Odia Page 1052

ਜਹ ਦੇਖਾ ਤੂ ਸਭਨੀ ਥਾਈ ॥
ହେ ଈଶ୍ଵର! ଯେଉଁଠି ଦେଖିଲେ ମଧ୍ୟ ତୁ ସବୁସ୍ଥାନରେ ବ୍ୟାପ୍ତ ଅଛୁ।                                                        

ਪੂਰੈ ਗੁਰਿ ਸਭ ਸੋਝੀ ਪਾਈ ॥
ପୂର୍ଣ୍ଣ ଗୁରୁଙ୍କ ଦ୍ଵାରା ଏହି ଜ୍ଞାନ ପ୍ରାପ୍ତ ହୋଇଛି ଯେ                                                             

ਨਾਮੋ ਨਾਮੁ ਧਿਆਈਐ ਸਦਾ ਸਦ ਇਹੁ ਮਨੁ ਨਾਮੇ ਰਾਤਾ ਹੇ ॥੧੨॥
ସର୍ବଦା ନାମର ମନନ କର, କାରଣ ଏହି ମନ ନାମରେ ହିଁ ଲୀନ ରହିଥାଏ||12||                                                     

ਨਾਮੇ ਰਾਤਾ ਪਵਿਤੁ ਸਰੀਰਾ ॥
ପ୍ରଭୁ-ନାମରେ ଲୀନ ଥିବା ଶରୀର ପବିତ୍ର ଅଟେ,   

ਬਿਨੁ ਨਾਵੈ ਡੂਬਿ ਮੁਏ ਬਿਨੁ ਨੀਰਾ ॥
ପରନ୍ତୁ ନାମ ବିହୀନ ମନୁଷ୍ୟ ଜଳ ବିନା ବୁଡି ମରି ଯାଇଥାଏ।                                                      

ਆਵਹਿ ਜਾਵਹਿ ਨਾਮੁ ਨਹੀ ਬੂਝਹਿ ਇਕਨਾ ਗੁਰਮੁਖਿ ਸਬਦੁ ਪਛਾਤਾ ਹੇ ॥੧੩॥
ସେ ନାମ ରହସ୍ୟକୁ ବୁଝେ ନାହିଁ ଏବଂ ଜନ୍ମ ହୋଇ ମରିଥାଏ, କିଛି ଲୋକ ଗୁରୁଙ୍କ ସାନ୍ନିଧ୍ୟରେ ଶବ୍ଦର ପରିଚୟ ପାଇଥାଏ||13||

ਪੂਰੈ ਸਤਿਗੁਰਿ ਬੂਝ ਬੁਝਾਈ ॥
ପୂର୍ଣ୍ଣ ସଦଗୁରୁ ଏହି ଜ୍ଞାନ ବତାଇଛନ୍ତି ଯେ                                              

ਵਿਣੁ ਨਾਵੈ ਮੁਕਤਿ ਕਿਨੈ ਨ ਪਾਈ ॥
ନାମ ବିନା କେହି ମଧ୍ୟ ମୁକ୍ତି ପ୍ରାପ୍ତ କରିନାହିଁ।                                                                  

ਨਾਮੇ ਨਾਮਿ ਮਿਲੈ ਵਡਿਆਈ ਸਹਜਿ ਰਹੈ ਰੰਗਿ ਰਾਤਾ ਹੇ ॥੧੪॥
ପରମାତ୍ମାଙ୍କ ନାମ ବିନା ହିଁ ଜୀବକୁ ଲୋକ-ପରଲୋକରେ ବଡିମା ମିଳିଥାଏ ଏବଂ ସ୍ଵାଭାବିକ ଭାବରେ ପ୍ରଭୁ-ରଙ୍ଗରେ ଲୀନ ରହିଥାଏ||14||

