ਕਾਮਿ ਕ੍ਰੋਧਿ ਲੋਭਿ ਬਿਆਪਿਓ ਜਨਮ ਹੀ ਕੀ ਖਾਨਿ ॥
କାମ, କ୍ରୋଧ ଏବଂ ଲୋଭରେ ଲୀନ ରହିବା ହିଁ ଜନ୍ମ ମରଣର ମୂଳ କାରଣ ଅଟେ।
ਪਤਿਤ ਪਾਵਨ ਸਰਨਿ ਆਇਓ ਉਧਰੁ ਨਾਨਕ ਜਾਨਿ ॥੨॥੧੨॥੩੧॥
ନାନକଙ୍କ ବିନତି ଯେ ପତିତ ପାବନ ପରମେଶ୍ଵରଙ୍କ ଶରଣରେ ଆସିବା ଦ୍ଵାରା ମୁକ୍ତି ହୋଇଥାଏ||2||12||31||
ਕਾਨੜਾ ਮਹਲਾ ੫ ॥
କାନଡା ମହଲା 5॥
ਅਵਿਲੋਕਉ ਰਾਮ ਕੋ ਮੁਖਾਰਬਿੰਦ ॥
ମୁଁ ପରମାତ୍ମାଙ୍କ ମୁଖମଣ୍ଡଳକୁ ଦେଖିଥାଏ।
ਖੋਜਤ ਖੋਜਤ ਰਤਨੁ ਪਾਇਓ ਬਿਸਰੀ ਸਭ ਚਿੰਦ ॥੧॥ ਰਹਾਉ ॥
ଖୋଜି ଖୋଜି ମୁଁ ହରିନାମ ରତ୍ନ ପ୍ରାପ୍ତ କରିଛି, ଯାହାଦ୍ୱାରା ମୋର ସବୁ ଚିନ୍ତା ଦୂର ହୋଇ ଯାଇଛି॥1॥ରୁହ॥
ਚਰਨ ਕਮਲ ਰਿਦੈ ਧਾਰਿ ॥
ଯେବେ ଠାରୁ ପରମାତ୍ମାଙ୍କ ଚରଣ-କମଳକୁ ହୃଦୟରେ ଧାରଣ କରିଛି,
ਉਤਰਿਆ ਦੁਖੁ ਮੰਦ ॥੧॥
ଦୁଃଖ-କ୍ଲେଶ ଦୂର ହୋଇ ଯାଇଛି||1||
ਰਾਜ ਧਨੁ ਪਰਵਾਰੁ ਮੇਰੈ ਸਰਬਸੋ ਗੋਬਿੰਦ ॥
ମୋର ରାଜ୍ୟ, ଧନ, ପରିବାର ଇତ୍ୟାଦି ସର୍ବସ୍ଵ ଈଶ୍ଵର ହିଁ ଅଟନ୍ତି।
ਸਾਧਸੰਗਮਿ ਲਾਭੁ ਪਾਇਓ ਨਾਨਕ ਫਿਰਿ ਨ ਮਰੰਦ ॥੨॥੧੩॥੩੨॥
ହେ ନାନକ! ସାଧୁ-ପୁରୁଷଙ୍କ ସଙ୍ଗତରେ ଏପରି ଲାଭ ପ୍ରାପ୍ତ କରିଛି ଯେ ଜନ୍ମ ମରଣରୁ ମୁକ୍ତ ହୋଇ ଯାଇଛି||2||13||32||
ਕਾਨੜਾ ਮਹਲਾ ੫ ਘਰੁ ੫
କାନଡା ମହଲା 5 ଘର 5
ੴ ਸਤਿਗੁਰ ਪ੍ਰਸਾਦਿ ॥
ଈଶ୍ଵର ଏକ ଅଟନ୍ତି, ଯାହାଙ୍କୁ ଈଶ୍ଵରଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਪ੍ਰਭ ਪੂਜਹੋ ਨਾਮੁ ਅਰਾਧਿ ॥
ପ୍ରଭୁଙ୍କ ପୂଜା କର, ହରିନାମର ଆରାଧନା କର,
ਗੁਰ ਸਤਿਗੁਰ ਚਰਨੀ ਲਾਗਿ ॥
ଗୁରୁଙ୍କ ଚରଣରେ ଲୀନ ରୁହ।
ਹਰਿ ਪਾਵਹੁ ਮਨੁ ਅਗਾਧਿ ॥
ନିଷ୍ଠା ପୂର୍ବକ ମନରେ ପରମାତ୍ମାଙ୍କୁ ପ୍ରାପ୍ତ କର।
ਜਗੁ ਜੀਤੋ ਹੋ ਹੋ ਗੁਰ ਕਿਰਪਾਧਿ ॥੧॥ ਰਹਾਉ ॥
ଗୁରୁଙ୍କ କୃପାରୁ ଜଗତକୁ ଜିତି ନିଅ॥1॥ରୁହ॥
ਅਨਿਕ ਪੂਜਾ ਮੈ ਬਹੁ ਬਿਧਿ ਖੋਜੀ ਸਾ ਪੂਜਾ ਜਿ ਹਰਿ ਭਾਵਾਸਿ ॥
ମୁଁ ଅନେକ ପ୍ରକାର ପୂଜା-ଅର୍ଚ୍ଚନା କରିଅଛି, କିନ୍ତୁ ପୂଜା ତାହା ଅଟେ, ଯାହା ପରମାତ୍ମାଙ୍କୁ ଭଲ ଲାଗିଥାଏ।
ਮਾਟੀ ਕੀ ਇਹ ਪੁਤਰੀ ਜੋਰੀ ਕਿਆ ਏਹ ਕਰਮ ਕਮਾਸਿ ॥
ମାଟିର ପୁତୁଳା ମାନବ ଠାରେ କଣ ବଳ ଅଛି ଯେ ସେ କିଛି କର୍ମ କରି ପାରିବ?
