ਮੇਰੇ ਮਨ ਹਰਿ ਭਜੁ ਸਭ ਕਿਲਬਿਖ ਕਾਟ ॥
ହେ ମୋର ମନ! ଈଶ୍ଵରଙ୍କ ଭଜନ ସଂପୂର୍ଣ୍ଣ ପାପ-ଦୋଷ ଦୂର କରିଥାଏ।
ਹਰਿ ਹਰਿ ਉਰ ਧਾਰਿਓ ਗੁਰਿ ਪੂਰੈ ਮੇਰਾ ਸੀਸੁ ਕੀਜੈ ਗੁਰ ਵਾਟ ॥੧॥ ਰਹਾਉ ॥
ପୂର୍ଣ୍ଣ ଗୁରୁ ହୃଦୟରେ ଈଶ୍ଵରଙ୍କୁ ସ୍ଥାପନ କରିଛନ୍ତି, ଏଣୁ ମୁଁ ନିଜ ମସ୍ତକ ପୂର୍ଣ୍ଣ ଗୁରୁଙ୍କ ମାର୍ଗରେ ଅର୍ପଣ କରିବାକୁ ଚାହୁଁ ଅଛି॥1॥ରୁହ॥
ਮੇਰੇ ਹਰਿ ਪ੍ਰਭ ਕੀ ਮੈ ਬਾਤ ਸੁਨਾਵੈ ਤਿਸੁ ਮਨੁ ਦੇਵਉ ਕਟਿ ਕਾਟ ॥
ଯେ ମୋତେ ମୋର ପ୍ରଭୁଙ୍କ କଥା ଶୁଣାଇଛି, ତାହାକୁ ମୁଁ ନିଜ ମନ କାଟି କାଟି ଉପହାର ଦେବି।
ਹਰਿ ਸਾਜਨੁ ਮੇਲਿਓ ਗੁਰਿ ਪੂਰੈ ਗੁਰ ਬਚਨਿ ਬਿਕਾਨੋ ਹਟਿ ਹਾਟ ॥੧॥
ପୂର୍ଣ୍ଣ ଗୁରୁ ମୋତେ ସଜ୍ଜନ ପ୍ରଭୁଙ୍କ ସହିତ ମିଳାଇ ଦେଇଛନ୍ତି, ଏଥିପାଇଁ ଗୁରୁଙ୍କ ବଚନ ଦ୍ଵାରା ବଜାରରେ ବିକ୍ରି ହେବ ପାଇଁ ମଧ୍ୟ ପ୍ରସ୍ତୁତ ଅଛି||1||
ਮਕਰ ਪ੍ਰਾਗਿ ਦਾਨੁ ਬਹੁ ਕੀਆ ਸਰੀਰੁ ਦੀਓ ਅਧ ਕਾਟਿ ॥
କେହି ମକର ସଙ୍କ୍ରାନ୍ତିରେ ପ୍ରୟାଗ ତିରଥରେ ବହୁତ ଦାନ-ପୂଣ୍ୟ କରିଥାଉ, କାଶୀ ଯାଇ ନିଜର ଅଧା ଶରୀର କାଟି ଦେଉ, ପରନ୍ତୁ
ਬਿਨੁ ਹਰਿ ਨਾਮ ਕੋ ਮੁਕਤਿ ਨ ਪਾਵੈ ਬਹੁ ਕੰਚਨੁ ਦੀਜੈ ਕਟਿ ਕਾਟ ॥੨॥
ହରିନାମ ବିନା ମୁକ୍ତି ପ୍ରାପ୍ତ ହୁଏନାହିଁ, ||2||
ਹਰਿ ਕੀਰਤਿ ਗੁਰਮਤਿ ਜਸੁ ਗਾਇਓ ਮਨਿ ਉਘਰੇ ਕਪਟ ਕਪਾਟ ॥
ଗୁରୁଙ୍କ ଉପଦେଶ ଦ୍ଵାରା ହରି-କୀର୍ତ୍ତିର ଯଶୋଗାନ କରିବା ଦ୍ଵାରା ମନରେ ଲାଗିଥିବା କପଟର କବାଟ ମଧ୍ୟ ଖୋଲି ଯାଇଛି।
ਤ੍ਰਿਕੁਟੀ ਫੋਰਿ ਭਰਮੁ ਭਉ ਭਾਗਾ ਲਜ ਭਾਨੀ ਮਟੁਕੀ ਮਾਟ ॥੩॥
