Odia Page 1098

ਜਿਤੁ ਲਾਈਅਨਿ ਤਿਤੈ ਲਗਦੀਆ ਨਹ ਖਿੰਜੋਤਾੜਾ ॥
ବର୍ତ୍ତମାନ ତାହାକୁ ଯେଉଁଠି ଲଗାଇ ଥାଆନ୍ତି, ସେଇଠି ହିଁ ଲାଗିଥାଏ ଏବଂ ମୋ’ ସାଥିରେ କୌଣସି ଝଗଡା କରେନାହିଁ।                                     

ਜੋ ਇਛੀ ਸੋ ਫਲੁ ਪਾਇਦਾ ਗੁਰਿ ਅੰਦਰਿ ਵਾੜਾ ॥
ଗୁରୁ ମୋର ମନକୁ ଅନ୍ତର୍ମୁଖୀ ବନାଇ ଦେଇଛନ୍ତି ଏବଂ ଯାହା ଇଛା କରିଥାନ୍ତି, ସେହି ଫଳ ପ୍ରାପ୍ତ କରିଥାନ୍ତି!       

ਗੁਰੁ ਨਾਨਕੁ ਤੁਠਾ ਭਾਇਰਹੁ ਹਰਿ ਵਸਦਾ ਨੇੜਾ ॥੧੦॥
ହେ ଭାଇ! ଗୁରୁ ନାନକ ମୋ’ ଉପରେ ପ୍ରସନ୍ନ ହୋଇଛନ୍ତି ଏବଂ ବର୍ତ୍ତମାନ ପରମାତ୍ମା ମୋର ନିକଟରେ ରହିଥାନ୍ତି||10||                                

ਡਖਣੇ ਮਃ ੫ ॥
ଦକ୍ଷିଣ ମହଲା 5॥ 

ਜਾ ਮੂੰ ਆਵਹਿ ਚਿਤਿ ਤੂ ਤਾ ਹਭੇ ਸੁਖ ਲਹਾਉ ॥
ହେ ଈଶ୍ଵର! ଯେତେବେଳେ ତୁ ମୋର ସ୍ମରଣ ଆସୁ, ମୁଁ ସବୁ ସୁଖ ପାଇନିଏ।                           

ਨਾਨਕ ਮਨ ਹੀ ਮੰਝਿ ਰੰਗਾਵਲਾ ਪਿਰੀ ਤਹਿਜਾ ਨਾਉ ॥੧॥
ନାନକ କହନ୍ତି ଯେ ହେ ମୋର ପ୍ରିୟତମ! ମୋ’ ମନରେ ତୋର ନାମ ବଡ ପ୍ରିୟ ଲାଗିଥାଏ||1||                         

ਮਃ ੫ ॥
ମହଲା 5॥ 

ਕਪੜ ਭੋਗ ਵਿਕਾਰ ਏ ਹਭੇ ਹੀ ਛਾਰ ॥
ସୁନ୍ଦର କପଡା, ଭୋଗ-ବିକାର ସବୁ ଧୂଳି ସମାନ ଅଟେ।                                          

ਖਾਕੁ ਲੋੁੜੇਦਾ ਤੰਨਿ ਖੇ ਜੋ ਰਤੇ ਦੀਦਾਰ ॥੨॥
ଯିଏ ପରମାତ୍ମାଙ୍କ ଦର୍ଶନରେ ଲୀନ ରହିଥାଏ, ମୁଁ ତାହାଙ୍କ ଚରଣ-ଧୂଳି ପାଇବାକୁ ଇଚ୍ଛା କରିଥାଏ||2||                                                         

ਮਃ ੫ ॥
ମହଲା 5॥ 

ਕਿਆ ਤਕਹਿ ਬਿਆ ਪਾਸ ਕਰਿ ਹੀਅੜੇ ਹਿਕੁ ਅਧਾਰੁ ॥
ହେ ମାନବ! କାହିଁକି ତୁ ଅନ୍ୟର ସାହାରା ନେଉଛୁ? ନିଜ ହୃଦୟରେ ଏକ ଈଶ୍ଵରଙ୍କୁ ହିଁ ସାହାରା ବନାଅ।         

