ਸੁਖ ਸਾਗਰੁ ਅੰਮ੍ਰਿਤੁ ਹਰਿ ਨਾਉ ॥
ହରି ନାମ ଅମୃତମୟ ଏବଂ ସୁଖର ସାଗର ଅଟେ।
ਮੰਗਤ ਜਨੁ ਜਾਚੈ ਹਰਿ ਦੇੁ ਪਸਾਉ ॥
ସେ ତାକୁ ହିଁ ଦିଅନ୍ତି, ଯିଏ ବିନମ୍ର ଭାବନା ସହ ଯାଚନା କରେ।
ਹਰਿ ਸਤਿ ਸਤਿ ਸਦਾ ਹਰਿ ਸਤਿ ਹਰਿ ਸਤਿ ਮੇਰੈ ਮਨਿ ਭਾਵੈ ਜੀਉ ॥੨॥
ଇଶ୍ୱର ସର୍ବଦା ସତ୍ୟ ଅଟନ୍ତି ଏବଂ ସେହି ପରମସତ୍ୟ ହିଁ ମୋର ମନ କୁ ପ୍ରିୟ ଲାଗିଥାଏ॥2॥
ਨਵੇ ਛਿਦ੍ਰ ਸ੍ਰਵਹਿ ਅਪਵਿਤ੍ਰਾ ॥
ଶରୀରର ନଅଟି ଛିଦ୍ର – ଆଖି, କାନ, ମୁହଁ, ନାକ, ପାଟି, ଲିଂଗ ଆଦି ଦ୍ଵାରା ଅପବିତ୍ର ପ୍ରମାଣିତ ହେଉଅଛି, ”
ਬੋਲਿ ਹਰਿ ਨਾਮ ਪਵਿਤ੍ਰ ਸਭਿ ਕਿਤਾ ॥
କିନ୍ତୁ ହରି ନାମ ର ସ୍ତୁତି ଗାନ କରିବା ଦ୍ୱାରା ସେ ସବୁ ପବିତ୍ର ହୋଇ ଯାଆନ୍ତି।
ਜੇ ਹਰਿ ਸੁਪ੍ਰਸੰਨੁ ਹੋਵੈ ਮੇਰਾ ਸੁਆਮੀ ਹਰਿ ਸਿਮਰਤ ਮਲੁ ਲਹਿ ਜਾਵੈ ਜੀਉ ॥੩॥
ଯଦି ଇଶ୍ଵର ପରମ – ପ୍ରସନ୍ନ ହୋଇ ଯାଆନ୍ତି ତେବେ ତାଙ୍କ ଉପାସନା କରିବା ଦ୍ଵାରା ସବୁ ମଇଳା ଧୋଇ ହୋଇଯାଇ ଥାଏ।।।3।।
ਮਾਇਆ ਮੋਹੁ ਬਿਖਮੁ ਹੈ ਭਾਰੀ ॥
(ପ୍ରଶ୍ନ) ମାୟା ମୋହ ରୂପୀ ସାଗର ବଡ଼ କଠିନ ଅଟେ।
ਕਿਉ ਤਰੀਐ ਦੁਤਰੁ ਸੰਸਾਰੀ ॥
ଏହି ଦୁର୍ଗମ ସଂସାର- ସାଗର ରୁ କେମିତି ପାର ହୋଇ ପାରିବା?
