Odia Page 494

ਜਾ ਹਰਿ ਪ੍ਰਭ ਭਾਵੈ ਤਾ ਗੁਰਮੁਖਿ ਮੇਲੇ ਜਿਨੑ ਵਚਨ ਗੁਰੂ ਸਤਿਗੁਰ ਮਨਿ ਭਾਇਆ ॥
ଯେବେ ହରି-ପ୍ରଭୁଙ୍କୁ ଭଲ ଲାଗିଥାଏ, ସେତେବେଳେ ସେ ଗୁରୁମୁଖୀକୁ ମିଳନ କରାନ୍ତି, ଯାହାର ମନକୁ ଗୁରୁ-ସଦଗୁରୁଙ୍କ ବାଣୀ ବଡ ମଧୁର ଲାଗିଥାଏ।   

ਵਡਭਾਗੀ ਗੁਰ ਕੇ ਸਿਖ ਪਿਆਰੇ ਹਰਿ ਨਿਰਬਾਣੀ ਨਿਰਬਾਣ ਪਦੁ ਪਾਇਆ ॥੨॥
ଗୁରୁଙ୍କ ପ୍ରିୟ ଶିଖ ଭାଗ୍ଯବାନ ଅଟେ, ଯିଏ ନିର୍ବାଣୀ ପ୍ରଭୁଙ୍କ ଦ୍ଵାରା ନିର୍ବାଣ-ପଦ ପ୍ରାପ୍ତ କରିନିଏ॥2॥   

ਸਤਸੰਗਤਿ ਗੁਰ ਕੀ ਹਰਿ ਪਿਆਰੀ ਜਿਨ ਹਰਿ ਹਰਿ ਨਾਮੁ ਮੀਠਾ ਮਨਿ ਭਾਇਆ ॥
ଗୁରୁଙ୍କ ସତସଙ୍ଗଟି ହରିଙ୍କ ପ୍ରିୟ ଅଟେ, ଯାହାକୁ ହରି-ପ୍ରଭୁଙ୍କ ନାମ ମିଠା ଏବଂ ମଧୁର ଲାଗିଥାଏ।    

ਜਿਨ ਸਤਿਗੁਰ ਸੰਗਤਿ ਸੰਗੁ ਨ ਪਾਇਆ ਸੇ ਭਾਗਹੀਣ ਪਾਪੀ ਜਮਿ ਖਾਇਆ ॥੩॥
ଯାହାକୁ ସଦଗୁରୁଙ୍କ ସଂଗତି ଏବଂ ସଙ୍ଗ ପ୍ରାପ୍ତ ହୋଇ ନାହିଁ, ସେହି ଭାଗ୍ୟହୀନ ପାପୀକୁ ଯମଦୂତ ନେଇଥାଏ॥3॥          

ਆਪਿ ਕ੍ਰਿਪਾਲੁ ਕ੍ਰਿਪਾ ਪ੍ਰਭੁ ਧਾਰੇ ਹਰਿ ਆਪੇ ਗੁਰਮੁਖਿ ਮਿਲੈ ਮਿਲਾਇਆ ॥
ଯଦି କୃପାଳୁ ପ୍ରଭୁ ସ୍ଵୟଂ କୃପା ଧାରଣ କରିଥାନ୍ତି, ତାହାହେଲେ ଗୁରୁମୁଖୀର ମିଳନ ଦ୍ଵାରା ପ୍ରାଣୀ ଈଶ୍ଵରଙ୍କ ସହିତ ମିଶି ଯାଏ।         

ਜਨੁ ਨਾਨਕੁ ਬੋਲੇ ਗੁਣ ਬਾਣੀ ਗੁਰਬਾਣੀ ਹਰਿ ਨਾਮਿ ਸਮਾਇਆ ॥੪॥੫॥
ନାନକ ମଧ୍ୟ ଗୁରୁବାଣୀ ବୋଳିଥାନ୍ତି, ଗୁରୁବାଣୀର ମାଧ୍ୟମରୁ ଜୀବ ହରିଙ୍କ ନାମରେ ରହିଥାଏ॥4॥5॥       

