧॥
ହେ ନାନକ! ସେହି ସମଦ୍ରଷ୍ଟା ଇଶ୍ଵର ଗୁରୁଙ୍କ କୃପାରୁ ହିଁ ମିଳିଥାନ୍ତି||2||1||
ਗੋਂਡ ਮਹਲਾ ੫ ॥
ଗୋଣ୍ଡ ମହଲା 5 ॥
ਫਾਕਿਓ ਮੀਨ ਕਪਿਕ ਕੀ ਨਿਆਈ ਤੂ ਉਰਝਿ ਰਹਿਓ ਕਸੁੰਭਾਇਲੇ ॥
ହେ ଜୀବ! ତୁ ମାଛ ଏବଂ ମାଙ୍କଡ ଭଳି ଯମର ଜାଲରେ ଫସି ଯାଇଛୁ ଆଉ କୁସୁମ ଫୁଲ ଭଳି ମାୟାର ମୋହରେ ଖୁସି ହେଉଛୁ।
ਪਗ ਧਾਰਹਿ ਸਾਸੁ ਲੇਖੈ ਲੈ ਤਉ ਉਧਰਹਿ ਹਰਿ ਗੁਣ ਗਾਇਲੇ ॥੧॥
ନିଜ ଭାଗ୍ୟ ଅନୁସାରେ ହିଁ ତୁ ପାଦ ରଖୁ ଏବଂ ଶ୍ଵାସ ନେଉଆ, ଯଦି ତୁ ଭଗବାନଙ୍କ ଗୁଣଗାନ କରୁ, ତୋର ଉଦ୍ଧାର ହୋଇପାରେ॥1॥
ਮਨ ਸਮਝੁ ਛੋਡਿ ਆਵਾਇਲੇ ॥
ହେ ମନ! ବୁଝ ଏବଂ ଦୁନିଆର ମୋହ ତ୍ୟାଗ କର।
ਅਪਨੇ ਰਹਨ ਕਉ ਠਉਰੁ ਨ ਪਾਵਹਿ ਕਾਏ ਪਰ ਕੈ ਜਾਇਲੇ ॥੧॥ ਰਹਾਉ ॥
ନିଜେ ରହିବା ପାଇଁ ସ୍ଥାନ ମିଳୁନାହିଁ, ପର ଧନ ପାଇଁ କାହିଁକି ଯାଉଛୁ?॥1॥ରୁହ॥
ਜਿਉ ਮੈਗਲੁ ਇੰਦ੍ਰੀ ਰਸਿ ਪ੍ਰੇਰਿਓ ਤੂ ਲਾਗਿ ਪਰਿਓ ਕੁਟੰਬਾਇਲੇ ॥
ଯେପରି କାମବାସନାର ସ୍ଵାଦ ହାତୀକୁ ବଶ କରିନିଏ, ସେପରି ହିଁ ତୁ ପରିବାରର ମୋହରେ ଲାଗି ଯାଇଛୁ।
ਜਿਉ ਪੰਖੀ ਇਕਤ੍ਰ ਹੋਇ ਫਿਰਿ ਬਿਛੁਰੈ ਥਿਰੁ ਸੰਗਤਿ ਹਰਿ ਹਰਿ ਧਿਆਇਲੇ ॥੨॥
ଯେପରି ରାତିରେ ପକ୍ଷୀ ଗଛ ଉପରେ ଏକତ୍ର ରହି ପ୍ରାତଃ କାଳରେ ବିଛେଦ ହୋଇଥାନ୍ତି, ସେପରି ହିଁ ପରିବାରର ସଦସ୍ୟ ବିଛେଦ ହୋଇଥାଏ। ସତସଙ୍ଗରେ ସମ୍ମିଳିତ ହୋଇ ପରମାତ୍ମାଙ୍କ ଧ୍ୟାନ କରିବା ଦ୍ଵାରା ସ୍ଥିରତା ମିଳିଯାଏ॥2॥
ਜੈਸੇ ਮੀਨੁ ਰਸਨ ਸਾਦਿ ਬਿਨਸਿਓ ਓਹੁ ਮੂਠੌ ਮੂੜ ਲੋਭਾਇਲੇ ॥
ଯେପରି ଜିହ୍ଵାର ସ୍ଵାଦ କାରଣରୁ ମାଛ ନାଶ ହୋଇଯାଏ, ସେପରି ହିଁ ମୂର୍ଖ ମନୁଷ୍ୟ ଲୋଭରେ ଫସି ଲୁଟି ହୋଇଯାଏ।
ਤੂ ਹੋਆ ਪੰਚ ਵਾਸਿ ਵੈਰੀ ਕੈ ਛੂਟਹਿ ਪਰੁ ਸਰਨਾਇਲੇ ॥੩॥
ହେ ମନ! ତୁ କାମ, କ୍ରୋଧ, ଲୋଭ, ମୋହ ଓ ଅହଂକାର ଏହି ପାଞ୍ଚ ଶତ୍ରୁଙ୍କ ବଶୀଭୂତ ହୋଇ ଯାଇଛୁ, ଭଗବାନଙ୍କ ଶରଣ ନେଲେ ବର୍ତ୍ତି ପାରିବୁ॥3॥
ਹੋਹੁ ਕ੍ਰਿਪਾਲ ਦੀਨ ਦੁਖ ਭੰਜਨ ਸਭਿ ਤੁਮ੍ਹ੍ਹਰੇ ਜੀਅ ਜੰਤਾਇਲੇ ॥
