ODIA PAGE 121

ਨਾਨਕ ਨਾਮਿ ਰਤੇ ਵੀਚਾਰੀ ਸਚੋ ਸਚੁ ਕਮਾਵਣਿਆ ॥੮॥੧੮॥੧੯॥
ହେ ନାନକ! ଯେଉଁ ବ୍ୟକ୍ତି ପରମେଶ୍ଵରଙ୍କ ନାମରେ ମଗ୍ନ ରହିଥାଏ, ସେ ପରମେଶ୍ଵରଙ୍କ ବିଷୟରେ ବିଚାର କରିଥାଏ ଆଉ ସତ୍ୟ-ପରମେଶ୍ଵରଙ୍କ ସତ୍ୟ ନାମର ହିନ ଅର୍ଜନ କରିଥାଏ ॥8॥18.19॥

ਮਾਝ ਮਹਲਾ ੩ ॥
ମାଝ ମହଲା 3 ॥

ਨਿਰਮਲ ਸਬਦੁ ਨਿਰਮਲ ਹੈ ਬਾਣੀ ॥
ଶବ୍ଦ ନିର୍ମଳ ଅଟେ ଆଉ ବାଣୀ ମଧ୍ୟ ନିର୍ମଳ ଅଟେ।

ਨਿਰਮਲ ਜੋਤਿ ਸਭ ਮਾਹਿ ਸਮਾਣੀ ॥
ଭଗବାନଙ୍କ ନିର୍ମଳ ଜ୍ୟୋତି ସମସ୍ତ ଜୀବଙ୍କ ଠାରେ ରହିଛି।

ਨਿਰਮਲ ਬਾਣੀ ਹਰਿ ਸਾਲਾਹੀ ਜਪਿ ਹਰਿ ਨਿਰਮਲੁ ਮੈਲੁ ਗਵਾਵਣਿਆ ॥੧॥
ମୁଁ ନିର୍ମଳ ବାଣୀ ଦ୍ଵାରା ଭଗବାନଙ୍କ ମହିମା-ସ୍ତୁତି କରିଥାଏ ଆଉ ନିର୍ମଳ ପରମାତ୍ମାଙ୍କ ଭଜନ କରି ନିଜ ମନର ଅହଂତ୍ଵ ରୂପୀ ମଇଳାକୁ ଦୂର କରିଥାଏ ॥1॥

ਹਉ ਵਾਰੀ ਜੀਉ ਵਾਰੀ ਸੁਖਦਾਤਾ ਮੰਨਿ ਵਸਾਵਣਿਆ ॥
ମୁଁ ମନ ଏବଂ ତନରେ ତାହାଙ୍କ ଉପରେ ଉତ୍ସର୍ଗିତ ଅଟେ, ଯିଏ ସୁଖଦାତା ପରମାତ୍ମାଙ୍କୁ ନିଜ ହୃଦୟରେ ବସାଇଥାଏ।

ਹਰਿ ਨਿਰਮਲੁ ਗੁਰ ਸਬਦਿ ਸਲਾਹੀ ਸਬਦੋ ਸੁਣਿ ਤਿਸਾ ਮਿਟਾਵਣਿਆ ॥੧॥ ਰਹਾਉ ॥
ମୁଁ ଗୁରୁଙ୍କ ନିର୍ମଳ ବାଣୀ ଦ୍ଵାରା ଭଗବାନଙ୍କ ମହିମା-ସ୍ତୁତି କରିଥାଏଆଉ ନାମ ଶୁଣି ନିଜ ତୃଷ୍ଣାକୁ ମେଣ୍ଟାଇ ଦିଏ ॥1॥ରୁହ॥

ਨਿਰਮਲ ਨਾਮੁ ਵਸਿਆ ਮਨਿ ਆਏ ॥
ଏବେ ନିର୍ମଳ ନାମ ଆସି ମୋର ମନରେ ବାସ କରିଛି,

ਮਨੁ ਤਨੁ ਨਿਰਮਲੁ ਮਾਇਆ ਮੋਹੁ ਗਵਾਏ ॥
ଯାହା ଦ୍ଵାରା ମୋର ମନ ଏବଂ ତନ ନିର୍ମଳ ହୋଇଯାଇଛି ଆଉ ମୋର ଅନ୍ତଃ ମନରୁ ମୋହ ମାୟା ବିନାଶ ହୋଇଯାଇଛି।

