ਐਸੇ ਘਰ ਹਮ ਬਹੁਤੁ ਬਸਾਏ ॥
ଏହା ପୂର୍ବରୁ ମୁଁ ଏପରି ବହୁତ ଶରୀରରେ ନିବାସ କରିଅଛି।
ਜਬ ਹਮ ਰਾਮ ਗਰਭ ਹੋਇ ਆਏ ॥੧॥ ਰਹਾਉ ॥
ହେ ରାମ! ଯେତେବେଳେ ମୁଁ ନିଜ ମାତାର ଗର୍ଭରେ ଥିଲି .1॥ରୁହ॥
ਜੋਗੀ ਜਤੀ ਤਪੀ ਬ੍ਰਹਮਚਾਰੀ ॥
ମୁଁ କେବେ ଯୋଗୀ, କେବେ ଯତୀ, କେବେ ତପସ୍ଵୀ ଏବଂ କେବେ ବ୍ରହ୍ମଚାରୀ ହୋଇଛି ଆଉ
ਕਬਹੂ ਰਾਜਾ ਛਤ੍ਰਪਤਿ ਕਬਹੂ ਭੇਖਾਰੀ ॥੨॥
କେବେ ମୁଁ ଛତ୍ରପତି ରାଜା ଆଉ କେବେ ଭିକାରୀ ବନିଛି ॥2॥
ਸਾਕਤ ਮਰਹਿ ਸੰਤ ਸਭਿ ਜੀਵਹਿ ॥
ଶାକ୍ତ ମନୁଷ୍ୟ ମରିଯାଏ, ପରନ୍ତୁ ସାଧୁ ଜୀବିତ ରହେ
ਰਾਮ ਰਸਾਇਨੁ ਰਸਨਾ ਪੀਵਹਿ ॥੩॥
ଆଉ ନିଜ ଜିହ୍ଵାରେ ରାମ ଅମୃତର ପାନ କରିଥାଏ ॥3॥
ਕਹੁ ਕਬੀਰ ਪ੍ਰਭ ਕਿਰਪਾ ਕੀਜੈ ॥ਹਾਰਿ ਪਰੇ ਅਬ ਪੂਰਾ ਦੀਜੈ ॥੪॥੧੩॥
କବୀର କହନ୍ତି, ହେ ମୋର ପ୍ରଭୁ! ମୋ’ ଉପରେ କୃପା କର, ଏବେ ମୁଁ ଥକି ଯାଇଛି, ଏବେ ମୋତେ ପୂର୍ଣ୍ଣ ଜ୍ଞାନ ଦିଅ ॥4॥13॥
ਗਉੜੀ ਕਬੀਰ ਜੀ ਕੀ ਨਾਲਿ ਰਲਾਇ ਲਿਖਿਆ ਮਹਲਾ ੫ ॥
ଗଉଡି କବୀର ଜୀ ମହଲା 5 ॥
ਐਸੋ ਅਚਰਜੁ ਦੇਖਿਓ ਕਬੀਰ ॥
ହେ କବୀର! ମୁଁ ଏହି ଅଦ୍ଭୁତ କୌତୁକ ଦେଖିଛି
ਦਧਿ ਕੈ ਭੋਲੈ ਬਿਰੋਲੈ ਨੀਰੁ ॥੧॥ ਰਹਾਉ ॥
ଯେ ମନୁଷ୍ୟ ଦହି ପାଇବା ପାଇଁ ଜଳ ମନ୍ଥନ କରୁଅଛି ॥1॥ରୁହ॥
ਹਰੀ ਅੰਗੂਰੀ ਗਦਹਾ ਚਰੈ ॥
ਨਿਤ ਉਠਿ ਹਾਸੈ ਹੀਗੈ ਮਰੈ ॥੧॥
ପ୍ରତିଦିନ ଉଠି ସେ ହସିଥାଏ, ଉପଭୋଗ କରିଥାଈ ଏବଂ ଶେଷରେ ମରିଯାଏ (ଅର୍ଥାତ ମୂର୍ଖ ଜୀବ ବିକାର ଭୋଗ କରି ଏହିପରି ଜନ୍ମ ମରଣ ଚକ୍ରରେ ପଡିଥାଏ॥1॥
ਮਾਤਾ ਭੈਸਾ ਅੰਮੁਹਾ ਜਾਇ ॥
ମତୁଆଲା ଶଣ୍ଢ ଭଳି ଅନିୟନ୍ତ୍ରିତ ହୋଇ ବୁଲୁଥାଏ
