ODIA PAGE 287

ਅਪਨੀ ਕ੍ਰਿਪਾ ਜਿਸੁ ਆਪਿ ਕਰੇਇ ॥
ହେ ନାନକ! ଯାହା ଉପରେ ଗୁରୁଜୀ ସ୍ଵୟଂ କୃପା କରିଥାନ୍ତି,

ਨਾਨਕ ਸੋ ਸੇਵਕੁ ਗੁਰ ਕੀ ਮਤਿ ਲੇਇ ॥੨॥
ସେହି ସେବକ ଗୁରୁଙ୍କ ଶିକ୍ଷା ପ୍ରାପ୍ତ କରିଥାଏ ॥2॥

ਬੀਸ ਬਿਸਵੇ ਗੁਰ ਕਾ ਮਨੁ ਮਾਨੈ ॥
ସେବକ ନିଜ ଗୁରୁଙ୍କ ମନ ପୂର୍ଣ୍ଣ ଭାବରେ ଜିତି ନେଇଥାଏ,

ਸੋ ਸੇਵਕੁ ਪਰਮੇਸੁਰ ਕੀ ਗਤਿ ਜਾਨੈ ॥
ସେ ପରମେଶ୍ଵରଙ୍କ ଗତିକୁ ଜାଣିଥାଏ।

ਸੋ ਸਤਿਗੁਰੁ ਜਿਸੁ ਰਿਦੈ ਹਰਿ ਨਾਉ ॥
ସଦଗୁର ସେ ଅଟନ୍ତି, ଯାହାଙ୍କ ହୃଦୟରେ ହରିଙ୍କ ନାମ ଥାଏ।

ਅਨਿਕ ਬਾਰ ਗੁਰ ਕਉ ਬਲਿ ਜਾਉ ॥
ମୁଁ ଅନେକ ଥର ନିଜ ଗୁରୁଙ୍କ ପ୍ରତି ସମର୍ପିତ ଅଟେ।

ਸਰਬ ਨਿਧਾਨ ਜੀਅ ਕਾ ਦਾਤਾ ॥
ଗୁରଜି ପ୍ରତ୍ୟେକ ପଦାର୍ଥର ଖଜଣା ଏବଂ ଜୀବନ ପ୍ରଦାନ କରିଥାନ୍ତି।

ਆਠ ਪਹਰ ਪਾਰਬ੍ਰਹਮ ਰੰਗਿ ਰਾਤਾ ॥
ସେ ଆଠ ପହର ହିଁ ପରଂବ୍ରହ୍ମଙ୍କ ରଙ୍ଗରେ ମଗ୍ନ ରହିଥାନ୍ତି।

ਬ੍ਰਹਮ ਮਹਿ ਜਨੁ ਜਨ ਮਹਿ ਪਾਰਬ੍ਰਹਮੁ ॥
ଭକ୍ତ ବ୍ରହ୍ମ ଏବଂ ପରଂବ୍ରହ୍ମ ଭକ୍ତ ଠାରେ ବାସ କରିଥାନ୍ତି।

