ਸਦ ਹੀ ਨੇੜੈ ਦੂਰਿ ਨ ਜਾਣਹੁ ॥
ଈଶ୍ଵର ସର୍ବଦା ଆମ ନିକଟରେ ଅଛନ୍ତି, ତାହାଙ୍କୁ ଦୂର ଭାବ ନାହିଁ।
ਗੁਰ ਕੈ ਸਬਦਿ ਨਜੀਕਿ ਪਛਾਣਹੁ ॥
ଗୁରୁଙ୍କ ଶବ୍ଦ ଦ୍ଵାରା ତାହାଙ୍କୁ ନିକଟରୁ ଜାଣି ନିଅ।
ਬਿਗਸੈ ਕਮਲੁ ਕਿਰਣਿ ਪਰਗਾਸੈ ਪਰਗਟੁ ਕਰਿ ਦੇਖਾਇਆ ॥੧੫॥
ଯେତେବେଳେ ହୃଦୟ-ପଦ୍ମ ପ୍ରସନ୍ନ ରହିଛି ଗୁରୁ ଜ୍ଞାନର କିରଣର ଆଲୋକର ପ୍ରକଟ ରୂପରେ ପ୍ରଭୁଙ୍କ ଦର୍ଶନ କରାଇ ଦେଇଛନ୍ତି||15||
ਆਪੇ ਕਰਤਾ ਸਚਾ ਸੋਈ ॥
ସେ ସତ୍ୟସ୍ଵରୂପ ପରମେଶ୍ଵର ସ୍ଵୟଂ କର୍ତ୍ତା ଅଟନ୍ତି,
ਆਪੇ ਮਾਰਿ ਜੀਵਾਲੇ ਅਵਰੁ ਨ ਕੋਈ ॥
ସେ ସ୍ଵୟଂ ହିଁ ମାରିବା ଏବଂ ଜୀବିତ କରିବା ବାଲା ଅଟନ୍ତି ଏବଂ ତାହାଙ୍କ ବିନା ଅନ୍ୟ କେହି ନାହାନ୍ତି।
ਨਾਨਕ ਨਾਮੁ ਮਿਲੈ ਵਡਿਆਈ ਆਪੁ ਗਵਾਇ ਸੁਖੁ ਪਾਇਆ ॥੧੬॥੨॥੨੪॥
ହେ ନାନକ! ପରମାତ୍ମାଙ୍କ ନାମ-ସ୍ମରଣ ଦ୍ଵାରା ହିଁ ସଂସାରରେ କୀର୍ତ୍ତି ମିଳିଥାଏ ଏବଂ ଅହଂକୁ ଦୂର କରି ହିଁ ସଚ୍ଚା ସୁଖ ପ୍ରାପ୍ତ କରାଯାଇ ପାରେ॥16॥2॥24॥
ਮਾਰੂ ਸੋਲਹੇ ਮਹਲਾ ੪
ମାରୁ ଷୋହଳ ମହଲା 4 ॥
ੴ ਸਤਿਗੁਰ ਪ੍ਰਸਾਦਿ ॥
ଈଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।
ਸਚਾ ਆਪਿ ਸਵਾਰਣਹਾਰਾ ॥
ସତ୍ୟସ୍ଵରୂପ ପରମେଶ୍ଵର ସ୍ଵୟଂ ହିଁ ଭକ୍ତର ସଫଳ କରାଇବା ବାଲା ଅଟନ୍ତି,
ਅਵਰ ਨ ਸੂਝਸਿ ਬੀਜੀ ਕਾਰਾ ॥
ତାହାଙ୍କ ସ୍ମରଣ ଓ ଭକ୍ତି ବିନା ଅନ୍ୟ କୌଣସି କାର୍ଯ୍ୟ ତାହାକୁ ବୁଝାପଡେ ନାହିଁ।
ਗੁਰਮੁਖਿ ਸਚੁ ਵਸੈ ਘਟ ਅੰਤਰਿ ਸਹਜੇ ਸਚਿ ਸਮਾਈ ਹੇ ॥੧॥
ଗୁରୁମୁଖୀର ଅନ୍ତର୍ମନରେ ହିଁ ସତ୍ୟ ନିବାସ କରିଥାଏ ଏବଂ ସେ ସ୍ଵାଭାବିକ ଅବସ୍ଥାରେ ସତ୍ୟରେ ବିଲୀନ ରହିଥାଏ||1||
