ODIA PAGE 1197

ਰਾਗੁ ਸਾਰਗ ਚਉਪਦੇ ਮਹਲਾ ੧ ਘਰੁ ੧
ରାଗ ସାରଙ୍ଗ ଚଉପଦୀ ମହଲା ଘର 1  

ੴ ਸਤਿ ਨਾਮੁ ਕਰਤਾ ਪੁਰਖੁ ਨਿਰਭਉ ਨਿਰਵੈਰੁ ਅਕਾਲ ਮੂਰਤਿ ਅਜੂਨੀ ਸੈਭੰ ਗੁਰਪ੍ਰਸਾਦਿ ॥
ପରମାତ୍ମା ଏକ ଅଟନ୍ତି, ତାହାଙ୍କ ନାମ ସତ୍ୟ ଅଟେ। ସେ ସୃଷ୍ଟିର ରଚୟିତା ସର୍ବଶକ୍ତିମାନ ଅଟନ୍ତି। ତାହାଙ୍କ ଠାରେ କୌଣସି ଭୟ ବ୍ୟାପ୍ତ ହୁଏନାହିଁ, କାହା ସହିତ ତାହାଙ୍କ ଶତ୍ରୁତା ନାହିଁ, ସେ କାଳାତୀତ, ଅଜନ୍ମା ଏବଂ ସ୍ଵୟଂଭୂ ଅଟନ୍ତି ଆଉ ଗୁରୁ-କୃପା ଦ୍ଵାରା ତାହାଙ୍କୁ ପ୍ରାପ୍ତ କରାଯାଇ ପାରେ।      

ਅਪੁਨੇ ਠਾਕੁਰ ਕੀ ਹਉ ਚੇਰੀ ॥
ମୁଁ ନିଜ ମାଲିକର ଦାସୀ ଅଟେ,

ਚਰਨ ਗਹੇ ਜਗਜੀਵਨ ਪ੍ਰਭ ਕੇ ਹਉਮੈ ਮਾਰਿ ਨਿਬੇਰੀ ॥੧॥ ਰਹਾਉ ॥
ମୁଁ ଜଗତର ଜୀବନ ଦାତା ପ୍ରଭୁଙ୍କ ଚରଣ ଧରି ନେଇଛି ଏବଂ ଅହଂକୁ ନିୟନ୍ତ୍ରଣ କରି ସମାପ୍ତ କରି ଦେଇଛି॥1॥ରୁହ॥

ਪੂਰਨ ਪਰਮ ਜੋਤਿ ਪਰਮੇਸਰ ਪ੍ਰੀਤਮ ਪ੍ਰਾਨ ਹਮਾਰੇ ॥
ପୂର୍ଣ୍ଣ ପରମ ଜ୍ୟୋତି ପରମେଶ୍ଵର ଆମ ପାଇଁ ପ୍ରାଣ ଠାରୁ ମଧ୍ୟ ଅଧିକ ପ୍ରିୟ ଅଟନ୍ତି,

ਮੋਹਨ ਮੋਹਿ ਲੀਆ ਮਨੁ ਮੇਰਾ ਸਮਝਸਿ ਸਬਦੁ ਬੀਚਾਰੇ ॥੧॥
ସେହି ପ୍ରଭୁ ମୋର ମନ ମୋହି ନେଇଛନ୍ତି ଏବଂ ଶବ୍ଦର ଚିନ୍ତନ ଦ୍ଵାରା ହିଁ ତାହାଙ୍କୁ ବୁଝା ଯାଇ ପାରିବ||1||

ਮਨਮੁਖ ਹੀਨ ਹੋਛੀ ਮਤਿ ਝੂਠੀ ਮਨਿ ਤਨਿ ਪੀਰ ਸਰੀਰੇ ॥
ସ୍ଵେଚ୍ଛାଚାରୀ ହୀନ, ମିଥ୍ୟା ମତି ବାଲା ହୋଇଥାଏ ଏବଂ ତାହାର ମନ ତନରେ ପୀଡା ରହିଥାଏ।

ਜਬ ਕੀ ਰਾਮ ਰੰਗੀਲੈ ਰਾਤੀ ਰਾਮ ਜਪਤ ਮਨ ਧੀਰੇ ॥੨॥
ଯେବେ ଠାରୁ ରଙ୍ଗିଲା ପ୍ରଭୁଙ୍କ ଭକ୍ତିରେ ରତ ହୋଇଛି, ତାହାଙ୍କ ଜପ କରି ମନରେ ଶାନ୍ତି ପ୍ରାପ୍ତ ହୋଇ ଯାଇଛି||2||