ਨਿਰਮਲ ਗੁਣ ਗਾਵੈ ਨਿਤ ਸਾਚੇ ਕੇ ਨਿਰਮਲ ਨਾਦੁ ਵਜਾਵਣਿਆ ॥੨॥
ଯେଉଁ ବ୍ୟକ୍ତି ସତ୍ୟ-ପରମେଶ୍ଵରଙ୍କ ଗୁଣ ଅନୁବାଦ ନିତ୍ୟ କରିଥାଏ, ତାହାର ମନରେ ନିର୍ମଳ ନାଦ ଅର୍ଥାତ, ଅନାହତ ଶବ୍ଦ ଗୁଞ୍ଜନ କରୁଥାଏ ॥2॥

ਨਿਰਮਲ ਅੰਮ੍ਰਿਤੁ ਗੁਰ ਤੇ ਪਾਇਆ ॥
ଯେଉଁ ବ୍ୟକ୍ତି ଗୁରୁଙ୍କ ଠାରୁ ନାମ ରୂପୀ ନିର୍ମଳ ଅମୃତ ପ୍ରାପ୍ତ କରିଥାଏ,

ਵਿਚਹੁ ਆਪੁ ਮੁਆ ਤਿਥੈ ਮੋਹੁ ਨ ਮਾਇਆ ॥
ତାହାର ମନରୁ ଅହଂକାର ନଷ୍ଟ ହୋଇଯାଏ ଆଉ ତାହାର ଅନ୍ତଃ ମନରେ ମାୟାର ମୋହ ରହେ ନାହିଁ।

ਨਿਰਮਲ ਗਿਆਨੁ ਧਿਆਨੁ ਅਤਿ ਨਿਰਮਲੁ ਨਿਰਮਲ ਬਾਣੀ ਮੰਨਿ ਵਸਾਵਣਿਆ ॥੩॥
ତାହାର ମନରେ ନିର୍ମଳ ଜ୍ଞାନ ଉତ୍ପର୍ଣ୍ଣ ହୋଇଯାଏ ଆଉ ନିର୍ମଳପ୍ରଭୁଙ୍କ ଠାରେ ତାହାର ପୂର୍ଣ୍ଣ ଧ୍ୟାନ ଲାଗିଯାଏ। ସେ ନିର୍ମଳ ବାଣୀକୁ ନିଜ ହୃଦୟରେ ବସାଇ ଥାଏ ॥3॥

ਜੋ ਨਿਰਮਲੁ ਸੇਵੇ ਸੁ ਨਿਰਮਲੁ ਹੋਵੈ ॥
ଯେଉଁ ବ୍ୟକ୍ତି ନିର୍ମଳ ପରମାତ୍ମାଙ୍କ ସେବା କରିଥାଏ, ସେ ମଧ୍ୟ ନିର୍ମଳ ହୋଇଯାଏ।

ਹਉਮੈ ਮੈਲੁ ਗੁਰ ਸਬਦੇ ਧੋਵੈ ॥
ସେହି ଗୁରୁଙ୍କ ଶବ୍ଦ ଦ୍ଵାରା ନିଜ ଅନ୍ତଃ ମନରୁ ଅହଙ୍କାରର ମଇଳା ସ୍ବଚ୍ଛ କରିଦିଏ।

ਨਿਰਮਲ ਵਾਜੈ ਅਨਹਦ ਧੁਨਿ ਬਾਣੀ ਦਰਿ ਸਚੈ ਸੋਭਾ ਪਾਵਣਿਆ ॥੪॥
ତାହାର ମନରେ ଅନାହତ ବାଣୀର ନିର୍ମଳ ଧ୍ୱନି ଗୁଞ୍ଜନ କରିଥାଏ ଆଉ ସେ ସତ୍ୟ ପରମେଶ୍ଵରଙ୍କ ଦରବାରରେ ବଡ ଶୋଭା ପ୍ରାପ୍ତ ହୋଇଥାଏ। ॥4॥

