ODIA PAGE 251

ਨਾਮ ਬਿਹੂਨੇ ਨਾਨਕਾ ਹੋਤ ਜਾਤ ਸਭੁ ਧੂਰ ॥੧॥
ହେ ନାନକ! ନାମବିହୀନ ସବୁ ମନୁଷ୍ୟ ଧୁଳି ହୋଇଯାନ୍ତି ॥1॥

ਪਵੜੀ ॥
ପଉଡି ॥

ਧਧਾ ਧੂਰਿ ਪੁਨੀਤ ਤੇਰੇ ਜਨੂਆ ॥
ଧ- ହେ ପ୍ରଭୁ! ତୋର ସନ୍ଥ-ଭକ୍ତଙ୍କ ଚରଣ ଧୁଳି ପବିତ୍ର ଅଟେ।

ਧਨਿ ਤੇਊ ਜਿਹ ਰੁਚ ਇਆ ਮਨੂਆ ॥
ଯାହାର ହୃଦୟରେ ଏହି ଧୂଳିର ଇଚ୍ଛା ଥାଏ, ସେ ଭାଗ୍ୟଶାଳୀ ଅଟେ।

ਧਨੁ ਨਹੀ ਬਾਛਹਿ ਸੁਰਗ ਨ ਆਛਹਿ ॥
ଏପରି ଲୋକ ଧନ କିମ୍ବା ସ୍ଵର୍ଗ ଚାହାନ୍ତି ନାହିଁ ।

ਅਤਿ ਪ੍ਰਿਅ ਪ੍ਰੀਤਿ ਸਾਧ ਰਜ ਰਾਚਹਿ ॥
କାରଣ, ସେ ପ୍ରିୟ ପ୍ରଭୁଙ୍କ ପ୍ରେମ ଏବଂ ସନ୍ଥଙ୍କ ଚରଣ ଧୂଳିରେ ମଗ୍ନ ରହିଥାଏ।

ਧੰਧੇ ਕਹਾ ਬਿਆਪਹਿ ਤਾਹੂ ॥
ସାଂସାରିକ ମାୟାର ବନ୍ଧନ ତାହା ଉପରେ ପ୍ରଭାବ ପକାଏ ନାହିଁ,

ਜੋ ਏਕ ਛਾਡਿ ਅਨ ਕਤਹਿ ਨ ਜਾਹੂ ॥
ଯିଏ ଈଶ୍ବରଙ୍କ ସାହାରା ତ୍ୟାଗ କରି ଆଉ କେଉଁଠିକୁ ଯାଏ ନାହିଁ।

ਜਾ ਕੈ ਹੀਐ ਦੀਓ ਪ੍ਰਭ ਨਾਮ ॥
ହେ ନାନକ! ଯେଉଁ ବ୍ୟକ୍ତିର ହୃଦୟରେ ପ୍ରଭୁ ନିଜ ନାମ ବସାଇଛନ୍ତି,

ਨਾਨਕ ਸਾਧ ਪੂਰਨ ਭਗਵਾਨ ॥੪॥
ସେହି ବ୍ୟକ୍ତି ଭଗବାନଙ୍କ ପୂର୍ଣ୍ଣ ସନ୍ଥ ଅଟେ ॥4॥

ਸਲੋਕ ॥
ଶ୍ଳୋକ ॥

ਅਨਿਕ ਭੇਖ ਅਰੁ ਙਿਆਨ ਧਿਆਨ ਮਨਹਠਿ ਮਿਲਿਅਉ ਨ ਕੋਇ ॥
ଅନେକ ଧାର୍ମିକ ବେଶ ଧାରଣ କରି ଓ ଜ୍ଞାନ, ଧ୍ୟାନ ଏବଂ ମନରେ ଭଗବାନଙ୍କ ଠାରେ ସୁରତି ଲଗାଇଲେ କେହି ମଧ୍ୟ ଈଶ୍ବରଙ୍କ ସହିତ ମିଶିପାରେ ନାହିଁ।

