ODIA PAGE 264

ਅਸਟਪਦੀ ॥

ਜਹ ਮਾਤ ਪਿਤਾ ਸੁਤ ਮੀਤ ਨ ਭਾਈ ॥
ଯେଉଁଠାରେ ମାତା, ପିତା, ପୁତ୍ର, ମିତ୍ର, ଭାଇ କେହି ସାଥି ବନେ ନାହିଁ,

ਮਨ ਊਹਾ ਨਾਮੁ ਤੇਰੈ ਸੰਗਿ ਸਹਾਈ ॥
ସେଠାରେ ହେ ମନ! ପ୍ରଭୁଙ୍କ ନାମ ତୋର ସହାୟତା କରିବାବାଲା ଅଟେ।

ਜਹ ਮਹਾ ਭਇਆਨ ਦੂਤ ਜਮ ਦਲੈ ॥
ଯେଉଁଠି ବଡ ଭୟାନକ ଯମଦୂତର ଦଳ ଅଛି

ਤਹ ਕੇਵਲ ਨਾਮੁ ਸੰਗਿ ਤੇਰੈ ਚਲੈ ॥
ସେଇଠି ତୋର ସାଥିରେ କେବଳ ପ୍ରଭୁଙ୍କ ନାମ ହିଁ ଯାଇଥାଏ।

ਜਹ ਮੁਸਕਲ ਹੋਵੈ ਅਤਿ ਭਾਰੀ ॥
ଯେଉଁଠି ଅଧିକ କଷ୍ଟ ହୋଇଥାଏ

ਹਰਿ ਕੋ ਨਾਮੁ ਖਿਨ ਮਾਹਿ ਉਧਾਰੀ ॥
ସେଇଠି ପ୍ରଭୁଙ୍କ ନାମ ପଲକ ମାତ୍ରକେ ବଞ୍ଚାଇ ଦିଏ।

ਅਨਿਕ ਪੁਨਹਚਰਨ ਕਰਤ ਨਹੀ ਤਰੈ ॥
ଅନେକ ଧାର୍ମିକ କାର୍ଯ୍ୟ କରି ମଧ୍ୟ ମନୁଷ୍ୟ ପାପରୁ ବଞ୍ଚେ ନାହିଁ,

ਹਰਿ ਕੋ ਨਾਮੁ ਕੋਟਿ ਪਾਪ ਪਰਹਰੈ ॥
ପ୍ରଭୁଙ୍କ ନାମ କୋଟି କୋଟି ପାପର ନାଶ କରିଦିଏ।

ਗੁਰਮੁਖਿ ਨਾਮੁ ਜਪਹੁ ਮਨ ਮੇਰੇ ॥
ହେ ମୋର ମନ! ଗୁରୁଙ୍କ ଶରଣ ପଡି ପ୍ରଭୁଙ୍କ ନାମ ଜପ।

ਨਾਨਕ ਪਾਵਹੁ ਸੂਖ ਘਨੇਰੇ ॥੧॥
ହେ ନାନକ! (ନାମର କୃପାରୁ)ଏପରି ବଡ ସୁଖ ପାଇବ। ॥1॥

ਸਗਲ ਸ੍ਰਿਸਟਿ ਕੋ ਰਾਜਾ ਦੁਖੀਆ ॥

ਹਰਿ ਕਾ ਨਾਮੁ ਜਪਤ ਹੋਇ ਸੁਖੀਆ ॥
କିନ୍ତୁ ପ୍ରଭୁଙ୍କ ନାମ ଜପିଲେ ସୁଖୀ ହୋଇଯାଏ;

ਲਾਖ ਕਰੋਰੀ ਬੰਧੁ ਨ ਪਰੈ ॥
ମନୁଷ୍ୟ କୋଟି କୋଟି ବନ୍ଧନରେ ଫସିଥାଉ, କିନ୍ତୁ

ਹਰਿ ਕਾ ਨਾਮੁ ਜਪਤ ਨਿਸਤਰੈ ॥
ପ୍ରଭୁଙ୍କ ନାମ ଜପିଲେ ସେ ମୁକ୍ତ ହୋଇଯାଏ।

ਅਨਿਕ ਮਾਇਆ ਰੰਗ ਤਿਖ ਨ ਬੁਝਾਵੈ ॥
ଧନ-ଦଉଲତର ଅତ୍ୟଧିକ ଖୁସି ମନୁଷ୍ୟର ତୃଷ୍ଣା ମେଣ୍ଟାଇ ପାରେ ନାହିଁ, କିନ୍ତୁ

