ODIA PAGE 1260

ਗੁਰ ਸਬਦਿ ਰਤੇ ਸਦਾ ਬੈਰਾਗੀ ਹਰਿ ਦਰਗਹ ਸਾਚੀ ਪਾਵਹਿ ਮਾਨੁ ॥੨॥
ଜୀବ ଗୁରୁଙ୍କ ଶବ୍ଦରେ ଲୀନ ରହି ସଦା ବୈରାଗୀ ରହିଥାଏ ଏବଂ ପ୍ରଭୁଙ୍କ ସଚ୍ଚା ଦରବାରରେ ଯଶ ପ୍ରାପ୍ତ କରିଥାଏ||2||                                     

ਇਹੁ ਮਨੁ ਖੇਲੈ ਹੁਕਮ ਕਾ ਬਾਧਾ ਇਕ ਖਿਨ ਮਹਿ ਦਹ ਦਿਸ ਫਿਰਿ ਆਵੈ ॥
ହୁକୁମରେ ବାନ୍ଧି ହୋଇ ଏହି ମନ ଅନେକ ଖେଳ ଖେଳିଥାଏ ଏବଂ ଏକ କ୍ଷଣରେ ହିଁ ଦଶ ଦିଗରେ ଭ୍ରମଣ କରି ଆସିଥାଏ। 

ਜਾਂ ਆਪੇ ਨਦਰਿ ਕਰੇ ਹਰਿ ਪ੍ਰਭੁ ਸਾਚਾ ਤਾਂ ਇਹੁ ਮਨੁ ਗੁਰਮੁਖਿ ਤਤਕਾਲ ਵਸਿ ਆਵੈ ॥੩॥
ଯେତେବେଳେ ସଚ୍ଚା ପ୍ରଭୁ ସ୍ଵୟଂ କରୁଣା-ଦୃଷ୍ଟି କରିଥାନ୍ତି, ଏହି ମନ ଗୁରୁଙ୍କ ସାନ୍ନିଧ୍ୟରେ ତୁରନ୍ତ ବଶରେ ଆସିଥାଏ||3||     

ਇਸੁ ਮਨ ਕੀ ਬਿਧਿ ਮਨ ਹੂ ਜਾਣੈ ਬੂਝੈ ਸਬਦਿ ਵੀਚਾਰਿ ॥
ଶବ୍ଦର ଚିନ୍ତନ ଦ୍ଵାରା ଏହି ଜ୍ଞାନ ପ୍ରାପ୍ତ ହୋଇଥାଏ ଯେ ମନକୁ ବଶୀଭୂତ କରିବାର ଉପାୟ ମନ ହିଁ ଜାଣିଥାଏ। 

ਨਾਨਕ ਨਾਮੁ ਧਿਆਇ ਸਦਾ ਤੂ ਭਵ ਸਾਗਰੁ ਜਿਤੁ ਪਾਵਹਿ ਪਾਰਿ ॥੪॥੬॥
ନାନକ କହନ୍ତି ଯେ ହେ ଭାଇ! ତୁ ସର୍ବଦା ହରିନାମର ଚିନ୍ତନ କର, ଯାହାଦ୍ୱାରା ଭବସାଗରରୁ ପାର ହୋଇଯିବୁ||4||6|| 

ਮਲਾਰ ਮਹਲਾ ੩ ॥
ମଲାର ମହଲା 3॥ 

ਜੀਉ ਪਿੰਡੁ ਪ੍ਰਾਣ ਸਭਿ ਤਿਸ ਕੇ ਘਟਿ ਘਟਿ ਰਹਿਆ ਸਮਾਈ ॥
ଏହି ଶରୀର, ଆତ୍ମା ଏବଂ ପ୍ରାଣ ସବୁ ଈଶ୍ଵରଙ୍କ ରଚନା ଅଟେ ଏବଂ ସେ ପ୍ରତି ଘଟରେ ରହିଥାନ୍ତି।

ਏਕਸੁ ਬਿਨੁ ਮੈ ਅਵਰੁ ਨ ਜਾਣਾ ਸਤਿਗੁਰਿ ਦੀਆ ਬੁਝਾਈ ॥੧॥
ସଚ୍ଚା ଗୁରୁ ଏହି ରହସ୍ୟ ବୁଝାଇ ଦେଇଛନ୍ତି, ଏଥିପାଇଁ ଏକ ଈଶ୍ଵରଙ୍କ ବିନା ଆଉ କାହାକୁ ମାନେ ନାହିଁ||1||    

