ODIA PAGE 388

ਦਿਨੁ ਰੈਣਿ ਤੇਰਾ ਨਾਮੁ ਵਖਾਨਾ ॥੧॥
ମୁଁ ଦିନ ରାତି ତୋର ହିଁ ନାମ ଜପିଥାଏ ॥1॥

ਮੈ ਨਿਰਗੁਨ ਗੁਣੁ ਨਾਹੀ ਕੋਇ ॥
ମୁଁ ନିର୍ଗୁଣ ଅଟେ, ମୋ’ ଠାରେ କୌଣସି ଗୁଣ ନାହିଁ।

ਕਰਨ ਕਰਾਵਨਹਾਰ ਪ੍ਰਭ ਸੋਇ ॥੧॥ ਰਹਾਉ ॥
ଏହି ପ୍ରଭୁ ହିଁ କରିବା ଏବଂ ଜୀବଙ୍କ ଦ୍ଵାରା କରାଇବା ବାଲା ଅଟନ୍ତି ॥1॥ରୁହ॥

ਮੂਰਖ ਮੁਗਧ ਅਗਿਆਨ ਅਵੀਚਾਰੀ ॥
ହେ ଇଶ୍ଵର! ମୁଁ ମୂର୍ଖ, ମୂଢ, ଅଜ୍ଞାନ ଏବଂ ବିଚାରହୀନ ଅଟେ।

ਨਾਮ ਤੇਰੇ ਕੀ ਆਸ ਮਨਿ ਧਾਰੀ ॥੨॥
ମୋର ମନରେ ତୋର ନାମର ହିଁ ଆଶା ଅଛି ॥2॥

ਜਪੁ ਤਪੁ ਸੰਜਮੁ ਕਰਮ ਨ ਸਾਧਾ ॥
ମୁଁ କୌଣସି ଜପ, ତପ, ସଂଯମ ଏବଂ ଧର୍ମ-କର୍ମ କରି ନାହିଁ

ਨਾਮੁ ਪ੍ਰਭੂ ਕਾ ਮਨਹਿ ਅਰਾਧਾ ॥੩॥
ପ୍ରାରନ୍ତୁ, ନିଜ ମନରେ କେବଳ ପ୍ରଭୁଙ୍କ ନାମର ଆରାଧନା କରିଛି ॥3॥

ਕਿਛੂ ਨ ਜਾਨਾ ਮਤਿ ਮੇਰੀ ਥੋਰੀ ॥
ମୁଁ କିଛି ଜାଣେ ନାହିଁ, କାରଣ ମୋ’ ଠାରେ ଅଳ୍ପ ବୁଦ୍ଧି ଅଛି।

ਬਿਨਵਤਿ ਨਾਨਕ ਓਟ ਪ੍ਰਭ ਤੋਰੀ ॥੪॥੧੮॥੬੯॥
ନାନକ ବନ୍ଦନା କରନ୍ତି ଯେ ହେ ପ୍ରଭୁ! ମୁଁ ତୋର ହିଁ ଆଶ୍ରୟ ନେଇଛି ॥4॥17॥66॥

ਆਸਾ ਮਹਲਾ ੫ ॥
ଆଶା ମହଲା 5॥

ਹਰਿ ਹਰਿ ਅਖਰ ਦੁਇ ਇਹ ਮਾਲਾ ॥
ମୋର ହରି ହରି ଶବ୍ଦର ମାଳା ଅଛି।

ਜਪਤ ਜਪਤ ਭਏ ਦੀਨ ਦਇਆਲਾ ॥੧॥
ହରି ହରି ନାମର ମାଳା ଜପିବା ଦ୍ଵାରା ଭଗବାନ ମୋ’ ଉପରେ କୃପାଳୁ ହୋଇଛନ୍ତି ॥1॥

ਕਰਉ ਬੇਨਤੀ ਸਤਿਗੁਰ ਅਪੁਨੀ ॥
ମୁଁ ନିଜ ସଦଗୁରୁଙ୍କ ସମ୍ମୁଖରେ ଏହି ବିନତି କରେ ଯେ

ਕਰਿ ਕਿਰਪਾ ਰਾਖਹੁ ਸਰਣਾਈ ਮੋ ਕਉ ਦੇਹੁ ਹਰੇ ਹਰਿ ਜਪਨੀ ॥੧॥ ਰਹਾਉ ॥
ହେ ସଦଗୁରୁ! କୃପା କରି ମୋତେ ନିଜ ଶରଣରେ ରଖ ଏବଂ ମୋତେ ହରିନାମର ମାଳା ପ୍ରଦାନ କର ॥1॥ରୁହ॥

