ਗੁਰਿ ਮੰਤ੍ਰੁ ਅਵਖਧੁ ਨਾਮੁ ਦੀਨਾ ਜਨ ਨਾਨਕ ਸੰਕਟ ਜੋਨਿ ਨ ਪਾਇ ॥੫॥੨॥
ହେ ନାନକ! ଗୁରୁ ଯାହାକୁ ନାମ-ମନ୍ତ୍ର ରୂପୀ ଔଷଧ ପ୍ରଦାନ କରିଛନ୍ତି, ସେ ଗର୍ଭ-ଯୋନିର ସଙ୍କଟ ଦୂର କରି ଦେଇଛନ୍ତି||5||2||
ਰੇ ਨਰ ਇਨ ਬਿਧਿ ਪਾਰਿ ਪਰਾਇ ॥
ହେ ମନୁଷ୍ୟ! ଏହି ଉପାୟରେ ମୁକ୍ତି ସମ୍ଭବ ଅଟେ,
ਧਿਆਇ ਹਰਿ ਜੀਉ ਹੋਇ ਮਿਰਤਕੁ ਤਿਆਗਿ ਦੂਜਾ ਭਾਉ ॥ ਰਹਾਉ ਦੂਜਾ ॥੨॥੧੧॥
ଦୈତ୍ୟଭାବ ତ୍ୟାଗ କରି ଏବଂ ଜୀବିତ ଭାବରେ ଅହଂ ନାଶ କରି ପରମାତ୍ମାଙ୍କ ଧ୍ୟାନ କର॥ଦ୍ଵିତୀୟ ରୁହ॥2॥11॥
ਮਾਰੂ ਮਹਲਾ ੫ ॥
ମାରୁ ମହଲା 5॥
ਬਾਹਰਿ ਢੂਢਨ ਤੇ ਛੂਟਿ ਪਰੇ ਗੁਰਿ ਘਰ ਹੀ ਮਾਹਿ ਦਿਖਾਇਆ ਥਾ ॥
ଗୁରୁ ହୃଦୟ ଘରେ ହିଁ ପରମ ସତ୍ୟର ଦର୍ଶନ କରାଇ ଦେଇଛନ୍ତି, ଯାହା ଦ୍ଵାରା ଈଶ୍ଵରଙ୍କୁ ବାହାରେ ଖୋଜିବାକୁ ପଡେ ନାହିଁ।
ਅਨਭਉ ਅਚਰਜ ਰੂਪੁ ਪ੍ਰਭ ਪੇਖਿਆ ਮੇਰਾ ਮਨੁ ਛੋਡਿ ਨ ਕਤਹੂ ਜਾਇਆ ਥਾ ॥੧॥
ମୁଁ ପରମାତ୍ମାଙ୍କ ଅଦ୍ଭୁତ ରୂପ ଦେଖି ନେଇଛି, ଏଥିପାଇଁ ତାହାଙ୍କୁ ଛାଡି ମୋର ମନ ଏଣେ ତେଣେ ଯାଏ ନାହିଁ||1||
ਮਾਨਕੁ ਪਾਇਓ ਰੇ ਪਾਇਓ ਹਰਿ ਪੂਰਾ ਪਾਇਆ ਥਾ ॥
ମୁଁ ପୂର୍ଣ୍ଣ ପରମେଶ୍ଵର ରୂପୀ ମାଣିକ ପ୍ରାପ୍ତ କରିଛି।
ਮੋਲਿ ਅਮੋਲੁ ਨ ਪਾਇਆ ਜਾਈ ਕਰਿ ਕਿਰਪਾ ਗੁਰੂ ਦਿਵਾਇਆ ਥਾ ॥੧॥ ਰਹਾਉ ॥
ଗୁରୁଙ୍କ କୃପାରୁ ପରମାତ୍ମା ରୂପୀ ମାଣିକ ପ୍ରାପ୍ତ କରିଛି, ଯାହା ବଡ ଅମୂଲ୍ୟ ଅଟେ ଏବଂ ଯାହାକୁ କୌଣସି ମୂଲ୍ୟ ଦେଇ ପାଇ ପାରିବା ନାହିଁ॥1॥ରୁହ॥
ਅਦਿਸਟੁ ਅਗੋਚਰੁ ਪਾਰਬ੍ਰਹਮੁ ਮਿਲਿ ਸਾਧੂ ਅਕਥੁ ਕਥਾਇਆ ਥਾ ॥