ਥੀਉ ਸੰਤਨ ਕੀ ਰੇਣੁ ਜਿਤੁ ਲਭੀ ਸੁਖ ਦਾਤਾਰੁ ॥੩॥
ସନ୍ଥଙ୍କ ଚରଣ ଧୂଳି ବନି ଯାଅ, ଯାହାଦ୍ୱାରା ମୋତେ ସୁଖ ଦେବା ବାଲା ପ୍ରଭୁ ମିଳିଯିବେ||3||                             

ਪਉੜੀ ॥
ପଉଡୀ॥ 

ਵਿਣੁ ਕਰਮਾ ਹਰਿ ਜੀਉ ਨ ਪਾਈਐ ਬਿਨੁ ਸਤਿਗੁਰ ਮਨੂਆ ਨ ਲਗੈ ॥
ଭାଗ୍ୟ ବିନା ପରମାତ୍ମାଙ୍କୁ ପାଇ ହୁଏନାହିଁ ଏବଂ ସଦଗୁରୁଙ୍କ ବିନା ମନ ପ୍ରଭୁଙ୍କ ଠାରେ ଲାଗେ ନାହିଁ।                                          

ਧਰਮੁ ਧੀਰਾ ਕਲਿ ਅੰਦਰੇ ਇਹੁ ਪਾਪੀ ਮੂਲਿ ਨ ਤਗੈ ॥
ଏହି କଳିଯୁଗରେ କେବଳ ଧର୍ମ ହିଁ ଦୃଢ ସାହାରା ଅଟେ, କିନ୍ତୁ ଏହି ମନ ଆଦୌ ସ୍ଥିର ହୁଏନାହିଁ।                                                              

ਅਹਿ ਕਰੁ ਕਰੇ ਸੁ ਅਹਿ ਕਰੁ ਪਾਏ ਇਕ ਘੜੀ ਮੁਹਤੁ ਨ ਲਗੈ ॥
ମନୁଷ୍ୟ ଏହି ହାତରେ ପାପ କରିଥାଏ ଏବଂ ହାତ ତାହାର ଫଳ ପାଇଥାଏ, ପାପ-କର୍ମର ଫଳ ମିଳିବା ପାଇଁ ଏକ କ୍ଷଣ ମଧ୍ୟ ଲାଗେ ନାହିଁ।           

ਚਾਰੇ ਜੁਗ ਮੈ ਸੋਧਿਆ ਵਿਣੁ ਸੰਗਤਿ ਅਹੰਕਾਰੁ ਨ ਭਗੈ ॥
ମୁଁ ଚାରିଯୁଗକୁ ଭଲଭାବରେ ବିଶ୍ଳେଷଣ କରି ଦେଖିଛି ଯେ ସୁସଙ୍ଗତି କରିବା ବିନା ଅହଂକାର ଦୂର ହୁଏନାହିଁ।                                       

ਹਉਮੈ ਮੂਲਿ ਨ ਛੁਟਈ ਵਿਣੁ ਸਾਧੂ ਸਤਸੰਗੈ ॥
ସାଧୁଙ୍କ ସଙ୍ଗତ ବିନା ଅହଂ ଭାବନା ଆଦୌ ଦୂର ହୁଏନାହିଁ।    

ਤਿਚਰੁ ਥਾਹ ਨ ਪਾਵਈ ਜਿਚਰੁ ਸਾਹਿਬ ਸਿਉ ਮਨ ਭੰਗੈ ॥
ଯେ ପର୍ଯ୍ୟନ୍ତ ମନ ମାଲିକଙ୍କ ଠାରୁ ଦୂରେଇ ରହିଛି, ସତ୍ୟର ଜ୍ଞାନ ମିଳେନାହିଁ।    