ਸਭਨਾ ਸਚੁ ਵਸੈ ਮਨ ਮਾਹੀ ॥
ସବୁଙ୍କ ମନରେ ସତ୍ୟ ହିଁ ଅବସ୍ଥିତ ଥାଏ, କିନ୍ତୁ
ਗੁਰ ਪਰਸਾਦੀ ਸਹਜਿ ਸਮਾਹੀ ॥
ଗୁରୁଙ୍କ କୃପାରୁ ହିଁ ଜୀବ ସ୍ଵାଭାବିକ ଅବସ୍ଥାରେ ଲୀନ ରହିଥାଏ।
ਗੁਰੁ ਗੁਰੁ ਕਰਤ ਸਦਾ ਸੁਖੁ ਪਾਇਆ ਗੁਰ ਚਰਣੀ ਚਿਤੁ ਲਾਈ ਹੇ ॥੨॥
ଗୁରୁଙ୍କ ନାମ ଜପ କରି ସେ ସଦା ସୁଖ ପ୍ରାପ୍ତ କରିଥାଏ, ଏଣୁ ଗୁରୁଙ୍କ ଚରଣରେ ହିଁ ଚିତ୍ତ ଲଗାଇ ଥାଏ||2||
ਸਤਿਗੁਰੁ ਹੈ ਗਿਆਨੁ ਸਤਿਗੁਰੁ ਹੈ ਪੂਜਾ ॥
ମୋ’ ପାଇଁ ସଦଗୁରୁ ହିଁ ଜ୍ଞାନ ଏବଂ ପୂଜା ଅଟନ୍ତି,
ਸਤਿਗੁਰੁ ਸੇਵੀ ਅਵਰੁ ਨ ਦੂਜਾ ॥
ଏଣୁ ମୁଁ ସଦଗୁରୁଙ୍କ ଉପାସନା କରିଥାଏ ଏବଂ ତାହାଙ୍କ ବିନା ଅନ୍ୟ କାହାର ସେବା କରିନାହିଁ।
ਸਤਿਗੁਰ ਤੇ ਨਾਮੁ ਰਤਨ ਧਨੁ ਪਾਇਆ ਸਤਿਗੁਰ ਕੀ ਸੇਵਾ ਭਾਈ ਹੇ ॥੩॥
ସଦଗୁରୁଙ୍କ ଠାରୁ ହିଁ ଅମୂଲ୍ୟ ରତ୍ନ ଭଳି ପ୍ରଭୁ-ନାମ ରୂପୀ ଧନ ପ୍ରାପ୍ତ କରିଛି ଏବଂ ମୋତେ ସଦଗୁରୁଙ୍କ ସେବା ହିଁ ଭଲ ଲାଗିଛି||3||
ਬਿਨੁ ਸਤਿਗੁਰ ਜੋ ਦੂਜੈ ਲਾਗੇ ॥
ସଦଗୁରୁଙ୍କ ବିନା ଯିଏ ଦୈତ୍ୟଭାବରେ ସଂଲଗ୍ନ ହୋଇଥାଏ,
ਆਵਹਿ ਜਾਹਿ ਭ੍ਰਮਿ ਮਰਹਿ ਅਭਾਗੇ ॥
ଏପରି ବ ହଗ୍ୟହୀନ ଜୀବ ଜନ୍ମ-ମରଣରେ ଫସି ଭ୍ରମରେ ହିଁ ରହିଥାଏ।
ਨਾਨਕ ਤਿਨ ਕੀ ਫਿਰਿ ਗਤਿ ਹੋਵੈ ਜਿ ਗੁਰਮੁਖਿ ਰਹਹਿ ਸਰਣਾਈ ਹੇ ॥੪॥
ହେ ନାନକ! ତାହାର ମଧ୍ୟ ପୁଣି ମୁକ୍ତି ହୋଇଯାଏ, ଯଦି ଗୁରୁଙ୍କ ଶରଣରେ ରହିଥାଏ||4||
ਗੁਰਮੁਖਿ ਪ੍ਰੀਤਿ ਸਦਾ ਹੈ ਸਾਚੀ ॥
ଗୁରୁଙ୍କ ସହିତ ଲଗାଇ ଥିବା ପ୍ରୀତି ସଦା ସଚ୍ଚା ଅଟେ।
ਸਤਿਗੁਰ ਤੇ ਮਾਗਉ ਨਾਮੁ ਅਜਾਚੀ ॥
ମୁଁ ସଦଗୁରୁଙ୍କ ଠାରୁ ଅତୁଳନୀୟ ପରମାତ୍ମାଙ୍କ ନାମ ହିଁ ମାଗିଥାଏ।
