ODIA PAGE 1132

ਜਿਨ ਮਨਿ ਵਸਿਆ ਸੇ ਜਨ ਸੋਹੇ ਹਿਰਦੈ ਨਾਮੁ ਵਸਾਏ ॥੩॥
ଯାହାର ମନରେ ପ୍ରଭୁ ବାସ କରିଛନ୍ତି, ସେହି ବ୍ୟକ୍ତି ଶୋଭାର ପାତ୍ର ଅଟେ ଆଉ ତାହାର ହୃଦୟରେ ନାମର ସ୍ମରଣ ବାସ କରିଥାଏ||3||                                                                                               

ਘਰੁ ਦਰੁ ਮਹਲੁ ਸਤਿਗੁਰੂ ਦਿਖਾਇਆ ਰੰਗ ਸਿਉ ਰਲੀਆ ਮਾਣੈ ॥
ଯାହାକୁ ସଦଗୁରୁ ସଚ୍ଚା ଘର ଦ୍ଵାର ଦେଖାଇଛନ୍ତି, ସେ ହିଁ ଆନନ୍ଦ ପ୍ରାପ୍ତ କରିଥାଏ।

ਜੋ ਕਿਛੁ ਕਹੈ ਸੁ ਭਲਾ ਕਰਿ ਮਾਨੈ ਨਾਨਕ ਨਾਮੁ ਵਖਾਣੈ ॥੪॥੬॥੧੬॥
ହେ ନାନକ! ସେ ଯାହା କିଛି କହିଥାନ୍ତି, ତାହାକୁ ଭଲ ମାନିଥାଏ ଆଉ ପ୍ରଭୁନାମର ହିଁ ଉଚ୍ଚାରଣ କରିଥାଏ||4||6||16||

ਭੈਰਉ ਮਹਲਾ ੩ ॥
ଭୈରଉ ମହଲା 3॥ 

ਮਨਸਾ ਮਨਹਿ ਸਮਾਇ ਲੈ ਗੁਰ ਸਬਦੀ ਵੀਚਾਰ ॥
ଯିଏ ଗୁରୁ ଉପଦେଶର ଚିନ୍ତନ କରି ନିଜ ଲାଳସାକୁ ମନରୁ ଦୂର କରି ନେଇଥାଏ,       

ਗੁਰ ਪੂਰੇ ਤੇ ਸੋਝੀ ਪਵੈ ਫਿਰਿ ਮਰੈ ਨ ਵਾਰੋ ਵਾਰ ॥੧॥
ପୂର୍ଣ୍ଣ ଗୁରୁଙ୍କ ଠାରୁ ଜ୍ଞାନ ପାଇ ସେ ଜନ୍ମ-ମରଣରୁ ମୁକ୍ତ ହୋଇଯାଏ||1||                                                                                           

ਮਨ ਮੇਰੇ ਰਾਮ ਨਾਮੁ ਆਧਾਰੁ ॥
ହେ ମୋର ମନ! ରାମନାମ ଏକମାତ୍ର ଆଶ୍ରା ଅଟେ,                                           

ਗੁਰ ਪਰਸਾਦਿ ਪਰਮ ਪਦੁ ਪਾਇਆ ਸਭ ਇਛ ਪੁਜਾਵਣਹਾਰੁ ॥੧॥ ਰਹਾਉ ॥
ଗୁରୁଙ୍କ କୃପାରୁ ମୋକ୍ଷ ପ୍ରାପ୍ତ ହୋଇଥାଏ ଏବଂ ସବୁ ଇଚ୍ଛା ପୁରା ହୋଇଥାଏ॥1॥ରୁହ॥                                                                           

ਸਭ ਮਹਿ ਏਕੋ ਰਵਿ ਰਹਿਆ ਗੁਰ ਬਿਨੁ ਬੂਝ ਨ ਪਾਇ ॥
ସବୁଙ୍କ ଠାରେ ଏକ ଈଶ୍ଵର ହିଁ ରମନ କରିଥାନ୍ତି, କିନ୍ତୁ ଗୁରୁଙ୍କ ବିନା ଏହି ତଥ୍ୟର ଜ୍ଞାନ ପ୍ରାପ୍ତ ହୁଏନାହିଁ।       

