ODIA PAGE 389

ਆਸਾ ਮਹਲਾ ੫ ॥
ଆଶା ମହଲା 5॥

ਤੂ ਮੇਰਾ ਤਰੰਗੁ ਹਮ ਮੀਨ ਤੁਮਾਰੇ ॥
ହେ ଭଗବାନ! ତୁ ମୋର ଜଳର ତରଂଗ ଅଟୁ ଏବଂ ଆମେ ତୋର ମାଛ ଅଟୁ।

ਤੂ ਮੇਰਾ ਠਾਕੁਰੁ ਹਮ ਤੇਰੈ ਦੁਆਰੇ ॥੧॥
ତୁ ମୋର ଠାକୁର ଅଟୁ ଆଉ ଆମେ ତୋର ଦ୍ଵାରକୁ ଆସିଛୁ ॥1॥

ਤੂੰ ਮੇਰਾ ਕਰਤਾ ਹਉ ਸੇਵਕੁ ਤੇਰਾ ॥
ହେ ହରି! ତୁ ମୋର ରଚୟିତା ଅଟୁ ଆଉ ମୁଁ ତୋର ସେବକ ଅଟେ।

ਸਰਣਿ ਗਹੀ ਪ੍ਰਭ ਗੁਨੀ ਗਹੇਰਾ ॥੧॥ ਰਹਾਉ ॥
ହେ ଗୁନି ଗମ୍ଭୀର ପ୍ରଭୁ! ମୁଁ ତୋର ହିଁ ଶରଣରେ ଅଛି ॥1॥ରୁହ॥

ਤੂ ਮੇਰਾ ਜੀਵਨੁ ਤੂ ਆਧਾਰੁ ॥
ତୁ ହିଁ ମୋର ଜୀବନ ଆଉ ତୁ ହିଁ ମୋର ଆଧାର ଅଟୁ।

ਤੁਝਹਿ ਪੇਖਿ ਬਿਗਸੈ ਕਉਲਾਰੁ ॥੨॥
ତୋତେ ଦେଖିଲେ ମୋର ହୃଦୟ-କମଳ ଖେଳିଯାଏ ॥2॥

ਤੂ ਮੇਰੀ ਗਤਿ ਪਤਿ ਤੂ ਪਰਵਾਨੁ ॥
ତୁ ହିଁ ମୋର ମୁକ୍ତି କରିବା ବାଲା, ତୁ ହିଁ ମୋର ଇଜ୍ଜତ ରଖିବା ବାଲା ଆଉ ତୁ ହିଁ ମୋତେ ସ୍ଵୀକାର କରିଥାଉ,

ਤੂ ਸਮਰਥੁ ਮੈ ਤੇਰਾ ਤਾਣੁ ॥੩॥
\ହେ ଗୋବିନ୍ଦ! ତୁ ସର୍ବକଳା ସମ୍ପର୍ଣ୍ଣ ଆଉ ମୋ’ ଠାରେ ତୋର ହିଁ ବଳ ଅଛି। ॥3॥

ਅਨਦਿਨੁ ਜਪਉ ਨਾਮ ਗੁਣਤਾਸਿ ॥
ହେ ଗୁଣର ଭଣ୍ଡାର ପରମାତ୍ମା! ମୁଁ ରାତି ଦିନ ତୋର ନାମ ହିଁ ଜପ କରିଥାଏ।

ਨਾਨਕ ਕੀ ਪ੍ਰਭ ਪਹਿ ਅਰਦਾਸਿ ॥੪॥੨੩॥੭੪॥
ନାନକଙ୍କ ଏହି ପ୍ରାର୍ଥନା ଅଟେ ॥4॥23॥74॥

ਆਸਾ ਮਹਲਾ ੫ ॥
ଆଶା ମହଲା 5॥

ਰੋਵਨਹਾਰੈ ਝੂਠੁ ਕਮਾਨਾ ॥
କାହାର ମୃତ୍ୟୁ ସମୟରେ କାନ୍ଦିବା ବାଲା ମଧ୍ୟ ମିଥ୍ୟାରେ ବିଳାପ କରିଥାଏ।

ਹਸਿ ਹਸਿ ਸੋਗੁ ਕਰਤ ਬੇਗਾਨਾ ॥੧॥
ଅପରିଚିତ ମନୁଷ୍ୟ ହସି ହସି ମରିବା ବାଲାର ଶୋକ କରିଥାଏ ॥1॥

ਕੋ ਮੂਆ ਕਾ ਕੈ ਘਰਿ ਗਾਵਨੁ ॥
ଦୁନିଆରେ ହର୍ଷ ଶୋକର ଚକ୍ର ଚଳାୟମାନ ଅଟେ, ଯେଉଁଠି କେହି ମରିଥାଏ, ସେଇଠି ଶୋକ ହେଉଥାଏ ଆଉ କେଉଁଠି ଗାନ ବାଜୁଥାଏ।

