ਗੁਨ ਗੋਪਾਲ ਉਚਾਰੁ ਰਸਨਾ ਟੇਵ ਏਹ ਪਰੀ ॥੧॥
ଏପରି ହିଁ ଜିହ୍ଵା ପ୍ରଭୁଙ୍କ ଗୁଣର ଉଚ୍ଚାରଣ କରିବାରେ ଲାଗିଥାଏ||1||
ਮਹਾ ਨਾਦ ਕੁਰੰਕ ਮੋਹਿਓ ਬੇਧਿ ਤੀਖਨ ਸਰੀ ॥
ଯେପରି ମଧୁର ସଙ୍ଗୀତର ଧ୍ୱନିରେ ମୋହିତ ହୋଇ ମୃଗ ଟିର ଦ୍ଵାରା ଶିକାର ହୋଇଥାଏ,
ਪ੍ਰਭ ਚਰਨ ਕਮਲ ਰਸਾਲ ਨਾਨਕ ਗਾਠਿ ਬਾਧਿ ਧਰੀ ॥੨॥੧॥੯॥
ସେପରି ହିଁ ନାନକ ପ୍ରଭୁ-ଚରଣ କମଳର ରସରେ ଗଣ୍ଠି ବାନ୍ଧିଛନ୍ତି||2||1||9||
ਕੇਦਾਰਾ ਮਹਲਾ ੫ ॥
କେଦାର ମହଲା 5॥
ਪ੍ਰੀਤਮ ਬਸਤ ਰਿਦ ਮਹਿ ਖੋਰ ॥
ହେ ପ୍ରିୟତମ! ମୋର ହୃଦୟରେ ଅବଗୁଣ ବାସ କରିଛି,
ਭਰਮ ਭੀਤਿ ਨਿਵਾਰਿ ਠਾਕੁਰ ਗਹਿ ਲੇਹੁ ਅਪਨੀ ਓਰ ॥੧॥ ਰਹਾਉ ॥
ହେ ମାଲିକ! ଭ୍ରମର ପ୍ରାଚୀର ଭାଙ୍ଗି ନିଜ ଆଡକୁ ଆଣ॥1॥ରୁହ॥
ਅਧਿਕ ਗਰਤ ਸੰਸਾਰ ਸਾਗਰ ਕਰਿ ਦਇਆ ਚਾਰਹੁ ਧੋਰ ॥
ସଂସାର-ସାଗରରେ ବହୁତ ଗର୍ତ୍ତ ଅଛି, ଦୟା କରି ପାର କରାଇ ଦିଅ।
ਸੰਤਸੰਗਿ ਹਰਿ ਚਰਨ ਬੋਹਿਥ ਉਧਰਤੇ ਲੈ ਮੋਰ ॥੧॥
ସନ୍ଥଙ୍କ ସହିତ ହରି-ଚରଣର ଜାହାଜ ଦ୍ଵାରା ମୋର ଉଦ୍ଧାର କରିନିଅ||1||
ਗਰਭ ਕੁੰਟ ਮਹਿ ਜਿਨਹਿ ਧਾਰਿਓ ਨਹੀ ਬਿਖੈ ਬਨ ਮਹਿ ਹੋਰ ॥
ଯିଏ ଗର୍ଭ କୁଣ୍ଡରୁ ରକ୍ଷା କରିଛନ୍ତି, ବିକାରରୁ ମଧ୍ୟ ଅନ୍ୟ କେହି ରକ୍ଷା କରିବା ବାଲା ନାହାନ୍ତି।
ਹਰਿ ਸਕਤ ਸਰਨ ਸਮਰਥ ਨਾਨਕ ਆਨ ਨਹੀ ਨਿਹੋਰ ॥੨॥੨॥੧੦॥
ନାନକ ନିଷ୍ଠା ପୂର୍ବକ ମାନି କହନ୍ତି ଯେ ପରମେଶ୍ଵରଙ୍କ ଶରଣ ଅତି ପ୍ରବଳ ଏବଂ ସମର୍ଥ ଅଟେ ଏବଂ ତାହାଙ୍କ ବିନା ଅନ୍ୟ କେହି ସାହାରା ନାହାନ୍ତି||2||2||10||
