Odia Page 943

ਪਵਨ ਅਰੰਭੁ ਸਤਿਗੁਰ ਮਤਿ ਵੇਲਾ ॥
(ଗୁରୁ ନାନକ ଦେବ ଉତ୍ତର ଦିଅନ୍ତି ଯେ) ସୃଷ୍ଟିର ଆରମ୍ଭ ପବନ ରୂପୀ ଶ୍ୱାସ ଅଟେ। ଏହା ମାନବ ଜୀବନ ସତ୍ ଗୁରୁଙ୍କ ଉପଦେଶ ନେବାର ଶୁଭ ଅବସର ଅଟେ।

ਸਬਦੁ ਗੁਰੂ ਸੁਰਤਿ ਧੁਨਿ ਚੇਲਾ ॥
ଶବ୍ଦ ମୋର ଗୁରୁ ଅଟେ ଏବଂ ଶବ୍ଦ ର ଧ୍ଵନି କୁ ଶୁଣିବା ବାଲା ସୁରତି ତାହାର ଚେଲା ଅଟେ।

ਅਕਥ ਕਥਾ ਲੇ ਰਹਉ ਨਿਰਾਲਾ ॥
ଅକଥନୀୟ ପ୍ରଭୁଙ୍କ କଥା ନେଇକରି ମୁଁ ଦୁନିଆରୁ ନିର୍ଲିପ୍ତ ରହୁଛି।

ਨਾਨਕ ਜੁਗਿ ਜੁਗਿ ਗੁਰ ਗੋਪਾਲਾ ॥
ହେ ନାନକ ! ଯୁଗ ଯୁଗାନ୍ତରଏକମାତ୍ର ପରମାତ୍ମାହିଁ ବିଦ୍ୟମାନ ଅଟେ।

ਏਕੁ ਸਬਦੁ ਜਿਤੁ ਕਥਾ ਵੀਚਾਰੀ ॥
ଏକ ଶବ୍ଦ ହିଁ ଅଟେ, ଯାହାର କଥାର ବିଚାର କରିଛି।

ਗੁਰਮੁਖਿ ਹਉਮੈ ਅਗਨਿ ਨਿਵਾਰੀ ॥੪੪॥
ଗୁରୁ ଦ୍ଵାରା ଅହଂ ରୂପୀ ଅଗ୍ନି କୁ ମନରୁ ଦୂର କରି ଦେଇଛି।। 44 ।।

ਮੈਣ ਕੇ ਦੰਤ ਕਿਉ ਖਾਈਐ ਸਾਰੁ ॥
(ସିଦ୍ଧ ପ୍ରଶ୍ନ କଲେ ଯେ) ମହମର ଦାନ୍ତ ଦ୍ଵାରା ଲୁହା କୁ କେମିତି ଖାଇହେବ?

ਜਿਤੁ ਗਰਬੁ ਜਾਇ ਸੁ ਕਵਣੁ ਆਹਾਰੁ ॥
ସେ କିପରି ଭୋଜନ ଅଟେ, ଯାହାକୁ ଖାଇବା ଦ୍ଵାରା ମନର ଅଭିମାନ ଦୂର ହୋଇଯାଏ?”

ਹਿਵੈ ਕਾ ਘਰੁ ਮੰਦਰੁ ਅਗਨਿ ਪਿਰਾਹਨੁ ॥
ଯଦି ରହିବା ପାଇଁ ବରଫର ଘର ତିଆରି ହୋଇଥାଏ ତେବେ ଅଗ୍ନି ର କେଉଁ ପୋଷାକ ପିନ୍ଧା ଯାଇପାରିବ?

ਕਵਨ ਗੁਫਾ ਜਿਤੁ ਰਹੈ ਅਵਾਹਨੁ ॥
ସେ କେଉଁ ଭଳି ଗୁମ୍ଫା, ଯେଉଁଥିରେ ମନ ସ୍ଥିର ରହିଥାଏ?”

ਇਤ ਉਤ ਕਿਸ ਕਉ ਜਾਣਿ ਸਮਾਵੈ ॥
ଲୋକ ପର ଲୋକ ରେ ଏହି ମନ କାହାକୁ ଜାଣିକରି ସେଥିରେ ଲୀନ ହୋଇଯାଏ?

