ODIA PAGE 227

ਹਉਮੈ ਬੰਧਨ ਬੰਧਿ ਭਵਾਵੈ ॥
ଅହଂକାର ମନୁଷ୍ୟକୁ ବନ୍ଧନରେ ବାନ୍ଧିନିଏ ଆଉ ତାହାକୁ ଜନ୍ମ ମରଣ ଚକ୍ରରେ ରଖିଥାଏ।

ਨਾਨਕ ਰਾਮ ਭਗਤਿ ਸੁਖੁ ਪਾਵੈ ॥੮॥੧੩॥
ହେ ନାନକ! ରାମଙ୍କ ଭକ୍ତି କରିଲେ ହିଁ ସୁଖ ଉପଲବ୍ଧ ହୋଇଥାଏ ॥8॥13॥

ਗਉੜੀ ਮਹਲਾ ੧ ॥
ଗଉଡି ମହଲା 1 ॥

ਪ੍ਰਥਮੇ ਬ੍ਰਹਮਾ ਕਾਲੈ ਘਰਿ ਆਇਆ ॥
ସର୍ବପ୍ରଥମ ବ୍ରହ୍ମା ହିଁ (ଏହି ସଂସାରରେ) କାଳ (ମୃତ୍ୟୁ)ର ବଶରେ ଆସିଛନ୍ତି,

ਬ੍ਰਹਮ ਕਮਲੁ ਪਇਆਲਿ ਨ ਪਾਇਆ ॥
ବ୍ରହ୍ମା ( ଯିଏ ନାଭି କମଳରେ ଉତ୍ପନ୍ନ ହୋଇଥିଲେ ତାହାର ରହସ୍ୟ ଜାଣିବା ପାଇଁ) ଦ୍ଵିଧାରେ ପଡି କମଳରେ ପ୍ରବେଶ କରିଛନ୍ତି ଆଉ ପାତାଳକୁ ଖୋଜି କରି ତାହାକୁ କମଳ (ଇଶ୍ଵର)ଙ୍କ ଅନ୍ତ ଜଣା ପଡି ନାହିଁ।

ਆਗਿਆ ਨਹੀ ਲੀਨੀ ਭਰਮਿ ਭੁਲਾਇਆ ॥੧॥
ସେ ପ୍ରଭୁଙ୍କ ଆଜ୍ଞାକୁ ସ୍ଵୀକାର କରିନାହିଁ ଆଉ କୁମାର୍ଗଗାମୀ ହୋଇ ପଥଭ୍ରଷ୍ଟ ରହିଛି ॥1॥

ਜੋ ਉਪਜੈ ਸੋ ਕਾਲਿ ਸੰਘਾਰਿਆ ॥
ଏହି ଦୁନିଆରେ ଯେଉଁ ବ୍ୟକ୍ତି ମଧ୍ୟ ଜନ୍ମ ନେଇଛି, କାଳ (ମୃତ୍ୟୁ) ତାହାର ନାଶ କରିଦେଇଛି।

ਹਮ ਹਰਿ ਰਾਖੇ ਗੁਰ ਸਬਦੁ ਬੀਚਾਰਿਆ ॥੧॥ ਰਹਾਉ ॥
ଇଶ୍ଵର ମୋର ରକ୍ଷା କରିଛନ୍ତି, କାରଣ, ମୁଁ ଗୁରୁଙ୍କ ଶବ୍ଦର ଚିନ୍ତନ କରିଛି ॥1॥ରୁହ॥

ਮਾਇਆ ਮੋਹੇ ਦੇਵੀ ਸਭਿ ਦੇਵਾ ॥
ମାୟା ସମସ୍ତ ଦେବୀ-ଦେବତାଙ୍କୁ ମୁଗ୍ଧ କରିଅଛି।

ਕਾਲੁ ਨ ਛੋਡੈ ਬਿਨੁ ਗੁਰ ਕੀ ਸੇਵਾ ॥
ଗୁରୁଙ୍କ ସେବା-ଭକ୍ତି ବିନା ମୃତ୍ୟୁ କାହାକୁ ମଧ୍ୟ ଛାଡେ ନାହିଁ।

