ਸਦਾ ਕਾਰਜੁ ਸਚਿ ਨਾਮਿ ਸੁਹੇਲਾ ਬਿਨੁ ਸਬਦੈ ਕਾਰਜੁ ਕੇਹਾ ਹੇ ॥੭॥
ସଚ୍ଚା ନାମର କାର୍ଯ୍ୟ ସଦା ଆନନ୍ଦ ଦାୟକ ଅଟେ ଏବଂ ଶବ୍ଦ ବିନା କାର୍ଯ୍ୟ କିପରି ସାକାର ହୋଇ ପାରିବ?||7||
ਖਿਨ ਮਹਿ ਹਸੈ ਖਿਨ ਮਹਿ ਰੋਵੈ ॥
ମନୁଷ୍ୟ ଏକ କ୍ଷଣରେ ହିଁ ହସିବାକୁ ଲାଗିଥାଏ ଏବଂ ଏକ କ୍ଷଣରେ ହିଁ ରୋଦନ କରିଥାଏ ଅର୍ଥାତ ସୁଖ ଓ ଦୁଃଖ ଅନୁଭବ କରିଥାଏ।
ਦੂਜੀ ਦੁਰਮਤਿ ਕਾਰਜੁ ਨ ਹੋਵੈ ॥
ଦୈତ୍ୟଭାବ-ଦୁର୍ମତି କାରଣରୁ ତାହାର କାର୍ଯ୍ୟ ସିଦ୍ଧ ହୁଏନାହିଁ।
ਸੰਜੋਗੁ ਵਿਜੋਗੁ ਕਰਤੈ ਲਿਖਿ ਪਾਏ ਕਿਰਤੁ ਨ ਚਲੈ ਚਲਾਹਾ ਹੇ ॥੮॥
ସଂଯୋଗ ଏବଂ ବିଯୋଗ ଈଶ୍ଵର ପୂର୍ବରୁ ହିଁ ଲେଖି ଦେଇଛନ୍ତି ଏବଂ ଭାଗ୍ୟ ବଦଳାଇଲେ ମଧ୍ୟ ବଦଳା ଯାଇ ପାରେ ନାହିଁ||8||
ਜੀਵਨ ਮੁਕਤਿ ਗੁਰ ਸਬਦੁ ਕਮਾਏ ॥
ଯିଏ ଶବ୍ଦ-ଗୁରୁଙ୍କ ଅନୁସାରେ ଆଚରଣ କରିଥାଏ, ତାହାକୁ ଜୀବନ-ମୁକ୍ତି ପ୍ରାପ୍ତ ହୋଇଥାଏ।
ਹਰਿ ਸਿਉ ਸਦ ਹੀ ਰਹੈ ਸਮਾਏ ॥
ଏପରି ବ୍ୟକ୍ତି ସର୍ବଦା ଈଶ୍ଵରଙ୍କ ଠାରେ ଲୀନ ରହିଥାଏ।
ਗੁਰ ਕਿਰਪਾ ਤੇ ਮਿਲੈ ਵਡਿਆਈ ਹਉਮੈ ਰੋਗੁ ਨ ਤਾਹਾ ਹੇ ॥੯॥
ଗୁରୁଙ୍କ କୃପାରୁ ହିଁ ତାହାକୁ ଲୋକ-ପରଲୋକର ବଡିମା ମିଳିଥାଏ ଏବଂ ତାହାକୁ ଅଭିମାନର ରୋଗ ଲାଗେ ନାହିଁ||9||
ਰਸ ਕਸ ਖਾਏ ਪਿੰਡੁ ਵਧਾਏ ॥
ଯେଉଁ ବ୍ୟକ୍ତି ମିଠା-ଖାତା ବ୍ୟଞ୍ଜନ ଖାଇ ନିଜ ଶରୀର ବଢାଇ ଥାଏ,
ਭੇਖ ਕਰੈ ਗੁਰ ਸਬਦੁ ਨ ਕਮਾਏ ॥