ਗੁਰਮੁਖਿ ਪ੍ਰਗਟੁ ਹੋਆ ਮੇਰਾ ਹਰਿ ਪ੍ਰਭੁ ਅਨਦਿਨੁ ਹਰਿ ਗੁਣ ਗਾਇ ॥੨॥
ଗୁରୁ ଦ୍ଵାରା ହିଁ ମୋର ପ୍ରଭୁ ଅନ୍ତର୍ମନରେ ପ୍ରକଟ ହୋଇଥାନ୍ତି ଏବଂ ନିତ୍ୟ ତାହାଙ୍କ ଗୁଣଗାନ ହୋଇଥାଏ||2||            

ਸੁਖਦਾਤਾ ਹਰਿ ਏਕੁ ਹੈ ਹੋਰ ਥੈ ਸੁਖੁ ਨ ਪਾਹਿ ॥
କେବଳ ପରମାତ୍ମା ହିଁ ସୁଖ ଦେବା ବାଲା ଅଟନ୍ତି ଆଉ ଅନ୍ୟ ସୁଖ ପ୍ରାପ୍ତ ହୁଏନାହିଁ।                 

ਸਤਿਗੁਰੁ ਜਿਨੀ ਨ ਸੇਵਿਆ ਦਾਤਾ ਸੇ ਅੰਤਿ ਗਏ ਪਛੁਤਾਹਿ ॥੩॥
ଯିଏ ଦାତା ସଦଗୁରୁଙ୍କ ଉପାସନା କରିଥାଏ, ସେ ଶେଷରେ ପଶ୍ଚାତାପ ହିଁ କରିଥାଏ||3||                                                                    

ਸਤਿਗੁਰੁ ਸੇਵਿ ਸਦਾ ਸੁਖੁ ਪਾਇਆ ਫਿਰਿ ਦੁਖੁ ਨ ਲਾਗੈ ਧਾਇ ॥
ସଦଗୁରୁଙ୍କ ସେବା ଦ୍ଵାରା ସଦା ସୁଖ ହିଁ ପ୍ରାପ୍ତ ହୋଇଥାଏ ଆଉ ପୁନଃ କୌଣସି ଦୁଃଖ ଲାଗେ ନାହିଁ।                                                 

ਨਾਨਕ ਹਰਿ ਭਗਤਿ ਪਰਾਪਤਿ ਹੋਈ ਜੋਤੀ ਜੋਤਿ ਸਮਾਇ ॥੪॥੭॥੧੭॥
ହେ ନାନକ1 ଫଳ ସ୍ୱରୂପ ପ୍ରଭୁ-ଭକ୍ତି ପ୍ରାପ୍ତ ହୋଇଥାଏ ଆଉ ଆତ୍ମ-ଜ୍ୟୋତି ପରମ-ଜ୍ୟୋତିରେ ଲୀନ ହୋଇଯାଏ||4||7||17||                         

ਭੈਰਉ ਮਹਲਾ ੩ ॥
ଭୈରଉ ମହଲା 3॥ 

ਬਾਝੁ ਗੁਰੂ ਜਗਤੁ ਬਉਰਾਨਾ ਭੂਲਾ ਚੋਟਾ ਖਾਈ ॥
ଗୁରୁଙ୍କ ବିନା ସଂସାର ବାଉଳା ବନିଠାଏ ଓ ଦୁଃଖ ଭୋଗ କରିଥାଏ।||4||7||17||                                            

ਮਰਿ ਮਰਿ ਜੰਮੈ ਸਦਾ ਦੁਖੁ ਪਾਏ ਦਰ ਕੀ ਖਬਰਿ ਨ ਪਾਈ ॥੧॥
ସେ ବାରମ୍ବାର ଜନ୍ମ ହୋଇ ମରିଥାଏ, ସଦା ଦୁଃଖ ପାଇଥାଏ, ପରନ୍ତୁ ସଚ୍ଚା ଦ୍ଵାରର ଜ୍ଞାନ ପ୍ରାପ୍ତ ହୁଏନାହିଁ||1||                                            

ਮੇਰੇ ਮਨ ਸਦਾ ਰਹਹੁ ਸਤਿਗੁਰ ਕੀ ਸਰਣਾ ॥
ହେ ମୋର ମନ! ସର୍ବଦା ଗୁରୁଙ୍କ ଶରଣରେ ରୁହ,       

ਹਿਰਦੈ ਹਰਿ ਨਾਮੁ ਮੀਠਾ ਸਦ ਲਾਗਾ ਗੁਰ ਸਬਦੇ ਭਵਜਲੁ ਤਰਣਾ ॥੧॥ ਰਹਾਉ ॥
ପ୍ରଭୁଙ୍କ ନାମ ସର୍ବଦା ହୃଦୟରେ ମିଠା ଲାଗିଥାଏ ଏବଂ ଗୁରୁ ଉପଦେଶ ଦ୍ଵାରା ସାଗରରୁ ଉଦ୍ଧାର ହୋଇଯାଏ॥1॥ରୁହ॥           