ਕਹੁ ਨਾਨਕ ਕਿਰਪਾ ਭਈ ਭਗਤੁ ਙਿਆਨੀ ਸੋਇ ॥੧॥
ହେ ନାନକ! ଯେଉଁ ବ୍ୟକ୍ତି ଉପରେ ଈଶ୍ବରଙ୍କ କୃପା ହୋଇଥାଏ, ସେ ଭକ୍ତ ଏବଂ ଜ୍ଞାନୀ ଅଟେ ॥1॥

ਪਉੜੀ ॥
ପଉଡି ॥

ਙੰਙਾ ਙਿਆਨੁ ਨਹੀ ਮੁਖ ਬਾਤਉ ॥
ଡ- ଜ୍ଞାନ କେବଳ ମୌଖିକ କଥାରେ ପ୍ରାପ୍ତ ହୁଏନାହିଁ।

ਅਨਿਕ ਜੁਗਤਿ ਸਾਸਤ੍ਰ ਕਰਿ ਭਾਤਉ ॥
ଶାସ୍ତ୍ରରେ କୁହାଯାଇଥିବାନେକ ବିଧି ଓ ଯୁକ୍ତି ଦ୍ଵାରା ମଧ୍ୟ ପ୍ରାପ୍ତ ହୁଏନାହିଁ।

ਙਿਆਨੀ ਸੋਇ ਜਾ ਕੈ ਦ੍ਰਿੜ ਸੋਊ ॥
କେବଳ ସେ ହିଁ ଜ୍ଞାନୀ ଅଟେ , ଯାହାର ହୃଦୟରେ ପ୍ରଭୁ ବାସ କରନ୍ତି।

ਕਹਤ ਸੁਨਤ ਕਛੁ ਜੋਗੁ ਨ ਹੋਊ ॥
କହିବା ଏବଂ ଶୁଣିବା ଦ୍ଵାରା ମନୁଷ୍ୟ ମୂଳ ରୂପରେ ହିଁ ଯୋଗ୍ୟ ହୁଏନାହିଁ।

ਙਿਆਨੀ ਰਹਤ ਆਗਿਆ ਦ੍ਰਿੜੁ ਜਾ ਕੈ ॥
ଯେଉଁ ମନୁଷ୍ୟ ପ୍ରଭୁଙ୍କ ଆଜ୍ଞା ମାନିବା ପାଇଁ ତତ୍ପର ରହିଥାଏ, ସେ ଈଶ୍ବରଙ୍କ ବାସ୍ତବିକ ଜ୍ଞାନୀ ଅଟେ।

ਉਸਨ ਸੀਤ ਸਮਸਰਿ ਸਭ ਤਾ ਕੈ ॥
ଗରମ ଓ ଥଣ୍ଡା (ଦୁଃଖ ଓ ସୁଖ) ସବୁ ତାହା ପାଇଁ ସମାନ ଅଟେ।

ਙਿਆਨੀ ਤਤੁ ਗੁਰਮੁਖਿ ਬੀਚਾਰੀ ॥
ହେ ନାନକ! ଜ୍ଞାନୀ ସେ ଅଟେ, ଯିଏ ଗୁରୁଙ୍କ ଶରଣରେ ପ୍ରଭୁଙ୍କ ଭଜନ କରିଥାଏ।

ਨਾਨਕ ਜਾ ਕਉ ਕਿਰਪਾ ਧਾਰੀ ॥੫॥
ଆଉ ଯାହା ଉପରେ ସେ ନିଜ କୃପା କରିଥାନ୍ତି ॥5॥

ਸਲੋਕੁ ॥
ଶ୍ଳୋକ ॥

ਆਵਨ ਆਏ ਸ੍ਰਿਸਟਿ ਮਹਿ ਬਿਨੁ ਬੂਝੇ ਪਸੁ ਢੋਰ ॥
ଆସିବା ବାଲା ସୃଷ୍ଟିରେ ଆସିଥାଏ, ପରନ୍ତୁ, ଜୀବନର ସତମାର୍ଗ ବୁଝିବା ବିନା ସେ ପଶୁ ଭଳି ରହିଥାଏ।