ਨਿਰਮਲ ਤੇ ਸਭ ਨਿਰਮਲ ਹੋਵੈ ॥
ନିର୍ମଳ ପ୍ରଭୁଙ୍କ ସହିତ ସମସ୍ତେ ନିର୍ମଳହୋଇଯାନ୍ତି।

ਨਿਰਮਲੁ ਮਨੂਆ ਹਰਿ ਸਬਦਿ ਪਰੋਵੈ ॥
ନିର୍ମଳ ଭଗବାନଙ୍କ ନାମ ମନୁଷ୍ୟର ମନକୁ ସ୍ଵୟଂ ଆଦରି ନିଏ।

ਨਿਰਮਲ ਨਾਮਿ ਲਗੇ ਬਡਭਾਗੀ ਨਿਰਮਲੁ ਨਾਮਿ ਸੁਹਾਵਣਿਆ ॥੫॥
ସୌଭାଗ୍ୟଶାଳୀ ବ୍ୟକ୍ତି ହିଁ ନିର୍ମଳନାମରେ ଲାଗିଥାଏ ଆଉ ନିର୍ମଳ ନାମ ଦ୍ଵାରା ଶୋଭାର ପାତ୍ର ବନିଯାଏ ॥5॥

ਸੋ ਨਿਰਮਲੁ ਜੋ ਸਬਦੇ ਸੋਹੈ ॥
ସେହି ବ୍ୟକ୍ତି ନିର୍ମଳ ଅଟେ, ଯିଏ ଶବ୍ଦ ଦ୍ଵାରା ସୁନ୍ଦର ହୋଇଯାଏ।

ਨਿਰਮਲ ਨਾਮਿ ਮਨੁ ਤਨੁ ਮੋਹੈ ॥
ନିର୍ମଳ ନାମ ତାହାର ତନ ଏବଂ ମନକୁ ମୁଗ୍ଧ କରିଦିଏ।

ਸਚਿ ਨਾਮਿ ਮਲੁ ਕਦੇ ਨ ਲਾਗੈ ਮੁਖੁ ਊਜਲੁ ਸਚੁ ਕਰਾਵਣਿਆ ॥੬॥
ସତ୍ୟ ନାମରେ ଧ୍ୟାନ ଲଗାଇବା ଦ୍ଵାରା ମନରେ କେବେ ମଧ୍ୟ ଅହଙ୍କାରର ମଇଳା ଲାଗେ ନାହିଁ। ସତ୍ୟନାମ ତାହାର ମୁଖକୁ ପ୍ରଭୁଙ୍କ ଦରବାରରେ ଉଜ୍ଜଳ କରିଦେଇଥାଏ ॥6॥

ਮਨੁ ਮੈਲਾ ਹੈ ਦੂਜੈ ਭਾਇ ॥
ମନ ମାୟାର ମୋହରେ ଫସି ମଇଳା ହୋଇଯାଇଥାଏ।

ਮੈਲਾ ਚਉਕਾ ਮੈਲੈ ਥਾਇ ॥
ଯଦି ମନ ମଇଳା ହୁଏ ତାହାହେଲେ ତାହାର ରୋଷେଇଘର ଏବଂ ସେହି ସ୍ଥାନ ମଧ୍ୟ ଅପବିତ୍ର ହୋଇଯାଏ।

ਮੈਲਾ ਖਾਇ ਫਿਰਿ ਮੈਲੁ ਵਧਾਏ ਮਨਮੁਖ ਮੈਲੁ ਦੁਖੁ ਪਾਵਣਿਆ ॥੭॥
ସେ ଅପବିତ୍ର ଭୋଜନ ସେବନ କରି ନିଜ ପାପର ମଇଳା ଅଧିକ ବଢାଇଥାଏ। ଏପରି ପାପର କାରଣରୁ ମନମୁଖ ବଡ ଦୁଃଖୀ ହୋଇଥାଏ ॥7॥