ਹਰਿ ਮਾਲਾ ਉਰ ਅੰਤਰਿ ਧਾਰੈ ॥
ଯେଉଁ ମନୁଷ୍ୟ ହରିନାମର ମାଳା ନିଜ ହୃଦୟରେ ଧାରଣ କରିଥାଏ,

ਜਨਮ ਮਰਣ ਕਾ ਦੂਖੁ ਨਿਵਾਰੈ ॥੨॥
ସେ ଜନ୍ମ ମରଣ ଦୁଃଖରୁ ମୁକ୍ତି ପ୍ରାପ୍ତ କରିନିଏ ॥2॥

ਹਿਰਦੈ ਸਮਾਲੈ ਮੁਖਿ ਹਰਿ ਹਰਿ ਬੋਲੈ ॥
ଯେଉଁ ମନୁଷ୍ୟ ନିଜ ମୁହଁରେ ହରି ହରି ବୋଲିଥାଏ ଆଉ ନିଜ ହୃଦୟରେ ହରି ପରମେଶ୍ଵରଙ୍କୁ ସ୍ମରଣ କରିଥାଏ,

ਸੋ ਜਨੁ ਇਤ ਉਤ ਕਤਹਿ ਨ ਡੋਲੈ ॥੩॥
ସେ ଏଠାରେ ସେଠାରେ (ଲୋକ- ପରଲୋକରେ) ପଥଭ୍ରଷ୍ଟ ହୁଏନାହିଁ ॥3॥

ਕਹੁ ਨਾਨਕ ਜੋ ਰਾਚੈ ਨਾਇ ॥
ହେ ନାନକ! ଯେଉଁ ମନୁଷ୍ୟ ହରିନାମରେ ଲୀନ ରହିଥାଏ,

ਹਰਿ ਮਾਲਾ ਤਾ ਕੈ ਸੰਗਿ ਜਾਇ ॥੪॥੧੯॥੭੦॥
ହରିନାମର ମାଳା ତାହାର ସାଥିରେ ପରଲୋକ ଯାଏ ॥4॥16॥70॥

ਆਸਾ ਮਹਲਾ ੫ ॥
ଆଶା ମହଲା 5 ॥

ਜਿਸ ਕਾ ਸਭੁ ਕਿਛੁ ਤਿਸ ਕਾ ਹੋਇ ॥
ଯିଏ ଭଗବାନଙ୍କ ଉପାସକ ବନି ରହିଥାଏ, ଏହି ସବୁ ଯାହା ଦ୍ଵାରା ବନା ହୋଇଛି,

ਤਿਸੁ ਜਨ ਲੇਪੁ ਨ ਬਿਆਪੈ ਕੋਇ ॥੧॥
ସେହି ମନୁଷ୍ୟ ଉପରେ ମୋହ-ମାୟାର କୌଣସି ପ୍ରଭାବ ପଡେ ନାହିଁ ॥1॥

ਹਰਿ ਕਾ ਸੇਵਕੁ ਸਦ ਹੀ ਮੁਕਤਾ ॥
ଭଗବାନଙ୍କ ସେବକ ସର୍ବଦା ମୋହ ମାୟାରୁ ମୁକ୍ତ ଅଟେ,

ਜੋ ਕਿਛੁ ਕਰੈ ਸੋਈ ਭਲ ਜਨ ਕੈ ਅਤਿ ਨਿਰਮਲ ਦਾਸ ਕੀ ਜੁਗਤਾ ॥੧॥ ਰਹਾਉ ॥
ସେ ଯାହା କରିଥାନ୍ତି, ତାହାଙ୍କ ସେବକକୁ ତାହା ଭଲ ଲାଗିଥାଏ, ଭଗବାନଙ୍କ ସେବକର ଜୀବନ ଆଚରଣ ବଡ ନିର୍ମଳ ହୋଇଥାଏ ॥1॥ରୁହ॥