ਹਉਮੈ ਛੋਡਿ ਭਈ ਬੈਰਾਗਨਿ ਤਬ ਸਾਚੀ ਸੁਰਤਿ ਸਮਾਨੀ ॥
ଯେବେ ଠାରୁ ଅହଂ ଭାବନା ତ୍ୟାଗ କରି ବୈରାଗୀ ହୋଇ ଯାଇଛି, ମୋର ଅନ୍ତରାତ୍ମା ଈଶ୍ଵରଙ୍କ ଠାରେ ବିଲୀନ ହୋଇ ଯାଇଛି।

ਅਕੁਲ ਨਿਰੰਜਨ ਸਿਉ ਮਨੁ ਮਾਨਿਆ ਬਿਸਰੀ ਲਾਜ ਲੋੁਕਾਨੀ ॥੩॥
କୁଳ ରହିତ, କାଳିମାରୁ ଉର୍ଦ୍ଧ୍ଵରେ ପରମେଶ୍ଵରଙ୍କ ସାଥିରେ ମନ ପ୍ରସନ୍ନ ହୋଇଯାଏ ଏବଂ ଲୋକଲଜ୍ଜା ସଂପୂର୍ଣ୍ଣ ଭୁଲି ହୋଇଯାଏ||3||

ਭੂਰ ਭਵਿਖ ਨਾਹੀ ਤੁਮ ਜੈਸੇ ਮੇਰੇ ਪ੍ਰੀਤਮ ਪ੍ਰਾਨ ਅਧਾਰਾ ॥
ମୋର ପ୍ରିୟତମ! ତୁ ହିଁ ମୋର ପ୍ରାଣର ଆଧାର ଅଟୁ, ତୋ’ ଭଳି ପୂର୍ବରୁ କେହି ନଥିଲେ କିମ୍ବା ଭବିଷ୍ୟତରେ କେହି ରହିବେ ନାହିଁ।

ਹਰਿ ਕੈ ਨਾਮਿ ਰਤੀ ਸੋਹਾਗਨਿ ਨਾਨਕ ਰਾਮ ਭਤਾਰਾ ॥੪॥੧॥
ଗୁରୁ ନାନକ କହନ୍ତି ଯେ ଜୀବ ରୂପୀ ସୁହାଗିନୀ ପ୍ରଭୁଙ୍କ ନାମ ସ୍ମରଣରେ ଲୀନ ଅଛି ଏବଂ ପ୍ରଭୁ ହିଁ ତାହାର ପତି ଅଟନ୍ତି||4||1||

ਸਾਰਗ ਮਹਲਾ ੧ ॥
ସାରଙ୍ଗ ମହଲା 1॥ 

ਹਰਿ ਬਿਨੁ ਕਿਉ ਰਹੀਐ ਦੁਖੁ ਬਿਆਪੈ ॥
ପ୍ରଭୁଙ୍କ ବିନା କିପରି ରହି ପାରିବା, ସବୁଆଡେ ଦୁଃଖ ହିଁ ଦୁଃଖ ଅଛି।

ਜਿਹਵਾ ਸਾਦੁ ਨ ਫੀਕੀ ਰਸ ਬਿਨੁ ਬਿਨੁ ਪ੍ਰਭ ਕਾਲੁ ਸੰਤਾਪੈ ॥੧॥ ਰਹਾਉ ॥
ପ୍ରଭୁ ଭଜନର ଆନନ୍ଦ ବିନା ଜିହ୍ଵାର ସ୍ଵାଦ ମଧ୍ୟ ଫିକା ହୋଇଥାଏ ଏବଂ ପ୍ରଭୁଙ୍କ ବିନା କାଳ ମଧ୍ୟ ଉତ୍ପୀଡନା ଦେଇଥାଏ॥1॥ରୁହ॥]

ਜਬ ਲਗੁ ਦਰਸੁ ਨ ਪਰਸੈ ਪ੍ਰੀਤਮ ਤਬ ਲਗੁ ਭੂਖ ਪਿਆਸੀ ॥
ଯେ ପର୍ଯ୍ୟନ୍ତ ପ୍ରଭୁଙ୍କ ଦର୍ଶନ ମିଳିନାହିଁ, ସେ ପର୍ଯ୍ୟନ୍ତ କ୍ଷୁଧାର୍ତ୍ତ, ତୃଷ୍ଣାର୍ତ୍ତ ରହିଥାଏ।

ਦਰਸਨੁ ਦੇਖਤ ਹੀ ਮਨੁ ਮਾਨਿਆ ਜਲ ਰਸਿ ਕਮਲ ਬਿਗਾਸੀ ॥੧॥
ପ୍ରଭୁଙ୍କ ଦର୍ଶନ ପାଇ ମନ ଆନନ୍ଦିତ ହୋଇଯାଏ, ଯେପରି ଜଳରେ ପଦ୍ମ ଖେଳିଥାଏ||1||