ਮੈਲੇ ਨਿਰਮਲ ਸਭਿ ਹੁਕਮਿ ਸਬਾਏ ॥
ସବୁ ଜୀବ ଭଗବାନଙ୍କ ହୁକମରୁ ହିଁ ମଇଳା କିମ୍ବା ନିର୍ମଳ ବନିଥାନ୍ତି।

ਸੇ ਨਿਰਮਲ ਜੋ ਹਰਿ ਸਾਚੇ ਭਾਏ ॥
କିନ୍ତୁ, ସେହି ମନୁଷ୍ୟ ନିର୍ମଳ ଅଟେ ଯିଏ ସତ୍ୟ-ପରମେଶ୍ଵରଙ୍କୁ ପ୍ରିୟ ଲାଗିଥାଏ।

ਨਾਨਕ ਨਾਮੁ ਵਸੈ ਮਨ ਅੰਤਰਿ ਗੁਰਮੁਖਿ ਮੈਲੁ ਚੁਕਾਵਣਿਆ ॥੮॥੧੯॥੨੦॥
ହେ ନାନକ! ଯିଏ ଗୁରୁଙ୍କ ମାଧ୍ୟମରୁ ନିଜ ଅହଂକାରର ମଇଳାକୁ ଦୂର କରିଦିଏ, ନାମ ତାହାର ମନରେ ନିବାସ କରିଥାଏ ॥8॥20॥21॥

ਮਾਝ ਮਹਲਾ ੩ ॥
ମାଝ ମହଲା 3 ॥

ਗੋਵਿੰਦੁ ਊਜਲੁ ਊਜਲ ਹੰਸਾ ॥
ଗୋବିନ୍ଦ ଉଜ୍ଜଳ (ସରୋବର) ଅଟନ୍ତି ଆଉ ଗୋବିନ୍ଦଙ୍କ ଅଂଶ ଜୀବାତ୍ମା ମଧ୍ୟ ଉଜ୍ଜଳ ଅଟେ।

ਮਨੁ ਬਾਣੀ ਨਿਰਮਲ ਮੇਰੀ ਮਨਸਾ ॥
ନାମ ସ୍ମରଣ ଦ୍ଵାରା ମୋର ମନ, ବାଣୀ ଏବଂ ବୁଦ୍ଧି ନିର୍ମଳ ହୋଇଯାଇଛି।

ਮਨਿ ਊਜਲ ਸਦਾ ਮੁਖ ਸੋਹਹਿ ਅਤਿ ਊਜਲ ਨਾਮੁ ਧਿਆਵਣਿਆ ॥੧॥
ମନ ଉଜ୍ଜଳ ହେବା ଦ୍ଵାରା ମୋର ମୁଖ ସର୍ବଦା ହିଁ ସୁନ୍ଦର ଲାଗୁଅଛି। ମୁଁ ଅତ୍ୟନ୍ତ ଉଜ୍ଜଳ ନାମର ସ୍ମରଣ କରୁଅଛି ॥1॥

ਹਉ ਵਾਰੀ ਜੀਉ ਵਾਰੀ ਗੋਬਿੰਦ ਗੁਣ ਗਾਵਣਿਆ ॥
ମୁଁ ତାଙ୍କ ପାଖରେ ତନ ଏବଂ ମନରେ ଉତ୍ସର୍ଗିତ ଅଟେ ଯିଏ ଗୋବିନ୍ଦଙ୍କ ଯଶୋଗାନ କରିଥାଏ।