ਓਹੁ ਅਬਿਨਾਸੀ ਅਲਖ ਅਭੇਵਾ ॥੨॥
କେବଳ ଇଶ୍ଵର ହିଁ ଅମର, ଅଦୃଶ୍ୟ ଏବଂ ଅଭେଦ ଅଟନ୍ତି ॥2॥

ਸੁਲਤਾਨ ਖਾਨ ਬਾਦਿਸਾਹ ਨਹੀ ਰਹਨਾ
“(ଏହି ସଂସାରରେ) ମହାରାଜା, ସର୍ଦ୍ଦାର ଏବଂ ବାଦଶାହ କଦାପି ରହିବ ନାହିଁ (କାରଣ କାଳ ଅଟଳ ଅଟନ୍ତି)।

ਨਾਮਹੁ ਭੂਲੈ ਜਮ ਕਾ ਦੁਖੁ ਸਹਨਾ ॥
ପ୍ରଭୁଙ୍କ ନାମକୁ ବିସ୍ମୃତ କରି ସେହି କାଳ (ମୃତ୍ୟୁ)ର ଦୁଃଖ ସହ୍ୟ କରିବ ॥

ਮੈ ਧਰ ਨਾਮੁ ਜਿਉ ਰਾਖਹੁ ਰਹਨਾ ॥੩॥
ହେ ପ୍ରଭୁ! ମୋର ସାହାରା (କେବଳ) ନାମ ଅଟେ, ଯେପରି ତୁମେ ମୋତେ (ସୁଖ ଦୁଃଖରେ) ରଖିଥାଅ, ମୁଁ ସେପରି ହିଁ ରହିଥାଏ ॥3॥

ਚਉਧਰੀ ਰਾਜੇ ਨਹੀ ਕਿਸੈ ਮੁਕਾਮੁ ॥
ରାଜା ଅଥବା ଚୌଧୁରୀ କାହାର ମଧ୍ୟ ଏହି ସଂସାରରେ ସ୍ଥାୟୀ ନିବାସ ନାହିଁ।

ਸਾਹ ਮਰਹਿ ਸੰਚਹਿ ਮਾਇਆ ਦਾਮ ॥
ସାହୁକାର ଧନ-ଦୌଲତ ସଂଗ୍ରହ କରି ପ୍ରାଣ ତ୍ୟାଗ ଦେଇଥାଏ।

ਮੈ ਧਨੁ ਦੀਜੈ ਹਰਿ ਅੰਮ੍ਰਿਤ ਨਾਮੁ ॥੪॥
ହେ ପ୍ରଭୁ! ମୋତେ ନିଜ ଅମୃତମୟୀ ନାମର ଧନ ପ୍ରଦାନ କର ॥4॥

ਰਯਤਿ ਮਹਰ ਮੁਕਦਮ ਸਿਕਦਾਰੈ ॥
ପ୍ରଜା, ସାମନ୍ତ, ପ୍ରଧାନ ଏବଂ ଚୌଧୁରୀ କେହି ମଧ୍ୟ

ਨਿਹਚਲੁ ਕੋਇ ਨ ਦਿਸੈ ਸੰਸਾਰੈ ॥
ନଶ୍ଵର ସଂସାରରେ ସ୍ଥିର ଦେଖା ଦିଅନ୍ତି ନାହିଁ,

ਅਫਰਿਉ ਕਾਲੁ ਕੂੜੁ ਸਿਰਿ ਮਾਰੈ ॥੫॥
ଅନିବାର୍ଯ୍ୟ ମୃତ୍ୟୁ ମୋହ-ମାୟାରେ ଲିପ୍ତ ମିଥ୍ୟା ପ୍ରାଣିର ମୁଣ୍ଡରେ ପ୍ରହାର କରିଥାଏ ॥5॥

ਨਿਹਚਲੁ ਏਕੁ ਸਚਾ ਸਚੁ ਸੋਈ ॥
କେବଳ ପରମ ସତ୍ୟ ପ୍ରଭୁ ହିଁ ସଦା ସ୍ଥିର ରହିବା ବାଲା ଅଟନ୍ତି,

ਜਿਨਿ ਕਰਿ ਸਾਜੀ ਤਿਨਹਿ ਸਭ ਗੋਈ ॥
ଯିଏ ଏହି ସୃଷ୍ଟିର ରଚନା କରିଛନ୍ତି, ସେ ଜୀବଜନ୍ତୁ ସହିତ ସୃଷ୍ଟିର ବିନାଶ କରିଥାନ୍ତି।

