Odia Page 987

ਬੂਝਤ ਦੀਪਕ ਮਿਲਤ ਤਿਲਤ
ଲିଭି ଯାଉଥିବା ଦୀପ କୁ ତେଲ ମିଳି ଯାଏ,

ਜਲਤ ਅਗਨੀ ਮਿਲਤ ਨੀਰ
ଯେମିତି ଅଗ୍ନିରେ ଜଳି ଯାଉଥିବା ବ୍ୟକ୍ତି କୁ ପାଣି ମିଳି ଯାଏ,

ਜੈਸੇ ਬਾਰਿਕ ਮੁਖਹਿ ਖੀਰ
ଯେମିତି କ୍ରନ୍ଦନ କରୁଥିବା ଶିଶୁର ମୁଖରେ ଦୁଗ୍ଧ ପ୍ରାପ୍ତ ହୋଇଯାଏ।। 1।।

ਜੈਸੇ ਰਣ ਮਹਿ ਸਖਾ ਭ੍ਰਾਤ
ଯେମିତି ଯୁଦ୍ଧରେ ଭ୍ରାତା ସହାୟକ ହୋଇଥାଏ,

ਜੈਸੇ ਭੂਖੇ ਭੋਜਨ ਮਾਤ
ଯେମିତି ଭୋଜନ ଭୋକିଲା ଲୋକର କ୍ଷୁଧାକୁ ମାରି ଦିଏ,

ਜੈਸੇ ਕਿਰਖਹਿ ਬਰਸ ਮੇਘ
ଯେମିତି ମେଘ ବର୍ଷାକରି କୃଷି କୁ ବଞ୍ଚାଇ ନିଏ ଏବଂ 

ਜੈਸੇ ਪਾਲਨ ਸਰਨਿ ਸੇਂਘ
ଯେମିତ ସିଂହ ଅର୍ଥାତ୍ ବଳଶାଳୀର ଶରଣରେ ରକ୍ଷା ହୋଇଯାଏ।। 2 ।।

ਗਰੁੜ ਮੁਖਿ ਨਹੀ ਸਰਪ ਤ੍ਰਾਸ
ଯାହାର ମୁଖରେ ଗରୁଡ଼ ମନ୍ତ୍ର ଥାଏ, ତାହାକୁ ସର୍ପ ର ଭୟ ରହେ ନାହିଁ

ਸੂਆ ਪਿੰਜਰਿ ਨਹੀ ਖਾਇ ਬਿਲਾਸੁ
ପିଞ୍ଜରା ରେ  ବସିଥିବା ଶୁଆକୁ ବିଲେଇ ଖାଏ ନାହିଁ।

ਜੈਸੋ ਆਂਡੋ ਹਿਰਦੇ ਮਾਹਿ
ଯେମିତି ହୃଦୟରେ ମନେ ପକାଇବା ଦ୍ଵାରା କୁଞ୍ଜ ର ଅଣ୍ଡା ଖରାପ ହୋଇନଥାଏ,

ਜੈਸੋ ਦਾਨੋ ਚਕੀ ਦਰਾਹਿ
ଯେମିତି ଚକିର ଦଣ୍ଡ ରେ ଲାଗିଥିବା ଦାନା ପେଶି ହୁଏନାହିଁ।। 3  ।।

ਬਹੁਤੁ ਓਪਮਾ ਥੋਰ ਕਹੀ
ହରି ନାମଙ୍କ ଉପମା ବହୁତ ଅଟେ, କିନ୍ତୁ ମୁଁ ଅଳ୍ପ ବ୍ୟାଖ୍ୟା କରିଛି।

ਹਰਿ ਅਗਮ ਅਗਮ ਅਗਾਧਿ ਤੁਹੀ
ହେ ହରି! ତୁମେ ହିଁ ଅଗମ୍ୟ, ଅଗୋଚର, ଅଗାଧ,

ਊਚ ਮੂਚੌ ਬਹੁ ਅਪਾਰ
ଅପରମ୍ପାର ଏବଂ ସର୍ବୋପରି ଅଟ।

ਸਿਮਰਤ ਨਾਨਕ ਤਰੇ ਸਾਰ
ନାନକ କହନ୍ତି ଯେ ତୁମକୁ ମନେ ପକାଇବା ଦ୍ଵାରା ସମସ୍ତଙ୍କ ଉଦ୍ଧାର ହୋଇଯାଏ।। 4 ।।  3।।

