ਹੁਕਮੇ ਸਾਜੇ ਹੁਕਮੇ ਢਾਹੇ ਹੁਕਮੇ ਮੇਲਿ ਮਿਲਾਇਦਾ ॥੫॥
ତୁ ହୁକୁମ ଦ୍ଵାରା ହିଁ ବନାଇ ଥାଉ ଏବଂ ହୁକୁମ ଦ୍ଵାରା ହିଁ ଧ୍ଵଂସ କରିଥାଉ ଆଉ ହୁକୁମ ଦ୍ଵାରା ହିଁ ମିଳାଇ ନେଉ||5||
ਹੁਕਮੈ ਬੂਝੈ ਸੁ ਹੁਕਮੁ ਸਲਾਹੇ ॥ ਅਗਮ ਅਗੋਚਰ ਵੇਪਰਵਾਹੇ ॥
ଯିଏ ତୋର ହୁକୁମକୁ ବୁଝି ନେଇଥାଏ, ସେ ତୋର ହୁକୁମକୁ ପ୍ରଶଂସା କରିଥାଏ, ତୁ ଅପହଞ୍ଚ, ମନ ବାଣୀରୁ ଉର୍ଦ୍ଧ୍ଵରେ ଆଉ ନିଶ୍ଚିନ୍ତ ଅଟୁ।
ਜੇਹੀ ਮਤਿ ਦੇਹਿ ਸੋ ਹੋਵੈ ਤੂ ਆਪੇ ਸਬਦਿ ਬੁਝਾਇਦਾ ॥੬॥
ତୁ ଜୀବକୁ ଯେପରି ମତ ଦେଉ, ସେ ସେପରି ହିଁ ହୋଇଯାଏ ଏବଂ ତୁ ଶବ୍ଦର ରହସ୍ୟ ବୁଝାଇ ଦେଉ||6||
ਅਨਦਿਨੁ ਆਰਜਾ ਛਿਜਦੀ ਜਾਏ ॥ ਰੈਣਿ ਦਿਨਸੁ ਦੁਇ ਸਾਖੀ ਆਏ ॥
ପ୍ରତିଦିନ ଜୀବର ଆୟୁଷ କମି ଯାଇଥାଏ ଏବଂ ଦିନ-ରାତି ହିଁ ଏହି କଥାର ସାକ୍ଷୀ ଅଟେ।
ਮਨਮੁਖੁ ਅੰਧੁ ਨ ਚੇਤੈ ਮੂੜਾ ਸਿਰ ਊਪਰਿ ਕਾਲੁ ਰੂਆਇਦਾ ॥੭॥
ଯମ ମସ୍ତକ ଉପରେ ଦଣ୍ଡାୟମାନ ହୋଇ ତାହାକୁ ରୋଦନ କରାଇ ଥାଏ, କିନ୍ତୁ ଅନ୍ଧ ମନମୁଖୀ ଜୀବ ମୂର୍ଖତା କାରଣରୁ ତାହାଙ୍କୁ ସ୍ମରଣ କରେନାହିଁ||7||
ਮਨੁ ਤਨੁ ਸੀਤਲੁ ਗੁਰ ਚਰਣੀ ਲਾਗਾ ॥
ଯିଏ ଗୁରୁଙ୍କ ଚରଣରେ ଲାଗିଯାଏ, ତାହାର ମନ-ତନ ଶୀତଳ ହୋଇଯାଏ।
ਅੰਤਰਿ ਭਰਮੁ ਗਇਆ ਭਉ ਭਾਗਾ ॥
ତାହାର ମନରୁ ଭ୍ରମ ଦୂର ହୋଇଯାଏ ଏବଂ ମୃତ୍ୟୁର ଭୟ ଚାଲି ଯାଇଥାଏ।
ਸਦਾ ਅਨੰਦੁ ਸਚੇ ਗੁਣ ਗਾਵਹਿ ਸਚੁ ਬਾਣੀ ਬੋਲਾਇਦਾ ॥੮॥