ਭੇਖ ਕਰੈ ਬਹੁਤੁ ਚਿਤੁ ਡੋਲੈ ਅੰਤਰਿ ਕਾਮੁ ਕ੍ਰੋਧੁ ਅਹੰਕਾਰੁ ॥
ଜୀବ ବହୁତ ବାହ୍ୟ ରୂପରେ ଦେଖାଇ ଥାଏ, ତାହାର ମନ ବିଚଳିତ ରହିଥାଏ, ଅନ୍ତର୍ମନରେ କାମ, କ୍ରୋଧ ଏବଂ ଅହଂକାର ଭରି ରହିଥାଏ।          

ਅੰਤਰਿ ਤਿਸਾ ਭੂਖ ਅਤਿ ਬਹੁਤੀ ਭਉਕਤ ਫਿਰੈ ਦਰ ਬਾਰੁ ॥੨॥
ତାହାର ମନକୁ କ୍ଷୁଧା, ତୃଷ୍ଣା ଲାଗି ରହିଥାଏ ଏବଂ ବହୁତ ଭୁକି ଥାଏ||2||                                                    

ਗੁਰ ਕੈ ਸਬਦਿ ਮਰਹਿ ਫਿਰਿ ਜੀਵਹਿ ਤਿਨ ਕਉ ਮੁਕਤਿ ਦੁਆਰਿ ॥
ଯଦି ଗୁରୁଙ୍କ ଉପଦେଶ ଦ୍ଵାରା ଜୀବ ବିକାର ଠାରୁ ମୃତ୍ୟୁ ପ୍ରାପ୍ତ କରି ଜୀବନ ବିତାଇ ଥାଏ, ସେ ମୁକ୍ତି ପ୍ରାପ୍ତ କରିଥାଏ।                                       

ਅੰਤਰਿ ਸਾਂਤਿ ਸਦਾ ਸੁਖੁ ਹੋਵੈ ਹਰਿ ਰਾਖਿਆ ਉਰ ਧਾਰਿ ॥੩॥
ତାହାର ମନକୁ ଶାନ୍ତି ପ୍ରାପ୍ତ ହୋଇଥାଏ, ସେ ପ୍ରଭୁଙ୍କୁ ମନରେ ସ୍ଥାପନ କରାଇ ଥାଏ ଆଉ ସଦା ସୁଖୀ ରହିଥାଏ||3||                                        

ਜਿਉ ਤਿਸੁ ਭਾਵੈ ਤਿਵੈ ਚਲਾਵੈ ਕਰਣਾ ਕਿਛੂ ਨ ਜਾਈ ॥
ଈଶ୍ଵର ଯେପରି ଚାହିଁ ଥାଆନ୍ତି, ସେପରି ହିଁ ଚାଲିଥାଏ ଆଉ ନିଜେ କିଛି କରିପାରେ ନାହିଁ।    

ਨਾਨਕ ਗੁਰਮੁਖਿ ਸਬਦੁ ਸਮ੍ਹ੍ਹਾਲੇ ਰਾਮ ਨਾਮਿ ਵਡਿਆਈ ॥੪॥੮॥੧੮॥
ନାନକଙ୍କ ମତ ଏହା ଯେ ଯିଏ ଗୁରୁଙ୍କ ସାନ୍ନିଧ୍ୟରେ ଶବ୍ଦର ମନନ କରିଥାଏ, ତାହାକୁ ରାମନାମର ବଡିମା ମିଳିଥାଏ||4||8||18||                        

ਭੈਰਉ ਮਹਲਾ ੩ ॥
ଭୈରଉ ମହଲା 3॥ 

ਹਉਮੈ ਮਾਇਆ ਮੋਹਿ ਖੁਆਇਆ ਦੁਖੁ ਖਟੇ ਦੁਖ ਖਾਇ ॥
ଅହଂ ଓ ମାୟା-ମୋହରେ ପଥଭ୍ରଷ୍ଟ ରହି ଜୀବ ଦୁଃଖ ଅର୍ଜନ କରିଥାଏ ଏବଂ ଦୁଃଖ ହିଁ ଭୋଗ କରିଥାଏ।                                                        

