ਜਿਨਿ ਗੁਰਿ ਮੋ ਕਉ ਦੀਨਾ ਜੀਉ ॥
ଯେଉଁ ଗୁରୁ ମୋତେ ଜୀବନ ଦେଇଛନ୍ତି,
ਆਪੁਨਾ ਦਾਸਰਾ ਆਪੇ ਮੁਲਿ ਲੀਉ ॥੬॥
ସେ ମୋତେ ସ୍ଵୟଂ ଖରିଦ କରିଛନ୍ତି ଆଉ ନିଜର ସେବକ ବନାଇଛନ୍ତି ॥6॥
ਆਪੇ ਲਾਇਓ ਅਪਨਾ ਪਿਆਰੁ ॥
ଗୁରୁ ମୋତେ ସ୍ଵୟଂ ପ୍ରେମର ଉପହାର ପ୍ରଦାନ କରିଛନ୍ତି।
ਸਦਾ ਸਦਾ ਤਿਸੁ ਗੁਰ ਕਉ ਕਰੀ ਨਮਸਕਾਰੁ ॥੭॥
ମୁଁ ସେହି ଗୁରୁଙ୍କୁ ସର୍ବଦା ପ୍ରଣାମ କରିଥାଏ ॥7॥
ਕਲਿ ਕਲੇਸ ਭੈ ਭ੍ਰਮ ਦੁਖ ਲਾਥਾ ॥
ମୋର ଝଗଡା, କ୍ଲେଶ, ଭୟ, ଭ୍ରମ ଏବଂ ସବୁ ଦୁଃଖ ଦୂର ହୋଇଯାଇଛି।
ਕਹੁ ਨਾਨਕ ਮੇਰਾ ਗੁਰੁ ਸਮਰਾਥਾ ॥੮॥੯॥
ହେ ନାନକ! ମୋର ଗୁରୁଦେବ ଏପରି ସୁରବୀର ହୋଇଛନ୍ତି ॥8॥9॥
ਗਉੜੀ ਮਹਲਾ ੫ ॥
ଗଉଡି ମହଲା 5 ॥
ਮਿਲੁ ਮੇਰੇ ਗੋਬਿੰਦ ਅਪਨਾ ਨਾਮੁ ਦੇਹੁ ॥
ହେ ମୋର ଗୋବିନ୍ଦ! ମୋତେ ଦର୍ଶନ କରି ନିଜ ନାମ ପ୍ରଦାନ କର।
ਨਾਮ ਬਿਨਾ ਧ੍ਰਿਗੁ ਧ੍ਰਿਗੁ ਅਸਨੇਹੁ ॥੧॥ ਰਹਾਉ ॥
ନାମବିହୀନ ସାଂସାରିକ ପ୍ରେମକୁ ଧିକ୍କାର ଅଟେ ॥1॥ରୁହ॥
ਨਾਮ ਬਿਨਾ ਜੋ ਪਹਿਰੈ ਖਾਇ ॥
ଭଗବାନଙ୍କ ନାମ ବିନା ମନୁଷ୍ୟ ଯାହା କିଛି ପିନ୍ଧିଥାଏ ଏବଂ ଖାଇଥାଏ,
ਜਿਉ ਕੂਕਰੁ ਜੂਠਨ ਮਹਿ ਪਾਇ ॥੧॥
ସେ କୁକୁର ଭଳି ଯିଏ ଅଇଁଠା ପତ୍ର ଖାଇଥାଏ ॥1॥
ਨਾਮ ਬਿਨਾ ਜੇਤਾ ਬਿਉਹਾਰੁ ॥
ଭଗବାନଙ୍କ ନାମର ସ୍ମୃତି ବିନା ସମସ୍ତ କାର୍ଯ୍ୟ- ବ୍ୟବହାର
ਜਿਉ ਮਿਰਤਕ ਮਿਥਿਆ ਸੀਗਾਰੁ ॥੨॥
ମୃତକର ହାର-ଶୃଙ୍ଗାର ଭଳି ବ୍ୟର୍ଥ ଅଟେ ॥2॥
ਨਾਮੁ ਬਿਸਾਰਿ ਕਰੇ ਰਸ ਭੋਗ
ଯେଉଁ ବ୍ୟକ୍ତି ନାମ ଭୁଲି ଭୋଗ-ବିଳାସରେ ପଡିଥାଏ,