ਗੋਬਿਦੁ ਗੋਬਿਦੁ ਕਹੈ ਦਿਨ ਰਾਤੀ ਗੋਬਿਦ ਗੁਣ ਸਬਦਿ ਸੁਣਾਵਣਿਆ ॥੧॥ ਰਹਾਉ ॥
ସେ ଦିନ ରାତି ଗୋବିନ୍ଦ-ଗୋବିନ୍ଦ ବୋଲୁଥାଏ ଆଉ ବାଣୀ ଦ୍ଵାରା ଅନ୍ୟକୁ ମଧ୍ୟ ଗୋବିନ୍ଦଙ୍କ ମହିମା ଶୁଣାଇ ଥାଏ। ॥1॥ରୁହ॥

ਗੋਬਿਦੁ ਗਾਵਹਿ ਸਹਜਿ ਸੁਭਾਏ ॥
ଯେଉଁ ବ୍ୟକ୍ତି ସହଜାତ ସ୍ବଭାବରୁ ହିଁ ଗୋବିନ୍ଦଙ୍କ ଗୁଣାନୁବାଦ କରିଥାଏ,

ਗੁਰ ਕੈ ਭੈ ਊਜਲ ਹਉਮੈ ਮਲੁ ਜਾਏ ॥
ଗୁରୁଙ୍କ ଭୟରୁ ତାହାର ଅହଂକାର ରୂପୀ ମଇଳା ଦୂର ହୋଇଯାଇଛି ଆଉ ସେ ଉଜ୍ଜଳ ହୋଇଯାଇଛି।

ਸਦਾ ਅਨੰਦਿ ਰਹਹਿ ਭਗਤਿ ਕਰਹਿ ਦਿਨੁ ਰਾਤੀ ਸੁਣਿ ਗੋਬਿਦ ਗੁਣ ਗਾਵਣਿਆ ॥੨॥
ଯେଉଁ ବ୍ୟକ୍ତି ଦିନ ରାତି ଭଗବାନଙ୍କ ଭକ୍ତି କରିଥାଏ, ସେ ସର୍ବଦା ଆନନ୍ଦ ପୂର୍ବକ ରହିଥାଏ। ସେ ଅନ୍ୟ ଠାରୁ ଭଗବାନଙ୍କ ମହିମା ଶୁଣି ଥାଏ। ॥2॥

ਮਨੂਆ ਨਾਚੈ ਭਗਤਿ ਦ੍ਰਿੜਾਏ ॥
ଭକ୍ତି କରିଲେ ମନୁଷ୍ୟର ମନ ପ୍ରସନ୍ନ ହୋଇ ନୃତ୍ୟ କରିବାରେ ଲାଗିଯାଏ।

ਗੁਰ ਕੈ ਸਬਦਿ ਮਨੈ ਮਨੁ ਮਿਲਾਏ ॥
ସେ ଗୁରୁଙ୍କ ବାଣୀ ଦ୍ଵାରା ନିଜ ଅଶୁଦ୍ଧ ମନକୁ ଶୁଦ୍ଧ ମନରେ ହିଁ ମିଶାଇ ରଖିଥାଏ।

ਸਚਾ ਤਾਲੁ ਪੂਰੇ ਮਾਇਆ ਮੋਹੁ ਚੁਕਾਏ ਸਬਦੇ ਨਿਰਤਿ ਕਰਾਵਣਿਆ ॥੩॥
ମାୟାର ମୋହକୁ ଦୂର କରିବା ହିଁ ଗୁରମୁଖ ସହିତ ତାଳ ଦେବା ଅଟେ। ତାହାର ନାମ-ସ୍ମରଣ ହିଁ ନୃତ୍ୟ କରିବା ଅଟେ। ॥3॥

ਊਚਾ ਕੂਕੇ ਤਨਹਿ ਪਛਾੜੇ ॥
ଯିଏ ଜୋରରେ ଜୋରରେ ଚିତ୍କାର କରେ ଆଉ ନିଜ ମନକୁ ନିମ୍ନ କରାଏ,

ਮਾਇਆ ਮੋਹਿ ਜੋਹਿਆ ਜਮਕਾਲੇ ॥
ମାୟା ତାହାକୁ ମୁଗ୍ଧ କରି ରଖିଛି, ଯମ ତାହା ଆଡକୁ ଦେଖୁଅଛି।

error: Content is protected !!