Odia Page 1076

ਆਪਿ ਤਰੈ ਸਗਲੇ ਕੁਲ ਤਾਰੇ ਹਰਿ ਦਰਗਹ ਪਤਿ ਸਿਉ ਜਾਇਦਾ ॥੬॥
ନାମ ଜପିବା ବାଲା ସ୍ଵୟଂ ପାର ହୋଇଯାଏ, ନିଜର ସମସ୍ତ ବଂଶାବଳୀକୁ ମଧ୍ୟ ଉଦ୍ଧାର କରାଇ ଥାଏ ଏବଂ ସେ ସମ୍ମାନ ପୂର୍ବକ ପ୍ରଭୁଙ୍କ ଦରବାରକୁ ଯାଇଥାଏ||6||                                                              

ਖੰਡ ਪਤਾਲ ਦੀਪ ਸਭਿ ਲੋਆ ॥
ସେ ଖଣ୍ଡ, ପାତାଳ, ଦ୍ଵୀପ ଏବଂ ସବୁ ଲୋକ                       

ਸਭਿ ਕਾਲੈ ਵਸਿ ਆਪਿ ਪ੍ਰਭਿ ਕੀਆ ॥
ପ୍ରଭୁ ସ୍ଵୟଂ ହିଁ ସବୁ କାଳର ବଶରେ ରଖିଛନ୍ତି।                                                                                              

ਨਿਹਚਲੁ ਏਕੁ ਆਪਿ ਅਬਿਨਾਸੀ ਸੋ ਨਿਹਚਲੁ ਜੋ ਤਿਸਹਿ ਧਿਆਇਦਾ ॥੭॥
ଏକ ନିଶ୍ଚଳ ପରମେଶ୍ଵର ସ୍ଵୟଂ ଅବିନାଶୀ ଅଟନ୍ତି ଏବଂ ସେହି ପୁରୁଷ ନିଶ୍ଚଳ ଅଟେ, ଯିଏ ତାହାଙ୍କ ଚିନ୍ତନ କରିଥାଏ||7||                                  

ਹਰਿ ਕਾ ਸੇਵਕੁ ਸੋ ਹਰਿ ਜੇਹਾ ॥
ଈଶ୍ଵରଙ୍କ ଉପାସକ ଈଶ୍ଵର-ରୂପ ଭଳି ହୋଇଥାନ୍ତି।                                                 

ਭੇਦੁ ਨ ਜਾਣਹੁ ਮਾਣਸ ਦੇਹਾ ॥
ମାନବ-ଶରୀର ଏବଂ ଭଗବାନଙ୍କ ମଧ୍ୟରେ କୌଣସି  ଭେଦ ଭାବ ନାହିଁ;                                                                           

ਜਿਉ ਜਲ ਤਰੰਗ ਉਠਹਿ ਬਹੁ ਭਾਤੀ ਫਿਰਿ ਸਲਲੈ ਸਲਲ ਸਮਾਇਦਾ ॥੮॥
ଯେପରି ଅନେକ ପ୍ରକାର ଜଳ-ତରଂଗ ଉଠି ପୁନଃ ଜଳରେ ବିଲୀନ ହୋଇଯାଏ, ସେପରି ଈଶ୍ଵରଙ୍କ ଉପାସକ ପୁନଃ ସେଥିରେ ସମାହିତ ହୋଇଥାଏ||8|| 

ਇਕੁ ਜਾਚਿਕੁ ਮੰਗੈ ਦਾਨੁ ਦੁਆਰੈ ॥
ଏକ ଯାଚକ ପ୍ରଭୁ-ଦ୍ଵାରରେ ଦାନ ମାଗିଥାଏ।                                                                                                               

ਜਾ ਪ੍ਰਭ ਭਾਵੈ ਤਾ ਕਿਰਪਾ ਧਾਰੈ ॥
ଯଦି ପ୍ରଭୁଙ୍କୁ ସ୍ଵୀକାର ହୋଇଥାଏ, ତାହାହେଲେ ସେ କୃପା କରିଥାନ୍ତି।                                        

ਦੇਹੁ ਦਰਸੁ ਜਿਤੁ ਮਨੁ ਤ੍ਰਿਪਤਾਸੈ ਹਰਿ ਕੀਰਤਨਿ ਮਨੁ ਠਹਰਾਇਦਾ ॥੯॥
ନିଜ ଦର୍ଶନ ଦିଅ, ଯାହାଦ୍ୱାରା ମନ ତୃପ୍ତ ହୋଇଯିବ ଏବଂ ହରି-କୀର୍ତ୍ତନରେ ମନ ସ୍ଥିର ହୋଇଥାଏ||9||                                                                    