ତ୍ରିକୁଟୀ କରି ଭ୍ରମ-ଭୟ ଦୂର ହୋଇ ଯାଇଛି ଏବଂ ଲୋକଲଜ୍ଜା ରୂପୀ ମାଠିଆ ମଧ୍ୟ ଭାଙ୍ଗି ଯାଇଛି||3||
ਕਲਜੁਗਿ ਗੁਰੁ ਪੂਰਾ ਤਿਨ ਪਾਇਆ ਜਿਨ ਧੁਰਿ ਮਸਤਕਿ ਲਿਖੇ ਲਿਲਾਟ ॥
କଳିଯୁଗରେ ପୂର୍ଣ୍ଣ ଗୁରୁ ସେ ହିଁ ପ୍ରାପ୍ତ କରିଛି, ଯାହାର କପାଳରେ ଉତ୍ତମ ଭାଗ୍ୟ ଲେଖା ହୋଇଛି।
ਜਨ ਨਾਨਕ ਰਸੁ ਅੰਮ੍ਰਿਤੁ ਪੀਆ ਸਭ ਲਾਥੀ ਭੂਖ ਤਿਖਾਟ ॥੪॥੬॥ ਛਕਾ ੧ ॥
ହେ ନାନକ! ଯିଏ ନାମାମୃତର ରସ ପାନ କରିଛି, ତାହାର ସାରା କ୍ଷୁଧା ଏବଂ ତୃଷ୍ଣା ଦୂର ହୋଇ ଯାଇଛି॥4॥6॥ଛକା1॥
ਮਾਲੀ ਗਉੜਾ ਮਹਲਾ ੫
ମାଲୀ ଗଉଡା ମହଲା 5॥
ੴ ਸਤਿਗੁਰ ਪ੍ਰਸਾਦਿ ॥
ଈଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਰੇ ਮਨ ਟਹਲ ਹਰਿ ਸੁਖ ਸਾਰ ॥
ହେ ମନ! ଈଶ୍ଵରଙ୍କ ସେବା ପରମ ସୁଖ ଦେଇଥାଏ,
ਅਵਰ ਟਹਲਾ ਝੂਠੀਆ ਨਿਤ ਕਰੈ ਜਮੁ ਸਿਰਿ ਮਾਰ ॥੧॥ ਰਹਾਉ ॥
ଅନ୍ୟ ସେବା ମିଥ୍ୟା ଅଟେ ଏବଂ ଯମଦୂତର ଦଣ୍ଡ ନିତ୍ୟ ମସ୍ତକ ଉପରେ ସବାର ହୋଇଥାଏ॥1॥ରୁହ॥
ਜਿਨਾ ਮਸਤਕਿ ਲੀਖਿਆ ਤੇ ਮਿਲੇ ਸੰਗਾਰ ॥
ଯାହାର କପାଳରେ ଭାଗ୍ୟ ଲେଖା ହୋଇଥାଏ, ସେ ସୁସଙ୍ଗତିରେ ମିଳିଥାଏ।
ਸੰਸਾਰੁ ਭਉਜਲੁ ਤਾਰਿਆ ਹਰਿ ਸੰਤ ਪੁਰਖ ਅਪਾਰ ॥੧॥
ପରମ ପୁରୁଷ ହରିଙ୍କ ସନ୍ଥଜନ ସଂସାରର ଲୋକଙ୍କୁ ଭବ ସାଗରରୁ ପାର କରାଇ ଦେଇଛନ୍ତି||1||
ਨਿਤ ਚਰਨ ਸੇਵਹੁ ਸਾਧ ਕੇ ਤਜਿ ਲੋਭ ਮੋਹ ਬਿਕਾਰ ॥
ଲୋଭ, ମୋହ ଏବଂ ବିକାରକୁ ତ୍ୟାଗ କରି ନିତ୍ୟ ସାଧୁଙ୍କ ଚରଣରେ ସେବା କରିବା ଉଚିତ।
ਸਭ ਤਜਹੁ ਦੂਜੀ ਆਸੜੀ ਰਖੁ ਆਸ ਇਕ ਨਿਰੰਕਾਰ ॥੨॥