ਕੁਦਿ ਕੁਦਿ ਚਰੈ ਰਸਾਤਲਿ ਪਾਇ ॥੨॥
ସେ ନାଚିଥାଏ, ଖାଇଥାଏ ଆଉ ଶେଷରେ ନର୍କରେ ପଡିଥାଏ ॥2॥
ਕਹੁ ਕਬੀਰ ਪਰਗਟੁ ਭਈ ਖੇਡ ॥
ହେ କବୀର! ଏହି ଅଦ୍ଭୁତ ଖେଳ ପ୍ରକଟ ହୋଇଯାଇଛି।
ਲੇਲੇ ਕਉ ਚੂਘੈ ਨਿਤ ਭੇਡ ॥੩॥
ମେଣ୍ଢା ସର୍ବଦା ନିଜ ପିଲାକୁ ଗେଲ କରିଥାଏ।
ਰਾਮ ਰਮਤ ਮਤਿ ਪਰਗਟੀ ਆਈ ॥
ରାମଙ୍କ ନାମ ଉଚ୍ଚାରଣ କରି ମୋ’ ବୁଦ୍ଧି ଉଜ୍ଜଳ ହୋଇଯାଇଛି।
ਕਹੁ ਕਬੀਰ ਗੁਰਿ ਸੋਝੀ ਪਾਈ ॥੪॥੧॥੧੪॥
ହ କବୀର! ଗୁରୁ ମୋତେ ଏହି ଜ୍ଞାନ ପ୍ରଦାନ କରିଛନ୍ତି ॥4॥1॥14॥
ਗਉੜੀ ਕਬੀਰ ਜੀ ਪੰਚਪਦੇ ॥
ଗଉଡି କବୀର ଜୀ ପଞ୍ଚ ପଦି ॥
ਜਿਉ ਜਲ ਛੋਡਿ ਬਾਹਰਿ ਭਇਓ ਮੀਨਾ ॥ ਪੂਰਬ ਜਨਮ ਹਉ ਤਪ ਕਾ ਹੀਨਾ ॥੧॥
ଯେପରି ମାଛ ଜଳ ତ୍ୟାଗ କରି ବାହାରକୁ ଆସିଥାଏ (ପୀଡିତ ହୋଇ ପ୍ରାଣ ତ୍ୟାଗ କରିଥାଏ), ମୁଁ ମଧ୍ୟ ପୂର୍ବ ଜନ୍ମରେ ତପସ୍ୟା କରିନଥିଲି ॥1॥
ਅਬ ਕਹੁ ਰਾਮ ਕਵਨ ਗਤਿ ਮੋਰੀ ॥
ହେ ମୋର ରାମ! ଏବେ କୁହ, ମୋର ଗତି କଣ ହେବ?
ਤਜੀ ਲੇ ਬਨਾਰਸ ਮਤਿ ਭਈ ਥੋਰੀ ॥੧॥ ਰਹਾਉ ॥
ଲୋକ ମୋତେ କହନ୍ତି ଯେ ଯେବେ ମୁଁ ବନାରସ ଛାଡି ଦେଲି ମୋର ବୁଦ୍ଧି ଭ୍ରଷ୍ଟ ହୋଇଗଲା ॥1॥ରୁହ॥
ਸਗਲ ਜਨਮੁ ਸਿਵ ਪੁਰੀ ਗਵਾਇਆ ॥ ਮਰਤੀ ਬਾਰ ਮਗਹਰਿ ਉਠਿ ਆਇਆ ॥੨॥
ମୁଁ ନିଜର ସମସ୍ତ ଆୟୁ ଶିବପୁରୀ (କାଶୀ)ରେ ହରାଇଛି, ମୃତ୍ୟୁର ସମୟରେ (କାଶୀ) ଛାଡି ମଗହର ଚାଲି ଆସିଛି ॥2॥
ਬਹੁਤੁ ਬਰਸ ਤਪੁ ਕੀਆ ਕਾਸੀ ॥
ମୁଁ କେତେ ବର୍ଷ କାଶିରେ ରହି ତପ କରିଛି
ਮਰਨੁ ਭਇਆ ਮਗਹਰ ਕੀ ਬਾਸੀ ॥੩॥
ଏବେ ଯେତେବେଳେ ମୃତ୍ୟୁର ସମୟ ଆସିଛି ସେତେବେଳେ ମଗହର ଆସି ନିବାସ କରିଛି ॥3॥