ସେ ଅନେକ ଆଡମ୍ବର କରିଥାଏ, ପରନ୍ତୁ ଶବ୍ଦ-ଗୁରୁଙ୍କ ଅନୁସାରେ ଆଚରଣ କରେ ନାହିଁ,
ਅੰਤਰਿ ਰੋਗੁ ਮਹਾ ਦੁਖੁ ਭਾਰੀ ਬਿਸਟਾ ਮਾਹਿ ਸਮਾਹਾ ਹੇ ॥੧੦॥
ତାହର ଅନ୍ତର୍ମନରେ ରୋଗ ଓ ମହା ଦୁଃଖ ଲାଗିଥାଏ ଏବଂ ଶେଷରେ ସେ ବିଷ୍ଠାରେ ହିଁ ସଢିଥାଏ||10||
ਬੇਦ ਪੜਹਿ ਪੜਿ ਬਾਦੁ ਵਖਾਣਹਿ ॥
ଯେଉଁ ବ୍ୟକ୍ତି ବେଦର ଅଧ୍ୟୟନ କରିଥାଏ ଏବଂ ତାପରେ ବାଦ-ବିବାଦର କଥା କହିଥାଏ,
ਘਟ ਮਹਿ ਬ੍ਰਹਮੁ ਤਿਸੁ ਸਬਦਿ ਨ ਪਛਾਣਹਿ ॥
ବ୍ରହ୍ମ ହୃଦୟରେ ହିଁ ଥାଏ, କିନ୍ତୁ ଶବ୍ଦ ଦ୍ଵାରା ତାହା ଜାଣି ପାରେ ନାହିଁ।
ਗੁਰਮੁਖਿ ਹੋਵੈ ਸੁ ਤਤੁ ਬਿਲੋਵੈ ਰਸਨਾ ਹਰਿ ਰਸੁ ਤਾਹਾ ਹੇ ॥੧੧॥
ଯିଏ ଗୁରୁମୁଖୀ ହୋଇଥାଏ, ସେ ହିଁ ପରମ-ତତ୍ତ୍ଵର ମନ୍ଥନ କରିଥାଏ ଏବଂ ତାହାର ଜିହ୍ଵା ହରିନାମ ରସର ପାନ କରିଥାଏ||11||
ਘਰਿ ਵਥੁ ਛੋਡਹਿ ਬਾਹਰਿ ਧਾਵਹਿ ॥
ଯେଉଁ ମନୁଷ୍ୟ ହୃଦୟ-ଘରେ ବିଦ୍ୟମାନ ଥିବା ନାମ ରୂପୀ ବସ୍ତୁକୁ ତ୍ୟାଗ କରି ବାହାରେ ପଥଭ୍ରଷ୍ଟ ରହିଥାଏ,
ਮਨਮੁਖ ਅੰਧੇ ਸਾਦੁ ਨ ਪਾਵਹਿ ॥
ଏପରି ଅନ୍ଧ ମନମୁଖୀକୁ ନାମର ସ୍ଵାଦ ପ୍ରାପ୍ତ ହୁଏନାହିଁ।
ਅਨ ਰਸ ਰਾਤੀ ਰਸਨਾ ਫੀਕੀ ਬੋਲੇ ਹਰਿ ਰਸੁ ਮੂਲਿ ਨ ਤਾਹਾ ਹੇ ॥੧੨॥
ତାହାର ଜିହ୍ଵା ଅନ୍ୟ ରସରେ ଲୀନ ହୋଇ ରୁକ୍ଷ କଥା କହିଥାଏ ଏବଂ ତାହାକୁ ହରିନାମ ରସର ସ୍ଵାଦ ଆଦୌ ମିଳେନାହିଁ||12||
ਮਨਮੁਖ ਦੇਹੀ ਭਰਮੁ ਭਤਾਰੋ ॥
