ਗੁਰਮੁਖਿ ਸਬਦੁ ਸਮ੍ਹ੍ਹਾਲੀਐ ਸਚੇ ਕੇ ਗੁਣ ਗਾਉ ॥
ଗୁରୁଙ୍କ ଦ୍ଵାରା ଶବ୍ଦର ଅନୁସରଣ କରି ଈଶ୍ଵରଙ୍କ ଗୁଣଗାନ କର।
ਨਾਨਕ ਨਾਮਿ ਰਤੇ ਜਨ ਨਿਰਮਲੇ ਸਹਜੇ ਸਚਿ ਸਮਾਉ ॥੨॥
ହେ ନାନକ! ସେହି ଲୋକ ନିର୍ମଳ ଅଟେ, ଯିଏ ପ୍ରଭୁ-ନାମରେ ଲୀନ ରହିଥାଏ||2||
ਪਉੜੀ ॥
ପଉଡୀ॥
ਪੂਰਾ ਸਤਿਗੁਰੁ ਸੇਵਿ ਪੂਰਾ ਪਾਇਆ ॥
ପୂର୍ଣ୍ଣ ଗୁରୁଙ୍କ ସେବା ଦ୍ଵାରା ହିଁ ପୂର୍ଣ୍ଣ ପରମେଶ୍ଵରଙ୍କୁ ପ୍ରାପ୍ତ କରାଯାଇ ଥାଏ।
ਪੂਰੈ ਕਰਮਿ ਧਿਆਇ ਪੂਰਾ ਸਬਦੁ ਮੰਨਿ ਵਸਾਇਆ ॥
ପୂର୍ଣ୍ଣ କର୍ମ ଦ୍ଵାରା ତାହାର ଧ୍ୟାନ ହୋଇଥାଏ ଏବଂ ପୂର୍ଣ୍ଣ ଶବ୍ଦ ଦ୍ଵାରା ହିଁ ମନରେ ସ୍ଥାପିତ କରା ଯାଇଥାଏ।
ਪੂਰੈ ਗਿਆਨਿ ਧਿਆਨਿ ਮੈਲੁ ਚੁਕਾਇਆ ॥
ପୂର୍ଣ୍ଣ ଜ୍ଞାନ ଧ୍ୟାନ ଦ୍ଵାରା ହିଁ ମନର ମଇଳା ଦୂର ହୋଇଥାଏ।
ਹਰਿ ਸਰਿ ਤੀਰਥਿ ਜਾਣਿ ਮਨੂਆ ਨਾਇਆ ॥
ହରିନାମ ରୂପୀ ତୀର୍ଥ ସରୋବରକୁ ଜାଣି ମନ ସେଥିରେ ସ୍ନାନ କରିଥାଏ।
ਸਬਦਿ ਮਰੈ ਮਨੁ ਮਾਰਿ ਧੰਨੁ ਜਣੇਦੀ ਮਾਇਆ ॥
ଯେଉଁ ଶବ୍ଦ-ଗୁରୁ ଦ୍ଵାରା ମନକୁ ନିୟନ୍ତ୍ରଣ କରାଯାଇ ଥାଏ, ତାହାକୁ ଜନ୍ମ ଦେବା ବାଲୀ ମାତା ଧନ୍ୟ ଅଟନ୍ତି।
ਦਰਿ ਸਚੈ ਸਚਿਆਰੁ ਸਚਾ ਆਇਆ ॥
କେହି ସତ୍ୟଶୀଳ ହିଁ ସଚ୍ଚା ପ୍ରଭୁଙ୍କ ଦ୍ଵାରକୁ ଆସି ସଚ୍ଚା ମାନା ଯାଇଥାଏ।
ਪੁਛਿ ਨ ਸਕੈ ਕੋਇ ਜਾਂ ਖਸਮੈ ਭਾਇਆ ॥
ଯାହା ଈଶ୍ଵରଙ୍କୁ ସ୍ଵୀକୃତ ହୋଇଥାଏ, ତାହା ଉପରେ କୌଣସି ହସ୍ତକ୍ଷେପ କରି ପାରିବା ନାହିଁ।
ਨਾਨਕ ਸਚੁ ਸਲਾਹਿ ਲਿਖਿਆ ਪਾਇਆ ॥੧੮॥