ਰੂੜੋ ਠਾਕੁਰੁ ਕਿਤੈ ਵਸਿ ਨ ਆਵੈ ॥
ସୁନ୍ଦର ପରମାତ୍ମା କୌଣସି ପ୍ରକାର ମନୁଷ୍ୟର ବଶରେ ଆସନ୍ତି ନାହିଁ,                                                       

ਹਰਿ ਸੋ ਕਿਛੁ ਕਰੇ ਜਿ ਹਰਿ ਕਿਆ ਸੰਤਾ ਭਾਵੈ ॥
ସେ ହିଁ କିଛି କରିଥାଏ, ଯିଏ ତାହାଙ୍କ ସନ୍ଥ-ମହାପୁରୁଷଙ୍କୁ ଉପଯୁକ୍ତ ଲାଗିଥାଏ।                                                                     

ਕੀਤਾ ਲੋੜਨਿ ਸੋਈ ਕਰਾਇਨਿ ਦਰਿ ਫੇਰੁ ਨ ਕੋਈ ਪਾਇਦਾ ॥੧੦॥
ସେ ଯାହା ଚାହିଁ ଥାଏ, ତାହା ପରମେଶ୍ଵରଙ୍କ ଠାରୁ କରାଇ ନେଇଥାଏ, ତାହାଙ୍କ ବଚନ ଅସ୍ଵୀକୃତ ହୁଏନାହିଁ||10||

ਜਿਥੈ ਅਉਘਟੁ ਆਇ ਬਨਤੁ ਹੈ ਪ੍ਰਾਣੀ ॥
ହେ ପ୍ରାଣୀ! ଯେଉଁଠି କିଛି ବିପଦ ଆସିଥାଏ,                                             

ਤਿਥੈ ਹਰਿ ਧਿਆਈਐ ਸਾਰਿੰਗਪਾਣੀ ॥
ସେଠାରେ ଶ୍ରୀହରିଙ୍କ ଧ୍ୟାନ କରିବା ଉଚିତ।                                                                                    

ਜਿਥੈ ਪੁਤ੍ਰੁ ਕਲਤ੍ਰੁ ਨ ਬੇਲੀ ਕੋਈ ਤਿਥੈ ਹਰਿ ਆਪਿ ਛਡਾਇਦਾ ॥੧੧॥
ଯେଉଁଠି ପୁତ୍ର, ପତ୍ନୀ ଏବଂ କୌଣସି ସାଥି ନାହାନ୍ତି, ସେଠାରେ ଭଗବାନ ସ୍ଵୟଂ ହିଁ ଉଦ୍ଧାରକ ହୋଇଥାନ୍ତି||11||                                            

ਵਡਾ ਸਾਹਿਬੁ ਅਗਮ ਅਥਾਹਾ ॥
ମାଲିକ-ପ୍ରଭୁ ହିଁ ସଂସାରରେ ବଡ, ଅଗମ୍ୟ ଏବଂ ଅସୀମ ଅଟନ୍ତି,                                         

ਕਿਉ ਮਿਲੀਐ ਪ੍ਰਭ ਵੇਪਰਵਾਹਾ ॥
ସେହି ନିଶ୍ଚିନ୍ତ ପ୍ରଭୁଙ୍କ ସହିତ ମିଳନ କିପରି କରାଯାଇ ପାରିବ?                                                                            

ਕਾਟਿ ਸਿਲਕ ਜਿਸੁ ਮਾਰਗਿ ਪਾਏ ਸੋ ਵਿਚਿ ਸੰਗਤਿ ਵਾਸਾ ਪਾਇਦਾ ॥੧੨॥
ଯାହାର ବନ୍ଧନ କାଟି ସଚ୍ଚା ମାର୍ଗ ପ୍ରଦାନ କରିଥାନ୍ତି, ସେ ସୁସଙ୍ଗତିରେ ବାସ ପ୍ରାପ୍ତ କରିଥାଏ||12||                                                  

ਹੁਕਮੁ ਬੂਝੈ ਸੋ ਸੇਵਕੁ ਕਹੀਐ ॥
ଯିଏ ତାହାଙ୍କ ହୁକୁମର ଭେଦ ବୁଝି ନେଇଥାଏ, ବାସ୍ତବରେ ସେ ହିଁ ସେବକ ନାମିତ ହେବା ପାଇଁ ଯୋଗ୍ୟ ଅଟେ।                            