ମନମୁଖୀ ଜୀବାତ୍ମାର ସ୍ଵାମୀ ଭ୍ରମରେ ରହିଥାନ୍ତି ଏବଂ
ਦੁਰਮਤਿ ਮਰੈ ਨਿਤ ਹੋਇ ਖੁਆਰੋ ॥
ସେ ଦୁର୍ମତି କାରଣରୁ ମରିଥାଏ ଏବଂ ନିତ୍ୟ ଧ୍ଵଂସ ହୋଇଥାଏ।
ਕਾਮਿ ਕ੍ਰੋਧਿ ਮਨੁ ਦੂਜੈ ਲਾਇਆ ਸੁਪਨੈ ਸੁਖੁ ਨ ਤਾਹਾ ਹੇ ॥੧੩॥
ସେ ନିଜ ମନ କାମ, କ୍ରୋଧ ଏବଂ ଦୈତ୍ୟଭାବରେ ଲଗାଇ ଥାଏ, ଯାହାଦ୍ୱାରା ତାହାକୁ ସ୍ଵପ୍ନରେ ମଧ୍ୟ ସୁଖ ହାସଲ ହୁଏନାହିଁ||13||
ਕੰਚਨ ਦੇਹੀ ਸਬਦੁ ਭਤਾਰੋ ॥
ଯେଉଁ ଜୀବାତ୍ମା କାଞ୍ଚନ ବ୍ୟାପାରୀ ହୋଇଥାଏ, ତାହାର ସ୍ଵାମୀ ଶବ୍ଦ ଅଟେ।
ਅਨਦਿਨੁ ਭੋਗ ਭੋਗੇ ਹਰਿ ਸਿਉ ਪਿਆਰੋ ॥
ସେ ପ୍ରଭୁଙ୍କ ପ୍ରେମରେ ଲୀନ ହୋଇ ନିତ୍ୟ ଭୋଗ କରିଥାଏ।
ਮਹਲਾ ਅੰਦਰਿ ਗੈਰ ਮਹਲੁ ਪਾਏ ਭਾਣਾ ਬੁਝਿ ਸਮਾਹਾ ਹੇ ॥੧੪॥
ଯଦି କେହି ଅନ୍ୟ ଜୀବର ଶରୀର ରୂପୀ ମହଲରେ ପ୍ରଭୁଙ୍କ ଦଶମ ଦ୍ଵାର ପ୍ରାପ୍ତ କରି ନେଇଥାଏ, ସେ ଈଶ୍ଵରଙ୍କ ଇଚ୍ଛା ଭାବି ସେଥିରେ ଲୀନ ହୋଇଯାଏ।||14||
ਆਪੇ ਦੇਵੈ ਦੇਵਣਹਾਰਾ ॥
ସେହି ଦାତା ସ୍ଵୟଂ ହିଁ ଦେଇଥାନ୍ତି ଏବଂ
ਤਿਸੁ ਆਗੈ ਨਹੀ ਕਿਸੈ ਕਾ ਚਾਰਾ ॥
ତାହା ପାଖରେ ଆଉ କିଛି ଉପାୟ ଚାଲିପାରେ ନାହିଁ।
ਆਪੇ ਬਖਸੇ ਸਬਦਿ ਮਿਲਾਏ ਤਿਸ ਦਾ ਸਬਦੁ ਅਥਾਹਾ ਹੇ ॥੧੫॥
ସେ ସ୍ଵୟଂ ହିଁ କ୍ଷମା କରି ଜୀବକୁ ଶବ୍ଦ ଦ୍ଵାରା ମିଳାଇ ନେଇଥାଏ ଏବଂ ତାହାର ଶବ୍ଦ ଅଟଳ ଅଟେ||15||
ਜੀਉ ਪਿੰਡੁ ਸਭੁ ਹੈ ਤਿਸੁ ਕੇਰਾ ॥
ଏହି ପ୍ରାଣ ଏବଂ ଶରୀର ସବୁ ତାହାଙ୍କ ପ୍ରଦତ୍ତ ଆଉ