ହେ ନାନକ! ସଚ୍ଚା ପରମେଶ୍ଵରଙ୍କ ସ୍ତୁତିଗାନ କର ଏବଂ ଫଳ ପ୍ରାପ୍ତ କର||18||
ਸਲੋਕ ਮਃ ੧ ॥
ଶ୍ଳୋକ ମହଲା 1॥
ਕੁਲਹਾਂ ਦੇਂਦੇ ਬਾਵਲੇ ਲੈਂਦੇ ਵਡੇ ਨਿਲਜ ॥
ଏପରି ଦମ୍ଭୀ ଗୁରୁ ବାସ୍ତବରେ ବାଉଳା ହିଁ ଅଟେ, ଯିଏ ନିଜ ଉତ୍ତରାଧିକାରୀ ନିଯୁକ୍ତ କରିଥାନ୍ତି ଆଉ ତାହାକୁ ନେଇଥିବା ଲୋକମାନେ ମଧ୍ୟ ନିର୍ଲଜ୍ଜ ଅଟନ୍ତି।
ਚੂਹਾ ਖਡ ਨ ਮਾਵਈ ਤਿਕਲਿ ਬੰਨੑੈ ਛਜ ॥
ଏହାର ଦଶା ଏପରି ଅଟେ, ଯେପରି ମୂଷା ସ୍ଵୟଂ ପଶି ପାରିବ ନାହିଁ ଏବଂ ଲାଞ୍ଜରେ ଏକ ଝୁଡି ବାନ୍ଧି ଥାଏ।
ਦੇਨੑਿ ਦੁਆਈ ਸੇ ਮਰਹਿ ਜਿਨ ਕਉ ਦੇਨਿ ਸਿ ਜਾਹਿ ॥
ଲୋକଙ୍କୁ ଆଶୀର୍ବାଦ ଦେବା ବାଲା ଏପରି ବ୍ୟକ୍ତି ନିଜେ ମରିଥାଏ ଏବଂ ଆଶୀର୍ବାଦ ପାଇବା ବାଲା ମଧ୍ୟ ମରିଯାଇ ଥାଏ।
ਨਾਨਕ ਹੁਕਮੁ ਨ ਜਾਪਈ ਕਿਥੈ ਜਾਇ ਸਮਾਹਿ ॥
ହେ ନାନକ! ତାହାକୁ ଈଶ୍ଵରଙ୍କ ହୁକୁମ ମାଲୁମ ହୁଏନାହିଁ, ଶେଷରେ କେଉଁଠିକୁ ଯାଆନ୍ତି।
ਫਸਲਿ ਅਹਾੜੀ ਏਕੁ ਨਾਮੁ ਸਾਵਣੀ ਸਚੁ ਨਾਉ ॥
କେବଳ ପରମାତ୍ମାଙ୍କ ନାମ ହିଁ ଆଷାଢର ଫସଲ ଅଟେ ଏବଂ ସଚ୍ଚା ନାମ ହିଁ ଶ୍ରାବଣର ଫସଲ ଅଟେ।
ਮੈ ਮਹਦੂਦੁ ਲਿਖਾਇਆ ਖਸਮੈ ਕੈ ਦਰਿ ਜਾਇ ॥
ନାମ ହିଁ ମୋର ଜୀବନ ରାଶି ଅଟେ, ମୁଁ ଏପରି ଏକ ପଟ୍ଟା ଲେଖାଇଛି, ଯାହା ମାଲିକଙ୍କ ଦ୍ଵାରକୁ ଯାଇଥାଏ।
ਦੁਨੀਆ ਕੇ ਦਰ ਕੇਤੜੇ ਕੇਤੇ ਆਵਹਿ ਜਾਂਹਿ ॥
ଦୁନିଆରେ କେତେ ଦ୍ଵାର ଅଛି, କେତେ ସେଠାକୁ ଆସିଥାନ୍ତି ଓ ଯାଇଥାନ୍ତି,
ਕੇਤੇ ਮੰਗਹਿ ਮੰਗਤੇ ਕੇਤੇ ਮੰਗਿ ਮੰਗਿ ਜਾਹਿ ॥੧॥