ਕਵਨ ਧਿਆਨੁ ਮਨੁ ਮਨਹਿ ਸਮਾਵੈ ॥੪੫॥
ସେ କିଭଳି ଧ୍ୟାନ ଅଟେ, ଯେଉଁଥିରେ ମନ ନିଜେ ହିଁ ବିଲୀନ ହୋଇଯାଏ।। 45  ।।

ਹਉ ਹਉ ਮੈ ਮੈ ਵਿਚਹੁ ਖੋਵੈ ॥
“(ଗୁରୁଜୀ ଉତ୍ତର ଦିଅନ୍ତି ଯେ -) ଯେଉଁ ବ୍ୟକ୍ତି ଅହଙ୍କାର ଏବଂ ମମତା ର ଭାବନା କୁ ମନରୁ ଦୂର କରିଦିଏ,

ਦੂਜਾ ਮੇਟੈ ਏਕੋ ਹੋਵੈ ॥
ସେ ନିଜର ଅସୁବିଧା ଦୂର କରି ଇଶ୍ଵର ଙ୍କ ହିଁ ରୂପ ହୋଇଯାଏ।

ਜਗੁ ਕਰੜਾ ਮਨਮੁਖੁ ਗਾਵਾਰੁ ॥
ମୁର୍ଖ ସ୍ୱେଚ୍ଛଚାରୀ ଜୀବ ପାଇଁ ଏହି ଜଗତ ଲୁହା ହିଁ ଅଟେ।

ਸਬਦੁ ਕਮਾਈਐ ਖਾਈਐ ਸਾਰੁ ॥
ଯିଏ ଶବ୍ଦ ର ସାଧନା କରେ, ସେ ହିଁ ଟାଣ ଲୁହାକୁ ଚୋବାଇ ଥାଏ।

ਅੰਤਰਿ ਬਾਹਰਿ ਏਕੋ ਜਾਣੈ ॥
ସେ ଅନ୍ତର ଏବଂ ବାହାର ଜଗତ ରେ ଇଶ୍ଵର ଙ୍କୁ ହିଁ ବ୍ୟାପକ ମାନନ୍ତି।

ਨਾਨਕ ਅਗਨਿ ਮਰੈ ਸਤਿਗੁਰ ਕੈ ਭਾਣੈ ॥੪੬॥
ସତ୍ୟ ର ଭୟରେ ଲୀନ ହୋଇଥିବା ଜୀବ ଯେବେ ନିଜର ଗର୍ବର ନିବାରଣ କରିଥାଏ,

ਏਕੋ ਜਾਤਾ ਸਬਦੁ ਵੀਚਾਰੈ ॥
ତେବେ ସେ ପରମେଶ୍ବର ଙ୍କ ସତ୍ତା କୁ ଜାଣିକରି ଶବ୍ଦ ର ହିଁ ଚିନ୍ତନ କରିଥାଏ।

ਸਬਦੁ ਵਸੈ ਸਚੁ ਅੰਤਰਿ ਹੀਆ ॥
ଏହି ପ୍ରକାର ତାହାର ଅନ୍ତର ମନରେ ପ୍ରଭୁ ଶବ୍ଦ ର ନିବାସ ହୋଇଯାଏ,

ਤਨੁ ਮਨੁ ਸੀਤਲੁ ਰੰਗਿ ਰੰਗੀਆ ॥
ତାହାର ମନ ଶରୀର ଶୀତଳ ହୋଇଯାଏ ଏବଂ ସେ ପରମାତ୍ମାଙ୍କ ରଙ୍ଗରେ ରଙ୍ଗୀନ ହୋଇଯାଏ।

ਕਾਮੁ ਕ੍ਰੋਧੁ ਬਿਖੁ ਅਗਨਿ ਨਿਵਾਰੇ ॥
ସେ ନିଜ ଅନ୍ତର ରୁ କାମ,କ୍ରୋଧ ଏବଂ ବିଷ ରୂପୀ ତୃଷାଗ୍ନୀ କୁ ଦୂର କରିଦିଏ।

ਨਾਨਕ ਨਦਰੀ ਨਦਰਿ ਪਿਆਰੇ ॥੪੭॥
ହେ ନାନକ !  ପ୍ରିୟ ପ୍ରଭୁ ଙ୍କ କୃପା ଦୃଷ୍ଟି ରୁ ସେ ଆନନ୍ଦିତ ହୋଇଯାଆନ୍ତି।  47 ।।

ਕਵਨ ਮੁਖਿ ਚੰਦੁ ਹਿਵੈ ਘਰੁ ਛਾਇਆ ॥
( ସିଦ୍ଧ ମାନେ ପୁଣି ପ୍ରଶ୍ନ କଲେ -) କେମିତି ( ମାନରୂପୀ) ଚନ୍ଦ୍ରମା ବରଫ ରୂପୀ ହୃଦୟ ଘର ରେ ଶୀତଳତାପ୍ରାପ୍ତ କରିଥାଏ?

