ਗੁਰਮੁਖਿ ਸਾਚਾ ਸਬਦਿ ਪਛਾਤਾ ॥
ଗୁରୁମୁଖୀ ଶବ୍ଦ ଦ୍ଵାରା ସ୍ଵୟଂଭୂ ପରମେଶ୍ଵରଙ୍କୁ ହିଁ ଜାଣିଥାଏ,
ਨਾ ਤਿਸੁ ਕੁਟੰਬੁ ਨਾ ਤਿਸੁ ਮਾਤਾ ॥
ଯାହାର ନା କୌଣସି ପରିବାର ଅଛି, ନା କେହି ମାତା ଅଛି,
ਏਕੋ ਏਕੁ ਰਵਿਆ ਸਭ ਅੰਤਰਿ ਸਭਨਾ ਜੀਆ ਕਾ ਆਧਾਰੀ ਹੇ ॥੧੩॥
କେବଳ ଏକ ସେ ହିଁ ସବୁଙ୍କ ଅନ୍ତର୍ମନରେ ରମଣ କରିଥାନ୍ତି ଏବଂ ସେ ସବୁ ଜୀବଙ୍କ ଆଧାର ଅଟନ୍ତି||13||
ਹਉਮੈ ਮੇਰਾ ਦੂਜਾ ਭਾਇਆ ॥
ମନୁଷ୍ୟକୁ ଅହଂତ୍ଵ, ମମତା ଏବଂ ଦୈତ୍ୟଭାବ ହିଁ ଭଲ ଲାଗିଥାଏ।
ਕਿਛੁ ਨ ਚਲੈ ਧੁਰਿ ਖਸਮਿ ਲਿਖਿ ਪਾਇਆ ॥
ମାଲିକ ପ୍ରାରମ୍ଭରୁ ହିଁ ଲେଖି ଦେଇଛନ୍ତି ଯେ ଅନ୍ତିମ ସମୟରେ କିଛି ମଧ୍ୟ ସାଥିରେ ଯାଏ ନାହିଁ।
ਗੁਰ ਸਾਚੇ ਤੇ ਸਾਚੁ ਕਮਾਵਹਿ ਸਾਚੈ ਦੂਖ ਨਿਵਾਰੀ ਹੇ ॥੧੪॥
ଯିଏ ସଚ୍ଚା ଗୁରୁଙ୍କ ଠାରୁ ଦୀକ୍ଷା ନେଇ ସଚ୍ଚା ଆଚରଣ ଗ୍ରହଣ କରିଥାଏ, ପରମାତ୍ମା ତାହାର ସବୁ ଦୁଃଖ ଦୂର କରି ଦେଇଥାନ୍ତି||14||
ਜਾ ਤੂ ਦੇਹਿ ਸਦਾ ਸੁਖੁ ਪਾਏ ॥
ହେ ଈଶ୍ଵର! ଯାହାକୁ ତୁ ଦେଉ, ସେ ସର୍ବଦା ସୁଖ ପ୍ରାପ୍ତ କରିଥାଏ ଏବଂ
ਸਾਚੈ ਸਬਦੇ ਸਾਚੁ ਕਮਾਏ ॥
ସେ ସଚ୍ଚା ଶବ୍ଦ ଦ୍ଵାରା ସଚ୍ଚା ଆଚରଣ ଆପଣାଇ ଥାଏ।
ਅੰਦਰੁ ਸਾਚਾ ਮਨੁ ਤਨੁ ਸਾਚਾ ਭਗਤਿ ਭਰੇ ਭੰਡਾਰੀ ਹੇ ॥੧੫॥