ਹਰਿ ਕਾ ਨਾਮੁ ਜਪਤ ਆਘਾਵੈ ॥
ଈଶ୍ବରଙ୍କ ନାମ ସ୍ମରଣ କରିଲେ ସେ ତୃପ୍ତ ହୋଇଯାଏ।

ਜਿਹ ਮਾਰਗਿ ਇਹੁ ਜਾਤ ਇਕੇਲਾ ॥
ଯେଉଁ (ଯମ) ମାର୍ଗରେ ପ୍ରାଣୀ ଏକା ଯାଏ,

ਤਹ ਹਰਿ ਨਾਮੁ ਸੰਗਿ ਹੋਤ ਸੁਹੇਲਾ ॥
ସେଠାରେ ଈଶ୍ବରଙ୍କ ନାମ ସୁଖଦାୟକ ହୋଇଥାଏ।

ਐਸਾ ਨਾਮੁ ਮਨ ਸਦਾ ਧਿਆਈਐ ॥
ହେ ମୋର ମନ! ଏପରି ନାମ ସଦା ସ୍ମରଣ କର,

ਨਾਨਕ ਗੁਰਮੁਖਿ ਪਰਮ ਗਤਿ ਪਾਈਐ ॥੨॥
ହେ ନାନକ! ଗୁରୁଙ୍କ ଶରଣରେ ନାମ-ସ୍ମରଣ କରିଲେ ପରମ ଗତି ପ୍ରାପ୍ତ ହୋଇଯାଏ ॥2॥

ਛੂਟਤ ਨਹੀ ਕੋਟਿ ਲਖ ਬਾਹੀ ॥
ଯେଉଁଠି କୋଟି କୋଟି ଭାଇ ଥାଇ ମଧ୍ୟ ମନୁଷ୍ୟର ମୁକ୍ତି ହୋଇପାରେ ନାହିଁ,

ਨਾਮੁ ਜਪਤ ਤਹ ਪਾਰਿ ਪਰਾਹੀ ॥
ସେଠାରେ ନାମ ସ୍ମରଣ କରିଲେ ମନୁଷ୍ୟ ଉଦ୍ଧାର ହୋଇଯାଏ।

ਅਨਿਕ ਬਿਘਨ ਜਹ ਆਇ ਸੰਘਾਰੈ ॥
ଯେଉଁଠି ଅନେକ ବିଘ୍ନ ଆସି ମନୁଷ୍ୟକୁ ନଷ୍ଟ କରିଥାଏ,

ਹਰਿ ਕਾ ਨਾਮੁ ਤਤਕਾਲ ਉਧਾਰੈ ॥
ସେଇଠି ପ୍ରଭୁଙ୍କ ନାମ ତତ୍କାଳ ତାହାର ରକ୍ଷା କରିଥାଏ।

ਅਨਿਕ ਜੋਨਿ ਜਨਮੈ ਮਰਿ ਜਾਮ ॥
ଯେଉଁ ବ୍ୟକ୍ତି ଅନେକ ଯୋନିରେ ଜନ୍ମ ହୋଇ ମରିଥାଏ,

ਨਾਮੁ ਜਪਤ ਪਾਵੈ ਬਿਸ੍ਰਾਮ ॥
ସେଠାରେ ପ୍ରଭୁଙ୍କ ନାମ ଜପ କରିଲେ ସୁଖ ପ୍ରାପ୍ତ କରିନିଏ।

ਹਉ ਮੈਲਾ ਮਲੁ ਕਬਹੁ ਨ ਧੋਵੈ ॥
ଅହଂକାରରେ ମଇଳା ହୋଇଥିବା ପ୍ରାଣୀ କେବେ ମଧ୍ୟ ମଇଳା ଧୋଇପାରେ ନାହିଁ,

ਹਰਿ ਕਾ ਨਾਮੁ ਕੋਟਿ ਪਾਪ ਖੋਵੈ ॥
ପରନ୍ତୁ, ଈଶ୍ବରଙ୍କ ନାମ କୋଟି କୋଟି ପାପକୁ ନାଶ କରିଦିଏ।

ਐਸਾ ਨਾਮੁ ਜਪਹੁ ਮਨ ਰੰਗਿ ॥
ହେ ମୋର ମନ! ଈଶ୍ଵରଙ୍କ ଏପରି ନାମକୁ ପ୍ରେମ ପୂର୍ବକ ସ୍ମରଣ କର।

ਨਾਨਕ ਪਾਈਐ ਸਾਧ ਕੈ ਸੰਗਿ ॥੩॥
ହେ ନାନକ! ଈଶ୍ବରଙ୍କ ନାମ ସନ୍ଥଙ୍କ ସଙ୍ଗତିରେ ପ୍ରାପ୍ତ ହୋଇଥାଏ ॥3॥

