ਤੂ ਕਰਿ ਗਤਿ ਮੇਰੀ ਪ੍ਰਭ ਦਇਆਰ ॥੧॥ ਰਹਾਉ ॥
ହେ ଦୟାଳୁ ପ୍ରଭୁ ତୁ ହିଁ ମୋର ମୁକ୍ତି କର॥1॥ରୁହ॥
ਜਾਪ ਨ ਤਾਪ ਨ ਕਰਮ ਕੀਤਿ ॥
ନା କୌଣସି ଜପ କରିଛି, ନା ତପସ୍ୟା କରିଛି, ନା ଶୁଭ କର୍ମ କରିଛି,
ਆਵੈ ਨਾਹੀ ਕਛੂ ਰੀਤਿ ॥
ମୁଁ କୌଣସି କର୍ମ କରି ଜାଣି ନାହିଁ।
ਮਨ ਮਹਿ ਰਾਖਉ ਆਸ ਏਕ ॥
କିନ୍ତୁ ମନରେ ଏକ ଏହି ବିଶ୍ଵାସ ଯେ
ਨਾਮ ਤੇਰੇ ਕੀ ਤਰਉ ਟੇਕ ॥੨॥
ତୋର ନାମର ସାହାରାରେ ସଂସାର-ସାଗର ପାର ହୋଇଯିବି||2||
ਸਰਬ ਕਲਾ ਪ੍ਰਭ ਤੁਮ੍ਹ੍ਹ ਪ੍ਰਬੀਨ ॥
ହେ ପ୍ରଭୁ! ତୁ ସର୍ବ ଶକ୍ତିରେ ନିପୁଣ ଅଟୁ ଏବଂ
ਅੰਤੁ ਨ ਪਾਵਹਿ ਜਲਹਿ ਮੀਨ ॥
ଜଳରେ ରହିବା ବାଲା ମାଛ ଭଳି ତୋର ରହସ୍ୟ ଜାଣି ପାରେ ନାହିଁ।
ਅਗਮ ਅਗਮ ਊਚਹ ਤੇ ਊਚ ॥
ତୁ ଅସୀମ, ଅଗମ୍ୟ ଏବଂ ମହାନ ଅଟୁ।
ਹਮ ਥੋਰੇ ਤੁਮ ਬਹੁਤ ਮੂਚ ॥੩॥
ଆମେ ତୁଛ ଅଟୁ ଆଉ ତୁମେ ସଂପୂର୍ଣ୍ଣ ବିଶ୍ଵରେ ବହୁତ ବଡ ଅଟ||3||
ਜਿਨ ਤੂ ਧਿਆਇਆ ਸੇ ਗਨੀ ॥
ଯିଏ ତୋର ଧ୍ୟାନ କରିଥାଏ, ସେ ଯଶସ୍ଵୀ ହୋଇଥାଏ,
ਜਿਨ ਤੂ ਪਾਇਆ ਸੇ ਧਨੀ ॥
ଯିଏ ତୋତେ ପ୍ରାପ୍ତ କରିଛି, ବାସ୍ତବରେ ସେ ଧନବାନ ଅଟେ।
ਜਿਨਿ ਤੂ ਸੇਵਿਆ ਸੁਖੀ ਸੇ ॥
ନାନକ କହନ୍ତି ଯେ ହେ ପ୍ରଭୁ! ଯିଏ ତୋର ଭକ୍ତି-ଅର୍ଚ୍ଚନା କରିଥାଏ, –
ਸੰਤ ਸਰਣਿ ਨਾਨਕ ਪਰੇ ॥੪॥੭॥
ସେ ହିଁ ସୁଖୀ ଅଟେ ଆଉ ସେ ସନ୍ଥଙ୍କ ଶରଣରେ ପଡି ରହିଥାଏ||4||7||
ਬਸੰਤੁ ਮਹਲਾ ੫ ॥
ବସନ୍ତ ମହଲା 5॥
ਤਿਸੁ ਤੂ ਸੇਵਿ ਜਿਨਿ ਤੂ ਕੀਆ ॥
ହେ ମନୁଷ୍ୟ! ଯିଏ ତୋତେ ବନାଇଛନ୍ତି, ତୁ ତାହାଙ୍କ ଉପାସନା କର।
ਤਿਸੁ ਅਰਾਧਿ ਜਿਨਿ ਜੀਉ ਦੀਆ ॥