ਗੂਜਰੀ ਮਹਲਾ ੪ ॥
ଗୁଜରୀ ମହଲା 4 ॥  

ਜਿਨ ਸਤਿਗੁਰੁ ਪੁਰਖੁ ਜਿਨਿ ਹਰਿ ਪ੍ਰਭੁ ਪਾਇਆ ਮੋ ਕਉ ਕਰਿ ਉਪਦੇਸੁ ਹਰਿ ਮੀਠ ਲਗਾਵੈ ॥
ମୋର କାମନା ଯେ ଯିଏ ମହାପୁରୁଷ ସଦଗୁରୁ, ହରି-ପ୍ରଭୁଙ୍କୁ ପାଇଛି, ସେ ମୋତେ ମଧ୍ୟ ଉପଦେଶ ଦେଇ ହରିଙ୍କ ସହିତ ମୋର ପ୍ରେମ ଲଗାଉ।    

ਮਨੁ ਤਨੁ ਸੀਤਲੁ ਸਭ ਹਰਿਆ ਹੋਆ ਵਡਭਾਗੀ ਹਰਿ ਨਾਮੁ ਧਿਆਵੈ ॥੧॥
ଯେଉଁ ଭାଗ୍ୟବାନ ମନୁଷ୍ୟ ହରିଙ୍କ ନାମର ଧ୍ୟାନ କରିଥାଏ, ତାହାର ମନ ଏବଂ ତନ ଶୀତଳ ହୋଇଯାଏ ଆଉ ତାହାର ଶରୀରରେ ପ୍ରସନ୍ନ ଜାତ ହୋଇଥାଏ।॥1॥  

ਭਾਈ ਰੇ ਮੋ ਕਉ ਕੋਈ ਆਇ ਮਿਲੈ ਹਰਿ ਨਾਮੁ ਦ੍ਰਿੜਾਵੈ ॥
ହେ ମୋର ଭାଇ! ମୋର କାମନା ଯେ କେହି ଏପରି ସନ୍ଥ ଆସି ମୋତେ ମିଶନ୍ତୁ, ଯିଏ ମୋର ଅନ୍ତର୍ମନରେ ହରିଙ୍କ ନାମ ସ୍ଥାପନ କରିବେ।        

ਮੇਰੇ ਪ੍ਰੀਤਮ ਪ੍ਰਾਨ ਮਨੁ ਤਨੁ ਸਭੁ ਦੇਵਾ ਮੇਰੇ ਹਰਿ ਪ੍ਰਭ ਕੀ ਹਰਿ ਕਥਾ ਸੁਨਾਵੈ ॥੧॥ ਰਹਾਉ ॥
ଯିଏ ମୋତେ ମୋର ପ୍ରଭୁଙ୍କ ହରିକଥା ଶୁଣାଇବେ, ମୁଁ ନିଜ ପ୍ରାଣ, ମନ ଏବଂ ତନ ତାହାଙ୍କୁ ଅର୍ପଣ କରିବି॥1॥ରୁହ॥      

ਧੀਰਜੁ ਧਰਮੁ ਗੁਰਮਤਿ ਹਰਿ ਪਾਇਆ ਨਿਤ ਹਰਿ ਨਾਮੈ ਹਰਿ ਸਿਉ ਚਿਤੁ ਲਾਵੈ ॥
ଗୁରୁଙ୍କ ଉପଦେଶ ଦ୍ଵାରା ମୋତେ ଧୈର୍ଯ୍ୟ, ଧର୍ମ ଏବଂ ହରି-ପ୍ରଭୁ ପ୍ରାପ୍ତ ହୋଇଛନ୍ତି, ହରିନାମ ଦ୍ଵାରା ମୁଁ ନିଜ ଚିତ୍ତ ହରିଙ୍କ ସହିତ ଲଗାଇ ରଖିଛି।   

ਅੰਮ੍ਰਿਤ ਬਚਨ ਸਤਿਗੁਰ ਕੀ ਬਾਣੀ ਜੋ ਬੋਲੈ ਸੋ ਮੁਖਿ ਅੰਮ੍ਰਿਤੁ ਪਾਵੈ ॥੨॥
ସଦଗୁରୁଙ୍କ ବାଣୀ ଅମୃତ ବଚନ ଅଟେ, ଯେଉଁ ମନୁଷ୍ୟ ବାଣୀ ଉଚ୍ଚକାରିତ କରିଥାଏ, ତାହାର ମୁହଁରେ ଅମୃତ ପଡିଥାଏ॥2॥   