ਜਿਨਿ ਜਨਿ ਗੁਰਮੁਖਿ ਸੇਵਿਆ ਤਿਸੁ ਘਰਿ ਦੀਬਾਣੁ ਅਭਗੈ ॥
ଯିଏ ଗୁରୁମୁଖୀ ବନି ପରମାତ୍ମାଙ୍କ ଉପାସନା କରିଥାଏ, ତାହାର ହୃଦୟ-ଘର ଅତୁଟ ଆଶ୍ରୟ ବନିଯାଏ।                                                                  

ਹਰਿ ਕਿਰਪਾ ਤੇ ਸੁਖੁ ਪਾਇਆ ਗੁਰ ਸਤਿਗੁਰ ਚਰਣੀ ਲਗੈ ॥੧੧॥
ପରମାତ୍ମାଙ୍କ କୃପାରୁ ସେ ପରମ-ସୁଖ ପାଇନିଏ ଏବଂ ସେ ଗୁରୁ-ଚରଣରେ ହିଁ ଲୀନ ରହିଥାଏ||11||       

ਡਖਣੇ ਮਃ ੫ ॥
ଦକ୍ଷିଣ ମହଲା 5॥      

ਲੋੜੀਦੋ ਹਭ ਜਾਇ ਸੋ ਮੀਰਾ ਮੀਰੰਨ ਸਿਰਿ ॥
ଯାହାକୁ ମୁଁ ସବୁସ୍ଥାନରେ ଖୋଜି ଥାଏ, ସେ ବାଦଶାହଙ୍କ ମଧ୍ୟ ବାଦଶାହ ଅଟନ୍ତି।                              

ਹਠ ਮੰਝਾਹੂ ਸੋ ਧਣੀ ਚਉਦੋ ਮੁਖਿ ਅਲਾਇ ॥੧॥
ସେହି ମାଲିକ ମୋର ହୃଦୟରେ ହି ରହିଥାନ୍ତି ଏବଂ ମୁଖରେ ତାହାଙ୍କ ନାମ ହିଁ ଜପ କରିଥାଏ||1|| 

ਮਃ ੫ ॥
ମହଲା 5॥ 

ਮਾਣਿਕੂ ਮੋਹਿ ਮਾਉ ਡਿੰਨਾ ਧਣੀ ਅਪਾਹਿ ॥
ହେ ମୋର ମା’ ମାଲିକ-ପ୍ରଭୁ ସ୍ଵୟଂ ହିଁ ମୋତେ ନାମ ରୂପୀ ମାଣିକ ଦେଇଛନ୍ତି,                                                                 

ਹਿਆਉ ਮਹਿਜਾ ਠੰਢੜਾ ਮੁਖਹੁ ਸਚੁ ਅਲਾਇ ॥੨॥
ଏଣୁ କ୍ଷୁଧା ସହିତ ପରମ-ସତ୍ୟର ସ୍ତୁତିଗାନ କରିବା ଦ୍ଵାରା ମୋର ହୃଦୟ ଶୀତଳ ହୋଇ ଯାଇଛି||2||                    

ਮਃ ੫ ॥
ମହଲା 5॥ 

ਮੂ ਥੀਆਊ ਸੇਜ ਨੈਣਾ ਪਿਰੀ ਵਿਛਾਵਣਾ ॥
ହେ ପ୍ରିୟତମ! ମୋର ହୃଦୟ ତୋ’ ପାଇଁ ଶେଯ ବନି ଯାଇଛି ଆଉ ମୋର ନେତ୍ର ବିଛଣା ବନି ଯାଇଛି।                                              

ਜੇ ਡੇਖੈ ਹਿਕ ਵਾਰ ਤਾ ਸੁਖ ਕੀਮਾ ਹੂ ਬਾਹਰੇ ॥੩॥
ଯଦି ତୁ ଏକ ଥର ମଧ୍ୟ ମୋ’ ଆଡକୁ ଦେଖୁ, ମୋତେ ଅମୂଲ୍ୟ ସୁଖ ମିଳିଯାଏ||3||                                                         

