ਕਲਿਜੁਗੁ ਹਰਿ ਕੀਆ ਪਗ ਤ੍ਰੈ ਖਿਸਕੀਆ ਪਗੁ ਚਉਥਾ ਟਿਕੈ ਟਿਕਾਇ ਜੀਉ ॥
ତା’ପରେ ପରମାତ୍ମା କଳିଯୁଗ ବନାଇଲେ, ଯେଉଁଥିରେ ଧର୍ମର ତିନି ଗୋଡ ଖସିଗଲା ଆଉ ଧର୍ମ ଏକ ଗୋଡରେ ରହିଲା।
ਗੁਰ ਸਬਦੁ ਕਮਾਇਆ ਅਉਖਧੁ ਹਰਿ ਪਾਇਆ ਹਰਿ ਕੀਰਤਿ ਹਰਿ ਸਾਂਤਿ ਪਾਇ ਜੀਉ ॥
ଏହି ଯୁଗର ଜୀବ ଗୁରୁ-ଶବ୍ଦର ଅର୍ଜ୍ଜନ କରିଛି ଆଉ ଦୁଃଖର ଔଷଧ ହରିନାମ ପାଇ ଯାଇଛି, ହରି ତାହାଙ୍କ କୀର୍ତ୍ତି ଗାନ କରୁଥିବା ଭକ୍ତଙ୍କ ହୃଦୟରେ ଶାନ୍ତି ପ୍ରଦାନ କରିଛନ୍ତି।
ਹਰਿ ਕੀਰਤਿ ਰੁਤਿ ਆਈ ਹਰਿ ਨਾਮੁ ਵਡਾਈ ਹਰਿ ਹਰਿ ਨਾਮੁ ਖੇਤੁ ਜਮਾਇਆ ॥
କଳିଯୁଗରେ ହରିଙ୍କ ଭଜନ-କୀର୍ତ୍ତନର ଋତୁ ଆସିଲା, ଆଉ ହରିନାମର ଶୋଭା ହେବାକୁ ଲାଗିଲା, ଶରୀର ରୂପୀ କ୍ଷେତରେ ପରମେଶ୍ଵରଙ୍କ ନାମକୁ ଲୋକମାନେ ବୁଣିବାକୁ ଲାଗିଲେ।
ਕਲਿਜੁਗਿ ਬੀਜੁ ਬੀਜੇ ਬਿਨੁ ਨਾਵੈ ਸਭੁ ਲਾਹਾ ਮੂਲੁ ਗਵਾਇਆ ॥
ମୁଁ ଯଦି ନାମ ବିନା ଅନ୍ୟ ବୀଜ ବୁଣିଥାଏ, ତାହାହେଲେ ସେହି ନିଜ ମୂଳ ଲାଭ ଏବଂ ମୂଳ ପୁଞ୍ଜି ହରାଇ ଥାଏ।
ਜਨ ਨਾਨਕਿ ਗੁਰੁ ਪੂਰਾ ਪਾਇਆ ਮਨਿ ਹਿਰਦੈ ਨਾਮੁ ਲਖਾਇ ਜੀਉ ॥
ନାନକ ପୂର୍ଣ୍ଣ ଗୁରୁଙ୍କୁ ପାଇଛନ୍ତି, ଯିଏ ତାହାଙ୍କ ମନ ଓ ହୃଦୟରେ ହି ନାମ ପ୍ରକଟ କରିଛନ୍ତି।
ਕਲਜੁਗੁ ਹਰਿ ਕੀਆ ਪਗ ਤ੍ਰੈ ਖਿਸਕੀਆ ਪਗੁ ਚਉਥਾ ਟਿਕੈ ਟਿਕਾਇ ਜੀਉ ॥੪॥੪॥੧੧॥
ପରମାତ୍ମା କଳିଯୁଗର ରଚନା କରିଛନ୍ତି, ଯେଉଁଥିରେ ଧର୍ମର ତିନି ଗୋଡ ଖସିଯାଇଛି ଆଉ ଧର୍ମର ଚତୁର୍ଥ ଗୋଡ ହିଁ ଅଛି।॥4॥4॥11॥
ਆਸਾ ਮਹਲਾ ੪ ॥
ଆଶା ମହଲା 4 ॥
ਹਰਿ ਕੀਰਤਿ ਮਨਿ ਭਾਈ ਪਰਮ ਗਤਿ ਪਾਈ ਹਰਿ ਮਨਿ ਤਨਿ ਮੀਠ ਲਗਾਨ ਜੀਉ ॥
