ਜਉ ਗੁਰਦੇਉ ਬੁਰਾ ਭਲਾ ਏਕ ॥
ଯଦି ଗୁରୁ ପ୍ରାପ୍ତ ହୋଇଯାଏ, ଜୀବକୁ ଭଲ ଓ ମନ୍ଦ ଏକ ଭଳି ଲାଗିଥାଏ,
ਜਉ ਗੁਰਦੇਉ ਲਿਲਾਟਹਿ ਲੇਖ ॥੫॥
ଯଦି ଗୁରୁ କୃପାଳୁ ହୋଇଯାନ୍ତି , ଭାଗ୍ୟ ଭଲ ହୋଇଯାଏ||5||
ਜਉ ਗੁਰਦੇਉ ਕੰਧੁ ਨਹੀ ਹਿਰੈ ॥
ଯଦି ଗୁରୁ କୃପାଳୁ ହୋଇଯାନ୍ତି, ଶରୀର ନଷ୍ଟ ହୁଏନାହିଁ,
ਜਉ ਗੁਰਦੇਉ ਦੇਹੁਰਾ ਫਿਰੈ ॥
ଯଦି ଗୁରୁ କୃପାଳୁ ହୋଇଯାନ୍ତି, ମନ୍ଦିର ମଧ୍ୟ ଗତି କରିଥାଏ,
ਜਉ ਗੁਰਦੇਉ ਤ ਛਾਪਰਿ ਛਾਈ ॥
ଯଦି ଗୁରୁ କୃପାଳୁ ହୋଇଯାନ୍ତି, ଝୁପୁଡି ମଧ୍ୟ ବନିଯାଏ,
ਜਉ ਗੁਰਦੇਉ ਸਿਹਜ ਨਿਕਸਾਈ ॥੬॥
ଯଦି ଗୁରୁ କୃପାଳୁ ହୋଇଯାନ୍ତି, ଜଳରୁ ମଧ୍ୟ ଶୁଖିଲା ବାହାର କରିଥାନ୍ତି||6||
ਜਉ ਗੁਰਦੇਉ ਤ ਅਠਸਠਿ ਨਾਇਆ ॥
ଯଦି ଗୁରୁ ମିଳିଯାନ୍ତି, ଅଠଷଠି ତୀର୍ଥର ସ୍ନାନ ହୋଇଯାଏ।
ਜਉ ਗੁਰਦੇਉ ਤਨਿ ਚਕ੍ਰ ਲਗਾਇਆ ॥
ଯଦି ଗୁରୁ କୃପାଳୁ ହୋଇଯାନ୍ତି, ଶରୀରରେ ପବିତ୍ର ଚକ୍ର ଲାଗିଯାଏ।
ਜਉ ਗੁਰਦੇਉ ਤ ਦੁਆਦਸ ਸੇਵਾ ॥
ଯଦି ଗୁରୁଙ୍କ ସେବା କରାଯାଏ, ବାର ପ୍ରକାର ସେବା ପୁରା ହୋଇଯାଏ,
ਜਉ ਗੁਰਦੇਉ ਸਭੈ ਬਿਖੁ ਮੇਵਾ ॥੭॥
ଯଦି ଗୁରୁ କୃପାଳୁ ହୋଇଯାନ୍ତି, ସବୁ ପ୍ରକାର ଜହର ମିଠା ବନିଯାଏ||7||
ਜਉ ਗੁਰਦੇਉ ਤ ਸੰਸਾ ਟੂਟੈ ॥
ଯଦି ଗୁରୁ କୃପା କରନ୍ତି, ସଂଶୟ ଦୂର ହୋଇଯାଏ,
ਜਉ ਗੁਰਦੇਉ ਤ ਜਮ ਤੇ ਛੂਟੈ ॥
ଯଦି ଗୁରୁ କୃପାଳୁ ହୋଇଯାନ୍ତି, ଯମ ଠାରୁ ମୁକ୍ତି ମିଳିଯାଏ,
ਜਉ ਗੁਰਦੇਉ ਤ ਭਉਜਲ ਤਰੈ ॥