ਜਿਹ ਮਾਰਗ ਕੇ ਗਨੇ ਜਾਹਿ ਨ ਕੋਸਾ ॥
ଯେଉଁ ଜୀବନ ରୂପୀ ମାର୍ଗର ଦୂରତା ଗଣା ଯାଇପାରିବ ନାହିଁ,

ਹਰਿ ਕਾ ਨਾਮੁ ਊਹਾ ਸੰਗਿ ਤੋਸਾ ॥
ଈଶ୍ବରଙ୍କ ନାମ ସେଇଠି ତୋର ପୁଞ୍ଜି ହେବ।

ਜਿਹ ਪੈਡੈ ਮਹਾ ਅੰਧ ਗੁਬਾਰਾ ॥
ଯେଉଁ ମାର୍ଗରେ ଘୋର ଅନ୍ଧକାର ଅଛି,

ਹਰਿ ਕਾ ਨਾਮੁ ਸੰਗਿ ਉਜੀਆਰਾ ॥
ସେଇଠି ଈଶ୍ବରଙ୍କ ନାମ ତୋ’ ସାଥିରେ ପ୍ରକାଶ ହେବ।

ਜਹਾ ਪੰਥਿ ਤੇਰਾ ਕੋ ਨ ਸਿਞਾਨੂ ॥
ଯେଉଁ ମାର୍ଗରେ ତୋତେ କେହି ଜାଣନ୍ତି ନାହିଁ,

ਹਰਿ ਕਾ ਨਾਮੁ ਤਹ ਨਾਲਿ ਪਛਾਨੂ ॥
ସେଇଠି ଈଶ୍ବରଙ୍କ ନାମ ତୋର ସାଥିରେ ଜାଣିବା ବାଲା ହେବ।

ਜਹ ਮਹਾ ਭਇਆਨ ਤਪਤਿ ਬਹੁ ਘਾਮ ॥
ଯେଉଁଠି ଅତ୍ୟଧିକ ଭୟାନକ ଗରମ ଓ ଅତ୍ୟଧିକ ଖରା ଥାଏ,

ਤਹ ਹਰਿ ਕੇ ਨਾਮ ਕੀ ਤੁਮ ਊਪਰਿ ਛਾਮ ॥
ସେଠାରେ ଈଶ୍ବରଙ୍କ ନାମ ତୋର ଛାଇ ହେବ।

ਜਹਾ ਤ੍ਰਿਖਾ ਮਨ ਤੁਝੁ ਆਕਰਖੈ ॥
ହେ ପ୍ରାଣୀ! ଯେଉଁଠି ମାୟାର ତୃଷ୍ଣା ତୋତେ ଝିକିଥାଏ,

ਤਹ ਨਾਨਕ ਹਰਿ ਹਰਿ ਅੰਮ੍ਰਿਤੁ ਬਰਖੈ ॥੪॥
ସେଠାରେ ହେ ନାନକ! ଈଶ୍ବରଙ୍କ ନାମର ଅମୃତର ବର୍ଷା ହୋଇଥାଏ ॥4॥

