ਮੋਹਨ ਲਾਲ ਅਨੂਪ ਸਰਬ ਸਾਧਾਰੀਆ ॥
ହେ ମନକୁ ମୁଗ୍ଧ କରୁଥିବା ଅନୁପ ପ୍ରଭୁ! ହେ ମୋହନ! ତୁ ସମସ୍ତ ଜୀବଙ୍କୁ ସାହାରା ଦେବା ବାଲା ଅଟୁ।
ਗੁਰ ਨਿਵਿ ਨਿਵਿ ਲਾਗਉ ਪਾਇ ਦੇਹੁ ਦਿਖਾਰੀਆ ॥੩॥
ମୁଁ ବିନମ୍ର ହୋଇ ଗୁରୁଙ୍କ ଚରଣ ସ୍ପର୍ଶ କରିଥାଏ, ହେ ମୋର ସଦଗୁରୁ! ମୋତେ ଈଶ୍ବରଙ୍କ ଦର୍ଶନ କରାଅ ॥3॥
ਮੈ ਕੀਏ ਮਿਤ੍ਰ ਅਨੇਕ ਇਕਸੁ ਬਲਿਹਾਰੀਆ ॥
ମୁଁ ଅନେକ ମିତ୍ର ବନାଇଛି, କିନ୍ତୁ, ମୁଁ କେବଳ ଏକ ଉପରେ ହିଁ ସମର୍ପିତ ଅଛି।
ਸਭ ਗੁਣ ਕਿਸ ਹੀ ਨਾਹਿ ਹਰਿ ਪੂਰ ਭੰਡਾਰੀਆ ॥੪॥
କାହା ପାଖରେ ମଧ୍ୟ ସବୁ ଗୁଣ ବିଦ୍ୟମାନ ନାହିଁ, କିନ୍ତୁ, ଭଗବାନ ଗୁଣର ପରିପୂର୍ଣ୍ଣ ଭଣ୍ଡାର ଅଟନ୍ତି ॥4॥
ਚਹੁ ਦਿਸਿ ਜਪੀਐ ਨਾਉ ਸੂਖਿ ਸਵਾਰੀਆ ॥
ହେ ନାନକ! ଚାରି ଦିଗରେ ହିଁ ପ୍ରଭୁଙ୍କ ନାମର ଯଶ ହୋଇଥାଏ, ତାହାଙ୍କ ଯଶ କରିବା ବାଲା ପ୍ରସନ୍ନତାରେ ସୁଶୋଭିତ ହୋଇଥାଏ।
ਮੈ ਆਹੀ ਓੜਿ ਤੁਹਾਰਿ ਨਾਨਕ ਬਲਿਹਾਰੀਆ ॥੫॥
(ହେ ପ୍ରଭୁ!) ମୁଁ ତୋର ହିଁ ସାହାରା ଦେଖିଛି ଆଉ ମୁଁ (ନାନକ) ତୋ’ ଉପରେ ସମର୍ପିତ ଅଟେ ॥5॥
ਗੁਰਿ ਕਾਢਿਓ ਭੁਜਾ ਪਸਾਰਿ ਮੋਹ ਕੂਪਾਰੀਆ ॥
ନିଜ ବାହୁ ଆଗକୁ ବଢାଇ ଗୁରୁ ମୋତେ ସାଂସାରିକ ମୋହର କୂଅରୁ ବାହାରକୁ ଆଣିଛନ୍ତି।
ਮੈ ਜੀਤਿਓ ਜਨਮੁ ਅਪਾਰੁ ਬਹੁਰਿ ਨ ਹਾਰੀਆ ॥੬॥
ମୁଁ ଅମୂଲ୍ୟ ମନୁଷ୍ୟ ଜୀବନ ବିଜୟ କରିଅଛି, ଯାହା ଦ୍ଵାରା ପୁନର୍ବାର ହାରିବି ନାହିଁ ॥6॥
ਮੈ ਪਾਇਓ ਸਰਬ ਨਿਧਾਨੁ ਅਕਥੁ ਕਥਾਰੀਆ ॥
ମୁଁ ସର୍ବ ଭଣ୍ଡାର ଈଶ୍ଵରଙ୍କୁ ପାଇଛି, ଯାହାଙ୍କ କଥା ବର୍ଣ୍ଣନାରୁ ବାହାର ଅଟେ।