ਕਵਨ ਮੁਖਿ ਸੂਰਜੁ ਤਪੈ ਤਪਾਇਆ ॥
କେମିତି( ଶକ୍ତି ରୂପୀ) ସୂର୍ଯ ପ୍ରଚଣ୍ଡ ତପ୍ତ ରହିଥାନ୍ତି?

ਕਵਨ ਮੁਖਿ ਕਾਲੁ ਜੋਹਤ ਨਿਤ ਰਹੈ ॥
କିଭଳି ଯମ ନିତ୍ୟ ଜୀବ ମାନଙ୍କ ପ୍ରତି ଦୃଷ୍ଟି କରିଥାନ୍ତି?

ਕਵਨ ਬੁਧਿ ਗੁਰਮੁਖਿ ਪਤਿ ਰਹੈ ॥
କେଉଁ ବୁଦ୍ଧି ଦ୍ଵାରା ଗୁରୁମୁଖୀଙ୍କ ପ୍ରତିଷ୍ଠା ବଜାୟ ରହିଥାଏ?

ਕਵਨੁ ਜੋਧੁ ਜੋ ਕਾਲੁ ਸੰਘਾਰੈ ॥
ସେ କେଉଁ ଯୋଦ୍ଧା, ଯିଏ କାଳର ମଧ୍ୟ ସଂହାର କରିଦିଏ?”

ਬੋਲੈ ਬਾਣੀ ਨਾਨਕੁ ਬੀਚਾਰੈ ॥੪੮॥
ସିଦ୍ଧ ଯାହା କହନ୍ତି, ନାନକ ସେହି ପ୍ରଶ୍ନ ର ବିଚାରକରି ଉତ୍ତର ଦିଅନ୍ତି।।।  48 ।।

ਸਬਦੁ ਭਾਖਤ ਸਸਿ ਜੋਤਿ ਅਪਾਰਾ ॥
( ଗୁରୁ ନାନକ ଉତ୍ତର ଦିଅନ୍ତି ଯେ) ଶବ୍ଦ ଗାନ କରିବା ଦ୍ୱାରା ( ମନ ରୂପୀ) ଚନ୍ଦ୍ରମା ର ହୃଦୟ ଘରେ ଅପାର ଜ୍ୟୋତି ର ପ୍ରକାଶ ହୋଇଯାଏ।

ਸਸਿ ਘਰਿ ਸੂਰੁ ਵਸੈ ਮਿਟੈ ਅੰਧਿਆਰਾ ॥
ଯେବେ ଚନ୍ଦ୍ରମା ଘରେ ସୂର୍ଯ୍ୟଙ୍କ ନିବାସ ହୋଇଯାଏ, ସବୁ ଅନ୍ଧକାର ଲିଭି ଯାଏ।

ਸੁਖੁ ਦੁਖੁ ਸਮ ਕਰਿ ਨਾਮੁ ਅਧਾਰਾ ॥
ଯେବେ ନାମ ଜୀବନ ର ଆଧାର ହୋଇଯାଏ ତେବେ ଜୀବ ସୁଖ ଦୁଃଖକୁ ଏକ ସମାନ ବୁଝିନିଏ।

ਆਪੇ ਪਾਰਿ ਉਤਾਰਣਹਾਰਾ ॥
ପରମାତ୍ମା ସ୍ଵୟଂ ହିଁ ଭବସାଗର ରୁ ପାର କରି ଦିଅନ୍ତି।

ਗੁਰ ਪਰਚੈ ਮਨੁ ਸਾਚਿ ਸਮਾਇ ॥
ଗୁରୁଙ୍କ ସହ ବିଶ୍ୱସ୍ଥ ହୋଇକରିମନ ସତ୍ୟ ରେ ହିଁ ବିଲୀନ ହୋଇଯାଏ 

ਪ੍ਰਣਵਤਿ ਨਾਨਕੁ ਕਾਲੁ ਨ ਖਾਇ ॥੪੯॥
ନାନକ ପ୍ରାର୍ଥନାକରନ୍ତି ଯେ ପୁଣି କାଳ ଜୀବ କୁ ଗ୍ରାସକରେ ନାହିଁ।। 46  ।।