ਮਾਲੀ ਗਉੜਾ ਮਹਲਾ
ରାଗ ଗଉଡା ମହଲା 5॥ 

ਇਹੀ ਹਮਾਰੈ ਸਫਲ ਕਾਜਅਪੁਨੇ ਦਾਸ ਕਉ ਲੇਹੁ ਨਿਵਾਜਿਰਹਾਉ
ସେ ହିଁ ଆମର କାର୍ଯ୍ୟ ସଫଳ କରିବେ ହେ ପରମାତ୍ମା ! ଆପଣଙ୍କ ଦାସ ଉପରେ ଉପକାର କର ।।  1 ।।

ਚਰਨ ਸੰਤਹ ਮਾਥ ਮੋਰ
ମୋର ମସ୍ତକ ସନ୍ଥ ମାନଙ୍କ ଚରଣରେ ରହୁ,

ਨੈਨਿ ਦਰਸੁ ਪੇਖਉ ਨਿਸਿ ਭੋਰ
ମୋର ନୟନ ରାତି ଦିନ ତାଙ୍କ ଦର୍ଶନ କରୁଥାଉ।

ਹਸਤ ਹਮਰੇ ਸੰਤ ਟਹਲ
ମୋର ହାତ ସନ୍ଥ ମାନଙ୍କ ସେବା ରେ ବ୍ୟସ୍ତ ରହୁ ଏବଂ 

ਪ੍ਰਾਨ ਮਨੁ ਧਨੁ ਸੰਤ ਬਹਲ
ପ୍ରାଣ, ମନ ଏବଂ ଧନ ସବୁ ତାଙ୍କୁ ଅର୍ପଣ କରୁଛି।।।  1।।

ਸੰਤਸੰਗਿ ਮੇਰੇ ਮਨ ਕੀ ਪ੍ਰੀਤਿ
ମୋର ମନରେ ସନ୍ଥ ମାନଙ୍କ ସହିତ ପ୍ରେମ ରହୁ ଏବଂ

ਸੰਤ ਗੁਨ ਬਸਹਿ ਮੇਰੈ ਚੀਤਿ
ମୋର ଚିତ୍ତରେ ତାଙ୍କର ଗୁଣ ବସିଯାଉ।

ਸੰਤ ਆਗਿਆ ਮਨਹਿ ਮੀਠ
ସନ୍ଥ ମାନଙ୍କ ଆଜ୍ଞା ମୋ ମନକୁ ମଧୁର ଲାଗୁଛିଏବଂ

ਮੇਰਾ ਕਮਲੁ ਬਿਗਸੈ ਸੰਤ ਡੀਠ
ସେମାନଙ୍କୁ ଦେଖିମୋର ହୃଦୟ କମଳ ପ୍ରସ୍ଫୁଟିତ ହୋଇଯାଏ।। 2 ।।

ਸੰਤਸੰਗਿ ਮੇਰਾ ਹੋਇ ਨਿਵਾਸੁ
ମୋର ନିବାସ ସନ୍ଥ ମାନଙ୍କ ସହ ସର୍ବଦା ଥାଉ ଏବଂ

ਸੰਤਨ ਕੀ ਮੋਹਿ ਬਹੁਤੁ ਪਿਆਸ
ମୋତେ ତାଙ୍କର ହିଁ ତୀବ୍ର ଲାଳସା ଅଛି।

ਸੰਤ ਬਚਨ ਮੇਰੇ ਮਨਹਿ ਮੰਤ
ସନ୍ଥ ମାନଙ୍କ ବଚନ ହିଁ ମୋର ମନରେ ମନ୍ତ୍ର ହୋଇଯାଇଛି ଏବଂ

ਸੰਤ ਪ੍ਰਸਾਦਿ ਮੇਰੇ ਬਿਖੈ ਹੰਤ
ତାଙ୍କର କୃପାରୁ ମୋର ବିକାର ର ନାଶ ହୋଇଯାଇଛି।।  3।।

ਮੁਕਤਿ ਜੁਗਤਿ ਏਹਾ ਨਿਧਾਨ
ସନ୍ଥ ମାନଙ୍କ ସଙ୍ଗ  ହିଁ ମୋର ସ୍ଵାଧୀନ ଅଟେ ଏବଂ ଏହା ହିଁ ମୁକ୍ତି ପାଇବାର ଉକ୍ତି ଅଟେ।