ਹਰਿ ਦਰਗਹ ਸੋਭਾਵੰਤ ਬਾਹ ਲੁਡਾਰੀਆ ॥੭॥
ଈଶ୍ବରଙ୍କ ଦରବାରରେ ଶୋଭାବାନ ହୋଇ ମୁଁ ପ୍ରସନ୍ନତା ପୂର୍ବକ ନିଜ ହାତ ହଲାଇବି ॥7॥
ਜਨ ਨਾਨਕ ਲਧਾ ਰਤਨੁ ਅਮੋਲੁ ਅਪਾਰੀਆ ॥
ନାନକଙ୍କୁ ଅନନ୍ତ ଏବଂ ଅମୂଲ୍ୟ ରତ୍ନ ମିଳିଯାଇଛି ଯେ
ਗੁਰ ਸੇਵਾ ਭਉਜਲੁ ਤਰੀਐ ਕਹਉ ਪੁਕਾਰੀਆ ॥੮॥੧੨॥
ଗୁରୁଙ୍କ ସେବା ଦ୍ଵାରା ଭୟାନକ ସଂସାର ସାଗର ପାର କରାଯାଇଥାଏ, ମୁଁ ସମସ୍ତଙ୍କୁ ଉଚ୍ଚ ସ୍ଵରରେ ଏହା କହୁଅଛି ॥8॥12॥
ਗਉੜੀ ਮਹਲਾ ੫
ଗଉଡି ମହଲା 5 ॥
ੴ ਸਤਿਗੁਰ ਪ੍ਰਸਾਦਿ ॥
ଇଶ୍ଵର ଏକ ଅଟନ୍ତି ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପାଇହୁଏ।
ਨਾਰਾਇਣ ਹਰਿ ਰੰਗ ਰੰਗੋ ॥
ହେ ଜୀବ! ନିଜ ମନକୁ ନାରାୟଣ ପ୍ରଭୁଙ୍କ ପ୍ରେମରେ ରଙ୍ଗୀନ କରାଅ।
ਜਪਿ ਜਿਹਵਾ ਹਰਿ ਏਕ ਮੰਗੋ ॥੧॥ ਰਹਾਉ ॥
ନିଜ ଜିହ୍ଵାରେ ଈଶ୍ବରଙ୍କ ନାମର ଜପ କର ଆଉ କେବଳ ତାହାଙ୍କୁ ହିଁ ମାଗ ॥1॥ରୁହ॥
ਤਜਿ ਹਉਮੈ ਗੁਰ ਗਿਆਨ ਭਜੋ ॥
ନିଜର ଅହଂକାର ତ୍ୟାଗ କରି ଗୁରୁଙ୍କ ଜ୍ଞାନର ଚିନ୍ତନ କର।
ਮਿਲਿ ਸੰਗਤਿ ਧੁਰਿ ਕਰਮ ਲਿਖਿਓ ॥੧॥
ଆଦିରୁ ଯେଉଁ ମନୁଷ୍ୟର ଭାଗ୍ୟରେ ଲେଖା ହୋଇଥାଏ, କେବଳ ସେ ହିଁ ସନ୍ଥଙ୍କ ସଙ୍ଗତିରେ ମିଶିଥାନ୍ତି ॥1॥
ਜੋ ਦੀਸੈ ਸੋ ਸੰਗਿ ਨ ਗਇਓ ॥
ଯାହା କିଛି ମଧ୍ୟ ଦୃଷ୍ଟିଗୋଚର ହୋଇଥାଏ, ତାହା ମନୁଷ୍ୟର ସାଥିରେ ଯାଏ ନାହିଁ।
ਸਾਕਤੁ ਮੂੜੁ ਲਗੇ ਪਚਿ ਮੁਇਓ ॥੨॥
ଭଗବାନଙ୍କ ଠାରୁ ବିମୁଖ ମୂର୍ଖ ମନୁଷ୍ୟ ଗଳି ସଢି ମରିଯାଇଥାଏ ॥2॥
ਮੋਹਨ ਨਾਮੁ ਸਦਾ ਰਵਿ ਰਹਿਓ ॥
ମୁଗ୍ଧ କରୁଥିବା ମୋହନର ନାମ ସବୁଦିନ ପାଇଁ ମହଜୁଦ ଥାଏ।