ਕਾਸੀ ਮਗਹਰ ਸਮ ਬੀਚਾਰੀ ॥
ମୁଁ କାଶୀ ଓ ମଗହରକୁ ଏକ ଭଳି ଭାବିଛି,
ਓਛੀ ਭਗਤਿ ਕੈਸੇ ਉਤਰਸਿ ਪਾਰੀ ॥੪॥
ଏପରି ଭକ୍ତିରେ କେହି କିପରି ଭବସାଗରରୁ ପାର ହୋଇପାରିବ?॥4॥
ਕਹੁ ਗੁਰ ਗਜ ਸਿਵ ਸਭੁ ਕੋ ਜਾਨੈ ॥
ହେ କବୀର! ମୋର ଗୁରୁ (ରାମାନନ୍ଦ), ଗଣେଶ ଏବଂ ଭଗବାନ ଶିବ ସମସ୍ତେ ଜାଣନ୍ତି ଯେ
ਮੁਆ ਕਬੀਰੁ ਰਮਤ ਸ੍ਰੀ ਰਾਮੈ ॥੫॥੧੫॥
କବୀର ଶ୍ରୀରାମଙ୍କ ନାମ ଜପ କରି ମରିଛନ୍ତି ॥5॥15॥
ਗਉੜੀ ਕਬੀਰ ਜੀ ॥
ଗଉଡି କବୀର ଜୀ ॥
ਚੋਆ ਚੰਦਨ ਮਰਦਨ ਅੰਗਾ ॥
ଯେଉଁ ସୁନ୍ଦର ଶରୀରର ଅଙ୍ଗ ଉପରେ ଅତର ଏବଂ ଚନ୍ଦନ ଲଗାଯାଏ,
ਸੋ ਤਨੁ ਜਲੈ ਕਾਠ ਕੈ ਸੰਗਾ ॥੧॥
ତାହାକୁ ଶେଷରେ ଜଳାଇ ଦିଆଯାଏ ॥1॥
ਇਸੁ ਤਨ ਧਨ ਕੀ ਕਵਨ ਬਡਾਈ ॥
ଏହି ଶରୀର ଏବଂ ଧନରେ ଅଭିମାନ କରିବାକୁ କଣ ଅଛି?
ਧਰਨਿ ਪਰੈ ਉਰਵਾਰਿ ਨ ਜਾਈ ॥੧॥ ਰਹਾਉ ॥
ତାହା ଏହି ପୃଥିବୀ ଉପରେ ପଡି ରହିଥାଏ ଆଉ ପ୍ରାଣୀଙ୍କ ସାଥିରେ ପରଲୋକ ଯାଏ ନାହିଁ॥1॥ରୁହ॥
ਰਾਤਿ ਜਿ ਸੋਵਹਿ ਦਿਨ ਕਰਹਿ ਕਾਮ ॥
ଯେଉଁ ଲୋକ ରାତିରେ ଶୋଇଥାଏ ଆଉ ଦିନରେ କାମ କରିଥାଏ
ਇਕੁ ਖਿਨੁ ਲੇਹਿ ਨ ਹਰਿ ਕੋ ਨਾਮ ॥੨॥
ଆଉ ଏକ କ୍ଷଣ ପାଇଁ ମଧ୍ୟ ଭଗବାନଙ୍କ ନାମ ନିଏ ନାହିଁ ॥2॥
ਹਾਥਿ ਤ ਡੋਰ ਮੁਖਿ ਖਾਇਓ ਤੰਬੋਰ ॥
ଯାହାର ହାତରେ ଡୋର ଥାଏ ଆଉ ମୁଖରେ ପାନ ଚୋବାଉ ଥାଏ,
ਮਰਤੀ ਬਾਰ ਕਸਿ ਬਾਧਿਓ ਚੋਰ ॥੩॥
ଏପରି ବ୍ୟକ୍ତି ମୃତ୍ୟୁ ସମୟରେ ଚୋର ଭଳି ବନ୍ଧା ହୋଇଯାଏ ॥3॥
ਗੁਰਮਤਿ ਰਸਿ ਰਸਿ ਹਰਿ ਗੁਨ ਗਾਵੈ ॥
ଯେଉଁ ମନୁଷ୍ୟ ଗୁରୁଙ୍କ ମତି ନେଇ ଭଗବାନଙ୍କ ଗୁଣ ପ୍ରେମ ପୂର୍ବକ ଗାନ କରିଥାଏ,
