ODIA PAGE 288

ਰਚਿ ਰਚਨਾ ਅਪਨੀ ਕਲ ਧਾਰੀ ॥
ସୃଷ୍ଟି ରଚନା କରି ପ୍ରଭୁ ନିଜର ସତ୍ତା (ଏହି ସୃଷ୍ଟିରେ) ବଜାୟ ରଖିଥାନ୍ତି।

ਅਨਿਕ ਬਾਰ ਨਾਨਕ ਬਲਿਹਾਰੀ ॥੮॥੧੮॥
ହେ ନାନକ! (କୁହ) ମୁଁ ବହୁବାର (ଏପରି ପ୍ରଭୁଙ୍କ ଠାରେ) ସମର୍ପିତ ହେବି।

ਸਲੋਕੁ ॥
ଶ୍ଳୋକ॥

ਸਾਥਿ ਨ ਚਾਲੈ ਬਿਨੁ ਭਜਨ ਬਿਖਿਆ ਸਗਲੀ ਛਾਰੁ ॥
ହେ ପ୍ରାଣୀ! ପ୍ରଭୁଙ୍କ ଭଜନ ବିନା ( ଆଉ କୌଣସି ଚିଜ ମନୁଷ୍ୟର) ସାଥିରେ ଯାଏ ନାହିଁ, ସବୁ ମାୟା (ଯାହା ମନୁଷ୍ୟ ଅର୍ଜ୍ଜନ କରେ, ଜଗତରୁ ଗଲା ବେଳେ ତା’ ପାଇଁ) ପାଉଁଶ ସମାନ ଅଟେ।

ਹਰਿ ਹਰਿ ਨਾਮੁ ਕਮਾਵਨਾ ਨਾਨਕ ਇਹੁ ਧਨੁ ਸਾਰੁ ॥੧॥
ହେ ନାନକ! ଅକାଳ-ପୁରୁଷଙ୍କ ନାମ (ସ୍ମରଣ) କରିବା ହିଁ (ସବୁଠାରୁ) ବଢିଆ ଧନ ଅଟେ ( ଏହା ହି ମନୁଷ୍ୟ ସାଥିରେ ଥାଏ)॥1॥

ਅਸਟਪਦੀ ॥
ଅଷ୍ଟପଦୀ॥

ਸੰਤ ਜਨਾ ਮਿਲਿ ਕਰਹੁ ਬੀਚਾਰੁ ॥
ସନ୍ଥ ସହିତ ମିଶି (ପ୍ରଭୁଙ୍କ ଗୁଣର) ବିଚାର କର,

ਏਕੁ ਸਿਮਰਿ ਨਾਮ ਆਧਾਰੁ ॥
ଏକ ପ୍ରଭୁଙ୍କୁ ସ୍ମରଣ କର ଆଉ ପ୍ରଭୁଙ୍କ ନାମର ଆଶ୍ରା କର।

ਅਵਰਿ ਉਪਾਵ ਸਭਿ ਮੀਤ ਬਿਸਾਰਹੁ ॥
ହେ ମିତ୍ର! ଆଉ ସବୁ ଉପାୟ ଛାଡି ଦିଅ।

ਚਰਨ ਕਮਲ ਰਿਦ ਮਹਿ ਉਰਿ ਧਾਰਹੁ ॥
ପ୍ରଭୁଙ୍କ ପଦ୍ମ (ଭଳି ସୁନ୍ଦର) ଚରଣ ହୃଦୟରେ ରଖ।

ਕਰਨ ਕਾਰਨ ਸੋ ਪ੍ਰਭੁ ਸਮਰਥੁ ॥
ସେହି ପ୍ରଭୁ (ସବୁ କିଛି ନିଜେ) କରିବା ଓ କରାଇବାର କ୍ଷମତା ରଖିଥାନ୍ତି,

ਦ੍ਰਿੜੁ ਕਰਿ ਗਹਹੁ ਨਾਮੁ ਹਰਿ ਵਥੁ ॥
ସେହି ପ୍ରଭୁଙ୍କ ନାମ-ରୂପୀ (ସୁନ୍ଦର) ପଦାର୍ଥ ଭଲ ଭାବରେ ସମ୍ଭାଳି ରଖ।

ਇਹੁ ਧਨੁ ਸੰਚਹੁ ਹੋਵਹੁ ਭਗਵੰਤ ॥
(ନାମ-ରୂପ) ଏହି ଧନ ସଞ୍ଚୟ କର ଆଉ ଭାଗ୍ୟଶାଳୀ ହୁଅ।

ਸੰਤ ਜਨਾ ਕਾ ਨਿਰਮਲ ਮੰਤ ॥
ସନ୍ଥଜନଙ୍କ ମନ୍ତ୍ର ପବିତ୍ର ଅଟେ।

ਏਕ ਆਸ ਰਾਖਹੁ ਮਨ ਮਾਹਿ ॥
ନିଜ ମନରେ ଏକ (ପ୍ରଭୁଙ୍କ) ଆଶା ରଖ!

