ODIA PAGE 293

ਨਾਨਕ ਹਰਿ ਪ੍ਰਭਿ ਆਪਹਿ ਮੇਲੇ ॥੪॥
ହେ ନାନକ! ହରି-ପ୍ରଭୁ ତାହାଙ୍କୁ ନିଜ ସାଥିରେ ମିଳାଇଛନ୍ତି ॥4॥

ਸਾਧਸੰਗਿ ਮਿਲਿ ਕਰਹੁ ਅਨੰਦ ॥
ସତସଙ୍ଗ ସହିତ ରହି ଏହି (ଆତ୍ମିକ) ଆନନ୍ଦ ନିଅ।

ਗੁਨ ਗਾਵਹੁ ਪ੍ਰਭ ਪਰਮਾਨੰਦ ॥
ଆଉ ପରମାନନ୍ଦ ପ୍ରଭୁଙ୍କ ଗୁଣସ୍ତୁତି କର।

ਰਾਮ ਨਾਮ ਤਤੁ ਕਰਹੁ ਬੀਚਾਰੁ ॥
ରାମ ନାମର ତତ୍ତ୍ଵକୁ ବିଚାର କର।

ਦ੍ਰੁਲਭ ਦੇਹ ਕਾ ਕਰਹੁ ਉਧਾਰੁ ॥
ଏହିପରି ଦୁର୍ଲଭ ମାନବ ଶରୀରର କଲ୍ୟାଣ କର।

ਅੰਮ੍ਰਿਤ ਬਚਨ ਹਰਿ ਕੇ ਗੁਨ ਗਾਉ ॥
ପରମେଶ୍ଵରଙ୍କ ମହିମାର ଅମୃତ ବଚନ ଗାନ କର।

ਪ੍ਰਾਨ ਤਰਨ ਕਾ ਇਹੈ ਸੁਆਉ ॥
ନିଜ ଆତ୍ମାର କଲ୍ୟାଣ କରିବା ପାଇଁ ଏହା ବିଧି ଅଟେ।

ਆਠ ਪਹਰ ਪ੍ਰਭ ਪੇਖਹੁ ਨੇਰਾ ॥
ଆଠ ପହର ପ୍ରଭୁଙ୍କୁ ନିକଟରେ ଦେଖ।

ਮਿਟੈ ਅਗਿਆਨੁ ਬਿਨਸੈ ਅੰਧੇਰਾ ॥
(ଏହି ପ୍ରକାର) ଅଜ୍ଞାନତା ଦୂର ହୋଇଯିବ ଆଉ (ମାୟାର) ଅନ୍ଧାର ବିନାଶ ହୋଇଯିବ।

ਸੁਨਿ ਉਪਦੇਸੁ ਹਿਰਦੈ ਬਸਾਵਹੁ ॥
ସଦଗୁରୁଙ୍କ ଉପଦେଶ ଶୁଣି ହୃଦୟରେ ବସାଅ

ਮਨ ਇਛੇ ਨਾਨਕ ਫਲ ਪਾਵਹੁ ॥੫॥
ହେ ନାନକ! ଏହିପରି ମନର ଇଛା ପୂରଣ ହେବ।॥5॥

ਹਲਤੁ ਪਲਤੁ ਦੁਇ ਲੇਹੁ ਸਵਾਰਿ ॥
ଲୋକ ଆଉ ପରଲୋକ ଦୁଇଟିକୁ ସୁଧାରି ଦିଅ

ਰਾਮ ਨਾਮੁ ਅੰਤਰਿ ਉਰਿ ਧਾਰਿ ॥
ରାମଙ୍କ ନାମ ହୃଦୟର ଅନ୍ତରରେ ରଖ,

ਪੂਰੇ ਗੁਰ ਕੀ ਪੂਰੀ ਦੀਖਿਆ ॥
ପୂର୍ଣ୍ଣ ଗୁରୁଙ୍କ ପୂର୍ଣ୍ଣ ଉପଦେଶ ଅଟେ।

ਜਿਸੁ ਮਨਿ ਬਸੈ ਤਿਸੁ ਸਾਚੁ ਪਰੀਖਿਆ ॥
ଯେଉଁ ମନୁଷ୍ୟର ମନରେ (ଏହି ଶିକ୍ଷା) ବାସ କରେ ସେ ସତ୍ୟର ନିରୀକ୍ଷଣ କରିଥାଏ।

