ਕਰਤਾ ਕਰੇ ਸੁ ਨਿਹਚਉ ਹੋਵੈ ॥
ଯାହା ଈଶ୍ଵର କରିଥାନ୍ତି, ତାହା ନିଶ୍ଚୟ ହୋଇଥାଏ।
ਗੁਰ ਕੈ ਸਬਦੇ ਹਉਮੈ ਖੋਵੈ ॥
ମନୁଷ୍ୟ ଗୁରୁଙ୍କ ଶବ୍ଦ ଦ୍ଵାରା ଅଭିମାନ ଦୂର କରି ଦେଇଥାଏ।
ਗੁਰ ਪਰਸਾਦੀ ਕਿਸੈ ਦੇ ਵਡਿਆਈ ਨਾਮੋ ਨਾਮੁ ਧਿਆਇਦਾ ॥੫॥
ଗୁରୁ-କୃପାରୁ ଯାହାକୁ ବଡିମା ଦେଇଥାନ୍ତି, ସେ ହରିନାମର ହିଁ ଧ୍ୟାନ କରିଥାଏ||5||
ਗੁਰ ਸੇਵੇ ਜੇਵਡੁ ਹੋਰੁ ਲਾਹਾ ਨਾਹੀ ॥
ଗୁରୁଙ୍କ ସେବା କରିବା ଭଳି ବଡ ମହାନ କାର୍ଯ୍ୟ ଆଉ କିଛି ନାହିଁ।
ਨਾਮੁ ਮੰਨਿ ਵਸੈ ਨਾਮੋ ਸਾਲਾਹੀ ॥
ଯାହାର ମନରେ ନାମ ବାସ କରିଥାଏ, ସେ କେବଳ ନାମର ହିଁ ସ୍ତୁତି କରିଥାଏ।
ਨਾਮੋ ਨਾਮੁ ਸਦਾ ਸੁਖਦਾਤਾ ਨਾਮੋ ਲਾਹਾ ਪਾਇਦਾ ॥੬॥
କେବଳ ନାମ ହିଁ ସଦା ସୁଖ ଦେବା ବାଲା ଅଟେ ଆଉ ସେ ନାମ ରୂପୀ ଲାଭ ହିଁ ପ୍ରାପ୍ତ କରିଥାଏ||6||
ਬਿਨੁ ਨਾਵੈ ਸਭ ਦੁਖੁ ਸੰਸਾਰਾ ॥
ନାମ ବିନା ସଂସାରରେ ସବୁ ଦୁଃଖ ହିଁ ଦୁଃଖ ଅଟେ।
ਬਹੁ ਕਰਮ ਕਮਾਵਹਿ ਵਧਹਿ ਵਿਕਾਰਾ ॥
ଯେଉଁ ମନୁଷ୍ୟ ଅନେକ ଧର୍ମ କର୍ମ କରିଥାଏ, ତାହାର ମନର ବିକାର ବଢି ଯାଇଥାଏ।
ਨਾਮੁ ਨ ਸੇਵਹਿ ਕਿਉ ਸੁਖੁ ਪਾਈਐ ਬਿਨੁ ਨਾਵੈ ਦੁਖੁ ਪਾਇਦਾ ॥੭॥
ହରିନାମର ସେବା କରିବା ବିନା କିପରି ସୁଖ ପ୍ରାପ୍ତ ହୋଇ ପାରିବ? ନାମ ବିନା ଦୁଃଖ ହିଁ ମିଳିଥାଏ||7||
ਆਪਿ ਕਰੇ ਤੈ ਆਪਿ ਕਰਾਏ ॥
ଈଶ୍ଵର ସ୍ଵୟଂ ହିଁ କରିଥାନ୍ତି ଏବଂ ସ୍ଵୟଂ ହିଁ ଜୀବ ଦ୍ଵାରା କର୍ମ କରାଇ ଥାଆନ୍ତି।
ਗੁਰ ਪਰਸਾਦੀ ਕਿਸੈ ਬੁਝਾਏ ॥
ଗୁରୁଙ୍କ କୃପାରୁ କେହି ବିରଳ ହିଁ ଏହି ଭେଦ ବୁଝିଥାଏ।
ਗੁਰਮੁਖਿ ਹੋਵਹਿ ਸੇ ਬੰਧਨ ਤੋੜਹਿ ਮੁਕਤੀ ਕੈ ਘਰਿ ਪਾਇਦਾ ॥੮॥