ତାହାର ଅନ୍ତର୍ମନରେ ସତ୍ୟ ବାସ କରିଥାଏ, ତାହାର ତନ-ମନ ସଚ୍ଚା ହୋଇଯାଏ ଏବଂ ସେ ଭକ୍ତିର ଭଣ୍ଡାର ଭରି ନେଇଥାଏ||15||
ਆਪੇ ਵੇਖੈ ਹੁਕਮਿ ਚਲਾਏ ॥
ସେ ସ୍ଵୟଂ ହିଁ ଦେଖିଥାନ୍ତି, ସବୁଙ୍କ ଉପରେ ନିଜର ହୁକୁମ ଚଲାଇ ଥାଆନ୍ତି ଏବଂ
ਅਪਣਾ ਭਾਣਾ ਆਪਿ ਕਰਾਏ ॥
ନିଜର ଇଚ୍ଛା ଅନୁସାରେ ହିଁ ଜୀବଙ୍କ ଦ୍ଵାରା କରାଇ ଥାଆନ୍ତି।
ਨਾਨਕ ਨਾਮਿ ਰਤੇ ਬੈਰਾਗੀ ਮਨੁ ਤਨੁ ਰਸਨਾ ਨਾਮਿ ਸਵਾਰੀ ਹੇ ॥੧੬॥੭॥
ହେ ନାନକ! ବୈରାଗୀ ଜୀବ ନାମରେ ହିଁ ଲୀନ ରହିଥାଏ ଏବଂ ପ୍ରଭୁଙ୍କ ନାମ ତାହାର ମନ, ତନ ଏବଂ ଜିହ୍ଵାକୁ ସଫଳ କରାଇ ଥାଏ||16||7||
ਮਾਰੂ ਮਹਲਾ ੩ ॥
ମାରୁ ମହଲା 3॥
ਆਪੇ ਆਪੁ ਉਪਾਇ ਉਪੰਨਾ ॥
ସେ ସ୍ଵତଃ ପ୍ରକାଶ ସ୍ଵୟଂଭୂ ଅଟନ୍ତି ଏବଂ
ਸਭ ਮਹਿ ਵਰਤੈ ਏਕੁ ਪਰਛੰਨਾ ॥
ଏକ ସେ ହିଁ ପ୍ରଚ୍ଛନ୍ନ ରୂପରେ ସବୁଙ୍କ ଠାରେ ବ୍ୟାପ୍ତ ଥାଆନ୍ତି।
ਸਭਨਾ ਸਾਰ ਕਰੇ ਜਗਜੀਵਨੁ ਜਿਨਿ ਅਪਣਾ ਆਪੁ ਪਛਾਤਾ ਹੇ ॥੧॥
ଯିଏ ନିଜକୁ ନିଜେ ଜାଣି ନେଇଛି, ତାହାକୁ ହିଁ ଜ୍ଞାନ ହୋଇଥାଏ ଯେ ଜଗତକୁ ଜୀବନ ଦେବା ବାଲା ସବୁଙ୍କୁ ପୋଷଣ କରିଥାନ୍ତି||1||
ਜਿਨਿ ਬ੍ਰਹਮਾ ਬਿਸਨੁ ਮਹੇਸੁ ਉਪਾਏ ॥
ଯିଏ ବ୍ରହ୍ମ, ବିଷ୍ଣୁ ଏବଂ ଶିବଙ୍କୁ ଉତ୍ପନ୍ନ କରିଛି,
ਸਿਰਿ ਸਿਰਿ ਧੰਧੈ ਆਪੇ ਲਾਏ ॥
ସେହି ପରମାତ୍ମା ଜାତ କରି ସ୍ଵୟଂ ହିଁ ନିଜ ନିଜ କାର୍ଯ୍ୟରେ ଲଗାଇ ଦେଇଛନ୍ତି।