ਨਾਨਕ ਗੁਰਮੁਖਿ ਸੋ ਬੁਝੈ ਜਾ ਕੈ ਭਾਗ ਮਥੋਰ ॥੧॥
ହେ ନାନକ! ଗୁରୁଙ୍କ ଶରଣରେ କେବଳ ସିଏ ପ୍ରଭୁଙ୍କୁ ବୁଝିଥାଏ, ଯାହାର ମସ୍ତକ ଉପରେ ଭାଗ୍ୟରେଖା ଥାଏ। ॥1॥

ਪਉੜੀ ॥
ପଉଡି ॥

ਯਾ ਜੁਗ ਮਹਿ ਏਕਹਿ ਕਉ ਆਇਆ ॥
ଏହି ଜଗତରେ ମନୁଷ୍ୟ ପ୍ରଭୁଙ୍କ ଭଜନ କରିବା ପାଇଁ ଜନ୍ମ ନେଇଛି,

ਜਨਮਤ ਮੋਹਿਓ ਮੋਹਨੀ ਮਾਇਆ ॥
କିନ୍ତୁ, ଜନ୍ମ କାଳରୁ ହିଁ ମାୟା ତାହାକୁ ମୁଗ୍ଧ କରି ରଖିଛି।

ਗਰਭ ਕੁੰਟ ਮਹਿ ਉਰਧ ਤਪ ਕਰਤੇ ॥
ମାତାର ଗର୍ଭରେ ଓଲଟି ରହି ପ୍ରାଣୀ ତପସ୍ୟା କରୁଥିଲା।

ਸਾਸਿ ਸਾਸਿ ਸਿਮਰਤ ਪ੍ਰਭੁ ਰਹਤੇ ॥
ସେଠାରେ ପ୍ରତି ଶ୍ଵାସରେ ପ୍ରଭୁଙ୍କ ଆରାଧନା କରୁଥିଲା।

ਉਰਝਿ ਪਰੇ ਜੋ ਛੋਡਿ ਛਡਾਨਾ ॥
ସେ ମାୟାଥରେ ଖୁସି ହୋଇଗଲା, ଯାହାକୁ ସେ ଅବଶ୍ୟ ଛାଡିବାକୁ ପଡିବ।

ਦੇਵਨਹਾਰੁ ਮਨਹਿ ਬਿਸਰਾਨਾ ॥
ଦାତା ପ୍ରଭୁଙ୍କୁ ସେ ନିଜ ହୃଦୟରେ ବିସ୍ମୃତ କରିଦେଇଥାଏ।

ਧਾਰਹੁ ਕਿਰਪਾ ਜਿਸਹਿ ਗੁਸਾਈ ॥
ହେ ନାନକ! ଗୋସାଇଁ ଯେଉଁ ବ୍ୟକ୍ତି ଉପରେ କୃପା କରିଥାନ୍ତି,

ਇਤ ਉਤ ਨਾਨਕ ਤਿਸੁ ਬਿਸਰਹੁ ਨਾਹੀ ॥੬॥
ସେ ଲୋକ-ପରଲୋକରେ ତାହାଙ୍କୁ ଭୁଲେ ନାହିଁ। ॥6॥

ਸਲੋਕੁ ॥
ଶ୍ଳୋକ ॥

ਆਵਤ ਹੁਕਮਿ ਬਿਨਾਸ ਹੁਕਮਿ ਆਗਿਆ ਭਿੰਨ ਨ ਕੋਇ ॥
ମନୁଷ୍ୟ ଈଶ୍ବରଙ୍କ ହୁକୁମରୁ ଦୁନିଆରେ ଜନ୍ମ ନେଇଥାଏ, ତାହାଙ୍କ ହୁକୁମରେ ମୃତ୍ୟୁ ପ୍ରାପ୍ତ କରିଥାଏ, କେହି ମଧ୍ୟ ଈଶ୍ବରଙ୍କ ହୁକୁମକୁ ବିରୋଧ କରେ ନାହିଁ।