ਸਚਾ ਸਾਹਿਬੁ ਠਾਕੁਰੁ ਮੇਰਾ ॥
ସେହି ସଚ୍ଚା ସାହିବ ହିଁ ମୋର ମାଲିକ ଅଟନ୍ତି।
ਨਾਨਕ ਗੁਰਬਾਣੀ ਹਰਿ ਪਾਇਆ ਹਰਿ ਜਪੁ ਜਾਪਿ ਸਮਾਹਾ ਹੇ ॥੧੬॥੫॥੧੪॥
ହେ ନାନକ! ଗୁରୁଙ୍କ ବାଣୀ ଦ୍ଵାରା ମୁଁ ପରମେଶ୍ଵରଙ୍କୁ ପ୍ରାପ୍ତ କରିଛି ଏବଂ ତାହାଙ୍କ ଜପ କରି ସେଥିରେ ହିଁ ଲୀନ ଥାଏ||16||5||14||
ਮਾਰੂ ਮਹਲਾ ੩ ॥
ମାରୁ ମହଲା 3॥
ਗੁਰਮੁਖਿ ਨਾਦ ਬੇਦ ਬੀਚਾਰੁ ॥
ଗୁରୁମୁଖୀର ଶବ୍ଦ ବେଦର ଜ୍ଞାନ ଏବଂ ଚିନ୍ତନ ଅଟେ,
ਗੁਰਮੁਖਿ ਗਿਆਨੁ ਧਿਆਨੁ ਆਪਾਰੁ ॥
ଗୁରୁମୁଖୀକୁ ହିଁ ଅପାର ଜ୍ଞାନ ଏବଂ ଧ୍ୟାନର ଲବଧି ହୋଇଥାଏ।
ਗੁਰਮੁਖਿ ਕਾਰ ਕਰੇ ਪ੍ਰਭ ਭਾਵੈ ਗੁਰਮੁਖਿ ਪੂਰਾ ਪਾਇਦਾ ॥੧॥
ଯିଏ ସେହି କାର୍ଯ୍ୟ କରିଥାଏ, ସେ ହିଁ ପ୍ରଭୁଙ୍କୁ ଭଲ ଲାଗିଥାଏ ଏବଂ ଗୁରୁମୁଖୀ ହିଁ ପୂର୍ଣ୍ଣ ପରମେଶ୍ଵରଙ୍କୁ ପ୍ରାପ୍ତ ହୋଇଥାଏ||1||
ਗੁਰਮੁਖਿ ਮਨੂਆ ਉਲਟਿ ਪਰਾਵੈ ॥
ଗୁରୁମୁଖୀ ସଂସାରର ବୃତ୍ତି ଦ୍ଵାରା ମନକୁ ବଦଳାଇ ଦେଇଥାଏ।
ਗੁਰਮੁਖਿ ਬਾਣੀ ਨਾਦੁ ਵਜਾਵੈ ॥
ଗୁରୁମୁଖୀ ବାଣୀର ନାଦ ବାଜିଥାଏ ଏବଂ
ਗੁਰਮੁਖਿ ਸਚਿ ਰਤੇ ਬੈਰਾਗੀ ਨਿਜ ਘਰਿ ਵਾਸਾ ਪਾਇਦਾ ॥੨॥
ସତ୍ୟରେ ଲୀନ ରହି ବୈରାଗୀ ହୋଇ ସଚ୍ଚା ଘରେ ବାସ କରିନିଏ||2||
ਗੁਰ ਕੀ ਸਾਖੀ ਅੰਮ੍ਰਿਤ ਭਾਖੀ ॥
ଗୁରୁଙ୍କ ଶିକ୍ଷା ଅମୃତ ବାଣୀ ଅଟେ ଏବଂ
ਸਚੈ ਸਬਦੇ ਸਚੁ ਸੁਭਾਖੀ ॥
ସଚ୍ଚା ଶବ୍ଦ ଦ୍ଵାରା ସତ୍ୟର ହିଁ ଉଚ୍ଚାରଣ କରିଥାଏ।
