ਜਿਸ ਤੇ ਹੋਆ ਤਿਸਹਿ ਸਮਾਣਾ ਚੂਕਿ ਗਇਆ ਪਾਸਾਰਾ ॥੪॥੧॥
ଯେଉଁ ପରମେଶ୍ଵରଙ୍କ ଠାରୁ ଉତ୍ପନ୍ନ ହୋଇଥାଏ, ସେଥିରେ ହିଁ ବିଲୀନ ହୋଇଯାଏ ଏବଂ ସାରା ପ୍ରସାର ସମାପ୍ତ ହୋଇଯାଏ||4||1||
ਮਲਾਰ ਮਹਲਾ ੩ ॥
ମଲାର ମହଲା 3॥
ਜਿਨੀ ਹੁਕਮੁ ਪਛਾਣਿਆ ਸੇ ਮੇਲੇ ਹਉਮੈ ਸਬਦਿ ਜਲਾਇ ॥
ଯିଏ ମାଲିକଙ୍କ ହୁକୁମକୁ ଜାଣି ନେଇଥାଏ, ସେ ଶବ୍ଦ ଦ୍ଵାରା ଅହଂ ଜଳାଇ ସତ୍ୟରେ ମିଶି ଯାଇଥାଏ।
ਸਚੀ ਭਗਤਿ ਕਰਹਿ ਦਿਨੁ ਰਾਤੀ ਸਚਿ ਰਹੇ ਲਿਵ ਲਾਇ ॥
ସେ ଦିନ-ରାତି ସଚ୍ଚା ଭକ୍ତି କରିଥାଏ ଏବଂ ପରମ-ସତ୍ୟ ପ୍ରଭୁଙ୍କ ଧ୍ୟାନରେ ଲୀନ ରହିଥାଏ।
ਸਦਾ ਸਚੁ ਹਰਿ ਵੇਖਦੇ ਗੁਰ ਕੈ ਸਬਦਿ ਸੁਭਾਇ ॥੧॥
ଗୁରୁଙ୍କ ଉପଦେଶ ଦ୍ଵାରା ତାହାକୁ ସ୍ଵାଭାବିକ ଭାବରେ ସବୁଆଡେ ସର୍ବଦା ସତ୍ୟ ପ୍ରଭୁ ହିଁ ଦୃଷ୍ଟିଗତ ହୋଇଥାନ୍ତି||1||
ਮਨ ਰੇ ਹੁਕਮੁ ਮੰਨਿ ਸੁਖੁ ਹੋਇ ॥
ହେ ମନ! ପରମାତ୍ମାଙ୍କ ହୁକୁମ ମାନିବା ଦ୍ଵାରା ହିଁ ସୁଖ ପ୍ରାପ୍ତ ହୋଇଥାଏ।
ਪ੍ਰਭ ਭਾਣਾ ਅਪਣਾ ਭਾਵਦਾ ਜਿਸੁ ਬਖਸੇ ਤਿਸੁ ਬਿਘਨੁ ਨ ਕੋਇ ॥੧॥ ਰਹਾਉ ॥
ନିଯ ଇଚ୍ଛାକୁ ମାନିବା ବାଲାକୁ ହିଁ ପ୍ରଭୁ ପସନ୍ଦ କରିଥାନ୍ତି, ଯାହାକୁ କୃପା କରି ସାମର୍ଥ୍ୟ ପ୍ରଦାନ କରିଥାନ୍ତି, ତାହାକୁ କୌଣସି ବାଧା ଆସେ ନାହିଁ॥1॥ରୁହ॥
ਤ੍ਰੈ ਗੁਣ ਸਭਾ ਧਾਤੁ ਹੈ ਨਾ ਹਰਿ ਭਗਤਿ ਨ ਭਾਇ ॥
ତିନି ଗୁଣରେ ଲିପ୍ତ ରହିଲେ ନା ଈଶ୍ଵରଙ୍କ ଭକ୍ତି ହୋଇଥାଏ, ନା ପ୍ରେମ ହୋଇଥାଏ।
ਗਤਿ ਮੁਕਤਿ ਕਦੇ ਨ ਹੋਵਈ ਹਉਮੈ ਕਰਮ ਕਮਾਹਿ ॥
ଜୀବ ଅହଂ ଭାବରେ କର୍ମ କରିଥାଏ ଏବଂ କେବେ ମୁକ୍ତି ପ୍ରାପ୍ତ ହୁଏନାହିଁ।
ਸਾਹਿਬ ਭਾਵੈ ਸੋ ਥੀਐ ਪਇਐ ਕਿਰਤਿ ਫਿਰਾਹਿ ॥੨॥
