ODIA PAGE 1131

ਨਾਮੇ ਨਾਮਿ ਮਿਲੈ ਵਡਿਆਈ ਜਿਸ ਨੋ ਮੰਨਿ ਵਸਾਏ ॥੨॥
ଯେଉଁ ବ୍ୟକ୍ତି ପ୍ରଭୁଙ୍କ ନାମ ମନରେ ବାସ କରାଇ ଥାଏ, ତାହାକୁ ନାମ ଦ୍ଵାରା ହିଁ କୀର୍ତ୍ତି ପ୍ରାପ୍ତ ହୋଇଥାଏ||2||

ਸਤਿਗੁਰੁ ਭੇਟੈ ਤਾ ਫਲੁ ਪਾਏ ਸਚੁ ਕਰਣੀ ਸੁਖ ਸਾਰੁ ॥
ସଦଗୁରୁଙ୍କ ସହିତ ଭେଟ ହେଲେ ଫଳ ପ୍ରାପ୍ତ ହୋଇଥାଏ ଆଉ ସଦକର୍ମ ହିଁ ସୁଖର ଆଧାର ଅଟେ।

ਸੇ ਜਨ ਨਿਰਮਲ ਜੋ ਹਰਿ ਲਾਗੇ ਹਰਿ ਨਾਮੇ ਧਰਹਿ ਪਿਆਰੁ ॥੩॥
ସେହି ବ୍ୟକ୍ତି ନିର୍ମଳ ଅଟେ, ଯିଏ ପ୍ରଭୁଙ୍କ ଭକ୍ତିରେ ଲାଗିଥାଏ ଆଉ ହରିନାମ ସହିତ ପ୍ରେମ କରିଥାଏ||3||

ਤਿਨ ਕੀ ਰੇਣੁ ਮਿਲੈ ਤਾਂ ਮਸਤਕਿ ਲਾਈ ਜਿਨ ਸਤਿਗੁਰੁ ਪੂਰਾ ਧਿਆਇਆ ॥
ଯିଏ ପୂର୍ଣ୍ଣ ସଦଗୁରୁଙ୍କ ଧ୍ୟାନ କରିଥାଏ, ତାହାଙ୍କ ଚରଣ ଧୂଳି ମିଳିଗଲେ ମସ୍ତକରେ ଲେପନ କରିବି।

ਨਾਨਕ ਤਿਨ ਕੀ ਰੇਣੁ ਪੂਰੈ ਭਾਗਿ ਪਾਈਐ ਜਿਨੀ ਰਾਮ ਨਾਮਿ ਚਿਤੁ ਲਾਇਆ ॥੪॥੩॥੧੩॥
ନାନକ କହନ୍ତି ଯେ ତାହାଙ୍କ ଚରଣ ଧୂଳି ପୂର୍ଣ୍ଣ ଭାଗ୍ୟରୁ ହିଁ ପ୍ରାପ୍ତ ହୋଇଥାଏ, ଯିଏ ରାମନାମରେ ମନ ଲଗାଇ ଥାଏ||4||3||13||

ਭੈਰਉ ਮਹਲਾ ੩ ॥
ଭୈରଉ ମହଲା 3॥ 

ਸਬਦੁ ਬੀਚਾਰੇ ਸੋ ਜਨੁ ਸਾਚਾ ਜਿਨ ਕੈ ਹਿਰਦੈ ਸਾਚਾ ਸੋਈ ॥
ଶବ୍ଦ-ବ୍ରହ୍ମଙ୍କ ଚିନ୍ତନ କରିବା ବାଲା ହିଁ ସଚ୍ଚା ପୁରୁଷ ଅଟେ ଆଉ ତାହାଙ୍କ ହୃଦୟରେ ସଚ୍ଚା ପରମେଶ୍ଵର ଅଛନ୍ତି।

ਸਾਚੀ ਭਗਤਿ ਕਰਹਿ ਦਿਨੁ ਰਾਤੀ ਤਾਂ ਤਨਿ ਦੂਖੁ ਨ ਹੋਈ ॥੧॥
ସେ ଦିନରାତି ସଚ୍ଚା ଭକ୍ତି କରିଥାଏ, ଯାହାଫଳରେ ଶରୀରରେ ଦୁଃଖ ହୁଏନାହିଁ||1||