ସେ ସଦା ଆନନ୍ଦ ପୂର୍ବକ ଭଗବାନଙ୍କ ଗୁଣଗାନ କରିଥାଏ ଏବଂ ପ୍ରଭୁ ସ୍ଵୟଂ ହିଁ ତାହାଙ୍କ ଦ୍ଵାରା ସଚ୍ଚା ବାଣୀ ବୋଲାଇ ଥାଆନ୍ତି||8||
ਜਿਨਿ ਤੂ ਜਾਤਾ ਕਰਮ ਬਿਧਾਤਾ ॥
ହେ କର୍ମ ବିଧାତା! ଯିଏ ତୋତେ ଜାଣି ଦେଇଥାଏ,
ਪੂਰੈ ਭਾਗਿ ਗੁਰ ਸਬਦਿ ਪਛਾਤਾ ॥
ସେ ପୂର୍ଣ୍ଣ ଭାଗ୍ୟରୁ ଶବ୍ଦ-ଦ୍ଵାରା ଜଣା ଯାଇଥାଏ।
ਜਤਿ ਪਤਿ ਸਚੁ ਸਚਾ ਸਚੁ ਸੋਈ ਹਉਮੈ ਮਾਰਿ ਮਿਲਾਇਦਾ ॥੯॥
ଏହି ସଚ୍ଚା ପ୍ରଭୁ ହିଁ ତାହାର ଜାତି ଏବଂ ସତ୍ୟ ଅଟନ୍ତି ଏବଂ ଏହି ସତ୍ୟସ୍ଵରୂପ ତାହାର ଅଭିମାନକୁ ଦୂର କରି ମିଳାଇ ନେଇଥାନ୍ତି||9||
ਮਨੁ ਕਠੋਰੁ ਦੂਜੈ ਭਾਇ ਲਾਗਾ ॥
ଯାହାର ମନ କଠୋର ଅଟେ, ସେ ଦୈତ୍ୟଭାବରେ ଲୀନ ରହିଥାଏ।
ਭਰਮੇ ਭੂਲਾ ਫਿਰੈ ਅਭਾਗਾ ॥
ଏପରି ଦୁର୍ଭାଗ୍ୟବାନ ଜୀବ ଭ୍ରମରେ ହିଁ ପଥଭ୍ରଷ୍ଟ ରହିଥାଏ।
ਕਰਮੁ ਹੋਵੈ ਤਾ ਸਤਿਗੁਰੁ ਸੇਵੇ ਸਹਜੇ ਹੀ ਸੁਖੁ ਪਾਇਦਾ ॥੧੦॥
ଯଦି ତାହାଙ୍କ ଉପରେ ପ୍ରଭୁ-କୃପା ହୋଇଯାଏ, ସେ ସଦଗୁରୁଙ୍କ ସେବା କରିଥାଏ ଏବଂ ସ୍ଵାଭାବିକ ଭାବରେ ସୁଖ ପ୍ରାପ୍ତ କରିଥାଏ||10||
ਲਖ ਚਉਰਾਸੀਹ ਆਪਿ ਉਪਾਏ ॥
ପ୍ରଭୁ ସ୍ଵୟଂ ହିଁ ଚଉରାଅଶି ଲକ୍ଷ ଯୋନି ବାଲା ଜୀବ ଉତ୍ପନ୍ନ କରିଛନ୍ତି ଆଉ
ਮਾਨਸ ਜਨਮਿ ਗੁਰ ਭਗਤਿ ਦ੍ਰਿੜਾਏ ॥
ମାନବ-ଜନ୍ମରେ ହିଁ ଗୁରୁ ଭକ୍ତି କରାଇ ଥାଆନ୍ତି।
ਬਿਨੁ ਭਗਤੀ ਬਿਸਟਾ ਵਿਚਿ ਵਾਸਾ ਬਿਸਟਾ ਵਿਚਿ ਫਿਰਿ ਪਾਇਦਾ ॥੧੧॥