ਓਹੁ ਗੁਰਮੁਖਿ ਜਾਪੈ ਤਾਂ ਪਤਿ ਹੋਈ ॥੬॥
ଯେତେବେଳେ ଗୁରୁଙ୍କ ଆଶ୍ରୟକୁ ଆସି ମନୁଷ୍ୟ ପ୍ରଭୁଙ୍କୁ ଜାଣି ନିଏ, ସେତେବେଳେ ହିଁ ଶୋଭା ପ୍ରାପ୍ତ ହୋଇଥାଏ ॥6॥

ਕਾਜੀ ਸੇਖ ਭੇਖ ਫਕੀਰਾ ॥
କାଜି, ଶେଖ ଏବଂ ଧାର୍ମିକ ପରିଧାନରେ ଫକୀର

ਵਡੇ ਕਹਾਵਹਿ ਹਉਮੈ ਤਨਿ ਪੀਰਾ ॥
ନିଜକୁ ନିଜେ ମହାନ କହନ୍ତି, କିନ୍ତୁ, ଅହଂକାର ବଶତଃ ତାହାଙ୍କ ଶରୀରରେ ପୀଡା ଥାଏ।

ਕਾਲੁ ਨ ਛੋਡੈ ਬਿਨੁ ਸਤਿਗੁਰ ਕੀ ਧੀਰਾ ॥੭॥
ସଦଗୁରୁଙ୍କ ଆଶ୍ରୟ ବିନା କାଳ (ମୃତ୍ୟୁ) ତାହାକୁ ଛାଡେ ନାହିଁ ॥7॥

ਕਾਲੁ ਜਾਲੁ ਜਿਹਵਾ ਅਰੁ ਨੈਣੀ ॥
ମୃତ୍ୟୁର ଫନ୍ଦା ମନୁଷ୍ୟର ଜିହ୍ଵା ଓ ନେତ୍ର ଉପରେ ଥାଏ।

ਕਾਨੀ ਕਾਲੁ ਸੁਣੈ ਬਿਖੁ ਬੈਣੀ ॥
ମୃତ୍ୟୁ ତାହାର କାନ ପାଖରେ ଥାଏ, ଯେତେବେଳେ ସେ ବିଷାକ୍ତ କଥା ଶ୍ରବଣ କରିଥାଏ।

ਬਿਨੁ ਸਬਦੈ ਮੂਠੇ ਦਿਨੁ ਰੈਣੀ ॥੮॥
ପ୍ରଭୁଙ୍କ ନାମ ବିନା ମନୁଷ୍ୟ ଦିନ ରାତି (ଆତ୍ମିକ ଗୁଣରେ) ଲୁଟ ହୋଇଥାଏ ॥8॥

ਹਿਰਦੈ ਸਾਚੁ ਵਸੈ ਹਰਿ ਨਾਇ ॥
ଯେଉଁ ପ୍ରାଣୀଙ୍କ ହୃଦୟରେ ପ୍ରଭୁଙ୍କ ନାମ ନିବାସ କରିଥାଏ ଆଉ ଯିଏ ପ୍ରଭୁଙ୍କ ଯଶୋଗାନ କରିଥାଏ,

ਕਾਲੁ ਨ ਜੋਹਿ ਸਕੈ ਗੁਣ ਗਾਇ ॥
ମୃତ୍ୟୁ ତାହାକୁ କଦାପି ଦେଖାଦିଏ ନାହିଁ, ଯିଏ ହରିଙ୍କ ଗୁଣ ଗାଇଥାଏ

ਨਾਨਕ ਗੁਰਮੁਖਿ ਸਬਦਿ ਸਮਾਇ ॥੯॥੧੪॥
ହେ ନାନକ! ଗୁରୁମୁଖୀ ଶବ୍ଦରେ ହିଁ ରହିଥାଏ ॥6॥14॥

ਗਉੜੀ ਮਹਲਾ ੧ ॥
ଗଉଡି ମହଲା 1 ॥

ਬੋਲਹਿ ਸਾਚੁ ਮਿਥਿਆ ਨਹੀ ਰਾਈ ॥
ସେହି ବ୍ୟକ୍ତି ସର୍ବଦା ସତ୍ୟ ହିଁ ବୋଲିଥାଏ ଆଉ ସେଥିରେ ତିଳେ ମାତ୍ର ମିଥ୍ୟା ନଥାଏ।