ਅੰਤਰਿ ਲੋਭ ਹਲਕੁ ਦੁਖੁ ਭਾਰੀ ਬਿਨੁ ਬਿਬੇਕ ਭਰਮਾਇ ॥੧॥
ଅନ୍ତର୍ମନରେ ଲୋଭର ପାଗଳପଣ ଭାରି ଦୁଃଖର କାରଣ ବନିଥାଏ ଏବଂ ବିବେକହୀନତା କାରଣରୁ ପଥଭ୍ରଷ୍ଟ ରହିଥାଏ ||1||                        

ਮਨਮੁਖਿ ਧ੍ਰਿਗੁ ਜੀਵਣੁ ਸੈਸਾਰਿ ॥
ମନମୁଖୀ ଜୀବର ସଂସାରରେ ବଞ୍ଚିବା ଧିକାର ଯୋଗ୍ୟ ଅଟେ,                                                   

ਰਾਮ ਨਾਮੁ ਸੁਪਨੈ ਨਹੀ ਚੇਤਿਆ ਹਰਿ ਸਿਉ ਕਦੇ ਨ ਲਾਗੈ ਪਿਆਰੁ ॥੧॥ ਰਹਾਉ ॥
ରାମନାମ ସ୍ଵପ୍ନରେ ମଧ୍ୟ ତାହାର ସ୍ମରଣରେ ଆସେ ନାହିଁ ଆଉ ପ୍ରଭୁଙ୍କ ଠାରେ ସେ କେବେ ମଧ୍ୟ ପ୍ରେମ ଲଗାଏ ନାହିଁ॥1॥ରୁହ॥                      

ਪਸੂਆ ਕਰਮ ਕਰੈ ਨਹੀ ਬੂਝੈ ਕੂੜੁ ਕਮਾਵੈ ਕੂੜੋ ਹੋਇ ॥
ସେ ପଶୁଙ୍କ ଭଳି କର୍ମ କରିଥାଏ, କିନ୍ତୁ ତଥ୍ୟକୁ ବୁଝେ ନାହିଁ, ଏହି ପ୍ରକାରେ ମିଥ୍ୟା ଅର୍ଜନ କରିଥାଏ ଆଉ ମିଥ୍ୟା ହିଁ ସିଦ୍ଧ ହୋଇଥାଏ।                 

ਸਤਿਗੁਰੁ ਮਿਲੈ ਤ ਉਲਟੀ ਹੋਵੈ ਖੋਜਿ ਲਹੈ ਜਨੁ ਕੋਇ ॥੨॥
ଯଦି ସଦଗୁରୁଙ୍କ ସହିତ ସାକ୍ଷାତ ହୋଇଯାଏ, ତାହାର ଜୀବନ-ଆଚରଣ ବଦଳି ଯାଇଥାଏ ଏବଂ ସେ ପ୍ରଭୁଙ୍କ ସନ୍ଧାନ ନେଇଥାଏ||2||        

ਹਰਿ ਹਰਿ ਨਾਮੁ ਰਿਦੈ ਸਦ ਵਸਿਆ ਪਾਇਆ ਗੁਣੀ ਨਿਧਾਨੁ ॥
ଯାହାର ହୃଦୟରେ ସଦା ହରିନାମ ବାସ କରିଥାଏ, ସେ ସେହି ଗୁଣର ଭଣ୍ଡାର ପ୍ରାପ୍ତ କରିଥାଏ।

ਗੁਰ ਪਰਸਾਦੀ ਪੂਰਾ ਪਾਇਆ ਚੂਕਾ ਮਨ ਅਭਿਮਾਨੁ ॥੩॥
ଗୁରୁଙ୍କ କୃପାରୁ ପୂର୍ଣ୍ଣ ପ୍ରଭୁ ପ୍ରାପ୍ତ ହୋଇଯାଏ ଏବଂ ମନର ଅଭିମାନ ଦୂର ହୋଇଯାଏ||3||

ਆਪੇ ਕਰਤਾ ਕਰੇ ਕਰਾਏ ਆਪੇ ਮਾਰਗਿ ਪਾਏ ॥
ହେ ଭାଇ! ଈଶ୍ଵର ସ୍ଵୟଂ ହିଁ ସବୁ କରିବା-କରାଇବା ବାଲା ଅଟନ୍ତି ଆଉ ସ୍ଵୟଂ ହିଁ ସତମାର୍ଗରେ ଲଗାଇ ଥାଆନ୍ତି।    

error: Content is protected !!