ਹੋਹੁ ਦਇਆਲੁ ਕ੍ਰਿਪਾ ਕਰਿ ਹਰਿ ਜੀਉ ਰਖਿ ਲੇਵਹੁ ਗੁਰ ਸਰਣਾਈ ਹੇ ॥੫॥
ହେ ପ୍ରଭୁ! ଦୟାଳୁ ହୁଅ ଏବଂ କୃପା କରି ମୋତେ ଗୁରୁଙ୍କ ଶରଣରେ ରଖ||5||
ਅੰਮ੍ਰਿਤ ਰਸੁ ਸਤਿਗੁਰੂ ਚੁਆਇਆ ॥
ସଦଗୁରୁ ମୋର ମୁଖରେ ଅମୃତମୟୀ ହରିନାମ ରସ ଢାଳି ଦେଇଛନ୍ତି ଏବଂ
ਦਸਵੈ ਦੁਆਰਿ ਪ੍ਰਗਟੁ ਹੋਇ ਆਇਆ ॥
ପ୍ରଭୁ ଦଶମ ଦ୍ଵାରରେ ପ୍ରକଟ ହୋଇଥାନ୍ତି।
ਤਹ ਅਨਹਦ ਸਬਦ ਵਜਹਿ ਧੁਨਿ ਬਾਣੀ ਸਹਜੇ ਸਹਜਿ ਸਮਾਈ ਹੇ ॥੬॥
ସେଠାରେ ଦଶମ ଦ୍ଵାରରେ ମଧୁର ଧ୍ୱନି ବାଲା ଅନାହତ ଶବ୍ଦ ବଜାଇ ଥାଏ ଏବଂ ସ୍ଵାଭାବିକ ଅବସ୍ଥାରେ ଲୀନ ରହିଥାଏ||6||
ਜਿਨ ਕਉ ਕਰਤੈ ਧੁਰਿ ਲਿਖਿ ਪਾਈ ॥
ବିଧାତା ପ୍ରାରମ୍ଭରୁ ହିଁ ଯାହାର ଭାଗ୍ୟରେ ଲେଖି ଦେଇଛନ୍ତି,
ਅਨਦਿਨੁ ਗੁਰੁ ਗੁਰੁ ਕਰਤ ਵਿਹਾਈ ॥
ତାହାର ଜୀବନ ପ୍ରତିଦିନ ‘ଗୁରୁ-ଗୁରୁ’ ଜପି ଅତିବାହିତ ହୋଇଥାଏ।
ਬਿਨੁ ਸਤਿਗੁਰ ਕੋ ਸੀਝੈ ਨਾਹੀ ਗੁਰ ਚਰਣੀ ਚਿਤੁ ਲਾਈ ਹੇ ॥੭॥
ସଦଗୁରୁଙ୍କ ବିନା କେହି ମଧ୍ୟ ସଫଳ ମନୋରଥ ହୋଇପାରେ ନାହିଁ, ଏଣୁ ଆମେ ନିଜ ଚିତ୍ତ ଗୁରୁଙ୍କ ଚରଣରେ ହିଁ ଲଗାଇଛୁ||7||
ਜਿਸੁ ਭਾਵੈ ਤਿਸੁ ਆਪੇ ਦੇਇ ॥
ଯାହାକୁ ସେ ଚାହିଁ ଥାଆନ୍ତି, ତାହାକୁ ହିଁ ନାମ ଦେଇଥାନ୍ତି, କିନ୍ତୁ
ਗੁਰਮੁਖਿ ਨਾਮੁ ਪਦਾਰਥੁ ਲੇਇ ॥
ଗୁରୁଙ୍କ ସାନ୍ନିଧ୍ୟରେ ହିଁ ଜୀବ ନାମ ପଦାର୍ଥ ପ୍ରାପ୍ତ କରିଥାଏ।
ਆਪੇ ਕ੍ਰਿਪਾ ਕਰੇ ਨਾਮੁ ਦੇਵੈ ਨਾਨਕ ਨਾਮਿ ਸਮਾਈ ਹੇ ॥੮॥
ହେ ନାନକ! ନିଜ କୃପା କରି ପ୍ରଭୁ ଯାହାକୁ ନାମ ପ୍ରଦାନ କରିଥାନ୍ତି, ସେ ନାମରେ ହିଁ ରହିଥାଏ||8||
ਗਿਆਨ ਰਤਨੁ ਮਨਿ ਪਰਗਟੁ ਭਇਆ ॥
ଜ୍ଞାନ ରୂପୀ ରତ୍ନ ମନରେ ପ୍ରକଟ ହୋଇ ଯାଇଛି ଏବଂ