ਮਨ ਮੇਰੇ ਨਾਮਿ ਰਹਉ ਲਿਵ ਲਾਈ ॥
ହେ ମୋର ମନ!  ହରିନାମରେ ଲଗ୍ନ ଲଗାଇ ରଖ, ସେ ଅଦୃଷ୍ଟ, ମନବାଣୀରୁ ଉର୍ଦ୍ଧ୍ଵରେ, ଅପରାମ୍ପର, କର୍ତ୍ତା-ପୁରୁଷ ଅଟନ୍ତି।

ਅਦਿਸਟੁ ਅਗੋਚਰੁ ਅਪਰੰਪਰੁ ਕਰਤਾ ਗੁਰ ਕੈ ਸਬਦਿ ਹਰਿ ਧਿਆਈ ॥੧॥ ਰਹਾਉ ॥
ଗୁରୁଙ୍କ ଉପଦେଶ ଦ୍ଵାରା ପରମାତ୍ମାଙ୍କ ଭଜନ କର ॥1॥ରୁହ॥                                                                                            

ਮਨੁ ਤਨੁ ਭੀਜੈ ਏਕ ਲਿਵ ਲਾਗੈ ਸਹਜੇ ਰਹੇ ਸਮਾਈ ॥
ଯେତେବେଳେ ପ୍ରଭୁ ଭକ୍ତିରେ ଲଗ୍ନ ଲାଗିଯାଏ, ମନ ଭିଜି ଯାଏ ଏବଂ ସ୍ଵାଭାବିକ ଭାବରେ ସେଥିରେ ଲୀନ ରହିଥାଏ। 

ਗੁਰ ਪਰਸਾਦੀ ਭ੍ਰਮੁ ਭਉ ਭਾਗੈ ਏਕ ਨਾਮਿ ਲਿਵ ਲਾਈ ॥੨॥
ଗୁରୁଙ୍କ କୃପାରୁ ଭ୍ରମ ଓ ଭୟ ଦୂର ହୋଇଯାଏ ଏବଂ ଏକ ପ୍ରଭୁଙ୍କ ଠାରେ ଲଗ୍ନ ଲାଗି ରହିଥାଏ||2||               

ਗੁਰ ਬਚਨੀ ਸਚੁ ਕਾਰ ਕਮਾਵੈ ਗਤਿ ਮਤਿ ਤਬ ਹੀ ਪਾਈ ॥
ଯିଏ ଗୁରୁଙ୍କ ବଚନ ଦ୍ଵାରା ଭକ୍ତିର ସଚ୍ଚା କାର୍ଯ୍ୟ କରିଥାଏ, ତାହାକୁ ଜ୍ଞାନ ପ୍ରାପ୍ତ ହୋଇଥାଏ।                                            

ਕੋਟਿ ਮਧੇ ਕਿਸਹਿ ਬੁਝਾਏ ਤਿਨਿ ਰਾਮ ਨਾਮਿ ਲਿਵ ਲਾਈ ॥੩॥
କୋଟି କୋଟି ମଧ୍ୟରେ କେହି ବିରଳକୁ ହିଁ ଗୁରୁ ବୁଝାଇ ଥାଆନ୍ତି ଏବଂ ତାହାର ଲଗ୍ନ ରାମନାମରେ ଲାଗି ରହିଥାଏ||3||

ਜਹ ਜਹ ਦੇਖਾ ਤਹ ਏਕੋ ਸੋਈ ਇਹ ਗੁਰਮਤਿ ਬੁਧਿ ਪਾਈ ॥
ଗୁରୁଙ୍କ ଶିକ୍ଷା ଦ୍ଵାରା ଏହି ଜ୍ଞାନ ପ୍ରାପ୍ତ ହୋଇଛି, ଯେଉଁଠି ଦେଖିଥାଏ, ସେଠାରେ ଏକ ପ୍ରଭୁ ହିଁ ବିଦ୍ୟମାନ ଅଛନ୍ତି।

ਮਨੁ ਤਨੁ ਪ੍ਰਾਨ ਧਰੀਂ ਤਿਸੁ ਆਗੈ ਨਾਨਕ ਆਪੁ ਗਵਾਈ ॥੪॥੭॥
ହେ ନାନକ! ଅହଂ ଭାବକୁ ଦୂର କରି ଏହି ମନ, ତନ, ପ୍ରାଣ ସର୍ବସ୍ଵ ପ୍ରଭୁଙ୍କ ସମ୍ମୁଖରେ ଅର୍ପଣ କରିଥାଏ||4||7||           