ଅନ୍ୟ ସବୁ ଅଭିଳାଷକୁ ତ୍ୟାଗ କରି ଏକ ପରମେଶ୍ଵରଙ୍କ ଉପରେ ପୂର୍ଣ୍ଣ ଆସ୍ଥା ରଖ||2||
ਇਕਿ ਭਰਮਿ ਭੂਲੇ ਸਾਕਤਾ ਬਿਨੁ ਗੁਰ ਅੰਧ ਅੰਧਾਰ ॥
କେହି ପ୍ରଭୁଙ୍କ ଠାରୁ ବିମୁଖ ହୋଇ ଭ୍ରମରେ ପଥଭ୍ରଷ୍ଟ ରହିଥାଏ ଏବଂ ଗୁରୁଙ୍କ ବିନା ଅଜ୍ଞାନତା ରୂପୀ ଅନ୍ଧକାର ବନି ରହିଥାଏ।
ਧੁਰਿ ਹੋਵਨਾ ਸੁ ਹੋਇਆ ਕੋ ਨ ਮੇਟਣਹਾਰ ॥੩॥
ବିଧାତା ଯାହା ଲେଖିଛନ୍ତି, ତାହା ହୋଇଛି ଏବଂ କେହି ମଧ୍ୟ ତାହାକୁ ଟାଳି ପାରିବ ନାହିଁ||3||
ਅਗਮ ਰੂਪੁ ਗੋਬਿੰਦ ਕਾ ਅਨਿਕ ਨਾਮ ਅਪਾਰ ॥
ଭଗବାନଙ୍କ ରୂପ ଅଗମ୍ୟ ଅଟେ ଏବଂ ତାହାଙ୍କ ଅନେକ ଅପାର ନାମ ଅଛି।
ਧਨੁ ਧੰਨੁ ਤੇ ਜਨ ਨਾਨਕਾ ਜਿਨ ਹਰਿ ਨਾਮਾ ਉਰਿ ਧਾਰ ॥੪॥੧॥
ହେ ନାନକ! ଭକ୍ତଜନ ଧନ୍ୟ ଏବଂ ଭାଗ୍ୟଶାଳୀ ଅଟେ, ଯିଏ ହରିନାମକୁ ନିଜ ହୃଦୟରେ ଧାରଣ କରି ନେଇଥାଏ ||4||1|
ਮਾਲੀ ਗਉੜਾ ਮਹਲਾ ੫ ॥
ମାଲୀ ଗଉଡା ମହଲା 5॥
ਰਾਮ ਨਾਮ ਕਉ ਨਮਸਕਾਰ ॥
ସେହି ରାମନାମକୁ ଆମର ନମନ ଅଟେ,
ਜਾਸੁ ਜਪਤ ਹੋਵਤ ਉਧਾਰ ॥੧॥ ਰਹਾਉ ॥
ଯାହାଙ୍କ ଜପ କରିବା ମାତ୍ରେ ଉଦ୍ଧାର ହୋଇଯାଏ॥1॥ରୁହ॥
ਜਾ ਕੈ ਸਿਮਰਨਿ ਮਿਟਹਿ ਧੰਧ ॥
ଯାହାଙ୍କ ସ୍ମରଣ ଦ୍ଵାରା ଜଞ୍ଜାଳ ଦୂର ହୋଇଯାଏ,
ਜਾ ਕੈ ਸਿਮਰਨਿ ਛੂਟਹਿ ਬੰਧ ॥
ଯାହାଙ୍କ ସ୍ମରଣ ଦ୍ଵାରା ବନ୍ଧନରୁ ମୁକ୍ତି ମିଳିଥାଏ,
ਜਾ ਕੈ ਸਿਮਰਨਿ ਮੂਰਖ ਚਤੁਰ ॥
ଯାହାଙ୍କ ସ୍ମରଣ ଦ୍ଵାରା ମୂର୍ଖ ମଧ୍ୟ ଚତୁର ବନିଯାଏ,
ਜਾ ਕੈ ਸਿਮਰਨਿ ਕੁਲਹ ਉਧਰ ॥੧॥
ଯାହାଙ୍କ ସ୍ମରଣ ଦ୍ଵାରା ସାରା ବଂଶାବଳୀ ଉଧାର ହୋଇଯାଏ||1||
ਜਾ ਕੈ ਸਿਮਰਨਿ ਭਉ ਦੁਖ ਹਰੈ ॥
ଯାହାଙ୍କ ସ୍ମରଣ ଦ୍ଵାରା ସାରା ଭୟ-ଦୁଃଖ ନଷ୍ଟ ହୋଇଯାଏ,