ଯେଉଁ ବ୍ୟକ୍ତିର ମନରେ ହରିଙ୍କ କୀର୍ତ୍ତି ଭଲ ଲାଗି ଯାଇଛି, ସେ ପରମ ଗତି ପାଇଛି, ତାହାର ମନ-ତନକୁ ପରମାତ୍ମା ମିଠା ଲାଗିଛନ୍ତି।
ਹਰਿ ਹਰਿ ਰਸੁ ਪਾਇਆ ਗੁਰਮਤਿ ਹਰਿ ਧਿਆਇਆ ਧੁਰਿ ਮਸਤਕਿ ਭਾਗ ਪੁਰਾਨ ਜੀਉ ॥
ଯିଏ ଗୁରୁଙ୍କ ମତି ଦ୍ଵାରା ଭଗବାନଙ୍କୁ ଧ୍ୟାନ କରିଛି, ସେ ହରିରସ ପାଇଛି, ଆଦିରୁ ହିଁ ତାହାର କପାଳରେ ପୂର୍ବ ଲିଖିତ ଭାଗ୍ୟ ଜାଗି ଉଠିଛି।
ਧੁਰਿ ਮਸਤਕਿ ਭਾਗੁ ਹਰਿ ਨਾਮਿ ਸੁਹਾਗੁ ਹਰਿ ਨਾਮੈ ਹਰਿ ਗੁਣ ਗਾਇਆ ॥
ଆଦିରୁ ତାହାର କପାଳରେ ଲେଖା ହୋଇଥିବା ଭାଗ୍ୟ ଉଦୟ ହୋଇଯାଇଛି ଆଉ ଯେବେ ସେ ହରିନାମ ଦ୍ଵାରା ଭଗବାନଙ୍କ ଗୁଣଗାନ କରିଛି, ସେତେବେଳେ ହରିନାମ ଦ୍ଵାରା ତାହାକୁ ସୁହାଗ ମିଳିଯାଇଛି।
ਮਸਤਕਿ ਮਣੀ ਪ੍ਰੀਤਿ ਬਹੁ ਪ੍ਰਗਟੀ ਹਰਿ ਨਾਮੈ ਹਰਿ ਸੋਹਾਇਆ ॥
ଏବେ ତାହାର ମସ୍ତକରେ ପ୍ରଭୁଙ୍କ ପ୍ରେମର ମଣି ଚମକି ଉଠିଛି ଆଉ ଭଗବାନ ନିଜ ହରିନାମ ଦ୍ଵାରା ତାହାକୁ ସୁନ୍ଦର ବନାଇଛନ୍ତି।
ਜੋਤੀ ਜੋਤਿ ਮਿਲੀ ਪ੍ਰਭੁ ਪਾਇਆ ਮਿਲਿ ਸਤਿਗੁਰ ਮਨੂਆ ਮਾਨ ਜੀਉ ॥
ତାହାଙ୍କ ଜ୍ୟୋତି ପରମ ଜ୍ୟୋତିରେ ମିଶିଯାଇଛି ଆଉ ସେ ନିଜ ପ୍ରଭୁଙ୍କୁ ପାଇ ଯାଇଛି, ସଚ୍ଚା ଗୁର୍ଙ୍କ ମିଳନ ଦ୍ଵାରା ତାହାର ମନ ତୃପ୍ତ ହୋଇଯାଇଛି।
ਹਰਿ ਕੀਰਤਿ ਮਨਿ ਭਾਈ ਪਰਮ ਗਤਿ ਪਾਈ ਹਰਿ ਮਨਿ ਤਨਿ ਮੀਠ ਲਗਾਨ ਜੀਉ ॥੧॥
ହରିଙ୍କ କୀର୍ତ୍ତି ମହିମା ଯାହାର ମନରେ ଅଛି, ସେ ନିଜ ପରମ ଗତି ପ୍ରାପ୍ତ କରିଛି ଆଉ ତାହାର ମନ ଏବଂ ତନକୁ ପ୍ରଭୁ ମିଠା ଲାଗିବାକୁ ଆରମ୍ଭ କରିଛନ୍ତି॥1॥
ਹਰਿ ਹਰਿ ਜਸੁ ਗਾਇਆ ਪਰਮ ਪਦੁ ਪਾਇਆ ਤੇ ਊਤਮ ਜਨ ਪਰਧਾਨ ਜੀਉ ॥
ଯେଉଁ ବ୍ୟକ୍ତି ପରମାତ୍ମାଙ୍କ ଯଶୋଗାନ କରିଛି, ତାହାକୁ ପରମ ପଦ ପ୍ରାପ୍ତ ହୋଇ ଯାଇଛି, ସେହି ଲୋକ ଉତ୍ତମ ଏବଂ ପ୍ରଧାନ ଅଟେ।