ଯଦି ଗୁରୁ କୃପାଳୁ ହୋଇଯାନ୍ତି, ପ୍ରାଣୀ ସଂସାର ସାଗରରୁ ପାର ହୋଇଯାଏ,
ਜਉ ਗੁਰਦੇਉ ਤ ਜਨਮਿ ਨ ਮਰੈ ॥੮॥
ଯଦି ଗୁରୁ କୃପାଳୁ ହୋଇଯାନ୍ତି, ଜନ୍ମ-ମରଣ ଦୂର ହୋଇଯାଏ||8||
ਜਉ ਗੁਰਦੇਉ ਅਠਦਸ ਬਿਉਹਾਰ ॥
ଗୁରୁଙ୍କ ଖୁସିରେ ହିଁ ଅଠର ପୁରାଣର ବ୍ୟବହାର ହୋଇଥାଏ,
ਜਉ ਗੁਰਦੇਉ ਅਠਾਰਹ ਭਾਰ ॥
ଯଦି ଗୁରୁ କୃପାଳୁ ହୋଇଯାନ୍ତି, ଅଠର ଭାର ବନସ୍ପତିର ଅର୍ଚ୍ଚନା ସଫଳ ହୋଇଯାଏ।
ਬਿਨੁ ਗੁਰਦੇਉ ਅਵਰ ਨਹੀ ਜਾਈ ॥ ਨਾਮਦੇਉ ਗੁਰ ਕੀ ਸਰਣਾਈ ॥੯॥੧॥੨॥੧੧॥
ଗୁରୁଙ୍କ ବିନା ଅନ୍ୟ କୌଣସି ସାହାରା ଅଥବା ପୂଜନୀୟ ନାହାନ୍ତି, ଏଥିପାଇଁ ନାମଦେବ ଏକମାତ୍ର ଗୁରୁଙ୍କ ଶରଣରେ ଆସିଛନ୍ତି||9||1||2||11||
ਭੈਰਉ ਬਾਣੀ ਰਵਿਦਾਸ ਜੀਉ ਕੀ ਘਰੁ ੨
ଭୈରଉ ବାଣୀ ରବିଦାସ ଜୀ ଘର 2
ੴ ਸਤਿਗੁਰ ਪ੍ਰਸਾਦਿ ॥
ଈଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਬਿਨੁ ਦੇਖੇ ਉਪਜੈ ਨਹੀ ਆਸਾ ॥
ସଂସାରର ବସ୍ତୁକୁ ଦେଖିବା ବିନା ମନରେ ଆଶା ଉତ୍ପନ୍ନ ହୁଏନାହିଁ,
ਜੋ ਦੀਸੈ ਸੋ ਹੋਇ ਬਿਨਾਸਾ ॥
ଯାହା ମଧ୍ୟ ଦେଖାଯାଏ, ତାହା ନଶ୍ଵର ଅଟେ।
ਬਰਨ ਸਹਿਤ ਜੋ ਜਾਪੈ ਨਾਮੁ ॥
ଯିଏ ପୂର୍ଣ୍ଣ ନିଷ୍ଠା ସହିତ ପରମାତ୍ମାଙ୍କ ଜପ କରିଥାଏ,
ਸੋ ਜੋਗੀ ਕੇਵਲ ਨਿਹਕਾਮੁ ॥੧॥
ସେହି ଯୋଗୀ କେବଳ ନିଷ୍କାମ ଅଟନ୍ତି||1||
ਪਰਚੈ ਰਾਮੁ ਰਵੈ ਜਉ ਕੋਈ ॥
ଯିଏ ଗୁରୁଙ୍କ ଠାରୁ ଜ୍ଞାନ ପାଇ ଈଶ୍ଵରଙ୍କ ଉପାସନା କରିଥାଏ,
ਪਾਰਸੁ ਪਰਸੈ ਦੁਬਿਧਾ ਨ ਹੋਈ ॥੧॥ ਰਹਾਉ ॥
