ODIA PAGE 1028

ਸਤਿਗੁਰੁ ਦਾਤਾ ਮੁਕਤਿ ਕਰਾਏ ॥
ସଦଗୁରୁ ହିଁ ଦାତା ଅଟନ୍ତି, ସେ ହିଁ ଜୀବର ମୁକ୍ତି କରାଇ ଥାଆନ୍ତି।                                                                                                              

ਸਭਿ ਰੋਗ ਗਵਾਏ ਅੰਮ੍ਰਿਤ ਰਸੁ ਪਾਏ ॥
ସେ ମୁଖରେ ନାମାମୃତ ରଖି ସବୁ ରୋଗ ଦୂର କରି ଦେଇଥାନ୍ତି।                                          

ਜਮੁ ਜਾਗਾਤਿ ਨਾਹੀ ਕਰੁ ਲਾਗੈ ਜਿਸੁ ਅਗਨਿ ਬੁਝੀ ਠਰੁ ਸੀਨਾ ਹੇ ॥੫॥
ଯାହାର ତୃଷ୍ଣାଗ୍ନି ଲିଭି ଯାଇଛି, ବକ୍ଷ ଶୀତଳ ହୋଇ ଯାଇଛି, ଯମ ରୂପୀ ଅଧିକାରୀ ତାହା ଉପରେ କୌଣସି କର ଲଗାନ୍ତି ନାହିଁ||5||               

ਕਾਇਆ ਹੰਸ ਪ੍ਰੀਤਿ ਬਹੁ ਧਾਰੀ ॥
ଆତ୍ମା ରୂପୀ ହଂସ କାୟା ସହିତ ବହୁତ ପ୍ରେମ ଲଗାଇ ନିଅନ୍ତି।                                                         

ਓਹੁ ਜੋਗੀ ਪੁਰਖੁ ਓਹ ਸੁੰਦਰਿ ਨਾਰੀ ॥
ଆତ୍ମା ଏକ ଯୋଗୀ ପୁରୁଷ ସମାନ ଅଟେ ଏବଂ ଏହି କାୟା ଏକ ସୁନ୍ଦର ନାରୀ ଭଳି ଅଟେ।                                          

ਅਹਿਨਿਸਿ ਭੋਗੈ ਚੋਜ ਬਿਨੋਦੀ ਉਠਿ ਚਲਤੈ ਮਤਾ ਨ ਕੀਨਾ ਹੇ ॥੬॥
ଆତ୍ମା ରୂପୀ ଯୋଗୀ କାୟା ରୂପୀ ନାରୀର ଦିନ-ରାତି ଭୋଗ କରିଥାଏ, ତାହା ସହିତ ବହୁତ ଆନନ୍ଦ-ବିନୋଦ କରିଥାଏ, କିନ୍ତୁ ସଂସାରରୁ ଯିବା ସମୟରେ ତାହା ସହିତ କୌଣସି ସମ୍ପର୍କ ରଖେ ନାହିଁ||6||                                       

ਸ੍ਰਿਸਟਿ ਉਪਾਇ ਰਹੇ ਪ੍ਰਭ ਛਾਜੈ ॥
ସୃଷ୍ଟି ଜାତ କରି ପ୍ରଭୁ ଏଥିରେ ବ୍ୟାପ୍ତ ରହିଛନ୍ତି ଏବଂ                                               

ਪਉਣ ਪਾਣੀ ਬੈਸੰਤਰੁ ਗਾਜੈ ॥
ସେ ପବନ, ପାଣି ଏବଂ ଅଗ୍ନି ରୂପରେ ପ୍ରକଟ ହୋଇଛନ୍ତି।                     

ਮਨੂਆ ਡੋਲੈ ਦੂਤ ਸੰਗਤਿ ਮਿਲਿ ਸੋ ਪਾਏ ਜੋ ਕਿਛੁ ਕੀਨਾ ਹੇ ॥੭॥
ପରନ୍ତୁ କାମୁକ ଦୂତର ସଙ୍ଗତିରେ ମିଶି ମନୁଷ୍ୟର ମନ ଆନ୍ଦୋଳିତ ହୋଇଥାଏ ଏବଂ ନିଜେ କରିଥିବା କର୍ମର ଫଳ ପ୍ରାପ୍ତ କରିଥାଏ||7||    

