ਸਰਬ ਮਨੋਰਥ ਪੂਰਨ ਕਰਣੇ ॥
ସେ ସବୁ କାମନାକୁ ପୂର୍ଣ୍ଣ କରିବା ବାଲା ଅଟନ୍ତି।
ਆਠ ਪਹਰ ਗਾਵਤ ਭਗਵੰਤੁ ॥
ଆଠ ପହର ଭଗବାନଙ୍କ ଗୁଣଗାନ କର
ਸਤਿਗੁਰਿ ਦੀਨੋ ਪੂਰਾ ਮੰਤੁ ॥੧॥
ସଦଗୁରୁ ଏହି ପୂର୍ଣ୍ଣ ମନ୍ତ୍ର ଦେଇଛନ୍ତି||1||
ਸੋ ਵਡਭਾਗੀ ਜਿਸੁ ਨਾਮਿ ਪਿਆਰੁ ॥
ଯାହାର ପ୍ରଭୁନାମ ସହିତ ଅତୁଟ ପ୍ରେମ ଅଛି, ସେ ହି ଭାଗ୍ୟବାନ ଅଟେ,
ਤਿਸ ਕੈ ਸੰਗਿ ਤਰੈ ਸੰਸਾਰੁ ॥੧॥ ਰਹਾਉ ॥
ତାହାଙ୍କ ସଙ୍ଗତ କରି ସଂସାରର ମଧ୍ୟ ଉଦ୍ଧାର ହୋଇଯାଏ॥1॥ରୁହ॥
ਸੋਈ ਗਿਆਨੀ ਜਿ ਸਿਮਰੈ ਏਕ ॥
ସେ ହିଁ ଜ୍ଞାନବାନ ଅଟେ, ଯିଏ ଈଶ୍ଵରଙ୍କ ସ୍ମରଣ କରିଥାଏ।
ਸੋ ਧਨਵੰਤਾ ਜਿਸੁ ਬੁਧਿ ਬਿਬੇਕ ॥
ଯାହା ପାଖରେ ବିବେକ ବୁଦ୍ଧି ଅଛି, ସେ ହିଁ ଧନବାନ ଅଟେ।
ਸੋ ਕੁਲਵੰਤਾ ਜਿ ਸਿਮਰੈ ਸੁਆਮੀ ॥
ଯିଏ ପ୍ରଭୁଙ୍କ ଉପାସନା କରିଥାଏ, ସେ ହିଁ କୁଳୀନ ଅଟେ।
ਸੋ ਪਤਿਵੰਤਾ ਜਿ ਆਪੁ ਪਛਾਨੀ ॥੨॥
ଯାହାର ଆତ୍ମ ଜ୍ଞାନର ପରିଚୟ ଥାଏ, ସେ ହିଁ ଇଜ୍ଜତଦାର ଅଟେ||2||
ਗੁਰ ਪਰਸਾਦਿ ਪਰਮ ਪਦੁ ਪਾਇਆ ॥
ଗୁରୁଙ୍କ କୃପାରୁ ଯିଏ ପରମ ପଦ ପ୍ରାପ୍ତ କରିଛି,
ਗੁਣ ਗੋੁਪਾਲ ਦਿਨੁ ਰੈਨਿ ਧਿਆਇਆ ॥
ସେ ପ୍ରଭୁଙ୍କ ଗୁଣଗାନ କରିଥାଏ, ଦିନରାତି ତାହାଙ୍କ ଧ୍ୟାନରେ ଲୀନ ରହିଥାଏ।
ਤੂਟੇ ਬੰਧਨ ਪੂਰਨ ਆਸਾ ॥
ତାହାର ଆଶା ପୂର୍ଣ୍ଣ ହୋଇଯାଏ ଏବଂ ସବୁ ବନ୍ଧନ ଭାଙ୍ଗି ଯାଏ।
ਹਰਿ ਕੇ ਚਰਣ ਰਿਦ ਮਾਹਿ ਨਿਵਾਸਾ ॥੩॥
ତାହାଙ୍କ ହୃଦୟରେ ପ୍ରଭୁଙ୍କ ଚରଣ ବନି ରହିଥାଏ||3||
ਕਹੁ ਨਾਨਕ ਜਾ ਕੇ ਪੂਰਨ ਕਰਮਾ ॥
ନାନକ କହନ୍ତି ଯେ ଯାହାର ପୂର୍ଣ୍ଣ ଭାଗ୍ୟ ହୋଇଥାଏ,
ਸੋ ਜਨੁ ਆਇਆ ਪ੍ਰਭ ਕੀ ਸਰਨਾ ॥
