Odia Page 857

ਆਸਨੁ ਪਵਨ ਦੂਰਿ ਕਰਿ ਬਵਰੇ ॥
ହେ ବାଉଳା ଯୋଗୀ! ଯୋଗାଭ୍ୟାସର ଆସନ ଏବଂ ପ୍ରାଣାୟମର ସାଧନା ତ୍ୟାଗ କର।           

ਛੋਡਿ ਕਪਟੁ ਨਿਤ ਹਰਿ ਭਜੁ ਬਵਰੇ ॥੧॥ ਰਹਾਉ ॥
ହେ ପାଗଳା! ଏହି କପଟ ତ୍ୟାଗ କରି ନିତ୍ୟ ଭଗବାନଙ୍କ ଭଜନ କର॥1॥ରୁହ॥     

ਜਿਹ ਤੂ ਜਾਚਹਿ ਸੋ ਤ੍ਰਿਭਵਨ ਭੋਗੀ ॥
ଯେଉଁ ମାୟାକୁ ତୁ ମାଗିଥାଉ, ତାହାକୁ ତିନି ଲୋକର ଜୀବ ଭୋଗ କରୁଛନ୍ତି।     

ਕਹਿ ਕਬੀਰ ਕੇਸੌ ਜਗਿ ਜੋਗੀ ॥੨॥੮॥
କବୀର କହନ୍ତି ଯେ ଏହି ଜଗତରେ ଏକମାତ୍ର ଇଶ୍ଵର ହିଁ ସଚ୍ଚା ଯୋଗୀ ଅଟନ୍ତି॥2॥8॥  

ਬਿਲਾਵਲੁ ॥
ବିଲାବଲୁ॥

ਇਨੑਿ ਮਾਇਆ ਜਗਦੀਸ ਗੁਸਾਈ ਤੁਮ੍ਹ੍ਹਰੇ ਚਰਨ ਬਿਸਾਰੇ ॥
ହେ ଇଶ୍ଵର! ଏହି ମାୟାର ମୋହରେ ଫସି ଜୀବ ତୋର ଚରଣକୁ ଭୁଲି ଯାଇଛନ୍ତି।             

ਕਿੰਚਤ ਪ੍ਰੀਤਿ ਨ ਉਪਜੈ ਜਨ ਕਉ ਜਨ ਕਹਾ ਕਰਹਿ ਬੇਚਾਰੇ ॥੧॥ ਰਹਾਉ ॥
ବର୍ତ୍ତମାନ ଲୋକଙ୍କ ପାଖରେ ତିଳେମାତ୍ର ପ୍ରୀତି ତୋ’ ପାଇଁ ଉତ୍ପନ୍ନ ହୋଇନାହିଁ, ସେ ବିଚରା କଣ କରି ପାରିବ?॥1॥ରୁହ॥             

ਧ੍ਰਿਗੁ ਤਨੁ ਧ੍ਰਿਗੁ ਧਨੁ ਧ੍ਰਿਗੁ ਇਹ ਮਾਇਆ ਧ੍ਰਿਗੁ ਧ੍ਰਿਗੁ ਮਤਿ ਬੁਧਿ ਫੰਨੀ ॥
ଏହି ତନ, ଧନ, ମାୟା ସବୁ ଧିକ୍କାର ଯୋଗ୍ୟ ଅଟେ, ଅକଲ ଓ ବୁଦ୍ଧି ସବୁ ଧିକ୍କାର ଯୋଗ୍ୟ ଅଟେ। 

ਇਸ ਮਾਇਆ ਕਉ ਦ੍ਰਿੜੁ ਕਰਿ ਰਾਖਹੁ ਬਾਂਧੇ ਆਪ ਬਚੰਨੀ ॥੧॥
ଏହି ମାୟାକୁ ନିଜ ବଶରେ ଭଲଭାବରେ ରଖ, ଯିଏ ସ୍ଵୟଂ ହିଁ ପରମାତ୍ମାଙ୍କ ହୁକୁମ ଅନୁସାରେ ବାନ୍ଧି ରହିଛି॥1॥     