ਨਾਮੁ ਵਿਸਾਰਿ ਦੋਖ ਦੁਖ ਸਹੀਐ ॥
ସେ ପରମାତ୍ମାଙ୍କ ନାମକୁ ଭୁଲି ଦୁଃଖ ସହନ କରିଥାଏ।                                                                               

ਹੁਕਮੁ ਭਇਆ ਚਲਣਾ ਕਿਉ ਰਹੀਐ ॥
ଯେତେବେଳେ ଈଶ୍ଵରଙ୍କ ହୁକୁମ ହୋଇଥାଏ, ଜୀବ ଏଠାରୁ ଯିବାରେ ବାଧା କିପରି ଦେଇ ପାରିବ?                                    

ਨਰਕ ਕੂਪ ਮਹਿ ਗੋਤੇ ਖਾਵੈ ਜਿਉ ਜਲ ਤੇ ਬਾਹਰਿ ਮੀਨਾ ਹੇ ॥੮॥
ଯେପରି ଜଳ ବିନା ମାଛ ଛଟପଟ ହୋଇଥାଏ, ସେପରି ହିଁ ଜୀବ ଯମପୁରୀକୁ ଯାଇ ନର୍କରେ ପଡିଥାଏ||8||       

ਚਉਰਾਸੀਹ ਨਰਕ ਸਾਕਤੁ ਭੋਗਾਈਐ ॥
ଶାକ୍ତ ମନୁଷ୍ୟ ଚଉରାଅଶି ଲକ୍ଷ ଯୋନି ଚକ୍ରର ନର୍କ ଭୋଗ କରିଥାଏ।                                                                                                   

ਜੈਸਾ ਕੀਚੈ ਤੈਸੋ ਪਾਈਐ ॥
ସେ ଯେପରି କର୍ମ କରିଥାଏ, ସେପରି ହିଁ ଫଳ ପ୍ରାପ୍ତ କରିଥାଏ।                                               

ਸਤਿਗੁਰ ਬਾਝਹੁ ਮੁਕਤਿ ਨ ਹੋਈ ਕਿਰਤਿ ਬਾਧਾ ਗ੍ਰਸਿ ਦੀਨਾ ਹੇ ॥੯॥
ଗୁରୁଙ୍କ ବିନା ତାହାର ମୁକ୍ତି ହୁଏନାହିଁ, କର୍ମରେ ବାନ୍ଧି ହେବା କାରଣରୁ ଯମ ତାହାକୁ ଧରି ନେଇଥାଏ||9||                                                 

ਖੰਡੇ ਧਾਰ ਗਲੀ ਅਤਿ ਭੀੜੀ ॥
ଯମର ମାର୍ଗରେ ତାହାକୁ ଏପରି ଗଳିରେ ଯିବାକୁ ପଡିଥାଏ, ଯାହା ଖଣ୍ଡାର ଧାର ପରି ତୀକ୍ଷଣ ହୋଇଥାଏ।                                       

ਲੇਖਾ ਲੀਜੈ ਤਿਲ ਜਿਉ ਪੀੜੀ ॥
ଯେପରି କେଲୁଆରେ ରାଶି ପେଡାଯାଏ, ସେପରି ହିଁ କର୍ମର ହିସାବ ନିଆ ଯାଇଥାଏ।                                                                                 