ਸੁਖੁ ਸੁਪਨੈ ਨਹੀ ਤਨ ਮਹਿ ਰੋਗ ॥੩॥
ତାହାକୁ ସ୍ଵପ୍ନରେ ମଧ୍ୟ ସୁଖ ମିଳେନାହିଁ ଆଉ ତାହାର ଶରୀର ରୋଗୀ ହୋଇଯାଏ ॥3॥
ਨਾਮੁ ਤਿਆਗਿ ਕਰੇ ਅਨ ਕਾਜ ॥
ଭଗବାନଙ୍କ ନାମ ବିନା ଯଦି ମନୁଷ୍ୟ ଅନ୍ୟ କାମ ଧନ୍ଧା କରିଥାଏ,
ਬਿਨਸਿ ਜਾਇ ਝੂਠੇ ਸਭਿ ਪਾਜ ॥੪॥
ତାହାହେଲେ ତାହାର ମିଥ୍ୟା ଆଡମ୍ବରରେ ସବୁ ନାଶ ହୋଇଯାଏ ॥4॥
ਨਾਮ ਸੰਗਿ ਮਨਿ ਪ੍ਰੀਤਿ ਨ ਲਾਵੈ ॥
ଯେଉଁ ମନୁଷ୍ୟ ନିଜ ହୃଦୟରେ ପ୍ରଭୁଙ୍କ ପ୍ରେମ ଲଗାଏ ନାହିଁ,
ਕੋਟਿ ਕਰਮ ਕਰਤੋ ਨਰਕਿ ਜਾਵੈ ॥੫॥
ସେପରି ବ୍ୟକ୍ତି ନର୍କକୁ ଯାଇଥାଏ, ସେ କୋଟି କୋଟି କର୍ମ-ଧର୍ମ କରିଥାଉ ॥5॥
ਹਰਿ ਕਾ ਨਾਮੁ ਜਿਨਿ ਮਨਿ ਨ ਆਰਾਧਾ ॥
ଯେଉଁ ମନୁଷ୍ୟ ନିଜ ହୃଦୟରେ ପ୍ରଭୁଙ୍କ ନାମର ଆରାଧନା କରେ ନାହିଁ,
ਚੋਰ ਕੀ ਨਿਆਈ ਜਮ ਪੁਰਿ ਬਾਧਾ ॥੬॥
ସେ ଯମଲୋକରେ ଚୋର ଭଳି ଧରା ପଡିଥାଏ ॥6॥
ਲਾਖ ਅਡੰਬਰ ਬਹੁਤੁ ਬਿਸਥਾਰਾ ॥
ଲକ୍ଷେ ଆଡମ୍ବର ଏବଂ ଅନେକ ପ୍ରସାର,
ਨਾਮ ਬਿਨਾ ਝੂਠੇ ਪਾਸਾਰਾ ॥੭॥
ଭଗବାନଙ୍କ ନାମ ବିନା ସବୁ ମିଥ୍ୟା ଦେଖାଯାଏ ॥5॥
ਹਰਿ ਕਾ ਨਾਮੁ ਸੋਈ ਜਨੁ ਲੇਇ ॥
ହେ ନାନକ ସେ ହିଁ ଭଗବାନଙ୍କ ନାମର ସ୍ମରଣ କରିଥାଏ,
ਕਰਿ ਕਿਰਪਾ ਨਾਨਕ ਜਿਸੁ ਦੇਇ ॥੮॥੧੦॥
ଯେଉଁ ବ୍ୟକ୍ତିକୁ ଭଗବାନ କୃପା ଦୃଷ୍ଟି କରିଥାନ୍ତି ॥8॥10॥
ਗਉੜੀ ਮਹਲਾ ੫ ॥
ଗଉଡି ମହଲା 5 ॥
ਆਦਿ ਮਧਿ ਜੋ ਅੰਤਿ ਨਿਬਾਹੈ ॥
ଯିଏ ସୃଷ୍ଟିର ଆଦି, ମଧ୍ୟ ଓ ଅନ୍ତକାଳରେ ଜୀବ ସାଥିରେ ଥାଆନ୍ତି,
ਸੋ ਸਾਜਨੁ ਮੇਰਾ ਮਨੁ ਚਾਹੈ ॥੧॥
ମୋର ମନ ସେହି ପରମାତ୍ମାଙ୍କ ସହିତ ମିଳନ ପାଇଁ ଇଚ୍ଛୁକ ଅଟେ। ॥1॥