ਚਾਲਹਿ ਗੁਰਮੁਖਿ ਹੁਕਮਿ ਰਜਾਈ ॥
ଯିଏ ଗୁରୁଙ୍କ ସାନ୍ନିଧ୍ୟରେ ରହି ପରମାତ୍ମାଙ୍କ ହୁକୁମ ଅନୁସାରେ ଚାଲିଥାଏ।

ਰਹਹਿ ਅਤੀਤ ਸਚੇ ਸਰਣਾਈ ॥੧॥
ଏପରି ବ୍ୟକ୍ତି ସତ୍ୟ (ପରମେଶ୍ଵର)ଙ୍କ ଶରଣରେ ହିଁ ନିର୍ଲିପ୍ତ ରହିଥାଏ ॥1॥

ਸਚ ਘਰਿ ਬੈਸੈ ਕਾਲੁ ਨ ਜੋਹੈ ॥
ସେ ସତ୍ୟର ଗୃହରେ ବାସ କରିଥାଏ ଆଉ ତାହାକୁ ସ୍ପର୍ଶ କରେନାହିଁ।

ਮਨਮੁਖ ਕਉ ਆਵਤ ਜਾਵਤ ਦੁਖੁ ਮੋਹੈ ॥੧॥ ਰਹਾਉ ॥
କିନ୍ତୁ, ସ୍ଵେଚ୍ଛାଚାରୀ ବ୍ୟକ୍ତି ଜଗତରେ ଜନ୍ମ-ମରଣ ଚକ୍ରରେ ରହିଥାଏ ଆଉ ସାଂସାରିକ ମୋହର ପୀଡା ସହ୍ୟ କରିଥାଏ ॥1॥ରୁହ॥

ਅਪਿਉ ਪੀਅਉ ਅਕਥੁ ਕਥਿ ਰਹੀਐ ॥
ନାମ ଅମୃତ ପାନ କରି ତଥା ଅନନ୍ତ ଈଶ୍ବରଙ୍କ ମହିମା-ସ୍ତୁତି କରି ହିଁ ଆତ୍ମସ୍ଵରୂପରେ ସ୍ଥିର ରହିପାରେ,

ਨਿਜ ਘਰਿ ਬੈਸਿ ਸਹਜ ਘਰੁ ਲਹੀਐ ॥
ସେହି ଆତ୍ମସ୍ଵରୂପରେ ବସି ପ୍ରସନ୍ନତାର ଗୃହ ପ୍ରାପ୍ତ କରିପାରେ,

ਹਰਿ ਰਸਿ ਮਾਤੇ ਇਹੁ ਸੁਖੁ ਕਹੀਐ ॥੨॥
ଏହି ପ୍ରସନ୍ନତା ତାହାକୁ ପ୍ରାପ୍ତ ହେବା କୁହାଯାଏ, ଯିଏ ପ୍ରଭୁଙ୍କ ଅମୃତ ଦ୍ଵାରା ଅନୁରକ୍ତ ଥାଏ॥2॥

ਗੁਰਮਤਿ ਚਾਲ ਨਿਹਚਲ ਨਹੀ ਡੋਲੈ ॥
ଗୁରୁଙ୍କ ଶିକ୍ଷା ଅନୁସାରେ ଜୀବନ ଆଚରଣ କରିବା ଦ୍ଵାରା ଆନ୍ଦୋଳିତ ନହୋଇ ସ୍ଥିର ହୋଇପାରେ।

ਗੁਰਮਤਿ ਸਾਚਿ ਸਹਜਿ ਹਰਿ ਬੋਲੈ ॥
ଗୁରୁଙ୍କ ଶିକ୍ଷା ଦ୍ଵାରା ସେ ସ୍ଵାଭାବିକ ଭାବରେ ପ୍ରଭୁଙ୍କ ସତ୍ୟନାମର ଉଚ୍ଚାରଣ କରିଥାଏ।

ਪੀਵੈ ਅੰਮ੍ਰਿਤੁ ਤਤੁ ਵਿਰੋਲੈ ॥੩॥
ସେ ଅମୃତ ପାନ କରିଥାଏ ଆଉ ବାସ୍ତବିକତାକୁ ଖୋଜି ଅଲଗା କରିନିଏ ॥3॥