ਮਾਤ ਪਿਤਾ ਕਲਤ੍ਰ ਸੁਤ ਬੇਲੀ ਨਾਹੀ ਬਿਨੁ ਹਰਿ ਰਸ ਮੁਕਤਿ ਨ ਕੀਨਾ ਹੇ ॥੧੦॥
ସେଠାରେ ମାତା-ପିତା, ପତ୍ନୀ-ପୁତ୍ର କେହି ମଧ୍ୟ ସାଥିରେ ଯାଆନ୍ତି ନାହିଁ, ହରିନାମ ରୂପୀ ରସ ପାନ କରିବା ବିନା ମୁକ୍ତି ମିଳେନାହିଁ||10||                

ਮੀਤ ਸਖੇ ਕੇਤੇ ਜਗ ਮਾਹੀ ॥
ଜଗତରେ କେତେ ମଧ୍ୟ ସାଥି ଓ ବନ୍ଧୁ ଥାଆନ୍ତୁ, କିନ୍ତୁ                                                          

ਬਿਨੁ ਗੁਰ ਪਰਮੇਸਰ ਕੋਈ ਨਾਹੀ ॥
ଗୁରୁ-ପରମେଶ୍ଵରଙ୍କ ବିନା ଅନ୍ତକାଳରେ କେହି ମଧ୍ୟ ସହାୟକ ହୁଅନ୍ତି ନାହିଁ।                                      

ਗੁਰ ਕੀ ਸੇਵਾ ਮੁਕਤਿ ਪਰਾਇਣਿ ਅਨਦਿਨੁ ਕੀਰਤਨੁ ਕੀਨਾ ਹੇ ॥੧੧॥
ଗୁରୁଙ୍କ ସେବା ହିଁ ମୁକ୍ତିର ସାଧନ ଅଟେ ଆଉ ତାହାଙ୍କ ସାଥିରେ ହିଁ ପରମାତ୍ମାଙ୍କ ସଙ୍କୀର୍ତ୍ତନ କରାଯାଏ||11||   

ਕੂੜੁ ਛੋਡਿ ਸਾਚੇ ਕਉ ਧਾਵਹੁ ॥
ମିଥ୍ୟା ଛାଡି ସତ୍ୟକୁ ପ୍ରାପ୍ତ କରିବାର ପ୍ରୟାସ କର ଏବଂ                        

ਜੋ ਇਛਹੁ ਸੋਈ ਫਲੁ ਪਾਵਹੁ ॥
ଏହି ପ୍ରକାରେ ମନୋବାଞ୍ଚିତ ଫଳ ପ୍ରାପ୍ତ କର।                                                          

ਸਾਚ ਵਖਰ ਕੇ ਵਾਪਾਰੀ ਵਿਰਲੇ ਲੈ ਲਾਹਾ ਸਉਦਾ ਕੀਨਾ ਹੇ ॥੧੨॥
ଜଗତରେ ସତ୍ୟ ନାମ ରୂପୀ ସଉଦାର ବ୍ୟାପାରୀ ବିରଳ ଅଟନ୍ତି, ଯିଏ ନାମ ରୂପୀ ଲାଭ ପ୍ରାପ୍ତ କରି ଏହି ସଉଦା କରିଅଛି||12||  

ਹਰਿ ਹਰਿ ਨਾਮੁ ਵਖਰੁ ਲੈ ਚਲਹੁ ॥
ହରିନାମ ରୂପୀ ସଉଦା ସାଥିରେ ନିଅ ଏବଂ                                                                                                 

ਦਰਸਨੁ ਪਾਵਹੁ ਸਹਜਿ ਮਹਲਹੁ ॥
ସ୍ଵାଭାବିକ ଭାବରେ ସତ୍ୟର ଧାମରେ ପହଞ୍ଚି ଈଶ୍ବରଙ୍କ ଦର୍ଶନ ହାସଲ କର।                                                                   

ਗੁਰਮੁਖਿ ਖੋਜਿ ਲਹਹਿ ਜਨ ਪੂਰੇ ਇਉ ਸਮਦਰਸੀ ਚੀਨਾ ਹੇ ॥੧੩॥
ଗୁରୁମୁଖୀ ପୂର୍ଣ୍ଣ ପୁରୁଷ ହିଁ ପରମ-ସତ୍ୟର ସନ୍ଧାନ ନେଇଥାନ୍ତି ଏବଂ ସେହି ନିରଙ୍କାରଙ୍କୁ ରାମଦର୍ଶୀ ରୂପରେ ଜାଣି ନେଇଛି||13||                      