ਏਕਹਿ ਆਪਿ ਨਹੀ ਕਛੁ ਭਰਮੁ ॥
ପ୍ରଭୁ କେବଳ ଏକ ଅଟନ୍ତି, ଏଥିରେ କିଛି ସନ୍ଦେହ ନାହିଁ।

ਸਹਸ ਸਿਆਨਪ ਲਇਆ ਨ ਜਾਈਐ ॥
ହେ ନାନକ! ହଜାରେ ଚତୁରତା ଦ୍ଵାରା ଗୁରୁ ପ୍ରାପ୍ତ ହୁଅନ୍ତି ନାହିଁ,

ਨਾਨਕ ਐਸਾ ਗੁਰੁ ਬਡਭਾਗੀ ਪਾਈਐ ॥੩॥
ଏପରି ଗୁରୁ ବଡ ଭାଗ୍ୟରେ ହିଁ ମିଳିଥାନ୍ତି ॥3॥

ਸਫਲ ਦਰਸਨੁ ਪੇਖਤ ਪੁਨੀਤ ॥
ଗୁରୁଙ୍କ ଦର୍ଶନ (ସବୁ ) ଫଳ ଦେବାବାଲା ଅଟେ, ଦର୍ଶନ କରିଲେ ପବିତ୍ର ହୋଇଯାଏ, ଗୁରୁଙ୍କ ଚରଣ ଛୁଇଁଲେ ଉଚ୍ଚ ଅବସ୍ଥା ଆଉ ପବିତ୍ର ହୋଇଯାଏ

ਪਰਸਤ ਚਰਨ ਗਤਿ ਨਿਰਮਲ ਰੀਤਿ ॥
ତାହାଙ୍କ ଚରଣ ସ୍ପର୍ଶ କରିଲେ ମନୁଷ୍ୟର ଅବସ୍ଥା ଏବଂ ଜୀବନ ଆଚରଣ ନିର୍ମଳ ହୋଇଯାଏ।

ਭੇਟਤ ਸੰਗਿ ਰਾਮ ਗੁਨ ਰਵੇ ॥
ଗୁରୁଙ୍କ ସଙ୍ଗତିରେ ରହିଲେ ପ୍ରଭୁଙ୍କ ଗୁଣସ୍ତୁତି କରିଥାଏ

ਪਾਰਬ੍ਰਹਮ ਕੀ ਦਰਗਹ ਗਵੇ ॥
, ଆଉ ପରଂବ୍ରହ୍ମଙ୍କ ଦରବାରରେ ପହଞ୍ଚିଯାଏ

ਸੁਨਿ ਕਰਿ ਬਚਨ ਕਰਨ ਆਘਾਨੇ ॥
ଗୁରୁଙ୍କ ବଚନ ଶୁଣି କାନ ତୃପ୍ତ ହୋଇଯାଏ ତଥା

ਮਨਿ ਸੰਤੋਖੁ ਆਤਮ ਪਤੀਆਨੇ ॥
ମନରେ ସନ୍ତୋଷ ଆସିଯାଏ ଆଉ ଆତ୍ମା ପରିପୂର୍ଣ୍ଣ ହୋଇଯାଏ।

ਪੂਰਾ ਗੁਰੁ ਅਖੵਓ ਜਾ ਕਾ ਮੰਤ੍ਰ ॥
ସଦଗୁରୁ ପୂର୍ଣ୍ଣ ପୁରୁଷ ଅଟେ, ତାହାଙ୍କ ଉପଦେଶ ମଧ୍ୟ ସବୁ ଦିନ ପାଇଁ ଅଟଳ ଅଟେ

ਅੰਮ੍ਰਿਤ ਦ੍ਰਿਸਟਿ ਪੇਖੈ ਹੋਇ ਸੰਤ ॥
ଯାହାକୁ ଅମର କରୁଥିବା ନଜରରେ ଦେଖନ୍ତି ସେ ସନ୍ଥ ହୋଇଯାଏ।

ਗੁਣ ਬਿਅੰਤ ਕੀਮਤਿ ਨਹੀ ਪਾਇ ॥
ସଦଗୁରୁଙ୍କ ଗୁଣ ଅନନ୍ତ ଅଟେ, ମୂଲ୍ୟ ଆକଳନ ହୋଇପାରେ ନାହିଁ।

ਨਾਨਕ ਜਿਸੁ ਭਾਵੈ ਤਿਸੁ ਲਏ ਮਿਲਾਇ ॥੪॥
ହେ ନାନକ! ଯେଉଁ ଜୀବ (ପ୍ରଭୁଙ୍କୁ) ଭଲ ଲାଗେ, ତାହାକୁ ଗୁରୁଙ୍କ ସହିତ ମିଳାନ୍ତି।॥4॥