ਸਤਿਗੁਰੁ ਬੋਹਿਥੁ ਦੇਇ ਪ੍ਰਭੁ ਸਾਚਾ ਜਪਿ ਹਰਿ ਹਰਿ ਪਾਰਿ ਲੰਘਾਵੈ ਜੀਉ ॥੪॥
ଯଦି ସତ୍ୟ ପ୍ରଭୁ ରୂପୀ ଜାହଜ ସହ ମିଶାଇ ଦିଆ ଯାଏ ତ ଗୁରୁ ଉପଦେଶରେ ହରି ନାମ ଜପି ଜୀବ ସଂସାର- ସାଗରରୁ ପାର ହୋଇଯାଏ ॥4॥
ਤੂ ਸਰਬਤ੍ਰ ਤੇਰਾ ਸਭੁ ਕੋਈ ॥
ହେ ଇଶ୍ଵର! ତୁ ସର୍ବବ୍ୟାପୀ ଅଟୁ, ସବୁକିଛି ତୋ ଦ୍ଵାରା ହି ଜନ୍ମିତ।
ਜੋ ਤੂ ਕਰਹਿ ਸੋਈ ਪ੍ਰਭ ਹੋਈ ॥
ତୁ ଯାହା କରୁ, ସଂସାର ରେ ତାହା ହିଁ ହୁଏ।
ਜਨੁ ਨਾਨਕੁ ਗੁਣ ਗਾਵੈ ਬੇਚਾਰਾ ਹਰਿ ਭਾਵੈ ਹਰਿ ਥਾਇ ਪਾਵੈ ਜੀਉ ॥੫॥੧॥੭॥
ନାନକ ବିଚରା ତ ତୋର ହି ଗୁଣ ଗାଇ ଥାଏ, ଯଦି ତତେ ମଞ୍ଜୁର ଅଛି ତ ଆମ ଉପାସନା ସଫଳ ହୋଇ ପାରିଥାଏ।
ਮਾਰੂ ਮਹਲਾ ੪ ॥
ମାରୁ ମହଲା ॥4॥
ਹਰਿ ਹਰਿ ਨਾਮੁ ਜਪਹੁ ਮਨ ਮੇਰੇ ॥
ହେ ମନ! ଇଶ୍ଵରର ଜପ କର,
ਸਭਿ ਕਿਲਵਿਖ ਕਾਟੈ ਹਰਿ ਤੇਰੇ ॥
ସେ ତୋର ସବୁ ପାପ ଦୋଷ କାଟିଦେବେ।
ਹਰਿ ਧਨੁ ਰਾਖਹੁ ਹਰਿ ਧਨੁ ਸੰਚਹੁ ਹਰਿ ਚਲਦਿਆ ਨਾਲਿ ਸਖਾਈ ਜੀਉ ॥੧॥
ମନରେ ହରି – ଧନ ବସାଇକି ରଖ, ହରି – ଧନ ସଞ୍ଚିତ କର, ସେୟା ହି ତୋର ଦୁନିଆରୁ ଯିବା ସମୟରେ ତୋର ସାଥୀ ହୋଇକରି ଯିବ।।୧।।
ਜਿਸ ਨੋ ਕ੍ਰਿਪਾ ਕਰੇ ਸੋ ਧਿਆਵੈ ॥
ଯାହା ଉପରେ ଇଶ୍ଵର କୃପା କରନ୍ତି, ସେ ତାର ଧ୍ୟାନ କରନ୍ତି।
ਨਿਤ ਹਰਿ ਜਪੁ ਜਾਪੈ ਜਪਿ ਹਰਿ ਸੁਖੁ ਪਾਵੈ ॥
ସେ ନିତ୍ୟ ପରମେଶ୍ବରଙ୍କ ଜପ କରି କରି ସୁଖ ଭୋଗ କରି ନିଏ।
ਗੁਰ ਪਰਸਾਦੀ ਹਰਿ ਰਸੁ ਆਵੈ ਜਪਿ ਹਰਿ ਹਰਿ ਪਾਰਿ ਲੰਘਾਈ ਜੀਉ ॥੧॥ ਰਹਾਉ ॥
ଗୁରୁକୃପାରୁ ହିଁ ହରି ନାମର ସ୍ଵାଦ ଆସେ ଏବଂ ଇଶ୍ଵରଙ୍କ ଜପ ସଂସାର ସାଗରରୁ ପାର କରିଥାଏ।।