ସାଧୁଙ୍କ ସଙ୍ଗେ ମିଶି ଅଦୃଶ୍ୟ, ଅଗୋଚର, ଅକଥନୀୟ ପରଂବ୍ରହ୍ମଙ୍କ ସ୍ତୁତିଗାନ କରିଛି।
ਅਨਹਦ ਸਬਦੁ ਦਸਮ ਦੁਆਰਿ ਵਜਿਓ ਤਹ ਅੰਮ੍ਰਿਤ ਨਾਮੁ ਚੁਆਇਆ ਥਾ ॥੨॥
ଯେତେବେଳେ ଦଶମ ଦ୍ଵାରରେ ଅନାହତ ଶବ୍ଦ ଗୁଞ୍ଜନ କରିଥାଏ, ଜିହ୍ଵାରେ ନାମାମୃତ ଗାନ କରାଯାଇ ଥାଏ||2||
ਤੋਟਿ ਨਾਹੀ ਮਨਿ ਤ੍ਰਿਸਨਾ ਬੂਝੀ ਅਖੁਟ ਭੰਡਾਰ ਸਮਾਇਆ ਥਾ ॥
ମନରେ ଅକ୍ଷୟ ଭଣ୍ଡାର ରହି ଯାଇଛି, ଯାହା ଦ୍ଵାରା ତୃଷ୍ଣା ଦୂର ହୋଇ ଯାଇଛି ଏବଂ କୌଣସି ପଦାର୍ଥର ଅଭାବ ରହି ନାହିଁ।
ਚਰਣ ਚਰਣ ਚਰਣ ਗੁਰ ਸੇਵੇ ਅਘੜੁ ਘੜਿਓ ਰਸੁ ਪਾਇਆ ਥਾ ॥੩॥
ଗୁରୁ-ଚରଣର ସେବା କରିବା ଦ୍ଵାରା ଦୂଷିତ ମନ ଶୁଦ୍ଧ ହୋଇଯାଏ, ଯାହା ଦ୍ଵାରା ନାମାମୃତ ରସ ପ୍ରାପ୍ତ ହୋଇଥାଏ||3||
ਸਹਜੇ ਆਵਾ ਸਹਜੇ ਜਾਵਾ ਸਹਜੇ ਮਨੁ ਖੇਲਾਇਆ ਥਾ ॥
ମୁଁ ସ୍ଵାଭାବିକ ଭାବରେ ଆସିଥାଏ ଓ ଯାଇଥାଏ ଏବଂ ସ୍ଵାଭାବିକ ଭାବରେ ମନ ରମଣ କରିଥାଏ।
ਕਹੁ ਨਾਨਕ ਭਰਮੁ ਗੁਰਿ ਖੋਇਆ ਤਾ ਹਰਿ ਮਹਲੀ ਮਹਲੁ ਪਾਇਆ ਥਾ ॥੪॥੩॥੧੨॥
ହେ ନାନକ! ଯେତେବେଳେ ଗୁରୁ ଭ୍ରମ ଦୂର କରିଛନ୍ତି, ପ୍ରଭୁଙ୍କ ଚରଣରେ ସ୍ଥାନ ପାଇ ଯାଇଛି||4|3||12||
ਮਾਰੂ ਮਹਲਾ ੫ ॥
ମାରୁ ମହଲା 5॥
ਜਿਸਹਿ ਸਾਜਿ ਨਿਵਾਜਿਆ ਤਿਸਹਿ ਸਿਉ ਰੁਚ ਨਾਹਿ ॥
ଯେଉଁ ପରମାତ୍ମା ତୋତେ ଉତ୍ପନ୍ନ କରି ଗୌରବ ପ୍ରଦାନ କରିଛନ୍ତି, ସେଥିରେ ତୋର କୌଣସି ରୁଚି ନାହିଁ।
ਆਨ ਰੂਤੀ ਆਨ ਬੋਈਐ ਫਲੁ ਨ ਫੂਲੈ ਤਾਹਿ ॥੧॥
ଯଦି ଅନ୍ୟ ଋତୁରେ ଅନ୍ୟ ବୀଜ ବୁଣାଯାଏ , କୌଣସି ଫଳ-ଫୁଲ ଆସେ ନାହିଁ||1||
ਰੇ ਮਨ ਵਤ੍ਰ ਬੀਜਣ ਨਾਉ ॥