ਸਗਲ ਤਿਆਗਿ ਹਰਿ ਸਰਣੀ ਆਇਆ ॥
ଯିଏ ସବୁ କିଛି ଛାଡି ଶ୍ରୀହରିଙ୍କ ଶରଣରେ ଆସିଛି,

ਤਿਸੁ ਜਨ ਕਹਾ ਬਿਆਪੈ ਮਾਇਆ ॥੨॥
ସେହି ମନୁଷ୍ୟକୁ ମୋହିନୀ କିପରି ପ୍ରଭାବିତ କରିପାରିବ? ॥2॥

ਨਾਮੁ ਨਿਧਾਨੁ ਜਾ ਕੇ ਮਨ ਮਾਹਿ ॥
ଯାହାର ମନରେ ନାମ ଭଣ୍ଡାର ଅଛି,

ਤਿਸ ਕਉ ਚਿੰਤਾ ਸੁਪਨੈ ਨਾਹਿ ॥੩॥
ତାହାକୁ ସ୍ଵପ୍ନରେ ମଧ୍ୟ ଚିନ୍ତା ହୁଏନାହିଁ ॥3॥

ਕਹੁ ਨਾਨਕ ਗੁਰੁ ਪੂਰਾ ਪਾਇਆ ॥
ହେ ନାନକ! ମୁଁ ପୂର୍ଣ୍ଣ ଗୁରୁଙ୍କୁ ପାଇଛି ଆଉ

ਭਰਮੁ ਮੋਹੁ ਸਗਲ ਬਿਨਸਾਇਆ ॥੪॥੨੦॥੭੧॥
ମୋର ଭ୍ରମ ଏବଂ ସାଂସାରିକ ମୋହ ସବୁ ନାଶ ହୋଇଯାଇଛି ॥4॥20॥71॥

ਆਸਾ ਮਹਲਾ ੫ ॥
ଆଶା ମହଲା 5॥

ਜਉ ਸੁਪ੍ਰਸੰਨ ਹੋਇਓ ਪ੍ਰਭੁ ਮੇਰਾ ॥
ଯେବେ ମୋର ଭଗବାନ ମୋ’ ଉପରେ ସୁପ୍ରସନ୍ନ ହୋଇଛନ୍ତି,

ਤਾਂ ਦੂਖੁ ਭਰਮੁ ਕਹੁ ਕੈਸੇ ਨੇਰਾ ॥੧॥
କୁହ, ଦୁଃଖ ଓ ଭ୍ରମ କିପରି ମୋ’ ପାଖକୁ ଆସି ପାରିବ? ॥1॥

ਸੁਨਿ ਸੁਨਿ ਜੀਵਾ ਸੋਇ ਤੁਮ੍ਹ੍ਹਾਰੀ ॥
ହେ ଭଗବାନ! ତୋର ଶୋଭା ଶୁଣି ଶୁଣି ମୁଁ ଜୀବିତ ଅଛି

ਮੋਹਿ ਨਿਰਗੁਨ ਕਉ ਲੇਹੁ ਉਧਾਰੀ ॥੧॥ ਰਹਾਉ ॥
ମୁଁ, ଗୁଣହୀନକୁ ସଂସାର ସାଗରରୁ ଉଦ୍ଧାର କର ॥1॥ରୁହ॥

ਮਿਟਿ ਗਇਆ ਦੂਖੁ ਬਿਸਾਰੀ ਚਿੰਤਾ ॥
ମୋର ଦୁଃଖ ଦୂର ହୋଇଯାଇଛି ଆଉ ମୁଁ ଚିନ୍ତା ଭୁଲିଯାଇଛି।

ਫਲੁ ਪਾਇਆ ਜਪਿ ਸਤਿਗੁਰ ਮੰਤਾ ॥੨॥
ସଦଗୁରୁଙ୍କ ପ୍ରଦତ୍ତ ମନ୍ତ୍ର ଜପ କରି ମୋତେ ଫଳ ମିଳିଯାଇଛି ॥2॥

