ਬਿਨੁ ਭੈ ਕਿਨੈ ਨ ਪ੍ਰੇਮੁ ਪਾਇਆ ਬਿਨੁ ਭੈ ਪਾਰਿ ਨ ਉਤਰਿਆ ਕੋਈ ॥
ଶ୍ରଦ୍ଧା-ଭୟ ବିନା କେହି ମଧ୍ୟ ପ୍ରେମ ପାଇ ନାହିଁ ଏବଂ ପାର ହୋଇ ନାହାନ୍ତି।
ਭਉ ਭਾਉ ਪ੍ਰੀਤਿ ਨਾਨਕ ਤਿਸਹਿ ਲਾਗੈ ਜਿਸੁ ਤੂ ਆਪਣੀ ਕਿਰਪਾ ਕਰਹਿ ॥
ଗୁରୁ ନାନକ କହନ୍ତି ଯେ ହେ ପ୍ରଭୁ! ଭୟ, ଶ୍ରଦ୍ଧା ଏବଂ ପ୍ରୀତି ତାହାର ଅନ୍ତର୍ମନରେ ଉତ୍ପନ୍ନ ହୋଇଥାଏ, ଯାହା ଉପରେ ତୁ ନିଜ କୃପା କରୁ।
ਤੇਰੀ ਭਗਤਿ ਭੰਡਾਰ ਅਸੰਖ ਜਿਸੁ ਤੂ ਦੇਵਹਿ ਮੇਰੇ ਸੁਆਮੀ ਤਿਸੁ ਮਿਲਹਿ ॥੪॥੩॥
ହେ ମୋର ସ୍ଵାମୀ! ତୋର ଭକ୍ତିର ଭଣ୍ଡାର ଅପାର ଅଟେ, ଯାହାକୁ ତୁ ଦେଉ, ତାହାକୁ ହିଁ ଏହା ମିଳିଥାଏ॥4॥3॥
ਤੁਖਾਰੀ ਮਹਲਾ ੪ ॥
ତୁଖାରୀ ମହଲା 4॥
ਨਾਵਣੁ ਪੁਰਬੁ ਅਭੀਚੁ ਗੁਰ ਸਤਿਗੁਰ ਦਰਸੁ ਭਇਆ ॥
ଗୁରୁଙ୍କ ଦର୍ଶନ ଆମ ପାଇଁ ତୀର୍ଥ ସ୍ନାନର ଫଳ ପାଇବା ଅଟେ,
ਦੁਰਮਤਿ ਮੈਲੁ ਹਰੀ ਅਗਿਆਨੁ ਅੰਧੇਰੁ ਗਇਆ ॥
ଏହାଦ୍ୱାରା ଦୁର୍ମତିର ମଇଳା ନିବୃତ୍ତ ହୋଇଯାଏ ଏବଂ ଅଜ୍ଞାନତାର ଅନ୍ଧକାର ଦୂର ହୋଇଯାଏ।
ਗੁਰ ਦਰਸੁ ਪਾਇਆ ਅਗਿਆਨੁ ਗਵਾਇਆ ਅੰਤਰਿ ਜੋਤਿ ਪ੍ਰਗਾਸੀ ॥
ଗୁରୁ-ଦର୍ଶନ ପାଇ ଅଜ୍ଞାନତା ଦୂର ହୋଇ ଯାଇଛି ଏବଂ ଅନ୍ତର୍ମନରେ ଜ୍ୟୋତିର ପ୍ରକାଶ ହୋଇଯାଇଛି।
ਜਨਮ ਮਰਣ ਦੁਖ ਖਿਨ ਮਹਿ ਬਿਨਸੇ ਹਰਿ ਪਾਇਆ ਪ੍ਰਭੁ ਅਬਿਨਾਸੀ ॥
ଏହାଦ୍ୱାରା ଜନ୍ମ-ମରଣର ଦୁଃଖ ଏକ କ୍ଷଣରେ ନାଶ ହୋଇଯାଇଛି ଏବଂ ଅବିନାଶୀ ପ୍ରଭୁଙ୍କୁ ପାଇଛି।
ਹਰਿ ਆਪਿ ਕਰਤੈ ਪੁਰਬੁ ਕੀਆ ਸਤਿਗੁਰੂ ਕੁਲਖੇਤਿ ਨਾਵਣਿ ਗਇਆ ॥