ਰਾਮੈ ਰਾਮ ਰਮਤ ਸੁਖੁ ਪਾਵੈ ॥੪॥
ସେ କେବଳ ପ୍ରଭୁ ପରମେଶ୍ଵରଙ୍କୁ ହିଁ ସ୍ମରଣ କରି ସୁଖ ହାସଲ କରିଥାଏ ॥4॥
ਕਿਰਪਾ ਕਰਿ ਕੈ ਨਾਮੁ ਦ੍ਰਿੜਾਈ ॥
ଯେଉଁ ବ୍ୟକ୍ତିର ଭିତରେ କୃପା ଧାରଣ କରି ପ୍ରଭୁ ନିଜ ନାମ ବସାଇ ଦିଅନ୍ତି,
ਹਰਿ ਹਰਿ ਬਾਸੁ ਸੁਗੰਧ ਬਸਾਈ ॥੫॥
ସେ ହରି-ପରମେଶ୍ଵରଙ୍କ ମହକ ଏବଂ ସୁଗନ୍ଧକୁ ନିଜ ହୃଦୟରେ ବସାଇନିଏ ॥5॥
ਕਹਤ ਕਬੀਰ ਚੇਤਿ ਰੇ ਅੰਧਾ ॥
କବୀର ଜୀ କହନ୍ତି ଯେ ହେ ମୂର୍ଖ ଜୀବ! (ନିଜ ପରମେଶ୍ଵରଙ୍କୁ) ସ୍ମରଣ କର,
ਸਤਿ ਰਾਮੁ ਝੂਠਾ ਸਭੁ ਧੰਧਾ ॥੬॥੧੬॥
କାରଣ ରାମ ହିଁ ସତ୍ୟ ଅଟନ୍ତି ଆଉ ଅନ୍ୟମାନେ କ୍ଷଣଭଙ୍ଗୁର ଅଟନ୍ତି ॥6॥16।
ਗਉੜੀ ਕਬੀਰ ਜੀ ਤਿਪਦੇ ਚਾਰਤੁਕੇ ॥
ଗଉଡି କବୀର ଜୀ ତିପାଦି ଚାରତୁକେ॥
ਜਮ ਤੇ ਉਲਟਿ ਭਏ ਹੈ ਰਾਮ ॥
ଯମ (ମୃତ୍ୟୁ) ଆଡକୁ ଯିବା ବଦଳରେ ଏବେ ମୁଁ ରାମଙ୍କ ଆଡକୁ ଯାଉଛି।
ਦੁਖ ਬਿਨਸੇ ਸੁਖ ਕੀਓ ਬਿਸਰਾਮ ॥
ଯାହାଦ୍ୱାରା ମୋର ଦୁଃଖ ଦୂର ହୋଇଯାଉଛି ଆଉ ମୁଁ ସୁଖରେ ବିଶ୍ରାମ କରୁଅଛି।
ਬੈਰੀ ਉਲਟਿ ਭਏ ਹੈ ਮੀਤਾ ॥
ମୋର ଶତ୍ରୁ ମଧ୍ୟ ବଦଳି ଯାଇ ମୋର ମିତ୍ର ବନିଯାଇଛି।
ਸਾਕਤ ਉਲਟਿ ਸੁਜਨ ਭਏ ਚੀਤਾ ॥੧॥
ଭଗବାନଙ୍କ ଠାରୁ ବିଚ୍ଛେଦ ହୋଇଥିବା ଶାକ୍ତ ପୁରୁଷ ମଧ୍ୟ ବଦଳି ଯାଇ ଭଦ୍ର ପୁରୁଷ ବନିଯାଇଛି ॥1॥
ਅਬ ਮੋਹਿ ਸਰਬ ਕੁਸਲ ਕਰਿ ਮਾਨਿਆ ॥
ଏବେବ୍ମୋତେ ସମସ୍ତ ସୁଖ ଏବଂ ମଙ୍ଗଳ ପ୍ରତୀତ ହେଉଛି,
ਸਾਂਤਿ ਭਈ ਜਬ ਗੋਬਿਦੁ ਜਾਨਿਆ ॥੧॥ ਰਹਾਉ ॥
ଯେବେ ଠାରୁ ମୁଁ ଗୋବିନ୍ଦଙ୍କୁ ଅନୁଭବ କରିଅଛି, ମୋ’ ଭିତରେ ସୁଖ ଶାନ୍ତି ହୋଇଯାଇଛି ॥1॥ରୁହ॥