ਅਨਦਿਨੁ ਸਦਾ ਰਹੈ ਰੰਗਿ ਰਾਤਾ ਕਰਿ ਕਿਰਪਾ ਭਗਤਿ ਕਰਾਇਦਾ ॥੬॥
ଭକ୍ତ ସର୍ବଦା ପ୍ରଭୁ-ପ୍ରେମରେ ଲୀନ ରହିଥାଏ ଆଉ ପ୍ରଭୁ ସ୍ଵୟଂ ହିଁ କୃପା କରି ଭକ୍ତି କରାଇ ଥାଆନ୍ତି||6||
ਇਸੁ ਮਨ ਮੰਦਰ ਮਹਿ ਮਨੂਆ ਧਾਵੈ ॥
ଏହି ଶରୀରରେ ମନ ପଥଭ୍ରଷ୍ଟ ରହିଥାଏ ଏବଂ
ਸੁਖੁ ਪਲਰਿ ਤਿਆਗਿ ਮਹਾ ਦੁਖੁ ਪਾਵੈ ॥
କୁଟା ଭଳି ବ୍ୟର୍ଥ ମାୟା ପାଇଁ ଆତ୍ମିକ ସୁଖକୁ ତ୍ୟାଗ କରି ମହା ଦୁଃଖ ପ୍ରାପ୍ତ କରିଥାଏ।
ਬਿਨੁ ਸਤਿਗੁਰ ਭੇਟੇ ਠਉਰ ਨ ਪਾਵੈ ਆਪੇ ਖੇਲੁ ਕਰਾਇਦਾ ॥੭॥
ସଦଗୁରୁଙ୍କ ସହିତ ସାକ୍ଷାତ ବିନା କେହି ମଧ୍ୟ ସୁଖର ସ୍ଥାନ ପ୍ରାପ୍ତ କରିପାରେ ନାହିଁ ଏବଂ ପରମାତ୍ମା ସ୍ଵୟଂ ହିଁ ଏହି ଲୀଳା କରାଇ ଥାଆନ୍ତି||7||
ਆਪਿ ਅਪਰੰਪਰੁ ਆਪਿ ਵੀਚਾਰੀ ॥
ଈଶ୍ଵର ସ୍ଵୟଂ ହିଁ ଅପରାମ୍ପର ଅଟନ୍ତି, ସ୍ଵୟଂ ହିଁ ବିଚାରବାନ ଅଟନ୍ତି ଏବଂ
ਆਪੇ ਮੇਲੇ ਕਰਣੀ ਸਾਰੀ ॥
ସ୍ଵୟଂ ହିଁ ଜୀବ ଦ୍ଵାରା ଶୁଭ କର୍ମ କରାଇ ମିଳାଇ ନିଅନ୍ତି।
ਕਿਆ ਕੋ ਕਾਰ ਕਰੇ ਵੇਚਾਰਾ ਆਪੇ ਬਖਸਿ ਮਿਲਾਇਦਾ ॥੮॥
ଏହି ବିଚରା ଜୀବ କୌଣସି କାର୍ଯ୍ୟ କିପରି କରି ପାରିବ, ଈଶ୍ଵର ସ୍ଵୟଂ ହିଁ ଅନୁକମ୍ପା କରି ତାହାକୁ ନିଜ ସାଥିରେ ମିଳାଇ ନିଅନ୍ତି||8||
ਆਪੇ ਸਤਿਗੁਰੁ ਮੇਲੇ ਪੂਰਾ ॥
ସେ ସ୍ଵୟଂ ହିଁ ଜୀବକୁ ପୂର୍ଣ୍ଣ ସଦଗୁରୁଙ୍କ ସହିତ ମିଳାଇ ଦିଅନ୍ତି ଏବଂ
ਸਚੈ ਸਬਦਿ ਮਹਾਬਲ ਸੂਰਾ ॥
ତାହାକୁ ସଚ୍ଚା ଶବ୍ଦ ଦ୍ଵାରା ମହାବଳୀ ସୁରବୀର ବନାଇ ଦିଅନ୍ତି।
ਆਪੇ ਮੇਲੇ ਦੇ ਵਡਿਆਈ ਸਚੇ ਸਿਉ ਚਿਤੁ ਲਾਇਦਾ ॥੯॥
ସେ ସ୍ଵୟଂ ହିଁ ମିଳାଇ ବଡିମା ପ୍ରଦାନ କରିଥାନ୍ତି ଏବଂ ଜୀବର ଚିତ୍ତ ସତ୍ୟରେ ଲଗାଇ ଦିଅନ୍ତି||9||
ਘਰ ਹੀ ਅੰਦਰਿ ਸਾਚਾ ਸੋਈ ॥