ਜਿਹਬਾ ਏਕ ਉਸਤਤਿ ਅਨੇਕ ॥
ଜିହ୍ଵା ଏକ ଅଟେ, ପରନ୍ତୁ, ଈଶ୍ବରଙ୍କ ଗୁଣ ଅନନ୍ତ ଅଟେ।

ਸਤਿ ਪੁਰਖ ਪੂਰਨ ਬਿਬੇਕ ॥
ସେହି ସଦପୁରୁଷ ପୂର୍ଣ୍ଣ ବିବେକବାଲା ଅଟନ୍ତି।

ਕਾਹੂ ਬੋਲ ਨ ਪਹੁਚਤ ਪ੍ਰਾਨੀ ॥
ମନୁଷ୍ୟ କାହାର କଥା ଦ୍ଵାରା (ପ୍ରଭୁଙ୍କ ଗୁଣ ପର୍ଯ୍ୟନ୍ତ)ପହଞ୍ଚି ପାରେ ନାହିଁ,

ਅਗਮ ਅਗੋਚਰ ਪ੍ਰਭ ਨਿਰਬਾਨੀ ॥
ପ୍ରଭୁ ଅଗମ୍ୟ , ଅଗୋଚର ଏବଂ ପବିତ୍ର ଅଟନ୍ତି।

ਨਿਰਾਹਾਰ ਨਿਰਵੈਰ ਸੁਖਦਾਈ ॥
ପ୍ରଭୁଙ୍କ ଭୋଜନର ଆବଶ୍ୟକତା ନାହିଁ, ସେ ଶତ୍ରୁ ରହିତ ଏବଂ ସୁଖ ପ୍ରଦାନ କରିଥାନ୍ତି।

ਤਾ ਕੀ ਕੀਮਤਿ ਕਿਨੈ ਨ ਪਾਈ ॥
କୌଣସି ଜୀବ ଏହାର (ଗୁଣର) ମୂଲ୍ୟ ପାଇପାରେ ନାହିଁ।

ਅਨਿਕ ਭਗਤ ਬੰਦਨ ਨਿਤ ਕਰਹਿ ॥
ଅନେକ ଭକ୍ତ ସଦା (ପ୍ରଭୁଙ୍କୁ) ବନ୍ଦନା କରନ୍ତି

ਚਰਨ ਕਮਲ ਹਿਰਦੈ ਸਿਮਰਹਿ ॥
ଆଉ ତାହାଙ୍କ ପଦ୍ମ ସମାନ ଚରଣକୁ ନିଜ ହୃଦୟରେ ସ୍ମରଣ କରନ୍ତି।

ਸਦ ਬਲਿਹਾਰੀ ਸਤਿਗੁਰ ਅਪਨੇ ॥
ହେ ନାନକ! ମୁଁ ନିଜେ ସେହି ଗୁରୁଙ୍କ ନିକଟରେ ସଦା ସମର୍ପିତ ଅଟେ,

ਨਾਨਕ ਜਿਸੁ ਪ੍ਰਸਾਦਿ ਐਸਾ ਪ੍ਰਭੁ ਜਪਨੇ ॥੫॥
ଯେଉଁ ଗୁରୁଙ୍କ କୃପାରୁ ଏପରି ପ୍ରଭୁଙ୍କୁ ଜପ କରିପାରେ ॥5॥