ହେ ଭୋଳା ମନ! ଏହି ମାନବ ଜୀବନ ନାମ ରୂପୀ ବୀଜ ବୁଣିବା ପାଇଁ ସୁଅବସର ଅଟେ,
ਬੋਇ ਖੇਤੀ ਲਾਇ ਮਨੂਆ ਭਲੋ ਸਮਉ ਸੁਆਉ ॥੧॥ ਰਹਾਉ ॥
ମନ ଲଗାଇ ହୃଦୟ ରୂପୀ ଖେତରେ ନାମ ବୁଣିବାର ଏହି ଶୁଭ ସମୟର ଲାଭ ପ୍ରାପ୍ତ କରିନିଅ॥1॥ରୁହ॥
ਖੋਇ ਖਹੜਾ ਭਰਮੁ ਮਨ ਕਾ ਸਤਿਗੁਰ ਸਰਣੀ ਜਾਇ ॥
ମନର ଭ୍ରମ ଓ ଜିଦି ତ୍ୟାଗ କରି ଗୁରୁଙ୍କ ଶରଣରେ ଆସ।
ਕਰਮੁ ਜਿਸ ਕਉ ਧੁਰਹੁ ਲਿਖਿਆ ਸੋਈ ਕਾਰ ਕਮਾਇ ॥੨॥
ଯାହାର ଭାଗ୍ୟରେ ବିଧାତାଙ୍କ ଯେଉଁ ଲେଖା ଥାଏ, ସେ ସେହି କର୍ମ କରିଥାଏ ||2||
ਭਾਉ ਲਾਗਾ ਗੋਬਿਦ ਸਿਉ ਘਾਲ ਪਾਈ ਥਾਇ ॥
ଗୋବିନ୍ଦ ଏପରି ଅତୁଟ ପ୍ରେମ ଲଗାଇଛନ୍ତି ଯେ ସେବା ଭକ୍ତି ସଫଳ ହୋଇ ଯାଇଛି।
ਖੇਤਿ ਮੇਰੈ ਜੰਮਿਆ ਨਿਖੁਟਿ ਨ ਕਬਹੂ ਜਾਇ ॥੩॥
ମୋର ହୃଦୟ ରୂପୀ ଖେତରେ ଅକ୍ଷୁଣ୍ଣ ନାମ ରୂପୀ ଫସଲ ପ୍ରସ୍ତୁତ ହୋଇଛି||3||
ਪਾਇਆ ਅਮੋਲੁ ਪਦਾਰਥੋ ਛੋਡਿ ਨ ਕਤਹੂ ਜਾਇ ॥
ବର୍ତ୍ତମାନ ମୋତେ ସତ୍ୟ ରୂପୀ ଅମୂଲ୍ୟ ପଦାର୍ଥର ପ୍ରାପ୍ତି ହୋଇଛି, ଯାହାକୁ ଛାଡି ମୁଁ ଆଉ କେଉଁଠିକୁ ଯାଏ ନାହିଁ।
ਕਹੁ ਨਾਨਕ ਸੁਖੁ ਪਾਇਆ ਤ੍ਰਿਪਤਿ ਰਹੇ ਆਘਾਇ ॥੪॥੪॥੧੩॥
ହେ ନାନକ! ମୋତେ ସୁଖ ଉପଲବ୍ଧ ହୋଇ ଯାଇଛି, ଯାହା ଦ୍ଵାରା ମୁଁ ସନ୍ତୁଷ୍ଟ ଓ ତୃପ୍ତ ରହିଥାଏ||4||4||13||
ਮਾਰੂ ਮਹਲਾ ੫ ॥
ମାରୁ ମହଲା 5॥
ਫੂਟੋ ਆਂਡਾ ਭਰਮ ਕਾ ਮਨਹਿ ਭਇਓ ਪਰਗਾਸੁ ॥
ଭ୍ରମର ଅଣ୍ଡା ଫାଟି ଯାଇଛି ଏବଂ ମୋର ମନରେ ସତ୍ୟର ପ୍ରକାଶ ହୋଇ ଯାଇଛି।
ਕਾਟੀ ਬੇਰੀ ਪਗਹ ਤੇ ਗੁਰਿ ਕੀਨੀ ਬੰਦਿ ਖਲਾਸੁ ॥੧॥
ପାଦରେ ପଡିଥିବା ବନ୍ଧନର ବେଡି କାଟି ଗୁରୁ ମୁକ୍ତି ଦେଇଛନ୍ତି||1||