ਨਾਮੁ ਪਦਾਰਥੁ ਸਹਜੇ ਲਇਆ ॥
ସ୍ଵାଭାବିକ ଭାବରେ ନାମ ରୂପୀ ପଦାର୍ଥ ପ୍ରାପ୍ତ କରିଛି।
ਏਹ ਵਡਿਆਈ ਗੁਰ ਤੇ ਪਾਈ ਸਤਿਗੁਰ ਕਉ ਸਦ ਬਲਿ ਜਾਈ ਹੇ ॥੯॥
ଏହି ବଡିମା ମଧ୍ୟ ଗୁରୁଙ୍କ ଠାରୁ ପ୍ରାପ୍ତ ହୋଇଛି, ଏଣୁ ସଦଗୁରୁଙ୍କ ପ୍ରତି ସଦା ସମର୍ପିତ ଯାଇଥାଏ||9||
ਪ੍ਰਗਟਿਆ ਸੂਰੁ ਨਿਸਿ ਮਿਟਿਆ ਅੰਧਿਆਰਾ ॥
ଯେପରି ସୂର୍ଯ୍ୟ ଉଦୟ ହେବା ପରେ ରାତ୍ରିକାଳର ଅନ୍ଧକାର ଦୂର ହୋଇଯାଏ,
ਅਗਿਆਨੁ ਮਿਟਿਆ ਗੁਰ ਰਤਨਿ ਅਪਾਰਾ ॥
ସେପରି ହିଁ ଗୁରୁ ଦେଇଥିବା ଅପାର ଜ୍ଞାନ ରତ୍ନ ଦ୍ଵାରା ଅଜ୍ଞାନ ଦୂର ହୋଇଯାଏ।
ਸਤਿਗੁਰ ਗਿਆਨੁ ਰਤਨੁ ਅਤਿ ਭਾਰੀ ਕਰਮਿ ਮਿਲੈ ਸੁਖੁ ਪਾਈ ਹੇ ॥੧੦॥
ସଦଗୁରୁଙ୍କ ଜ୍ଞାନ ରତ୍ନ ଅତି ଅମୂଲ୍ୟ ଅଟେ, ପୂର୍ଣ୍ଣ ଭାଗ୍ୟରୁ ଯାହାକୁ ମିଳିଯାଏ, ସେ ସୁଖ ପ୍ରାପ୍ତ କରିଥାଏ||10||
ਗੁਰਮੁਖਿ ਨਾਮੁ ਪ੍ਰਗਟੀ ਹੈ ਸੋਇ ॥
ଗୁରୁଙ୍କ ସାନ୍ନିଧ୍ୟରେ ଯାହାକୁ ନାମ ପ୍ରାପ୍ତ ହୋଇଥାଏ,
ਚਹੁ ਜੁਗਿ ਨਿਰਮਲੁ ਹਛਾ ਲੋਇ ॥
ତାହାର ଶୋଭା ସଂପୂର୍ଣ୍ଣ ଜଗତରେ ପ୍ରକଟ ହୋଇଯାଏ ଏବଂ ସବୁ ଯୁଗ ଓ ଲୋକରେ ତାହାକୁ ପବିତ୍ର ଓ ଗୁଣବାନ ମାନାଯାଏ।
ਨਾਮੇ ਨਾਮਿ ਰਤੇ ਸੁਖੁ ਪਾਇਆ ਨਾਮਿ ਰਹਿਆ ਲਿਵ ਲਾਈ ਹੇ ॥੧੧॥
ଯେଉଁ ବ୍ୟକ୍ତି କେବଳ ନାମରେ ହିଁ ଲୀନ ରହିଥାଏ, ସେ ହିଁ ସୁଖ ପ୍ରାପ୍ତ କରିଥାଏ ଏବଂ ସେ ନାମରେ ହିଁ ଲଗ୍ନ ଲଗାଇ ରଖିଥାଏ||11||
ਗੁਰਮੁਖਿ ਨਾਮੁ ਪਰਾਪਤਿ ਹੋਵੈ ॥
ଯାହାକୁ ଗୁରୁଙ୍କ ସାନ୍ନିଧ୍ୟରେ ପ୍ରଭୁ-ନାମ ପ୍ରାପ୍ତ ହୋଇଯାଏ,
ਸਹਜੇ ਜਾਗੈ ਸਹਜੇ ਸੋਵੈ ॥
ସେ ସ୍ଵାଭାବିକ ଅବସ୍ଥାରେ ହିଁ ଜାଗ୍ରତ ରହିଥାଏ ଓ ଶୟନ କରିଥାଏ।