ସେ ଗୁରୁ ରୂପୀ ପାରସର ସ୍ପର୍ଶରେ ଦ୍ଵିଧାରେ ପଡେ ନାହିଁ॥1॥ରୁହ॥
ਸੋ ਮੁਨਿ ਮਨ ਕੀ ਦੁਬਿਧਾ ਖਾਇ ॥
ବାସ୍ତବରେ ମୁନି ସେ ହିଁ ଅଟେ, ଯିଏ ମନର ଦ୍ଵିଧାକୁ ବାହାର କରି ଦେଇଥାଏ ଏବଂ
ਬਿਨੁ ਦੁਆਰੇ ਤ੍ਰੈ ਲੋਕ ਸਮਾਇ ॥
ଦ୍ଵାର ବିନା ତିନି ଲୋକର ଆତମାରେ ବିଲୀନ କରି ଦେଇଥାଏ ଅର୍ଥାତ ଜଗତର ବ୍ଳାଲ୍ସାକୁ ସମାପ୍ତ କରିଥାଏ।
ਮਨ ਕਾ ਸੁਭਾਉ ਸਭੁ ਕੋਈ ਕਰੈ ॥
ମନର ସ୍ଵଭାବ ଅନୁସାରେ ସମସ୍ତେ କିଛି ନା କିଛି କରିଥାନ୍ତି,
ਕਰਤਾ ਹੋਇ ਸੁ ਅਨਭੈ ਰਹੈ ॥੨॥
କିନ୍ତୁ ଯିଏ ସଂସାରର କର୍ତ୍ତା ଅଟନ୍ତି, ସେ ନିର୍ଭୟ ରହିଥାଏ||2||
ਫਲ ਕਾਰਨ ਫੂਲੀ ਬਨਰਾਇ ॥
ଫଳ ଉତ୍ପନ୍ନ ପାଇଁ ଫୁଲ ଆସିଥାଏ,
ਫਲੁ ਲਾਗਾ ਤਬ ਫੂਲੁ ਬਿਲਾਇ ॥
ଯେତେବେଳେ ଫଳ ଲାଗିଥାଏ, ଫୁଲ ସ୍ଵତଃ ଝଡି ଯାଇଥାଏ।
ਗਿਆਨੈ ਕਾਰਨ ਕਰਮ ਅਭਿਆਸੁ ॥
ସେପରି ହିଁ ଜ୍ଞାନର ଉପଲବ୍ଧି ପାଇଁ କର୍ମର ଅଭ୍ୟାସ କରାଯାଏ।
ਗਿਆਨੁ ਭਇਆ ਤਹ ਕਰਮਹ ਨਾਸੁ ॥੩॥
ଯେତେବେଳେ ଜ୍ଞାନର ପ୍ରାପ୍ତି ହୋଇଯାଏ, କର୍ମକାଣ୍ଡ ସମାପ୍ତ ହୋଇଯାଏ||3||
ਘ੍ਰਿਤ ਕਾਰਨ ਦਧਿ ਮਥੈ ਸਇਆਨ ॥
ଯେପରି ଚତୁର ଲୋକ ଘିଅ ପାଇଁ ଦୁଧ ମନ୍ଥନ କରିଥାନ୍ତି,
ਜੀਵਤ ਮੁਕਤ ਸਦਾ ਨਿਰਬਾਨ ॥
ସେପରି ହିଁ ଜୀବନ୍ମୁକ୍ତ ନିର୍ବାଣ ପଦ ପ୍ରାପ୍ତ କରିଥାଏ।
ਕਹਿ ਰਵਿਦਾਸ ਪਰਮ ਬੈਰਾਗ ॥
ରବିଦାସ ପରମ ବୈରାଗ୍ୟର କଥା କହିଥାନ୍ତି ଯେ
ਰਿਦੈ ਰਾਮੁ ਕੀ ਨ ਜਪਸਿ ਅਭਾਗ ॥੪॥੧॥
ହେ ଅଭାଗା! ହୃଦୟରେ ପରମାତ୍ମାଙ୍କ ଜପ କାହିଁକି କରୁ ନାହଁ?||4||1||
ਨਾਮਦੇਵ ॥
ନାମଦେବ॥