ହୃଦାୟ-ଘରେ ସେହି ପରମ ସତ୍ୟ ବିଦ୍ୟମାନ ଥାଏ ଏବଂ
ਗੁਰਮੁਖਿ ਵਿਰਲਾ ਬੂਝੈ ਕੋਈ ॥
କେହି ବିରଳ ଗୁରୁମୁଖୀ ହିଁ ଏହି ରହସ୍ୟକୁ ବୁଝିଥାଏ।
ਨਾਮੁ ਨਿਧਾਨੁ ਵਸਿਆ ਘਟ ਅੰਤਰਿ ਰਸਨਾ ਨਾਮੁ ਧਿਆਇਦਾ ॥੧੦॥
ଯାହାର ନାମ ରୂପୀ ଭଣ୍ଡାର ବାସ କରିଥାଏ, ତାହାର ଜିହ୍ଵା ନାମର ହିଁ ଭଜନ କରିଥାଏ||10||
ਦਿਸੰਤਰੁ ਭਵੈ ਅੰਤਰੁ ਨਹੀ ਭਾਲੇ ॥
ସତ୍ୟର ସନ୍ଧାନରେ ମାନବ ଦେଶ-ଦେଶାନ୍ତର ପଥଭ୍ରଷ୍ଟ ରହିଥାଏ, କିନ୍ତୁ ନିଜ ଅନ୍ତର୍ମନରେ ସନ୍ଧାନ କରେ ନାହିଁ।
ਮਾਇਆ ਮੋਹਿ ਬਧਾ ਜਮਕਾਲੇ ॥
ମାୟା-ମୋହରେ ବାନ୍ଧି ହୋଇ ସେ ଯମକାଳର ଅଙ୍କୁଶ ମଧ୍ୟକୁ ଆସିଯାଏ।
ਜਮ ਕੀ ਫਾਸੀ ਕਬਹੂ ਨ ਤੂਟੈ ਦੂਜੈ ਭਾਇ ਭਰਮਾਇਦਾ ॥੧੧॥
ସେ ଦୈତ୍ୟଭାବରେ ପଥଭ୍ରଷ୍ଟ ରହିଥାଏ ଏବଂ ତାହାର ଯମର ଫାଶୀ ମଧ୍ୟ ଛିଣ୍ଡେ ନାହିଁ||11||
ਜਪੁ ਤਪੁ ਸੰਜਮੁ ਹੋਰੁ ਕੋਈ ਨਾਹੀ ॥
ସେ ପର୍ଯ୍ୟନ୍ତ ଜପ, ତପ, ସଂଯମ ଏବଂ ଅନ୍ୟ କୌଣସି ଉପାୟ ତାହାର କଲ୍ୟାଣ କରିପାରେ ନାହିଁ।
ਜਬ ਲਗੁ ਗੁਰ ਕਾ ਸਬਦੁ ਨ ਕਮਾਹੀ ॥
ଯେ ପର୍ଯ୍ୟନ୍ତ ମନୁଷ୍ୟ ଗୁରୁଙ୍କ ଶବ୍ଦ ଅନୁରୂପ ଆଚରଣ ଆପଣାଏ ନାହିଁ,
ਗੁਰ ਕੈ ਸਬਦਿ ਮਿਲਿਆ ਸਚੁ ਪਾਇਆ ਸਚੇ ਸਚਿ ਸਮਾਇਦਾ ॥੧੨॥
ଯାହାକୁ ଗୁରୁଙ୍କ ଶବ୍ଦ ଦ୍ଵାରା ସତ୍ୟ ମିଳିଯାଏ, ସେ ପରମ-ସତ୍ୟରେ ହିଁ ବିଲୀନ ହୋଇଯାଏ||12||
ਕਾਮ ਕਰੋਧੁ ਸਬਲ ਸੰਸਾਰਾ ॥
ସଂସାରରେ କାମ-କ୍ରୋଧ ବହୁତ ଶକ୍ତିଶାଳୀ ଅଟେ,
ਬਹੁ ਕਰਮ ਕਮਾਵਹਿ ਸਭੁ ਦੁਖ ਕਾ ਪਸਾਰਾ ॥
ଜୀବ ଅନେକ ଧର୍ମ କର୍ମ କରିଥାଏ, କିନ୍ତୁ ଏହା ସବୁ ଦୁଃଖର ହିଁ ପ୍ରସାର ଅଟେ।
ਸਤਿਗੁਰ ਸੇਵਹਿ ਸੇ ਸੁਖੁ ਪਾਵਹਿ ਸਚੈ ਸਬਦਿ ਮਿਲਾਇਦਾ ॥੧੩॥