ਨਿਰਭਉ ਨਿਰੰਕਾਰੁ ਸਤਿ ਨਾਮੁ ॥
ଇଶ୍ଵର ନିରାକାର ଏବଂ ନିର୍ଭୟ ଅଟନ୍ତି, ତାଙ୍କ ନାମ ସତ୍ୟ ଏବଂ
ਜਗ ਮਹਿ ਸ੍ਰੇਸਟੁ ਊਤਮ ਕਾਮੁ ॥
ଜଗତରେ ନାମ – ସ୍ମରଣ ହିଁ ଉତ୍ତମ ଏବଂ ଶ୍ରେଷ୍ଠ କର୍ମ ଅଟେ।
ਦੁਸਮਨ ਦੂਤ ਜਮਕਾਲੁ ਠੇਹ ਮਾਰਉ ਹਰਿ ਸੇਵਕ ਨੇੜਿ ਨ ਜਾਈ ਜੀਉ ॥੨
ଯମରାଜାଙ୍କ ଦୂତ ଶତ୍ରୁମାନଙ୍କ ଭଳି ଜୀବମାନଙ୍କୁ ମାରି ଦିଅନ୍ତି, ପରନ୍ତୁ ହରିଭକ୍ତଙ୍କ ନିକଟକୁ ଯାଆନ୍ତି ନାହିଁ।।୨।।
ਜਿਸੁ ਉਪਰਿ ਹਰਿ ਕਾ ਮਨੁ ਮਾਨਿਆ ॥
ଯାହା ଉପରେ ଭଗବାନଙ୍କ ମନ ପ୍ରସନ୍ନ ହୋଇ ଯାଇଛି,
ਸੋ ਸੇਵਕੁ ਚਹੁ ਜੁਗ ਚਹੁ ਕੁੰਟ ਜਾਨਿਆ ॥
ସେହି ଭକ୍ତ ଚାରି ଯୁଗ ଚାରି ଦିଗ ରେ ବିଖ୍ୟାତ ହୋଇ ଯାଇଛି।
ਜੇ ਉਸ ਕਾ ਬੁਰਾ ਕਹੈ ਕੋਈ ਪਾਪੀ ਤਿਸੁ ਜਮਕੰਕਰੁ ਖਾਈ ਜੀਉ ॥੩॥
ଯଦି କେହି ପାପି ତାର ମନ୍ଦ କରେ ବା ଖରାପ ଚାହେଁ ତେବେ ମୃତ୍ୟୁ ତାକୁ ନିଜେ ଗ୍ରାସ କରି ଯାଏ।୩।
ਸਭ ਮਹਿ ਏਕੁ ਨਿਰੰਜਨ ਕਰਤਾ ॥
ସମସ୍ତଙ୍କ ମଧ୍ୟରେ ଜଣେ ଶକ୍ତିଶାଳୀ ପରମେଶ୍ଵର ବିଦ୍ୟମାନ ଅଛନ୍ତି ଏବଂ
ਸਭਿ ਕਰਿ ਕਰਿ ਵੇਖੈ ਅਪਣੇ ਚਲਤਾ ॥
ନିଜର ଲୀଳା କରିକରି ଦେଖିକି ରହିଥାନ୍ତି।
ਜਿਸੁ ਹਰਿ ਰਾਖੈ ਤਿਸੁ ਕਉਣੁ ਮਾਰੈ ਜਿਸੁ ਕਰਤਾ ਆਪਿ ਛਡਾਈ ਜੀਉ ॥੪॥
ଯାହାର ରକ୍ଷା ଇଶ୍ଵର କରିଥାନ୍ତି, ତାକୁ କିଏ ମାରିପାରିବ?ପ୍ରଭୁ ସ୍ଵୟଂ ତାକୁ ସଙ୍କଟରୁ ବଞ୍ଚାଇଥାଆନ୍ତି।।୪।।
ਹਉ ਅਨਦਿਨੁ ਨਾਮੁ ਲਈ ਕਰਤਾਰੇ ॥
ମୁଁ ନୀତି ଇଶ୍ଵରଙ୍କ ନାମ ଜପ କରେ,
ਜਿਨਿ ਸੇਵਕ ਭਗਤ ਸਭੇ ਨਿਸਤਾਰੇ ॥
ଯିଏ ସେବକ- ଭକ୍ତ ସମସ୍ତଙ୍କ ମୁକ୍ତି କରି ଦିଏ।