ਨਿਰਮਲੁ ਨਾਮੁ ਜਿਤੁ ਮੈਲੁ ਨ ਲਾਗੈ ਗੁਰਮਤਿ ਨਾਮੁ ਜਪੈ ਲਿਵ ਲਾਵੈ ॥
ହରିଙ୍କ ନାମ ବଡ ପବିତ୍ର ଅଟେ, ଯାହାର ସ୍ମରଣ କରିବା ଦ୍ଵାରା ମନରେ ଅହଂତ୍ଵର ମଇଳା ଲାଗେ ନାହିଁ, ଯେଉଁ ବ୍ୟକ୍ତି ଗୁରୁଙ୍କ ଉପଦେଶରେ ପ୍ରଭୁ ନାମର ଜପ କରିଥାଏ, ତାହାର ବୃତ୍ତି ପ୍ରଭୁ ଚରଣରେ ଲାଗି ରହିଥାଏ।      

ਨਾਮੁ ਪਦਾਰਥੁ ਜਿਨ ਨਰ ਨਹੀ ਪਾਇਆ ਸੇ ਭਾਗਹੀਣ ਮੁਏ ਮਰਿ ਜਾਵੈ ॥੩॥
ଯେଉଁ ମନୁଷ୍ୟକୁ ପ୍ରଭୁ ନାମର ପଦାର୍ଥ ପ୍ରାପ୍ତ ହୋଇନାହିଁ,  ସେ ଭାଗ୍ୟହୀନ ଅଟେ ଆଉ ବାରମ୍ବାର ମରିଥାଏ॥3॥           

ਆਨਦ ਮੂਲੁ ਜਗਜੀਵਨ ਦਾਤਾ ਸਭ ਜਨ ਕਉ ਅਨਦੁ ਕਰਹੁ ਹਰਿ ਧਿਆਵੈ ॥
ହେ ଜଗଜ୍ଜୀବନ ଦାତା! ତୁ ଆନନ୍ଦର ସ୍ରୋତ ଅଟୁ। ଯିଏ ହରିଙ୍କ ନାମ ସ୍ମରଣ କରିଥାଏ, ସେ ନିଜର ସବୁ ସେବକଙ୍କୁ ଆନନ୍ଦିତ କରିଥାଏ।        

ਤੂੰ ਦਾਤਾ ਜੀਅ ਸਭਿ ਤੇਰੇ ਜਨ ਨਾਨਕ ਗੁਰਮੁਖਿ ਬਖਸਿ ਮਿਲਾਵੈ ॥੪॥੬॥
ନାନକ କହନ୍ତି ଯେ ହେ ପ୍ରଭୁ! ତୁ ସବୁ ଜୀବଙ୍କ ଦାତା ଅଟୁ ଆଉ ସବୁ ଜୀବ ତୋ’ ଦ୍ଵାରା ଜାତ ହୋଇଛନ୍ତି, ତୁ ନିଜ ଜୀବଙ୍କୁ ଗୁରୁଙ୍କ ମାଧ୍ୟମରୁ କ୍ଷମା କରି ନିଜ ସାଥିରେ ମିଳନ କରାଉ॥4॥6॥     

ੴ ਸਤਿਗੁਰ ਪ੍ਰਸਾਦਿ ॥
ଇଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ। 

ਗੂਜਰੀ ਮਹਲਾ ੪ ਘਰੁ ੩ ॥
ଗୁଜରୀ ମହଲା 4 ଘର 3 ॥ 

ਮਾਈ ਬਾਪ ਪੁਤ੍ਰ ਸਭਿ ਹਰਿ ਕੇ ਕੀਏ ॥
ମାତା, ପିତା ଏବଂ ପୁତ୍ର ଇତ୍ୟାଦି ସବୁ ହରି ବନାଇଛନ୍ତି। 

ਸਭਨਾ ਕਉ ਸਨਬੰਧੁ ਹਰਿ ਕਰਿ ਦੀਏ ॥੧॥
ହରି ସ୍ଵୟଂ ସମସ୍ତଙ୍କ ପରସ୍ପର ସମ୍ପର୍କ କାୟମ କରିଛନ୍ତି ॥1॥    