ਆਵਨ ਜਾਨਾ ਤਿਹ ਮਿਟੈ ਨਾਨਕ ਜਿਹ ਮਨਿ ਸੋਇ ॥੧॥
ହେ ନାନକ! ଯେଉଁ ମନୁଷ୍ୟ ହୃଦୟରେ ଇଶ୍ଵର ନିବାସ କରିଥାନ୍ତି, ତାହାର ଜନ୍ମ ମରଣ ଚକ୍ର ଦୂର ହୋଇଯାଏ। ॥1॥

ਪਉੜੀ ॥
ପଉଡି ॥

ਏਊ ਜੀਅ ਬਹੁਤੁ ਗ੍ਰਭ ਵਾਸੇ ॥
ସେ ପ୍ରାଣୀ ଅନେକ ଯୋନିରେ ବାସ କରିଥାଏ,

ਮੋਹ ਮਗਨ ਮੀਠ ਜੋਨਿ ਫਾਸੇ ॥
ମିଠା ମୋହରେ ମସ୍ତ ହୋଇ ପ୍ରାଣୀ ଯୋନିର ଚକ୍ରରେ ଫସି ଯାଇଥାଏ।

ਇਨਿ ਮਾਇਆ ਤ੍ਰੈ ਗੁਣ ਬਸਿ ਕੀਨੇ ॥
ଏହି ମୋହିନୀ (ପ୍ରାଣୀକୁ) ନିଜ ତିନି ଗୁଣର ବଶରେ ରଖିଅଛି।

ਆਪਨ ਮੋਹ ਘਟੇ ਘਟਿ ਦੀਨੇ ॥
ଏହି ମୋହିନୀ ପ୍ରତ୍ୟେକ ପ୍ରାଣୀର ହୃଦୟରେ ନିଜ ମୋହ ଲଗାଇଛି।

ਏ ਸਾਜਨ ਕਛੁ ਕਹਹੁ ਉਪਾਇਆ ॥
ହେ ମିତ୍ର! ମୋତେ ଏପରି କୌଣସି ଉପାୟ କୁହ,

ਜਾ ਤੇ ਤਰਉ ਬਿਖਮ ਇਹ ਮਾਇਆ ॥
ଯେଉଥିରେ ମୋହିନୀର ବିଷମ ସାଗର ପାର ହୋଇପାରିବି।

ਕਰਿ ਕਿਰਪਾ ਸਤਸੰਗਿ ਮਿਲਾਏ ॥
ହେ ନାନକ! ଯେଉଁ ବ୍ୟକ୍ତି ଉପରେ ଇଶ୍ଵର କୃପା ଦୃଷ୍ଟି କରି ସତସଙ୍ଗରେ ମିଳାନ୍ତି,

ਨਾਨਕ ਤਾ ਕੈ ਨਿਕਟਿ ਨ ਮਾਏ ॥੭॥
ମାୟା ତାହାର ନିକଟକୁ ଯାଏ ନାହିଁ ॥7॥

ਸਲੋਕੁ ॥
ଶ୍ଳୋକ ॥

ਕਿਰਤ ਕਮਾਵਨ ਸੁਭ ਅਸੁਭ ਕੀਨੇ ਤਿਨਿ ਪ੍ਰਭਿ ਆਪਿ ॥
ଇଶ୍ଵର ସ୍ଵୟଂ ପ୍ରାଣୀଙ୍କ ଠାରେ ବିଦ୍ୟମାନ ହୋଇ ତାହା ଦ୍ଵାରା ଶୁଭ-ଅଶୁଭ କର୍ମ କରାଇ ଥାଆନ୍ତି।

ਪਸੁ ਆਪਨ ਹਉ ਹਉ ਕਰੈ ਨਾਨਕ ਬਿਨੁ ਹਰਿ ਕਹਾ ਕਮਾਤਿ ॥੧॥
କିନ୍ତୁ, ମୂର୍ଖ ମନୁଷ୍ୟ ଅହଂକାର ଏବଂ ଅଭିମାନ କରିଥାଏ, ହେ ନାନକ! ଭଗବାନଙ୍କ ବିନା ପ୍ରାଣୀ କିଛି କରିପାରେ ନାହିଁ। ॥1॥

