ODIA PAGE 119

ਖੋਟੇ ਖਰੇ ਤੁਧੁ ਆਪਿ ਉਪਾਏ ॥
ହେ ଭଗବାନ! ଭଲ ଓ ମନ୍ଦ ଜୀବ ତୁମେ ହିଁ ଜାତ କରିଅଛ।

ਤੁਧੁ ਆਪੇ ਪਰਖੇ ਲੋਕ ਸਬਾਏ ॥
ସମସ୍ତ ଲୋକଙ୍କ ଭଲ ଏବଂ ଦୁଷ୍କର୍ମର ପରୀକ୍ଷା ତୁ ସ୍ଵୟଂ ହିଁ କରୁଅଛୁ।

ਖਰੇ ਪਰਖਿ ਖਜਾਨੈ ਪਾਇਹਿ ਖੋਟੇ ਭਰਮਿ ਭੁਲਾਵਣਿਆ ॥੬॥
ଭଲ ଜୀବକୁ ତୁ ନିଜ ଭକ୍ତି-କୋଷରେ ରଖୁଅଛୁ, ପରନ୍ତୁ, ମନ୍ଦ ଜୀବକୁ ତୁମେ ଭ୍ରମରେ ରଖି କୁମାର୍ଗରେ ଲଗାଉଛୁ॥6॥

ਕਿਉ ਕਰਿ ਵੇਖਾ ਕਿਉ ਸਾਲਾਹੀ ॥
ହେ ଭଗବାନ! ମୁଁ ତୋର ଦର୍ଶନ କିପରି କରିବି? ଆଉ କିପରି ତୋର ମହିମା- ସ୍ତୁତି କରିବି?

ਗੁਰ ਪਰਸਾਦੀ ਸਬਦਿ ਸਲਾਹੀ ॥
ଗୁରୁଙ୍କ କୃପାରୁ ହିଁ ମୁଁ ବାଣୀ ଦ୍ଵାରା ତୋର ହିଁ ମହିମା କରିପାରୁଅଛି!

ਤੇਰੇ ਭਾਣੇ ਵਿਚਿ ਅੰਮ੍ਰਿਤੁ ਵਸੈ ਤੂੰ ਭਾਣੈ ਅੰਮ੍ਰਿਤੁ ਪੀਆਵਣਿਆ ॥੭॥
ହେ ପ୍ରଭୁ! ତୋର ଇଚ୍ଛାରୂ ହିଁ ନାମ-ଅମୃତର ବର୍ଷା ହୋଇଥାଏ ଆଉ ତୁ ନିଜ ଇଚ୍ଛାନୁସାରେ ହିଁ ଜୀବକୁ ନାମ-ଅମୃତର ପାନ କରାଉ ॥7॥

ਅੰਮ੍ਰਿਤ ਸਬਦੁ ਅੰਮ੍ਰਿਤ ਹਰਿ ਬਾਣੀ ॥
ହେ ଭଗବାନ! ତୋର ନାମ ଅମୃତ ଅଟେ ଆଉ ତୋ ବାଣୀ ମଧ୍ୟ ଅମୃତ ଅଟେ।

ਸਤਿਗੁਰਿ ਸੇਵਿਐ ਰਿਦੈ ਸਮਾਣੀ ॥
ସଦଗୁରୁଙ୍କ ସେବା ସେବା କରିବା ଦ୍ଵାରା ହିଁ ତୋର ବାଣୀ ମନୁଷ୍ୟର ହୃଦୟରେ ସ୍ଥାପିତ ହୋଇଥାଏ।

ਨਾਨਕ ਅੰਮ੍ਰਿਤ ਨਾਮੁ ਸਦਾ ਸੁਖਦਾਤਾ ਪੀ ਅੰਮ੍ਰਿਤੁ ਸਭ ਭੁਖ ਲਹਿ ਜਾਵਣਿਆ ॥੮॥੧੫॥੧੬॥
ହେ ନାନକ! ନାମ-ଅମୃତ ସର୍ବଦା ହିଁ ସୁଖ ଦାତା ଅଟେ ଆଉ ନାମ-ଅମୃତର ପାନ କଲେ ମନୁଷ୍ୟର ସବୁ କ୍ଷୁଧା ମେଣ୍ଟିଯାଏ ॥8॥15॥16॥