ਹਰਿ ਕੀ ਪ੍ਰੀਤਿ ਸਦਾ ਸੰਗਿ ਚਾਲੈ ॥
ଈଶ୍ବରଙ୍କ ପ୍ରେମ ସଦା ପ୍ରାଣୀଙ୍କ ସାଥିରେ ଯାଇଥାଏ।
ਦਇਆਲ ਪੁਰਖ ਪੂਰਨ ਪ੍ਰਤਿਪਾਲੈ ॥੧॥ ਰਹਾਉ ॥
ସର୍ବବ୍ୟାପକ ଏବଂ ଦୟାର ଘର ପରମାତ୍ମା ସମସ୍ତ ଜୀବ-ଜନ୍ତୁକୁ ପାଳନ ପୋଷଣ କରିଥାନ୍ତି ॥1॥ରୁହ॥
ਬਿਨਸਤ ਨਾਹੀ ਛੋਡਿ ਨ ਜਾਇ ॥
ପ୍ରଭୁ ନା କେବେ ମରନ୍ତି ଆଉ ନା ହିଁ ନିଜ ପ୍ରାଣିକୁ ଛାଡି କେଉଁ ଆଡେ ଯାଆନ୍ତି।
ਜਹ ਪੇਖਾ ਤਹ ਰਹਿਆ ਸਮਾਇ ॥੨॥
ଯେଉଁଠି ଦେଖେ ଇଶ୍ଵର ବିଦ୍ୟମାନ ଅଛନ୍ତି ॥2॥
ਸੁੰਦਰੁ ਸੁਘੜੁ ਚਤੁਰੁ ਜੀਅ ਦਾਤਾ ॥
ଇଶ୍ଵର ଅତି ସୁନ୍ଦର, ବୁଦ୍ଧିମାନ, ଚତୁର ଏବଂ ପ୍ରାଣଦାତା ଅଟନ୍ତି।
ਭਾਈ ਪੂਤੁ ਪਿਤਾ ਪ੍ਰਭੁ ਮਾਤਾ ॥੩॥
ସେ ହିଁ ମୋର ଭାଇ, ପୁତ୍ର, ପିତା ଏବଂ ମାତା ଅଟନ୍ତି ॥3॥
ਜੀਵਨ ਪ੍ਰਾਨ ਅਧਾਰ ਮੇਰੀ ਰਾਸਿ ॥
ସେ ମୋର ଜୀବନ ଏବଂ ପ୍ରାଣୀର ଆଧାର ଅଟନ୍ତି ଆଉ ସେ ମୋର ଜୀବନ ପୁଞ୍ଜି ଅଟନ୍ତି।
ਪ੍ਰੀਤਿ ਲਾਈ ਕਰਿ ਰਿਦੈ ਨਿਵਾਸਿ ॥੪॥
ମୋର ହୃଦୟରେ ନିବାସ କରି ପ୍ରଭୁ ମୋର ସାଥିରେ ପ୍ରୀତି ଲଗାଇଛନ୍ତି ॥4॥
ਮਾਇਆ ਸਿਲਕ ਕਾਟੀ ਗੋਪਾਲਿ ॥
ସୃଷ୍ଟିର ପାଳନକର୍ତ୍ତା ଗୋପାଳ ମୋର ମାୟାର ବନ୍ଧନ କାଟି ଦେଇଛନ୍ତି।
ਕਰਿ ਅਪੁਨਾ ਲੀਨੋ ਨਦਰਿ ਨਿਹਾਲਿ ॥੫॥
ମୋ’ ପ୍ରତି କୃପା ଦୃଷ୍ଟି ଦେଇ ପ୍ରଭୁ ମୋତେ ନିଜର ବନାଇଛନ୍ତି ॥5॥
ਸਿਮਰਿ ਸਿਮਰਿ ਕਾਟੇ ਸਭਿ ਰੋਗ ॥
ତାହାଙ୍କ ସମ୍ର୍ଣ କରି ସବୁ ରୋଗ(ଦୁଃଖ) ଦୂର ହୋଇଯାଇଛି।
ਚਰਣ ਧਿਆਨ ਸਰਬ ਸੁਖ ਭੋਗ ॥੬॥
ତାହାଙ୍କ ଚରଣରେ ବୃତ୍ତି ଲଗାଇ ସର୍ବ ସୁଖ ପ୍ରାପ୍ତ କରି ନିଆଯାଏ ॥6॥