ଯାହା ମାଲିକଙ୍କୁ ମଞ୍ଜୁର ହୋଇଥାଏ, ତାହା ହୋଇଥାଏ ଏବଂ ପଥଭ୍ରଷ୍ଟ ଜୀବ କର୍ମର ବନ୍ଧନରେ ପଡି ରହିଥାଏ||2||
ਸਤਿਗੁਰ ਭੇਟਿਐ ਮਨੁ ਮਰਿ ਰਹੈ ਹਰਿ ਨਾਮੁ ਵਸੈ ਮਨਿ ਆਇ ॥
ଯେତେବେଳେ ସଦଗୁରୁଙ୍କ ସହିତ ସମ୍ପର୍କ ହୋଇଥାଏ, ମନର ବାସ୍ନା ଦୂର ହୋଇଯାଏ ଏବଂ ପ୍ରଭୁଙ୍କ ନାମ ମନରେ ସ୍ଥାପିତ ହୋଇଥାଏ।
ਤਿਸ ਕੀ ਕੀਮਤਿ ਨਾ ਪਵੈ ਕਹਣਾ ਕਿਛੂ ਨ ਜਾਇ ॥
ତାହାଙ୍କ ମହତ୍ତ୍ଵକୁ ବର୍ଣ୍ଣନା କରାଯାଇ ପାରିବ ନାହିଁ ଏବଂ ନା କୀର୍ତ୍ତି ପ୍ରକାଶ କରାଯାଇ ପାରିବ।
ਚਉਥੈ ਪਦਿ ਵਾਸਾ ਹੋਇਆ ਸਚੈ ਰਹੈ ਸਮਾਇ ॥੩॥
ସେ ଚତୁର୍ଥ ଅବସ୍ଥାରେ ସ୍ଥିତ ହୋଇ ପରମ ସତ୍ୟରେ ଲୀନ ରହିଥାଏ||3||
ਮੇਰਾ ਹਰਿ ਪ੍ਰਭੁ ਅਗਮੁ ਅਗੋਚਰੁ ਹੈ ਕੀਮਤਿ ਕਹਣੁ ਨ ਜਾਇ ॥
ମୋର ପ୍ରଭୁ ମନ-ବାଣୀରୁ ଉର୍ଦ୍ଧ୍ଵରେ ଅଛନ୍ତି, ତାହାଙ୍କ ମହିମାର ବର୍ଣ୍ଣନା କରାଯାଇ ପାରିବ ନାହିଁ।
ਗੁਰ ਪਰਸਾਦੀ ਬੁਝੀਐ ਸਬਦੇ ਕਾਰ ਕਮਾਇ ॥
ଯଦି ଗୁରୁଙ୍କ କୃପାରୁ ଶବ୍ଦ ଦ୍ଵାରା ଅଭ୍ୟାସ କରାଯାଏ, ତାହାହେଲେ ତାହାଙ୍କ ଭେଦ ବୁଝା ଯାଇପାରିବ
ਨਾਨਕ ਨਾਮੁ ਸਲਾਹਿ ਤੂ ਹਰਿ ਹਰਿ ਦਰਿ ਸੋਭਾ ਪਾਇ ॥੪॥੨॥
ଗୁରୁ ନାନକ କହନ୍ତି ଯେ ହରିନାମର ସ୍ତୁତି ଗାନ କର, ଏହା ଦ୍ଵାରା ସଚ୍ଚା ଦ୍ଵାରରେ ଶୋଭା ପ୍ରାପ୍ତ ହୋଇଥାଏ||4||2||
ਮਲਾਰ ਮਹਲਾ ੩ ॥
ମଲାର ମହଲା 3॥
ਗੁਰਮੁਖਿ ਕੋਈ ਵਿਰਲਾ ਬੂਝੈ ਜਿਸ ਨੋ ਨਦਰਿ ਕਰੇਇ ॥
ଯାହା ଉପରେ ପରମେଶ୍ଵର କୃପା କରିଥାନ୍ତି, କେହି ବିରଳ ଗୁରୁମୁଖୀ ହିଁ ତଥ୍ୟକୁ ବୁଝିଥାଏ।
ਗੁਰ ਬਿਨੁ ਦਾਤਾ ਕੋਈ ਨਾਹੀ ਬਖਸੇ ਨਦਰਿ ਕਰੇਇ ॥
ଗୁରୁଙ୍କ ବିନା ଆଉ କେହି ଦାତା ନାହାନ୍ତି ଏବଂ କୃପା କରି କେବଳ ସେ ହିଁ ନାମ ପ୍ରଦାନ କରିଥାନ୍ତି।