ਮਾਝ ਮਹਲਾ ੩ ॥
ମାଝା ମହଲା 3 ॥

ਅੰਮ੍ਰਿਤੁ ਵਰਸੈ ਸਹਜਿ ਸੁਭਾਏ ॥
ନାମ-ଅମୃତ ସହଜାତ ସ୍ଵାଭାବ ହିଁ ବର୍ଷା କରୁଥାଏ।

ਗੁਰਮੁਖਿ ਵਿਰਲਾ ਕੋਈ ਜਨੁ ਪਾਏ ॥
ଗୁରୁଙ୍କ ମାଧ୍ୟମରୁ ଏହାକୁ କେହି ବିରଳ ପୁରୁଷ ହିଁ ପ୍ରାପ୍ତ କରିପାରିବ।

ਅੰਮ੍ਰਿਤੁ ਪੀ ਸਦਾ ਤ੍ਰਿਪਤਾਸੇ ਕਰਿ ਕਿਰਪਾ ਤ੍ਰਿਸਨਾ ਬੁਝਾਵਣਿਆ ॥੧॥
ନାମ-ଅମୃତର ପାନ କରୁଥିବା ଜୀବ ସର୍ବଦା ତୃପ୍ତ ରହିଥାଏ। ନିଜର ଦୟା କରି ପ୍ରଭୁ ତାହାର ତୃଷ୍ଣା ମେଣ୍ଟାଇଦିଅନ୍ତି ॥1॥

ਹਉ ਵਾਰੀ ਜੀਉ ਵਾਰੀ ਗੁਰਮੁਖਿ ਅੰਮ੍ਰਿਤੁ ਪੀਆਵਣਿਆ ॥
ମୁଁ ତାହା ପାଖରେ ସମର୍ପିତ, ଯାହାକୁ ଗୁରଜୀ ନାମ-ଅମୃତର ପାନ କରାଇଛନ୍ତି।

ਰਸਨਾ ਰਸੁ ਚਾਖਿ ਸਦਾ ਰਹੈ ਰੰਗਿ ਰਾਤੀ ਸਹਜੇ ਹਰਿ ਗੁਣ ਗਾਵਣਿਆ ॥੧॥ ਰਹਾਉ ॥
ନାମ-ଅମୃତ ଚାଖି ଜିହ୍ଵା ସର୍ବଦା ପ୍ରଭୁଙ୍କ ପ୍ରୀତିରେ ଲୀନ ରହିଥାଏ॥1॥ରୁହ॥

ਗੁਰ ਪਰਸਾਦੀ ਸਹਜੁ ਕੋ ਪਾਏ ॥
ଗୁରୁଙ୍କ କୃପାରୁ କେହି ବିରଳ ପ୍ରାଣୀ ହିଁ ସ୍ଵାଭାବିକ ଅବସ୍ଥା ପ୍ରାପ୍ତ କରିଥାଏ।

ਦੁਬਿਧਾ ਮਾਰੇ ਇਕਸੁ ਸਿਉ ਲਿਵ ਲਾਏ ॥
ଆଉ ନିଜ ଦ୍ଵିଧାକୁ ନାଶ କରି ଈଶ୍ବରଙ୍କ ପାଖରେ ମନ ଲଗାଇଥାଏ।

ਨਦਰਿ ਕਰੇ ਤਾ ਹਰਿ ਗੁਣ ਗਾਵੈ ਨਦਰੀ ਸਚਿ ਸਮਾਵਣਿਆ ॥੨॥
ଯେତେବେଳେ ପରମାତ୍ମା କୃପା–ଦୃଷ୍ଟି କରିଥାନ୍ତି, ସେତେବେଳେ ସେହି ପ୍ରଭୁଙ୍କ ଗୁଣ ଗାନ କରିଥାଏ ଆଉ ତାହାଙ୍କ ଦୟାରୁ ସତ୍ୟରେ ଲୀନ ହୋଇଯାଏ ॥2॥