ਤਿਨੑ ਹਮ ਚਰਣ ਸਰੇਵਹ ਖਿਨੁ ਖਿਨੁ ਪਗ ਧੋਵਹ ਜਿਨ ਹਰਿ ਮੀਠ ਲਗਾਨ ਜੀਉ ॥
ଯାହାକୁ ହରି ମିଠା ଲାଗିଛନ୍ତି, ଆମେ ତାହାର ଚରଣ ସେବା କରୁ ଆଉ ପ୍ରତି କ୍ଷଣରେ ତାହାର ଚରଣ ଧୋଉ।
ਹਰਿ ਮੀਠਾ ਲਾਇਆ ਪਰਮ ਸੁਖ ਪਾਇਆ ਮੁਖਿ ਭਾਗਾ ਰਤੀ ਚਾਰੇ ॥
ଯାହାକୁ ହରି ମିଠା ଲାଗିଛନ୍ତି, ତାହାକୁ ପରମ ସୁଖ ପ୍ରାପ୍ତ ହୋଇ ଯାଇଛି ଆଉ ତାହାର ମୁଖ ଭାଗ୍ୟଶାଳୀ ଏବଂ ସୁନ୍ଦର ହୋଇ ଯାଇଛି।
ਗੁਰਮਤਿ ਹਰਿ ਗਾਇਆ ਹਰਿ ਹਾਰੁ ਉਰਿ ਪਾਇਆ ਹਰਿ ਨਾਮਾ ਕੰਠਿ ਧਾਰੇ ॥
ଗୁରୁଙ୍କ ଉପଦେଶ ଦ୍ଵାରା ସେ ପ୍ରଭୁଙ୍କ ଗୁଣଗାନ କରିଛି, ପ୍ରଭୁଙ୍କୁ ହାର ରୂପରେ ହୃଦୟରେ ପିନ୍ଧିଛି ଆଉ ହରିଙ୍କ ନାମକୁ ନିଜ ଜିହ୍ଵା ଏବଂ କଣ୍ଠରେ ଧାରଣ କରିଛି।
ਸਭ ਏਕ ਦ੍ਰਿਸਟਿ ਸਮਤੁ ਕਰਿ ਦੇਖੈ ਸਭੁ ਆਤਮ ਰਾਮੁ ਪਛਾਨ ਜੀਉ ॥
ସେ ସମସ୍ତଙ୍କୁ ଏକ ଦୃଷ୍ଟିରେ ଦେଖିଥାନ୍ତି ଆଉ ସବୁଙ୍କ ଅନ୍ତରାତ୍ମାରେ ପ୍ରଭୁଙ୍କ ବାସ ବୋଲି ଜାଣିଥାଏ।
ਹਰਿ ਹਰਿ ਜਸੁ ਗਾਇਆ ਪਰਮ ਪਦੁ ਪਾਇਆ ਤੇ ਊਤਮ ਜਨ ਪਰਧਾਨ ਜੀਉ ॥੨॥
ଯେଉଁ ବ୍ୟକ୍ତି ପରମେଶ୍ଵରଙ୍କ ଯଶୋଗାନ କରିଛି, ତାହାକୁ ପରମ ପଦ ମିଳିଯାଇଛି, ସେହି ଲୋକ ଉତ୍ତମ ଏବଂ ପ୍ରଧାନ ଅଟେ॥2॥
ਸਤਸੰਗਤਿ ਮਨਿ ਭਾਈ ਹਰਿ ਰਸਨ ਰਸਾਈ ਵਿਚਿ ਸੰਗਤਿ ਹਰਿ ਰਸੁ ਹੋਇ ਜੀਉ ॥
ଯାହାର ମନରେ ସତସଙ୍ଗତିରେ ଭଲ ଲାଗିଥାଏ, ସେ ହରିରସର ଆସ୍ଵାଦନ କରିଥାଏ, ସତସଙ୍ଗତିରେ ହରିଙ୍କ ରସ ବାସ କରିଥାଏ।
ਹਰਿ ਹਰਿ ਆਰਾਧਿਆ ਗੁਰ ਸਬਦਿ ਵਿਗਾਸਿਆ ਬੀਜਾ ਅਵਰੁ ਨ ਕੋਇ ਜੀਉ ॥
ସେ ହଋ-ପରମେଶ୍ଵରଙ୍କ ଆରାଧନା କରିଥାଏ ଆଉ ଗୁରୁଙ୍କ ଶବ୍ଦ ଦ୍ଵାରା ପ୍ରସନ୍ନ ରହିଥାଏ, ପ୍ରଭୁଙ୍କ ବିନା ଆଉ କାହାକୁ ଜାଣନ୍ତି ନାହିଁ।