ਪ੍ਰਭ ਦਇਆਲ ਮੋਹਿ ਦੇਵਹੁ ਦਾਨ
ହେ ଦୟାଳୁ ପ୍ରଭୁ! ମତେ ଏହି ବରଦାନ ଦିଅ।

ਨਾਨਕ ਕਉ ਪ੍ਰਭ ਦਇਆ ਧਾਰਿ
ନାନକ କହନ୍ତି ଯେ ହେ ପ୍ରଭୁ!  କୃପାକର,

ਚਰਨ ਸੰਤਨ ਕੇ ਮੇਰੇ ਰਿਦੇ ਮਝਾਰਿ
ଯାହାଦ୍ଵାରା କି ସନ୍ଥ ମାନଙ୍କ ଚରଣ ମୋ ହୃଦୟରେ ବାସ କରିବ ।। 4 ।। 4 ।।

ਮਾਲੀ ਗਉੜਾ ਮਹਲਾ
ମାଲୀ ଗଉଡା ମହଲା 5॥ 

ਸਭ ਕੈ ਸੰਗੀ ਨਾਹੀ ਦੂਰਿ
ଇଶ୍ଵର ସମସ୍ତଙ୍କ ସହିତ ଅଛନ୍ତି ଏବଂ ସେ କେଉଁଠି ଦୂର ରେ ନାହାନ୍ତି।

ਕਰਨ ਕਰਾਵਨ ਹਾਜਰਾ ਹਜੂਰਿਰਹਾਉ
ସବୁ କରାଉଥିବା ଭଗବାନ ସର୍ବଦା ପ୍ରତ୍ୟକ୍ଷ ଅଟେ।।୧।।

ਸੁਨਤ ਜੀਓ ਜਾਸੁ ਨਾਮੁ
ଯାହାର ନାମ ଶୁଣି ଜୀବନ ପ୍ରାପ୍ତ ହୋଇଥାଏ,

ਦੁਖ ਬਿਨਸੇ ਸੁਖ ਕੀਓ ਬਿਸ੍ਰਾਮੁ
ଦୁଃଖ ନଷ୍ଟ ହୋଇଯାଏ ଏବଂ ସୁଖ ଶାନ୍ତି ପ୍ରାପ୍ତ ହୋଇଥାଏ।

ਸਗਲ ਨਿਧਿ ਹਰਿ ਹਰਿ ਹਰੇ
ପରମେଶ୍ଵରଙ୍କ ନାମରେ ସବୁ ନିଧି ଅଛି ଏବଂ

ਮੁਨਿ ਜਨ ਤਾ ਕੀ ਸੇਵ ਕਰੇ
ମୁନୀ ମାନେ ତାଙ୍କ ସେବା ରେ ହିଁ ଲୀନ ରହିଥାନ୍ତି।।। 1।।

ਜਾ ਕੈ ਘਰਿ ਸਗਲੇ ਸਮਾਹਿ
ଯାହାର ଘରେ ସବୁ ସମ୍ପତ୍ତି ଭରି ହୋଇଅଛି,

ਜਿਸ ਤੇ ਬਿਰਥਾ ਕੋਇ ਨਾਹਿ
ଯାହାର ଦ୍ୱାରରୁ କେହି ମଧ୍ୟ ଖାଲି ହାତରେ ଫେରନ୍ତି ନାହିଁ,

ਜੀਅ ਜੰਤ੍ਰ ਕਰੇ ਪ੍ਰਤਿਪਾਲ
ଯିଏ ସବୁ ଜୀବ ମାନଙ୍କୁ ପୋଷଣ କରନ୍ତି।

ਸਦਾ ਸਦਾ ਸੇਵਹੁ ਕਿਰਪਾਲ
ଏଣୁ ସର୍ବଦା ସେହି କୃପାନିଧି ପରମେଶ୍ୱରଙ୍କ ଉପାସନା କର।। 2  ।।

ਸਦਾ ਧਰਮੁ ਜਾ ਕੈ ਦੀਬਾਣਿ
ଯାହାର ଦରବାର ରେ ସଦା ଧର୍ମ ନ୍ୟାୟ ଥାଏ,