ଯିଏ ସଦଗୁରୁଙ୍କ ସେବା କରିଥାଏ, ସେ ହିଁ ସୁଖ ପ୍ରାପ୍ତ କରିଥାଏ ଏବଂ ଗୁରୁ ତାହାକୁ ସହଚକା ଶବ୍ଦ ଦ୍ଵାରା ପରମାତ୍ମାଙ୍କ ସହିତ ମିଳନ କରାଇ ଦିଅନ୍ତି||13||
ਪਉਣੁ ਪਾਣੀ ਹੈ ਬੈਸੰਤਰੁ ॥
ସେହି ଶରୀର ପବନ, ପାଣି, ଅଗ୍ନି ଦ୍ଵାରା ଗଠିତ ହୋଇଛି ଆଉ
ਮਾਇਆ ਮੋਹੁ ਵਰਤੈ ਸਭ ਅੰਤਰਿ ॥
ମାୟାର ମୋହ ସବୁ ଜୀବଙ୍କ ଭିତରେ ସକ୍ରିୟ ରହିଛି।
ਜਿਨਿ ਕੀਤੇ ਜਾ ਤਿਸੈ ਪਛਾਣਹਿ ਮਾਇਆ ਮੋਹੁ ਚੁਕਾਇਦਾ ॥੧੪॥
ଯିଏ ପଞ୍ଚ ତତ୍ତ୍ଵରୁ ଜାତ ହୋଇଛି, ଯେତେବେଳେ ଜୀବ ସେହି ରଚୟିତାଙ୍କୁ ଜାଣି ଦିଏ, ତାହାର ମାୟା-ମୋହ ଦୂର ହୋଇଯାଏ||14||
ਇਕਿ ਮਾਇਆ ਮੋਹਿ ਗਰਬਿ ਵਿਆਪੇ ॥
କିଛି ଜୀବ ମାୟା-ମୋହରେ ଅଭିମାନୀ ହୋଇଥାନ୍ତି ଏବଂ
ਹਉਮੈ ਹੋਇ ਰਹੇ ਹੈ ਆਪੇ ॥
ଅହଂକାର କାରଣରୁ ଆତ୍ମ-ଗର୍ବରେ ବଶୀଭୂତ ହୋଇଥାଏ।
ਜਮਕਾਲੈ ਕੀ ਖਬਰਿ ਨ ਪਾਈ ਅੰਤਿ ਗਇਆ ਪਛੁਤਾਇਦਾ ॥੧੫॥
ଯେଉଁ ବ୍ୟକ୍ତି ପାଖରେ ଯମକାଳର ଖବର ନଥାଏ, ସେ ଶେଷରେ ଜଗତରୁ ପଶ୍ଚାତାପ କରି ଚାଲି ଯାଇଥାଏ||15||
ਜਿਨਿ ਉਪਾਏ ਸੋ ਬਿਧਿ ਜਾਣੈ ॥
ଯିଏ ଉତ୍ପନ୍ନ କରିଛନ୍ତି, ସେ ହିଁ ଯୁକ୍ତିକୁ ଜାଣିଥାନ୍ତି।
ਗੁਰਮੁਖਿ ਦੇਵੈ ਸਬਦੁ ਪਛਾਣੈ ॥
ଗୁରୁ ଯାହାକୁ ଶବ୍ଦ ଦେଇଥାନ୍ତି, ସେ ପରିଚୟ ପାଇଥାଏ।
ਨਾਨਕ ਦਾਸੁ ਕਹੈ ਬੇਨੰਤੀ ਸਚਿ ਨਾਮਿ ਚਿਤੁ ਲਾਇਦਾ ॥੧੬॥੨॥੧੬॥
ଦାସ ନାନକ ବିନତି କରନ୍ତି ଯେ ସେ ନିଜ ଚିତ୍ତ ସତ୍ୟ ନାମରେ ହିଁ ଲଗାଇ ଥାଆନ୍ତି||16||2||16||
ਮਾਰੂ ਮਹਲਾ ੩ ॥
ମାରୁ ମହଲା 3॥
ਆਦਿ ਜੁਗਾਦਿ ਦਇਆਪਤਿ ਦਾਤਾ ॥
ସୃଷ୍ଟି-ରଚନା ପୂର୍ବରୁ ଏବଂ ଯୁଗର ପ୍ରାରମ୍ଭରୁ ଦୟାଳୁ ଦାତା ହିଁ ଅଛନ୍ତି,
ਪੂਰੇ ਗੁਰ ਕੈ ਸਬਦਿ ਪਛਾਤਾ ॥
ଯାହାକୁ ପୂର୍ଣ୍ଣ ଗୁରୁଙ୍କ ଶବ୍ଦ ଦ୍ଵାରା ହିଁ ଭକ୍ତ ଜାଣିଥାନ୍ତି।