ସେହି ବ୍ୟକ୍ତି ପ୍ରଭୁଙ୍କ ଶରଣରେ ଆସିଥାଏ।
ਆਪਿ ਪਵਿਤੁ ਪਾਵਨ ਸਭਿ ਕੀਨੇ ॥
ସେ ନିଜେ ପବିତ୍ର ହୋଇଥାଏ, ସବୁଙ୍କୁ ପବିତ୍ର କରିଥାଏ ଏବଂ
ਰਾਮ ਰਸਾਇਣੁ ਰਸਨਾ ਚੀਨੑੇ ॥੪॥੩੫॥੪੮॥
ଜିହ୍ଵା ଦ୍ଵାରା ରାମନାମ ରସାୟନକୁ ଜାଣିଥାଏ||4||35||48||
ਭੈਰਉ ਮਹਲਾ ੫ ॥
ଭୈରଉ ମହଲା 5॥
ਨਾਮੁ ਲੈਤ ਕਿਛੁ ਬਿਘਨੁ ਨ ਲਾਗੈ ॥
ପ୍ରଭୁଙ୍କ ନାମ ନେବା ଦ୍ଵାରା କୌଣସି ବାଧା ଆସେ ନାହିଁ,
ਨਾਮੁ ਸੁਣਤ ਜਮੁ ਦੂਰਹੁ ਭਾਗੈ ॥
ନାମ ଶୁଣିବା ଦ୍ଵାରା ଯମ ମଧ୍ୟ ଦୂରକୁ ଚାଲିଯାଏ।
ਨਾਮੁ ਲੈਤ ਸਭ ਦੂਖਹ ਨਾਸੁ ॥
ପ୍ରଭୁ-ନାମର ବନ୍ଦନା ଦ୍ଵାରା ସବୁ ଦୁଃଖ ନାଶ ହୋଇଯାଏ,
ਨਾਮੁ ਜਪਤ ਹਰਿ ਚਰਣ ਨਿਵਾਸੁ ॥੧॥
ନାମ ଜପିବା ଦ୍ଵାରା ପ୍ରଭୁ-ଚରଣରେ ନିବାସ ହୋଇଥାଏ॥1॥
ਨਿਰਬਿਘਨ ਭਗਤਿ ਭਜੁ ਹਰਿ ਹਰਿ ਨਾਉ ॥
ପ୍ରଭୁଙ୍କ ଭକ୍ତି ପ୍ରତି ବିଘ୍ନ ଦୂର କରିଥାଏ,
ਰਸਕਿ ਰਸਕਿ ਹਰਿ ਕੇ ਗੁਣ ਗਾਉ ॥੧॥ ਰਹਾਉ ॥
ପରମାତ୍ମାଙ୍କ ଭଜନ କର, ପ୍ରଭୁଙ୍କ ଗୁଣ ଆନନ୍ଦ ପୂର୍ବକ ଗାନ କର॥1॥ରୁହ॥
ਹਰਿ ਸਿਮਰਤ ਕਿਛੁ ਚਾਖੁ ਨ ਜੋਹੈ ॥
ଈଶ୍ଵରଙ୍କ ସ୍ମରଣ କରିବା ଦ୍ଵାରା କୌଣସି ମନ୍ଦ ନଜର ଲାଗେ ନାହିଁ,
ਹਰਿ ਸਿਮਰਤ ਦੈਤ ਦੇਉ ਨ ਪੋਹੈ ॥
ଈଶ୍ଵରଙ୍କ ସ୍ମରଣ କରିବା ଦ୍ଵାରା ଭୁତ-ପ୍ରେତ ଦୁଃଖୀ କରନ୍ତି ନାହିଁ।
ਹਰਿ ਸਿਮਰਤ ਮੋਹੁ ਮਾਨੁ ਨ ਬਧੈ ॥
ଈଶ୍ଵରଙ୍କ ସ୍ମରଣ କରିବା ଦ୍ଵାରା ମାନ-ମୋହ ବାନ୍ଧି ରଖିପାରେ ନାହିଁ ଏବଂ
ਹਰਿ ਸਿਮਰਤ ਗਰਭ ਜੋਨਿ ਨ ਰੁਧੈ ॥੨॥
ଈଶ୍ଵରଙ୍କ ସ୍ମରଣ କରିବା ଦ୍ଵାରା ଗର୍ଭ ଯୋନିରୁ ମୁକ୍ତି ମିଳିଥାଏ||2||
ਹਰਿ ਸਿਮਰਨ ਕੀ ਸਗਲੀ ਬੇਲਾ ॥
ଦିନ-ରାତି ଅଥବା ପ୍ରାତଃ- ସନ୍ଧ୍ୟା ଈଶ୍ଵରଙ୍କ ସ୍ମରଣର ହିଁ ଶୁଭ ସମୟ ଅଟେ,