ਪ੍ਰਭ ਬਾਹ ਪਕਰਿ ਜਿਸੁ ਮਾਰਗਿ ਪਾਵਹੁ ਸੋ ਤੁਧੁ ਜੰਤ ਮਿਲਾਸਿ ॥੧॥
ପ୍ରଭୁ ବାହୁ ଧରି ଯେଉଁ ମାର୍ଗରେ ଲଗାଇ ଦେଇଥାନ୍ତି, ଜୀବ ସେଥିରେ ମଗ୍ନ ରହିଥାଏ||1||
ਅਵਰ ਓਟ ਮੈ ਕੋਇ ਨ ਸੂਝੈ ਇਕ ਹਰਿ ਕੀ ਓਟ ਮੈ ਆਸ ॥
ମୋତେ ଅନ୍ୟ କୌଣସି ଆଶ୍ରାର ଜ୍ଞାତ ନାହିଁ, କେବଳ ଈଶ୍ଵରଙ୍କ ଆଶ୍ରା ହିଁ ମୋର ଆଶା ଅଟେ।
ਕਿਆ ਦੀਨੁ ਕਰੇ ਅਰਦਾਸਿ ॥
ଏହି ଦୀନ କଣ ପ୍ରାର୍ଥନା କରିବ,
ਜਉ ਸਭ ਘਟਿ ਪ੍ਰਭੂ ਨਿਵਾਸ ॥
ଯେତେବେଳେ ସବୁଠାରେ ପ୍ରଭୁ ହିଁ ବ୍ୟାପ୍ତ ରହିଥାନ୍ତି।
ਪ੍ਰਭ ਚਰਨਨ ਕੀ ਮਨਿ ਪਿਆਸ ॥
ମୋତେ ପ୍ରଭୁଙ୍କ ଚରଣର ତୃଷ୍ଣା ମନରେ ଲାଗିଅଛି।
ਜਨ ਨਾਨਕ ਦਾਸੁ ਕਹੀਅਤੁ ਹੈ ਤੁਮ੍ਹ੍ਹਰਾ ਹਉ ਬਲਿ ਬਲਿ ਸਦ ਬਲਿ ਜਾਸ ॥੨॥੧॥੩੩॥
ନାନକ କହନ୍ତି ଯେ ହେ ପ୍ରଭୁ! ମୁଁ ତୁମର ଦାସ ଅଟେ, ସର୍ବଦା ତୁମ ପ୍ରତି ସମର୍ପିତ ଅଟେ||2||1||33||
ਕਾਨੜਾ ਮਹਲਾ ੫ ਘਰੁ ੬
କାନଡା ମହଲା 5 ଘର 5
ੴ ਸਤਿਗੁਰ ਪ੍ਰਸਾਦਿ ॥
ଈଶ୍ଵର ଏକ ଅଟନ୍ତି, ଯାହାଙ୍କୁ ଈଶ୍ଵରଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਜਗਤ ਉਧਾਰਨ ਨਾਮ ਪ੍ਰਿਅ ਤੇਰੈ ॥
ହେ ପ୍ରଭୁ! ତୋର ନାମ ହିଁ ସଂସାରର ଉଦ୍ଧାର କରିବା ବାଲା ଅଟେ।
ਨਵ ਨਿਧਿ ਨਾਮੁ ਨਿਧਾਨੁ ਹਰਿ ਕੇਰੈ ॥
ହରିଙ୍କ ନାମ ହିଁ ନବନିଧି ଏବଂ ସୁଖର ଭଣ୍ଡାର ଅଟେ।
ਹਰਿ ਰੰਗ ਰੰਗ ਰੰਗ ਅਨੂਪੇਰੈ ॥
ଅନେକ ରଙ୍ଗରେ ରଙ୍ଗୀନ ହୋଇଥିବା ପ୍ରଭୁ ଅଦ୍ଵିତୀୟ ଅଟନ୍ତି।
ਕਾਹੇ ਰੇ ਮਨ ਮੋਹਿ ਮਗਨੇਰੈ ॥
ହେ ମନ! କାହିଁକି ମୋହ-ମାୟାରେ ମଗ୍ନ ରହିଛୁ?