ਕੋਟਿ ਮਧੇ ਕਿਨੈ ਗੁਰਮੁਖਿ ਲਹਿਓ ॥੩॥
କୋଟି କୋଟି ମଧ୍ୟରେ କେହି ବିରଳ ହିଁ ଗୁରୁଙ୍କ ମାଧ୍ୟମରୁ ନାମ ପ୍ରାପ୍ତ କରିଥାଏ ॥3॥
ਹਰਿ ਸੰਤਨ ਕਰਿ ਨਮੋ ਨਮੋ ॥
ହେ ଜୀବ! ସନ୍ଥଜନକୁ ନମନ କର।
ਨਉ ਨਿਧਿ ਪਾਵਹਿ ਅਤੁਲੁ ਸੁਖੋ ॥੪॥
ଏହିପରି ତୋତେ ନବ ଭଣ୍ଡାର ଏବଂ ଅନନ୍ତ ସୁଖ ପ୍ରାପ୍ତ ହୋଇଯିବ ॥4॥
ਨੈਨ ਅਲੋਵਉ ਸਾਧ ਜਨੋ ॥
ନିଜ ନେତ୍ରରେ ସନ୍ଥଜନଙ୍କ ଦର୍ଶନ କର।
ਹਿਰਦੈ ਗਾਵਹੁ ਨਾਮ ਨਿਧੋ ॥੫॥
ନିଜ ହୃଦୟରେ ନାମ-ଭଣ୍ଡାରର ଯଶ ଗାନ କର ॥5॥
ਕਾਮ ਕ੍ਰੋਧ ਲੋਭੁ ਮੋਹੁ ਤਜੋ ॥
ହେ ଜୀବ! କାମବାସନା, କ୍ରୋଧ, ଲୋଭ ଏବଂ ସାଂସାରିକ ମୋହକୁ ତ୍ୟାଗ କର।
ਜਨਮ ਮਰਨ ਦੁਹੁ ਤੇ ਰਹਿਓ ॥੬॥
ଏହିପରି ଜନ୍ମ-ମରଣ ଚକ୍ରରୁ ମୁକ୍ତି ପ୍ରାପ୍ତ ହୋଇଯିବ ॥6॥
ਦੂਖੁ ਅੰਧੇਰਾ ਘਰ ਤੇ ਮਿਟਿਓ ॥
ତୋର ହୃଦୟ ଘରୁ ଦୁଃଖର ଅନ୍ଧକାର ନିବୃତ୍ତ ହୋଇଯିବ,
ਗੁਰਿ ਗਿਆਨੁ ਦ੍ਰਿੜਾਇਓ ਦੀਪ ਬਲਿਓ ॥੭॥
ଯେତେବେଳେ ତୋର ହୃଦୟରେ ଜ୍ଞାନ ଦୃଢ କରିଦେଇଛି ଆଉ ପ୍ରଭୁ ଜ୍ୟୋତି ପ୍ରଜ୍ଜ୍ଵଳିତ କରିଦେଇଛନ୍ତି ॥7॥
ਜਿਨਿ ਸੇਵਿਆ ਸੋ ਪਾਰਿ ਪਰਿਓ ॥
ହେ ନାନକ! ଯିଏ ଭଗବାନଙ୍କ ସେବା-ଭକ୍ତି କରିଛନ୍ତି, ସେ ଭବସାଗରରୁ ପାର ହୋଇଯାଇଛି।
ਜਨ ਨਾਨਕ ਗੁਰਮੁਖਿ ਜਗਤੁ ਤਰਿਓ ॥੮॥੧॥੧੩॥
ଗୁରୁଙ୍କ ମାଧ୍ୟମରୁ ଜଗତ ହିଁ ପାର ହୋଇଯାଏ ॥8॥1॥13॥
ਮਹਲਾ ੫ ਗਉੜੀ ॥
ମହଲା 5 ଗଉଡି ॥
ਹਰਿ ਹਰਿ ਗੁਰੁ ਗੁਰੁ ਕਰਤ ਭਰਮ ਗਏ ॥
ହରି-ପରମେଶ୍ଵରଙ୍କ ସ୍ମରଣ ଏବଂ ଗୁରୁଙ୍କୁ ମନେ ପକାଇ ମୋର ଭ୍ରମ ଦୂର ହୋଇଯାଇଛି।
ਮੇਰੈ ਮਨਿ ਸਭਿ ਸੁਖ ਪਾਇਓ ॥੧॥ ਰਹਾਉ ॥