ਹਰਿ ਸਿਮਰਨੁ ਬਹੁ ਮਾਹਿ ਇਕੇਲਾ ॥
ଈଶ୍ଵରଙ୍କ ସ୍ମରଣ ଅନେକ ଲୋକ ଏକା ହିଁ କରିଥାନ୍ତି।
ਜਾਤਿ ਅਜਾਤਿ ਜਪੈ ਜਨੁ ਕੋਇ ॥
ଛୋଟ-ବଡ ଯେ କୌଣସି ଜାତିର ବ୍ୟକ୍ତି ପରମାତ୍ମାଙ୍କ ଜପ କରି ପାରିବ,
ਜੋ ਜਾਪੈ ਤਿਸ ਕੀ ਗਤਿ ਹੋਇ ॥੩॥
ଯିଏ ଜପ କରିଥାଏ, ତାହାର ମୁକ୍ତି ହୋଇଯାଏ॥3॥
ਹਰਿ ਕਾ ਨਾਮੁ ਜਪੀਐ ਸਾਧਸੰਗਿ ॥
ସାଧୁଜନଙ୍କ ସହିତ ପ୍ରଭୁଙ୍କ ନାମ ଜପ କରିବା ଉଚିତ,
ਹਰਿ ਕੇ ਨਾਮ ਕਾ ਪੂਰਨ ਰੰਗੁ ॥
ଏହାଦ୍ୱାରା ପ୍ରଭୁ-ନାମର ପୂର୍ଣ୍ଣ ରଙ୍ଗ ଲାଗି ଥାଏ।
ਨਾਨਕ ਕਉ ਪ੍ਰਭ ਕਿਰਪਾ ਧਾਰਿ ॥
ହେ ନାନକ! ପ୍ରଭୁ କୃପା କରି ଏପରି ବର ଦେଇଛନ୍ତି ଯେ
ਸਾਸਿ ਸਾਸਿ ਹਰਿ ਦੇਹੁ ਚਿਤਾਰਿ ॥੪॥੩੬॥੪੯॥
ସେ ପ୍ରତି ଶ୍ଵାସରେ ପ୍ରଭୁଙ୍କ ସ୍ମରଣ କରିଥାଏ||4||36||49||
ਭੈਰਉ ਮਹਲਾ ੫ ॥
ଭୈରଉ ମହଲା 5॥
ਆਪੇ ਸਾਸਤੁ ਆਪੇ ਬੇਦੁ ॥
ବେଦ ଏବଂ ଶାସ୍ତ୍ର ସେ ସ୍ଵୟଂ ହିଁ ଅଟନ୍ତି ଏବଂ
ਆਪੇ ਘਟਿ ਘਟਿ ਜਾਣੈ ਭੇਦੁ ॥
ସେ ସ୍ଵୟଂ ହିଁ ପ୍ରତି ଘଟର ରହସ୍ୟ ଜାଣିଥାନ୍ତି।
ਜੋਤਿ ਸਰੂਪ ਜਾ ਕੀ ਸਭ ਵਥੁ ॥
ସେ ଜ୍ୟୋତି ସ୍ୱରୂପ ଅଟନ୍ତି, ରଚନା ରୂପୀ ସବୁ ବସ୍ତୁ ତାହାଙ୍କ ହିଁ ଅଟେ।
ਕਰਣ ਕਾਰਣ ਪੂਰਨ ਸਮਰਥੁ ॥੧॥
ସେ ସବୁ କିଛି କରିବାରେ ପୂର୍ଣ୍ଣ ସମର୍ଥ ଅଟନ୍ତି||1||
ਪ੍ਰਭ ਕੀ ਓਟ ਗਹਹੁ ਮਨ ਮੇਰੇ ॥
ହେ ମୋର ମନ! ପ୍ରଭୁଙ୍କ ଆଶ୍ରୟ ନିଅ,
ਚਰਨ ਕਮਲ ਗੁਰਮੁਖਿ ਆਰਾਧਹੁ ਦੁਸਮਨ ਦੂਖੁ ਨ ਆਵੈ ਨੇਰੇ ॥੧॥ ਰਹਾਉ ॥
ଗୁରୁଙ୍କ ଦ୍ଵାରା ତାହାଙ୍କ ଚରଣ-କମଳର ଆରାଧନା କର, ଏହାଦ୍ୱାରା କୌଣସି ଦୁଃଖ କିମ୍ବା ଶତ୍ରୁ ପାଖକୁ ଆସେ ନାହିଁ॥1॥ରୁହ॥