ਨਾਮ ਤਤੁ ਸਭ ਹੀ ਸਿਰਿ ਜਾਪੈ ॥
(ଗୁରୁଜୀ ସିଦ୍ଧ ମାନଙ୍କୁବୁଝନ୍ତି ଯେ) ପ୍ରଭୁ ଙ୍କ ନାମ ତତ୍ତ୍ଵ ସର୍ବୋତ୍ତମ ଅଟେ।

ਬਿਨੁ ਨਾਵੈ ਦੁਖੁ ਕਾਲੁ ਸੰਤਾਪੈ ॥
ନାମ ବିନା ଜୀବ କୁ ମୃତ୍ୟୁର ଦୁଃଖ ଏବଂ ସନ୍ତାପ ଲାଗି ରହିଥାଏ।

ਤਤੋ ਤਤੁ ਮਿਲੈ ਮਨੁ ਮਾਨੈ ॥
ଯେବେ ଆତ୍ମତତ୍ତ୍ଵ ପରମତତ୍ତ୍ୱସହ ମିଶିଯାଏ, ମନ ସନ୍ତୁଷ୍ଟ ହୋଇଯାଏ।

ਦੂਜਾ ਜਾਇ ਇਕਤੁ ਘਰਿ ਆਨੈ ॥
ତାହାର ଦ୍ଵିଧା ଦୂର ହୋଇଯାଏ ଏବଂ ସେ ପ୍ରଭୁ ଚରଣ ରେ ବିଲୀନ ହୋଇଯାଏ।

ਬੋਲੈ ਪਵਨਾ ਗਗਨੁ ਗਰਜੈ ॥
ଯେବେ ପ୍ରାଣ ରୂପୀ ପବନ ପ୍ରଭୁ ଙ୍କ ନାମ କୁହେ, ଦଶମ ଦ୍ଵାର ରୂପୀ ଆକାଶ ଗର୍ଜନ କରିଥାଏ।  

ਨਾਨਕ ਨਿਹਚਲੁ ਮਿਲਣੁ ਸਹਜੈ ॥੫੦॥
ହେ ନାନକ ! ନାମ ସ୍ମରଣ ରୁ ମନ ନିଶ୍ଚଳ ହୋଇଯାଏ ଏବଂ ସ୍ଵାଭାବିକ ଭାବରେ ହିଁ ତାହାର ସତ୍ୟ ସହ ମିଳନ ହୋଇଯାଏ।। 50 ।।

ਅੰਤਰਿ ਸੁੰਨੰ ਬਾਹਰਿ ਸੁੰਨੰ ਤ੍ਰਿਭਵਣ ਸੁੰਨ ਮਸੁੰਨੰ ॥
ଜୀବ ର ଅନ୍ତରଏବଂ ବାହାର ଶୂନ୍ୟ( ପ୍ରଭୁ) ହିଁ ସ୍ଥିତ ଅଟନ୍ତି। ତିନି ଲୋକରେ ଶୂନ୍ୟ ର ହିଁ ସତ୍ତା ଅଛି।   

ਚਉਥੇ ਸੁੰਨੈ ਜੋ ਨਰੁ ਜਾਣੈ ਤਾ ਕਉ ਪਾਪੁ ਨ ਪੁੰਨੰ ॥
ଯେଉଁ ବ୍ୟକ୍ତି ଚତୁର୍ଥ ଅବସ୍ଥାରେ ଶୂନ୍ୟକୁ ଜାଣିନିଏ, ତାହାକୁ ପାପ-ପୂଣ୍ୟ ପ୍ରଭାବିତ କରେ ନାହିଁ।