ଭକ୍ତି ବିନା ଜୀବ ବିଷ୍ଠାରେ ଲାଖି ରହିଥାଏ ଆଉ ପୁନଃ ପୁନଃ ବିଷ୍ଠାରେ ହିଁ ପଡିଥାଏ||11||
ਕਰਮੁ ਹੋਵੈ ਗੁਰੁ ਭਗਤਿ ਦ੍ਰਿੜਾਏ ॥
ଯଦି ପ୍ରଭୁ-କୃପା ହୋଇଥାଏ, ତାହାହେଲେ ସେ ଗୁରୁଭକ୍ତି କରାଇ ଥାଆନ୍ତି।
ਵਿਣੁ ਕਰਮਾ ਕਿਉ ਪਾਇਆ ਜਾਏ ॥
ଭାଗ୍ୟ ବିନା ତାହାକୁ କିପରି ପ୍ରାପ୍ତ କରାଯାଇ ପାରେ।
ਆਪੇ ਕਰੇ ਕਰਾਏ ਕਰਤਾ ਜਿਉ ਭਾਵੈ ਤਿਵੈ ਚਲਾਇਦਾ ॥੧੨॥
ସତ୍ୟ ଏହା ଯେ ଇଶ୍ଵର ସ୍ଵୟଂ ହିଁ ସବୁ କରିଥାନ୍ତି-କରାଇ ଥାଆନ୍ତି ଏବଂ ତାହାଙ୍କୁ ଯେପରି ଉପଯୁକ୍ତ ଲାଗିଥାଏ, ସେପରି ହିଁ ଜୀବକୁ ଚଲାଇ ଥାଆନ୍ତି||12||
ਸਿਮ੍ਰਿਤਿ ਸਾਸਤ ਅੰਤੁ ਨ ਜਾਣੈ ॥
ସ୍ମୃତି ଏବଂ ଶାସ୍ତ୍ର ମଧ୍ୟ ଭଗବାନଙ୍କ ରହସ୍ୟ ଜାଣନ୍ତି ନାହିଁ।
ਮੂਰਖੁ ਅੰਧਾ ਤਤੁ ਨ ਪਛਾਣੈ ॥
ମୂର୍ଖ ଏବଂ ଅନ୍ଧ ମନୁଷ୍ୟ ପରମ ତତ୍ତ୍ଵକୁ ଜାଣେ ନାହିଁ।
ਆਪੇ ਕਰੇ ਕਰਾਏ ਕਰਤਾ ਆਪੇ ਭਰਮਿ ਭੁਲਾਇਦਾ ॥੧੩॥
କରିବା-କରାଇବା ବାଲା ସ୍ଵୟଂ ଇଶ୍ଵର ହିଁ ଜୀବକୁ ଭ୍ରମରେ ପଥଭ୍ରଷ୍ଟ କରାଇ ଥାଆନ୍ତି||13||
ਸਭੁ ਕਿਛੁ ਆਪੇ ਆਪਿ ਕਰਾਏ ॥
ସେ ନିଜେ ହିଁ ସବୁ କିଛି ଜୀବଙ୍କ ଦ୍ଵାରା କରାଇ ଥାଆନ୍ତି ଏବଂ
ਆਪੇ ਸਿਰਿ ਸਿਰਿ ਧੰਧੈ ਲਾਏ ॥
ସ୍ଵୟଂ ହିଁ ତାହାକୁ ସଂସାରର ଧନ୍ଦାରେ ଲଗାଇ ଥାଆନ୍ତି।
ਆਪੇ ਥਾਪਿ ਉਥਾਪੇ ਵੇਖੈ ਗੁਰਮੁਖਿ ਆਪਿ ਬੁਝਾਇਦਾ ॥੧੪॥