କେତେ ଭିକାରି ତାହାଙ୍କ ଠାରୁ ମାଗିଥାନ୍ତି ଏବଂ ମାଗି ମାଗି ଚାଲିଯାନ୍ତି||1||
ਮਃ ੧ ॥
ମହଲା 1॥
ਸਉ ਮਣੁ ਹਸਤੀ ਘਿਉ ਗੁੜੁ ਖਾਵੈ ਪੰਜਿ ਸੈ ਦਾਣਾ ਖਾਇ ॥
ହାତୀ ଶହେ ମାଣ ଘିଅ ଗୁଡ ଏବଂ ପାଞ୍ଚ ଶହ ମାଣ ଦାନା ଖାଇଥାଏ।
ਡਕੈ ਫੂਕੈ ਖੇਹ ਉਡਾਵੈ ਸਾਹਿ ਗਇਐ ਪਛੁਤਾਇ ॥
ସେ ଖାଇ ପିଇ ଫୋପାଡି ଥାଏ ଏବଂ ଧୂଳି ଉଡାଇ ଥାଏ, ଯେତେବେଳେ ଶ୍ଵାସ ବାହାରି ଯାଏ, ପଶ୍ଚାତାପ କରିଥାଏ।
ਅੰਧੀ ਫੂਕਿ ਮੁਈ ਦੇਵਾਨੀ ॥
ଅହଂକାରରେ ଅନ୍ଧ ଓ ବାଉଳା ହୋଇ ଥିବା ଦୁନିଆକୁ ହାତୀ ଭଳି ବିବେଚନା କରାଯାଇ ଥାଏ।
ਖਸਮਿ ਮਿਟੀ ਫਿਰਿ ਭਾਨੀ ॥
ଯେତେବେଳେ ଅହଂକାରକୁ ବାହାର କରି ଦେଇଥାଏ, ପ୍ରଭୁଙ୍କୁ ଭଲ ଲାଗିଥାଏ।
ਅਧੁ ਗੁਲ੍ਹਾ ਚਿੜੀ ਕਾ ਚੁਗਣੁ ਗੈਣਿ ਚੜੀ ਬਿਲਲਾਇ ॥
ଚଟେଇ ପକ୍ଷୀ ଅଧା ଦାନା ଖାଇଥାଏ, ଆନନ୍ଦରେ ଉଡିଥାଏ।
ਖਸਮੈ ਭਾਵੈ ਓਹਾ ਚੰਗੀ ਜਿ ਕਰੇ ਖੁਦਾਇ ਖੁਦਾਇ ॥
ବାସ୍ତବରେ ସେ ହିଁ ମାଲିକଙ୍କୁ ଭଲ ଲାଗିଥାଏ, ଯିଏ ନାମ ସ୍ମରଣ କରିଥାଏ।
ਸਕਤਾ ਸੀਹੁ ਮਾਰੇ ਸੈ ਮਿਰਿਆ ਸਭ ਪਿਛੈ ਪੈ ਖਾਇ ॥
ଶକ୍ତିଶାଳୀ ବାଘ ଶହ ଶହ ପଶୁକୁ ମାରି ଦେଇଥାଏ ଏବଂ ତାପରେ କେତେ ଜୀବ ଖାଇଥାନ୍ତି।
ਹੋਇ ਸਤਾਣਾ ਘੁਰੈ ਨ ਮਾਵੈ ਸਾਹਿ ਗਇਐ ਪਛੁਤਾਇ ॥
ଶକ୍ତିଶାଳୀ ବାଘ ନିଜ ଗୁମ୍ଫାରେ ରହେ ନାହିଁ, ଏବଂ ଯେତେବେଳେ ଶ୍ଵାସ ଚାଲିଯାଏ, ପଶ୍ଚାତାପ କରିଥାଏ।
ਅੰਧਾ ਕਿਸ ਨੋ ਬੁਕਿ ਸੁਣਾਵੈ ॥
ଅନ୍ଧ କାହାକୁ ଚିତ୍କାର କରି ଶୁଣାଇ ଥାଏ?