ਮਨਿ ਤਨਿ ਨਾਮੁ ਜਪਹੁ ਲਿਵ ਲਾਇ ॥
ମନ ଆଉ ଶରୀର ଦ୍ଵାରା ଧ୍ୟାନ ଯୋଡି ନାମ ଜପ

ਦੂਖੁ ਦਰਦੁ ਮਨ ਤੇ ਭਉ ਜਾਇ ॥
ଏହି ପରି ଦୁଃଖ-ଯନ୍ତ୍ରଣା ଆଉ ମନରୁ ଭୟ ଦୂର ହୋଇଯିବ।

ਸਚੁ ਵਾਪਾਰੁ ਕਰਹੁ ਵਾਪਾਰੀ ॥
ହେ ବ୍ୟାପାରୀ! ତୁ ସଚ୍ଚା ବ୍ୟାପାର କର।

ਦਰਗਹ ਨਿਬਹੈ ਖੇਪ ਤੁਮਾਰੀ ॥
ତୋର ସଉଦା ଈଶ୍ବରଙ୍କ ଦରବାରରେ ସୁରକ୍ଷିତ ପହଞ୍ଚି ଯିବ।

ਏਕਾ ਟੇਕ ਰਖਹੁ ਮਨ ਮਾਹਿ ॥
ଏକ ଈଶ୍ଵରଙ୍କ ସାହାରା ନିଜ ହୃଦୟରେ ରଖ।

ਨਾਨਕ ਬਹੁਰਿ ਨ ਆਵਹਿ ਜਾਹਿ ॥੬॥
ହେ ନାନକ! ତୋର ବାରମ୍ବାର ଜନ୍ମ-ମରଣ ଚକ୍ର ରହିବ ନାହିଁ। ॥6॥

ਤਿਸ ਤੇ ਦੂਰਿ ਕਹਾ ਕੋ ਜਾਇ ॥
ସେହି ପ୍ରଭୁଙ୍କ ଉର୍ଦ୍ଧ୍ଵକୁ କେଉଁଠି କେଉଁ ଜୀବ ଯାଇପାରିବ?

ਉਬਰੈ ਰਾਖਨਹਾਰੁ ਧਿਆਇ ॥
ରକ୍ଷାକର୍ତ୍ତା ପ୍ରଭୁଙ୍କୁ ସ୍ମରଣ କରି ଜୀବ ରକ୍ଷା ପାଇପାରିବ।

ਨਿਰਭਉ ਜਪੈ ਸਗਲ ਭਉ ਮਿਟੈ ॥
ସେହି ନିର୍ଭୟ ପ୍ରଭୁଙ୍କ ଜପ କରିଲେ ସବୁ ଭୟ ଦୂର ହୋଇଯାଏ।

ਪ੍ਰਭ ਕਿਰਪਾ ਤੇ ਪ੍ਰਾਣੀ ਛੁਟੈ ॥
ପ୍ରଭୁଙ୍କ କୃପାରୁ ଜୀବର ମୁକ୍ତି ହୋଇଯାଏ।

ਜਿਸੁ ਪ੍ਰਭੁ ਰਾਖੈ ਤਿਸੁ ਨਾਹੀ ਦੂਖ ॥
ଯେଉଁ ମନୁଷ୍ୟକୁ ପ୍ରଭୁ ରକ୍ଷା କରନ୍ତି, ତାହାକୁ କୌଣସି ଦୁଃଖ ଛୁଇଁ ପାରେ ନାହିଁ।

ਨਾਮੁ ਜਪਤ ਮਨਿ ਹੋਵਤ ਸੂਖ ॥
ନାମ ଜପିଲେ ମନରେ ସୁଖ ଜାତ ହୁଏ।

ਚਿੰਤਾ ਜਾਇ ਮਿਟੈ ਅਹੰਕਾਰੁ ॥
ନାମ ସ୍ମରଣ କଲେ, ଚିନ୍ତା ଦୂର ହୋଇଯାଏ, ଅହଂକାର ଚାଲିଯାଏ

ਤਿਸੁ ਜਨ ਕਉ ਕੋਇ ਨ ਪਹੁਚਨਹਾਰੁ ॥
ସେହି ମନୁଷ୍ୟ ସମକକ୍ଷ ଆଉ କେହି ହୋଇପାରିବ ନାହିଁ।

ਸਿਰ ਊਪਰਿ ਠਾਢਾ ਗੁਰੁ ਸੂਰਾ ॥
ହେ ନାନକ! ଯେଉଁ ମନୁଷ୍ୟର ମୁଣ୍ଡ ଉପରେ ସଦଗୁରୁ ( ରକ୍ଷକ ହୋଇ) ଠିଆ ହୁଅନ୍ତି,