ਹਮਰਾ ਜੋਰੁ ਸਭੁ ਰਹਿਓ ਮੇਰੇ ਬੀਰ ॥
ହେ ମୋର ଭାଇ! ଈଶ୍ଵରଙ୍କ ସମ୍ମୁଖରେ ଆମର ଇଚ୍ଛା ଚାଲି ପାରିବ ନାହିଁ।   

ਹਰਿ ਕਾ ਤਨੁ ਮਨੁ ਸਭੁ ਹਰਿ ਕੈ ਵਸਿ ਹੈ ਸਰੀਰ ॥੧॥ ਰਹਾਉ ॥
ଆମର ଏହି ତନ ମନ ସବୁ ହରିଙ୍କ ହିଁ ଅଟେ ଆଉ ଏହି ସଂପୂର୍ଣ୍ଣ ଶରୀର ତାହାଙ୍କ ବଶରେ ଅଛି॥1॥ରୁହ॥        

ਭਗਤ ਜਨਾ ਕਉ ਸਰਧਾ ਆਪਿ ਹਰਿ ਲਾਈ ॥
ହରି ନିଜେ ହିଁ ଭକ୍ତ ଠାରେ ନିଜ ଶ୍ରଦ୍ଧା ଲଗାଇ ଥାଆନ୍ତି ଆଉ    

ਵਿਚੇ ਗ੍ਰਿਸਤ ਉਦਾਸ ਰਹਾਈ ॥੨॥
ଭକ୍ତ ଗୃହସ୍ଥ ଜୀବନରେ ନିର୍ଲିପ୍ତ ରହିଥାଏ ॥2॥    

ਜਬ ਅੰਤਰਿ ਪ੍ਰੀਤਿ ਹਰਿ ਸਿਉ ਬਨਿ ਆਈ ॥
ଯେବେ ହୃଦୟରେ ହରିଙ୍କ ସାଥିରେ ପ୍ରେମ ବନିଯାଏ, ସେତେବେଳେ         

ਤਬ ਜੋ ਕਿਛੁ ਕਰੇ ਸੁ ਮੇਰੇ ਹਰਿ ਪ੍ਰਭ ਭਾਈ ॥੩॥
ଯାହା କିଛି ଜୀବ କରିଥାଏ, ତାହା ହରି-ପ୍ରଭୁଙ୍କୁ ଭଲ ଲାଗିଥାଏ॥3॥     

ਜਿਤੁ ਕਾਰੈ ਕੰਮਿ ਹਮ ਹਰਿ ਲਾਏ ॥
ଯେଉଁ କାର୍ଯ୍ୟ ଏବଂ କାମରେ ହରି ଆମକୁ ଲଗାଇଛନ୍ତି,       

ਸੋ ਹਮ ਕਰਹ ਜੁ ਆਪਿ ਕਰਾਏ ॥੪॥
ଆମେ ସେହି କାର୍ଯ୍ୟ କରିଥାଉ ଏବଂ ସେ ଆମ ଦ୍ଵାରା କରାଇ ଥାଆନ୍ତି॥4॥               

ਜਿਨ ਕੀ ਭਗਤਿ ਮੇਰੇ ਪ੍ਰਭ ਭਾਈ ॥
ହେ ନାନକ! ଯାହାର ଭକ୍ତି ମୋର ପ୍ରଭୁଙ୍କୁ ଲୋଭାଇ ଥାଏ,     

ਤੇ ਜਨ ਨਾਨਕ ਰਾਮ ਨਾਮ ਲਿਵ ਲਾਈ ॥੫॥੧॥੭॥੧੬॥
ସେହି ପୁରୁଷ ନିଜ ଧ୍ୟାନ ରାମ ନାମ ସାଥିରେ ଲଗାଇ ରଖିଥାଏ॥5॥1॥7॥16॥ 

error: Content is protected !!