ਕਿਆ ਖੇਤੀ ਕਿਆ ਲੇਵਾ ਦੇਈ ਪਰਪੰਚ ਝੂਠੁ ਗੁਮਾਨਾ ॥
ଚାଷ ହେଉ, ବ୍ୟାପାର ହେଉ, ସବୁ ପ୍ରବଞ୍ଚନା ହିଁ ଅଟେ। 

ਕਹਿ ਕਬੀਰ ਤੇ ਅੰਤਿ ਬਿਗੂਤੇ ਆਇਆ ਕਾਲੁ ਨਿਦਾਨਾ ॥੨॥੯॥
କବୀର କହନ୍ତି ଯେ ଏବେ ମୋର ଅନ୍ତିମ ସମୟ ଆସି ଯାଇଛି, ଜୀବ ସଂପୂର୍ଣ୍ଣ ଧ୍ଵଂସ ହୋଇ ଯାଇଛି॥2॥9॥ 

ਬਿਲਾਵਲੁ ॥
ବିଲାବଲୁ॥

ਸਰੀਰ ਸਰੋਵਰ ਭੀਤਰੇ ਆਛੈ ਕਮਲ ਅਨੂਪ ॥
ଶରୀର ରୂପୀ ସରୋବରରେ ହିଁ ବ୍ରହ୍ମା ରୂପୀ ଅନୁପମ କମଳ ଖେଳୁଅଛି।        

ਪਰਮ ਜੋਤਿ ਪੁਰਖੋਤਮੋ ਜਾ ਕੈ ਰੇਖ ਨ ਰੂਪ ॥੧॥
ସେ ହିଁ ପରମଜ୍ୟୋତି ପୁରୁଷୋତ୍ତମ ଅଟନ୍ତି, ଯାହାଙ୍କ କୌଣସି ରୂପ ଓ ଆକାର ନଥାଏ॥1॥             

ਰੇ ਮਨ ਹਰਿ ਭਜੁ ਭ੍ਰਮੁ ਤਜਹੁ ਜਗਜੀਵਨ ਰਾਮ ॥੧॥ ਰਹਾਉ ॥
ହେ ମନ! ଭ୍ରମ ତ୍ୟାଗ କରି ଭଗବାନଙ୍କ ଭଜନ କର; ଏକ ପ୍ରଭୁ ହିଁ ସାରା ଜଗତର ଜୀବନ ଅଟନ୍ତି॥1॥ରୁହ॥          

ਆਵਤ ਕਛੂ ਨ ਦੀਸਈ ਨਹ ਦੀਸੈ ਜਾਤ ॥
ଏହି ଆତ୍ମା ନା ଶରୀରକୁ ଆସିବା ଦେଖାଯାଇ ଥାଏ ଆଉ ନା ଶରୀରରୁ ଯିବା ନଜର ଆସିଥାଏ।      

ਜਹ ਉਪਜੈ ਬਿਨਸੈ ਤਹੀ ਜੈਸੇ ਪੁਰਿਵਨ ਪਾਤ ॥੨॥
କଇଁ ପତ୍ର ଭଳି ଏହି ଆତ୍ମା ଯେଉଁ ପରମାତ୍ମାଙ୍କ ଠାରୁ ଜାତ ହୋଇଛି, ସେଥିରେ ହିଁ ବିଲୀନ ହୋଇଯାଏ॥2॥     

ਮਿਥਿਆ ਕਰਿ ਮਾਇਆ ਤਜੀ ਸੁਖ ਸਹਜ ਬੀਚਾਰਿ ॥
ଯିଏ ମାୟାକୁ ମିଥ୍ୟା ମାନି ତ୍ୟାଗ କରିଛି, ସେ ସ୍ଵାଭାବିକ ସୁଖ ପାଇ ଯାଇଛି।          

ਕਹਿ ਕਬੀਰ ਸੇਵਾ ਕਰਹੁ ਮਨ ਮੰਝਿ ਮੁਰਾਰਿ ॥੩॥੧੦॥
କବୀର କହନ୍ତି ଯେ ମନରେ ପରମାତ୍ମାଙ୍କୁ ନିଷ୍ଠା ପୂର୍ବକ ସ୍ମରଣ କର||3||10||    

