Odia Page 1053

ਆਪੇ ਬਖਸੇ ਸਚੁ ਦ੍ਰਿੜਾਏ ਮਨੁ ਤਨੁ ਸਾਚੈ ਰਾਤਾ ਹੇ ॥੧੧॥
ସେ ସ୍ଵୟଂ କ୍ଷମା କରି ସତ୍ୟ ଦୃଢ କରାଇ ଥାଆନ୍ତି ଏବଂ ଜୀବର ମନ-ତନ ସତ୍ୟରେ ଲୀନ ହୋଇଯାଏ||11||                                          

ਮਨੁ ਤਨੁ ਮੈਲਾ ਵਿਚਿ ਜੋਤਿ ਅਪਾਰਾ ॥
ଏହି ମନ-ତନ ବିକାର କାରଣରୁ ମଇଳା ଅଟେ, ପରନ୍ତୁ ସେଥିରେ ଅପାର ପ୍ରଭୁଙ୍କ ଜ୍ୟୋତି ହିଁ ସ୍ଥିତ ଥାଏ।                                             

ਗੁਰਮਤਿ ਬੂਝੈ ਕਰਿ ਵੀਚਾਰਾ ॥
ଗୁରୁ ମତାନୁସାରେ ବିଚାର କରି ହିଁ ଜୀବ ଏହି ଭେଦକୁ ବୁଝି ପାରିଥାଏ।         

ਹਉਮੈ ਮਾਰਿ ਸਦਾ ਮਨੁ ਨਿਰਮਲੁ ਰਸਨਾ ਸੇਵਿ ਸੁਖਦਾਤਾ ਹੇ ॥੧੨॥
ଅହଂକୁ ମାରି ମନ ସର୍ବଦା ନିର୍ମଳ ରହିଥାଏ ଏବଂ ସେ ନିଜ ଜିହ୍ଵା ଦ୍ଵାରା ସୁଖଦାତା ପରମେଶ୍ଵରଙ୍କ ଅର୍ଚ୍ଚନା କରିଥାଏ||12||                             

ਗੜ ਕਾਇਆ ਅੰਦਰਿ ਬਹੁ ਹਟ ਬਾਜਾਰਾ ॥
ଶରୀର ରୂପୀ ଦୁର୍ଗରେ ଅନେକ ଦୋକାନ ବଜାର ଅଛି, 

ਤਿਸੁ ਵਿਚਿ ਨਾਮੁ ਹੈ ਅਤਿ ਅਪਾਰਾ ॥
ଯେଉଁଠି ଅପାର ପ୍ରଭୁ ନାମର ବ୍ୟାପାର ହୋଇଥାଏ।

ਗੁਰ ਕੈ ਸਬਦਿ ਸਦਾ ਦਰਿ ਸੋਹੈ ਹਉਮੈ ਮਾਰਿ ਪਛਾਤਾ ਹੇ ॥੧੩॥
ଗୁରୁକ ଶବ୍ଦ ଦ୍ଵାରା ଯିଏ ଅହଂକୁ ଦୂର କରି ପ୍ରଭୁଙ୍କୁ ଜାଣିଥାଏ, ସେ ସର୍ବଦା ତାହାଙ୍କ ଦରବାରରେ ଶୋଭା ପ୍ରାପ୍ତ କରିଥାଏ||13||                      

ਰਤਨੁ ਅਮੋਲਕੁ ਅਗਮ ਅਪਾਰਾ ॥
ଅଗମ୍ୟ ଅପାର ହରିଙ୍କ ନାମ ଅମୂଲ୍ୟ ରତ୍ନ ଅଟେ,                               

ਕੀਮਤਿ ਕਵਣੁ ਕਰੇ ਵੇਚਾਰਾ ॥
ବିଚରା ଜୀବ ତାହାଙ୍କ କିପରି ମୂଲ୍ୟାଙ୍କନ କରି ପାରିବ?                                    

