Odia Page 1090

ਪਉੜੀ ॥
ପଉଡୀ॥ 

ਦੋਵੈ ਤਰਫਾ ਉਪਾਈਓਨੁ ਵਿਚਿ ਸਕਤਿ ਸਿਵ ਵਾਸਾ ॥
ଲୋକ-ପରଲୋକ ଦୁଇଟି ମାର୍ଗ ଉତ୍ପନ୍ନ କରି ଜୀବ ରୂପୀ ଶିବଙ୍କୁ ଶକ୍ତି ରୂପୀ ମାୟାରେ ନିବାସ କରାଇ ଦେଇଛନ୍ତି।

ਸਕਤੀ ਕਿਨੈ ਨ ਪਾਇਓ ਫਿਰਿ ਜਨਮਿ ਬਿਨਾਸਾ ॥
ମାୟା ରୂପୀ ଶକ୍ତି ଦ୍ଵାରା କେହି ମଧ୍ୟ ସତ୍ୟ ପ୍ରାପ୍ତ କରି ନାହାନ୍ତି ଏବଂ ପୁନଃ ଜନ୍ମ-ମୃତ୍ୟୁ ଚକ୍ରରେ ଫସି ଥାଆନ୍ତି।

ਗੁਰਿ ਸੇਵਿਐ ਸਾਤਿ ਪਾਈਐ ਜਪਿ ਸਾਸ ਗਿਰਾਸਾ ॥
ପ୍ରତି ଶ୍ଵାସ-ଗ୍ରାସରେ ଗୁରୁଙ୍କ ସେବା ଆଉ ନାମ ଜପିବାରେ ଶାନ୍ତି ପ୍ରାପ୍ତ ହୋଇଥାଏ। 

ਸਿਮ੍ਰਿਤਿ ਸਾਸਤ ਸੋਧਿ ਦੇਖੁ ਊਤਮ ਹਰਿ ਦਾਸਾ ॥
ଶାସ୍ତ୍ର ଏବଂ ସ୍ମୃତିର ବିଶ୍ଳେଷଣ କରି ଦେଖିଛି, ଯାହାର ପରିଣାମ ଏହା ଯେ ପରମାତ୍ମାଙ୍କ ଦାସ ହିଁ ଉତ୍ତମ ଅଟେ। 

ਨਾਨਕ ਨਾਮ ਬਿਨਾ ਕੋ ਥਿਰੁ ਨਹੀ ਨਾਮੇ ਬਲਿ ਜਾਸਾ ॥੧੦॥
ହେ ନାନକ! ନାମ ବିନା କେହି ମଧ୍ୟ ସ୍ଥିର ନାହାନ୍ତି, ଏଣୁ ହରିନାମ ପ୍ରତି ହିଁ ସମର୍ପିତ ଯାଇଥାଏ||10||

ਸਲੋਕੁ ਮਃ ੩ ॥
ଶ୍ଳୋକ ମହଲା 3॥ 

ਹੋਵਾ ਪੰਡਿਤੁ ਜੋਤਕੀ ਵੇਦ ਪੜਾ ਮੁਖਿ ਚਾਰਿ ॥
ଯଦି ପଣ୍ଡିତ ଓ ଜ୍ୟୋତିଷ ବନି ମୁଖରେ ଚାରି ବେଦ ପଠନ କର,

ਨਵ ਖੰਡ ਮਧੇ ਪੂਜੀਆ ਅਪਣੈ ਚਜਿ ਵੀਚਾਰਿ ॥
ନିଜ ଆଚରଣ ଓ ବିଚାର କାରଣରୁ ପୃଥିବୀର ନବ ଖଣ୍ଡରେ ପୂଜନୀୟ ହୋଇଯିବ।

ਮਤੁ ਸਚਾ ਅਖਰੁ ਭੁਲਿ ਜਾਇ ਚਉਕੈ ਭਿਟੈ ਨ ਕੋਇ ॥
କିନ୍ତୁ ଏହି ସଚ୍ଚା କଥାକୁ ଭୁଲିବା ଉଚିତ ନୁହେଁ ଯେ ରୋଷେଇ ଘରକୁ ସ୍ପର୍ଶ କରିବା ଦ୍ଵାରା ଛୁଆଁ ହୁଏନାହିଁ,