ਊਨਵਿ ਘਨਹਰੁ ਗਰਜੈ ਬਰਸੈ ਕੋਕਿਲ ਮੋਰ ਬੈਰਾਗੈ ॥
ବାଦଲ ଗର୍ଜ୍ଜନ କରିଥାଏ ଏବଂ ମୟୂର ଖୁସିରେ ନାଚିଥାଏ। 

ਤਰਵਰ ਬਿਰਖ ਬਿਹੰਗ ਭੁਇਅੰਗਮ ਘਰਿ ਪਿਰੁ ਧਨ ਸੋਹਾਗੈ ॥੨॥
ଯେପରି ବୃକ୍ଷ, ପକ୍ଷୀ ଏବଂ ସର୍ପ ବର୍ଷା ଜଳରେ ଝୁମିଥାନ୍ତି, ସେପରି ହିଁ ସୁହାଗିନୀ ନିଜ ପତିଙ୍କ ଘରେ ଆନନ୍ଦିତ ହୋଇଥାଏ||2||

ਕੁਚਿਲ ਕੁਰੂਪਿ ਕੁਨਾਰਿ ਕੁਲਖਨੀ ਪਿਰ ਕਾ ਸਹਜੁ ਨ ਜਾਨਿਆ ॥
ଯିଏ ପତି-ପ୍ରଭୁଙ୍କ ସ୍ଵାଭାବିକ ଆନନ୍ଦକୁ ଜାଣେ ନାହିଁ, ସେ ମଇଳା, କୁରୁପ, କୁଲକ୍ଷଣା ସ୍ତ୍ରୀ ଅଟେ। 

ਹਰਿ ਰਸ ਰੰਗਿ ਰਸਨ ਨਹੀ ਤ੍ਰਿਪਤੀ ਦੁਰਮਤਿ ਦੂਖ ਸਮਾਨਿਆ ॥੩॥
ଯାହାର ଜିହ୍ଵା ହରିରସର ପ୍ରେମରେ ତୃପ୍ତ ହୁଏନାହିଁ, ସେ ମନ୍ଦ ବୁଦ୍ଧି କାରଣରୁ ଦୁଃଖରେ ରହିଥାଏ||3||

ਆਇ ਨ ਜਾਵੈ ਨਾ ਦੁਖੁ ਪਾਵੈ ਨਾ ਦੁਖ ਦਰਦੁ ਸਰੀਰੇ ॥
ତାହାର ଜନ୍ମ-ମରଣ ଦୂର ହୋଇଯାଏ, ଦୁଃଖ-ଯନ୍ତ୍ରଣା ସମାପ୍ତ ହୋଇଯାଏ। 

ਨਾਨਕ ਪ੍ਰਭ ਤੇ ਸਹਜ ਸੁਹੇਲੀ ਪ੍ਰਭ ਦੇਖਤ ਹੀ ਮਨੁ ਧੀਰੇ ॥੪॥੨॥
ଗୁରୁ ନାନକ କହନ୍ତି ଯେ ଯେଉଁ ଜୀବ-ସ୍ତ୍ରୀକୁ ପ୍ରଭୁ ସ୍ଵାଭାବିକ ସୁଖ ପ୍ରାପ୍ତ ହୋଇଥାଏ, ତାହାଙ୍କ ଦର୍ଶନ ମନକୁ ଶାନ୍ତି ମିଳିଥାଏ||4||2||

ਸਾਰਗ ਮਹਲਾ ੧ ॥
ସାରଙ୍ଗ ମହଲା 1॥ 

ਦੂਰਿ ਨਾਹੀ ਮੇਰੋ ਪ੍ਰਭੁ ਪਿਆਰਾ ॥
ମୋର ପ୍ରିୟ ପ୍ରଭୁ କେଉଁ ଦୂରରେ ନାହାନ୍ତି।

ਸਤਿਗੁਰ ਬਚਨਿ ਮੇਰੋ ਮਨੁ ਮਾਨਿਆ ਹਰਿ ਪਾਏ ਪ੍ਰਾਨ ਅਧਾਰਾ ॥੧॥ ਰਹਾਉ ॥
ସଦଗୁରୁଙ୍କ ବଚନ ଦ୍ଵାରା ମୋର ମନ ସନ୍ତୁଷ୍ଟ ହୋଇଯାଏ, ପ୍ରାଣର ଆଧାର ପ୍ରଭୁଙ୍କୁ ପ୍ରାପ୍ତ କରିନିଏ॥1॥ରୁହ॥

error: Content is protected !!