ਕਾਇਆ ਨਗਰੁ ਢਹੈ ਢਹਿ ਢੇਰੀ ॥
ଶରୀର ରୂପୀ ନଗରି ଶେଷରେ ଧ୍ଵଂସ ହୋଇ ପାଉଁଶ ବନି ଯାଇଥାଏ ଏବଂ                             

ਬਿਨੁ ਸਬਦੈ ਚੂਕੈ ਨਹੀ ਫੇਰੀ ॥
ଶବ୍ଦ ବିନା ଜୀବର ଜନ୍ମ-ମରଣ ଦୂର ହୁଏନାହିଁ।             

ਸਾਚੁ ਸਲਾਹੇ ਸਾਚਿ ਸਮਾਵੈ ਜਿਨਿ ਗੁਰਮੁਖਿ ਏਕੋ ਜਾਤਾ ਹੇ ॥੧੫॥
ଯିଏ ଗୁରୁଙ୍କ ସାନ୍ନିଧ୍ୟରେ ଏକ ପରମାତ୍ମାଙ୍କୁ ଜାଣି ନିଏ, ସେ ସେହି ପରମ ସତ୍ୟର ସ୍ତୁତିଗାନ କରି ସେଥିରେ ହିଁ ବିଲୀନ ହୋଇଯାଏ||15||                  

ਜਿਸ ਨੋ ਨਦਰਿ ਕਰੇ ਸੋ ਪਾਏ ॥ ਸਾਚਾ ਸਬਦੁ ਵਸੈ ਮਨਿ ਆਏ ॥
ଯାହା ଉପରେ ନିଜର କୃପା-ଦୃଷ୍ଟି କରିଥାନ୍ତି, ସେ ହିଁ ତାହାକୁ ପାଇଥାଏ ଏବଂ ସଚ୍ଚା ଶବ୍ଦ ତାହାର ମନରେ ବାସ କରିଥଏ।                      

ਨਾਨਕ ਨਾਮਿ ਰਤੇ ਨਿਰੰਕਾਰੀ ਦਰਿ ਸਾਚੈ ਸਾਚੁ ਪਛਾਤਾ ਹੇ ॥੧੬॥੮॥
ହେ ନାନକ! ସେହି ମନୁଷ୍ୟ ନିରଙ୍କାରଙ୍କ ଉପାସକ ଅଟେ, ଯିଏ ନାମରେ ଲୀନ ରହିଥାଏ, ଯିଏ ସତ୍ୟକୁ ଜାଣି ନେଇଥାଏ, ସେ ସଚ୍ଚା ଦ୍ଵାରରେ ସ୍ଵୀକୃତ ହୋଇଥାଏ||16||8||                                                                                     

ਮਾਰੂ ਸੋਲਹੇ ੩ ॥
ମାରୁ ଷୋହଳ 3॥ 

ਆਪੇ ਕਰਤਾ ਸਭੁ ਜਿਸੁ ਕਰਣਾ ॥
ହେ ଈଶ୍ଵର! ତୁ ସ୍ଵୟଂ ହିଁ କର୍ତ୍ତା ଅଟୁ,                                              

ਜੀਅ ਜੰਤ ਸਭਿ ਤੇਰੀ ਸਰਣਾ ॥
ଜୀବ-ଜନ୍ତୁ ସବୁ ତୋର ଶରଣରେ ଅଛନ୍ତି। 

ਆਪੇ ਗੁਪਤੁ ਵਰਤੈ ਸਭ ਅੰਤਰਿ ਗੁਰ ਕੈ ਸਬਦਿ ਪਛਾਤਾ ਹੇ ॥੧॥
ତୁ ସ୍ଵୟଂ ସବୁଙ୍କ ମନରେ ଗୁପ୍ତ ରୂପରେ ବ୍ୟାପ୍ତ ଅଛନ୍ତି ଆଉ ଭକ୍ତ ତୋତେ ଗୁରୁଙ୍କ ଶବ୍ଦ ଦ୍ଵାରା ଜାଣି ନେଇଥାଏ||1||                                         