ਭਗਤੁ ਭਗਤੁ ਕਹੈ ਸਭੁ ਕੋਈ ॥
ପ୍ରତ୍ୟେକ ବ୍ୟକ୍ତି ଭକ୍ତିର ଚର୍ଚ୍ଚା କରିଥାଏ,

ਬਿਨੁ ਸਤਿਗੁਰ ਸੇਵੇ ਭਗਤਿ ਨ ਪਾਈਐ ਪੂਰੈ ਭਾਗਿ ਮਿਲੈ ਪ੍ਰਭੁ ਸੋਈ ॥੧॥ ਰਹਾਉ ॥
କିନ୍ତୁ ସଦଗୁରୁଙ୍କ ସେବା ବିନା ଭକ୍ତି ପ୍ରାପ୍ତ ହୁଏନାହିଁ ଆଉ ପୂର୍ଣ୍ଣ ଭାଗ୍ୟରୁ ହିଁ ପ୍ରଭୁ ମିଳିଥାନ୍ତି॥1॥ରୁହ॥ 

ਮਨਮੁਖ ਮੂਲੁ ਗਵਾਵਹਿ ਲਾਭੁ ਮਾਗਹਿ ਲਾਹਾ ਲਾਭੁ ਕਿਦੂ ਹੋਈ ॥
ସ୍ଵେଚ୍ଛାଚାରୀ ମୂଳଧନ ହରାଇ ଦେଇଥାଏ, କିନ୍ତୁ ଲାଭର ଦାବି କରିଥାଏ, ଲାଭ କିପରି ପ୍ରାପ୍ତ ହେବ?

ਜਮਕਾਲੁ ਸਦਾ ਹੈ ਸਿਰ ਊਪਰਿ ਦੂਜੈ ਭਾਇ ਪਤਿ ਖੋਈ ॥੨॥
ଯମକାଳ ତାହାର ମସ୍ତକରେ ବନି ରହିଥାଏ ଆଉ ଦୈତ୍ୟଭାବରେ ପ୍ରତିଷ୍ଠା ହରାଇ ଦେଇଥାଏ||2||

ਬਹਲੇ ਭੇਖ ਭਵਹਿ ਦਿਨੁ ਰਾਤੀ ਹਉਮੈ ਰੋਗੁ ਨ ਜਾਈ ॥
ସେ ଦିନରାତି ବେଶ ବଦଳାଇଥାଏ, କିନ୍ତୁ ତାହାର ଅହଂ ରୋଗ ଦୂର ହୁଏନାହିଁ।

ਪੜਿ ਪੜਿ ਲੂਝਹਿ ਬਾਦੁ ਵਖਾਣਹਿ ਮਿਲਿ ਮਾਇਆ ਸੁਰਤਿ ਗਵਾਈ ॥੩॥
ବିଦ୍ୟା ପ୍ରାପ୍ତ କରି ଖୁସି ହୋଇଥାଏ, ବାଦ-ବିବାଦ ବ୍ୟାଖ୍ୟା କରିଥାଏ ଏବଂ ମାୟାରେ ରତ ହୋଇ ସୁରତି ହରାଇ ଦେଇଥାଏ||3||

ਸਤਿਗੁਰੁ ਸੇਵਹਿ ਪਰਮ ਗਤਿ ਪਾਵਹਿ ਨਾਮਿ ਮਿਲੈ ਵਡਿਆਈ ॥
ସଦଗୁରୁଙ୍କ ସେବା ଦ୍ଵାରା ହିଁ ଜୀବ ପରମଗତି ପ୍ରାପ୍ତ କରିଥାଏ ଏବଂ ପ୍ରଭୁନାମ ଦ୍ଵାରା ହିଁ ତାହାକୁ ବଡିମା ମିଳିଥାଏ। 

ਨਾਨਕ ਨਾਮੁ ਜਿਨਾ ਮਨਿ ਵਸਿਆ ਦਰਿ ਸਾਚੈ ਪਤਿ ਪਾਈ ॥੪॥੪॥੧੪॥
ନାନକ କହନ୍ତି ଯେ ଯାହାର ମନରେ ପରମେଶ୍ଵରଙ୍କ ନାମ ବାସ କରିଥାଏ, ସେ ହିଁ ସଚ୍ଚା ଦ୍ଵାରରେ ପ୍ରତିଷ୍ଠା ପ୍ରାପ୍ତ କରିଥାଏ||4||4||14||

ਭੈਰਉ ਮਹਲਾ ੩ ॥
ଭୈରଉ ମହଲା 3॥ 

ਮਨਮੁਖ ਆਸਾ ਨਹੀ ਉਤਰੈ ਦੂਜੈ ਭਾਇ ਖੁਆਏ ॥
ସ୍ଵେଚ୍ଛାଚାରୀ ମନୁଷ୍ୟର ଆଶା ସମାପ୍ତ ହୁଏନାହିଁ ଏବଂ ସେ ଦୈତ୍ୟଭାବରେ ଧ୍ଵଂସ ହୋଇଥାଏ।