ਗੁਰ ਕੈ ਸਬਦੇ ਤੋਲਿ ਤੋਲਾਏ ਅੰਤਰਿ ਸਬਦਿ ਪਛਾਤਾ ਹੇ ॥੧੪॥
ଯିଏ ନିଜ ମନରେ ଶବ୍ଦକୁ ଚିହ୍ନି ପାରିଥାଏ, ସେ ଗୁରୁଙ୍କ ଶବ୍ଦ ଦ୍ଵାରା ହିଁ ଅନୁଭବ କରି ପାରିବ||14||                                                  

ਸਿਮ੍ਰਿਤਿ ਸਾਸਤ੍ਰ ਬਹੁਤੁ ਬਿਸਥਾਰਾ ॥ ਮਾਇਆ ਮੋਹੁ ਪਸਰਿਆ ਪਾਸਾਰਾ ॥
ସ୍ମୃତି ଓ ଶାସ୍ତ୍ରରେ ବିସ୍ତାର ପୂର୍ବକ ବ୍ୟାଖ୍ୟା ଅଛି, ” ଯାହା  ମୋହ-ମାୟାର ପ୍ରସାର ଅଟେ।                                                    

ਮੂਰਖ ਪੜਹਿ ਸਬਦੁ ਨ ਬੂਝਹਿ ਗੁਰਮੁਖਿ ਵਿਰਲੈ ਜਾਤਾ ਹੇ ॥੧੫॥
ମୂର୍ଖ ଲୋକ ତାହାର ପାଠ-ପଠନ କରିଥାଏ, କିନ୍ତୁ ଶବ୍ଦର ଭେଦକୁ ବୁଝେ ନାହିଁ। କେହି ବିରଳ ଗୁରୁମୁଖୀ ହିଁ ଶବ୍ଦର ଭେଦକୁ ଜାଣିଥାଏ||15||           

ਆਪੇ ਕਰਤਾ ਕਰੇ ਕਰਾਏ ॥
ଈଶ୍ଵର ସ୍ଵୟଂ ହି କରିବା ଓ କରାଇବା ବାଲା ଅଟନ୍ତି,”                                                              

ਸਚੀ ਬਾਣੀ ਸਚੁ ਦ੍ਰਿੜਾਏ ॥
ସେ ସଚ୍ଚା ବାଣୀ ଦ୍ଵାରା ସତ୍ୟ ହିଁ ଦୃଢ କରାଇ ଥାଆନ୍ତି।                                           

ਨਾਨਕ ਨਾਮੁ ਮਿਲੈ ਵਡਿਆਈ ਜੁਗਿ ਜੁਗਿ ਏਕੋ ਜਾਤਾ ਹੇ ॥੧੬॥੯॥
ହେ ନାନକ! ସେହି ମନୁଷ୍ୟକୁ ନାମ ଦ୍ଵାରା ହିଁ ବଡିମା ମିଳିଥାଏ, ଯିଏ ଯୁଗ-ଯୁଗାନ୍ତରରୁ ଏକ ପ୍ରଭୁଙ୍କୁ ବ୍ୟାପ୍ତ ବୋଲି ମାନି ନେଇଥାଏ||16||9||       

ਮਾਰੂ ਮਹਲਾ ੩ ॥
ମାରୁ ମହଲା 3॥  

ਸੋ ਸਚੁ ਸੇਵਿਹੁ ਸਿਰਜਣਹਾਰਾ ॥
ଏକ ସେ ହିଁ ସୃଜନହାର ଅଟନ୍ତି, ସେହି ପରମସତ୍ୟର ହିଁ ଉପାସନା କର।                        

ਸਬਦੇ ਦੂਖ ਨਿਵਾਰਣਹਾਰਾ ॥
ସେ ଶବ୍ଦ ଦ୍ଵାରା ଦୁଃଖର ନିବାରଣ କରିବା ବାଲା ଅଟନ୍ତି।                         

ਅਗਮੁ ਅਗੋਚਰੁ ਕੀਮਤਿ ਨਹੀ ਪਾਈ ਆਪੇ ਅਗਮ ਅਥਾਹਾ ਹੇ ॥੧॥
ସେହି ଅପହଞ୍ଚ, ଜ୍ଞାନେନ୍ଦ୍ରିୟର ଜ୍ଞାନରୁ ଉର୍ଦ୍ଧ୍ଵରେ ଅଛନ୍ତି ଏବଂ କେହି ମଧ୍ୟ ତାହାଙ୍କ ଉଚିତ ମୂଲ୍ୟାଙ୍କନ କରିପାରି ନାହାନ୍ତି, ସେ ସ୍ଵୟଂ ହିଁ ଅଗମ୍ୟ ଏବଂ ଅଥଳ ଅଟନ୍ତି||1||