ਹਰਿ ਕੇ ਭਗਤਿ ਭਰੇ ਭੰਡਾਰਾ ॥
ଭଗବାନଙ୍କ ଭଣ୍ଡାର ଭକ୍ତିରେ ଭରି ରହିଛି ଏବଂ                                                                  

ਆਪੇ ਬਖਸੇ ਸਬਦਿ ਵੀਚਾਰਾ ॥
ସେ ଶବ୍ଦର ଚିନ୍ତନ ଦ୍ଵାରା ସ୍ଵୟଂ ହିଁ ଦେଇଥାନ୍ତି।                                                                                                        

ਜੋ ਤੁਧੁ ਭਾਵੈ ਸੋਈ ਕਰਸਹਿ ਸਚੇ ਸਿਉ ਮਨੁ ਰਾਤਾ ਹੇ ॥੨॥
ଯାହା ତୋତେ ମଞ୍ଜୁର ଅଛି, ତାହା କରିଥାଏ ଏବଂ ଭକ୍ତର ମନ ସତ୍ୟରେ ଲୀନ ରହିଥାଏ||2||                          

ਆਪੇ ਹੀਰਾ ਰਤਨੁ ਅਮੋਲੋ ॥
ଅମୂଲ୍ୟ ହୀରା ଓ ରତ୍ନ ତୁ ସ୍ଵୟଂ ହିଁ ଅଟୁ।                                                              

ਆਪੇ ਨਦਰੀ ਤੋਲੇ ਤੋਲੋ ॥
ତୁ ନିଜ କୃପା-ଦୃଷ୍ଟିରେ ହଋ-ରତ୍ନକୁ ପରଖ କରି ସ୍ଵୟଂ ହିଁ ତଉଲି ଅଛୁ।                                        

ਜੀਅ ਜੰਤ ਸਭਿ ਸਰਣਿ ਤੁਮਾਰੀ ਕਰਿ ਕਿਰਪਾ ਆਪਿ ਪਛਾਤਾ ਹੇ ॥੩॥
ସବୁ ଜୀବ ତୁମର ଶରଣରେ ଅଛନ୍ତି ଏବଂ ତୁ ସ୍ଵୟଂ ହିଁ କୃପା କରି ପରିଚିତ କରାଉ||3||                                                            

ਜਿਸ ਨੋ ਨਦਰਿ ਹੋਵੈ ਧੁਰਿ ਤੇਰੀ ॥
ଯାହା ଉପରେ ତୋର କୃପା-ଦୃଷ୍ଟି ହୋଇଥାଏ,               

ਮਰੈ ਨ ਜੰਮੈ ਚੂਕੈ ਫੇਰੀ ॥
ତାହାର ଜନ୍ମ-ମରଣର ଚକ୍ର ଦୂର ହୋଇଯାଏ।                                         

ਸਾਚੇ ਗੁਣ ਗਾਵੈ ਦਿਨੁ ਰਾਤੀ ਜੁਗਿ ਜੁਗਿ ਏਕੋ ਜਾਤਾ ਹੇ ॥੪॥
ସେ ସର୍ବଦା ସଚ୍ଚା ପ୍ରଭୁଙ୍କ ଗୁଣଗାନ କରିଥାଏ ଏବଂ ଯୁଗ-ଯୁଗାନ୍ତରରେ ସେହି ଏକର ଅସ୍ତିତ୍ଵ ହିଁ ମାନିଥାଏ||4||                                  

ਮਾਇਆ ਮੋਹਿ ਸਭੁ ਜਗਤੁ ਉਪਾਇਆ ॥
ହେ ପରମାତ୍ମା! ମାୟା-ମୋହ ଏବଂ ସଂପୂର୍ଣ୍ଣ ଜଗତ ତୁ ଉତ୍ପନ୍ନ କରିଛୁ,  