ਸਭਨਾ ਉਪਰਿ ਨਦਰਿ ਪ੍ਰਭ ਤੇਰੀ ॥
ହେ ମୋର ହରି-ପ୍ରଭୁ! ତୋର କୃପା–ଦୃଷ୍ଟି ସମସ୍ତ ଜୀବ ଉପରେ ଅଛି

ਕਿਸੈ ਥੋੜੀ ਕਿਸੈ ਹੈ ਘਣੇਰੀ ॥
କିନ୍ତୁ, ଏହି (କୃପା–ଦୃଷ୍ଟି) କାହା ଉପରେ କମ ଆଉ କାହା ଉପରେ ଅଧିକ ଅଛି।

ਤੁਝ ਤੇ ਬਾਹਰਿ ਕਿਛੁ ਨ ਹੋਵੈ ਗੁਰਮੁਖਿ ਸੋਝੀ ਪਾਵਣਿਆ ॥੩॥
ଆପଣଙ୍କ ବ୍ୟତୀତ କିଛି ମଧ୍ୟ ହୁଏନାହିଁ । ଏହାର ଜ୍ଞାନ ମନୁଷ୍ୟକୁ ଗୁରୁଙ୍କ ମାଧ୍ୟମରୁ ହିଁ ପ୍ରାପ୍ତ ହୋଇଥାଏ॥3॥

ਗੁਰਮੁਖਿ ਤਤੁ ਹੈ ਬੀਚਾਰਾ ॥
ଗୁରୁମୁଖ ଏହି ତଥ୍ୟ ଉପରେ ଚିନ୍ତନ କରିଥାଏ ଯେ

ਅੰਮ੍ਰਿਤਿ ਭਰੇ ਤੇਰੇ ਭੰਡਾਰਾ ॥
ତୋର ଭଣ୍ଡାର ନାମ-ଅମୃତରେ ପରିପୂର୍ଣ୍ଣ ଅଛି।

ਬਿਨੁ ਸਤਿਗੁਰ ਸੇਵੇ ਕੋਈ ਨ ਪਾਵੈ ਗੁਰ ਕਿਰਪਾ ਤੇ ਪਾਵਣਿਆ ॥੪॥
ସଦାଗରୁଙ୍କ ସେବା କରିବା ବ୍ୟତୀତ କେହି ମଧ୍ୟ ନାମ ଅମୃତ ପ୍ରାପ୍ତ କରି ପାରେନାହିଁ। ଏହା ଗୁରୁଙ୍କ ଦୟାରୁ ହିଁ ମିଳିଥାଏ ॥4॥

ਸਤਿਗੁਰੁ ਸੇਵੈ ਸੋ ਜਨੁ ਸੋਹੈ ॥
ଯେଉଁ ପୁରୁଷ ସଦଗୁରୁଙ୍କ ସେବା କରିଥାଏ, ସେ ଶୋଭନୀୟ ଅଟେ।

ਅੰਮ੍ਰਿਤ ਨਾਮਿ ਅੰਤਰੁ ਮਨੁ ਮੋਹੈ ॥
ପ୍ରଭୁଙ୍କ ନାମ-ଅମୃତ ମନୁଷ୍ୟର ମନ ଏବଂ ହ୍ରୁଦୟକୁ ମୋହିତ କରିଥାଏ।

ਅੰਮ੍ਰਿਤਿ ਮਨੁ ਤਨੁ ਬਾਣੀ ਰਤਾ ਅੰਮ੍ਰਿਤੁ ਸਹਜਿ ਸੁਣਾਵਣਿਆ ॥੫॥
ଯାହାର ମନ ଏବଂ ତନ ଅମୃତ ବାଣୀରେ ମଗ୍ନ ହୋଇଯାଏ, ପ୍ରଭୁ ତାହାକୁ ସ୍ଵାଭାବିକ ଭାବରେ ନିଜ ଅମୃତ ନାମ ଶୁଣାନ୍ତି। ॥5॥

ਮਨਮੁਖੁ ਭੂਲਾ ਦੂਜੈ ਭਾਇ ਖੁਆਏ ॥
ସ୍ଵେଚ୍ଛାଚାରୀ ଜୀବ ପଥଭ୍ରଷ୍ଟ ହୋଇଅଛି। ଆଉ ମୋହ-ମାୟାରେ ଫସି ନଷ୍ଟ ହୋଇଯାଏ।