ਖਸਮੈ ਮੂਲਿ ਨ ਭਾਵੈ ॥
ମାଲିକଙ୍କୁ ଏହା କଦାପି ଭଲ ଲାଗେ ନାହିଁ।
ਅਕ ਸਿਉ ਪ੍ਰੀਤਿ ਕਰੇ ਅਕ ਤਿਡਾ ਅਕ ਡਾਲੀ ਬਹਿ ਖਾਇ ॥
ଗଛର କୀଟ ଗଛ ସହିତ ହିଁ ପ୍ରୀତି କରିଥାଏ ଏବଂ ଗଛର ଡାଳରେ ବସି ଖାଇଥାଏ।
ਖਸਮੈ ਭਾਵੈ ਓਹੋ ਚੰਗਾ ਜਿ ਕਰੇ ਖੁਦਾਇ ਖੁਦਾਇ ॥
ମାଲିକଙ୍କୁ ଏହା ଭଲ ଲାଗିଥାଏ, ଯିଏ ପ୍ରଭୁଙ୍କ ନାମ ଜପ କରିଥାଏ।
ਨਾਨਕ ਦੁਨੀਆ ਚਾਰਿ ਦਿਹਾੜੇ ਸੁਖਿ ਕੀਤੈ ਦੁਖੁ ਹੋਈ ॥
ହେ ନାନକ! ଏହି ଦୁନିଆ ଚାରି ଦିନର ମେଳା ଅଟେ, ସୁହଖ-ସୁବିଧା ପରେ ଭାଗ୍ୟରେ ଦୁଃଖ ହିଁ ଥାଏ।
ਗਲਾ ਵਾਲੇ ਹੈਨਿ ਘਣੇਰੇ ਛਡਿ ਨ ਸਕੈ ਕੋਈ ॥
କଥା କହିବା ବାଲା ବହୁତ ସାରା ବ୍ୟକ୍ତି ଅଛନ୍ତି, କିନ୍ତୁ କେହି ମଧ୍ୟ ଧନ-ଦୌଲତ ଏବଂ ସୁଖକୁ ତ୍ୟାଗ କରନ୍ତି ନାହିଁ।
ਮਖੀਂ ਮਿਠੈ ਮਰਣਾ ॥
ମାଛି ମିଠାରେ ହିଁ ମରିଥାଏ।
ਜਿਨ ਤੂ ਰਖਹਿ ਤਿਨ ਨੇੜਿ ਨ ਆਵੈ ਤਿਨ ਭਉ ਸਾਗਰੁ ਤਰਣਾ ॥੨॥
ହେ ପରମେଶ୍ଵର! ଯାହାର ତୁ ରକ୍ଷା କରୁ, ତାହା ପାଖକୁ ମୋହ-ମାୟା ମଧ୍ୟ ଆସେ ନାହିଁ ଏବଂ ସେ ସଂସାର ସାଗରରୁ ପାର ହୋଇଯାଏ||2||
ਪਉੜੀ ॥
ପଉଡୀ॥
ਅਗਮ ਅਗੋਚਰੁ ਤੂ ਧਣੀ ਸਚਾ ਅਲਖ ਅਪਾਰੁ ॥
ହେ ସୃଷ୍ଟିକର୍ତ୍ତା! ତୁ ହିଁ ମାଲିକ ଅଟୁ, ଅପହଞ୍ଚ, ମନ-ବାଣୀରୁ ଉର୍ଦ୍ଧ୍ଵରେ, ଶାଶ୍ଵତ ସ୍ୱରୂପ ଏବଂ ଅଦୃଷ୍ଟ ଅଟନ୍ତି।