ହେ ଦୀନର ଦୁଃଖ ନାଶକ! କୃପାଳୁ ହୁଅ, ସବୁ ଜୀବ ତୋ’ ଦ୍ଵାରା ଜାତ ହୋଇଛନ୍ତି।
ਪਾਵਉ ਦਾਨੁ ਸਦਾ ਦਰਸੁ ਪੇਖਾ ਮਿਲੁ ਨਾਨਕ ਦਾਸ ਦਸਾਇਲੇ ॥੪॥੨॥
ମୁଁ ସର୍ବଦା ତୋର ଦର୍ଶନର ଦାନ ଚାହିଁ ଥାଏ, ମୋତେ ସାକ୍ଷାତ କର, ନାନକ ତୋର ଦାସର ଦାସ ଅଟନ୍ତି||4||2||
ਰਾਗੁ ਗੋਂਡ ਮਹਲਾ ੫ ਚਉਪਦੇ ਘਰੁ ੨
ଗୋଣ୍ଡ ମହଲା 5 ଚଉପଦୀ ଘର 2
ੴ ਸਤਿਗੁਰ ਪ੍ਰਸਾਦਿ ॥
ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਜੀਅ ਪ੍ਰਾਨ ਕੀਏ ਜਿਨਿ ਸਾਜਿ ॥
ଯିଏ ରଚନା କରି ଏହି ଜୀବନ ଓ ପ୍ରାଣ ଦେଇଛନ୍ତି,
ਮਾਟੀ ਮਹਿ ਜੋਤਿ ਰਖੀ ਨਿਵਾਜਿ ॥
ମାଟି ରୂପୀ ଶରୀରରେ ନିଜର ଜ୍ୟୋତି ରଖି ତୋତେ ବଡିମା ଦେଇଛନ୍ତି।,
ਬਰਤਨ ਕਉ ਸਭੁ ਕਿਛੁ ਭੋਜਨ ਭੋਗਾਇ ॥
ତୋର ଉପଯୋଗ ପାଇଁ ସବୁକିଛି ଦେଇଛନ୍ତି ଏବଂ ସ୍ଵାଦିଷ୍ଟ ଭୋଜନ ଖୁଆଇଛନ୍ତି।
ਸੋ ਪ੍ਰਭੁ ਤਜਿ ਮੂੜੇ ਕਤ ਜਾਇ ॥੧॥
ଆରେ ମୂର୍ଖ! ସେହି ପ୍ରଭୁଙ୍କୁ ତ୍ୟାଗ କରି କେଉଁଠି ପଥଭ୍ରଷ୍ଟ ହେଉଛୁ?॥1॥
ਪਾਰਬ੍ਰਹਮ ਕੀ ਲਾਗਉ ਸੇਵ ॥
ପରଂବ୍ରହ୍ମଙ୍କ ସେବାରେ ଲାଗି ଯାଅ,
ਗੁਰ ਤੇ ਸੁਝੈ ਨਿਰੰਜਨ ਦੇਵ ॥੧॥ ਰਹਾਉ ॥
ସେହି ନିରଞ୍ଜନ ଦେବଙ୍କ ଜ୍ଞାନ ଗୁରୁଙ୍କ ଠାରୁ ହିଁ ମିଳିଥାଏ॥5॥ରୁହ॥
ਜਿਨਿ ਕੀਏ ਰੰਗ ਅਨਿਕ ਪਰਕਾਰ ॥
ଯିଏ ଅନେକ ପ୍ରକାରର ଖେଳ ତମସା ବନାଇଛନ୍ତି,
ਓਪਤਿ ਪਰਲਉ ਨਿਮਖ ਮਝਾਰ ॥
ଏକ କ୍ଷଣରେ ହିଁ ସୃଷ୍ଟିର ଉତ୍ପତ୍ତି ଏବଂ ପ୍ରଳୟ କରିଥାନ୍ତି,
ਜਾ ਕੀ ਗਤਿ ਮਿਤਿ ਕਹੀ ਨ ਜਾਇ ॥
ସେହି ପରମାତ୍ମାଙ୍କ ଗତି ଏବଂ ପ୍ରସାର ବର୍ଣ୍ଣନା କରାଯାଇ ପାରିବ ନାହିଁ।
ਸੋ ਪ੍ਰਭੁ ਮਨ ਮੇਰੇ ਸਦਾ ਧਿਆਇ ॥੨॥
ହେ ମୋର ମନ! ଏପରି ପ୍ରଭୁଙ୍କୁ ସର୍ବଦା ଧ୍ୟାନ କର॥2॥
ਆਇ ਨ ਜਾਵੈ ਨਿਹਚਲੁ ਧਨੀ ॥
ସେ ସବୁଙ୍କ ମାଲିକ ଅଟନ୍ତି, ନିଶ୍ଚଳ ଅଟନ୍ତି ଏବଂ ଜନ୍ମ-ମରଣ ରହିତ ଅଟନ୍ତି।
ਬੇਅੰਤ ਗੁਨਾ ਤਾ ਕੇ ਕੇਤਕ ਗਨੀ ॥
ତାହାଙ୍କ ଗୁଣ ଅନନ୍ତ ଅଟେ, ଯାହାକୁ ଗଣା ଯାଇ ପାରିବ ନାହିଁ।