ਜਿਸੁ ਭਾਵੈ ਤਿਸੁ ਆਪੇ ਮੇਲੇ ਜਿਨਿ ਗੁਰਮੁਖਿ ਏਕੋ ਜਾਤਾ ਹੇ ॥੨॥
ଯାହାକୁ ସେ ପସନ୍ଦ କରିଥାନ୍ତି, ତାହାକୁ ସ୍ଵୟଂ ହିଁ ମିଳାଇ ନିଅନ୍ତି, ଯିଏ ଗୁରୁଙ୍କ ସାନ୍ନିଧ୍ୟରେ ଏକ ଈଶ୍ଵରଙ୍କ ଭେଦ ବୁଝି ନେଇଥାଏ ||2||
ਆਵਾ ਗਉਣੁ ਹੈ ਸੰਸਾਰਾ ॥
ଏହି ସଂସାର ଜନ୍ମ ମରଣର ଚକ୍ରରେ ପଡି ରହିଛି,
ਮਾਇਆ ਮੋਹੁ ਬਹੁ ਚਿਤੈ ਬਿਕਾਰਾ ॥
ମୋହ-ମାୟା କାରଣରୁ ମନୁଷ୍ୟ ବିକାର ବିଷୟରେ ଭାବିଥାଏ।
ਥਿਰੁ ਸਾਚਾ ਸਾਲਾਹੀ ਸਦ ਹੀ ਜਿਨਿ ਗੁਰ ਕਾ ਸਬਦੁ ਪਛਾਤਾ ਹੇ ॥੩॥
ଯିଏ ଗୁରୁଙ୍କ ଶବ୍ଦ ଜାଣି ନେଇଥାଏ, ସେ ସର୍ବଦା ଅବିନାଶୀ ପ୍ରଭୁଙ୍କ ସ୍ତୁତିଗାନ କରିଥାଏ||3||
ਇਕਿ ਮੂਲਿ ਲਗੇ ਓਨੀ ਸੁਖੁ ਪਾਇਆ ॥
କିଛି ଲୋକ ଈଶ୍ଵରଙ୍କ ଠାରେ ଲୀନ ଥାଆନ୍ତି ଏବଂ ସେମାନେ ସଚ୍ଚା ସୁଖ ପ୍ରାପ୍ତ କରିଥାନ୍ତି।
ਡਾਲੀ ਲਾਗੇ ਤਿਨੀ ਜਨਮੁ ਗਵਾਇਆ ॥
ଯିଏ ଇଷ୍ଟଦେବୀ-ଦେବତାଙ୍କ ପୂଜାରେ ଲୀନ ଥାଏ, ସେ ନିଜ ଜୀବନ ବ୍ୟର୍ଥରେ ହରାଇ ଦେଇଥାଏ।
ਅੰਮ੍ਰਿਤ ਫਲ ਤਿਨ ਜਨ ਕਉ ਲਾਗੇ ਜੋ ਬੋਲਹਿ ਅੰਮ੍ਰਿਤ ਬਾਤਾ ਹੇ ॥੪॥
ସେହି ଲୋକଙ୍କୁ ଅମୃତ ଫଳ ପ୍ରାପ୍ତ ହୋଇଥାଏ, ଯିଏ ମିଠା ବଚନ ବୋଲିଥାଏ||4|||
ਹਮ ਗੁਣ ਨਾਹੀ ਕਿਆ ਬੋਲਹ ਬੋਲ ॥
ହେ ପରମପିତା! ଆମ ଭଳି ଜୀବଙ୍କ ଠାରେ କୌଣସି ଗୁଣ ନାହିଁ, ଆମେ କେଉଁ କଥା କହିବୁ?