ଯିଏ ଗୁରୁମୁଖୀ ହୋଇଥାଏ, ସେ ନିଜର ସବୁ ବନ୍ଧନ ଭାଙ୍ଗି ଦେଇଥାଏ ଆଉ ମୁକ୍ତିର ଘରେ ବାସ ପାଇଥାଏ|8||
ਗਣਤ ਗਣੈ ਸੋ ਜਲੈ ਸੰਸਾਰਾ ॥
ଯିଏ କର୍ମର ହିସାବ-କିତାବ କରିଥାଏ,ସେ ସଂସାରରେ ଜଳିଥାଏ।
ਸਹਸਾ ਮੂਲਿ ਨ ਚੁਕੈ ਵਿਕਾਰਾ ॥
ତାହାର ବିକାର ଏବଂ ସଂଶୟ ଆଦୌ ଦୂର ହୁଏନାହିଁ।
ਗੁਰਮੁਖਿ ਹੋਵੈ ਸੁ ਗਣਤ ਚੁਕਾਏ ਸਚੇ ਸਚਿ ਸਮਾਇਦਾ ॥੯॥
ଯିଏ ଗୁରୁମୁଖୀ ହୋଇଥାଏ, ହିସାବ-ନିକାସ ସମାପ୍ତ ହୋଇଯାଏ ଆଉ ସେ ପରମ-ସତ୍ୟରେ ହିଁ ବିଲୀନ ହୋଇଯାଏ||9||
ਜੇ ਸਚੁ ਦੇਇ ਤ ਪਾਏ ਕੋਈ ॥
ଯଦି ପ୍ରଭୁ ସତ୍ୟନାମ ଦିଅନ୍ତି, ତାହାହେଲେ କେହି ଏହାକୁ ପ୍ରାପ୍ତ କରିଥାନ୍ତି ଏବଂ
ਗੁਰ ਪਰਸਾਦੀ ਪਰਗਟੁ ਹੋਈ ॥
ଗୁରୁଙ୍କ କୃପାରୁ ପ୍ରକଟ ହୋଇଯାଏ।
ਸਚੁ ਨਾਮੁ ਸਾਲਾਹੇ ਰੰਗਿ ਰਾਤਾ ਗੁਰ ਕਿਰਪਾ ਤੇ ਸੁਖੁ ਪਾਇਦਾ ॥੧੦॥
ସଚ୍ଚା ପ୍ରଭୁ ନାମର ସ୍ତୁତି କରି ଜିଜ୍ଞାସୁ ତାହାର ରଙ୍ଗରେ ରତ ରହିଥାଏ ଆଉ ଗୁରୁଙ୍କ କୃପାରୁ ସୁଖ ପ୍ରାପ୍ତ କରିଥାଏ||10||
ਜਪੁ ਤਪੁ ਸੰਜਮੁ ਨਾਮੁ ਪਿਆਰਾ ॥
ପରମାତ୍ମାଙ୍କ ପ୍ରିୟ ନାମ ହିଁ ଜପ, ତପ ଏବଂ ସଂଯମ ଅଟେ ଏବଂ
ਕਿਲਵਿਖ ਕਾਟੇ ਕਾਟਣਹਾਰਾ ॥
ସେ ସବୁ ପାପ ଦୂର କରିବା ବାଲା ଅଟନ୍ତି।
ਹਰਿ ਕੈ ਨਾਮਿ ਤਨੁ ਮਨੁ ਸੀਤਲੁ ਹੋਆ ਸਹਜੇ ਸਹਜਿ ਸਮਾਇਦਾ ॥੧੧॥
ହରିଙ୍କ ନାମ ଦ୍ଵାରା ତନ-ମନ ଶୀତଳ ହୋଇଯାଏ ଆଉ ସେ ସ୍ଵାଭାବିକ ଅବସ୍ଥାରେ ରହିଯାଏ||11||
ਅੰਤਰਿ ਲੋਭੁ ਮਨਿ ਮੈਲੈ ਮਲੁ ਲਾਏ ॥
ଯାହାର ଅନ୍ତର୍ମନରେ ଲୋଭ ଥାଏ, ସେ ମଇଳା ମନକୁ ଆହୁରି ମଳିନ କରି ନେଇଥାଏ।
ਮੈਲੇ ਕਰਮ ਕਰੇ ਦੁਖੁ ਪਾਏ ॥
ସେ ମଳିନ କର୍ମ କରି ଦୁଃଖ ହିଁ ପ୍ରାପ୍ତ କରିଥାଏ।