ଇଶ୍ଵର ସ୍ଵୟଂ ହିଁ ଏହି ପର୍ବର ସୁନେଲି ଅବସର ବନାଇଛନ୍ତି, ସଦଗୁରୁ (ଅମର ଦାସ) କୁରୁକ୍ଷେତ୍ର ତୀର୍ଥ ସ୍ନାନ ପାଇଁ ଯାଇଛନ୍ତି।
ਨਾਵਣੁ ਪੁਰਬੁ ਅਭੀਚੁ ਗੁਰ ਸਤਿਗੁਰ ਦਰਸੁ ਭਇਆ ॥੧॥
ବାସ୍ତବରେ ଗୁରୁଙ୍କ ଦର୍ଶନ ହିଁ ତୀର୍ଥ ସ୍ନାନର ପୂଣ୍ୟ ଫଳ ଅଟେ||1||
ਮਾਰਗਿ ਪੰਥਿ ਚਲੇ ਗੁਰ ਸਤਿਗੁਰ ਸੰਗਿ ਸਿਖਾ ॥
ସଦଗୁରୁ (ଅମର ଦାସ)ଙ୍କ ସହିତ ତାହାଙ୍କ ଶିଷ୍ୟ ମଧ୍ୟ ମାର୍ଗରେ ଚାଲିଥାନ୍ତି,
ਅਨਦਿਨੁ ਭਗਤਿ ਬਣੀ ਖਿਨੁ ਖਿਨੁ ਨਿਮਖ ਵਿਖਾ ॥
ପ୍ରତି କ୍ଷଣରେ ଭକ୍ତି-ଜ୍ଞାନର ଗୋଷ୍ଠୀ ହୋଇଛି।
ਹਰਿ ਹਰਿ ਭਗਤਿ ਬਣੀ ਪ੍ਰਭ ਕੇਰੀ ਸਭੁ ਲੋਕੁ ਵੇਖਣਿ ਆਇਆ ॥
ଶିଷ୍ୟ ସହିତ ପ୍ରଭୁ ଭକ୍ତିର ଚର୍ଚ୍ଚା ଚାଲିଥାଏ ଏବଂ ସମସ୍ତେ ତାହାଙ୍କ ଦର୍ଶନାର୍ଥ ଅଟନ୍ତି।
ਜਿਨ ਦਰਸੁ ਸਤਿਗੁਰ ਗੁਰੂ ਕੀਆ ਤਿਨ ਆਪਿ ਹਰਿ ਮੇਲਾਇਆ ॥
ଯିଏ ଗୁରୁଙ୍କ ଦର୍ଶନ କରିଛି, ତାହାକୁ ପ୍ରଭୁ ସ୍ଵୟଂ ମିଳାଇଛନ୍ତି।
ਤੀਰਥ ਉਦਮੁ ਸਤਿਗੁਰੂ ਕੀਆ ਸਭ ਲੋਕ ਉਧਰਣ ਅਰਥਾ ॥
ଲୋକଙ୍କୁ ଉଦ୍ଧାର କରିବା ପାଇଁ ସଦଗୁରୁ (ଅମର ଦାସ) ତୀର୍ଥ ଯିବା କାର୍ଯ୍ୟ କରିଛନ୍ତି।
ਮਾਰਗਿ ਪੰਥਿ ਚਲੇ ਗੁਰ ਸਤਿਗੁਰ ਸੰਗਿ ਸਿਖਾ ॥੨॥
ଗୁରୁଙ୍କ ସହିତ ତାହାଙ୍କ ଶିଷ୍ୟ ମଧ୍ୟ ରାସ୍ତାରେ ଚାଲିଥାନ୍ତି||2||
ਪ੍ਰਥਮ ਆਏ ਕੁਲਖੇਤਿ ਗੁਰ ਸਤਿਗੁਰ ਪੁਰਬੁ ਹੋਆ ॥
ସଦଗୁରୁ (ଅମର ଦାସ) ପୂର୍ବରୁ କୁରୁକ୍ଷତ୍ର ଆସିଥିଲେ, ଯେଉଁଠି ତାହାଙ୍କ ଦର୍ଶନର ପର୍ବ ହୋଇଛି।