ਕੇਦਾਰਾ ਮਹਲਾ ੫ ॥
କେଦାର ମହଲା 5॥
ਰਸਨਾ ਰਾਮ ਰਾਮ ਬਖਾਨੁ ॥
ହେ ସଜ୍ଜନ, ଜିହ୍ଵାରେ ରାମନାମ ଜପ କର,
ਗੁਨ ਗੋੁਪਾਲ ਉਚਾਰੁ ਦਿਨੁ ਰੈਨਿ ਭਏ ਕਲਮਲ ਹਾਨ ॥ ਰਹਾਉ ॥
ପ୍ରତି କ୍ଷଣରେ ଈଶ୍ଵରଙ୍କ ସ୍ତୁତିଗାନ କରିବା ଦ୍ଵାରା ପାପ-ଦୋଷ ନଷ୍ଟ ହୋଇଯାଏ॥ରୁହ॥
ਤਿਆਗਿ ਚਲਨਾ ਸਗਲ ਸੰਪਤ ਕਾਲੁ ਸਿਰ ਪਰਿ ਜਾਨੁ ॥
ଦୁନିଆର ସୁଖ-ସମ୍ପତ୍ତି ନିଶ୍ଚୟ ତ୍ୟାଗ କରିବାକୁ ପଡିବ; ଏଣୁ ମୃତ୍ୟୁ ହିଁ ଅପରିହାର୍ଯ୍ୟ ଭାବ।
ਮਿਥਨ ਮੋਹ ਦੁਰੰਤ ਆਸਾ ਝੂਠੁ ਸਰਪਰ ਮਾਨੁ ॥੧॥
ମିଥ୍ୟା ମୋହ ଏବଂ ମନ୍ଦ ଆଶାକୁ ମିଥ୍ୟା ହିଁ ଭାବ||1||
ਸਤਿ ਪੁਰਖ ਅਕਾਲ ਮੂਰਤਿ ਰਿਦੈ ਧਾਰਹੁ ਧਿਆਨੁ ॥
ସତ୍ୟପୁରୁଷ ଅକାଳମୂର୍ତ୍ତି ପରମେଶ୍ଵରଙ୍କ ହୃଦୟରେ ଧ୍ୟାନ କର।
ਨਾਮੁ ਨਿਧਾਨੁ ਲਾਭੁ ਨਾਨਕ ਬਸਤੁ ਇਹ ਪਰਵਾਨੁ ॥੨॥੩॥੧੧॥
ନାନକ କହନ୍ତି ଯେ ସୁଖନିଧାନ ହରିନାମ ବସ୍ତୁର ଲାଭ ପ୍ରାପ୍ତ କର, ଏହା ମାନ୍ୟ ଅଟେ||2||3||11||
ਕੇਦਾਰਾ ਮਹਲਾ ੫ ॥
କେଦାର ମହଲା 5॥
ਹਰਿ ਕੇ ਨਾਮ ਕੋ ਆਧਾਰੁ ॥
ହରିନାମ ହିଁ ଆମର ଏକମାତ୍ର ଆଶ୍ରା ଅଟେ,
ਕਲਿ ਕਲੇਸ ਨ ਕਛੁ ਬਿਆਪੈ ਸੰਤਸੰਗਿ ਬਿਉਹਾਰੁ ॥ ਰਹਾਉ ॥
ସନ୍ଥଙ୍କ ସହିତ ବ୍ୟବହାର କରିବା ଦ୍ଵାରା କଳହ-କ୍ଲେଶ ଆଦୌ ପ୍ରଭାବ ପକାଇ ପାରେ ନାହିଁ॥ରୁହ॥
ਕਰਿ ਅਨੁਗ੍ਰਹੁ ਆਪਿ ਰਾਖਿਓ ਨਹ ਉਪਜਤਉ ਬੇਕਾਰੁ ॥