ਨਾਮੁ ਨ ਲੇਵੈ ਮਰੈ ਬਿਖੁ ਖਾਏ ॥
ସେ ପ୍ରଭୁ ନାମର ଜପ କରେନାହିଁ ଆଉ ମାୟା ରୂପୀ ବିଷ ସେବନ କରି ପ୍ରାଣ ତ୍ୟାଗ କରିଥାଏ।

ਅਨਦਿਨੁ ਸਦਾ ਵਿਸਟਾ ਮਹਿ ਵਾਸਾ ਬਿਨੁ ਸੇਵਾ ਜਨਮੁ ਗਵਾਵਣਿਆ ॥੬॥|
ରାତି ଦିନ ତାହାରି ମନ ସର୍ବଦା ବିଷ୍ଟା ରୂପୀ ବିକାରରେ ରହିଥାଏ। ଗୁରୁଙ୍କ ସେବା ବିନା ସେ ଏନଜେ ଅମୂଲ୍ୟ ଜୀବନ ବ୍ୟର୍ଥରେ ହିଁ ହରାଇଦିଏ ॥6॥

ਅੰਮ੍ਰਿਤੁ ਪੀਵੈ ਜਿਸ ਨੋ ਆਪਿ ਪੀਆਏ ॥
ଯାହାକୁ ପ୍ରଭୁ ସ୍ଵୟଂ ପିଆନ୍ତି ସେ ହିଁ ନାମ-ଅମୃତର ପାନ କରିଥାଏ।

ਗੁਰ ਪਰਸਾਦੀ ਸਹਜਿ ਲਿਵ ਲਾਏ ॥
ଗୁରୁଙ୍କ କୃପାରୁ ସ୍ଵାଭାବିକ ଭାବରେ ହିଁ ସେ ପରମାତ୍ମାଙ୍କ ଠାରେ ମନ ଲଗାଇଥାଏ।

ਪੂਰਨ ਪੂਰਿ ਰਹਿਆ ਸਭ ਆਪੇ ਗੁਰਮਤਿ ਨਦਰੀ ਆਵਣਿਆ ॥੭॥
ପୂର୍ଣ୍ଣ ପରମେଶ୍ଵର ସ୍ଵୟଂ ହିଁ ସର୍ବତ୍ର ପରିପୂର୍ଣ୍ଣ ହୋଇ ରହିଛନ୍ତି। ଗୁରୁଙ୍କ ମତି ଦ୍ଵାରା ସେ ପ୍ରତ୍ୟକ୍ଷ ଭାବରେ ଦେଖା ଦିଅନ୍ତି ॥7॥

ਆਪੇ ਆਪਿ ਨਿਰੰਜਨੁ ਸੋਈ ॥
ସେ ନିରଞ୍ଜନ ପ୍ରଭୁ ସବୁ କିଛି ନିଜେ ହିଁ ଅଟନ୍ତି।

ਜਿਨਿ ਸਿਰਜੀ ਤਿਨਿ ਆਪੇ ਗੋਈ ॥
ଯେଉଁ ପ୍ରଭୁ ସୃଷ୍ଟିର ରଚନା କରିଛନ୍ତି, ସେ ସ୍ଵୟଂ ହିଁ ତାହାର ବିନାଶ କରିଥାନ୍ତି।

ਨਾਨਕ ਨਾਮੁ ਸਮਾਲਿ ਸਦਾ ਤੂੰ ਸਹਜੇ ਸਚਿ ਸਮਾਵਣਿਆ ॥੮॥੧੬॥੧੭॥
ହେ ନାନକ! ତୁମେ ସର୍ବଦା ହିଁ ପ୍ରଭୁ ନାମର ସ୍ମରଣ କର। ଏପରି ତୁମେ ସ୍ଵାଭାବିକ ଭାବରେ ହିଁ ପରମାତ୍ମାଙ୍କ ଠାରେ ବିଲୀନ ହୋଇଯିବ ॥8॥16॥17॥