ਪਉੜੀ ॥
ପଉଡି ॥

ਏਕਹਿ ਆਪਿ ਕਰਾਵਨਹਾਰਾ ॥
ଏକ ଇଶ୍ଵର ହିଁ ପ୍ରାଣୀଙ୍କ ଦ୍ଵାରା କର୍ମ କରାନ୍ତି।

ਆਪਹਿ ਪਾਪ ਪੁੰਨ ਬਿਸਥਾਰਾ ॥
ସେ ସ୍ଵୟଂ ପାପ ଓ ପୁଣ୍ୟର ପ୍ରସାର କରିଥାନ୍ତି।

ਇਆ ਜੁਗ ਜਿਤੁ ਜਿਤੁ ਆਪਹਿ ਲਾਇਓ ॥
ଜନ୍ମ ସମୟରେ ପ୍ରଭୁ ଯେଉଁ ଆଡେ ପ୍ରାଣିକୁ ଲଗାଇବେ , ପ୍ରାଣୀ ସେହି ଆଡେ ଲାଗିଥାଏ।

ਸੋ ਸੋ ਪਾਇਓ ਜੁ ਆਪਿ ਦਿਵਾਇਓ ॥
ଇଶ୍ଵର ଯାହା କିଛି ସ୍ଵୟଂ ପ୍ରଦାନ କରିଥାନ୍ତି, ସେ ତାହା ପ୍ରାପ୍ତ କରିଥାଏ।

ਉਆ ਕਾ ਅੰਤੁ ਨ ਜਾਨੈ ਕੋਊ ॥
ସେହି ଈଶ୍ବରଙ୍କ ଅନ୍ତ କେହି ଜାଣନ୍ତି ନାହିଁ।

ਜੋ ਜੋ ਕਰੈ ਸੋਊ ਫੁਨਿ ਹੋਊ ॥
ସଂସାରରେ ପ୍ରଭୁ ଯାହା କିଛି କରିଥାନ୍ତି, ତାହା ହିଁ ହୋଇଥାଏ।

ਏਕਹਿ ਤੇ ਸਗਲਾ ਬਿਸਥਾਰਾ ॥
ଏହି ଜଗତର ପ୍ରସାର କେବଳ ଈଶ୍ଵରଙ୍କ ଦ୍ଵାରା ହୋଇଥାଏ।

ਨਾਨਕ ਆਪਿ ਸਵਾਰਨਹਾਰਾ ॥੮॥
ହେ ନାନକ! ଇଶ୍ଵର ସ୍ଵୟଂ ହିଁ ଜୀବର ଜୀବନ ପାଳନ କରିଥାନ୍ତି। ॥8॥

ਸਲੋਕੁ ॥
ଶ୍ଳୋକ ॥

ਰਾਚਿ ਰਹੇ ਬਨਿਤਾ ਬਿਨੋਦ ਕੁਸਮ ਰੰਗ ਬਿਖ ਸੋਰ ॥
ମନୁଷ୍ୟ ନାରୀ ଏବଂ ଐଶ୍ଵର୍ଯ୍ୟ-ବିଳାସରେ ଲୀନ ରହିଥାଏ, ବିକାର କୁସୁମ ଫୁଲ ଭଳି କ୍ଷଣଭଙ୍ଗୁର ଅଟେ।

ਨਾਨਕ ਤਿਹ ਸਰਨੀ ਪਰਉ ਬਿਨਸਿ ਜਾਇ ਮੈ ਮੋਰ ॥੧॥
ହେ ନାନକ! ମୁଁ ତ ସେହି ଈଶ୍ଵରଙ୍କ ଶରଣ ନେଉଛି, ଯାହାଙ୍କ କୃପାରୁ ଅହଂକାର ଏବଂ ମୋହ ଦୂର ହୋଇଯାଇଛି ॥1॥

error: Content is protected !!