ਅਵਰੁ ਨ ਕੋਇ ਹਰਿ ਅੰਮ੍ਰਿਤੁ ਸੋਇ ਜਿਨਿ ਪੀਆ ਸੋ ਬਿਧਿ ਜਾਣੈ ॥
ସେହି ହରି ଅମୃତ ଅତିରିକ୍ତ ଅନ୍ୟ କିଛି ଅମୃତ ନାହିଁ, ଯିଏ ଏହାକୁ ପାନ କରିଥାଏ, ସେ ଏହାର ବିଧିକୁ ଜାଣିଥାଏ।
ਧਨੁ ਧੰਨੁ ਗੁਰੂ ਪੂਰਾ ਪ੍ਰਭੁ ਪਾਇਆ ਲਗਿ ਸੰਗਤਿ ਨਾਮੁ ਪਛਾਣੈ ॥
ପୂର୍ଣ୍ଣ ଗୁରୁ ଧନ୍ୟ-ଧନ୍ୟ ଅଟନ୍ତି, ଯାହାଙ୍କ ମାଧ୍ୟମରୁ ପ୍ରଭୁ ପ୍ରାପ୍ତ ହୋଇଥାନ୍ତି, ସତସଙ୍ଗତିରେ ସମ୍ମିଳିତ ହୋଇ ପ୍ରଭୁନାମକୁ ଜଣା ଯାଏ।
ਨਾਮੋ ਸੇਵਿ ਨਾਮੋ ਆਰਾਧੈ ਬਿਨੁ ਨਾਮੈ ਅਵਰੁ ਨ ਕੋਇ ਜੀਉ ॥
ମୁଁ ନାମର ପୂଜା କରିଥାଏ, ମୁଁ ନାମର ହିଁ ଆରାଧନା କରିଥାଏ ଏବଂ ନାମ ବିନା ଆଉ କିଛି ନାହିଁ।
ਸਤਸੰਗਤਿ ਮਨਿ ਭਾਈ ਹਰਿ ਰਸਨ ਰਸਾਈ ਵਿਚਿ ਸੰਗਤਿ ਹਰਿ ਰਸੁ ਹੋਇ ਜੀਉ ॥੩॥
ଯାହାର ମନକୁ ସତସଙ୍ଗତି ପ୍ରିୟ ଲାଗିଥାଏ, ସେ ହରି ଅମୃତର ସ୍ଵାଦ ପ୍ରାପ୍ତ କରିଥାଏ, ସତସଙ୍ଗତିରେ ହିଁ ପ୍ରଭୁଙ୍କ ନାମାମୃତ ବାସ କରିଥାଏ॥3॥
ਹਰਿ ਦਇਆ ਪ੍ਰਭ ਧਾਰਹੁ ਪਾਖਣ ਹਮ ਤਾਰਹੁ ਕਢਿ ਲੇਵਹੁ ਸਬਦਿ ਸੁਭਾਇ ਜੀਉ ॥
ହେ ହରି ପ୍ରଭୁ! ଦୟା କର ଏବଂ ଆମକୁ(ପଥରକୁ) ପାର କରାଇ ଦିଅ, ନିଜ ଶବ୍ଦ ଦ୍ଵାରା ସ୍ଵାଭାବିକତା ସହିତ ଆମକୁ ସଂସାରର ମୋହରୁ ବାହାର କର।
ਮੋਹ ਚੀਕੜਿ ਫਾਥੇ ਨਿਘਰਤ ਹਮ ਜਾਤੇ ਹਰਿ ਬਾਂਹ ਪ੍ਰਭੂ ਪਕਰਾਇ ਜੀਉ ॥
ଆମେ ନଶ୍ଵର ପ୍ରାଣୀ ମୋହର କଚଡାରେ ଫସି ବୁଡି ଯାଉଛୁ, ହେ ହରି ପ୍ରଭୁ! ଆମର ବାହୁ ଧର।
ਪ੍ਰਭਿ ਬਾਂਹ ਪਕਰਾਈ ਊਤਮ ਮਤਿ ਪਾਈ ਗੁਰ ਚਰਣੀ ਜਨੁ ਲਾਗਾ ॥
ପ୍ରଭୁ ଯେବେ ବାହୁ ଧରିଛନ୍ତି, ସେତେବେଳେ ଉତ୍ତମ ବୁଦ୍ଧି ପ୍ରାପ୍ତ ହୋଇଯାଇଛି ଆଉ ସେବକ ଗୁରୁଙ୍କ ଚରଣରେ ଲାଗି ଯାଇଛି।