ਮਾਝ ਮਹਲਾ ੩ ॥
ମାଝ ମହଲା 3 ॥

ਸੇ ਸਚਿ ਲਾਗੇ ਜੋ ਤੁਧੁ ਭਾਏ ॥
ହେ ଇଶ୍ଵର ! ତୁମକୁ ଯିଏ ଭଲ ଲାଗିଥାଏ, ସେ ହିଁ ସତ୍ୟ ନାମରେ ଲାଗିଥାଏ।

ਸਦਾ ਸਚੁ ਸੇਵਹਿ ਸਹਜ ਸੁਭਾਏ ॥
ସେ ସ୍ଵାଭାବିକ ଭାବରେ ସର୍ବଦା ହିଁ ପରମେଶ୍ଵରଙ୍କ ସେବା ଭକ୍ତି କରିଥାଏ।

ਸਚੈ ਸਬਦਿ ਸਚਾ ਸਾਲਾਹੀ ਸਚੈ ਮੇਲਿ ਮਿਲਾਵਣਿਆ ॥੧॥
ସେ ସତ୍ୟ ନାମ ଦ୍ଵାରା ସତ୍ୟ ପ୍ରଭୁଙ୍କ ଗାନ କରିଥାଏ ଆଉ ସତ୍ୟ ନାମ ତାହାକୁ ସତ୍ୟ ସହିତ ମିଳନ କରାଇଦିଏ ॥1॥

ਹਉ ਵਾਰੀ ਜੀਉ ਵਾਰੀ ਸਚੁ ਸਾਲਾਹਣਿਆ ॥
ମୁଁ ତାହା ଉପରେ ତନ-ମନରେ ଉତ୍ସର୍ଗିତ ଅଟେ, ଯିଏ ସତ୍ୟ ପରମେଶ୍ଵରଙ୍କ ଗାନ କରିଥାଏ।

ਸਚੁ ਧਿਆਇਨਿ ਸੇ ਸਚਿ ਰਾਤੇ ਸਚੇ ਸਚਿ ਸਮਾਵਣਿਆ ॥੧॥ ਰਹਾਉ ॥
ଯିଏ ସତ୍ୟ ପରମେଶ୍ଵରଙ୍କ ଧ୍ୟାନ କରିଥାଏ, ସତ୍ୟରେ ହିଁ ରଙ୍ଗୀନ ହୋଇଯାଏ ଆଉ ସତ୍ୟବାଦୀ ବନି ସତ୍ୟରେ ଲୀନ ହୋଇଯାଏ। ॥1॥ରୁହ॥

ਜਹ ਦੇਖਾ ਸਚੁ ਸਭਨੀ ਥਾਈ ॥
ମୁଁ ଯେଉଁଠି ମଧ୍ୟ ଦେଖୁଅଛି, ସତ୍ୟ ପରମାତ୍ମା ମୋତେ ସର୍ବତ୍ର ଦେଖା ଦେଉଛନ୍ତି।

ਗੁਰ ਪਰਸਾਦੀ ਮੰਨਿ ਵਸਾਈ ॥
ସେ ଗୁରୁଙ୍କ କୃପାରୁ ମନୁଷ୍ୟର ମନରେ ଆସି ନିବାସ କରିଥାନ୍ତି।

ਤਨੁ ਸਚਾ ਰਸਨਾ ਸਚਿ ਰਾਤੀ ਸਚੁ ਸੁਣਿ ਆਖਿ ਵਖਾਨਣਿਆ ॥੨॥
ତାପରେ, ସେହି ମନୁଷ୍ୟର ଶରୀର ଶାଶ୍ଵତ ହୋଇଯାଏ ଆଉ ତାହାର ଇଚ୍ଛା ସତ୍ୟରେ ହିଁ ମଗ୍ନ ହୋଇଯାଏ। ସେ ମନୁଷ୍ୟ ସତ୍ୟ ନାମକୁ ଶୁଣି ସ୍ଵୟଂ ମଧ୍ୟ ମୁଖରେ ସତ୍ୟର ହିଁ ବର୍ଣ୍ଣନା କରିଥାଏ ॥2॥

error: Content is protected !!