ਬੁਰਾ ਭਲਾ ਦੁਇ ਸਮਸਰਿ ਸਹੀਐ ॥
ସେ ଭଲ-ମନ୍ଦ ଉଭୟକୁ ସମାନ ଭାବିଥାଏ।                                                                                                                               

ਹਉਮੈ ਜਾਇ ਤ ਏਕੋ ਬੂਝੈ ਸੋ ਗੁਰਮੁਖਿ ਸਹਜਿ ਸਮਾਇਦਾ ॥੧੩॥
ଯେତେବେଳେ ଅହଂ ଦୂର ହୋଇଯାଏ, ସେ ଏକ ପରମେଶ୍ଵରଙ୍କ ରହସ୍ୟକୁ ବୁଝି ଯାଇଥାଏ ଏବଂ ସେହି ଗୁରୁମୁଖୀ ସ୍ଵାଭାବିକ ଅବସ୍ଥାରେ ହିଁ ସତ୍ୟରେ ବିଲୀନ ହୋଇଯାଏ||13||                                                                                                                           

ਹਰਿ ਕੇ ਭਗਤ ਸਦਾ ਸੁਖਵਾਸੀ ॥
ଭଗବାନଙ୍କ ଭକ୍ତ ସଦା ସୁଖପୂର୍ବକ ରହିଥାଏ।                                                            

ਬਾਲ ਸੁਭਾਇ ਅਤੀਤ ਉਦਾਸੀ ॥
ସେ ପିଲାଙ୍କ ଭଳି ନିରୀହ ହୋଇଥାଏ, ବାସନା ଠାରୁ ନିର୍ଲିପ୍ତ ରହିଥାଏ।                                                                                       

ਅਨਿਕ ਰੰਗ ਕਰਹਿ ਬਹੁ ਭਾਤੀ ਜਿਉ ਪਿਤਾ ਪੂਤੁ ਲਾਡਾਇਦਾ ॥੧੪॥
ସେ ବିଭିନ୍ନ ପ୍ରକାର ଅନେକ ରଙ୍ଗ ଭୋଗ କରିଥାଏ, ଯେପରି ପିତା ନିଜ ପୁତ୍ରକୁ ଗେଲା କରିଥାଏ||14||

ਅਗਮ ਅਗੋਚਰੁ ਕੀਮਤਿ ਨਹੀ ਪਾਈ ॥
ଅଗମ୍ୟ-ଅଗୋଚର ପରମେଶ୍ଵରଙ୍କ କୌଣସି ମୂଲ୍ୟ କଳନା କରାଯାଇ ପାରିବ ନାହିଁ।       

ਤਾ ਮਿਲੀਐ ਜਾ ਲਏ ਮਿਲਾਈ ॥
ତାହାଙ୍କ ସହିତ ସେତେବେଳେ ମିଳନ କରାଯାଇ ଥାଏ, ଯେତେବେଳେ ସେ ନିଜ ସହିତ ସ୍ଵେଛାରେ ମିଳନ କରାଇ ଥାଆନ୍ତି।                    

ਗੁਰਮੁਖਿ ਪ੍ਰਗਟੁ ਭਇਆ ਤਿਨ ਜਨ ਕਉ ਜਿਨ ਧੁਰਿ ਮਸਤਕਿ ਲੇਖੁ ਲਿਖਾਇਦਾ ॥੧੫॥
ଗୁରୁଙ୍କ ସାନ୍ନିଧ୍ୟରେ ସେହି ମନୁଷ୍ୟର ହୃଦୟରେ ପ୍ରଭୁ ପ୍ରକଟ ହୋଇ ଯାଆନ୍ତି, ଯାହାର ମସ୍ତକରେ ପ୍ରାରମ୍ଭରୁ ହିଁ ଭାଗ୍ୟରେ ଲେଖା ହୋଇଥାଏ||15||

ਤੂ ਆਪੇ ਕਰਤਾ ਕਾਰਣ ਕਰਣਾ ॥
ହେ ଈଶ୍ଵର! ତୁ ହିଁ କର୍ତ୍ତା କରିବା-କରାଇବା ବାଲା ଅଟୁ,                              

ਸ੍ਰਿਸਟਿ ਉਪਾਇ ਧਰੀ ਸਭ ਧਰਣਾ ॥
ତୁ ହିଁ ସଂପୂର୍ଣ୍ଣ ସୃଷ୍ଟିକୁ ଉତ୍ପନ୍ନ କରିଛୁ ଆଉ ଦୁନିଆକୁ ସ୍ଥାପନ କରିଛୁ।                   