ਆਪੇ ਵਣੁ ਤ੍ਰਿਣੁ ਤ੍ਰਿਭਵਣ ਸਾਰੁ ॥ ਜਾ ਕੈ ਸੂਤਿ ਪਰੋਇਆ ਸੰਸਾਰੁ ॥
ବନ, ବନସ୍ପତି, ତିନି ଲୋକର ସାର ସେ ସ୍ଵୟଂ ହିଁ ଅଟନ୍ତି ଆଉ ପୁରା ସଂସାର ତାହାଙ୍କ ସୂତାରେ ଗୁନ୍ଥା ହୋଇଛି।
ਆਪੇ ਸਿਵ ਸਕਤੀ ਸੰਜੋਗੀ ॥
ସେ ସ୍ଵୟଂ ହିଁ ଶିବ ଆଉ ଶକ୍ତିର ସଂଯୋଗ କରାଇବା ବାଲା ଅଟନ୍ତି।
ਆਪਿ ਨਿਰਬਾਣੀ ਆਪੇ ਭੋਗੀ ॥੨॥
ସେ ସ୍ଵୟଂ ହିଁ ଭୋଗିବା ବାଲା ଅଟନ୍ତି ଆଉ ସ୍ଵୟଂ ହିଁ ନିର୍ଲିପ୍ତ ଅଟନ୍ତି||2||
ਜਤ ਕਤ ਪੇਖਉ ਤਤ ਤਤ ਸੋਇ ॥
ଯେଉଁଠି ମଧ୍ୟ ଦୃଷ୍ଟି ଯାଇଥାଏ, ସେଠାରେ ସେ ହିଁ ଅଛନ୍ତି,
ਤਿਸੁ ਬਿਨੁ ਦੂਜਾ ਨਾਹੀ ਕੋਇ ॥
ତାହାଙ୍କ ବିନା ଆଉ କେହି ନାହାନ୍ତି।
ਸਾਗਰੁ ਤਰੀਐ ਨਾਮ ਕੈ ਰੰਗਿ ॥
ପ୍ରଭୁ-ନାମର ରଙ୍ଗରେ ଲୀନ ରହି ସଂସାର-ସାଗରରୁ ପାର କରାଯାଇ ପାରେ,
ਗੁਣ ਗਾਵੈ ਨਾਨਕੁ ਸਾਧਸੰਗਿ ॥੩॥
ଏଣୁ ସାଧୁଙ୍କ ସହିତ ନାନକ ତାହାଙ୍କ ଗୁଣ ହିଁ ଗାନ କରିଥାନ୍ତି||3||
ਮੁਕਤਿ ਭੁਗਤਿ ਜੁਗਤਿ ਵਸਿ ਜਾ ਕੈ ॥
ମୁକ୍ତି, ଭୁକ୍ତି ଏବଂ ଯୁକ୍ତି ତାହାଙ୍କ ବଶରେ ଅଛି ଏବଂ
ਊਣਾ ਨਾਹੀ ਕਿਛੁ ਜਨ ਤਾ ਕੈ ॥
ତାହାଙ୍କ ଭକ୍ତର ପାଖରେ କୌଣସି ଚିଜର ଅଭାବ ନଥାଏ।
ਕਰਿ ਕਿਰਪਾ ਜਿਸੁ ਹੋਇ ਸੁਪ੍ਰਸੰਨ ॥
ହେ ନାନକ! ସେ କୃପା କରି ଜାହ ଉପରେ ପ୍ରସନ୍ନ ହୋଇଯାନ୍ତି,
ਨਾਨਕ ਦਾਸ ਸੇਈ ਜਨ ਧੰਨ ॥੪॥੩੭॥੫੦॥
ସେହି ବ୍ୟକ୍ତି ଧନ୍ୟ ଅଟେ||4||37||50||
ਭੈਰਉ ਮਹਲਾ ੫ ॥
ଭୈରଉ ମହଲା 5॥
ਭਗਤਾ ਮਨਿ ਆਨੰਦੁ ਗੋਬਿੰਦ ॥
ଭକ୍ତର ମନରେ ଈଶ୍ଵରଙ୍କ ନିବାସ ଦ୍ଵାରା ଆନନ୍ଦ ବନି ରହିଥାଏ।
ਅਸਥਿਤਿ ਭਏ ਬਿਨਸੀ ਸਭ ਚਿੰਦ ॥
ତାହାଙ୍କ ସବୁ ଚିନ୍ତା ନଷ୍ଟ ହୋଇଯାଏ ଏବଂ ସେ ସ୍ଥିର ଚିତ୍ତ ହୋଇଯାଏ।