ਬ੍ਰਹਮਾ ਬਿਸਨੁ ਦੇਵ ਸਬਾਇਆ ॥
ବ୍ରହ୍ମା, ବିଷ୍ଣୁ ଏବଂ ଦେବତାଙ୍କ ରଚନା କରିଛନ୍ତି।

ਜੋ ਤੁਧੁ ਭਾਣੇ ਸੇ ਨਾਮਿ ਲਾਗੇ ਗਿਆਨ ਮਤੀ ਪਛਾਤਾ ਹੇ ॥੫॥
ଯିଏ ତୋତେ ଭଲ ଲାଗିଥାଏ, ସେ ତୋର ନାମରେ ଲୀନ ରହିଥାଏ ଏବଂ ସେ ଜ୍ଞାନ ମାଟି ଦ୍ଵାରା ତୋତେ ଜାଣି ନେଇଥାଏ||5||                      

ਪਾਪ ਪੁੰਨ ਵਰਤੈ ਸੰਸਾਰਾ ॥
ସଂପୂର୍ଣ୍ଣ ସଂସାରରେ ପାପ-ପୂଣ୍ୟ ପ୍ରସାରିତ ହୋଇଛି।                                           

ਹਰਖੁ ਸੋਗੁ ਸਭੁ ਦੁਖੁ ਹੈ ਭਾਰਾ ॥
ଖୁସି ଓ ବିଷାଦ ସବୁ ଦୁଃଖ ଅଟେ।                                                                                                       

ਗੁਰਮੁਖਿ ਹੋਵੈ ਸੋ ਸੁਖੁ ਪਾਏ ਜਿਨਿ ਗੁਰਮੁਖਿ ਨਾਮੁ ਪਛਾਤਾ ਹੇ ॥੬॥
ଯିଏ ଗୁରୁମୁଖୀ ହୋଇଥାଏ, ସେ ହିଁ ସୁଖ ପ୍ରାପ୍ତ କରିଥାଏ, ଯିଏ ଗୂର୍ଙ୍କ ସାନ୍ନିଧ୍ୟରେ ହରିନାମକୁ ଜାଣି ନେଇଥାଏ||6||    

ਕਿਰਤੁ ਨ ਕੋਈ ਮੇਟਣਹਾਰਾ ॥
ଜୀବର କର୍ମ ଫଳ କେହି ମଧ୍ୟ ଦୂର କରିପାରେ ନାହିଁ ଏବଂ                                                       

ਗੁਰ ਕੈ ਸਬਦੇ ਮੋਖ ਦੁਆਰਾ ॥
ଗୁରୁଙ୍କ ଉପଦେଶ ଦ୍ଵାରା ହିଁ ମୁକ୍ତିର ଦ୍ଵାର ମିଳିଥାଏ।   

ਪੂਰਬਿ ਲਿਖਿਆ ਸੋ ਫਲੁ ਪਾਇਆ ਜਿਨਿ ਆਪੁ ਮਾਰਿ ਪਛਾਤਾ ਹੇ ॥੭॥
ଯେଉଁ ମନୁଷ୍ୟ ଅହଂ ଦୂର କରି ସତ୍ୟକୁ ଜାଣି ନେଇଥାଏ, ସେ ସେହି ଫଳ ପାଇଥାଏ, ଯାହା ପୂର୍ବରୁ ତାହାର ଭାଗ୍ୟରେ ଲେଖା ହୋଇଥାଏ||7||    

ਮਾਇਆ ਮੋਹਿ ਹਰਿ ਸਿਉ ਚਿਤੁ ਨ ਲਾਗੈ ॥
ମାୟା-ମୋହ କାରଣରୁ ମନୁଷ୍ୟର ଚିତ୍ତ ପରମାତ୍ମାଙ୍କ ଠାରେ ଲାଗିଥାଏ ଏବଂ   