ਤੂ ਸਭਨਾ ਦੇਖਹਿ ਤੋਲਹਿ ਤੋਲ ॥
ତୁ ସବୁଙ୍କୁ ଦେଖୁଅଛୁ ଏବଂ ତାହାଙ୍କ କର୍ମକୁ ତଉଲୁ ଅଛୁ।
ਜਿਉ ਭਾਵੈ ਤਿਉ ਰਾਖਹਿ ਰਹਣਾ ਗੁਰਮੁਖਿ ਏਕੋ ਜਾਤਾ ਹੇ ॥੫॥
ଯେପରି ତୋତେ ମଞ୍ଜୁର ଅଛି, ସେପରି ହିଁ ତୁ ରଖୁଅଛୁ, ସେପରି ହିଁ ଆମେ ରହିବାକୁ ଅଛି ଏବଂ ଗୁରୁଙ୍କ ସାନ୍ନିଧ୍ୟରେ ତୋତେ ଜାଣି ହୁଏ||5||
ਜਾ ਤੁਧੁ ਭਾਣਾ ਤਾ ਸਚੀ ਕਾਰੈ ਲਾਏ ॥
ଯେତେବେଳେ ତୋତେ ସ୍ଵୀକୃତ ହୋଇଥାଏ, ତୁ ସଚ୍ଚା କାର୍ଯ୍ୟରେ ଲଗାଇ ଦେଉ।
ਅਵਗਣ ਛੋਡਿ ਗੁਣ ਮਾਹਿ ਸਮਾਏ ॥
ପୁଣି ଜୀବ ଅବଗୁଣ ଛାଡି ଗୁଣରେ ଲୀନ ହୋଇଯାଏ।
ਗੁਣ ਮਹਿ ਏਕੋ ਨਿਰਮਲੁ ਸਾਚਾ ਗੁਰ ਕੈ ਸਬਦਿ ਪਛਾਤਾ ਹੇ ॥੬॥
କେବଳ ଏକ ନିର୍ମଳ ପ୍ରଭୁ ହିଁ ଗୁଣରେ ବାସ କରିଥାନ୍ତି, ଯାହାଙ୍କୁ ଗୁରୁଙ୍କ ଶବ୍ଦ ଦ୍ଵାରା ହିଁ ଜାଣି ହୁଏ||6||
ਜਹ ਦੇਖਾ ਤਹ ਏਕੋ ਸੋਈ ॥
ଯେଉଁଠି ମଧ୍ୟ ଦେଖିଥାଏ, ସେଠାରେ ଏକ ସେ ହିଁ ବିଦ୍ୟମାନ ଅଛନ୍ତି।
ਦੂਜੀ ਦੁਰਮਤਿ ਸਬਦੇ ਖੋਈ ॥
ଶବ୍ଦ ଦ୍ଵାରା ଦୈତ୍ୟଭାବ ଦୁର୍ମତି ଦୂର କରିଦିଏ।
ਏਕਸੁ ਮਹਿ ਪ੍ਰਭੁ ਏਕੁ ਸਮਾਣਾ ਅਪਣੈ ਰੰਗਿ ਸਦ ਰਾਤਾ ਹੇ ॥੭॥
ସେହି ଏକ ପ୍ରଭୁ ସ୍ଵୟଂ ଠାରେ ହି ଲୀନ ରହିଥାନ୍ତି ଏବଂ ସର୍ବଦା ନିଜ ରଙ୍ଗରେ ରଙ୍ଗୀନ ରହିଥାନ୍ତି||7||
ਕਾਇਆ ਕਮਲੁ ਹੈ ਕੁਮਲਾਣਾ ॥ ਮਨਮੁਖੁ ਸਬਦੁ ਨ ਬੁਝੈ ਇਆਣਾ ॥
ଏହି ଶରୀର ଫୁଲ ଭଳି ଶୀଘ୍ର ମଉଳି ଯାଇଥାଏ, କିନ୍ତୁ ଅଜ୍ଞାନ ମନମୁଖୀ ଶବ୍ଦର ଭେଦକୁ ବୁଝେ ନାହିଁ।
ਗੁਰ ਪਰਸਾਦੀ ਕਾਇਆ ਖੋਜੇ ਪਾਏ ਜਗਜੀਵਨੁ ਦਾਤਾ ਹੇ ॥੮॥