ਜਨ ਨਾਨਕੁ ਸਰਣਿ ਪਇਆ ਹਰਿ ਦੁਆਰੈ ਹਰਿ ਭਾਵੈ ਲਾਜ ਰਖਾਇਦਾ ॥੧੬॥੧॥੫॥
ନାନକ ପରମାତ୍ମାଙ୍କ ଦ୍ଵାରରେ ତାହାଙ୍କ ଶରଣରେ ପଡିଛନ୍ତି, ଯଦି ତାହାଙ୍କୁ ସ୍ଵୀକୃତ ହୋଇଥାଏ, ସେ ସ୍ଵୟଂ ନିଜ ଭକ୍ତର ସମ୍ମାନ ରକ୍ଷା କରିଥାନ୍ତି||16||1||5||                                                                

ਮਾਰੂ ਸੋਲਹੇ ਮਹਲਾ ੫
ମାରୁ ଷୋହଳ ମହଲା 5                                                                         

ੴ ਸਤਿਗੁਰ ਪ੍ਰਸਾਦਿ ॥
ଈଶ୍ଵର ଏକ ଅଟନ୍ତି, ଯାହାଙ୍କୁ ସଦଗୁରୁଙ୍କ କୃପାରୁ ପ୍ରାପ୍ତ କରାଯାଇ ପାରେ।                                    

ਜੋ ਦੀਸੈ ਸੋ ਏਕੋ ਤੂਹੈ ॥
ଯାହା ଦୃଷ୍ଟିଗୋଚର ହୋଇଥାଏ, ହେ ପରମାତ୍ମା! ତାହା କେବଳ ତୁ ହିଁ ଅଟୁ।                                               

ਬਾਣੀ ਤੇਰੀ ਸ੍ਰਵਣਿ ਸੁਣੀਐ ॥
ତୋର ହିଁ ବାଣୀ କୋଣ କୋଣରୁ ଶୁଣା ଯାଉଅଛି।                                                                                                           

ਦੂਜੀ ਅਵਰ ਨ ਜਾਪਸਿ ਕਾਈ ਸਗਲ ਤੁਮਾਰੀ ਧਾਰਣਾ ॥੧॥
ତୋ’ ବିନା ଅନ୍ୟ କୌଣସି ବସ୍ତୁ ଜଣା ନା ହିଁ ଏବଂ ସାରା ଦୁନିଆ ତୋର ସାହାରାରେ ହିଁ ତିଷ୍ଠି ରହିଛି||1||          

ਆਪਿ ਚਿਤਾਰੇ ਅਪਣਾ ਕੀਆ ॥
ନିଜେ ବନାଇଥିବା ସଂସାରର ଧ୍ୟାନ ତୁ ସ୍ଵୟଂ ହିଁ ରଖିଛୁ।                                                         

ਆਪੇ ਆਪਿ ਆਪਿ ਪ੍ਰਭੁ ਥੀਆ ॥
ସେହି ପ୍ରଭୁ ସ୍ଵୟଂ ହିଁ ପ୍ରକାଶମାନ ହୋଇଛନ୍ତି।                                                                 

ਆਪਿ ਉਪਾਇ ਰਚਿਓਨੁ ਪਸਾਰਾ ਆਪੇ ਘਟਿ ਘਟਿ ਸਾਰਣਾ ॥੨॥
ସେ ସ୍ଵୟଂ ହିଁ ସଗୁଣ ରୂପ ଜାତ କରି ଜଗତ ରଚନାର ପ୍ରସାର କରିଛନ୍ତି ଆଉ ସେ ସ୍ଵୟଂ ହିଁ ପ୍ରତି ଜୀବ ଠାରେ ବ୍ୟାପ୍ତ ହୋଇ ସବୁଙ୍କ ପାଳନ କରିଥାନ୍ତି||2|

ਇਕਿ ਉਪਾਏ ਵਡ ਦਰਵਾਰੀ ॥
ସେ ଅନେକ ବଡ ଦରବାର ବାଲା ବାଦଶାହ ଜାତ କରିଛନ୍ତି,                               

ਇਕਿ ਉਦਾਸੀ ਇਕਿ ਘਰ ਬਾਰੀ ॥
ଅନେକ ଉଦାସୀ ସାଧୁ, ଅନେକ ଗୃହସ୍ଥି ଜାତ କରିଛନ୍ତି।        

error: Content is protected !!