ODIA PAGE 1135

ਮਧੁਸੂਦਨੁ ਜਪੀਐ ਉਰ ਧਾਰਿ ॥
ହୃଦୟରେ ପରମାତ୍ମାଙ୍କ ନାମ ଜପ;

ਦੇਹੀ ਨਗਰਿ ਤਸਕਰ ਪੰਚ ਧਾਤੂ ਗੁਰ ਸਬਦੀ ਹਰਿ ਕਾਢੇ ਮਾਰਿ ॥੧॥ ਰਹਾਉ ॥
ଶରୀର ରୂପୀ ନଗରୀରେ ସ୍ଥିତ ପାଞ୍ଚ ଲୁଟେରା ଗୁରୁ-ଉପଦେଶ ଦ୍ଵାରା ନିୟନ୍ତ୍ରଣ କରାଯାଇ ପାରେ॥1॥ରୁହ॥

ਜਿਨ ਕਾ ਹਰਿ ਸੇਤੀ ਮਨੁ ਮਾਨਿਆ ਤਿਨ ਕਾਰਜ ਹਰਿ ਆਪਿ ਸਵਾਰਿ ॥
ଯାହାର ମନ ଈଶ୍ଵରଙ୍କ ଠାରେ ରହିଥାଏ, ସେ ତାହାର କାର୍ଯ୍ୟ ସ୍ଵୟଂ ସଫଳ କରାଇ ଥାଆନ୍ତି।

ਤਿਨ ਚੂਕੀ ਮੁਹਤਾਜੀ ਲੋਕਨ ਕੀ ਹਰਿ ਅੰਗੀਕਾਰੁ ਕੀਆ ਕਰਤਾਰਿ ॥੨॥
ଯାହାକୁ ପରମାତ୍ମା ଅଙ୍ଗୀକାର କରିଛନ୍ତି, ଲୋକଙ୍କ ଉପରେ ତାହାର ନିର୍ଭରତା ଦୂର ହୋଇଯାଏ||2||

ਮਤਾ ਮਸੂਰਤਿ ਤਾਂ ਕਿਛੁ ਕੀਜੈ ਜੇ ਕਿਛੁ ਹੋਵੈ ਹਰਿ ਬਾਹਰਿ ॥
ଅନ୍ୟ ସହିତ ପରାମର୍ଶ କରାଯାଇ ପାରେ, ଯଦି ପ୍ରଭୁଙ୍କ ବିନା ଆଉ କେହି ଥାଆନ୍ତି।

ਜੋ ਕਿਛੁ ਕਰੇ ਸੋਈ ਭਲ ਹੋਸੀ ਹਰਿ ਧਿਆਵਹੁ ਅਨਦਿਨੁ ਨਾਮੁ ਮੁਰਾਰਿ ॥੩॥
ଦିନରାତି ପରମେଶ୍ଵରଙ୍କ ଧ୍ୟାନ କର; ସେ ଯାହା କିଛି କରିଥାଏ, ତାହା ଭଲ ହୋଇଥାଏ||3||

ਹਰਿ ਜੋ ਕਿਛੁ ਕਰੇ ਸੁ ਆਪੇ ਆਪੇ ਓਹੁ ਪੂਛਿ ਨ ਕਿਸੈ ਕਰੇ ਬੀਚਾਰਿ ॥
ଯାହା କିଛି ପରମାତ୍ମା କରିଥାନ୍ତି, ସେ ସ୍ଵେଚ୍ଛାରେ ହିଁ କରିଥାନ୍ତି ଆଉ କାହାର ପରାମର୍ଶ ନିଅନ୍ତି ନାହିଁ।

ਨਾਨਕ ਸੋ ਪ੍ਰਭੁ ਸਦਾ ਧਿਆਈਐ ਜਿਨਿ ਮੇਲਿਆ ਸਤਿਗੁਰੁ ਕਿਰਪਾ ਧਾਰਿ ॥੪॥੧॥੫॥
ହେ ନାନକ! ପ୍ରଭୁଙ୍କୁ ସର୍ବଦା ଧ୍ୟାନ କର, ଯିଏ କୃପା କରି ସଦଗୁରୁଙ୍କ ସହିତ ସାକ୍ଷାତ କରାଇଛନ୍ତି||4||1||5||