ਇਹੁ ਹਰਿ ਰਸੁ ਪਾਵੈ ਜਨੁ ਕੋਇ ॥
ଏହି ହରି ରସ କୌଣସି ବିରଳ ପୁରୁଷ ହିଁ ପ୍ରାପ୍ତ କରିଥାଏ।

ਅੰਮ੍ਰਿਤੁ ਪੀਵੈ ਅਮਰੁ ਸੋ ਹੋਇ ॥
ଯିଏ ଏହି ଅମୃତକୁ ପାନ କରିଥାଏ, ସେ ଅମର ହୋଇଯାଏ।

ਉਸੁ ਪੁਰਖ ਕਾ ਨਾਹੀ ਕਦੇ ਬਿਨਾਸ ॥
ସେହି ପୁରୁଷର କେବେ ନାଶ ହୁଏନାହିଁ,

ਜਾ ਕੈ ਮਨਿ ਪ੍ਰਗਟੇ ਗੁਨਤਾਸ ॥
ଯାହାର ହୃଦୟରେ ଗୁଣର ଭଣ୍ଡାର ପ୍ରକଟ ହୋଇଥାଏ।

ਆਠ ਪਹਰ ਹਰਿ ਕਾ ਨਾਮੁ ਲੇਇ ॥
ଆଠ ପହର ହିଁ ସେ ହରିଙ୍କ ନାମ ନେଇଥାଏ ଆଉ

ਸਚੁ ਉਪਦੇਸੁ ਸੇਵਕ ਕਉ ਦੇਇ ॥
ନିଜ ସେବକକୁ ସଚ୍ଚା ଉପଦେଶ ପ୍ରଦାନ କରିଥାନ୍ତି।

ਮੋਹ ਮਾਇਆ ਕੈ ਸੰਗਿ ਨ ਲੇਪੁ ॥
ମାୟାର ମୋହରେ ସେ କେବେ ପଡେ ନାହିଁ

ਮਨ ਮਹਿ ਰਾਖੈ ਹਰਿ ਹਰਿ ਏਕੁ ॥
ସେ ସଦା ନିଜ ମନରେ ଏକ ପ୍ରଭୁଙ୍କୁ ସ୍ଥାପନ କରେ।

ਅੰਧਕਾਰ ਦੀਪਕ ਪਰਗਾਸੇ ॥

ਅੰਧਕਾਰ ਦੀਪਕ ਪਰਗਾਸੇ ॥
ନାମ-ରୂପୀ ଦୀପ ଦ୍ଵାରା ଅଜ୍ଞାନତାର ଅନ୍ଧାର ଦୂର ହୋଇ ପ୍ରକାଶ ହୋଇଯାଏ

ਨਾਨਕ ਭਰਮ ਮੋਹ ਦੁਖ ਤਹ ਤੇ ਨਾਸੇ ॥੬॥
ହେ ନାନକ! ତାହାର ଭ୍ରମ ଆଉ ମୋହର ଦୁଖ ଦୂର ହୋଇଯାଏ।॥6॥

ਤਪਤਿ ਮਾਹਿ ਠਾਢਿ ਵਰਤਾਈ ॥
ଗୁରୁଙ୍କ ପୂର୍ଣ୍ଣ ଉପଦେଶ ମୋହ ମାୟାର ଅଗ୍ନିରେ ଶୀତଳତା ପ୍ରବିଷ୍ଟ କରାଇଛି,