ਦਸ ਅਠ ਚਾਰਿ ਵੇਦ ਸਭਿ ਪੂਛਹੁ ਜਨ ਨਾਨਕ ਨਾਮੁ ਛਡਾਈ ਜੀਉ ॥੫॥੨॥੮॥
ହେ ନାନକ! ନିଃସଙ୍କୋଚରେ ଅଠରଟି ପୁରାଣ ଏବଂ ଚାରି ବେଦର ଅବଲୋକନ କରି ନିଅ, ସେମାନେ ମଧ୍ୟ ଏହା ମାନନ୍ତି ଯେ ଇଶ୍ଵର ଙ୍କ ନାମ ହି ମୁକ୍ତି ଦିଏ।୫।।୨।।୮।।
ਮਾਰੂ ਮਹਲਾ ੫ ਘਰੁ ੨
ମାରୁ ମହଲା 5 ଘର 2
ੴ ਸਤਿਗੁਰ ਪ੍ਰਸਾਦਿ ॥
ଇଶ୍ଵର ଏକ ଅଟନ୍ତି ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਡਰਪੈ ਧਰਤਿ ਅਕਾਸੁ ਨਖੵਤ੍ਰਾ ਸਿਰ ਊਪਰਿ ਅਮਰੁ ਕਰਾਰਾ ॥
ପୃଥିବୀ, ଆକାଶ,ଏବଂ ନକ୍ଷତ୍ର ମଧ୍ୟ ଡରନ୍ତି, ସମସ୍ତଙ୍କ ଉପରେ ଇଶ୍ଵରଙ୍କ କଠୋର ଆଦେଶ ଚାଲୁଛି।
ਪਉਣੁ ਪਾਣੀ ਬੈਸੰਤਰੁ ਡਰਪੈ ਡਰਪੈ ਇੰਦ੍ਰੁ ਬਿਚਾਰਾ ॥੧॥
ପବନ, ପାଣି ଏବଂ ଅଗ୍ନି ତାହା ଦ୍ଵାରା ହି କ୍ରିୟାଶୀଳ ଅଟନ୍ତି ଏବଂ ବିଚରା ଇନ୍ଦ୍ରଦେବ ମଧ୍ୟ ତାଙ୍କୁ ଡରନ୍ତି।।୧।।
ਏਕਾ ਨਿਰਭਉ ਬਾਤ ਸੁਨੀ ॥
ଏହି କଥା ଶୁଣାଯାଏ କି ରଚୟିତା ଇଶ୍ଵର ହି ନିର୍ଭୟ ଅଟନ୍ତି।
ਸੋ ਸੁਖੀਆ ਸੋ ਸਦਾ ਸੁਹੇਲਾ ਜੋ ਗੁਰ ਮਿਲਿ ਗਾਇ ਗੁਨੀ ॥੧॥ ਰਹਾਉ ॥
ଯିଏ ଗୁରୁ ସହ ମିଶିକରି ତାର ଗୁଣଗାନ କରେ, ସେ ହିଁ ସୁଖୀ ଏବଂ ସବୁବେଳେ ଖୁସିରେ ରହେ।୧।।
ਦੇਹਧਾਰ ਅਰੁ ਦੇਵਾ ਡਰਪਹਿ ਸਿਧ ਸਾਧਿਕ ਡਰਿ ਮੁਇਆ ॥
ଦେହଧାରୀ ପ୍ରାଣୀ ଓ ଦେବତା ତାଙ୍କୁ ହି ଡରନ୍ତି। ବଡ ବଡ଼ ସିଦ୍ଧ- ସାଧକ ଇଶ୍ଵର ଭୟରୁ ହିଁ ମୃତ୍ୟୁକୁ ପ୍ରାପ୍ତ କରନ୍ତି।
ਲਖ ਚਉਰਾਸੀਹ ਮਰਿ ਮਰਿ ਜਨਮੇ ਫਿਰਿ ਫਿਰਿ ਜੋਨੀ ਜੋਇਆ ॥੨॥
ଚଉରାଶି ଲକ୍ଷ୍ୟ ପ୍ରାଣୀ ମରି ମରି କରି ଜନ୍ମ ନେଉଛନ୍ତି ଏବଂ ତାଙ୍କୁ ବାରମ୍ବାର ଯୋନିରେ ଧକ୍କା ଦିଆଯାଇ ଥାଏ।