ਭੈਰਉ ਮਹਲਾ ੪ ॥
ଭୈରଉ ମହଲା 3॥ 

ਤੇ ਸਾਧੂ ਹਰਿ ਮੇਲਹੁ ਸੁਆਮੀ ਜਿਨ ਜਪਿਆ ਗਤਿ ਹੋਇ ਹਮਾਰੀ ॥
ହେ ସ୍ଵାମୀ! ସେହି ସାଧୁଙ୍କ ସହିତ ଭେଟ କରାଇ ଦିଅ, ଯାହାର ଜପ କରିବା ଦ୍ଵାରା ସଂସାରର ବନ୍ଧନରୁ ଆମର ମୁକ୍ତି ହୋଇଯାଏ।

ਤਿਨ ਕਾ ਦਰਸੁ ਦੇਖਿ ਮਨੁ ਬਿਗਸੈ ਖਿਨੁ ਖਿਨੁ ਤਿਨ ਕਉ ਹਉ ਬਲਿਹਾਰੀ ॥੧॥
ତାହାଙ୍କ ଦର୍ଶନ ପାଇ ମନ ପ୍ରସନ୍ନ ହୋଇଯାଏ ଆଉ ପ୍ରତି କ୍ଷଣରେ ତାହାଙ୍କ ପ୍ରତି ସମର୍ପିତ ଅଟେ||1||

ਹਰਿ ਹਿਰਦੈ ਜਪਿ ਨਾਮੁ ਮੁਰਾਰੀ ॥
ହୃଦୟରେ ପ୍ରଭୁନାମ ଜପ କର; 

ਕ੍ਰਿਪਾ ਕ੍ਰਿਪਾ ਕਰਿ ਜਗਤ ਪਿਤ ਸੁਆਮੀ ਹਮ ਦਾਸਨਿ ਦਾਸ ਕੀਜੈ ਪਨਿਹਾਰੀ ॥੧॥ ਰਹਾਉ ॥
ହେ ଜଗତପିତା! କୃପା କରି ଆମକୁ ନିଜ ଦଶର ଦାସର ପାଣି ଭରିବା ବାଲା ସେବକ ହିଁ ବନାଇ ଦିଅ॥1॥ରୁହ॥

ਤਿਨ ਮਤਿ ਊਤਮ ਤਿਨ ਪਤਿ ਊਤਮ ਜਿਨ ਹਿਰਦੈ ਵਸਿਆ ਬਨਵਾਰੀ ॥
ଯାହାର ହୃଦୟରେ ପରମେଶ୍ଵର ବାସ କରିଛନ୍ତି, ତାହାଙ୍କ ମତି ଏବଂ ପ୍ରତିଷ୍ଠା ମଧ୍ୟ ଅତି ଉତ୍ତମ ଅଟେ।

ਤਿਨ ਕੀ ਸੇਵਾ ਲਾਇ ਹਰਿ ਸੁਆਮੀ ਤਿਨ ਸਿਮਰਤ ਗਤਿ ਹੋਇ ਹਮਾਰੀ ॥੨॥
ହେ ସ୍ଵାମୀ! ତାହାଙ୍କ ସେବାରେ ଲୀନ କରିଦିଅ, କାରଣ ତାହାଙ୍କ ସ୍ମରଣ କରିବା ଦ୍ଵାରା ଆମର ମୁକ୍ତି ହୋଇ ପାରିବ||2||

ਜਿਨ ਐਸਾ ਸਤਿਗੁਰੁ ਸਾਧੁ ਨ ਪਾਇਆ ਤੇ ਹਰਿ ਦਰਗਹ ਕਾਢੇ ਮਾਰੀ ॥
ଯିଏ ଏପରି ସାଧୁ ସଦଗୁରୁ ପାଇ ନାହିଁ, ତାହାକୁ ପ୍ରଭୁ-ଦରବାରରୁ ବାହାର କରି ଦିଆଯାଏ।