ਸਤਿਗੁਰੁ ਦੇਖਿਆ ਦੀਖਿਆ ਲੀਨੀ ॥
ସଦଗୁରୁଙ୍କ ଦର୍ଶନ କରି ମୁଁ ତାହାଙ୍କ ଠାରୁ ଦୀକ୍ଷା ପ୍ରାପ୍ତ କରିଅଛି।

ਮਨੁ ਤਨੁ ਅਰਪਿਓ ਅੰਤਰ ਗਤਿ ਕੀਨੀ ॥
ମୁଁ ନିଜ ମନ ଏବଂ ତନ ଗୁରୁଙ୍କୁ ଅର୍ପିତ କରି ନିଜ ଅନ୍ତଃ କରଣର ସନ୍ଧାନ କରିଛି।

ਗਤਿ ਮਿਤਿ ਪਾਈ ਆਤਮੁ ਚੀਨੀ ॥੪॥
ନିଜକୁ ନିଜେ ବୁଝିବା ଦ୍ଵାରା ମୁଁ ମୁକ୍ତିର ମୂଲ୍ୟ ଅନୁଭବ କରିଛି ॥4॥

ਭੋਜਨੁ ਨਾਮੁ ਨਿਰੰਜਨ ਸਾਰੁ ॥
ଯେଉଁ ବ୍ୟକ୍ତି ନିରଞ୍ଜନ ପ୍ରଭୁଙ୍କ ନାମକୁ ନିଜ ଭୋଜନ ବନାଇଥାଏ,

ਪਰਮ ਹੰਸੁ ਸਚੁ ਜੋਤਿ ਅਪਾਰ ॥
ସେ ପରମହଂସ ବନିଯାଏ ଆଉ ତାହାର ଅନ୍ତର୍ଗତ ସତ୍ୟସ୍ଵରୂପ ପରମାତ୍ମାଙ୍କ ଜ୍ୟୋତି ପ୍ରଜ୍ଜ୍ଵଳିତ ହୋଇଯାଏ।

ਜਹ ਦੇਖਉ ਤਹ ਏਕੰਕਾਰੁ ॥੫॥
ସେ ଯେଉନାଦେ ମଧ୍ୟ ଦେଖିଥାଏ , ସେଠାରେ ଏକ ଈଶ୍ଵରଙ୍କୁ ପାଇଥାଏ ॥5॥

ਰਹੈ ਨਿਰਾਲਮੁ ਏਕਾ ਸਚੁ ਕਰਣੀ ॥
ଏପରି ବ୍ୟକ୍ତି (ମୋହ-ମାୟାରେ) ନିର୍ଲିପ୍ତ ରହିଥାଏ ଆଉ କେବଳ ଶୁଭକର୍ମ କରିଥାଏ,

ਪਰਮ ਪਦੁ ਪਾਇਆ ਸੇਵਾ ਗੁਰ ਚਰਣੀ ॥
ସେ ପରମପଦ ପ୍ରାପ୍ତ କରିନିଏ ଆ ଗୁରୁଙ୍କ ଚରଣର ସେବା କରିଥାଏ।

ਮਨ ਤੇ ਮਨੁ ਮਾਨਿਆ ਚੂਕੀ ਅਹੰ ਭ੍ਰਮਣੀ ॥੬॥
ତାହାର ମନରେ ସନ୍ତୁଷ୍ଟି ହୋଇଯାଏ ଆଉ ତାହାର ଅହଂକାର ଦୂର ହୋଇଯାଏ ॥6॥

ਇਨ ਬਿਧਿ ਕਉਣੁ ਕਉਣੁ ਨਹੀ ਤਾਰਿਆ ॥
ଏହି ବିଧିରେ କାହାକୁ କାହାକୁ ପ୍ରଭୁ ସଂସାରରୁ ପାର କରାଇ ନାହାନ୍ତି?

ਹਰਿ ਜਸਿ ਸੰਤ ਭਗਤ ਨਿਸਤਾਰਿਆ ॥
ପ୍ରଭୁଙ୍କ ଯଶ ତାହାଙ୍କ ସନ୍ଥ ଏବଂ ଭକ୍ତର କଲ୍ୟାଣ କରିଛି।

error: Content is protected !!