ମୋର ମନ ସବୁ ସୁଖ ପ୍ରାପ୍ତ କରିଛି ॥1॥ରୁହ॥
ਬਲਤੋ ਜਲਤੋ ਤਉਕਿਆ ਗੁਰ ਚੰਦਨੁ ਸੀਤਲਾਇਓ ॥੧॥
(କାମ ଉଦ୍ଦୀପକ ବିକାରରୁ) ମୋର ଦଗ୍ଧ ମନ ଉପରେ ଗୁରୁଜୀ ବାଣୀର ଜଳ ଢାଲିଛନ୍ତି, ଗୁରୁଜୀ ଚନ୍ଦନ ଭଳି ଶୀତଳ ଅଟନ୍ତି ॥1॥
ਅਗਿਆਨ ਅੰਧੇਰਾ ਮਿਟਿ ਗਇਆ ਗੁਰ ਗਿਆਨੁ ਦੀਪਾਇਓ ॥੨॥
ଗୁରୁଙ୍କ ଜ୍ଞାନର ଜ୍ୟୋତି ଦ୍ଵାରା ମୋର ଅଜ୍ଞାନତାର ଅନ୍ଧକାର ଦୂର ହୋଇଛି ॥2॥
ਪਾਵਕੁ ਸਾਗਰੁ ਗਹਰੋ ਚਰਿ ਸੰਤਨ ਨਾਵ ਤਰਾਇਓ ॥੩॥
“(ବିକାରର) ଏହି ଅଗ୍ନି ସାଗର ବହୁତ ଗଭୀର ଅଟେ, ନାମର ନଉକା ଉପରେ ସବାର ହୋଇ ସନ୍ଥଜନ ମୋର କଲ୍ୟାଣ କରିଛନ୍ତି ॥3॥
ਨਾ ਹਮ ਕਰਮ ਨ ਧਰਮ ਸੁਚ ਪ੍ਰਭਿ ਗਹਿ ਭੁਜਾ ਆਪਾਇਓ ॥੪॥
ଆମ ପାଖରେ ଶୁଭକର୍ମ, ଧର୍ମ ତଥା ପବିତ୍ରତା ନାହିଁ, କିନ୍ତୁ, ପରମେଶ୍ଵର ବାହୁରେ ଧରି ମୋତେ ନିଜର କରିଛନ୍ତି ॥4॥
ਭਉ ਖੰਡਨੁ ਦੁਖ ਭੰਜਨੋ ਭਗਤਿ ਵਛਲ ਹਰਿ ਨਾਇਓ ॥੫॥
ଭଗବାନଙ୍କ ନାମ ଭୟକୁ ନାଶ କରିବା ବାଲା, ଦୁଃଖ ନାଶ କରିବା ବାଲା ଆଉ ଭକ୍ତବତ୍ସଳ ଅଟନ୍ତି ॥5॥
ਅਨਾਥਹ ਨਾਥ ਕ੍ਰਿਪਾਲ ਦੀਨ ਸੰਮ੍ਰਿਥ ਸੰਤ ਓਟਾਇਓ ॥੬॥
ପରମେଶ୍ଵର ଅନାଥର ନାଥ, ଦିନଦୟାଳୁ, ସର୍ବଶକ୍ତିମାନ ଏବଂ ସନ୍ଥଜନଙ୍କ ସାହାରା ଅଟନ୍ତି ॥6॥
ਨਿਰਗੁਨੀਆਰੇ ਕੀ ਬੇਨਤੀ ਦੇਹੁ ਦਰਸੁ ਹਰਿ ਰਾਇਓ ॥੭॥
ହେ ପ୍ରଭୁ! ମୁଁ, ଗୁଣହୀନର ଏହି ପ୍ରାର୍ଥନା ଯେ ମୋତେ ନିଜ ଦର୍ଶନ ଦିଅ ॥7॥
ਨਾਨਕ ਸਰਨਿ ਤੁਹਾਰੀ ਠਾਕੁਰ ਸੇਵਕੁ ਦੁਆਰੈ ਆਇਓ ॥੮॥੨॥੧੪॥
ହେ ଠାକୁର ଜୀ! ନାନକ ତୋର ଶରଣରେ ଅଛି ଆଉ ତୋର ସେବକ (ନାନକ) ତୋର ଦ୍ଵାରକୁ ଆସିଛି ॥8॥2॥14॥