ଯିଏ ଗୁରୁଙ୍କ କୃପାରୁ ନିଜ ଶରୀରକୁ ଖୋଜିଥାଏ, ସେ ଜୀବନ ଦାତାଙ୍କୁ ପାଇନିଏ||8||
ਕੋਟ ਗਹੀ ਕੇ ਪਾਪ ਨਿਵਾਰੇ ॥ ਸਦਾ ਹਰਿ ਜੀਉ ਰਾਖੈ ਉਰ ਧਾਰੇ ॥
ସେ ଶରୀର ରୂପୀ ଦୁର୍ଗରୁ ପାପର ନିବାରଣ କରିଥାନ୍ତି, ଯିଏ ସର୍ବଦା ପରମାତ୍ମାଙ୍କୁ ହୃଦୟରେ ସ୍ଥାପନ କରି ରଖିଥାଏ।
ਜੋ ਇਛੇ ਸੋਈ ਫਲੁ ਪਾਏ ਜਿਉ ਰੰਗੁ ਮਜੀਠੈ ਰਾਤਾ ਹੇ ॥੯॥
ସେ ମନୋବାଞ୍ଚିତ ଫଳ ପ୍ରାପ୍ତ କରିଥାଏ ଏବଂ ମଞ୍ଜୁଆତି ରଙ୍ଗ ଭଳି ପ୍ରଭୁ-ପ୍ରେମରେ ରଙ୍ଗୀନ ହୋଇଯାଏ||9||
ਮਨਮੁਖੁ ਗਿਆਨੁ ਕਥੇ ਨ ਹੋਈ ॥
ମନମୁଖୀ ଜୀବ ଜ୍ଞାନର କଥା କରିଥାଏ, କିନ୍ତୁ ତାହା ପାଖରେ କୌଣସି ଜ୍ଞାନ ନଥାଏ।
ਫਿਰਿ ਫਿਰਿ ਆਵੈ ਠਉਰ ਨ ਕੋਈ ॥
ଏଥିପାଇଁ ସେ ବାରମ୍ବାର ଜନ୍ମ ନେଇଥାଏ ଏବଂ ତାହାକୁ ସୁଖର କୌଣସି ସ୍ଥାନ ମିଳେନାହିଁ।
ਗੁਰਮੁਖਿ ਗਿਆਨੁ ਸਦਾ ਸਾਲਾਹੇ ਜੁਗਿ ਜੁਗਿ ਏਕੋ ਜਾਤਾ ਹੇ ॥੧੦॥
ଗୁରୁମୁଖୀକୁ ଜ୍ଞାନ ହୋଇଥାଏ, ସେ ସଦା ପରମାତ୍ମାଙ୍କ ପ୍ରଶଂସା କରିଥାଏ ଏବଂ ଯୁଗ-ଯୁଗାନ୍ତରରେ ଏକକୁ ହିଁ ଅଟଳ ମାନିଥାଏ||10||
ਮਨਮੁਖੁ ਕਾਰ ਕਰੇ ਸਭਿ ਦੁਖ ਸਬਾਏ ॥
ମନମୁଖୀ ଯେତେ କର୍ମ ମଧ୍ୟ କରିଥାଏ, ତାହାଦ୍ୱାରା ସବୁ ଦୁଃଖ ହିଁ ଜାତ ହୋଇଥାଏ।
ਅੰਤਰਿ ਸਬਦੁ ਨਾਹੀ ਕਿਉ ਦਰਿ ਜਾਏ ॥
ତାହାର ମନରେ ଶବ୍ଦ ନଥାଏ, ତାହାହେଲେ ସେ ପ୍ରଭୁଙ୍କ ଦ୍ଵାରକୁ କିପରି ଯାଇ ପାରିବ।
ਗੁਰਮੁਖਿ ਸਬਦੁ ਵਸੈ ਮਨਿ ਸਾਚਾ ਸਦ ਸੇਵੇ ਸੁਖਦਾਤਾ ਹੇ ॥੧੧॥
ଗୁରୁମୁଖୀର ମନରେ ଶବ୍ଦ ଅବସ୍ଥିତ ଥାଏ ଏବଂ ସେ ସଦା ସୁଖଦାତାଙ୍କ ଉପାସନା କରିଥାଏ||11||