ਝੂਠੇ ਚਉਕੇ ਨਾਨਕਾ ਸਚਾ ਏਕੋ ਸੋਇ ॥੧॥
ଏଣୁ ହେ ନାନକ! ରୋଷେଇ ମିଥ୍ୟା ଅଟେ, ଏକ ପରମାତ୍ମା ହିଁ ସଚ୍ଚା ଅଟନ୍ତି||1||

ਮਃ ੩ ॥
ମହଲା 3॥ 

ਆਪਿ ਉਪਾਏ ਕਰੇ ਆਪਿ ਆਪੇ ਨਦਰਿ ਕਰੇਇ ॥
ସେ ସ୍ଵୟଂ ହିଁ ଉତ୍ପନ୍ନ କରିଥାନ୍ତି, କରିବା ବାଲା ମଧ୍ୟ ସେ ସ୍ଵୟଂ ହିଁ ଅଟନ୍ତି ଆଉ ସ୍ଵୟଂ ହିଁ କୃପା-ଦୃଷ୍ଟି କରିଥାନ୍ତି।

ਆਪੇ ਦੇ ਵਡਿਆਈਆ ਕਹੁ ਨਾਨਕ ਸਚਾ ਸੋਇ ॥੨॥
ହେ ନାନକ! ସେହି ସଚ୍ଚା ପରମେଶ୍ଵର ସ୍ଵୟଂ ହିଁ ବଡିମା ପ୍ରଦାନ କରିଥାନ୍ତି||2||

ਪਉੜੀ ॥
ପଉଡୀ॥ 

ਕੰਟਕੁ ਕਾਲੁ ਏਕੁ ਹੈ ਹੋਰੁ ਕੰਟਕੁ ਨ ਸੂਝੈ ॥
ଏକ କାଳ ହିଁ ସବୁଠାରୁ ଦୁଃଖଦାୟକ ଅଟେ, ତାହାଙ୍କ ବିନା ଅନ୍ୟ କିଛି ଦୁଃଖ ଦିଏନାହିଁ।

ਅਫਰਿਓ ਜਗ ਮਹਿ ਵਰਤਦਾ ਪਾਪੀ ਸਿਉ ਲੂਝੈ ॥
ସଂପୂର୍ଣ୍ଣ ଜଗତରେ ଅଟଳ ହୋଇ ସେ ସକ୍ରିୟ ରହିଥାନ୍ତି ଏବଂ ପାପୀ ଲୋକଙ୍କୁ ଦଣ୍ଡ ଦେଇଥାନ୍ତି।

ਗੁਰ ਸਬਦੀ ਹਰਿ ਭੇਦੀਐ ਹਰਿ ਜਪਿ ਹਰਿ ਬੂਝੈ ॥
ଯେଉଁ ବ୍ୟକ୍ତି ଶବ୍ଦ-ଗୁରୁ ଦ୍ଵାରା ହରିଙ୍କ ଠାରେ ଲୀନ ରହିଥାନ୍ତି, ସେ ହରିଙ୍କୁ ଜପ କରି ତାହାଙ୍କ ଠାରୁ ଜ୍ଞାନ ନେଇଥାଏ।

ਸੋ ਹਰਿ ਸਰਣਾਈ ਛੁਟੀਐ ਜੋ ਮਨ ਸਿਉ ਜੂਝੈ ॥
ଯିଏ ମନ ସହିତ ସଂଘର୍ଷ କରିଥାଏ, ସେ ଭଗବାନଙ୍କ ଶରଣରେ ଆସି ଯମ ଠାରୁ ମୁକ୍ତ ହୋଇଯାଏ।

ਮਨਿ ਵੀਚਾਰਿ ਹਰਿ ਜਪੁ ਕਰੇ ਹਰਿ ਦਰਗਹ ਸੀਝੈ ॥੧੧॥
ଯିଏ ମନରେ ବିଚାର କରି ଭଗବାନଙ୍କ ଜପ କରିଥାଏ, ତାହାଙ୍କ ଦରବାରରେ ସ୍ଵୀକୃତ ହୋଇଯାଏ||11||