ਨੈਨਹੁ ਦੇਖੁ ਸਾਧ ਦਰਸੇਰੈ ॥
ନେତ୍ରରେ ସାଧୁ-ପୁରୁଷଙ୍କ ଦର୍ଶନ କର।
ਸੋ ਪਾਵੈ ਜਿਸੁ ਲਿਖਤੁ ਲਿਲੇਰੈ ॥੧॥ ਰਹਾਉ ॥
ଯାହାର ଭାଗ୍ୟରେ ଲେଖା ହୋଇଥାଏ, ସେ ହିଁ ପ୍ରଭୁଙ୍କୁ ପ୍ରାପ୍ତ କରିଥାଏ॥1॥ରୁହ॥
ਸੇਵਉ ਸਾਧ ਸੰਤ ਚਰਨੇਰੈ ॥
ମୁଁ ସାଧୁ-ସନ୍ଥଙ୍କ ଚରଣର ସେବା କରିଥାଏ,
ਬਾਂਛਉ ਧੂਰਿ ਪਵਿਤ੍ਰ ਕਰੇਰੈ ॥
ତାହାଙ୍କ ଚରଣ-ଧୂଳିର ଅଭିଳାଷ କରିଥାଏ, ଯାହା ପବିତ୍ର କରି ଦେଇଥାଏ।
ਅਠਸਠਿ ਮਜਨੁ ਮੈਲੁ ਕਟੇਰੈ ॥
ଏହି ଅଠଷଠି ତୀର୍ଥରେ ସ୍ନାନ କରିବା ସମାନ ଅଟେ, ଯାହା ପାପର ମଇଳା ଦୂର କରି ଦେଇଥାଏ।
ਸਾਸਿ ਸਾਸਿ ਧਿਆਵਹੁ ਮੁਖੁ ਨਹੀ ਮੋਰੈ ॥
ମୁଁ ପ୍ରତି ଶ୍ଵାସରେ ଈଶ୍ଵରଙ୍କ ଧ୍ୟାନ କରିଥାଏ ଏବଂ ତାହାଙ୍କ ଠାରୁ ବିମୁଖ ହୁଏନାହିଁ।
ਕਿਛੁ ਸੰਗਿ ਨ ਚਾਲੈ ਲਾਖ ਕਰੋਰੈ ॥
ଲକ୍ଷ-କୋଟି କିଛି ମଧ୍ୟ ସାଥିରେ ଯାଏ ନାହିଁ ଏବଂ
ਪ੍ਰਭ ਜੀ ਕੋ ਨਾਮੁ ਅੰਤਿ ਪੁਕਰੋਰੈ ॥੧॥
ପ୍ରଭୁଙ୍କ ନାମ ହିଁ ଅନ୍ତରେ ସହାୟକ ହୋଇଥାଏ||1||
ਮਨਸਾ ਮਾਨਿ ਏਕ ਨਿਰੰਕੇਰੈ ॥
ମନରେ କେବଳ ନିରଙ୍କାରଙ୍କ ମନନ କର ଏବଂ
ਸਗਲ ਤਿਆਗਹੁ ਭਾਉ ਦੂਜੇਰੈ ॥
ସମସ୍ତ ଦୈତ୍ୟଭାବ ତ୍ୟାଗ କରିଦିଅ।
ਕਵਨ ਕਹਾਂ ਹਉ ਗੁਨ ਪ੍ਰਿਅ ਤੇਰੈ ॥
ହେ ପ୍ରଭୁ! ମୁଁ ତୋର କେଉଁ କେଉଁ ଗୁଣ ବର୍ଣ୍ଣନା କରିବି?
ਬਰਨਿ ਨ ਸਾਕਉ ਏਕ ਟੁਲੇਰੈ ॥
ମୁଁ ତୋର ଏକ ଗୁଣର ମଧ୍ୟ ବର୍ଣ୍ଣନା କରି ପାରିବି ନାହିଁ।
ਦਰਸਨ ਪਿਆਸ ਬਹੁਤੁ ਮਨਿ ਮੇਰੈ ॥
ମୋର ମନରେ ତୋର ଦର୍ଶନର ତୀବ୍ର ଲାଳସା ଅଛି,
ਮਿਲੁ ਨਾਨਕ ਦੇਵ ਜਗਤ ਗੁਰ ਕੇਰੈ ॥੨॥੧॥੩੪॥
ହେ ଜଗଦଗୁରୁ! ନାନକଙ୍କୁ ମିଳନ କରାଇ ଦିଅ||2||1||34||