ਪੂਰਨ ਪੁਰਖੁ ਨਵਤਨੁ ਨਿਤ ਬਾਲਾ ॥
ସର୍ବବ୍ୟାପକ ପ୍ରଭୁ ସଦା ନବ ଆଗନ୍ତୁକ ଏବଂ ଯୌବନ ସମପର୍ଣ୍ଣ ଅଟନ୍ତି।
ਹਰਿ ਅੰਤਰਿ ਬਾਹਰਿ ਸੰਗਿ ਰਖਵਾਲਾ ॥੭॥
ଭିତରେ ଏବଂ ବାହାରେ ଇଶ୍ଵର ହିଁ ମୋର ରଖୁଆଳ ଅଟନ୍ତି।
ਕਹੁ ਨਾਨਕ ਹਰਿ ਹਰਿ ਪਦੁ ਚੀਨ ॥
ହେ ନାନକ! ଯିଏ ପ୍ରଭୁ-ପରମେଶ୍ଵରଙ୍କ ମହାନ ପଦ ଅନୁଭୂତି କରିଥାଏ,
ਸਰਬਸੁ ਨਾਮੁ ਭਗਤ ਕਉ ਦੀਨ ॥੮॥੧੧॥
ସେହି ଭକ୍ତକୁ ସେ ସର୍ବସ୍ଵ ନିଜ ନାମର ରୂପରେ ଦେଇଥାନ୍ତି ॥8॥11॥
ਰਾਗੁ ਗਉੜੀ ਮਾਝ ਮਹਲਾ ੫
ରାଗ ଗଉଡି ମାଝ ମହଲା 5 ॥
ੴ ਸਤਿਗੁਰ ਪ੍ਰਸਾਦਿ ॥
ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପାଇହୁଏ।
ਖੋਜਤ ਫਿਰੇ ਅਸੰਖ ਅੰਤੁ ਨ ਪਾਰੀਆ ॥
ଅସଂଖ୍ୟ ପ୍ରାଣୀ ଭଗବାନଙ୍କୁ ଖୋଜୁଥାନ୍ତି, କିନ୍ତୁ, କୌଣସି ପ୍ରାଣିକୁ ଭଗବାନଙ୍କ ମହିମାର ଅନ୍ତ ପ୍ରାପ୍ତ ହୋଇନାହିଁ।
ਸੇਈ ਹੋਏ ਭਗਤ ਜਿਨਾ ਕਿਰਪਾਰੀਆ ॥੧॥
ଯାହା ଉପରେ ଭଗବାନଙ୍କ କୃପା ଦୃଷ୍ଟି ହୋଇଥାଏ, ଏପରି ବ୍ୟକ୍ତି ହିଁ ଭଗବାନଙ୍କ ଭକ୍ତ ହୋଇଥାଏ ॥1॥
ਹਉ ਵਾਰੀਆ ਹਰਿ ਵਾਰੀਆ ॥੧॥ ਰਹਾਉ ॥
ହେ ମୋର ପ୍ରଭୁ! ମୁଁ ତୋ’ ଉପରେ ତନ ଏବଂ ମନରେ ସମର୍ପିତ ଅଟେ ॥1॥ରୁହ॥
ਸੁਣਿ ਸੁਣਿ ਪੰਥੁ ਡਰਾਉ ਬਹੁਤੁ ਭੈਹਾਰੀਆ ॥
ଭବସାଗରର ଭୟାନକ ମାର୍ଗ ବିଷୟରେ ଶୁଣି ଶୁଣି ମୁଁ ଅତ୍ୟନ୍ତ ଭୟଭୀତ ହୋଇଯାଇଛି।
ਮੈ ਤਕੀ ਓਟ ਸੰਤਾਹ ਲੇਹੁ ਉਬਾਰੀਆ ॥੨॥
ଏଣୁ, ମୁଁ ସନ୍ଥଙ୍କ ସାହାରା ନେଇଛି, ହେ ପ୍ରଭୁଙ୍କ ପ୍ରିୟଜନ! ଆପଣ ମୋର ରକ୍ଷା କରନ୍ତୁ ॥2॥