ਜਾ ਕੈ ਸਿਮਰਨਿ ਅਪਦਾ ਟਰੈ ॥
ଯାହାଙ୍କ ସ୍ମରଣ ଦ୍ଵାରା ବିପତ୍ତି ଟଳି ଯାଇଥାଏ,
ਜਾ ਕੈ ਸਿਮਰਨਿ ਮੁਚਤ ਪਾਪ ॥
ଯାହାଙ୍କ ସ୍ମରଣ ଦ୍ଵାରା ପାପ ନାଶ ହୋଇଯାଏ,
ਜਾ ਕੈ ਸਿਮਰਨਿ ਨਹੀ ਸੰਤਾਪ ॥੨॥
ଯାହାଙ୍କ ସ୍ମରଣ ଦ୍ଵାରା କୌଣସି ଦୁଃଖ-ସନ୍ତାପ ଲାଗେ ନାହିଁ ||2||
ਜਾ ਕੈ ਸਿਮਰਨਿ ਰਿਦ ਬਿਗਾਸ ॥
ଯାହାଙ୍କ ସ୍ମରଣ ଦ୍ଵାରା ହୃଦୟ ପ୍ରଫୁଲ୍ଲିତ ହୋଇଯାଏ,
ਜਾ ਕੈ ਸਿਮਰਨਿ ਕਵਲਾ ਦਾਸਿ ॥
ଯାହାଙ୍କ ସ୍ମରଣ ଦ୍ଵାରା ଧନର ଦେବୀ ଦାସୀ ବନିଯାନ୍ତି,
ਜਾ ਕੈ ਸਿਮਰਨਿ ਨਿਧਿ ਨਿਧਾਨ ॥
ଯାହାଙ୍କ ସ୍ମରଣ ଦ୍ଵାରା ନିଧିର କୋଷ ମିଳିଯାଏ,
ਜਾ ਕੈ ਸਿਮਰਨਿ ਤਰੇ ਨਿਦਾਨ ॥੩॥
ଯାହାଙ୍କ ସ୍ମରଣ ଦ୍ଵାରା ଜୀବ ଭବସାଗରରୁ ପାର ହୋଇଯାଏ ॥3॥
ਪਤਿਤ ਪਾਵਨੁ ਨਾਮੁ ਹਰੀ ॥
ସେହି ହରିନାମ ପତିତପାବନ ଅଟନ୍ତି,
ਕੋਟਿ ਭਗਤ ਉਧਾਰੁ ਕਰੀ ॥
ଯିଏ କୋଟି କୋଟି ଭକ୍ତର ଉଦ୍ଧାର କରିଛନ୍ତି।
ਹਰਿ ਦਾਸ ਦਾਸਾ ਦੀਨੁ ਸਰਨ ॥ ਨਾਨਕ ਮਾਥਾ ਸੰਤ ਚਰਨ ॥੪॥੨॥
ମୁଁ ଦୀନ ମଧ୍ୟ ହରିଙ୍କ ଦାସର ଦାସର ଶରଣ ନେଇଛି, ନାନକ କହନ୍ତି ଯେ ଆମର ମସ୍ତକ ସନ୍ଥଙ୍କ ଚରଣରେ ଲୀନ ରହିଥାଏ ||4||2||
ਮਾਲੀ ਗਉੜਾ ਮਹਲਾ ੫ ॥
ମାଲୀ ଗଉଡା ମହଲା 5॥
ਐਸੋ ਸਹਾਈ ਹਰਿ ਕੋ ਨਾਮ ॥
ହରିଙ୍କ ନାମ ଏପରି ସହାୟକ ଯେ
ਸਾਧਸੰਗਤਿ ਭਜੁ ਪੂਰਨ ਕਾਮ ॥੧॥ ਰਹਾਉ ॥
ସାଧୁସଙ୍ଗତିରେ ତାହାଙ୍କ ଭଜନ କରିବା ଦ୍ଵାରା ସବୁ କାର୍ଯ୍ୟ ପୂର୍ଣ୍ଣ ହୋଇଯାଏ॥1॥ରୁହ॥
ਬੂਡਤ ਕਉ ਜੈਸੇ ਬੇੜੀ ਮਿਲਤ ॥
ଯେପରି ବୁଡୁଥିବା ମନୁଷ୍ୟକୁ ନୌକା ମିଳିଯାଇଥାଏ,