ਤੇ ਨਰ ਨਿੰਦਕ ਸੋਭ ਨ ਪਾਵਹਿ ਤਿਨ ਨਕ ਕਾਟੇ ਸਿਰਜਨਹਾਰੀ ॥੩॥
ଏପରି ନିନ୍ଦୁକ ପୁରୁଷ ଶୋଭା ପ୍ରାପ୍ତ କରେନାହିଁ, ତାହାକୁ ସୃଜନହାର ତିରସ୍କାର କରିଥାନ୍ତି||3||

ਹਰਿ ਆਪਿ ਬੁਲਾਵੈ ਆਪੇ ਬੋਲੈ ਹਰਿ ਆਪਿ ਨਿਰੰਜਨੁ ਨਿਰੰਕਾਰੁ ਨਿਰਾਹਾਰੀ ॥
ପରମାତ୍ମା ସ୍ଵୟଂ ହିଁ ବୋଲିଥାନ୍ତି ଏବଂ ବୋଲାଇଥାନ୍ତି, ପରନ୍ତୁ ସେ ମାୟାର କାଳିମ ରହିତ ଅଟନ୍ତି, ଆକାର ରହିତ ଏବଂ ସାଂସାରିକ କାର୍ଯ୍ୟ ଠାରୁ ନିର୍ଲିପ୍ତ ଅଟନ୍ତି।

ਹਰਿ ਜਿਸੁ ਤੂ ਮੇਲਹਿ ਸੋ ਤੁਧੁ ਮਿਲਸੀ ਜਨ ਨਾਨਕ ਕਿਆ ਏਹਿ ਜੰਤ ਵਿਚਾਰੀ ॥੪॥੨॥੬॥
ନାନକ କହନ୍ତି ଯେ ହେ ପରମେଶ୍ଵର! ଯାହାକୁ ତୁ ମିଳାଇ ନେଉଆ, ସେ ତୋ’ ଠାରେ ବିଲୀନ ହୋଇଯାଏ, ସେହି ବିଚରା ଜୀବ କିଛି ମଧ୍ୟ କରିବାରେ ଅସମର୍ଥ ଅଟେ||4||2||6|

ਭੈਰਉ ਮਹਲਾ ੪ ॥
ଭୈରଉ ମହଲା 3॥ 

ਸਤਸੰਗਤਿ ਸਾਈ ਹਰਿ ਤੇਰੀ ਜਿਤੁ ਹਰਿ ਕੀਰਤਿ ਹਰਿ ਸੁਨਣੇ ॥
ହେ ଈଶ୍ଵର! ତୋର ସେହି ସତସଙ୍ଗତି ଅଟେ, ଯେଉଁଠି ଭକ୍ତଜନ ହରି କୀର୍ତ୍ତନ ଶୁଣିଥାନ୍ତି।

ਜਿਨ ਹਰਿ ਨਾਮੁ ਸੁਣਿਆ ਮਨੁ ਭੀਨਾ ਤਿਨ ਹਮ ਸ੍ਰੇਵਹ ਨਿਤ ਚਰਣੇ ॥੧॥
ଯିଏ ହରିନାମର ସଙ୍କୀର୍ତ୍ତନ ଶୁଣିଥାଏ, ତାହାର ମନ ଆନନ୍ଦ ବିଭୋର ହୋଇଯାଏ ଆଉ ଆମେ ନିତ୍ୟ ତାହାଙ୍କ ଚରଣ ପୂଜକ ଅଟୁ||1||

ਜਗਜੀਵਨੁ ਹਰਿ ਧਿਆਇ ਤਰਣੇ ॥
ସଂସାରର ଜୀବନ ଈଶ୍ଵରଙ୍କ ଭଜନ କରିବା ଦ୍ଵାରା ମୁକ୍ତି ପ୍ରାପ୍ତ ହୋଇଯାଏ।