ਤੂ ਦਾਤਾ ਸਭਿ ਮੰਗਤੇ ਇਕੋ ਦੇਵਣਹਾਰੁ ॥
ତୁ ହିଁ ଦାତା ଅଟୁ, ସମସ୍ତେ ମାଗିବା ବାଲା ଅଟନ୍ତି, ଏକମାତ୍ର ତୁ ହିଁ ଦୁନିଆକୁ ଦେବା ବାଲା ଅଟନ୍ତି।
ਜਿਨੀ ਸੇਵਿਆ ਤਿਨੀ ਸੁਖੁ ਪਾਇਆ ਗੁਰਮਤੀ ਵੀਚਾਰੁ ॥
ଗୁରୁଙ୍କ ମତାନୁସାରେ ଚିନ୍ତନ କରିଛି ଯେ ଯିଏ ମଧ୍ୟ ତୋର ପୂଜା-ଅର୍ଚ୍ଚନା କରିଛି, ସେ ହିଁ ସୁଖ ପ୍ରାପ୍ତ କରିଛି।
ਇਕਨਾ ਨੋ ਤੁਧੁ ਏਵੈ ਭਾਵਦਾ ਮਾਇਆ ਨਾਲਿ ਪਿਆਰੁ ॥
ଏହା ତୋର ହିଁ ଇଚ୍ଛା ଯେ କିଛି ଲୋକଙ୍କ ପ୍ରେମ ଧନ ଦୌଲତ ସହିତ ରହୁ।
ਗੁਰ ਕੈ ਸਬਦਿ ਸਲਾਹੀਐ ਅੰਤਰਿ ਪ੍ਰੇਮ ਪਿਆਰੁ ॥
ମନରେ ପ୍ରେମ ସ୍ଥାପନ କରି ଗୁରୁଙ୍କ ଉପଦେଶ ଦ୍ଵାରା ଈଶ୍ଵରଙ୍କ ସ୍ତୁତି କର।
ਵਿਣੁ ਪ੍ਰੀਤੀ ਭਗਤਿ ਨ ਹੋਵਈ ਵਿਣੁ ਸਤਿਗੁਰ ਨ ਲਗੈ ਪਿਆਰੁ ॥
ପ୍ରେମ ବିନା ଭକ୍ତି ହୋଇନଥାଏ ଏବଂ ସଚ୍ଚା ଗୁରୁଙ୍କ ବିନା ପ୍ରେମ ଲାଗେ ନାହିଁ।
ਤੂ ਪ੍ਰਭੁ ਸਭਿ ਤੁਧੁ ਸੇਵਦੇ ਇਕ ਢਾਢੀ ਕਰੇ ਪੁਕਾਰ ॥
ହେ ଭଗବାନ! ତୁ ମହାନ ଅଟୁ, ସମସ୍ତେ ତୋର ହିଁ ଆରାଧନା କରିଥାନ୍ତି।
ਦੇਹਿ ਦਾਨੁ ਸੰਤੋਖੀਆ ਸਚਾ ਨਾਮੁ ਮਿਲੈ ਆਧਾਰੁ ॥੧੯॥
ଆମକୁ ସନ୍ତୋଷପୂର୍ବକ ଏହି ଦାନ ଦିଅ ଯେ ତୋର ସଚ୍ଚା ନାମର ଆଶ୍ରା ବନି ରହୁ||19||