ਅਨਦੁ ਭਇਆ ਦੁਖ ਨਾਠੇ ਭਾਈ ॥
ସୁଖ ହିଁ ସୁଖ ହୋଇଯାଇଛି, ଦୁଃଖ ଦୂର ହୋଇଯାଇଛି।

ਜਨਮ ਮਰਨ ਕੇ ਮਿਟੇ ਅੰਦੇਸੇ ॥
ଜନ୍ମ-ମରଣ ଚକ୍ରରେ ପୁଣି ପଡିବାର ଡର ଦୂର ହୋଇଯାଇଛି

ਸਾਧੂ ਕੇ ਪੂਰਨ ਉਪਦੇਸੇ ॥
ଗୁରୁଙ୍କ ପୂର୍ଣ୍ଣ ଉପଦେଶ ଦ୍ଵାରା

ਭਉ ਚੂਕਾ ਨਿਰਭਉ ਹੋਇ ਬਸੇ ॥
ଭୟ ନାଶ ହୋଇଯାଇଛି ଆଉ ନିର୍ଭୀକ ରହିଅଛି।

ਸਗਲ ਬਿਆਧਿ ਮਨ ਤੇ ਖੈ ਨਸੇ ॥
ସବୁ ରୋଗ ନଷ୍ଟ ହୋଇ ମନରୁ ଲୁପ୍ତ ହୋଇଯାଇଛି।

ਜਿਸ ਕਾ ਸਾ ਤਿਨਿ ਕਿਰਪਾ ਧਾਰੀ ॥
ଯେଉଁ ଗୁରୁଙ୍କ ଥିଲେ, ସେ କୃପା କରିଛନ୍ତି।

ਸਾਧਸੰਗਿ ਜਪਿ ਨਾਮੁ ਮੁਰਾਰੀ ॥
ସତସଙ୍ଗତିରେ ସେ ମୁରାରୀଙ୍କ ନାମର ଜପ କରିଥାଏ।

ਥਿਤਿ ਪਾਈ ਚੂਕੇ ਭ੍ਰਮ ਗਵਨ ॥
ଭୟ ଏବଂ ଦ୍ଵିଧା ଦୂର ହୋଇଯାଇଛି।

ਸੁਨਿ ਨਾਨਕ ਹਰਿ ਹਰਿ ਜਸੁ ਸ੍ਰਵਨ ॥੭॥
ହେ ନାନକ! ହରି-ପରମେଶ୍ଵରଙ୍କ ମହିମା କାନରେ ଶୁଣି ଶାନ୍ତି ମିଳିଯାଇଛି ॥7॥

ਨਿਰਗੁਨੁ ਆਪਿ ਸਰਗੁਨੁ ਭੀ ਓਹੀ ॥
ସେ ସ୍ଵୟଂ ନିର୍ଗୁଣ ସ୍ଵାମୀ ଅଟନ୍ତି ଆଉ ସେ ହିଁ ସଗୁଣ ଅଟନ୍ତି।

ਕਲਾ ਧਾਰਿ ਜਿਨਿ ਸਗਲੀ ਮੋਹੀ ॥
ଯେଉଁ ପ୍ରଭୁ ନିଜର ସାମର୍ଥ୍ୟ ବଜାୟ ରଖି ସଂପୂର୍ଣ୍ଣ ଜଗତକୁ ମୋହି ନିଅନ୍ତି

ਅਪਨੇ ਚਰਿਤ ਪ੍ਰਭਿ ਆਪਿ ਬਨਾਏ ॥
ନିଜର କୌତୁକ ପ୍ରଭୁ ସ୍ଵୟଂ ହିଁ ରଚନା କରିଛନ୍ତି।

ਅਪੁਨੀ ਕੀਮਤਿ ਆਪੇ ਪਾਏ ॥
ନିଜର ମୂଲ୍ୟାଙ୍କନ ସେ ନିଜେ ହିଁ ଜାଣିଥାନ୍ତି।

ਹਰਿ ਬਿਨੁ ਦੂਜਾ ਨਾਹੀ ਕੋਇ ॥
ଈଶ୍ବରଙ୍କ ଅତିରିକ୍ତ ଆଉ କେହି ନାହାନ୍ତି।

ਸਰਬ ਨਿਰੰਤਰਿ ਏਕੋ ਸੋਇ ॥
ସବୁଙ୍କ ଭିତରେ ସେହି ଅକାଳ ପୁରୁଷ ସ୍ଵୟଂ ହିଁ ଅଛନ୍ତି।

ਓਤਿ ਪੋਤਿ ਰਵਿਆ ਰੂਪ ਰੰਗ ॥
ସବୁ ରଙ୍ଗ ଆଉ ରୂପରେ ଓତଃପ୍ରୋତ ଭାବେ ବ୍ୟାପକ ଅଟନ୍ତି

ਭਏ ਪ੍ਰਗਾਸ ਸਾਧ ਕੈ ਸੰਗ ॥
ସନ୍ଥଙ୍କ ସଙ୍ଗତି କରିବା ଦ୍ଵାରା ସେ ପ୍ରକଟ ହୋଇଯାନ୍ତି।

error: Content is protected !!