ਸੋਈ ਸਤਿ ਸਤਿ ਹੈ ਸੋਇ ॥
ଭଗବାନ ସତ୍ୟ ଅଟନ୍ତି ଆଉ ତାହାଙ୍କ ଶୋଭା ମଧ୍ୟ ସତ୍ୟ ଅଟେ।

ਸਿਮਰਿ ਸਿਮਰਿ ਰਖੁ ਕੰਠਿ ਪਰੋਇ ॥੩॥
ତାହାଙ୍କ ନାମକୁ ସ୍ମରଣ କରି ହୃଦୟରେ ରଖ ॥3॥

ਕਹੁ ਨਾਨਕ ਕਉਨ ਉਹ ਕਰਮਾ ॥
ହେ ନାନକ! ଏହା କେଉଁ କର୍ମ ଅଟେ

ਜਾ ਕੈ ਮਨਿ ਵਸਿਆ ਹਰਿ ਨਾਮਾ ॥੪॥੨੧॥੭੨॥
ଯାହା କରିଲେ ମନରେ ଭଗବାନ ଆସି ବାସ କରନ୍ତି ॥4॥21॥72॥

ਆਸਾ ਮਹਲਾ ੫ ॥
ଆଶା ମହଲା 5 ॥

ਕਾਮਿ ਕ੍ਰੋਧਿ ਅਹੰਕਾਰਿ ਵਿਗੂਤੇ ॥
କାମ, କ୍ରୋଧ ଏବଂ ଅହଂକାର ମାୟାଗ୍ରସ୍ତ ଜୀବକୁ ନଷ୍ଟ କରି ଦେଇଛି।

ਹਰਿ ਸਿਮਰਨੁ ਕਰਿ ਹਰਿ ਜਨ ਛੂਟੇ ॥੧॥
ଭଗବାନଙ୍କୁ ସ୍ମରଣ କରି ଭକ୍ତ ବିକାର ଦୂର କରିପାରିଛି ॥1॥

ਸੋਇ ਰਹੇ ਮਾਇਆ ਮਦ ਮਾਤੇ ॥
ମାୟାର ନିଶାରେ ମସ୍ତ ରହି ଜୀବ ଅଜ୍ଞାନତାର ନିଦରେ ଶୋଇଛି।

ਜਾਗਤ ਭਗਤ ਸਿਮਰਤ ਹਰਿ ਰਾਤੇ ॥੧॥ ਰਹਾਉ ॥
ଭଗବାନଙ୍କ ସ୍ମରଣରେ ରଙ୍ଗୀନ ହୋଇ ଭକ୍ତ ମୋହ ମାୟା ଠାରୁ ସଚେତ ରହିଥାଏ ॥1॥ରୁହ॥

ਮੋਹ ਭਰਮਿ ਬਹੁ ਜੋਨਿ ਭਵਾਇਆ ॥
ମୋହର ଦ୍ଵିଧାରେ ଫସି ମନୁଷ୍ୟ ଅନେକ ଯୋନିରେ ପଥଭ୍ରଷ୍ଟ ରହିଥାଏ।

ਅਸਥਿਰੁ ਭਗਤ ਹਰਿ ਚਰਣ ਧਿਆਇਆ ॥੨॥
ଯେଉଁ ଭକ୍ତ ଶ୍ରୀହରିଙ୍କ ସୁନ୍ଦର ଚରଣର ଧ୍ୟାନ କରିଅଛି, ସେ ଅମର ହୋଇଯାଇଛି ॥2॥

ਬੰਧਨ ਅੰਧ ਕੂਪ ਗ੍ਰਿਹ ਮੇਰਾ ॥
ଯିଏ କହେ ଯେ ଏହା ମୋର ଘର ଅଟେ, ତାହାକୁ ମାୟାର ବନ୍ଧନ ଘେରିନିଏ ଆଉ ସେ ମୋହର ଅନ୍ଧ କୂଅରେ ପଡିଯାଏ।

ਮੁਕਤੇ ਸੰਤ ਬੁਝਹਿ ਹਰਿ ਨੇਰਾ ॥੩॥
କିନ୍ତୁ, ସେହି ସନ୍ଥ ମାୟାର ବନ୍ଧନରୁ ଦୂର ହୋଇଯାଏ, ଯିଏ ଭଗବାନଙ୍କୁ ନିଜ ନିକଟରେ ଭାବିଥାଏ ॥3॥

ਕਹੁ ਨਾਨਕ ਜੋ ਪ੍ਰਭ ਸਰਣਾਈ ॥
ହେ ନାନକ! ଯିଏ ଭଗବାନଙ୍କ ଶରଣରେ ପଡି ରହିଥାଏ,

ਈਹਾ ਸੁਖੁ ਆਗੈ ਗਤਿ ਪਾਈ ॥੪॥੨੨॥੭੩॥
ତାହାକୁ ଏହିଲୋକରେ ସୁଖ ମିଳିଥାଏ ଆଉ ପରଲୋକରେ ଗତି ହୋଇଯାଏ ॥4॥22॥73॥

error: Content is protected !!