ਨਾਨਕ ਤਾ ਕੇ ਕਾਰਜ ਪੂਰਾ ॥੭॥
ତାହାର ସବୁ କାମ ସଫଳ ହୁଏ। ॥7॥

ਮਤਿ ਪੂਰੀ ਅੰਮ੍ਰਿਤੁ ਜਾ ਕੀ ਦ੍ਰਿਸਟਿ ॥
ଯେଉଁ ପ୍ରଭୁଙ୍କ ବୁଝିବା ଶକ୍ତି ସଂପୂର୍ଣ୍ଣ ଅଟେ, ଯାହାର ନଜରରେ ଅମୃତ ବର୍ଷା ହୁଏ,

ਦਰਸਨੁ ਪੇਖਤ ਉਧਰਤ ਸ੍ਰਿਸਟਿ ॥
ତାହାଙ୍କ ଦର୍ଶନ କରିଲେ ଜଗତର ଉଦ୍ଧାର ହୋଇଥାଏ।

ਚਰਨ ਕਮਲ ਜਾ ਕੇ ਅਨੂਪ ॥
ତାହାଙ୍କ ଚରଣ କମଳ ଅନୂପ ଅଟେ।

ਸਫਲ ਦਰਸਨੁ ਸੁੰਦਰ ਹਰਿ ਰੂਪ ॥
ତାହାର ରୂପ ସୁନ୍ଦର ଅଟେ, ଆଉ, ତାହାଙ୍କ ଦର୍ଶନ ସବୁ ଆଶା ପୂର୍ଣ୍ଣ କରିଦିଏ।

ਧੰਨੁ ਸੇਵਾ ਸੇਵਕੁ ਪਰਵਾਨੁ ॥
ତାହାଙ୍କ ସେବା ଧନ୍ୟ ଅଟେ ଏବଂ ତାହାଙ୍କ ସେବକ ସ୍ଵୀକୃତ ଅଟେ।

ਅੰਤਰਜਾਮੀ ਪੁਰਖੁ ਪ੍ਰਧਾਨੁ ॥
ସେହି ଗୁରୁ ଅନ୍ତର୍ଯାମୀ ଏବଂ ପ୍ରଧାନ ପୁରୁଷ ଅଟନ୍ତି।

ਜਿਸੁ ਮਨਿ ਬਸੈ ਸੁ ਹੋਤ ਨਿਹਾਲੁ ॥
ଯାହାର ହୃଦୟରେ ଗୁରୁ ନିବାସ କରିଥାନ୍ତି, ସେ କୃତାର୍ଥ ହୋଇଯାଏ।

ਤਾ ਕੈ ਨਿਕਟਿ ਨ ਆਵਤ ਕਾਲੁ ॥
କାଳ (ମୃତ୍ୟୁ) ତାହାର ନିକଟକୁ ଆସେ ନାହିଁ।

ਅਮਰ ਭਏ ਅਮਰਾ ਪਦੁ ਪਾਇਆ ॥
ସେ ଅମର ହୋଇଯାଇଛି ଆଉ ଅମର ପଦ ପ୍ରାପ୍ତ କରିଛି,

ਸਾਧਸੰਗਿ ਨਾਨਕ ਹਰਿ ਧਿਆਇਆ ॥੮॥੨੨॥
ହେ ନାନକ! ଯିଏ ସାଧୁଙ୍କ ସଙ୍ଗତିରେ ଭଗବାନଙ୍କ ଧ୍ୟାନ କରିଛି ॥8॥22॥

ਸਲੋਕੁ ॥
ଶ୍ଳୋକ॥

ਗਿਆਨ ਅੰਜਨੁ ਗੁਰਿ ਦੀਆ ਅਗਿਆਨ ਅੰਧੇਰ ਬਿਨਾਸੁ ॥
(ଯେଉଁ ମନୁଷ୍ୟକୁ) ସଦଗୁରୁ ଜ୍ଞାନର ଆଲୋକ ପ୍ରଦାନ କରନ୍ତି, ତାହାର ଅଜ୍ଞାନ (ରୂପୀ) ଅନ୍ଧକାର ଦୂର ହୋଇଯାଏ।

ਹਰਿ ਕਿਰਪਾ ਤੇ ਸੰਤ ਭੇਟਿਆ ਨਾਨਕ ਮਨਿ ਪਰਗਾਸੁ ॥੧॥
ହେ ନାନକ! (ଯେଉଁ ମନୁଷ୍ୟ) ଅକାଳ-ପୁରୁଷଙ୍କ କୃପାରୁ ଗୁରୁଙ୍କୁ ମିଳିଛି, ତାହାଙ୍କ ମନରେ (ଜ୍ଞାନର) ପ୍ରକାଶ ହୋଇଯାଏ। ॥1॥