ਸਲੋਕੁ ਮਃ ੧ ॥
ଶ୍ଳୋକ ମହଲା 1॥ 

ਹੁਕਮਿ ਰਜਾਈ ਸਾਖਤੀ ਦਰਗਹ ਸਚੁ ਕਬੂਲੁ ॥
ଈଶ୍ଵରଙ୍କ ଇଚ୍ଛା ଏବଂ ହୁକୁମ ଦ୍ଵାରା ହିଁ ସୃଷ୍ଟି-ରଚନା ହୋଇଛି ଏବଂ ତାହାଙ୍କ ଦରବାରରେ ସତ୍ୟ ହିଁ ସ୍ଵୀକୃତ ହୋଇଥାଏ।

ਸਾਹਿਬੁ ਲੇਖਾ ਮੰਗਸੀ ਦੁਨੀਆ ਦੇਖਿ ਨ ਭੂਲੁ ॥
ହେ ଜୀବ! ଦୁନିଆକୁ ଦେଖି ଭ୍ରମରେ ପଡ ନାହିଁ, କାରଣ ମାଲିକ କରିଥିବା କର୍ମର ହିସାବ ମାଗିଥାଏ। 

ਦਿਲ ਦਰਵਾਨੀ ਜੋ ਕਰੇ ਦਰਵੇਸੀ ਦਿਲੁ ਰਾਸਿ ॥
ଫକୀର ତାହା କରିଥାଏ, ଯିଏ ନିଜ ହୃଦୟକୁ ବିକାର ଆଡକୁ ଯିବାରୁ ବନ୍ଦ କରିଥାଏ ଏବଂ ହୃଦୟକୁ ଶୁଦ୍ଧ ରଖିଥାଏ।

ਇਸਕ ਮੁਹਬਤਿ ਨਾਨਕਾ ਲੇਖਾ ਕਰਤੇ ਪਾਸਿ ॥੧॥
ହେ ନାନକ! ପରମାତ୍ମାଙ୍କ ସହିତ ପ୍ରେମ କରିବାର ହିସାବ ସେହି କର୍ତ୍ତା ପାଖରେ ହିଁ ଥାଏ||1||

ਮਃ ੧ ॥
ମହଲା 1॥ 

ਅਲਗਉ ਜੋਇ ਮਧੂਕੜਉ ਸਾਰੰਗਪਾਣਿ ਸਬਾਇ ॥
ହେ ନାନକ! ଯେତେବେଳେ ଜୀବ ରୂପୀ  ଭଅଁର ନିର୍ଲିପ୍ତ ହୋଇ ସବୁଙ୍କ ଠାରେ ଈଶ୍ଵରଙ୍କୁ ପାଇଥାଏ,

ਹੀਰੈ ਹੀਰਾ ਬੇਧਿਆ ਨਾਨਕ ਕੰਠਿ ਸੁਭਾਇ ॥੨॥
ତାହାର ହୀରା ରୂପୀ ମନ ପ୍ରଭୁ ରୂପୀ ହୀରା ସହିତ ମିଳନ କରିଥାଏ ଏବଂ ସ୍ଵାଭାବିକ ଭାବରେ ପ୍ରଭୁ ତାହାଙ୍କ ମନରେ ଅବସ୍ଥିତ ହୋଇଯାନ୍ତି||2||

ਪਉੜੀ ॥
ପଉଡୀ॥ 

ਮਨਮੁਖ ਕਾਲੁ ਵਿਆਪਦਾ ਮੋਹਿ ਮਾਇਆ ਲਾਗੇ ॥
ମୋହ-ମାୟାରେ ଲୀନ ଥିବା ମନମୁଖୀ ଜୀବକୁ କାଳ ଗ୍ରାସ କରିଥାଏ।

ਖਿਨ ਮਹਿ ਮਾਰਿ ਪਛਾੜਸੀ ਭਾਇ ਦੂਜੈ ਠਾਗੇ ॥
ଦୈତ୍ୟଭାବ ଦ୍ଵାରା ଠକି ହୋଇଥିବା ଜୀବକୁ କାଳ ଏକ କ୍ଷଣରେ ସମାପ୍ତ କରି ଦେଇଥାଏ।