ਆਉ ਕਲੰਦਰ ਕੇਸਵਾ ॥ ਕਰਿ ਅਬਦਾਲੀ ਭੇਸਵਾ ॥ ਰਹਾਉ ॥
ହେ କେଶବ ପ୍ରଭୁ! ଫକିର ବେଶରେ ହିଁ ଆସି ମିଳନ କର॥1॥ରୁହ॥
ਜਿਨਿ ਆਕਾਸ ਕੁਲਹ ਸਿਰਿ ਕੀਨੀ ਕਉਸੈ ਸਪਤ ਪਯਾਲਾ ॥
ତୁ ଏପରି ଅଟୁ, ଯିଏ ଆକାଶକୁ ଟୋପି ଭଳି ଧାରଣ କରିଛୁ, ସାତ ପାତାଳ ତୋର ଜୋତା ଅଟେ।
ਚਮਰ ਪੋਸ ਕਾ ਮੰਦਰੁ ਤੇਰਾ ਇਹ ਬਿਧਿ ਬਨੇ ਗੁਪਾਲਾ ॥੧॥
ସବୁ ଜୀବ ତୋର ଘର ଅଟେ, ହେ ଜଗତ ପାଳକ! ଏହିପରି ତୁ ସୁନ୍ଦର ବନି ଯାଇଛୁ|1||
ਛਪਨ ਕੋਟਿ ਕਾ ਪੇਹਨੁ ਤੇਰਾ ਸੋਲਹ ਸਹਸ ਇਜਾਰਾ ॥
ଛପନ କୋଟି ବାଦଲ ତୋର ଆବରଣ ଅଟେ ଷୋହଳ ହଜାର ତୋର ପାଇଜାମା ଅଟେ।
ਭਾਰ ਅਠਾਰਹ ਮੁਦਗਰੁ ਤੇਰਾ ਸਹਨਕ ਸਭ ਸੰਸਾਰਾ ॥੨॥
ଅଠର ଭାର ବନସ୍ପତି ଓ ସଂପୂର୍ଣ୍ଣ ସଂସାର ତୋର ଥାଳି ଅଟେ||2||
ਦੇਹੀ ਮਹਜਿਦਿ ਮਨੁ ਮਉਲਾਨਾ ਸਹਜ ਨਿਵਾਜ ਗੁਜਾਰੈ ॥
ଏହି ଶରୀର ମସଜିଦ ଅଟେ ଏବଂ ମନ ରୂପୀ ମୁଲ୍ଲା ସ୍ଵାଭାବିକ ଭାବରେ ନମାଜ ପଢିଥାନ୍ତି।
ਬੀਬੀ ਕਉਲਾ ਸਉ ਕਾਇਨੁ ਤੇਰਾ ਨਿਰੰਕਾਰ ਆਕਾਰੈ ॥੩॥
ଦେବୀ ଲକ୍ଷ୍ମୀ ତୋର ନିକାହ ହୋଇଛନ୍ତି, ଯାହା ତୋର ନିର୍ଗୁଣ ରୂପକୁ ସଗୁଣ କରିଥାନ୍ତି||3||
ਭਗਤਿ ਕਰਤ ਮੇਰੇ ਤਾਲ ਛਿਨਾਏ ਕਿਹ ਪਹਿ ਕਰਉ ਪੁਕਾਰਾ ॥
ଭକ୍ତି କରିବା ସମୟରେ ମୋ’ ଠାରୁ ଗିନି ଛଡାଇ ନେଇ ଯାଇଛନ୍ତି, ତୋ’ ବିନା କାହାକୁ କହିବି?
ਨਾਮੇ ਕਾ ਸੁਆਮੀ ਅੰਤਰਜਾਮੀ ਫਿਰੇ ਸਗਲ ਬੇਦੇਸਵਾ ॥੪॥੧॥
ନାମଦେବଙ୍କ ସ୍ଵାମୀ ହୃଦୟର ସବୁ ଭାବନା ଜାଣିଥାନ୍ତି, ସେ ସବୁଙ୍କ ଠାରେ ରମଣ କରିଥାନ୍ତି||4||1||