ਸਰਬ ਰੋਗ ਨਾਨਕ ਮਿਟਿ ਜਾਹਿ ॥੧॥
ହେ ନାନକ! (ଏହି ପ୍ରକାର) ସବୁ ରୋଗ ଦୂର ହୋଇଯିବ॥1॥

ਜਿਸੁ ਧਨ ਕਉ ਚਾਰਿ ਕੁੰਟ ਉਠਿ ਧਾਵਹਿ ॥
“(ହେ ମିତ୍ର!) ଯେଉଁ ଧନ ପାଇଁ (ତୁ) ଚାରିଆଡେ ଦଉଡୁଛୁ,

ਸੋ ਧਨੁ ਹਰਿ ਸੇਵਾ ਤੇ ਪਾਵਹਿ ॥
ସେହି ଧନ ପ୍ରଭୁଙ୍କ ସେବାରେ ପ୍ରାପ୍ତ ହେବ।

ਜਿਸੁ ਸੁਖ ਕਉ ਨਿਤ ਬਾਛਹਿ ਮੀਤ ॥
ହେ ମିତ୍ର! ଯେଉଁ ସୁଖକୁ ତୁ ସର୍ବଦା ଚାହିଁ ରହିଛୁ,

ਸੋ ਸੁਖੁ ਸਾਧੂ ਸੰਗਿ ਪਰੀਤਿ ॥
ସେହି ସୁଖ ସନ୍ଥଙ୍କ ସଙ୍ଗତିରେ ପ୍ରେମ କଲେ ମିଳିଥାଏ।

ਜਿਸੁ ਸੋਭਾ ਕਉ ਕਰਹਿ ਭਲੀ ਕਰਨੀ ॥
ଯେଉଁ ଶୋଭା ପାଇଁ ତୁ ଭଲ କର୍ମ କରୁଛୁ

ਸਾ ਸੋਭਾ ਭਜੁ ਹਰਿ ਕੀ ਸਰਨੀ ॥
ସେହି ଶୋଭା ଭଗବାନଙ୍କ ଶରଣରେ ଗଲେ ମିଳିଥାଏ।

ਅਨਿਕ ਉਪਾਵੀ ਰੋਗੁ ਨ ਜਾਇ ॥
ଯେଉଁ ଅହଙ୍କାରର ରୋଗ ଅନେକ ଉପାୟରେ ଦୂର ହୁଏ ନାହିଁ,

ਰੋਗੁ ਮਿਟੈ ਹਰਿ ਅਵਖਧੁ ਲਾਇ ॥
ସେହି ରୋଗ ପ୍ରଭୁଙ୍କ ନାମ-ରୂପୀ ଔଷଧରେ ଦୂର ହୋଇଯାଏ।

ਸਰਬ ਨਿਧਾਨ ਮਹਿ ਹਰਿ ਨਾਮੁ ਨਿਧਾਨੁ ॥
ସବୁ ଖଜଣା ମଧ୍ୟରେ ପ୍ରଭୁଙ୍କ ନାମ (ବଢିଆ) ଖଜଣା ଅଟେ।

ਜਪਿ ਨਾਨਕ ਦਰਗਹਿ ਪਰਵਾਨੁ ॥੨॥
ହେ ନାନକ! ତାହାଙ୍କ ନାମ ଜପ କର , ଈଶ୍ବରଙ୍କ ଦରବାରରେ ସ୍ଵୀକାର ହେବ। ॥2॥

ਮਨੁ ਪਰਬੋਧਹੁ ਹਰਿ ਕੈ ਨਾਇ ॥
ନିଜର ମନକୁ ପ୍ରଭୁଙ୍କ ନାମ ଦ୍ଵାରା ଜଗାଅ

ਦਹ ਦਿਸਿ ਧਾਵਤ ਆਵੈ ਠਾਇ ॥
(ନାମର କୃପା ଦ୍ଵାରା) ଦଶ ଦିଗରେ ଦଉଡୁଥିବା ଏହି ମନ ସ୍ଥିର ହୋଇଯାଏ।

ਤਾ ਕਉ ਬਿਘਨੁ ਨ ਲਾਗੈ ਕੋਇ ॥
ତାହାକୁ କିଛି ସଙ୍କଟ ଆସେ ନାହିଁ

ਜਾ ਕੈ ਰਿਦੈ ਬਸੈ ਹਰਿ ਸੋਇ ॥
ଯାହାର ହୃଦୟରେ ସେହି ପ୍ରଭୁ ବାସ କରନ୍ତି।

ਕਲਿ ਤਾਤੀ ਠਾਂਢਾ ਹਰਿ ਨਾਉ ॥
କଳି ଯୁଗ ଗରମ (ଅଗ୍ନି) ଅଟେ (ଭାବ- ବିକାର ଜୀବଙ୍କୁ ଜଳାଉଅଛି) ପ୍ରଭୁଙ୍କ ନାମ ଥଣ୍ଡା ଅଟେ