ਕੋ ਰੋਵੈ ਕੋ ਹਸਿ ਹਸਿ ਪਾਵਨੁ ॥੧॥ ਰਹਾਉ ॥
କେହି ବିଳାପ କରିଥାଏ ଆଉ କେହି ହସିଥାଏ ॥1॥ରୁହ॥

ਬਾਲ ਬਿਵਸਥਾ ਤੇ ਬਿਰਧਾਨਾ ॥
ବାଲ୍ୟାବସ୍ଥାରୁ ବୃଦ୍ଧାବସ୍ଥା ପର୍ଯ୍ୟନ୍ତ,

ਪਹੁਚਿ ਨ ਮੂਕਾ ਫਿਰਿ ਪਛੁਤਾਨਾ ॥੨॥
ମନୁଷ୍ୟ ନିଜ ଲକ୍ଷ ପର୍ଯ୍ୟନ୍ତ ପହଞ୍ଚେ ନାହିଁ ଆଉ ଅନ୍ତତଃ ପଶ୍ଚାତାପ କରିଥାଏ ॥2॥

ਤ੍ਰਿਹੁ ਗੁਣ ਮਹਿ ਵਰਤੈ ਸੰਸਾਰਾ ॥
ଏହି ଦୁନିଆ ମାୟାର ତିନି ଗୁଣ ଅର୍ଥାତ, ରଜ। ତମ ଏବଂ ସତ ଗୁଣର ବଶରେ ଅଛି।

ਨਰਕ ਸੁਰਗ ਫਿਰਿ ਫਿਰਿ ਅਉਤਾਰਾ ॥੩॥
ଏଥିପାଇଁ, ପ୍ରାଣୀ ବାରମ୍ବାର ନର୍କ, ସ୍ବର୍ଗରେ ଜନ୍ମ ନେଇଥାଏ ॥3॥

ਕਹੁ ਨਾਨਕ ਜੋ ਲਾਇਆ ਨਾਮ ॥
ହେ ନାନକ! ପ୍ରଭୁ ଯାହାକୁ ନାମ ସାଥିରେ ଲଗାଇଛନ୍ତି,

ਸਫਲ ਜਨਮੁ ਤਾ ਕਾ ਪਰਵਾਨ ॥੪॥੨੪॥੭੫॥
ସେହି ମନୁଷ୍ୟର ଜନ୍ମ ସଫଳ ଅଟେ ଆଉ ସେ ସତ୍ୟର ଦରବାରରେ ସ୍ଵୀକୃତ ହୋଇଥାଏ ॥4॥24॥75॥

ਆਸਾ ਮਹਲਾ ੫ ॥
ଆଶା ମହଲା 5 ॥

ਸੋਇ ਰਹੀ ਪ੍ਰਭ ਖਬਰਿ ਨ ਜਾਨੀ ॥
ହେ ସଖୀ! ଜୀବ ରୂପୀ ନାରୀ ସାରା ରାତି ଅଜ୍ଞାନତାର ନିଦରେ ଶୋଇଥାଏ ଆଉ ସେ ପ୍ରଭୁ-ପତିଙ୍କ ସନ୍ଦେଶକୁ ଜାଣେ ନାହିଁ

ਭੋਰੁ ਭਇਆ ਬਹੁਰਿ ਪਛੁਤਾਨੀ ॥੧॥
ଯେତେବେଳେ ସୂର୍ଯ୍ୟ ଉଦୟ ହୁଅନ୍ତି ଅର୍ଥାତ, ସାରା ବୟସ ଚାଲିଯାଏ ଆଉ ଚାଲିଯିବାର ସମୟ ଆସେ, ସେତେବେଳେ ପଶ୍ଚାତାପ କରିଥାଏ ॥1॥

ਪ੍ਰਿਅ ਪ੍ਰੇਮ ਸਹਜਿ ਮਨਿ ਅਨਦੁ ਧਰਉ ਰੀ ॥
ହେ ଜୀବ ରୂପୀ ନାରୀ! ନିଜ ପ୍ରିୟତମ ପ୍ରଭୁଙ୍କ ପ୍ରେମ ଦ୍ଵାରା ତୋତେ ନିଜ ମନରେ ସ୍ଵାଭାବିକ ଭାବରେ ସୁଖ ପ୍ରାପ୍ତ ହେବ।