ସେ ସ୍ଵୟଂ ହିଁ ବନାଇ ଥାଆନ୍ତି, ସ୍ବୟନ ହିଁ ପାଳନ କରିଥାନ୍ତି ଏବଂ ସ୍ଵୟଂ ହିଁ ଗୁରୁମୁଖୀକୁ ଏହି ତଥ୍ୟର ଜ୍ଞାନ ବତାଇ ଥାଆନ୍ତି||14||
ਸਚਾ ਸਾਹਿਬੁ ਗਹਿਰ ਗੰਭੀਰਾ ॥
ସେହି ସଚ୍ଚା ମାଲିକ ଗହନ-ଗମ୍ଭୀର ଅଟନ୍ତି,
ਸਦਾ ਸਲਾਹੀ ਤਾ ਮਨੁ ਧੀਰਾ ॥
ସର୍ବଦା ତାହାଙ୍କ ସ୍ତୁତିଗାନ କରିବା ଦ୍ଵାରା ହିଁ ମନକୁ ଶାନ୍ତି ପ୍ରାପ୍ତ ହୋଇଥାଏ।
ਅਗਮ ਅਗੋਚਰੁ ਕੀਮਤਿ ਨਹੀ ਪਾਈ ਗੁਰਮੁਖਿ ਮੰਨਿ ਵਸਾਇਦਾ ॥੧੫॥
ସେହି ଅଗମ୍ୟ, ଅଗୋଚରଙ୍କ ମୂଲ୍ୟ କାହାକୁ ମଧ୍ୟ ଜଣା ନାହିଁ ଏବଂ ଗୁରୁଙ୍କ ସାନ୍ନିଧ୍ୟରୁ ହିଁ ତାହାଙ୍କୁ ମନରେ ସ୍ଥାପନ କରାଯାଇ ପାରେ||15||
ਆਪਿ ਨਿਰਾਲਮੁ ਹੋਰ ਧੰਧੈ ਲੋਈ ॥
ସାରା ଦୁନିଆ ଧନ୍ଦାରେ ଲାଗି ରହିଥାଏ, କିନ୍ତୁ ସେ ସ୍ଵୟଂ ନିର୍ଲିପ୍ତ ଅଟନ୍ତି।
ਗੁਰ ਪਰਸਾਦੀ ਬੂਝੈ ਕੋਈ ॥
ଗୁରୁଙ୍କ କୃପାରୁ କେହି ବିରଳ ହିଁ ସତ୍ୟକୁ ବୁଝିଥାଏ।
ਨਾਨਕ ਨਾਮੁ ਵਸੈ ਘਟ ਅੰਤਰਿ ਗੁਰਮਤੀ ਮੇਲਿ ਮਿਲਾਇਦਾ ॥੧੬॥੩॥੧੭॥
ହେ ନାନକ! ଯେତେବେଳେ ପରମାତ୍ମାଙ୍କ ନାମ ହୃଦୟରେ ବାସ କରିଥାଏ, ସେ ଗୁରୁଙ୍କ ମତାନୁସାରେ ନିଜ ସାଥିରେ ମିଳାଇ ନିଅନ୍ତି||16||3||17||
ਮਾਰੂ ਮਹਲਾ ੩ ॥
ମାରୁ ମହଲା 3॥
ਜੁਗ ਛਤੀਹ ਕੀਓ ਗੁਬਾਰਾ ॥
ଛତିଶ ଯୁଗ ପର୍ଯ୍ୟନ୍ତ ଘୋର ଅନ୍ଧକାର ହୋଇଥିଲା,
ਤੂ ਆਪੇ ਜਾਣਹਿ ਸਿਰਜਣਹਾਰਾ ॥
ହେ ସୃଜନହାର! ତୁ ସ୍ଵୟଂ ହିଁ ତୁ ସ୍ଵୟଂ ହିଁ ଏହି ରହସ୍ୟକୁ ଜାଣି ଅଛୁ।