ਅਸਟਪਦੀ ॥
ଅଷ୍ଟପଦୀ॥

ਸੰਤਸੰਗਿ ਅੰਤਰਿ ਪ੍ਰਭੁ ਡੀਠਾ ॥
ସନ୍ଥଙ୍କ ସଙ୍ଗତିରେ ଅନ୍ତଃ ମନରେ ହିଁ ପ୍ରଭୁଙ୍କ ଦର୍ଶନ କରିଅଛି।

ਨਾਮੁ ਪ੍ਰਭੂ ਕਾ ਲਾਗਾ ਮੀਠਾ ॥
ପ୍ରଭୁଙ୍କ ନାମ ମୋତେ ମଧୁର ମିଠା ଲାଗିଥାଏ।

ਸਗਲ ਸਮਿਗ੍ਰੀ ਏਕਸੁ ਘਟ ਮਾਹਿ ॥
ସମସ୍ତ ସୃଷ୍ଟି ଏକ ପରମାତ୍ମାଙ୍କ ସ୍ୱରୂପ ଅଟେ,

ਅਨਿਕ ਰੰਗ ਨਾਨਾ ਦ੍ਰਿਸਟਾਹਿ ॥
ଯାହାର ଅନେକ ପ୍ରକାର ବିଭିନ୍ନ ରଙ୍ଗ ଦେଖାଦିଏ।

ਨਉ ਨਿਧਿ ਅੰਮ੍ਰਿਤੁ ਪ੍ਰਭ ਕਾ ਨਾਮੁ ॥
ପ୍ରଭୁଙ୍କ ଅମୃତ ନାମ ନବନିଧି ଅଟେ।

ਦੇਹੀ ਮਹਿ ਇਸ ਕਾ ਬਿਸ੍ਰਾਮੁ ॥
ମାନବ ଶରୀରରେ ହିଁ ତାହାଙ୍କ ନିବାସ ହୋଇଥାଏ।

ਸੁੰਨ ਸਮਾਧਿ ਅਨਹਤ ਤਹ ਨਾਦ ॥
ସେଠାରେ ଶୂନ୍ୟ ସମାଧିରେ ଅନାହତ ଶବ୍ଦ ହୋଇଥାଏ।

ਕਹਨੁ ਨ ਜਾਈ ਅਚਰਜ ਬਿਸਮਾਦ ॥
ଏହି ଆଶ୍ଚର୍ଯ୍ୟ ଚକିତ ଏବଂ ବିସ୍ମାଦର ବର୍ଣ୍ଣନା କରାଯାଇ ନପାରେ।

ਤਿਨਿ ਦੇਖਿਆ ਜਿਸੁ ਆਪਿ ਦਿਖਾਏ ॥
ଯାହାକୁ ଇଶ୍ଵର ସ୍ଵୟଂ ଦେଖିଥାନ୍ତି, ସେ ହିଁ ତାହାଙ୍କୁ ଦେଖିଥାଏ।

ਨਾਨਕ ਤਿਸੁ ਜਨ ਸੋਝੀ ਪਾਏ ॥੧॥
ହେ ନାନକ! ଏପରି ଜ୍ଞାନ ପ୍ରାପ୍ତ କରିନିଏ ॥1॥

ਸੋ ਅੰਤਰਿ ਸੋ ਬਾਹਰਿ ਅਨੰਤ ॥
ସେହି ଅନନ୍ତ ପରମାତ୍ମା ଅନ୍ତଃ ମନରେ ଆଉ ବାହାରେ ମଧ୍ୟ ବିଦ୍ୟମାନ ଅଟନ୍ତି।

ਘਟਿ ਘਟਿ ਬਿਆਪਿ ਰਹਿਆ ਭਗਵੰਤ ॥
ଭଗବାନ କୋଣ କୋଣରେ ମହଜୁଦ ଅଛନ୍ତି।

ਧਰਨਿ ਮਾਹਿ ਆਕਾਸ ਪਇਆਲ ॥
ସେହି ଧରିତ୍ରୀ, ଗଗନ ଏବଂ ପାତାଳରେ ମହଜୁଦ ଅଛନ୍ତି।

ਸਰਬ ਲੋਕ ਪੂਰਨ ਪ੍ਰਤਿਪਾਲ ॥
ସମସ୍ତ ଲୋକର ସେ ପୂର୍ଣ୍ଣ ପାଳନ କର୍ତ୍ତା ଅଟନ୍ତି।

error: Content is protected !!