ਮਲਾਰ ਮਹਲਾ ੩ ॥
ମଲାର ମହଲା 3॥ 

ਮੇਰਾ ਪ੍ਰਭੁ ਸਾਚਾ ਦੂਖ ਨਿਵਾਰਣੁ ਸਬਦੇ ਪਾਇਆ ਜਾਈ ॥
ମୋର ସଚ୍ଚା ପ୍ରଭୁ  ଦୁଃଖର ନିବାରଣ କରିବା ବାଲା ଅଟନ୍ତି, ଯାହା ଶବ୍ଦ ଗୁରୁ ଦ୍ଵାରା ହିଁ ପ୍ରାପ୍ତ ହୋଇଥାଏ।

ਭਗਤੀ ਰਾਤੇ ਸਦ ਬੈਰਾਗੀ ਦਰਿ ਸਾਚੈ ਪਤਿ ਪਾਈ ॥੧॥
ଯିଏ ପ୍ରଭୁ ଭକ୍ତିରେ ଲୀନ ରହିଥାଏ, ସେ ସଦା ବୈରାଗୀ ରହିଥାଏ ଏବଂ ସଚ୍ଚା ଦରବାରରେ ସମ୍ମାନ ପ୍ରାପ୍ତ କରିଥାଏ||1||          

ਮਨ ਰੇ ਮਨ ਸਿਉ ਰਹਉ ਸਮਾਈ ॥
ହେ ମନ! ଭଗବାନଙ୍କ ଅର୍ଚ୍ଚନାରେ ଲୀନ ରୁହ।        

ਗੁਰਮੁਖਿ ਰਾਮ ਨਾਮਿ ਮਨੁ ਭੀਜੈ ਹਰਿ ਸੇਤੀ ਲਿਵ ਲਾਈ ॥੧॥ ਰਹਾਉ ॥
ଗୁରୁଙ୍କ ଦ୍ଵାରା ରାମନାମର ସ୍ମରଣ ସହିତ ମନ ପ୍ରସନ୍ନ ରହିଥାଏ ଏବଂ ପ୍ରଭୁଙ୍କ ଠାରେ ହିଁ ଲାଗି ରହିଥାଏ॥1॥ରୁହ॥

ਮੇਰਾ ਪ੍ਰਭੁ ਅਤਿ ਅਗਮ ਅਗੋਚਰੁ ਗੁਰਮਤਿ ਦੇਇ ਬੁਝਾਈ ॥
ମୋର ପ୍ରଭୁ ଅପହଞ୍ଚ, ମନବାଣୀରୁ ଉର୍ଦ୍ଧ୍ଵରେ, ଗୁରୁଙ୍କ ଶିକ୍ଷା ଏହି ରହସ୍ୟ କହିଥାଏ।                                                                               

ਸਚੁ ਸੰਜਮੁ ਕਰਣੀ ਹਰਿ ਕੀਰਤਿ ਹਰਿ ਸੇਤੀ ਲਿਵ ਲਾਈ ॥੨॥
ସତ୍ୟ, ସଂଯମ, ଶୁଭ କର୍ମ କର, ଈଶ୍ଵରଙ୍କ କୀର୍ତ୍ତିଗାନ କର ଏବଂ ତାହାଙ୍କ ଲଗ୍ନରେ ଲୀନ ରୁହ॥2॥ 

ਆਪੇ ਸਬਦੁ ਸਚੁ ਸਾਖੀ ਆਪੇ ਜਿਨੑ ਜੋਤੀ ਜੋਤਿ ਮਿਲਾਈ ॥
ଈଶ୍ଵର ହିଁ ଶବ୍ଦ ଅଟନ୍ତି, ସତ୍ୟ ରୂପରେ ସାକ୍ଷୀ ଅଟନ୍ତି, ଯିଏ ନିଜ ଜ୍ୟୋତି ଆମର ଜ୍ୟୋତିରେ ମିଳାଇ ନିଅନ୍ତି।

ਦੇਹੀ ਕਾਚੀ ਪਉਣੁ ਵਜਾਏ ਗੁਰਮੁਖਿ ਅੰਮ੍ਰਿਤੁ ਪਾਈ ॥੩॥
ଏହି ଶରୀର ନଶ୍ଵର ଅଟେ, ଏଥିରେ ପ୍ରାଣର ସଂଚାର ଚାଲିଥାଏ ଏବଂ ଗୁରୁଙ୍କ ଠାରୁ ହିଁ ନାମ ଅମୃତ ପ୍ରାପ୍ତ ହୋଇଥାଏ||3||                          