ਆਪੇ ਸਚਾ ਸਚੁ ਵਰਤਾਏ ॥
ସେହି ସଚ୍ଚା ପ୍ରଭୁ ସ୍ଵୟଂ ହିଁ ସତ୍ୟର ବିସ୍ତାର କରିଥାନ୍ତି।                                   

ਇਕਿ ਜਨ ਸਾਚੈ ਆਪੇ ਲਾਏ ॥
କିଛି ଜୀବଙ୍କୁ ସେ ସ୍ଵୟଂ ହିଁ ସତ୍ୟରେ ବିଲୀନ କରି ଦେଇଥାନ୍ତି।                            

ਸਾਚੋ ਸੇਵਹਿ ਸਾਚੁ ਕਮਾਵਹਿ ਨਾਮੇ ਸਚਿ ਸਮਾਹਾ ਹੇ ॥੨॥
ସେ ସତ୍ୟର ଅର୍ଚ୍ଚନା କରିଥାନ୍ତି, ସଚ୍ଚା ଆଚରଣ ଆପଣାଇ ଥାଆନ୍ତି ଏବଂ ସତ୍ୟ ନାମରେ ହି ସମାହିତ ହୋଇଥାନ୍ତି||2||                 

ਧੁਰਿ ਭਗਤਾ ਮੇਲੇ ਆਪਿ ਮਿਲਾਏ ॥
ପ୍ରଭୁ ସ୍ଵୟଂ ହିଁ ଭକ୍ତକୁ ନିଜ ସାଥିରେ ମିଳାଇ ନିଅନ୍ତି ଏବଂ                                        

ਸਚੀ ਭਗਤੀ ਆਪੇ ਲਾਏ ॥
ସ୍ଵୟଂ ହିଁ ତାହାକୁ ନିଜର ସଚ୍ଚା ଭକ୍ତିରେ ଲଗାଇ ଥାଆନ୍ତି।                                                                     

ਸਾਚੀ ਬਾਣੀ ਸਦਾ ਗੁਣ ਗਾਵੈ ਇਸੁ ਜਨਮੈ ਕਾ ਲਾਹਾ ਹੇ ॥੩॥
ସେ ସଚ୍ଚା ବାଣୀ ଦ୍ଵାରା ସର୍ବଦା ପରମାତ୍ମାଙ୍କ ଗୁଣଗାନ କରିଥାଏ ଏବଂ ଏହି ମାନବ ଜନ୍ମର ମଧ୍ୟ ଏହା ଲାଭ ଅଟେ||3||                        

ਗੁਰਮੁਖਿ ਵਣਜੁ ਕਰਹਿ ਪਰੁ ਆਪੁ ਪਛਾਣਹਿ ॥
ଗୁରୁମୁଖୀ ନାମର ବ୍ୟାପାର କରିଥାଏ ଏବଂ ନିଜ-ପରର ପରିଚୟ ଜାଣିଥାଏ।                                                                                        

ਏਕਸ ਬਿਨੁ ਕੋ ਅਵਰੁ ਨ ਜਾਣਹਿ ॥
ସେ ଏକ ଈଶ୍ଵରଙ୍କ ବିନା ଅନ୍ୟ କାହାକୁ ଜାଣେ ନାହିଁ।                                                                                                                          

ਸਚਾ ਸਾਹੁ ਸਚੇ ਵਣਜਾਰੇ ਪੂੰਜੀ ਨਾਮੁ ਵਿਸਾਹਾ ਹੇ ॥੪॥
ପରମାତ୍ମା ସଚ୍ଚା ସାହୁକାର ଅଟନ୍ତି, ତାହାଙ୍କ ଭକ୍ତ ସଚ୍ଚା ବ୍ୟାପାରୀ ଅଟେ ଏବଂ ନାମ ରୂପୀ ପୁଞ୍ଜି ହିଁ କ୍ରୟ କରିଥାଏ||4||                        