ਪਉੜੀ ॥
ପଉଡୀ॥ 

ਮਨੁ ਲੋਚੈ ਹਰਿ ਮਿਲਣ ਕਉ ਕਿਉ ਦਰਸਨੁ ਪਾਈਆ ॥
ମୋର ମନ ପ୍ରଭୁ-ମିଳନ ପାଇଁ ବ୍ୟାକୁଳ ହୋଇ ରହିଛି, ମୁଁ ତାହାଙ୍କ ଦର୍ଶନ କିପରି ପ୍ରାପ୍ତ କରିବି?      

ਮੈ ਲਖ ਵਿੜਤੇ ਸਾਹਿਬਾ ਜੇ ਬਿੰਦ ਬੋੁਲਾਈਆ ॥
ହେ ମୋର ମାଲିକ! ଯଦି ତୁ ମୋ’ ସହିତ ଏକ କ୍ଷଣ ପାଇଁ କଥା ହେଉ, ମୁଁ ଭାବିବି ଯେ ମୋତେ ଲକ୍ଷ ଲକ୍ଷ ଟଙ୍କା ମିଳି ଯାଇଛି।                              

ਮੈ ਚਾਰੇ ਕੁੰਡਾ ਭਾਲੀਆ ਤੁਧੁ ਜੇਵਡੁ ਨ ਸਾਈਆ ॥
ହେ ସ୍ଵାମୀ! ମୁଁ ଚାରିଦିଗ ସନ୍ଧାନ କରିଛି, କିନ୍ତୁ ତୋ’  ଭଳି କେହି ନାହାନ୍ତି।                           

ਮੈ ਦਸਿਹੁ ਮਾਰਗੁ ਸੰਤਹੋ ਕਿਉ ਪ੍ਰਭੂ ਮਿਲਾਈਆ ॥
ହେ ସନ୍ଥଜନ! ମୋତେ ମାର୍ଗ ବତାଇ ଦିଅ ଯେ ପ୍ରଭୁଙ୍କୁ କିପରି ମିଳନ କରାଯାଇ ପାରିବ?                                                

ਮਨੁ ਅਰਪਿਹੁ ਹਉਮੈ ਤਜਹੁ ਇਤੁ ਪੰਥਿ ਜੁਲਾਈਆ ॥
 (ସନ୍ଥଙ୍କ ଉତ୍ତର ଯେ) ନିଜ ମନ ଅର୍ପଣ କରିଦିଅ, ଅଭିମାନ ତ୍ୟାଗ କର, ଏହି ମାର୍ଗରେ ଚାଲ।         

ਨਿਤ ਸੇਵਿਹੁ ਸਾਹਿਬੁ ਆਪਣਾ ਸਤਸੰਗਿ ਮਿਲਾਈਆ ॥
ନିତ୍ୟ ନିଜ ମାଲିକଙ୍କ ବନ୍ଦନା କର, ସତସଙ୍ଗରେ ପ୍ରଭୁଙ୍କ ସହିତ ମିଳନ କରାଯାଇ ଥାଏ।                                                                         

ਸਭੇ ਆਸਾ ਪੂਰੀਆ ਗੁਰ ਮਹਲਿ ਬੁਲਾਈਆ ॥
ଗୁରୁ-ପରମେଶ୍ଵର ମୋତେ ନିଜ ଚରଣରେ ରଖିଛନ୍ତି, ଏଣୁ ମୋର ସବୁ ଅଭିଳାଷ ପୁରା ହୋଇ ଯାଇଛି।                                                          

ਤੁਧੁ ਜੇਵਡੁ ਹੋਰੁ ਨ ਸੁਝਈ ਮੇਰੇ ਮਿਤ੍ਰ ਗੋੁਸਾਈਆ ॥੧੨॥
ହେ ମୋର ମିତ୍ର ଗୋସାଇଁ! ତୋ’ ଭଳି ମୁଁ ଆଉ କାହାକୁ ଦେଖି ନାହିଁ||12||