ਪ੍ਰਭ ਮਿਲਬੇ ਕੀ ਲਾਲਸਾ ਤਾ ਤੇ ਆਲਸੁ ਕਹਾ ਕਰਉ ਰੀ ॥੧॥ ਰਹਾਉ ॥
ଯେବେ ତୋର ଅନ୍ତରାତ୍ମାରେ ପ୍ରଭୁ-ମିଳନର ଲାଳସା ଥାଏ, ତାହାହେଲେ ତୁ କାହିଁକି ଆଳସ୍ୟ କରୁଛୁ?॥1॥ରୁହ॥

ਕਰ ਮਹਿ ਅੰਮ੍ਰਿਤੁ ਆਣਿ ਨਿਸਾਰਿਓ ॥
ତାହାର ପତି-ପ୍ରଭୁ ଆସି ତାହାର ହାତରେ ଅମୃତ ଦେଇଥିଲେ

ਖਿਸਰਿ ਗਇਓ ਭੂਮ ਪਰਿ ਡਾਰਿਓ ॥੨॥
ପରନ୍ତୁ, କିନ୍ତୁ ତାହା ଖସି ଭୂମିରେ ପଡିଗଲା ॥2॥

ਸਾਦਿ ਮੋਹਿ ਲਾਦੀ ਅਹੰਕਾਰੇ ॥
ହେ ସଖୀ! ଜୀବ ରୂପୀ ନାରୀ ସ୍ଵୟଂ ହିଁ ବିକାରର ଆସ୍ଵାଦନ,ମୋହ ଏବଂ ଅହଂକାରରେ ବୁଡି ରହିଥାଏ, ପୁଣି

ਦੋਸੁ ਨਾਹੀ ਪ੍ਰਭ ਕਰਣੈਹਾਰੇ ॥੩॥
ଏଥିରେ ଜଗତର ରଚୟିତା ପ୍ରଭୁଙ୍କ କୌଣସି ଦୋଷ ନାହିଁ ॥3॥

ਸਾਧਸੰਗਿ ਮਿਟੇ ਭਰਮ ਅੰਧਾਰੇ ॥
ହେ ନାନକ! ସତସଙ୍ଗତିରେ ଆସି ଯାହାର ଭ୍ରମର ଅନ୍ଧକାର ଦୂର ହୋଇଯାଏ,

ਨਾਨਕ ਮੇਲੀ ਸਿਰਜਣਹਾਰੇ ॥੪॥੨੫॥੭੬॥
ରଚୟିତା ପ୍ରଭୁ ଯାହାକୁ ନିଜ ସାଥିରେ ମିଳାଇ ଦିଅନ୍ତି ॥4॥25.76॥

ਆਸਾ ਮਹਲਾ ੫ ॥
ଆଶା ମହଲା 5॥

ਚਰਨ ਕਮਲ ਕੀ ਆਸ ਪਿਆਰੇ ॥
ହେ ପ୍ରିୟ ପ୍ରଭୁ! ମୋତେ ତୋର ଚରଣ କମଳର ଆଶା ଅଛି।

ਜਮਕੰਕਰ ਨਸਿ ਗਏ ਵਿਚਾਰੇ ॥੧॥
ବିଚରା ଯମଦୂତ ମୋ’ ପାଖରୁ ଦୂର ହୋଇ ଯାଇଛନ୍ତି ॥1॥

ਤੂ ਚਿਤਿ ਆਵਹਿ ਤੇਰੀ ਮਇਆ ॥
ହେ ଭଗବାନ! ତୁ ମୋର ସ୍ମରଣରେ ଅଛୁ, ମୋ’ ପ୍ରତି ତୋର ଏହା ବଡ କୃପା ଅଟେ।

ਸਿਮਰਤ ਨਾਮ ਸਗਲ ਰੋਗ ਖਇਆ ॥੧॥ ਰਹਾਉ ॥
ତୋର ନାମ ସ୍ମରଣ କରିଲେ ସବୁ ଦୁଃଖ କ୍ଲେଶ ଦୂର ହୋଇଯାଏ ॥1॥ରୁହ॥

ਅਨਿਕ ਦੂਖ ਦੇਵਹਿ ਅਵਰਾ ਕਉ ॥
ହେ ପ୍ରଭୁ! ଯମଦୂତ ଅନ୍ୟକୁ ବହୁତ ପୀଡା ଦେଇଥାଏ, ପରନ୍ତୁ

ਪਹੁਚਿ ਨ ਸਾਕਹਿ ਜਨ ਤੇਰੇ ਕਉ ॥੨॥
ସେ ତୋର ଭକ୍ତ ପାଖକୁ ଆସେ ନାହିଁ ॥2॥

ਦਰਸ ਤੇਰੇ ਕੀ ਪਿਆਸ ਮਨਿ ਲਾਗੀ ॥
ହେ ୱାହିଗୁରୁ! ମୋର ମନରେ ତୋର ଦର୍ଶନର ତୃଷ୍ଣା ଲାଗିଅଛି,

ਸਹਜ ਅਨੰਦ ਬਸੈ ਬੈਰਾਗੀ ॥੩॥
ଏଥିପାଇଁ, ତୋର ପ୍ରେମରେ ଭିଜି ସ୍ଵାଭାବିକ ଆନନ୍ଦ ଏବଂ ବୈରାଗ୍ୟରେ ବାସ କରୁଅଛି ॥3॥