ଯାହାକୁ ପ୍ରଭୁ ନିଜେ କୃପା କରି ରକ୍ଷା କରିଥାନ୍ତି, ତାହା ଉପରେ କୌଣସି ଦୁଃଖ-ବିକାର ପ୍ରଭାବ ପକାଏ ନାହିଁ।
ਜਿਸੁ ਪਰਾਪਤਿ ਹੋਇ ਸਿਮਰੈ ਤਿਸੁ ਦਹਤ ਨਹ ਸੰਸਾਰੁ ॥੧॥
ଯାହାକୁ ଈଶ୍ଵରଙ୍କ ସ୍ମରଣ ପ୍ରାପ୍ତ ହୋଇଯାଏ, ତାହାକୁ ସଂସାରର ଜ୍ଵଳନ ଏବଂ ପୀଡା ପ୍ରଭାବ ପକାଏ ନାହିଁ||1||
ਸੁਖ ਮੰਗਲ ਆਨੰਦ ਹਰਿ ਹਰਿ ਪ੍ਰਭ ਚਰਨ ਅੰਮ੍ਰਿਤ ਸਾਰੁ ॥
ଈଶ୍ଵର ସୁଖର କୋଷ ଏବଂ ଆନନ୍ଦର ସ୍ରୋତ ଅଟନ୍ତି ଏବଂ ତାହାଙ୍କ ଚରଣ ଅମୃତ ସମାନ ଅଟେ।
ਨਾਨਕ ਦਾਸ ਸਰਨਾਗਤੀ ਤੇਰੇ ਸੰਤਨਾ ਕੀ ਛਾਰੁ ॥੨॥੪॥੧੨॥
ହେ ପ୍ରଭୁ! ଦାସ ନାନକ ତୋର ଶରଣାଗତ ଅଟନ୍ତି ଆଉ ତୋର ସନ୍ଥଙ୍କ ଧୂଳି ମାତ୍ର ଅଟନ୍ତି||2||4||12||
ਕੇਦਾਰਾ ਮਹਲਾ ੫ ॥
କେଦାର ମହଲା 5॥
ਹਰਿ ਕੇ ਨਾਮ ਬਿਨੁ ਧ੍ਰਿਗੁ ਸ੍ਰੋਤ ॥
ହରିନାମ-ସଙ୍କୀର୍ତ୍ତନ ଶୁଣିବା ବିନା କାନ ଧିକ୍କାର ଯୋଗ୍ୟ ଅଟେ।
ਜੀਵਨ ਰੂਪ ਬਿਸਾਰਿ ਜੀਵਹਿ ਤਿਹ ਕਤ ਜੀਵਨ ਹੋਤ ॥ ਰਹਾਉ ॥
ଜୀବନ ରୂପୀ ପରମେଶ୍ଵରଙ୍କୁ ଭୁଲି ବଞ୍ଚିଥିବା ବ୍ୟକ୍ତିର ଜୀବନ କଣ?॥ରୁହ॥
ਖਾਤ ਪੀਤ ਅਨੇਕ ਬਿੰਜਨ ਜੈਸੇ ਭਾਰ ਬਾਹਕ ਖੋਤ ॥
ସେ ଅନେକ ପ୍ରକାରର ବ୍ୟଞ୍ଜନ ଖାଇବା ପିଇବା ପରେ ମଧ୍ୟ ଭାର ବୋହିବା ବାଲା ଗଧ ହିଁ ଅଟେ।
ਆਠ ਪਹਰ ਮਹਾ ਸ੍ਰਮੁ ਪਾਇਆ ਜੈਸੇ ਬਿਰਖ ਜੰਤੀ ਜੋਤ ॥੧॥
ସେ ବଳଦ ଭଳି ଆଠ ପହର କେଲୁଆରେ ପରିଶ୍ରମ କରିଥାଏ||1||
ਤਜਿ ਗੋੁਪਾਲ ਜਿ ਆਨ ਲਾਗੇ ਸੇ ਬਹੁ ਪ੍ਰਕਾਰੀ ਰੋਤ ॥
ଈଶ୍ଵରଙ୍କୁ ତ୍ୟାଗ କରି ଯିଏ କର୍ମ କାଣ୍ଡରେ ଲୀନ ହୋଇଯାଏ, ସେ ବହୁତ ରୋଦନ କରିଥାଏ।