ਗੁਰ ਮਿਲਿਐ ਸਾਂਤਿ ਊਪਜੈ ਅਨਦਿਨੁ ਨਾਮੁ ਲਏਇ ॥੧॥
ଗୁରୁଙ୍କ ସହିତ ମିଶି ଶାନ୍ତି ଉତ୍ପନ୍ନ ହୋଇଥାଏ ଏବଂ ଜୀବ ପ୍ରତିଦିନ ହରିନାମ ଜପିଥାଏ||1||
ਮੇਰੇ ਮਨ ਹਰਿ ਅੰਮ੍ਰਿਤ ਨਾਮੁ ਧਿਆਇ ॥
ହେ ମୋର ମନ! ହରିନାମାମୃତର ଚିନ୍ତନ କର।
ਸਤਿਗੁਰੁ ਪੁਰਖੁ ਮਿਲੈ ਨਾਉ ਪਾਈਐ ਹਰਿ ਨਾਮੇ ਸਦਾ ਸਮਾਇ ॥੧॥ ਰਹਾਉ ॥
ସଚ୍ଚା ଗୁରୁଙ୍କ ସହିତ ମିଶିବା ପରେ ହିଁ ହରିନାମ ପ୍ରାପ୍ତ ହୋଇଥାଏ ଏବଂ ଜୀବ ହରିନାମରେ ହିଁ ବିଲୀନ ରହିଥାଏ॥1॥ରୁହ॥
ਮਨਮੁਖ ਸਦਾ ਵਿਛੁੜੇ ਫਿਰਹਿ ਕੋਇ ਨ ਕਿਸ ਹੀ ਨਾਲਿ ॥
ମନମୁଖୀ ପରମାତ୍ମାଙ୍କ ଠାରୁ ବିଚ୍ଛେଦ ହୋଇ ଜନ୍ମ-ମରଣରେ ପଥଭ୍ରଷ୍ଟ ରହିଥାଏ, ନା ତାହା ପାଖରେ କିଛି ଗୁଣ ଥାଏ ଆଉ ନା କେହି ତାହାକୁ ସଙ୍ଗ ଦେଇଥାଏ।
ਹਉਮੈ ਵਡਾ ਰੋਗੁ ਹੈ ਸਿਰਿ ਮਾਰੇ ਜਮਕਾਲਿ ॥
ଅହଂ ବହୁତ ବଡ ରୋଗ ଏବଂ ଯମରାଜ କଠିନ ମାଡ ମାରିଥାଏ।
ਗੁਰਮਤਿ ਸਤਸੰਗਤਿ ਨ ਵਿਛੁੜਹਿ ਅਨਦਿਨੁ ਨਾਮੁ ਸਮ੍ਹ੍ਹਾਲਿ ॥੨॥
ଯିଏ ଗୁରୁଙ୍କ ଶିକ୍ଷା ଅନୁସାରେ ଚାଲିଥାଏ, ଉତ୍ତମ ସଙ୍ଗତିରେ ରହିଥାଏ, ନିତ୍ୟ ହରିନାମ ଜପିଥାଏ, ସେ ଈଶ୍ଵରଙ୍କ ଠାରୁ ବିଚ୍ଛେଦ ହୁଏନାହିଁ||2||
ਸਭਨਾ ਕਰਤਾ ਏਕੁ ਤੂ ਨਿਤ ਕਰਿ ਦੇਖਹਿ ਵੀਚਾਰੁ ॥
ହେ ଈଶ୍ଵର! କେବଳ ତୁ ହିଁ ସବୁଙ୍କ ରଚୟିତା ଅଟୁ ଏବଂ ନିତ୍ୟ ବିଚାର କରି ପୋଷଣ କରିଥାଉ।
ਇਕਿ ਗੁਰਮੁਖਿ ਆਪਿ ਮਿਲਾਇਆ ਬਖਸੇ ਭਗਤਿ ਭੰਡਾਰ ॥
କୌଣସି ଗୁରୁମୁଖୀକୁ ଭକ୍ତିର ଭଣ୍ଡାର ପ୍ରଦାନ କରି ସ୍ଵୟଂ ହିଁ ମିଳାଇ ନେଇଥାଉ।
ਤੂ ਆਪੇ ਸਭੁ ਕਿਛੁ ਜਾਣਦਾ ਕਿਸੁ ਆਗੈ ਕਰੀ ਪੂਕਾਰ ॥੩॥
ତୁ ସ୍ଵୟଂ ସବୁକିଛି ଜାଣିଥାଉ, ତୋ’ ବିନା କାହା ପାଖକୁ ଯିବି?||3||