ਕੂੜੋ ਕੂੜੁ ਕਰੇ ਵਾਪਾਰਾ ਕੂੜੁ ਬੋਲਿ ਦੁਖੁ ਪਾਇਦਾ ॥੧੨॥
ସେ ମିଥ୍ୟାର ବ୍ୟାପାର କରିଥାଏ ଏବଂ ମିଥ୍ୟା ବୋଲି ଦୁଃଖ ପ୍ରାପ୍ତ କରିଥାଏ||12||
ਨਿਰਮਲ ਬਾਣੀ ਕੋ ਮੰਨਿ ਵਸਾਏ ॥
ଯିଏ ନିର୍ମଳ ବାଣୀକୁ ମନରେ ସ୍ଥାପନ କରାଇ ଥାଏ,
ਗੁਰ ਪਰਸਾਦੀ ਸਹਸਾ ਜਾਏ ॥
ଗୁରୁଙ୍କ କୃପାରୁ ତାହାର ସଂଶୟ ଦୂର ହୋଇଯାଏ।
ਗੁਰ ਕੈ ਭਾਣੈ ਚਲੈ ਦਿਨੁ ਰਾਤੀ ਨਾਮੁ ਚੇਤਿ ਸੁਖੁ ਪਾਇਦਾ ॥੧੩॥
ସେ ଦିନରାତି ଗୁରୁଙ୍କ ଇଚ୍ଛା ଅନୁସାରେ ଚାଲିଥାଏ ଆଉ ନାମ ସ୍ମରଣ କରି ସୁଖ ପ୍ରାପ୍ତ କରିଥାଏ||13||
ਆਪਿ ਸਿਰੰਦਾ ਸਚਾ ਸੋਈ ॥
ସେହି ସଚ୍ଚା ପରମେଶ୍ଵର ସ୍ଵୟଂ ହିଁ ସ୍ରଷ୍ଟା ଅଟନ୍ତି ଏବଂ
ਆਪਿ ਉਪਾਇ ਖਪਾਏ ਸੋਈ ॥
ଜାତ ଓ ନଷ୍ଟ କରିବା ବାଲା ମଧ୍ୟ ସେ ସ୍ଵୟଂ ହିଁ ଅଟନ୍ତି।
ਗੁਰਮੁਖਿ ਹੋਵੈ ਸੁ ਸਦਾ ਸਲਾਹੇ ਮਿਲਿ ਸਾਚੇ ਸੁਖੁ ਪਾਇਦਾ ॥੧੪॥
ଯିଏ ଗୁରୁମୁଖୀ ହୋଇଥାଏ, ସେ ସଦା ପରମାତ୍ମାନକ ଧ୍ୟାନ କରିଥାଏ ଏବଂ ସତ୍ୟ ସହିତ ମିଶି ସୁଖ ପ୍ରାପ୍ତ କରିଥାଏ||14||
ਅਨੇਕ ਜਤਨ ਕਰੇ ਇੰਦ੍ਰੀ ਵਸਿ ਨ ਹੋਈ ॥
ଯଦି କେହି ଅନେକ ଯତ୍ନ ମଧ୍ୟ କରିଥାଏ, ତାହାହେଲେ ମଧ୍ୟ କାମ-ଇନ୍ଦ୍ରିୟ ତାହାର ବଶରେ ଆସେ ନାହିଁ ଏବଂ
ਕਾਮਿ ਕਰੋਧਿ ਜਲੈ ਸਭੁ ਕੋਈ ॥
ପ୍ରତ୍ୟେକ ଜୀବ କାମ-କ୍ରୋଧରେ ଜଳୁଅଛି।
ਸਤਿਗੁਰ ਸੇਵੇ ਮਨੁ ਵਸਿ ਆਵੈ ਮਨ ਮਾਰੇ ਮਨਹਿ ਸਮਾਇਦਾ ॥੧੫॥
ଯଦି କେହି ସଦଗୁରୁଙ୍କ ସେବା କରିଥାଏ, ମନ ବଶରେ ରହିଥାଏ ଏବଂ ମନକୁ ମାରିବା ଦ୍ଵାରା ହିଁ ଆତ୍ମ-ଜ୍ୟୋତି ପରମ-ଜ୍ୟୋତିରେ ବିଲୀନ ହୋଇଯାଏ|15||
ਮੇਰਾ ਤੇਰਾ ਤੁਧੁ ਆਪੇ ਕੀਆ ॥
ହେ ପରମାତ୍ମା! ଜୀବର ମନରେ ମୋର-ତୋର ଭାବନା ତୁ ହିଁ ଜାତ କରିଛୁ ଏବଂ