ਉਦਰੁ ਨੈ ਸਾਣੁ ਨ ਭਰੀਐ ਕਬਹੂ ਤ੍ਰਿਸਨਾ ਅਗਨਿ ਪਚਾਏ ॥੧॥
ତାହାର ପେଟ ନଦୀ ଭଳି କେବେ ଭର୍ତ୍ତି ହୁଏନାହିଁ ଏବଂ ସେ ତୃଷ୍ଣାର ଅଗ୍ନିରେ ଦୁଃଖ ପ୍ରାପ୍ତ କରିଥାଏ||1||

ਸਦਾ ਅਨੰਦੁ ਰਾਮ ਰਸਿ ਰਾਤੇ ॥
ଈଶ୍ଵରଙ୍କ ରଙ୍ଗରେ ରତ ରହିବା ବାଲା ସଦା ଆନନ୍ଦ ପ୍ରାପ୍ତ କରିଥାଏ,

ਹਿਰਦੈ ਨਾਮੁ ਦੁਬਿਧਾ ਮਨਿ ਭਾਗੀ ਹਰਿ ਹਰਿ ਅੰਮ੍ਰਿਤੁ ਪੀ ਤ੍ਰਿਪਤਾਤੇ ॥੧॥ ਰਹਾਉ ॥
ନାମ ପ୍ରାପ୍ତ ଫଳରେ ତାହାର ହୃଦୟର ଦ୍ଵିଧା ଦୂର ହୋଇଯାଏ ଏବଂ ସେ ହରିନାମାମୃତ ପାନ କରି ତୃପ୍ତ ରହିଥାଏ॥1॥ରୁହ॥

ਆਪੇ ਪਾਰਬ੍ਰਹਮੁ ਸ੍ਰਿਸਟਿ ਜਿਨਿ ਸਾਜੀ ਸਿਰਿ ਸਿਰਿ ਧੰਧੈ ਲਾਏ ॥
ପରଂବ୍ରହ୍ମ ସ୍ଵୟଂ ସୃଷ୍ଟି ବନାଇ ଜୀବକୁ କାୟାରେ ଲଗାଇ ଥାଆନ୍ତି ଏବଂ

ਮਾਇਆ ਮੋਹੁ ਕੀਆ ਜਿਨਿ ਆਪੇ ਆਪੇ ਦੂਜੈ ਲਾਏ ॥੨॥
ମାୟାର ମୋହ ବନାଇ ସ୍ଵୟଂ ଦୈତ୍ୟଭାବରେ ଲଗାଇ ଥାଆନ୍ତି||2||

ਤਿਸ ਨੋ ਕਿਹੁ ਕਹੀਐ ਜੇ ਦੂਜਾ ਹੋਵੈ ਸਭਿ ਤੁਧੈ ਮਾਹਿ ਸਮਾਏ ॥
ହେ ସ୍ରଷ୍ଟା! ଯଦି ଅନ୍ୟ କେହି ଥାଏ, ତଥାପି ଜୀବ ତୋ’ ଠାରେ ହିଁ ରହିଥାଏ। 

ਗੁਰਮੁਖਿ ਗਿਆਨੁ ਤਤੁ ਬੀਚਾਰਾ ਜੋਤੀ ਜੋਤਿ ਮਿਲਾਏ ॥੩॥
ଗୁରୁଙ୍କ ଠାରୁ ଜ୍ଞାନତତ୍ତ୍ଵର ଚିନ୍ତନ କର ଆତ୍ମ-ଜ୍ୟୋତି ପରମ ଜ୍ୟୋତିରେ ସମାହିତ ହୋଇଯାଏ||3||

ਸੋ ਪ੍ਰਭੁ ਸਾਚਾ ਸਦ ਹੀ ਸਾਚਾ ਸਾਚਾ ਸਭੁ ਆਕਾਰਾ ॥
ସେହି ପ୍ରଭୁ ଶାଶ୍ଵତ ଅଟନ୍ତି, ସର୍ବଦା ସଚ୍ଚା ଅଟନ୍ତି ଆଉ ତାହାଙ୍କ ସୃଷ୍ଟି ରଚନା ମଧ୍ୟ ସଚ୍ଚା ଅଟେ।