ਪ੍ਰਭ ਬੇਅੰਤ ਗੁਰਮਤਿ ਕੋ ਪਾਵਹਿ ॥
କେହି ବିରଳ ହିଁ ଗୁରୁ ମତାନୁସାରେ ଅନନ୍ତ ପ୍ରଭୁଙ୍କୁ ପ୍ରାପ୍ତ କରିଥାଏ,                                    

ਗੁਰ ਕੈ ਸਬਦਿ ਮਨ ਕਉ ਸਮਝਾਵਹਿ ॥
ସେ ଗୁରୁଙ୍କ ଶବ୍ଦ ଦ୍ଵାରା ମନକୁ ବୁଝିଥାଏ।                         

ਸਤਿਗੁਰ ਕੀ ਬਾਣੀ ਸਤਿ ਸਤਿ ਕਰਿ ਮਾਨਹੁ ਇਉ ਆਤਮ ਰਾਮੈ ਲੀਨਾ ਹੇ ॥੧੪॥
ସଦଗୁରୁଙ୍କ ବାଣୀକୁ ସତ୍ୟ ଭାବ, ଏହି ପ୍ରକାରେ ଈଶ୍ଵରଙ୍କ ଠାରେ ଲୀନ ହୋଇ ପାରିବା||14||                           

ਨਾਰਦ ਸਾਰਦ ਸੇਵਕ ਤੇਰੇ ॥
ହେ ଈଶ୍ଵର! ଦେବର୍ଷି ନାରଦ ଏବଂ ବିଦ୍ୟାର ଦେବୀ ସରସ୍ଵତୀ ତୋର ହିଁ ଉପାସକ ଅଟନ୍ତି,                                                              

ਤ੍ਰਿਭਵਣਿ ਸੇਵਕ ਵਡਹੁ ਵਡੇਰੇ ॥
ଆକାଶ, ପାତାଳ ଏବଂ ପୃଥିବୀ ଏହି ତିନି ଲୋକରେ ବଡ ବ ଏଡ଼ି ସନ୍ଥ ମହାତ୍ମା, ଦେବୀ-ଦେବତା ଇତ୍ୟାଦି ତୋର ଉପାସନାରେ ଲୀନ ଥାଆନ୍ତି।   

ਸਭ ਤੇਰੀ ਕੁਦਰਤਿ ਤੂ ਸਿਰਿ ਸਿਰਿ ਦਾਤਾ ਸਭੁ ਤੇਰੋ ਕਾਰਣੁ ਕੀਨਾ ਹੇ ॥੧੫॥
ଏହି ସବୁ ପ୍ରକୃତି ତୋର ହିଁ ରଚନା ଅଟେ, ତୁ ସବୁଙ୍କ ଦାତା ଅଟୁ ଆଉ ସବୁ ତୋର ହିଁ ଇଚ୍ଛାରେ ହେଉଅଛି||15||                                 

ਇਕਿ ਦਰਿ ਸੇਵਹਿ ਦਰਦੁ ਵਞਾਏ ॥
ଅନେକ ଜୀବ ତୋର ଦ୍ଵାରରେ ତୋର ସ୍ତୁତି କରି ନିଜ ଦୁଃଖ-ଯନ୍ତ୍ରଣା ଦୂର କରୁଛନ୍ତି।                                                                

ਓਇ ਦਰਗਹ ਪੈਧੇ ਸਤਿਗੁਰੂ ਛਡਾਏ ॥
ସଦଗୁରୁ ତାହାକୁ ବନ୍ଧନରୁ ମୁକ୍ତ କରାଇ ଥାଆନ୍ତି ଏବଂ ସେ ସତ୍ୟର ଦରବାରରେ ସ୍ଵୀକୃତ ହୋଇଥାଏ।                                                