ਸਭਿ ਤੇਰੇ ਜੰਤ ਤੇਰੇ ਸਭਿ ਜੀਆ ॥
ସବୁ ଜୀବ ତୋର ହିଁ ରଚନା ଅଟେ।
ਨਾਨਕ ਨਾਮੁ ਸਮਾਲਿ ਸਦਾ ਤੂ ਗੁਰਮਤੀ ਮੰਨਿ ਵਸਾਇਦਾ ॥੧੬॥੪॥੧੮॥
ହେ ନାନକ! ତୁ ସଦା ପରମାତ୍ମାଙ୍କ ନାମ ସ୍ମରଣ କର, ଗୁରୁଙ୍କ ଉପଦେଶ ଦ୍ଵାରା ସେ ମନରେ ବାସ କରିଥାନ୍ତି||16||4||18||
ਮਾਰੂ ਮਹਲਾ ੩ ॥
ମାରୁ ମହଲା 3॥
ਹਰਿ ਜੀਉ ਦਾਤਾ ਅਗਮ ਅਥਾਹਾ ॥
ପରମାତ୍ମା ସଂସାରର ଦାତା, ଅଗମ୍ୟ, ଅଥଳ ଅଟନ୍ତି,
ਓਸੁ ਤਿਲੁ ਨ ਤਮਾਇ ਵੇਪਰਵਾਹਾ ॥
ସେ ନିଶ୍ଚିନ୍ତ ଅଟନ୍ତି ଆଉ ତାହାଙ୍କର ତିଳେମାତ୍ର ଲୋଭ ନାହିଁ।
ਤਿਸ ਨੋ ਅਪੜਿ ਨ ਸਕੈ ਕੋਈ ਆਪੇ ਮੇਲਿ ਮਿਲਾਇਦਾ ॥੧॥
ତାହାଙ୍କ ପର୍ଯ୍ୟନ୍ତ କେହି ମଧ୍ୟ ପହଞ୍ଚି ପାରନ୍ତି ନାହିଁ, ସେ ସ୍ଵୟଂ ହିଁ ମିଜ ସାଥିରେ ମିଳାଇ ନିଅନ୍ତି||1||
ਜੋ ਕਿਛੁ ਕਰੈ ਸੁ ਨਿਹਚਉ ਹੋਈ ॥
ଯାହା କିଛି ସେ କରିଥାନ୍ତି, ତାହା ନିଶ୍ଚୟ ହୋଇଥାଏ।
ਤਿਸੁ ਬਿਨੁ ਦਾਤਾ ਅਵਰੁ ਨ ਕੋਈ ॥
ତାହାଙ୍କ ବିନା ଆଉ କେହି ଦାତା ନାହାନ୍ତି,
ਜਿਸ ਨੋ ਨਾਮ ਦਾਨੁ ਕਰੇ ਸੋ ਪਾਏ ਗੁਰ ਸਬਦੀ ਮੇਲਾਇਦਾ ॥੨॥
ଯାହାକୁ ସେ ନାମ ଦାନ କରିଥାନ୍ତି, ସେ ପ୍ରାପ୍ତ କରିଥାଏ ଏବଂ ସେ ଶବ୍ଦ-ଗୁରୁ ଦ୍ଵାରା ସାଥିରେ ମିଳାଇ ଥାଆନ୍ତି||2||
ਚਉਦਹ ਭਵਣ ਤੇਰੇ ਹਟਨਾਲੇ ॥
ହେ ପ୍ରଭୁ! ଚଉଦ ଲୋକ ତୋର ବଜାର ଅଟେ ଏବଂ
ਸਤਿਗੁਰਿ ਦਿਖਾਏ ਅੰਤਰਿ ਨਾਲੇ ॥
ସଦଗୁରୁ ଏହା ହୃଦୟରେ ହିଁ ଦେଖାଇଛନ୍ତି।
ਨਾਵੈ ਕਾ ਵਾਪਾਰੀ ਹੋਵੈ ਗੁਰ ਸਬਦੀ ਕੋ ਪਾਇਦਾ ॥੩॥
ଯିଏ ନାମର ବ୍ୟାପାରୀ ହୋଇଥାଏ, କେହି ବିରଳ ହିଁ ଗୁରୁଙ୍କ ଶବ୍ଦ ଦ୍ଵାରା ନାମ ପ୍ରାପ୍ତ କରିଥାଏ||3||