ਨਾਨਕ ਸਤਿਗੁਰਿ ਸੋਝੀ ਪਾਈ ਸਚਿ ਨਾਮਿ ਨਿਸਤਾਰਾ ॥੪॥੫॥੧੫॥
ନାନକ କହନ୍ତି ଯେ ସଦଗୁରୁଙ୍କ ଜ୍ଞାନ ପ୍ରାପ୍ତ କରି ସଚ୍ଚା ନାମ ଦ୍ଵାରା ଜୀବର ମୁକ୍ତି ହୋଇଯାଏ||4||5||15||                                                   

ਭੈਰਉ ਮਹਲਾ ੩ ॥
ଭୈରଉ ମହଲା 3॥ 

ਕਲਿ ਮਹਿ ਪ੍ਰੇਤ ਜਿਨੑੀ ਰਾਮੁ ਨ ਪਛਾਤਾ ਸਤਜੁਗਿ ਪਰਮ ਹੰਸ ਬੀਚਾਰੀ ॥
ଯିଏ ରାମଙ୍କୁ ଜାଣି ନାହିଁ, ସେ କଳିଯୁଗରେ ପ୍ରେତ ସମାନ ଅଟେ, ପରମ ସତ୍ୟର ଚିନ୍ତନଶୀଳ ଜୀବ ସତ୍ୟଯୁଗର ପରମ ହଂସ ଅଟେ।

ਦੁਆਪੁਰਿ ਤ੍ਰੇਤੈ ਮਾਣਸ ਵਰਤਹਿ ਵਿਰਲੈ ਹਉਮੈ ਮਾਰੀ ॥੧॥
ଦ୍ଵାପର ଏବଂ ତ୍ରେତୟାରେ ବିରଳ ଜୀବ ହିଁ ମନୁଷ୍ୟ ହୋଇଥାଏ, ଅହଂ ଭାବକୁ ଦୂର କରିଥାଏ||1||

ਕਲਿ ਮਹਿ ਰਾਮ ਨਾਮਿ ਵਡਿਆਈ ॥
କଳିଯୁଗରେ ରାମନାମର ସଙ୍କୀର୍ତ୍ତନ ଦ୍ଵାରା ହିଁ ବଡିମା ପ୍ରାପ୍ତ ହୋଇଥାଏ।

ਜੁਗਿ ਜੁਗਿ ਗੁਰਮੁਖਿ ਏਕੋ ਜਾਤਾ ਵਿਣੁ ਨਾਵੈ ਮੁਕਤਿ ਨ ਪਾਈ ॥੧॥ ਰਹਾਉ ॥
ଯୁଗ-ଯୁଗାନ୍ତରରେ ଗୁରୁ ଏକ ସତ୍ୟ ପରମେଶ୍ଵରଙ୍କୁ ହିଁ ମାନିଥାନ୍ତି ଏବଂ ପ୍ରଭୁନାମ ବିନା ମୁକ୍ତି ପ୍ରାପ୍ତ ହୁଏନାହିଁ॥1॥ରୁହ॥

ਹਿਰਦੈ ਨਾਮੁ ਲਖੈ ਜਨੁ ਸਾਚਾ ਗੁਰਮੁਖਿ ਮੰਨਿ ਵਸਾਈ ॥
ଯେଉଁ ବ୍ୟକ୍ତି ହୃଦୟରେ ପ୍ରଭୁନାମକୁ ଦେଖିଥାଏ, ସେ ହିଁ ସତ୍ୟନିଷ୍ଠ ଅଟେ ଏବଂ ଗୁରୁମୁଖୀ ତାହାଙ୍କୁ ମନରେ ସ୍ଥାପନ କରାଇ ଥାଏ।

ਆਪਿ ਤਰੇ ਸਗਲੇ ਕੁਲ ਤਾਰੇ ਜਿਨੀ ਰਾਮ ਨਾਮਿ ਲਿਵ ਲਾਈ ॥੨॥
ଯିଏ ରାମନାମରେ ଲଗ୍ନ ଲଗାଇ ଥାଏ, ସେ ସ୍ଵୟଂ ପାର ହୋଇଥାଏ, ସଂପୂର୍ଣ୍ଣ ବଂଶାବଳିକୁ ମଧ୍ୟ ପାର କରାଇ ଥାଏ||2||

ਮੇਰਾ ਪ੍ਰਭੁ ਹੈ ਗੁਣ ਕਾ ਦਾਤਾ ਅਵਗਣ ਸਬਦਿ ਜਲਾਏ ॥
ମୋର ପ୍ରଭୁ ଗୁଣର ଦାତା ଅଟନ୍ତି, ଶବ୍ଦ ଦ୍ଵାରା ସେ ସବୁ ଅବଗୁଣ ଜଳାଇ ଦେଇଥାନ୍ତି।

error: Content is protected !!