ਕਰ ਜੋਰਿ ਨਾਨਕ ਦਾਨੁ ਮਾਗੈ ਹਰਿ ਰਖਉ ਕੰਠਿ ਪਰੋਤ ॥੨॥੫॥੧੩॥
ନାନକ ହାତ ଯୋଡି ଏହି ଦାନ ମାଗିଥାନ୍ତି ଯେ ହେ ପ୍ରଭୁ! ନିଜ ଗଳାରେ ଲଗାଇ ରଖ||2||5||13||
ਕੇਦਾਰਾ ਮਹਲਾ ੫ ॥
କେଦାର ମହଲା 5॥
ਸੰਤਹ ਧੂਰਿ ਲੇ ਮੁਖਿ ਮਲੀ ॥
ଯଦି ସନ୍ଥଙ୍କ ଚରଣ ଧୂଳି ମୁଖରେ ଲଗାଇ ଦିଆଯାଏ,
ਗੁਣਾ ਅਚੁਤ ਸਦਾ ਪੂਰਨ ਨਹ ਦੋਖ ਬਿਆਪਹਿ ਕਲੀ ॥ ਰਹਾਉ ॥
ସର୍ବଦା ପୂର୍ଣ୍ଣ ଅଟଳ ଓଁକାରଙ୍କ ସ୍ତୁଗାନ କରାଯାଏ, ତାହାହେଲେ କଳିଯୁଗର ପ୍ରଭାବ ପଡେ ନାହିଁ॥ରୁହ॥
ਗੁਰ ਬਚਨਿ ਕਾਰਜ ਸਰਬ ਪੂਰਨ ਈਤ ਊਤ ਨ ਹਲੀ ॥
ଗୁରୁଙ୍କ ବଚନ ଅନୁସାରେ ସବୁ କାର୍ଯ୍ୟ ପୂର୍ଣ୍ଣ ହୋଇଯାଏ ଏବଂ ଏହାଦ୍ୱାରା ମନ ଏଣେତେଣେ ବିଚଳିତ ହୁଏନାହିଁ।
ਪ੍ਰਭ ਏਕ ਅਨਿਕ ਸਰਬਤ ਪੂਰਨ ਬਿਖੈ ਅਗਨਿ ਨ ਜਲੀ ॥੧॥
ପ୍ରଭୁ ଏକ ହିଁ ଅଟନ୍ତି, ସବୁଙ୍କ ଠାରେ ପରିପୂର୍ଣ୍ଣ ଅଟନ୍ତି, ତାହାଙ୍କ ସତାକୁ ମାନିବା ଦ୍ଵାରା ବିକାରର ଅଗ୍ନି ଜଳେ ନାହିଁ||1||
ਗਹਿ ਭੁਜਾ ਲੀਨੋ ਦਾਸੁ ਅਪਨੋ ਜੋਤਿ ਜੋਤੀ ਰਲੀ ॥
ହେ ଈଶ୍ଵର! ବାହୁ ଧରି ଡାସକୁ ନିଜ ସହିତ ମିଳାଇ ଦିଅ ଏବଂ ଆତ୍ମ-ଜ୍ୟୋତିକୁ ପରମ-ଜ୍ୟୋତିରେ ମିଳାଇ ନିଅ।
ਪ੍ਰਭ ਚਰਨ ਸਰਨ ਅਨਾਥੁ ਆਇਓ ਨਾਨਕ ਹਰਿ ਸੰਗਿ ਚਲੀ ॥੨॥੬॥੧੪॥
ନାନକ ପ୍ରାର୍ଥନା କରନ୍ତି ଯେ ହେ ପ୍ରଭୁ! ଏହି ଅନାଥ ତୋର ଚରଣ-ଶରଣରେ ଆସିଛି, ନିଜ ସଙ୍ଗରେ ମିଳାଇ ନିଅ||2||6||14||
ਕੇਦਾਰਾ ਮਹਲਾ ੫ ॥
କେଦାର ମହଲା 5॥