ਹਰਿ ਹਰਿ ਨਾਮੁ ਅੰਮ੍ਰਿਤੁ ਹੈ ਨਦਰੀ ਪਾਇਆ ਜਾਇ ॥
ପରମାତ୍ମାଙ୍କ ନାମ ଅମୃତ ସମାନ ଅଟେ ଏବଂ ତାହାଙ୍କ କରୁଣା-ଦୃଷ୍ଟି ଦ୍ଵାରା ପ୍ରାପ୍ତ ହୋଇଥାଏ।
ਅਨਦਿਨੁ ਹਰਿ ਹਰਿ ਉਚਰੈ ਗੁਰ ਕੈ ਸਹਜਿ ਸੁਭਾਇ ॥
କେହି ଜିଜ୍ଞାସୁ ଗୁରୁଙ୍କ ଶାନ୍ତ ସ୍ଵଭାବରେ ଦିନ-ରାତି ହରିଙ୍କ ନାମ ଉଚ୍ଚାରଣ କରିଥାଏ।
ਨਾਨਕ ਨਾਮੁ ਨਿਧਾਨੁ ਹੈ ਨਾਮੇ ਹੀ ਚਿਤੁ ਲਾਇ ॥੪॥੩॥
ହେ ନାନକ! ହରିଙ୍କ ନାମ ସୁଖର ଭଣ୍ଡାର ଅଟେ, ଏଣୁ ନାମ ସ୍ମରଣରେ ହିଁ ମନ ଲଗାଇବା ଉଚିତ||4||3||
ਮਲਾਰ ਮਹਲਾ ੩ ॥
ମଲାର ମହଲା 3 ॥
ਗੁਰੁ ਸਾਲਾਹੀ ਸਦਾ ਸੁਖਦਾਤਾ ਪ੍ਰਭੁ ਨਾਰਾਇਣੁ ਸੋਈ ॥
ଗୁରୁଙ୍କ ପ୍ରଶଂସା କର, ସେ ସଦା ସୁଖ ଦେବା ବାଲା ଅଟନ୍ତି ଏବଂ ସେ ହିଁ ନାରାୟଣ ରୂପ ପରମେଶ୍ଵର ଅଟନ୍ତି।
ਗੁਰ ਪਰਸਾਦਿ ਪਰਮ ਪਦੁ ਪਾਇਆ ਵਡੀ ਵਡਿਆਈ ਹੋਈ ॥
ଯିଏ ଗୁରୁଙ୍କ କୃପାରୁ ମୋକ୍ଷ ପାଇଥାଏ, ଦୁନିଆରେ ତାହାର ବହୁତ କୀର୍ତ୍ତି ହୋଇଥାଏ।
ਅਨਦਿਨੁ ਗੁਣ ਗਾਵੈ ਨਿਤ ਸਾਚੇ ਸਚਿ ਸਮਾਵੈ ਸੋਈ ॥੧॥
ଯିଏ ପ୍ରତିଦିନ ପ୍ରଭୁଙ୍କ ଗୁଣଗାନ କରିଥାଏ, ସେ ସତ୍ୟରେ ସମାହିତ ହୋଇଯାଏ||1||
ਮਨ ਰੇ ਗੁਰਮੁਖਿ ਰਿਦੈ ਵੀਚਾਰਿ ॥
ହେ ମନ! ହୃଦୟରେ ଗୁରୁଙ୍କ ଚିନ୍ତନ କର।
ਤਜਿ ਕੂੜੁ ਕੁਟੰਬੁ ਹਉਮੈ ਬਿਖੁ ਤ੍ਰਿਸਨਾ ਚਲਣੁ ਰਿਦੈ ਸਮ੍ਹ੍ਹਾਲਿ ॥੧॥ ਰਹਾਉ ॥
ମିଥ୍ୟା ପରିବାର, ତୃଷ୍ଣା ଏବଂ ଅହଙ୍କାରର ଜହରକୁ ତ୍ୟାଗ କର ଆଉ ମନେ ରଖ ଯେ ମୃତ୍ୟୁ ଅପରିହାର୍ଯ୍ୟ ଅଟେ ॥1॥ରୁହ॥
ਸਤਿਗੁਰੁ ਦਾਤਾ ਰਾਮ ਨਾਮ ਕਾ ਹੋਰੁ ਦਾਤਾ ਕੋਈ ਨਾਹੀ ॥
ସଚ୍ଚା ଗୁରୁ ହିଁ ରାମନାମର ଦାତା ଅଟନ୍ତି, ଅନ୍ୟ କେହି ଦାତା ନାହାନ୍ତି।