ਆਵਣ ਜਾਣੁ ਰਹਿਓ ॥
ମୋର ଜନ୍ମ ମରଣର ଚକ୍ର ଦୂର ହୋଇ ଯାଇଛି।
ਤਪਤ ਕੜਾਹਾ ਬੁਝਿ ਗਇਆ ਗੁਰਿ ਸੀਤਲ ਨਾਮੁ ਦੀਓ ॥੧॥ ਰਹਾਉ ॥
ଯେତେବେଳେ ଗୁରୁ ଶାନ୍ତି ଉତ୍ପନ୍ନ କରିବା ବାଲା ହରିନାମ ପ୍ରଦାନ କରିଛନ୍ତି, ମନରୁ ତୃଷ୍ଣାଗ୍ନିର ଜ୍ଵଳନ ଲିଭି ଯାଇଛି॥1॥ରୁହ॥
ਜਬ ਤੇ ਸਾਧੂ ਸੰਗੁ ਭਇਆ ਤਉ ਛੋਡਿ ਗਏ ਨਿਗਹਾਰ ॥
ଯେବେ ଠାରୁ ସାଧୁଙ୍କ ସଙ୍ଗ ମିଳି ଯାଇଛି, ଯମଦୂତ ମୋ’ ସାଥି ଛାଡି ଯାଇଛି।
ਜਿਸ ਕੀ ਅਟਕ ਤਿਸ ਤੇ ਛੁਟੀ ਤਉ ਕਹਾ ਕਰੈ ਕੋਟਵਾਰ ॥੨॥
ଯିଏ ବନ୍ଧନରେ ରଖିଥିଲେ, ଯେତେବେଳେ ତାହାଙ୍କ ଠାରୁ ମୁକ୍ତି ମିଳି ଯାଇଛି, ଯମରାଜ କଣ କରି ପାରିବ||2||
ਚੂਕਾ ਭਾਰਾ ਕਰਮ ਕਾ ਹੋਏ ਨਿਹਕਰਮਾ ॥
ମୋର ପାପ କର୍ମର ଭାର ମସ୍ତକରୁ ବାହାରି ଯାଇଛି ଏବଂ ନିଷ୍କର୍ମ ହୋଇ ଯାଇଛି।
ਸਾਗਰ ਤੇ ਕੰਢੈ ਚੜੇ ਗੁਰਿ ਕੀਨੇ ਧਰਮਾ ॥੩॥
ଗୁରୁ ମୋ’ ଉପରେ ବଡ ଉପକାର କରିଛନ୍ତି, ଯେଉଁ କାରଣରୁ ସଂସାର ସାଗରରୁ ବାହାରି କୂଳରେ ପହଞ୍ଚି ପାରିଛି||3||
ਸਚੁ ਥਾਨੁ ਸਚੁ ਬੈਠਕਾ ਸਚੁ ਸੁਆਉ ਬਣਾਇਆ ॥
ବର୍ତ୍ତମାନ ସତସଙ୍ଗ ରୂପୀ ସଚ୍ଚା ସ୍ଥାନ ମିଳି ଯାଇଛି, ସଚ୍ଚା ସ୍ଥାନ ହିଁ ଉଠିବା-ବସିବାର ଠିକଣା ଅଟେ ଏବଂ ସତ୍ୟ ହିଁ ମୋର ଜୀବନ ଉଦ୍ଦେଶ୍ୟ ବନି ଯାଇଛି।
ਸਚੁ ਪੂੰਜੀ ਸਚੁ ਵਖਰੋ ਨਾਨਕ ਘਰਿ ਪਾਇਆ ॥੪॥੫॥੧੪॥
ହେ ନାନକ! ସତ୍ୟ ହିଁ ମୋର ପୁଞ୍ଜି ଏବଂ ବ୍ୟାପାରର ସଉଦା ଅଟେ, ଯାହାଙ୍କୁ ହୃଦୟ ଘରେ ହିଁ ପ୍ରାପ୍ତ କରିଛି||4||5||14||
ਮਾਰੂ ਮਹਲਾ ੫ ॥
ମାରୁ ମହଲା 5॥