ਭਗਤ ਜਨਾ ਕੀ ਬਰਤਨਿ ਨਾਮੁ ॥
ଈଶ୍ବରଙ୍କ ନାମ ଭକ୍ତଜନଙ୍କ ପାଇଁ ବ୍ୟାବାହାରିକ ସାମଗ୍ରୀ ଅଟେ।

ਸੰਤ ਜਨਾ ਕੈ ਮਨਿ ਬਿਸ੍ਰਾਮੁ ॥
ଈଶ୍ବରଙ୍କ ନାମ ସନ୍ଥଜନଙ୍କ ମନକୁ ସୁଖ ବିଶ୍ରାମ ଦେଇଥାଏ।

ਹਰਿ ਕਾ ਨਾਮੁ ਦਾਸ ਕੀ ਓਟ ॥
ଈଶ୍ବରଙ୍କ ନାମ ତାହାଙ୍କ ସେବକର ସାହାରା ଅଟେ।

ਹਰਿ ਕੈ ਨਾਮਿ ਉਧਰੇ ਜਨ ਕੋਟਿ ॥
ଈଶ୍ବରଙ୍କ ନାମ ଦ୍ଵାରା କୋଟି କୋଟି ପ୍ରାଣୀଙ୍କ କଲ୍ୟାଣ ହୋଇଛି।

ਹਰਿ ਜਸੁ ਕਰਤ ਸੰਤ ਦਿਨੁ ਰਾਤਿ ॥
ସନ୍ଥଜନ ଦିନରାତି ହରିଙ୍କ ଯଶୋଗାନ କରିଥାନ୍ତି।

ਹਰਿ ਹਰਿ ਅਉਖਧੁ ਸਾਧ ਕਮਾਤਿ ॥
ସନ୍ଥ ହରି-ପରମେଶ୍ଵରଙ୍କ ନାମକୁ ନିଜ ଔଷଧ ରୂପେ ଉପଯୋଗ କରିଥାଏ।

ਹਰਿ ਜਨ ਕੈ ਹਰਿ ਨਾਮੁ ਨਿਧਾਨੁ ॥
ଈଶ୍ବରଙ୍କ ନାମ ଈଶ୍ଵରଙ୍କ ସେବକଙ୍କ ଖଜଣା ଅଟେ।

ਪਾਰਬ੍ਰਹਮਿ ਜਨ ਕੀਨੋ ਦਾਨ ॥
ପରଂବ୍ରହ୍ମ ତାହାକୁ ଏହି ଦାନ ଦେଇଛନ୍ତି।

ਮਨ ਤਨ ਰੰਗਿ ਰਤੇ ਰੰਗ ਏਕੈ ॥
ଯିଏ ମନ ଓ ତନରେ ଈଶ୍ଵରଙ୍କ ପ୍ରେମରେ ରଙ୍ଗୀନ ହୋଇଥାଏ,

ਨਾਨਕ ਜਨ ਕੈ ਬਿਰਤਿ ਬਿਬੇਕੈ ॥੫॥
ହେ ନାନକ! ସେହି ଦାସର ବୃତ୍ତି ଜ୍ଞାନ ବାଲା ହୋଇଥାଏ ॥5॥

ਹਰਿ ਕਾ ਨਾਮੁ ਜਨ ਕਉ ਮੁਕਤਿ ਜੁਗਤਿ ॥
ଭଗବାନଙ୍କ ନାମ ହିଁ ଭକ୍ତ ପାଇଁ ମୁକ୍ତିର ସାଧନ ଅଟେ।

ਹਰਿ ਕੈ ਨਾਮਿ ਜਨ ਕਉ ਤ੍ਰਿਪਤਿ ਭੁਗਤਿ ॥
ଭଗବାନଙ୍କ ଭକ୍ତ ତାହାର ନାମ-ଭୋଜନରେ ତୃପ୍ତ ହୋଇଯାଏ।

ਹਰਿ ਕਾ ਨਾਮੁ ਜਨ ਕਾ ਰੂਪ ਰੰਗੁ ॥
ଭଗବାନଙ୍କ ନାମ ତାହାଙ୍କ ଭକ୍ତର ସୌନ୍ଦର୍ଯ୍ୟ ଏବଂ ହର୍ଷ ଅଟେ।

ਹਰਿ ਨਾਮੁ ਜਪਤ ਕਬ ਪਰੈ ਨ ਭੰਗੁ ॥
ଭଗବାନଙ୍କ ନାମ ଜପ କରିଲେ ମନୁଷ୍ୟକୁ କେବେ ବାଧା ପଡେ ନାହିଁ।

ਹਰਿ ਕਾ ਨਾਮੁ ਜਨ ਕੀ ਵਡਿਆਈ ॥
ଭଗବାନଙ୍କ ନାମ ତାହାଙ୍କ ଭକ୍ତର ମାନ-ପ୍ରତିଷ୍ଠା ଅଟେ।

ਹਰਿ ਕੈ ਨਾਮਿ ਜਨ ਸੋਭਾ ਪਾਈ ॥
ଭଗବାନଙ୍କ ନାମ ଦ୍ଵାରା ତାହାଙ୍କ ଭକ୍ତକୁ ଦୁନିଆରେ ଶୋଭା ପ୍ରାପ୍ତ ହୋଇଥାଏ।

error: Content is protected !!