ਸਿਮਰਿ ਸਿਮਰਿ ਸਦਾ ਸੁਖ ਪਾਉ ॥
ତାଙ୍କୁ ସଦା ସ୍ମରଣ କର ଓ ସୁଖ ପାଅ।

ਭਉ ਬਿਨਸੈ ਪੂਰਨ ਹੋਇ ਆਸ ॥
ନାମ ସ୍ମରଣ କରିଲେ ଭୟ ଦୂର ହୋଇଯାଏ, ଆଉ, ଆଶା ପୁରା ହୋଇଯାଏ

ਭਗਤਿ ਭਾਇ ਆਤਮ ਪਰਗਾਸ ॥
ପ୍ରଭୁଙ୍କ ଭକ୍ତିରେ ପ୍ରେମ କରି ଆତ୍ମା ଉଜ୍ଜଳ ହୋଇଯାଏ।

ਤਿਤੁ ਘਰਿ ਜਾਇ ਬਸੈ ਅਬਿਨਾਸੀ ॥
ଯିଏ ନାମ ସ୍ମରଣ କରେ, ତାହାର (ହୃଦୟ) ଘରେ ଅବିନାଶୀ ପ୍ରଭୁ ବାସ କରନ୍ତି।

ਕਹੁ ਨਾਨਕ ਕਾਟੀ ਜਮ ਫਾਸੀ ॥੩॥
ହେ ନାନକ! କୁହ (ଯେ ନାମ ଜପିଲେ) ଯମର ଫାଶୀ କଟି ଯାଏ। ॥3॥

ਤਤੁ ਬੀਚਾਰੁ ਕਹੈ ਜਨੁ ਸਾਚਾ ॥
ଯେଉଁ ମନୁଷ୍ୟ ପରଂବ୍ରହ୍ମଙ୍କ ବିଶେଷ ଗୁଣ ଭାବନା କରନ୍ତି ସେ ବାସ୍ତବରେ ସଚ୍ଚା ମନୁଷ୍ୟ ଅଟେ,