ਸਦਾ ਸਚਿ ਰੰਗਿ ਰਾਤਾ ਮਨੁ ਮੇਰਾ ਸਚੇ ਸਚਿ ਸਮਾਇਦਾ ॥੩॥
ସଦା ସତ୍ୟର ରଙ୍ଗରେ ଲୀନ ଥିବା ମୋର ମନ ପରମ-ସତ୍ୟରେ ହିଁ ରହିଥାଏ||3||
ਗੁਰਮੁਖਿ ਮਨੁ ਨਿਰਮਲੁ ਸਤ ਸਰਿ ਨਾਵੈ ॥|
ଗୁରୁମୁଖୀର ନିର୍ମଳ ମନ ସତ୍ୟର ସରୋବରରେ ସ୍ନାନ କରିଥାଏ,
ਮੈਲੁ ਨ ਲਾਗੈ ਸਚਿ ਸਮਾਵੈ ॥
ତାହାକୁ କୌଣସି ମଇଳା ଲାଗେ ନାହିଁ ଏବଂ ସେ ସତ୍ୟରେ ହିଁ ରହିଥାଏ।
ਸਚੋ ਸਚੁ ਕਮਾਵੈ ਸਦ ਹੀ ਸਚੀ ਭਗਤਿ ਦ੍ਰਿੜਾਇਦਾ ॥੪॥
ସେ ସର୍ବଦା ସତ୍ୟ କର୍ମ କରିଥାଏ ଏବଂ ସଚ୍ଚା ଭକ୍ତିରେ ମନ ରଖିଥାଏ||4||
ਗੁਰਮੁਖਿ ਸਚੁ ਬੈਣੀ ਗੁਰਮੁਖਿ ਸਚੁ ਨੈਣੀ ॥
ଗୁରୁମୁଖୀ ସତ୍ୟ ହିଁ ବତାଇ ଥାଏ ଆଉ ଆଖିରେ ସତ୍ୟ ହିଁ ଦେଖିଥାଏ।
ਗੁਰਮੁਖਿ ਸਚੁ ਕਮਾਵੈ ਕਰਣੀ ॥
ସେ ସତ୍ୟର ଜୀବନ-ଆଚରଣ ହିଁ ଆପଣାଇ ଥାଏ।
ਸਦ ਹੀ ਸਚੁ ਕਹੈ ਦਿਨੁ ਰਾਤੀ ਅਵਰਾ ਸਚੁ ਕਹਾਇਦਾ ॥੫॥
ସେ ସର୍ବଦା ସତ୍ୟ ବୋଲିଥାଏ ଓ ଅନ୍ୟକୁ ସତ୍ୟ ବୋଲିବା ପାଇଁ ପ୍ରେରିତ କରିଥାଏ||5||
ਗੁਰਮੁਖਿ ਸਚੀ ਊਤਮ ਬਾਣੀ ॥
ସେ ସଚ୍ଚା ଓ ଉତ୍ତମ ବାଣୀ ପଢିଥାଏ, ବୋଲିଥାଏ ଏବଂ ଗାନ କରିଥାଏ ଏବଂ
ਗੁਰਮੁਖਿ ਸਚੋ ਸਚੁ ਵਖਾਣੀ ॥
ପରମ ସତ୍ୟର ହିଁ ବର୍ଣ୍ଣନା କରିଥାଏ।
ਗੁਰਮੁਖਿ ਸਦ ਸੇਵਹਿ ਸਚੋ ਸਚਾ ਗੁਰਮੁਖਿ ਸਬਦੁ ਸੁਣਾਇਦਾ ॥੬॥
ସେ ସର୍ବଦା ପରମ ସତ୍ୟର ଅର୍ଚ୍ଚନା କରିଥାଏ ଆଉ ଅନ୍ୟକୁ ମଧ୍ୟ ଶବ୍ଦ ଶୁଣାଇ ଥାଏ||6||