ਬਿਲਾਵਲੁ ॥
ବିଲାବଲୁ॥

ਜਨਮ ਮਰਨ ਕਾ ਭ੍ਰਮੁ ਗਇਆ ਗੋਬਿਦ ਲਿਵ ਲਾਗੀ ॥
ଯେବେଠାରୁ ଗୋବିନ୍ଦଙ୍କ ଠାରେ ଲଗ୍ନ ଲାଗି ଯାଇଛି, ମୋର ଜନ୍ମ-ମରଣର ଭ୍ରମ ଦୂର ହୋଇ ଯାଇଛି।

ਜੀਵਤ ਸੁੰਨਿ ਸਮਾਨਿਆ ਗੁਰ ਸਾਖੀ ਜਾਗੀ ॥੧॥ ਰਹਾਉ ॥
ଗୁରୁଙ୍କ ଶିକ୍ଷା ଦ୍ଵାରା ଜାଗ୍ରତ ହୋଇ ଯାଇଛି ଏବଂ ଜୀବିତ ଭାବରେ ଶୂନ୍ୟାବସ୍ଥାରେ ରହିଛି॥1॥ରୁହ॥ 

ਕਾਸੀ ਤੇ ਧੁਨਿ ਊਪਜੈ ਧੁਨਿ ਕਾਸੀ ਜਾਈ ॥
ଯେଉଁ ଧ୍ୱନି କଂସା ପାତ୍ରରୁ ଜାତ ହୋଇଥାଏ, ତାହା ପୁନଃ ସେଥିରେ ହିଁ ରହିଥାଏ।                

ਕਾਸੀ ਫੂਟੀ ਪੰਡਿਤਾ ਧੁਨਿ ਕਹਾਂ ਸਮਾਈ ॥੧॥
ହେ ପଣ୍ଡିତ! ଯଦି କଂସା ପାତ୍ର ଫାଟି ଯାଏ, ଧ୍ୱନି କେଉଁଠି ରହିବ?॥1॥  

ਤ੍ਰਿਕੁਟੀ ਸੰਧਿ ਮੈ ਪੇਖਿਆ ਘਟ ਹੂ ਘਟ ਜਾਗੀ ॥
ତ୍ରିକୁଟୀ ଉପରେ ଯେତେବେଳେ ଦେଖିଥାଏ, ମୋର ଶରୀରରେ ଆତ୍ମ ଜ୍ୟୋତି ଜାଗ୍ରତ ହୋଇଯାଏ।                         

ਐਸੀ ਬੁਧਿ ਸਮਾਚਰੀ ਘਟ ਮਾਹਿ ਤਿਆਗੀ ॥੨॥
ମୋର ଅନ୍ତରରେ ଏପରି ବୁଦ୍ଧି ଜାତ ହୋଇ ଯାଇଛି ଯେ ମୋର ମନ ମୋର ଶରୀରରେ ବାସ କରି ତ୍ୟାଗୀ ବନିଯାଇଛି॥2॥ 

ਆਪੁ ਆਪ ਤੇ ਜਾਨਿਆ ਤੇਜ ਤੇਜੁ ਸਮਾਨਾ ॥
ମୁଁ ନିଜକୁ ନିଜେ ଜାଣି ପାରିଛି, ମୋର ଜ୍ୟୋତି ପରମ ଜ୍ୟୋତିରେ ବିଲୀନ ହୋଇ ଯାଇଛି। 

ਕਹੁ ਕਬੀਰ ਅਬ ਜਾਨਿਆ ਗੋਬਿਦ ਮਨੁ ਮਾਨਾ ॥੩॥੧੧॥
କବୀର କହନ୍ତି ଯେ ଏବେ ମୁଁ ଜାଣି ଦେଇଛି ଆଉ ମୋର ମନ ଗୋବିନ୍ଦଙ୍କ ସହିତ ମାନି ଯାଇଛି॥3॥11॥              

ਬਿਲਾਵਲੁ ॥
ବିଲାବଲୁ॥ 

ਚਰਨ ਕਮਲ ਜਾ ਕੈ ਰਿਦੈ ਬਸਹਿ ਸੋ ਜਨੁ ਕਿਉ ਡੋਲੈ ਦੇਵ ॥
ହେ ଦେବ! ଯାହାର ହୃଦୟରେ ତୋର ଚରଣ କମଳ ବାସ କରିଥାଏ, ଏପରି ବ୍ୟକ୍ତି କିପରି ବିଚଳିତ ହେବ?         