ਜਨਮਿ ਮਰੈ ਸੋ ਕਾਚੋ ਕਾਚਾ ॥
ସେ ସଂପୂର୍ଣ୍ଣ କଚ୍ଚା ଅଟେ ଯିଏ ଜନ୍ମ ମରଣ ଚକ୍ରରେ ପଡିଥାଏ।

ਆਵਾ ਗਵਨੁ ਮਿਟੈ ਪ੍ਰਭ ਸੇਵ ॥
ପ୍ରଭୁଙ୍କ ସ୍ମରଣ କଲେ ଜନ୍ମ-ମରଣ ଚକ୍ରରୁ ମୁକ୍ତି ପାଏ।

ਆਪੁ ਤਿਆਗਿ ਸਰਨਿ ਗੁਰਦੇਵ ॥
ନିଜର ଅହଂ ତ୍ୟାଗ କର ଆଉ ଗୁରୁଦେବଙ୍କ ଶରଣ ନିଅ।

ਇਉ ਰਤਨ ਜਨਮ ਕਾ ਹੋਇ ਉਧਾਰੁ ॥
ଏହିପରି ଅମୂଲ୍ୟ ଜୀବନର ଉଦ୍ଧାର ହୋଇଯାଏ।

ਹਰਿ ਹਰਿ ਸਿਮਰਿ ਪ੍ਰਾਨ ਆਧਾਰੁ ॥
ହରି-ପରମେବସରଙ୍କ ଆରାଧନା କର ଯିଏ ତୋର ପ୍ରାଣର ଆଧାର ଅଟନ୍ତି।

ਅਨਿਕ ਉਪਾਵ ਨ ਛੂਟਨਹਾਰੇ ॥
ଅନେକ ଉପାୟ କରିଲେ ବଞ୍ଚିପାର୍ରିବ ନାହିଁ।

ਸਿੰਮ੍ਰਿਤਿ ਸਾਸਤ ਬੇਦ ਬੀਚਾਰੇ ॥
ସ୍ମୃତି, ଶାସ୍ତ୍ର ଓ ବେଦର ବିଚାର କରି ଦେଖ।

ਹਰਿ ਕੀ ਭਗਤਿ ਕਰਹੁ ਮਨੁ ਲਾਇ ॥
ମନ ଲଗାଇ କେବଳ ଭଗବାନଙ୍କ ଭକ୍ତି କର।

ਮਨਿ ਬੰਛਤ ਨਾਨਕ ਫਲ ਪਾਇ ॥੪॥
ହେ ନାନକ! ତାହାକୁ ମନ-ବାଞ୍ଛିତ ଫଳ ମିଳିଯାଏ।॥4॥

ਸੰਗਿ ਨ ਚਾਲਸਿ ਤੇਰੈ ਧਨਾ ॥
ଧନ ତୁମ ସାଥିରେ ଯାଇପାରିବ ନାହିଁ

ਤੂੰ ਕਿਆ ਲਪਟਾਵਹਿ ਮੂਰਖ ਮਨਾ ॥
ହେ ମୂର୍ଖ ମନ!, ତୁମେ କାହିଁକି ତାହାକୁ ଆଦର କରି ବସୁଛ?

ਸੁਤ ਮੀਤ ਕੁਟੰਬ ਅਰੁ ਬਨਿਤਾ ॥
ପୁତ୍ର-ମିତ୍ର-ପରିବାର ଓ ସ୍ତ୍ରୀ

ਇਨ ਤੇ ਕਹਹੁ ਤੁਮ ਕਵਨ ਸਨਾਥਾ ॥
ଏହା ମଧ୍ୟରେ , କୁହ, ତୁମ ସାଥି କିଏ ଦେବ?

ਰਾਜ ਰੰਗ ਮਾਇਆ ਬਿਸਥਾਰ ॥
ରାଜ୍ୟ, ରଙ୍ଗ ଏବଂ ଧନ-ଦୌଲତର ବିସ୍ତାର

ਇਨ ਤੇ ਕਹਹੁ ਕਵਨ ਛੁਟਕਾਰ ॥
ଏଥିରୁ କିଏ କେବେ ବଞ୍ଚିଛି ?

ਅਸੁ ਹਸਤੀ ਰਥ ਅਸਵਾਰੀ ॥
ଘୋଡା, ହାତୀ, ରଥ ଚଢିବା-

ਝੂਠਾ ਡੰਫੁ ਝੂਠੁ ਪਾਸਾਰੀ ॥
ଏହା ସବୁ ଦେଖାଇବା ମିଥ୍ୟା ଆଡମ୍ବର ଅଟେ।

ਜਿਨਿ ਦੀਏ ਤਿਸੁ ਬੁਝੈ ਨ ਬਿਗਾਨਾ ॥
ମୂର୍ଖ ମନୁଷ୍ୟ ସେହି ପ୍ରଭୁଙ୍କୁ ଚିହ୍ନେ ନାହିଁ ଯିଏ ଏହି ସବୁ ପଦାର୍ଥ ଦେଇଛନ୍ତି

ਨਾਮੁ ਬਿਸਾਰਿ ਨਾਨਕ ਪਛੁਤਾਨਾ ॥੫॥
ହେ ନାନକ! ନାମକୁ ଭୁଲି, (ଶେଷରେ) ପଶ୍ଚାତାପ କରେ।॥5॥

ਗੁਰ ਕੀ ਮਤਿ ਤੂੰ ਲੇਹਿ ਇਆਨੇ ॥
ହେ ମୂର୍ଖ ମନୁଷ୍ୟ! ଗୁରୁଙ୍କ ଶିକ୍ଷା ନିଅ।

ਭਗਤਿ ਬਿਨਾ ਬਹੁ ਡੂਬੇ ਸਿਆਨੇ ॥
ପ୍ରଭୁଙ୍କ ଭକ୍ତି ବିନା ବଡ ବୁଦ୍ଧିମାନ ଲୋକ ମଧ୍ୟ ବୁଡି ଯାଇଛନ୍ତି।

ਹਰਿ ਕੀ ਭਗਤਿ ਕਰਹੁ ਮਨ ਮੀਤ ॥
ହେ ମୋର ମିତ୍ର! ନିଜ ମନରେ ଭଗବାନଙ୍କ ଭକ୍ତି କର,

ਨਿਰਮਲ ਹੋਇ ਤੁਮ੍ਹ੍ਹਾਰੋ ਚੀਤ ॥
ତାହା ଦ୍ଵାରା ତୋର ମନ ନିର୍ମଳ ହୋଇଯିବ।

ਚਰਨ ਕਮਲ ਰਾਖਹੁ ਮਨ ਮਾਹਿ ॥
ପ୍ରଭୁଙ୍କ ଚରଣ କମଳ ନିଜ ହୃଦୟରେ ସ୍ଥାପନ କର,

error: Content is protected !!