ਆਪੇ ਸਾਜੇ ਸ੍ਰਿਸਟਿ ਉਪਾਏ ॥
ସେ ସ୍ଵୟଂ ହିଁ ରଚନା କରି ସୃଷ୍ଟି ଉତ୍ପନ୍ନ କରିଥାନ୍ତି ଏବଂ                                                                           

ਵਿਰਲੇ ਕਉ ਗੁਰ ਸਬਦੁ ਬੁਝਾਏ ॥
କେହି ବିରଳକୁ ଶବ୍ଦ-ଗୁରୁ ଦ୍ଵାରା ଏହି ରହସ୍ୟ ବତାଇଛନ୍ତି।                        

ਸਤਿਗੁਰੁ ਸੇਵਹਿ ਸੇ ਜਨ ਸਾਚੇ ਕਾਟੇ ਜਮ ਕਾ ਫਾਹਾ ਹੇ ॥੫॥
ସଦଗୁରୁଙ୍କ ସେବା କରିବା ବାଲା ବ୍ୟକ୍ତି ହିଁ ସତ୍ୟବାନ ଅଟେ ଏବଂ ତାହାର ଯମର ଫାଶୀ କାଟି ଦେଇଥାଏ। ||5||              

ਭੰਨੈ ਘੜੇ ਸਵਾਰੇ ਸਾਜੇ ॥
ଈଶ୍ଵର ସ୍ଵୟଂ ହିଁ ଭାଙ୍ଗିଥାନ୍ତି, ବନାଇ ଥାଆନ୍ତି, ସଫଳ କରାଇ ଥାଆନ୍ତି ଏବଂ ରଚନା କରିଥାନ୍ତି।                                                            

ਮਾਇਆ ਮੋਹਿ ਦੂਜੈ ਜੰਤ ਪਾਜੇ ॥
ସେ ଜୀବକୁ ମାୟା-ମୋହ ଏବଂ ଦୈତ୍ୟଭାବର ସ୍ଵାର୍ଥରେ ଲଗାଇ ଦେଇଛନ୍ତି।                                                                             

ਮਨਮੁਖ ਫਿਰਹਿ ਸਦਾ ਅੰਧੁ ਕਮਾਵਹਿ ਜਮ ਕਾ ਜੇਵੜਾ ਗਲਿ ਫਾਹਾ ਹੇ ॥੬॥
ମନମୁଖୀ ସଦା ଜ୍ଞାନହୀନ କର୍ମ କରି ପଥଭ୍ରଷ୍ଟ ରହିଥାଏ ଏବଂ ମୃତ୍ୟୁର ଫାଶୀ ତାହାର ଗଳାରେ ପଡିଥାଏ||6||                                              

ਆਪੇ ਬਖਸੇ ਗੁਰ ਸੇਵਾ ਲਾਏ ॥
ଦୟାଳୁ ପ୍ରଭୁ ସ୍ଵୟଂ ହିଁ କ୍ଷମା କରି ଗୁରୁଙ୍କ ସେବାରେ ଲଗାଇ ଦେଇଥାନ୍ତି ଏବଂ                                                    

ਗੁਰਮਤੀ ਨਾਮੁ ਮੰਨਿ ਵਸਾਏ ॥
ଗୁରୁ ମତାନୁସାରେ ନାମକୁ ମନରେ ସ୍ଥାପନ କରାଇ ଦେଇଥାନ୍ତି।                       

ਅਨਦਿਨੁ ਨਾਮੁ ਧਿਆਏ ਸਾਚਾ ਇਸੁ ਜਗ ਮਹਿ ਨਾਮੋ ਲਾਹਾ ਹੇ ॥੭॥
ପୁଣି ମନୁଷ୍ୟ ଦିନରାତି ହରିନାମର ଧ୍ୟାନ କରିଥାଏ ଏବଂ ଏହି ଜଗତରେ ନାମର ମଧ୍ୟ ଲାଭ ଥାଏ||7||                                                        