ਅਨੇਕ ਅਸੰਖ ਨਾਮ ਹਰਿ ਤੇਰੇ ਨ ਜਾਹੀ ਜਿਹਵਾ ਇਤੁ ਗਨਣੇ ॥੧॥ ਰਹਾਉ ॥
ହେ ପରମେଶ୍ଵର! ତୋର ଅସଂଖ୍ୟ ନାମ ଅଛି, ତାହା ଜିହ୍ଵା ଦ୍ଵାରା ଗଣା ଯାଇ ପାରିବ ନାହିଁ॥1॥ରୁହ॥

ਗੁਰਸਿਖ ਹਰਿ ਬੋਲਹੁ ਹਰਿ ਗਾਵਹੁ ਲੇ ਗੁਰਮਤਿ ਹਰਿ ਜਪਣੇ ॥
ହେ ଗୁରୁ-ଶିଷ୍ୟ! ହରିନାମ ବୋଲ! ହରିଙ୍କ ଗୁଣଗାନ କର ଆଉ ଗୁରୁ ଉପଦେଶ ନେଇ ହରିଙ୍କ ଜପ କର। 

ਜੋ ਉਪਦੇਸੁ ਸੁਣੇ ਗੁਰ ਕੇਰਾ ਸੋ ਜਨੁ ਪਾਵੈ ਹਰਿ ਸੁਖ ਘਣੇ ॥੨॥
ଯିଏ ଗୁରୁଙ୍କ ଉପଦେଶ ଶୁଣିଥାଏ, ସେ ପରମ ସୁଖ ପ୍ରାପ୍ତ କରିଥାଏ||2||

ਧੰਨੁ ਸੁ ਵੰਸੁ ਧੰਨੁ ਸੁ ਪਿਤਾ ਧੰਨੁ ਸੁ ਮਾਤਾ ਜਿਨਿ ਜਨ ਜਣੇ ॥
ସେହି ବଂଶ ଧନ୍ୟ ଅଟେ, ସେହି ମାତା ପିତା ମଧ୍ୟ ଧନ୍ୟ ଏବଂ ମହାନ ଅଟନ୍ତି, ଯିଏ ଭକ୍ତକୁ ଜାତ କରିଛନ୍ତି।

ਜਿਨ ਸਾਸਿ ਗਿਰਾਸਿ ਧਿਆਇਆ ਮੇਰਾ ਹਰਿ ਹਰਿ ਸੇ ਸਾਚੀ ਦਰਗਹ ਹਰਿ ਜਨ ਬਣੇ ॥੩॥
ଯିଏ ପ୍ରତି ଶ୍ଵାସ-ଗ୍ରାସରେ ମୋର ପ୍ରଭୁଙ୍କୁ ଚିନ୍ତନ କରିଥାଏ, ଏପରି ଭକ୍ତ ସଚ୍ଚା ଦରବାରରେ କୀର୍ତ୍ତି ପ୍ରାପ୍ତ କରିଥାଏ॥3॥

ਹਰਿ ਹਰਿ ਅਗਮ ਨਾਮ ਹਰਿ ਤੇਰੇ ਵਿਚਿ ਭਗਤਾ ਹਰਿ ਧਰਣੇ ॥
ପରମେଶ୍ଵରଙ୍କ ନାମ ଅଗମ୍ୟ ଅଟେ ଏବଂ ସେ ସ୍ଵୟଂ ହିଁ ଭକ୍ତର ଅନ୍ତର୍ମନରେ ବାସ କରିଥାନ୍ତି।

ਨਾਨਕ ਜਨਿ ਪਾਇਆ ਮਤਿ ਗੁਰਮਤਿ ਜਪਿ ਹਰਿ ਹਰਿ ਪਾਰਿ ਪਵਣੇ ॥੪॥੩॥੭॥
ଗୁରୁ ନାନକ କହନ୍ତି ଯେ ଯିଏ ଗୁରୁଙ୍କ ଉପଦେଶ ଅନୁସାରେ ପ୍ରଭୁଙ୍କ ଜପ କରିଥାଏ, ସେ ସଂସାର-ସାଗରରୁ ପାର ହୋଇଯାଏ||4||3||7||

error: Content is protected !!