ଯିଏ ତୋତେ ପ୍ରାଣ ଦେଇଛନ୍ତି, ତାହାଙ୍କ ଆରାଧନା କର।
ਤਿਸ ਕਾ ਚਾਕਰੁ ਹੋਹਿ ਫਿਰਿ ਡਾਨੁ ਨ ਲਾਗੈ ॥
ଯଦି ତୁ ତାହାଙ୍କ ସେବକ ବନି ଯାଉ, ତାହାହେଲେ ପୁନଃ କୌଣସି ଦଣ୍ଡ ପ୍ରାପ୍ତ ହେବ ନାହିଁ।
ਤਿਸ ਕੀ ਕਰਿ ਪੋਤਦਾਰੀ ਫਿਰਿ ਦੂਖੁ ਨ ਲਾਗੈ ॥੧॥
ଯଦି ତୁ ତାହାଙ୍କ ନାମକୁ ଖଜଣା ମାନି ଚାଲୁ, ପୁନଃ କୌଣସି ଦୁଃଖ ଆସିବ ନାହିଁ||1||
ਏਵਡ ਭਾਗ ਹੋਹਿ ਜਿਸੁ ਪ੍ਰਾਣੀ ॥
ଯେଉଁ ପ୍ରାଣୀର ଏତେ ବଡ ଭାଗ୍ୟ ହୋଇଥାଏ,
ਸੋ ਪਾਏ ਇਹੁ ਪਦੁ ਨਿਰਬਾਣੀ ॥੧॥ ਰਹਾਉ ॥
ସେ ହିଁ ଏହି ଉଚ୍ଚ ପଦ ପ୍ରାପ୍ତ କରିଥାଏ॥1॥ରୁହ॥
ਦੂਜੀ ਸੇਵਾ ਜੀਵਨੁ ਬਿਰਥਾ ॥
ଈଶ୍ଵରଙ୍କ ଅତିରିକ୍ତ ଅନ୍ୟ କାହାର ସେବା ଦ୍ଵାରା ଜୀବନ ବ୍ୟର୍ଥ ହୋଇଯାଏ ଏବଂ
ਕਛੂ ਨ ਹੋਈ ਹੈ ਪੂਰਨ ਅਰਥਾ ॥
କୌଣସି କାମନା ଅଥବା ଆବଶ୍ୟକତା ପୁରା ହୁଏନାହିଁ।
ਮਾਣਸ ਸੇਵਾ ਖਰੀ ਦੁਹੇਲੀ ॥
ଲୋକଙ୍କ ସେବା ଦ୍ଵାରା ଭଗ୍ୟରେ ଦୁଃଖ ହିଁ ଥାଏ,
ਸਾਧ ਕੀ ਸੇਵਾ ਸਦਾ ਸੁਹੇਲੀ ॥੨॥
କିନ୍ତୁ ସାଧୁ-ମହାତ୍ମାଙ୍କ ସେବା କରିବା ଦ୍ଵାରା ସଦା ସୁଖ ଉପଲବ୍ଧ ହୋଇଥାଏ||2||
ਜੇ ਲੋੜਹਿ ਸਦਾ ਸੁਖੁ ਭਾਈ ॥
ହେ ଭାଇ! ଯଦି ତୁ ସଦା ସୁଖ ପାଇବାକୁ ଚାହୁଁ ଅଛ,
ਸਾਧੂ ਸੰਗਤਿ ਗੁਰਹਿ ਬਤਾਈ ॥
ଗୁରୁ ଏହି ସତମାର୍ଗ ବତାଇଛନ୍ତି ଯେ ସାଧୁ ପୁରୁଷଙ୍କ ସଙ୍ଗତ କର।
ਊਹਾ ਜਪੀਐ ਕੇਵਲ ਨਾਮ ॥
ସେଠାରେ କେବଳ ଈଶ୍ଵରଙ୍କ ନାମ ଜପ କରାଯାଏ ଏବଂ
ਸਾਧੂ ਸੰਗਤਿ ਪਾਰਗਰਾਮ ॥੩॥
ସାଧୁ-ପୁରୁଷଙ୍କ ସଙ୍ଗତରେ ମୁକ୍ତି ହୋଇଥାଏ||3||
ਸਗਲ ਤਤ ਮਹਿ ਤਤੁ ਗਿਆਨੁ ॥