ਫਿਰਿ ਵੇਲਾ ਹਥਿ ਨ ਆਵਈ ਜਮ ਕਾ ਡੰਡੁ ਲਾਗੇ ॥
ଯେତେବେଳେ ଯମର ଦଣ୍ଡ ପ୍ରାପ୍ତ ହୋଇଥାଏ, ପୁନଃ ସୁନେଲି ଅବସର ମିଳେନାହିଁ।

ਤਿਨ ਜਮ ਡੰਡੁ ਨ ਲਗਈ ਜੋ ਹਰਿ ਲਿਵ ਜਾਗੇ ॥
ଯିଏ ପରମାତ୍ମାଙ୍କ ଠାରେ ଧ୍ୟାନ ଲଗାଇ ଜାଗ୍ରତ ରହିଥାଏ, ତାହାକୁ ଯମର ଦଣ୍ଡ ସ୍ପର୍ଶ କରେନାହିଁ।

ਸਭ ਤੇਰੀ ਤੁਧੁ ਛਡਾਵਣੀ ਸਭ ਤੁਧੈ ਲਾਗੇ ॥੧੨॥
ହେ ଈଶ୍ଵର! ସାରା ଦୁନିଆ ତୋ’ ଦ୍ଵାରା ହିଁ ଜାତ ହୋଇଛି, ତୁ ହିଁ ଏହାକୁ ମୁକ୍ତ କରାଇବାକୁ ପଡିବ ଏବଂ ସମସ୍ତେ ତୋର ସ୍ତୁତିରେ ଲାଗିଛନ୍ତି||12||

ਸਲੋਕੁ ਮਃ ੧ ॥
ଶ୍ଳୋକ ମହଲା 1॥ 

ਸਰਬੇ ਜੋਇ ਅਗਛਮੀ ਦੂਖੁ ਘਨੇਰੋ ਆਥਿ ॥
ସବୁଙ୍କ ଠାରେ ଅବିନାଶୀ ଈଶ୍ଵରଙ୍କୁ ଦେଖ, ଧନ-ଦୌଲତ ସାଥିରେ ମୋହ ଲଗାଇବା ଦ୍ଵାରା ଦୁଃଖ ହିଁ ଦୁଃଖ ମିଳିଥାଏ।

ਕਾਲਰੁ ਲਾਦਸਿ ਸਰੁ ਲਾਘਣਉ ਲਾਭੁ ਨ ਪੂੰਜੀ ਸਾਥਿ ॥੧॥
ହେ ମାନବ! ତୁ ସଂସାର-ସାଗରରୁ ପାର ହେବାକୁ ପଡିବ, କିନ୍ତୁ ନିଜ ସାଥିରେ ଯିବା ପାଇଁ ପାପ ରୂପୀ ଲବଣ ଲଦି ଆଣିଛୁ, ନାମ ରୂପୀ ପୁଞ୍ଜିକୁ ଛାଡି ଏହି ପୁଞ୍ଜି ନେବାରେ କୌଣସି ଲାଭ ନାହିଁ||1||

ਮਃ ੧ ॥
ମହଲା 1॥ 

ਪੂੰਜੀ ਸਾਚਉ ਨਾਮੁ ਤੂ ਅਖੁਟਉ ਦਰਬੁ ਅਪਾਰੁ ॥
ହେ ମାନବ! ସତ୍ୟ-ନାମର ପୁଞ୍ଜି ସଞ୍ଚୟ କର, ଏହା ଅକ୍ଷୟ ଅପାର ଧନ ଅଟେ।

ਨਾਨਕ ਵਖਰੁ ਨਿਰਮਲਉ ਧੰਨੁ ਸਾਹੁ ਵਾਪਾਰੁ ॥੨॥
ନାନକ କହନ୍ତି ଯେ ଏହି ନାମ ରୂପୀ ପଦାର୍ଥ ପବିତ୍ର ଅଟେ ଆଉ ଏହାର ବ୍ୟାପାର କରିବା ବାଲା ସାହୁକାର ମଧ୍ୟ ଧନ୍ୟ ଅଟେ||2||