ਘਟਿ ਘਟਿ ਸੁੰਨ ਕਾ ਜਾਣੈ ਭੇਉ ॥
ସେ ଘଟ ଘଟରେ ବ୍ୟାପକ ଶୂନ୍ୟର ଭେଦ ପ୍ରାପ୍ତ କରିନିଏ ଏବଂ 

ਆਦਿ ਪੁਰਖੁ ਨਿਰੰਜਨ ਦੇਉ ॥
ଆଦିପୁରୁଷ, ନିରଞ୍ଜନର ବୋଧ ପ୍ରାପ୍ତ କରିନିଏ।

ਜੋ ਜਨੁ ਨਾਮ ਨਿਰੰਜਨ ਰਾਤਾ ॥
ହେ ନାନକ ! ଯେଉଁ ବ୍ୟକ୍ତି ନିରଞ୍ଜନ ନାମ ରେ ଲୀନ ହୋଇଯାଏ,

ਨਾਨਕ ਸੋਈ ਪੁਰਖੁ ਬਿਧਾਤਾ ॥੫੧॥
ସେ ବିଧାତାର ରୂପ ହୋଇଯାଏ।।  51 ।।

ਸੁੰਨੋ ਸੁੰਨੁ ਕਹੈ ਸਭੁ ਕੋਈ ॥
(ସିଦ୍ଧ ମାନେ ପୁଣି ପ୍ରଶ୍ନ କରିଲେ -) ପ୍ରତ୍ୟେକ ବ୍ୟକ୍ତି ଶୂନ୍ୟ ଶୂନ୍ୟ କହୁଥାଏ।

ਅਨਹਤ ਸੁੰਨੁ ਕਹਾ ਤੇ ਹੋਈ ॥
କିନ୍ତୁ ଏହି ଅନାହତ ଶୂନ୍ୟ କେଉଁ ଠାରୁ ଜନ୍ମ ହୋଇଛି?

ਅਨਹਤ ਸੁੰਨਿ ਰਤੇ ਸੇ ਕੈਸੇ ॥
ଯିଏ ଅନାହତ ଶୂନ୍ୟରେ ପ୍ରବୃତ୍ତ ହୋଇଛି, ସେ କେମିତି ଅଟନ୍ତି?”

ਜਿਸ ਤੇ ਉਪਜੇ ਤਿਸ ਹੀ ਜੈਸੇ ॥
“( ଗୁରୁ ନାନକ ଦେବ ଉତ୍ତର ଦିଅନ୍ତି – ) ଯେଉଁ ପରମାତ୍ମାଙ୍କ ଠାରୁ ଏହା ଉତ୍ପନ୍ନ ହୋଇଛି, ସେ ସେହିପରି ହିଁ ହୋଇଯାନ୍ତି।

ਓਇ ਜਨਮਿ ਨ ਮਰਹਿ ਨ ਆਵਹਿ ਜਾਹਿ ॥
ସେ ଜନ୍ମ ମରଣ ରୁ ରକ୍ଷା ପାଇ ଯାଆନ୍ତି, ଏଣୁ ସେ ଜନ୍ମ ନେଇକରି ଆସନ୍ତି ନାହିଁ ଏବଂ ନା ମୃତ୍ୟୁ ପ୍ରାପ୍ତ କରି ଏଠାରୁ ଯାଆନ୍ତି।

ਨਾਨਕ ਗੁਰਮੁਖਿ ਮਨੁ ਸਮਝਾਹਿ ॥੫੨॥
ହେ ନାନକ! ଗୁରୁମୁଖୀ  ଭୁଲିଯାଇଥିବା ମନକୁ ବୁଝାଇ ନିଏ।।। 52 ।।

ਨਉ ਸਰ ਸੁਭਰ ਦਸਵੈ ਪੂਰੇ ॥
ଯେବେ ମନୁଷ୍ୟର ଦୁଇ ଆଖି, ଦୁଇ କାନ, ନାକ, ମୁହଁ ଇତ୍ୟାଦି ନଅଟି ସରୋବର ନାମ ଅମୃତ ରେ ଭରି ଯାଏ,

ਤਹ ਅਨਹਤ ਸੁੰਨ ਵਜਾਵਹਿ ਤੂਰੇ ॥
ତାହାର ଦଶମ ଦ୍ଵାରା ମଧ୍ୟ ନାମ ଅମୃତ ରେ ପରିପୂର୍ଣ୍ଣ ହୋଇଯାଏ ଏବଂ ସେତେବେଳେ ସେ 

ਸਾਚੈ ਰਾਚੇ ਦੇਖਿ ਹਜੂਰੇ ॥
ସେହି ସତ୍ୟକୁ ସାକ୍ଷାତ ଦେଖିକରି ସେଥିରେ ହିଁ ଲୀନ ହୋଇଯାଆନ୍ତି

ਘਟਿ ਘਟਿ ਸਾਚੁ ਰਹਿਆ ਭਰਪੂਰੇ ॥
କାହିଁକି ନା ଘଟ ଘଟରେ ସତ୍ୟସ୍ୱରୂପ ପରମାତ୍ମା ବ୍ୟାପ୍ତ ହୋଇଛନ୍ତି।

error: Content is protected !!