ਹਉਮੈ ਬੰਧਨ ਸਤਿਗੁਰਿ ਤੋੜੇ ਚਿਤੁ ਚੰਚਲੁ ਚਲਣਿ ਨ ਦੀਨਾ ਹੇ ॥੧੬॥
ସଦଗୁରୁ ତାହାର ଅହଂର ବନ୍ଧନକୁ ଛିଣ୍ଡାଇ ଥାଆନ୍ତି ଏବଂ ତାହାର ଚଞ୍ଚଳ ମନ ପଥଭ୍ରଷ୍ଟ ହୁଏନାହିଁ ||16||                                          

ਸਤਿਗੁਰ ਮਿਲਹੁ ਚੀਨਹੁ ਬਿਧਿ ਸਾਈ ॥
ସଦଗୁରୁଙ୍କ ସହିତ ମିଳନ କର ଏବଂ ତାହାଙ୍କ ଠାରୁ ଏପରି ବିଧି ଜାଣି ନିଅ,                                                                

ਜਿਤੁ ਪ੍ਰਭੁ ਪਾਵਹੁ ਗਣਤ ਨ ਕਾਈ ॥
ଯାହାଦ୍ୱାରା ପ୍ରଭୁପ୍ରାପ୍ତ ହୋଇଥାଏ ଏବଂ କର୍ମର ହିସାବ-କିତାବ ଦୂର ହୋଇଯାଏ।                                                                       

ਹਉਮੈ ਮਾਰਿ ਕਰਹੁ ਗੁਰ ਸੇਵਾ ਜਨ ਨਾਨਕ ਹਰਿ ਰੰਗਿ ਭੀਨਾ ਹੇ ॥੧੭॥੨॥੮॥
ନିଜର ଅହଂ ଦୂର କରି ଗୁରୁଙ୍କ ସେବା କର; ନାନକ ପରମାତ୍ମାଙ୍କ ପ୍ରେମ ରଙ୍ଗରେ ଭିଜି ଯାଇଛନ୍ତି||17||2||8||                                          

ਮਾਰੂ ਮਹਲਾ ੧ ॥
ମାରୁ ମହଲା 1 ॥ 

ਅਸੁਰ ਸਘਾਰਣ ਰਾਮੁ ਹਮਾਰਾ ॥
ଈଶ୍ଵର ପାପ ରୂପୀ ଅସୁରର ସଂହାର କର୍ତ୍ତା ଅଟନ୍ତି;                                                                                                                 

ਘਟਿ ਘਟਿ ਰਮਈਆ ਰਾਮੁ ਪਿਆਰਾ ॥
ସେହି ପ୍ରିୟ ପ୍ରଭୁ ସବୁ ଜୀବଙ୍କ ଠାରେ ରହିଥାନ୍ତି।                                                                  

ਨਾਲੇ ਅਲਖੁ ਨ ਲਖੀਐ ਮੂਲੇ ਗੁਰਮੁਖਿ ਲਿਖੁ ਵੀਚਾਰਾ ਹੇ ॥੧॥
ସେ ଅଦୃଷ୍ଟ ରୂପରେ ସାଥିରେ ରହିଥାନ୍ତି, କିନ୍ତୁ ତାହାଙ୍କ ମାର୍ଗଦର୍ଶନ ଓ ଜ୍ଞାନ ଆଦୌ ନଥାଏ ଏବଂ ଗୁରୁଙ୍କ ସାନ୍ନିଧ୍ୟରୁ ହିଁ ତାହା ପ୍ରାପ୍ତ ହୋଇଥାଏ ||1||    

ਗੁਰਮੁਖਿ ਸਾਧੂ ਸਰਣਿ ਤੁਮਾਰੀ ॥
ଯେଉଁ ସାଧୁ ଗୁରୁମୁଖୀ ତୋର ଶରଣରେ ଆସିଛି,                                                                                                                  

error: Content is protected !!