ਨਾਨਕ ਕੀ ਅਰਦਾਸਿ ਸੁਣੀਜੈ ॥
ହେ ପରମେଶ୍ଵର! ନାନକଙ୍କ ପ୍ରାର୍ଥନା ଶୁଣ,

ਕੇਵਲ ਨਾਮੁ ਰਿਦੇ ਮਹਿ ਦੀਜੈ ॥੪॥੨੬॥੭੭॥
କେବଳ ନିଜ ନାମ ହିଁ ହୃଦୟରେ ବସାଅ ॥4॥26॥77॥

ਆਸਾ ਮਹਲਾ ੫ ॥
ଆଶା ମହଲା 5 ॥

ਮਨੁ ਤ੍ਰਿਪਤਾਨੋ ਮਿਟੇ ਜੰਜਾਲ ॥
ହେ ଭାଇ! ମୋର ମନ ତୃପ୍ତ ହୋଇଯାଇଛି ଆଉ ମୋର ମାୟାର ଜଞ୍ଜାଳ ଦୂର ହୋଇଯାଇଛି,

ਪ੍ਰਭੁ ਅਪੁਨਾ ਹੋਇਆ ਕਿਰਪਾਲ ॥੧॥
କାରଣ, ମୋର ପ୍ରଭୁ ମୋ’ ଉପରେ କୃପାଳୁ ହୋଇ ଯାଇଛନ୍ତି ॥1॥

ਸੰਤ ਪ੍ਰਸਾਦਿ ਭਲੀ ਬਨੀ ॥
ସନ୍ଥଙ୍କ ଦୟାରୁ ମୋର ଭଲ ହୋଇଛି।

ਜਾ ਕੈ ਗ੍ਰਿਹਿ ਸਭੁ ਕਿਛੁ ਹੈ ਪੂਰਨੁ ਸੋ ਭੇਟਿਆ ਨਿਰਭੈ ਧਨੀ ॥੧॥ ਰਹਾਉ ॥
ମୁଁ ସେହି ନିର୍ଭୀକ ପ୍ରଭୁଙ୍କ ସହିତ ମିଳିଯାଇଛି, ଯାହାର ଘରେ ସବୁ ପଦାର୍ଥ ଭରପୁର ଅଛି ॥1॥ରୁହ॥

ਨਾਮੁ ਦ੍ਰਿੜਾਇਆ ਸਾਧ ਕ੍ਰਿਪਾਲ ॥
କୃପାଳୁ ସନ୍ଥ ମୋର ଅନ୍ତର୍ମନରେ ପ୍ରଭୁଙ୍କ ନାମ ବସାଇ ଦେଇଛନ୍ତି।

ਮਿਟਿ ਗਈ ਭੂਖ ਮਹਾ ਬਿਕਰਾਲ ॥੨॥
ଏବେ ମୋର ମହା ବିକରାଳ କ୍ଷୁଧା ଦୂର ହୋଇଯାଇଛି ॥2॥

ਠਾਕੁਰਿ ਅਪੁਨੈ ਕੀਨੀ ਦਾਤਿ ॥
ମୋର ଠାକୁର ମୋତେ ଏକ ଦାନ ଦେଇଛନ୍ତି

ਜਲਨਿ ਬੁਝੀ ਮਨਿ ਹੋਈ ਸਾਂਤਿ ॥੩॥
ଯାହାର ଫଳସ୍ଵରୂପ ମୋର ଜ୍ଵଳନ ଲିଭିଯାଇଛି ଆଉ ମନ ଶାନ୍ତ ହୋଇଯାଇଛି ॥3॥

ਮਿਟਿ ਗਈ ਭਾਲ ਮਨੁ ਸਹਜਿ ਸਮਾਨਾ ॥
ମୋର ସନ୍ଧାନ ଦୂର ହୋଇଯାଇଛି ଆଉ ମୋର ମନ ସ୍ଵାଭାବିକ ଆନନ୍ଦରେ ଲୀନ ହୋଇ ଯାଇଛି।

error: Content is protected !!