ਹੋਰ ਕਿਆ ਕੋ ਕਹੈ ਕਿ ਆਖਿ ਵਖਾਣੈ ਤੂ ਆਪੇ ਕੀਮਤਿ ਪਾਇਦਾ ॥੧॥
ଅନ୍ୟ କେହି ଏହି ବିଷୟରେ କଣ ବତାଇ ପାରିବ ଏବଂ ତୋତେ ସ୍ଵୟଂ ଏହି ମହତ୍ତ୍ଵ ଜଣା ଅଛି||1||
ਓਅੰਕਾਰਿ ਸਭ ਸ੍ਰਿਸਟਿ ਉਪਾਈ ॥
ଓଁକାର ସଂପୂର୍ଣ୍ଣ ସୃଷ୍ଟି ଉତ୍ପନ୍ନ କରିଛନ୍ତି।
ਸਭੁ ਖੇਲੁ ਤਮਾਸਾ ਤੇਰੀ ਵਡਿਆਈ ॥
ଏହା ସଂପୂର୍ଣ୍ଣ ଖେଳ ତମାସା, ହେ ପରମେଶ୍ଵର! ଏହା ତୋର ବଡିମା।
ਆਪੇ ਵੇਕ ਕਰੇ ਸਭਿ ਸਾਚਾ ਆਪੇ ਭੰਨਿ ਘੜਾਇਦਾ ॥੨॥
ହେ ପରମ-ସତ୍ୟ! ତୁ ସ୍ଵୟଂ ସବୁଙ୍କୁ ଅଲଗା ଅଲଗା କରୁ ଆଉ ସ୍ଵୟଂ ହିଁ ଭାଙ୍ଗି ଗଢି ଥାଉ||2||
ਬਾਜੀਗਰਿ ਇਕ ਬਾਜੀ ਪਾਈ ॥
ବାଜିଗର ପରମେଶ୍ଵର ଏକ ଲୀଳା ରଚନା କରିଛନ୍ତି,
ਪੂਰੇ ਗੁਰ ਤੇ ਨਦਰੀ ਆਈ ॥
ଯେଉଁ ମନୁଷ୍ୟକୁ ପୂର୍ଣ୍ଣ ଗୁରୁଙ୍କ ଦ୍ଵାରା ଏହି ଲୀଳା ନଜର ଆସି ଯାଇଛି,
ਸਦਾ ਅਲਿਪਤੁ ਰਹੈ ਗੁਰ ਸਬਦੀ ਸਾਚੇ ਸਿਉ ਚਿਤੁ ਲਾਇਦਾ ॥੩॥
ସେ ସଦା ନିର୍ଲିପ୍ତ ରହିଥାଏ ଏବଂ ଗୁରୁଙ୍କ ଉପଦେଶ ଦ୍ଵାରା ସତ୍ୟରେ ହିଁ ମନ ଲଗାଇ ଥାଏ||3||
ਬਾਜਹਿ ਬਾਜੇ ਧੁਨਿ ਆਕਾਰਾ ॥
ମାନବ ଶରୀରରେ ଭିନ୍ନ ଭିନ୍ନ ଧ୍ୱନି ବାଲା ବାଜା ବାଜିଥାଏ ଏବଂ
ਆਪਿ ਵਜਾਏ ਵਜਾਵਣਹਾਰਾ ॥
ପ୍ରଭୁ ସ୍ଵୟଂ ହିଁ ବଜାଇ ଥାଆନ୍ତି।
ਘਟਿ ਘਟਿ ਪਉਣੁ ਵਹੈ ਇਕ ਰੰਗੀ ਮਿਲਿ ਪਵਣੈ ਸਭ ਵਜਾਇਦਾ ॥੪॥
ପ୍ରତ୍ୟେକ ଶରୀରରେ ପ୍ରାଣ ବାୟୁ ଚାଲୁଅଛି ଆଉ ପ୍ରଭୁ ପ୍ରାଣ ବାୟୁ ସହିତ ମିଶି ଏହା ସବୁ ଚଲାଉଛନ୍ତି||4||