ਮਃ ੧ ॥
ମହଲା 1॥ 

ਪੂਰਬ ਪ੍ਰੀਤਿ ਪਿਰਾਣਿ ਲੈ ਮੋਟਉ ਠਾਕੁਰੁ ਮਾਣਿ ॥
ହେ ଜୀବ! ଈଶ୍ଵରଙ୍କ ସହିତ ନିଜ ପୂର୍ବ ଜନ୍ମର ପ୍ରୀତି ଜାଣି ନିଅ ଏବଂ ତାହାଙ୍କ ପ୍ରେମର ଆନନ୍ଦ ପ୍ରାପ୍ତ କର,

ਮਾਥੈ ਊਭੈ ਜਮੁ ਮਾਰਸੀ ਨਾਨਕ ਮੇਲਣੁ ਨਾਮਿ ॥੩॥
ଅନ୍ୟଥା ମସ୍ତକ ଉପରେ ଦଣ୍ଡାୟମାନ ଯମ ତୋତେ ପ୍ରତାଡିତ କରିବ, ହେ ନାନକ! ପରମାତ୍ମାଙ୍କ ସହିତ ମିଳନ ତାହାଙ୍କ ନାମ ଦ୍ଵାରା ହିଁ ହୋଇଥାଏ||3||

ਪਉੜੀ ॥
ପଉଡୀ॥ 

ਆਪੇ ਪਿੰਡੁ ਸਵਾਰਿਓਨੁ ਵਿਚਿ ਨਵ ਨਿਧਿ ਨਾਮੁ ॥
ପରମାତ୍ମା ସ୍ଵୟଂ ହିଁ ମାନବ ଶରୀରକୁ ସୁନ୍ଦର ବନାଇ ଅଛନ୍ତି ଏବଂ ସେଥିରେ ନବନିଧି ପ୍ରଦାନ କରିବା ବାଲା ନାମ ସ୍ଥାପନ କରିଛନ୍ତି।

ਇਕਿ ਆਪੇ ਭਰਮਿ ਭੁਲਾਇਅਨੁ ਤਿਨ ਨਿਹਫਲ ਕਾਮੁ ॥
କାହାକୁ ସେ ସ୍ଵୟଂ ହିଁ ଭ୍ରମରେ ରଖିଛନ୍ତି, ତାହାର ପ୍ରତ୍ୟେକ କାର୍ଯ୍ୟ ନିଷ୍ଫଳ ହୋଇଯାଏ। 

ਇਕਨੀ ਗੁਰਮੁਖਿ ਬੁਝਿਆ ਹਰਿ ਆਤਮ ਰਾਮੁ ॥
କିଏ ଗୁରୁଙ୍କ ସାନ୍ନିଧ୍ୟରେ ଆତ୍ମା ଠାରେ ପରମାତ୍ମାଙ୍କ ରହସ୍ୟକୁ ବୁଝି ନେଇଥାଏ। 

ਇਕਨੀ ਸੁਣਿ ਕੈ ਮੰਨਿਆ ਹਰਿ ਊਤਮ ਕਾਮੁ ॥
କେହି ଈଶ୍ଵରଙ୍କ ଯଶ ଶୁଣି ତାହାଙ୍କ ମନନ ନିଷ୍ଠାପୂର୍ବକ କରିଥାଏ, ଯାହା ଏକ ସର୍ବୋତ୍ତମ କାର୍ଯ୍ୟ ଅଟେ।

ਅੰਤਰਿ ਹਰਿ ਰੰਗੁ ਉਪਜਿਆ ਗਾਇਆ ਹਰਿ ਗੁਣ ਨਾਮੁ ॥੧੩॥
ଯାହାର ମନରେ ପ୍ରେମ-ରଙ୍ଗ ଉତ୍ପନ୍ନ ହୋଇଯାଏ, ସେ ପରମାତ୍ମାଙ୍କ ନାମର ହିଁ ଗୁଣଗାନ କରିଥାଏ||13||

ਸਲੋਕੁ ਮਃ ੧ ॥
ଶ୍ଳୋକ ମହଲା 1॥ 

error: Content is protected !!