ସବୁ ତତ୍ତ୍ଵରେ ଜ୍ଞାନ ତତ୍ତ୍ଵ ସର୍ବଶ୍ରେଷ୍ଠ ଅଟେ।
ਸਰਬ ਧਿਆਨ ਮਹਿ ਏਕੁ ਧਿਆਨੁ ॥
ସବୁ ଧ୍ୟାନରେ କେବଳ ପରମାତ୍ମାଙ୍କ ଧ୍ୟାନ ଫଳପ୍ରଦ ଅଟେ।
ਹਰਿ ਕੀਰਤਨ ਮਹਿ ਊਤਮ ਧੁਨਾ ॥
ଉତ୍ତମ ଧ୍ୱନି ଈଶ୍ଵରଙ୍କ ସଙ୍କୀର୍ତ୍ତନରେ ହୋଇଥାଏ।
ਨਾਨਕ ਗੁਰ ਮਿਲਿ ਗਾਇ ਗੁਨਾ ॥੪॥੮॥
ନାନକ କହନ୍ତି ଯେ ଗୁରୁଙ୍କ ସହିତ ମିଶି ଭଗବାନଙ୍କ ଗୁଣଗାନ କର||4||8||
ਬਸੰਤੁ ਮਹਲਾ ੫ ॥
ବସନ୍ତ ମହଲା 5॥
ਜਿਸੁ ਬੋਲਤ ਮੁਖੁ ਪਵਿਤੁ ਹੋਇ ॥
ଯାହାଙ୍କ ନାମ ଜପିବା ଦ୍ଵାରା ମୁଖ ପବିତ୍ର ହୋଇଯାଏ,
ਜਿਸੁ ਸਿਮਰਤ ਨਿਰਮਲ ਹੈ ਸੋਇ ॥
ଯାହାଙ୍କ ସ୍ମରଣ କରିବା ଦ୍ଵାରା ମାନ-ପ୍ରତିଷ୍ଠା ପ୍ରାପ୍ତ ହୋଇଥାଏ,
ਜਿਸੁ ਅਰਾਧੇ ਜਮੁ ਕਿਛੁ ਨ ਕਹੈ ॥
ଯାହାଙ୍କ ଆରାଧନା କରିବା ଦ୍ଵାରା ଯମ ମଧ୍ୟ ଦଣ୍ଡ ଦେଇପାରେ ନାହିଁ,
ਜਿਸ ਕੀ ਸੇਵਾ ਸਭੁ ਕਿਛੁ ਲਹੈ ॥੧॥
ଯାହାଙ୍କ ଭକ୍ତି କରିବା ଦ୍ଵାରା ସବୁକିଛି ପ୍ରାପ୍ତ ହୋଇଥାଏ||1||
ਰਾਮ ਰਾਮ ਬੋਲਿ ਰਾਮ ਰਾਮ ॥
ପ୍ରେମ ସହିତ ରାମ ନାମ ଜପ କର ଏବଂ
ਤਿਆਗਹੁ ਮਨ ਕੇ ਸਗਲ ਕਾਮ ॥੧॥ ਰਹਾਉ ॥
ମନର ସମସ୍ତ ଲାଳସା ତ୍ୟାଗ କର॥1॥ରୁହ॥
ਜਿਸ ਕੇ ਧਾਰੇ ਧਰਣਿ ਅਕਾਸੁ ॥
ସେହି ଅନନ୍ତ ଶକ୍ତି ପରମେଶ୍ଵର ଧରିତ୍ରୀ ଓ ଆକାଶକୁ ସାହାରା ଦେଇଛନ୍ତି,
ਘਟਿ ਘਟਿ ਜਿਸ ਕਾ ਹੈ ਪ੍ਰਗਾਸੁ ॥
ପ୍ରତି ଘଟରେ ସେହି ପ୍ରଭୁଙ୍କ ଆଲୋକ ଅଛି।
ਜਿਸੁ ਸਿਮਰਤ ਪਤਿਤ ਪੁਨੀਤ ਹੋਇ ॥
ଯାହାଙ୍କ ସ୍ମରଣ କରିବା ଦ୍ଵାରା ପତିତ ଜୀବ ମଧ୍ୟ ପବିତ୍ର ହୋଇଯାଏ,
ਅੰਤ ਕਾਲਿ ਫਿਰਿ ਫਿਰਿ ਨ ਰੋਇ ॥੨॥
ଅନ୍ତକାଳରେ ପୁନଃ ପୁନଃ ପଶ୍ଚାତାପ କରିବାକୁ ପଡେ ନାହିଁ||2||