ਡਖਣੇ ਮਃ ੫ ॥
ଦକ୍ଷିଣୀ ମହଲା 5॥ 

ਮੂ ਥੀਆਊ ਤਖਤੁ ਪਿਰੀ ਮਹਿੰਜੇ ਪਾਤਿਸਾਹ ॥
ଯଦି ମୋର ହୃଦୟ ସିଂହାସନ ବନିଯାଏ ଆଉ ମୋର ପ୍ରିୟତମ ବାଦଶାହ ବନି ସେଥିରେ ବସିଯାନ୍ତି, ତାହାହେଲେ                                        

ਪਾਵ ਮਿਲਾਵੇ ਕੋਲਿ ਕਵਲ ਜਿਵੈ ਬਿਗਸਾਵਦੋ ॥੧॥
ଯେତେବେଳେ ତାହାଙ୍କ ଚରଣ ମୋର ହୃଦୟ-ପଦ୍ମ ସ୍ପର୍ଶ କରିଥାଏ, ଏହ   ପ୍ରସ୍ଫୁଟିତ ହୋଇଯାଏ।||1||   

ਮਃ ੫ ॥
ମହଲା 5॥ 

ਪਿਰੀਆ ਸੰਦੜੀ ਭੁਖ ਮੂ ਲਾਵਣ ਥੀ ਵਿਥਰਾ ॥
ନିଜ ପ୍ରିୟତମଙ୍କ କ୍ଷୁଧା ଦୂର କରିବା ପାଇଁ ମୁଁ ତାହାଙ୍କ ଭୋଜନ ହୋଇ ଯିବି।                                  

ਜਾਣੁ ਮਿਠਾਈ ਇਖ ਬੇਈ ਪੀੜੇ ਨਾ ਹੁਟੈ ॥੨॥
ଏହା ଭଲ ଭାବରେ ଭାବ ଯେ ମୁଁ ଆଖୁର ମିଠା ଅଟେ, ଯଦି ମୋତେ ବାରମ୍ବାର ଦଳିବ, ତାହାହେଲେ ମଧ୍ୟ ମିଠା ଦେବାରୁ ହଟିବି ନାହିଁ||2||              

ਮਃ ੫ ॥
ମହଲା 5॥ 

ਠਗਾ ਨੀਹੁ ਮਤ੍ਰੋੜਿ ਜਾਣੁ ਗੰਧ੍ਰਬਾ ਨਗਰੀ ॥
କାମୁକ ଠକ ସହିତ ନିଜ ସମ୍ପର୍କ ଭାଙ୍ଗି ଦିଅ ଏବଂ ଏହାକୁ ଗନ୍ଧର୍ବ-ନଗରୀ ଭଳି ଧୋକା ହିଁ ଭାବ।                                                            

ਸੁਖ ਘਟਾਊ ਡੂਇ ਇਸੁ ਪੰਧਾਣੂ ਘਰ ਘਣੇ ॥੩॥
ଦୁଇ ଘଡିର ଏହି ସୁଖ କାରଣରୁ ଜୀବ ରୂପୀ ଯାତ୍ରୀ ଅନେକ ଘର ଅର୍ଥାତ ଯୋନିରେ ପଥଭ୍ରଷ୍ଟ ରହିଥାଏ||3||                        

ਪਉੜੀ ॥
ପଉଡୀ॥ 

ਅਕਲ ਕਲਾ ਨਹ ਪਾਈਐ ਪ੍ਰਭੁ ਅਲਖ ਅਲੇਖੰ ॥
ପ୍ରଭୁଙ୍କୁ କାହା ଦ୍ଵାରା ମଧ୍ୟ ପ୍ରାପ୍ତ କରାଯାଇ ପାରିବ ନାହିଁ, ସେ ଅଦୃଷ୍ଟ ଏବଂ କର୍ମଲେଖା ରହିତ ଅଟନ୍ତି।                                   

error: Content is protected !!