ਦੂਜੈ ਭਾਇ ਘਣਾ ਦੁਖੁ ਆਗੈ ॥
ଦୈତ୍ୟଭାବ କାରଣରୁ ଭାରି ଦୁଃଖ ଭୋଗିଥାଏ।                       

ਮਨਮੁਖ ਭਰਮਿ ਭੁਲੇ ਭੇਖਧਾਰੀ ਅੰਤ ਕਾਲਿ ਪਛੁਤਾਤਾ ਹੇ ॥੮॥
ମନମୁଖୀ ଅନେକ ବେଶ ଧାରଣ କରି ଭ୍ରମରେ ପଥଭ୍ରଷ୍ଟ ହୋଇଥାଏ ଏବଂ ଅନ୍ତକାଳରେ ପଶ୍ଚାତାପ କରିଥାଏ||8||                         

ਹਰਿ ਕੈ ਭਾਣੈ ਹਰਿ ਗੁਣ ਗਾਏ ॥
ପରମାତ୍ମାଙ୍କ ଇଚ୍ଛା ଦ୍ଵାରା ଜୀବ ତାହାଙ୍କ ଗୁଣଗାନ କରିଥାଏ ଏବଂ                                                              

ਸਭਿ ਕਿਲਬਿਖ ਕਾਟੇ ਦੂਖ ਸਬਾਏ ॥
ସେ ତାହର ସବୁ ପାପ-ଦୁଃଖ ଦୂର କରିଥାନ୍ତି।                                                                                           

ਹਰਿ ਨਿਰਮਲੁ ਨਿਰਮਲ ਹੈ ਬਾਣੀ ਹਰਿ ਸੇਤੀ ਮਨੁ ਰਾਤਾ ਹੇ ॥੯॥
ନିର୍ମଳ ପରମାତ୍ମାଙ୍କ ବାଣୀ ମଧ୍ୟ ନିର୍ମଳ ଅଟେ ଆଉ ମନ ସେଥିରେ ହିଁ ଲୀନ ରହିଥାଏ||9||                                                     

ਜਿਸ ਨੋ ਨਦਰਿ ਕਰੇ ਸੋ ਗੁਣ ਨਿਧਿ ਪਾਏ ॥
ଯାହା ଉପରେ ସେ କୃପା କରିଥାନ୍ତି, ସେ ସେ ସେହି ଗୁଣର ଭଣ୍ଡାରକୁ ପ୍ରାପ୍ତ କରିଥାଏ ଏବଂ      

ਹਉਮੈ ਮੇਰਾ ਠਾਕਿ ਰਹਾਏ ॥
ସେ ନିଜ ଅହଂ ଏବଂ ନିଜତ୍ଵକୁ ମନରୁ ଦୂର କରି ଦେଇଥାଏ।                                                   

ਗੁਣ ਅਵਗਣ ਕਾ ਏਕੋ ਦਾਤਾ ਗੁਰਮੁਖਿ ਵਿਰਲੀ ਜਾਤਾ ਹੇ ॥੧੦॥
ଗୁଣ-ଅବଗୁଣର ପ୍ରଦାତା ଏକ ପରମେଶ୍ଵର ହୀନତନତି, କେହି ବିରଳ ଗୁରୁମୁଖୀ ହିଁ ଏହି ତଥ୍ୟକୁ ଜାଣିଥାଏ||10||                                        

ਮੇਰਾ ਪ੍ਰਭੁ ਨਿਰਮਲੁ ਅਤਿ ਅਪਾਰਾ ॥
ମୋର ପ୍ରଭୁ ନିର୍ମଳ ଏବଂ ଅପରାମ୍ପର ଅଟନ୍ତି ଏବଂ                                                                                  

ਆਪੇ ਮੇਲੈ ਗੁਰ ਸਬਦਿ ਵੀਚਾਰਾ ॥
ଗୁରୁ-ଶବ୍ଦର ଚିନ୍ତନ ଦ୍ଵାରା ସ୍ଵୟଂ ହିଁ ମିଳାଇ ନିଅନ୍ତି। 

error: Content is protected !!