ਸਗਲ ਧਰਮ ਮਹਿ ਊਤਮ ਧਰਮ ॥
ଈଶ୍ଵରଙ୍କ ଉପାସନା ସବୁ ଧର୍ମ ମଧ୍ୟରେ ଶ୍ରେଷ୍ଠ ଅଟେ,
ਕਰਮ ਕਰਤੂਤਿ ਕੈ ਊਪਰਿ ਕਰਮ ॥
ଯେତେ ମଧ୍ୟ କର୍ମ ଅଛି, ଈଶ୍ଵର ସେବା ହିଁ ବଡ କର୍ମ ଅଟେ।
ਜਿਸ ਕਉ ਚਾਹਹਿ ਸੁਰਿ ਨਰ ਦੇਵ ॥
ଯେଉଁ ସର୍ବଶକ୍ତିମାନଙ୍କୁ ମନୁଷ୍ୟ ଓ ଦେବତା ମଧ୍ୟ ପାଇବାକୁ ଇଛୁକ ଅଟନ୍ତି,
ਸੰਤ ਸਭਾ ਕੀ ਲਗਹੁ ਸੇਵ ॥੩॥
ସନ୍ଥଙ୍କ ସଭାରେ ତାହାଙ୍କ ଭଜନରେ ଲୀନ ରୁହ||3||
ਆਦਿ ਪੁਰਖਿ ਜਿਸੁ ਕੀਆ ਦਾਨੁ ॥
ଯେଉଁ ପୁରୁଷକୁ ଆଦି ପୁରୁଷ ଦାନ ଦେଇଥାନ୍ତି,
ਤਿਸ ਕਉ ਮਿਲਿਆ ਹਰਿ ਨਿਧਾਨੁ ॥
ତାହାକୁ ହିଁ ହରିନାମ ରୂପୀ ସୁଖର ନିଧି ପ୍ରାପ୍ତ ହୋଇଥାଏ।
ਤਿਸ ਕੀ ਗਤਿ ਮਿਤਿ ਕਹੀ ਨ ਜਾਇ ॥
ନକ କହନ୍ତି ଯେ ତାହାଙ୍କ ମହିମା ବର୍ଣ୍ଣନା କରାଯାଇ ପାରିବ ନାହିଁ,
ਨਾਨਕ ਜਨ ਹਰਿ ਹਰਿ ਧਿਆਇ ॥੪॥੯॥
ଏଣୁ ଈଶ୍ଵରଙ୍କ ଧ୍ୟାନରେ ନିମଗ୍ନ ରୁହ||4||9||
ਬਸੰਤੁ ਮਹਲਾ ੫ ॥
ବସନ୍ତ ମହଲା 5॥
ਮਨ ਤਨ ਭੀਤਰਿ ਲਾਗੀ ਪਿਆਸ ॥
ମନ ତନରେ ତୀବ୍ର ଲାଳସା ଲାଗି ରହିଥାଏ,
ਗੁਰਿ ਦਇਆਲਿ ਪੂਰੀ ਮੇਰੀ ਆਸ ॥
ଦୟାଳୁ ଗୁରୁ ମୋର ଆଶା ପୂର୍ଣ୍ଣ କରିଥାନ୍ତି।
ਕਿਲਵਿਖ ਕਾਟੇ ਸਾਧਸੰਗਿ ॥
ସାଧୁଙ୍କ ସଙ୍ଗତରେ ସବୁ ପାପ ଦୂର ହୋଇଯାଏ,
ਨਾਮੁ ਜਪਿਓ ਹਰਿ ਨਾਮ ਰੰਗਿ ॥੧॥
ଆମେ ହରିନାମର ଜପ ପ୍ରେମପୂର୍ବକ କରିଛୁ||1||
ਗੁਰ ਪਰਸਾਦਿ ਬਸੰਤੁ ਬਨਾ ॥
ଗୁରୁଙ୍କ କୃପାରୁ ବସନ୍ତର ଅନୁଭବ ଆସି ଯାଇଛି,
ਚਰਨ ਕਮਲ ਹਿਰਦੈ ਉਰਿ ਧਾਰੇ ਸਦਾ ਸਦਾ ਹਰਿ ਜਸੁ ਸੁਨਾ ॥੧॥ ਰਹਾਉ ॥
ହୃଦୟରେ ପ୍ରଭୁ ଚରଣକୁ ହିଁ ଧାରଣ କରାଯାଏ॥1॥ରୁହ॥