ਆਪੇ ਸਚਾ ਸਚੀ ਨਾਈ ॥
ଈଶ୍ଵର ସତ୍ୟ ଅଟନ୍ତି, ତାହାଙ୍କ ନାମ ମଧ୍ୟ ସତ୍ୟ ଅଟେ।                                                 

ਗੁਰਮੁਖਿ ਦੇਵੈ ਮੰਨਿ ਵਸਾਈ ॥
ସେ ଗୁରୁଙ୍କ ମାଧ୍ୟମରୁ ହିଁ ଜୀବକୁ ନାମ ଦେଇଥାନ୍ତି ଏବଂ ମନରେ ଏହାକୁ ସ୍ଥାପନ କରିଥାନ୍ତି।                                                     

ਜਿਨ ਮਨਿ ਵਸਿਆ ਸੇ ਜਨ ਸੋਹਹਿ ਤਿਨ ਸਿਰਿ ਚੂਕਾ ਕਾਹਾ ਹੇ ॥੮॥
ଯାହାର ମନରେ ନାମ ଅବସ୍ଥିତ ହୋଇ ଯାଇଛି, ତାହାର ମସ୍ତକରୁ ପାପର ଭାର ବାହାରି ଯାଇଛି ଏବଂ ସେ ପ୍ରଭୁଙ୍କ ଦରବାରରେ ସୁନ୍ଦର ଲାଗିଥାଏ||8|| 

ਅਗਮ ਅਗੋਚਰੁ ਕੀਮਤਿ ਨਹੀ ਪਾਈ ॥
ଅଗମ୍ୟ, ଅଗୋଚର ପରମେଶ୍ଵରଙ୍କ ମୂଲ୍ୟାଙ୍କନ କରାଯାଇ ପାରିବ ନାହିଁ ଏବଂ                                                                 

ਗੁਰ ਪਰਸਾਦੀ ਮੰਨਿ ਵਸਾਈ ॥
ଗୁରୁଙ୍କ କୃପାରୁ ହିଁ ମନରେ ବାସ କରାଇ ଥାଏ।                                                                  

ਸਦਾ ਸਬਦਿ ਸਾਲਾਹੀ ਗੁਣਦਾਤਾ ਲੇਖਾ ਕੋਇ ਨ ਮੰਗੈ ਤਾਹਾ ਹੇ ॥੯॥
ଯିଏ ଶବ୍ଦ ଦ୍ଵାରା ସର୍ବଦା ଗୁଣଦାତା ପ୍ରଭୁଙ୍କ ସ୍ତୁତିଗାନ କରିଥାଏ, ତାହାକୁ କେହି କର୍ମର ହିସାବ ମାଗେ ନାହିଁ||9||                                    

ਬ੍ਰਹਮਾ ਬਿਸਨੁ ਰੁਦ੍ਰੁ ਤਿਸ ਕੀ ਸੇਵਾ ॥
ବ୍ରହ୍ମା, ବିଷ୍ଣୁ ଏବଂ ଶିବଶଙ୍କର ତାହାଙ୍କ ଉପାସନା କରିଥାନ୍ତି, କିନ୍ତୁ   

ਅੰਤੁ ਨ ਪਾਵਹਿ ਅਲਖ ਅਭੇਵਾ ॥
ସେ ଅଦୃଷ୍ଟ, ଅଭେଦ ପରମାତ୍ମାଙ୍କ ଅନ୍ତ ପ୍ରାପ୍ତ କରିପାରେ ନାହିଁ। 

ਜਿਨ ਕਉ ਨਦਰਿ ਕਰਹਿ ਤੂ ਅਪਣੀ ਗੁਰਮੁਖਿ ਅਲਖੁ ਲਖਾਹਾ ਹੇ ॥੧੦॥
ହେ ପରମେଶ୍ଵର! ଯାହା ଉପରେ ତୁ ନିଜର କୃପା-ଦୃଷ୍ଟି କରୁ, ତାହାକୁ ଗୁରୁଙ୍କ ମାଧ୍ୟମରୁ ନିଜର ଅଦୃଷ୍ଟ ରୂପର ଦର୍ଶନ କରାଇ ଦେଉ||10||                 

error: Content is protected !!