ਆਪੇ ਸਾਜੇ ਸਭ ਕਾਰੈ ਲਾਏ ਸੋ ਸਚੁ ਰਹਿਆ ਸਮਾਈ ॥
ପରମାତ୍ମା ସ୍ଵୟଂ ହିଁ ସଂସାର ବନାଇ ଲୋକଙ୍କୁ କାମ ଧନ୍ଦାରେ ଲଗାଇ ଥାଆନ୍ତି ଏବଂ ସେହି ପରମ ସତ୍ୟ ସର୍ବ ବ୍ୟାପ୍ତ ଅଟନ୍ତି।

ਨਾਨਕ ਨਾਮ ਬਿਨਾ ਕੋਈ ਕਿਛੁ ਨਾਹੀ ਨਾਮੇ ਦੇਇ ਵਡਾਈ ॥੪॥੮॥
ହେ ନାନକ! ହରିନାମ ବିନା ଆଉ କିଛି ନାହିଁ ଏବଂ ନାମ-ସ୍ମରଣ ଦ୍ଵାରା ଜୀବ ବଡିମା ପ୍ରାପ୍ତ କରିଥାଏ। ||4||8||   

ਮਲਾਰ ਮਹਲਾ ੩ ॥
ମଲାର ମହଲା 3॥ 

ਹਉਮੈ ਬਿਖੁ ਮਨੁ ਮੋਹਿਆ ਲਦਿਆ ਅਜਗਰ ਭਾਰੀ ॥
ଅହଂର ଜହର ମନକୁ ମୋହିତ କରିଥାଏ ଏବଂ ଅଜଗର ଭଳି ପାପର ଭାରି ବୋଝ ଲଦି ନେଇଥାଏ। 

ਗਰੁੜੁ ਸਬਦੁ ਮੁਖਿ ਪਾਇਆ ਹਉਮੈ ਬਿਖੁ ਹਰਿ ਮਾਰੀ ॥੧॥
ଯେତେବେଳେ ଗୁରୁ ଗରୁଡ ମନ୍ତ୍ର ମୁଖରେ ଦେଇଛନ୍ତି, ଈଶ୍ଵର ଅହଂର ଜହର ସମାପ୍ତ କରି ଦେଇଛନ୍ତି||1||                                          

ਮਨ ਰੇ ਹਉਮੈ ਮੋਹੁ ਦੁਖੁ ਭਾਰੀ ॥
ହେ ମନ! ଅହଂ ଓ ମୋହର ଦୁଃଖ ବହୁତ ଭାରି ଅଟେ।                                                   

ਇਹੁ ਭਵਜਲੁ ਜਗਤੁ ਨ ਜਾਈ ਤਰਣਾ ਗੁਰਮੁਖਿ ਤਰੁ ਹਰਿ ਤਾਰੀ ॥੧॥ ਰਹਾਉ ॥
ଏହି ସଂସାର ସାଗରରୁ ପାର କରାଯାଇ ପାରିବ ନାହିଁ, କିନ୍ତୁ ଗୁରୁ ହିଁ ଏଥିରୁ ପାର କରାଇ ପାରିବେ ॥1॥ରୁହ॥

ਤ੍ਰੈ ਗੁਣ ਮਾਇਆ ਮੋਹੁ ਪਸਾਰਾ ਸਭ ਵਰਤੈ ਆਕਾਰੀ ॥
ସଂପୂର୍ଣ୍ଣ ସଂସାରରେ ତ୍ରିଗୁଣାତ୍ମକ ମାୟା ବିସ୍ତାର ଲାଭ କରିଛି।                                                                            

ਤੁਰੀਆ ਗੁਣੁ ਸਤਸੰਗਤਿ ਪਾਈਐ ਨਦਰੀ ਪਾਰਿ ਉਤਾਰੀ ॥੨॥
ଚତୁର୍ଥ ଅବସ୍ଥା ସତସଙ୍ଗତିରେ ପ୍ରାପ୍ତ ହୋଇଥାଏ ଏବଂ ତାହାଙ୍କ କୃପାରୁ ଜୀବ ସଂସାର ସାଗରରୁ ପାର ହୋଇଯାଏ||2||                                

ਚੰਦਨ ਗੰਧ ਸੁਗੰਧ ਹੈ ਬਹੁ ਬਾਸਨਾ ਬਹਕਾਰਿ ॥
ଯେପରି ଚନ୍ଦନର ସୁଗନ୍ଧ ଶ୍ରେଷ୍ଠ ଅଟେ ଏବଂ ସବୁଆଡେ ମହକ ଖେଳାଇ ଥାଏ।    

error: Content is protected !!