ਬੇਮੁਹਤਾਜ ਨਹੀ ਕਿਛੁ ਕਾਣਿ
ସେ ସ୍ଵାଧୀନ ଅଟନ୍ତି, ତାଙ୍କୁ କିଛି ଅଭାବ ନାହିଁ।

ਸਭ ਕਿਛੁ ਕਰਨਾ ਆਪਨ ਆਪਿ
ସେ ସ୍ୱୟଂ ହିଁ ସବୁ କିଛି କରି ଦିଅନ୍ତି।

ਰੇ ਮਨ ਮੇਰੇ ਤੂ ਤਾ ਕਉ ਜਾਪਿ
ହେ ମୋର ମନ ! ତୁ ତାଙ୍କର ହିଁ ଜପ କର।। 3 ।।

ਸਾਧਸੰਗਤਿ ਕਉ ਹਉ ਬਲਿਹਾਰ
ମୁଁ ସାଧୁଙ୍କ ସଂଗତିରେ ସମର୍ପିତ ଯାଇଥାଏ,

ਜਾਸੁ ਮਿਲਿ ਹੋਵੈ ਉਧਾਰੁ
ଯାହାକୁ ମିଶିକରି ଉଦ୍ଧାର ହୋଇଯାଏ।

ਨਾਮ ਸੰਗਿ ਮਨ ਤਨਹਿ ਰਾਤਨਾਨਕ ਕਉ ਪ੍ਰਭਿ ਕਰੀ ਦਾਤਿ
ହେ ପ୍ରଭୁ ! ମନ ଶରୀର ସର୍ବଦା ନାମ ର ସାଙ୍ଗରେ ଲୀନ ରହିଥାଏ ନାନକଙ୍କୁ ଏମିତି ଦାନ ପ୍ରଦାନ କର।।4।। 5 ।।

ਮਾਲੀ ਗਉੜਾ ਮਹਲਾ ਦੁਪਦੇ
ମାଲୀ ଗଉଡା ମହଲା 5॥ 

ਸਤਿਗੁਰ ਪ੍ਰਸਾਦਿ
ଈଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ। 

ਹਰਿ ਸਮਰਥ ਕੀ ਸਰਨਾ
ମୁଁ ସମର୍ଥ ଇଶ୍ଵରଙ୍କ ଶରଣ ରେ ଆସି ଯାଇଛି

ਜੀਉ ਪਿੰਡੁ ਧਨੁ ਰਾਸਿ ਮੇਰੀ ਪ੍ਰਭ ਏਕ ਕਾਰਨ ਕਰਨਾਰਹਾਉ
ସର୍ବକର୍ତ୍ତା ପ୍ରଭୁ ହିଁ ମୋର ପ୍ରାଣ, ଶରୀର, ଧନ ଏବଂ ରାଶି ଅଟେ।। 1।।ରୁହ।।

ਸਿਮਰਿ ਸਿਮਰਿ ਸਦਾ ਸੁਖੁ ਪਾਈਐ ਜੀਵਣੈ ਕਾ ਮੂਲੁ
ତାଙ୍କୁ ସ୍ମରଣ କରିବା ଦ୍ଵାରା ସର୍ବଦା ସୁଖ ପ୍ରାପ୍ତ ହୋଇଥାଏ ଏବଂ ତାହା ହିଁ ଜୀବନର ମୂଳ ଅଟେ।

ਰਵਿ ਰਹਿਆ ਸਰਬਤ ਠਾਈ ਸੂਖਮੋ ਅਸਥੂਲ
ସେ ନିରାକାର ଏବଂ ସାକାର ରୂପରେ ସର୍ବତ୍ର ଦେଖା ଯାଆନ୍ତି।।1  ।।

error: Content is protected !!