ਮਾਨੌ ਸਭ ਸੁਖ ਨਉ ਨਿਧਿ ਤਾ ਕੈ ਸਹਜਿ ਸਹਜਿ ਜਸੁ ਬੋਲੈ ਦੇਵ ॥ ਰਹਾਉ ॥
ଭାବ, ତାହାର ହୃଦୟରେ ଜୀବନର ସବୁ ସୁଖ ଓ ନବନିଧି ବାସ କରିଛି, ଯିଏ ସ୍ଵାଭାବିକ ଭାବରେ ତୋର ଯଶୋଗାନ କରିଥାଏ॥ରୁହ॥      

ਤਬ ਇਹ ਮਤਿ ਜਉ ਸਭ ਮਹਿ ਪੇਖੈ ਕੁਟਿਲ ਗਾਂਠਿ ਜਬ ਖੋਲੈ ਦੇਵ ॥
ହେ ଦେବ! ଯେତେବେଳେ ମନୁଷ୍ୟ ନିଜ ହୃଦୟରୁ କୁଟିଳତାର ଗଣ୍ଠି ଖୋଲି ଦେଇଥାଏ, ତାହାର ବୁଦ୍ଧି ସେତିକି ନିର୍ମଳ ହୋଇଯାଏ ଯେ ତାହାକୁ ସବୁଥିରେ ପରମାତ୍ମା ନଜର ଆସିଥାନ୍ତି।    

ਬਾਰੰ ਬਾਰ ਮਾਇਆ ਤੇ ਅਟਕੈ ਲੈ ਨਰਜਾ ਮਨੁ ਤੋਲੈ ਦੇਵ ॥੧॥
ସେ ବାରମ୍ବାର ନିଜ ମନକୁ ମାୟା ଠାରୁ ଆଣିଥାଏ ଏବଂ ବିବେକ ବୃପି ତରାଜୁ ନେଇ ମନକୁ ତଉଲିଥାଏ ଅର୍ଥାତ ଗୁଣ-ଅବଗୁଣ ଯାଞ୍ଚ କରିଥାଏ॥1॥               

ਜਹ ਉਹੁ ਜਾਇ ਤਹੀ ਸੁਖੁ ਪਾਵੈ ਮਾਇਆ ਤਾਸੁ ਨ ਝੋਲੈ ਦੇਵ ॥
ସେତେବେଳେ ସେ ଯେଉଁଠି ଗଲେ ମଧ୍ୟ ସୁଖ ଉପଲବ୍ଧ ହୋଇଥାଏ ଆଉ ମାୟା ତାହାକୁ ବିଚଳିତ କରିପାରେ ନାହି।      

ਕਹਿ ਕਬੀਰ ਮੇਰਾ ਮਨੁ ਮਾਨਿਆ ਰਾਮ ਪ੍ਰੀਤਿ ਕੀਓ ਲੈ ਦੇਵ ॥੨॥੧੨॥
କବୀର କହନ୍ତି ଯେ ଯେବେ ଠାରୁ ରାମଙ୍କ ସହିତ ପ୍ରେମ ଲାଗି ଯାଇଛି, ମୋର ମନ ପ୍ରସନ୍ନ ହୋଇ ଯାଇଛି ||2||12||       

ਬਿਲਾਵਲੁ ਬਾਣੀ ਭਗਤ ਨਾਮਦੇਵ ਜੀ ਕੀ
ବିଲାବଲୁ॥

ੴ ਸਤਿਗੁਰ ਪ੍ਰਸਾਦਿ ॥
ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।        

ਸਫਲ ਜਨਮੁ ਮੋ ਕਉ ਗੁਰ ਕੀਨਾ ॥
ଗୁରୁ ମୋର ଜନ୍ମ ସଫଳ କରି ଦେଇଛନ୍ତି।        

error: Content is protected !!