ਖਬਰਿ ਭਈ ਸੰਸਾਰਿ ਆਏ ਤ੍ਰੈ ਲੋਆ ॥
ସଂସାରରେ ତାହାଙ୍କ ଖ୍ୟାତି ହୋଇ ଯାଇଛି ଏବଂ ତିନି ଲୋକର ଜୀବ ଦର୍ଶନାର୍ଥୀ ଆସିଛନ୍ତି।
ਦੇਖਣਿ ਆਏ ਤੀਨਿ ਲੋਕ ਸੁਰਿ ਨਰ ਮੁਨਿ ਜਨ ਸਭਿ ਆਇਆ ॥
ତିନି ଲୋକର ଦେବ ଗଣ, ମନୁଷ୍ୟ ଏବଂ ମୁନିଜନ ଆଦି ସମସ୍ତେ ଗୁରୁ ଦର୍ଶନ ପାଇଁ ଆସିଛନ୍ତି।
ਜਿਨ ਪਰਸਿਆ ਗੁਰੁ ਸਤਿਗੁਰੂ ਪੂਰਾ ਤਿਨ ਕੇ ਕਿਲਵਿਖ ਨਾਸ ਗਵਾਇਆ ॥
ଯିଏ ଗୁରୁଙ୍କ ଦର୍ଶନ ଓ ଚରଣ ସ୍ପର୍ଶ କରିଛନ୍ତି, ତାହାର ସବୁ ପାପ-ଅପରାଧ ନାଶ ହୋଇ ଯାଇଛି।
ਜੋਗੀ ਦਿਗੰਬਰ ਸੰਨਿਆਸੀ ਖਟੁ ਦਰਸਨ ਕਰਿ ਗਏ ਗੋਸਟਿ ਢੋਆ ॥
ଯୋଗୀ ଦିଗମ୍ବର ଏବଂ ଛଅ ପ୍ରକାରର ସନ୍ନ୍ୟାସୀ ତାହାଙ୍କ ସାଥିରେ ଜ୍ଞାନ-ଗୋଷ୍ଠୀ ଏବଂ ଗୁରୁଙ୍କୁ ମାନିଥାନ୍ତି।
ਪ੍ਰਥਮ ਆਏ ਕੁਲਖੇਤਿ ਗੁਰ ਸਤਿਗੁਰ ਪੁਰਬੁ ਹੋਆ ॥੩॥
ସଦଗୁରୁ (ଅମର ଦାସ) କୁରୁକ୍ଷେତ୍ର ଆସିଛନ୍ତି, ଯେଉଁଠି ତାହାଙ୍କ ଦର୍ଶନ ପର୍ବ ହୋଇ ଯାଇଛି||3||
ਦੁਤੀਆ ਜਮੁਨ ਗਏ ਗੁਰਿ ਹਰਿ ਹਰਿ ਜਪਨੁ ਕੀਆ ॥
ତାହାପରେ ଗୁରୁଜୀ ଯମୁନାକୁ ଯାଇଥିଲେ, ଯେଉଁଠି ସେ ହରିନାମ ଜପ କରିଛନ୍ତି।
ਜਾਗਾਤੀ ਮਿਲੇ ਦੇ ਭੇਟ ਗੁਰ ਪਿਛੈ ਲੰਘਾਇ ਦੀਆ ॥
ସେଠାରେ କରାଧିକାରୀ ଉପହାର ଦେଇ ଗୁରୁଜୀଙ୍କ ସହିତ ମିଶିଛନ୍ତି ଏବଂ ଗୁରୁଙ୍କ ଶିଷ୍ୟ କହୁଥିବା ସମସ୍ତ ବ୍ୟକ୍ତି ଟିକସ ବିନା ଆଗକୁ ଯାଇଛନ୍ତି।
ਸਭ ਛੁਟੀ ਸਤਿਗੁਰੂ ਪਿਛੈ ਜਿਨਿ ਹਰਿ ਹਰਿ ਨਾਮੁ ਧਿਆਇਆ ॥