ਤੁਧੁਨੋ ਸੇਵਹਿ ਸੇ ਤੁਝਹਿ ਸਮਾਵਹਿ ਤੂ ਆਪੇ ਮੇਲਿ ਮਿਲਾਇਦਾ ॥੧॥
ହେ ପରମେଶ୍ଵର! ଯିଏ ତୋର ଉପାସନା କରିଥାଏ, ସେ ତୋ’ ଠାରେ ହିଁ ରହିଥାଏ ଏବଂ ତୁ ସ୍ଵୟଂ ହିଁ ତାହାକୁ ନିଜ ସାଥିରେ ମିଳାଇ ନେଉ||1||
ਅਗਮ ਅਗੋਚਰੁ ਕੀਮਤਿ ਨਹੀ ਪਾਈ ॥
ତୁ ଜୀବର ପହଞ୍ଚରୁ ଉର୍ଦ୍ଧ୍ଵରେ ଏବଂ ଇନ୍ଦ୍ରିୟାତୀତ ଅଟୁ ଏବଂ କେହି ମଧ୍ୟ ତୋର ମୂଲ୍ୟ ଆଙ୍କି ପାରି ନାହିଁ।
ਜੀਅ ਜੰਤ ਤੇਰੀ ਸਰਣਾਈ ॥
ସବୁ ଜୀବ-ଜନ୍ତୁ ତୋର ହିଁ ଶରଣରେ ଅଛନ୍ତି।
ਜਿਉ ਤੁਧੁ ਭਾਵੈ ਤਿਵੈ ਚਲਾਵਹਿ ਤੂ ਆਪੇ ਮਾਰਗਿ ਪਾਇਦਾ ॥੨॥
ଯେପରି ତୁ ଚାହୁଁ, ସେପରି ହିଁ ଜୀବକୁ ଚଲାଉ ଏବଂ ତୁ ସ୍ଵୟଂ ହିଁ ସତମାର୍ଗ ପ୍ରଦାନ କରୁ||2||
ਹੈ ਭੀ ਸਾਚਾ ਹੋਸੀ ਸੋਈ ॥
ବର୍ତ୍ତମାନ ମଧ୍ୟ ପରମ-ସତ୍ୟ ନିରଙ୍କାର ହିଁ ଅଛନ୍ତି ଆଉ ଭବିଷ୍ୟତରେ ମଧ୍ୟ ରହିବେ।
ਆਪੇ ਸਾਜੇ ਅਵਰੁ ਨ ਕੋਈ ॥
ସେ ସ୍ଵୟଂ ହିଁ ରଚୟିତା ଅଟନ୍ତି, ଅନ୍ୟ କେହି ସମର୍ଥ ନୁହନ୍ତି।
ਸਭਨਾ ਸਾਰ ਕਰੇ ਸੁਖਦਾਤਾ ਆਪੇ ਰਿਜਕੁ ਪਹੁਚਾਇਦਾ ॥੩॥
ସୁଖ ଦେବା ବାଲା ପରମାତ୍ମା ସବୁଙ୍କ ପୋଷଣ କରିଥାନ୍ତି ଆଉ ସ୍ଵୟଂ ହିଁ ଭୋଜନ ପହଞ୍ଚାଇ ଥାଆନ୍ତି||3||
ਅਗਮ ਅਗੋਚਰੁ ਅਲਖ ਅਪਾਰਾ ॥
ହେ ଅଗମ୍ୟ, ଅଗୋଚର, ଅଲକ୍ଷ୍ୟ-ଅପାର!
ਕੋਇ ਨ ਜਾਣੈ ਤੇਰਾ ਪਰਵਾਰਾ ॥
କେହି ମଧ୍ୟ ତୋର ଅନ୍ତ ଜାଣି ନାହାନ୍ତି।
ਆਪਣਾ ਆਪੁ ਪਛਾਣਹਿ ਆਪੇ ਗੁਰਮਤੀ ਆਪਿ ਬੁਝਾਇਦਾ ॥੪॥
ତୁ ସ୍ଵୟଂ ହିଁ ନିଜକୁ ନିଜେ ଜାଣୁ ଏବଂ ଗୁରୁ ଉପଦେଶ ଦ୍ଵାରା ହିଁ ନିଜ ବିଷୟରେ ଜ୍ଞାନ ପ୍ରଦାନ କରୁ||4||
ਪਾਤਾਲ ਪੁਰੀਆ ਲੋਅ ਆਕਾਰਾ ॥ ਤਿਸੁ ਵਿਚਿ ਵਰਤੈ ਹੁਕਮੁ ਕਰਾਰਾ ॥
ହେ ନିରଙ୍କାର! ସଂପୂର୍ଣ୍ଣ ପାତାଳ, ପୁର ଏବଂ ଲୋକଙ୍କ ଠାରେ ତୋର ହିଁ ଶକ୍ତ ହୁକୁମ ଚାଲିଥାଏ।