ଯିଏ ସଦଗୁରୁଙ୍କ ନିର୍ଦ୍ଦେଶାନୁସାରେ ଚାଲି ଈଶ୍ଵରଙ୍କ ଭଜନ କରିଛି, ସେମାନେ ସମସ୍ତେ ସଂସାରର ବନ୍ଧନରୁ ମୁକ୍ତ ହୋଇଛନ୍ତି।
ਗੁਰ ਬਚਨਿ ਮਾਰਗਿ ਜੋ ਪੰਥਿ ਚਾਲੇ ਤਿਨ ਜਮੁ ਜਾਗਾਤੀ ਨੇੜਿ ਨ ਆਇਆ ॥
ଗୁରୁଙ୍କ ବଚନ ଦ୍ଵାରା ଯିଏ ସତମାର୍ଗରେ ଚାଲିଥାଏ, ତାହାକୁ ଯମ ରୂପୀ କରାଧିକାରୀ ମଧ୍ୟ ସମସ୍ୟା ସୃଷ୍ଟି କରି ପାରନ୍ତି ନାହିଁ।
ਸਭ ਗੁਰੂ ਗੁਰੂ ਜਗਤੁ ਬੋਲੈ ਗੁਰ ਕੈ ਨਾਇ ਲਇਐ ਸਭਿ ਛੁਟਕਿ ਗਇਆ ॥
ଜଗତର ସମସ୍ତେ ଗୁରୁଙ୍କ ଯଶ ଗାନ କରିଥାନ୍ତି, ଗୁରୁଙ୍କ ନାମ ଜପିବା ଦ୍ଵାରା ସମସ୍ତେ ମୁକ୍ତ ହୋଇ ଯାଇଛନ୍ତି।
ਦੁਤੀਆ ਜਮੁਨ ਗਏ ਗੁਰਿ ਹਰਿ ਹਰਿ ਜਪਨੁ ਕੀਆ ॥੪॥
ତାହାପରେ ଗୁରୁଜୀ ଯମୁନାକୁ ଆସି ହରିନାମ ଭଜନ କରିଛନ୍ତି||4||
ਤ੍ਰਿਤੀਆ ਆਏ ਸੁਰਸਰੀ ਤਹ ਕਉਤਕੁ ਚਲਤੁ ਭਇਆ ॥
ତାହାପରେ ସେ ଗଙ୍ଗା (ହରିଦ୍ଵାର) ଆସି ବିଚିତ୍ର ଲୀଳା ରଚିଛନ୍ତି।
ਸਭ ਮੋਹੀ ਦੇਖਿ ਦਰਸਨੁ ਗੁਰ ਸੰਤ ਕਿਨੈ ਆਢੁ ਨ ਦਾਮੁ ਲਇਆ ॥
ସନ୍ଥ-ଗୁରୁଙ୍କ ଦର୍ଶନ କରି ସମସ୍ତେ ମୋହିତ ହୋଇ ଯାଇଛନ୍ତି ଏବଂ କେହି ମଧ୍ୟ ଏକ କଉଡି ମୂଲ୍ୟ ନେଇ ନାହାନ୍ତି।
ਆਢੁ ਦਾਮੁ ਕਿਛੁ ਪਇਆ ਨ ਬੋਲਕ ਜਾਗਾਤੀਆ ਮੋਹਣ ਮੁੰਦਣਿ ਪਈ ॥
ଧନ-ଦାନ ନେବା ବାଲା ପୁରୋହିତ-ପଣ୍ଡିତ କିଛି ମଧ୍ୟ ନେଇ ନାହାନ୍ତି, ସେ ଚୁପ ରହିଛନ୍ତି।
ਭਾਈ ਹਮ ਕਰਹ ਕਿਆ ਕਿਸੁ ਪਾਸਿ ਮਾਂਗਹ ਸਭ ਭਾਗਿ ਸਤਿਗੁਰ ਪਿਛੈ ਪਈ ॥
ସେମାନେ କହିବାକୁ ଲାଗିଲେ, ହେ ଭାଇ! ଆମେ କଣ କରିବୁ, ସମସ୍ତେ ସଦଗୁରୁଙ୍କ ଶରଣରେ ଅଛନ୍ତି।