ODIA PAGE 126

ਆਪੇ ਊਚਾ ਊਚੋ ਹੋਈ ॥
ହେ ଭଗବାନ!ତୁ ସ୍ଵୟଂ ହିଁ ବଡରୁ ବଡ ଅର୍ଥାତ ସର୍ବଶ୍ରେଷ୍ଠ ଅଟୁ।

ਜਿਸੁ ਆਪਿ ਵਿਖਾਲੇ ਸੁ ਵੇਖੈ ਕੋਈ ॥
ଯେଉଁ ବ୍ୟକ୍ତିକୁ ତୁ ସ୍ଵୟଂ ନିଜ ରୂପ ଦେଖାଇଥାଉ, ସେ ହିଁ ତୋର ଦର୍ଶନ କରିପାରେ।

ਨਾਨਕ ਨਾਮੁ ਵਸੈ ਘਟ ਅੰਤਰਿ ਆਪੇ ਵੇਖਿ ਵਿਖਾਲਣਿਆ ॥੮॥੨੬॥੨੭॥
ହେ ନାନକ! ଯାହାର ହୃଦୟରେ ନାମର ନିବାସ ହୋଇଯାଏ, ତାପରେ, ପ୍ରଭୁ ସ୍ଵୟଂ ହିଁ ତାହାର ହୃଦୟରେ ପ୍ରକଟ ହୋଇ ନିଜ ସ୍ଵରୂପକୁ ଦର୍ଶନ କରାନ୍ତି ॥8॥26॥27॥

ਮਾਝ ਮਹਲਾ ੩ ॥
ମାଝ ମହଲା 3 ॥

ਮੇਰਾ ਪ੍ਰਭੁ ਭਰਪੂਰਿ ਰਹਿਆ ਸਭ ਥਾਈ ॥
ମୋର ପ୍ରଭୁ ସମସ୍ତ ସ୍ଥାନରେ ରହିଥାନ୍ତି।

ਗੁਰ ਪਰਸਾਦੀ ਘਰ ਹੀ ਮਹਿ ਪਾਈ ॥
ଗୁରୁଙ୍କ କୃପାରୁ ମୁଁ ତାହାଙ୍କୁ ନିଜ ହୃଦୟ ଘରେ ହିଁ ପାଇଛି।

ਸਦਾ ਸਰੇਵੀ ਇਕ ਮਨਿ ਧਿਆਈ ਗੁਰਮੁਖਿ ਸਚਿ ਸਮਾਵਣਿਆ ॥੧॥
ମୁଁ ସର୍ବଦା ଈଶ୍ବରଙ୍କ ସେବା ସେବା କରିଥାଏ ଆଉ ଏକାଗ୍ର ଚିତ୍ତ ହୋଇ ତାହାର ଧ୍ୟାନ କରିଥାଏ। ଗୁରୁଙ୍କ ଦ୍ଵାରା ମୁଁ ସତ୍ୟସ୍ଵରୂପ ପରମାତ୍ମାଙ୍କ ଠାରେ ଲୀନ ହୋଇଯାଇଛି ॥1॥

ਹਉ ਵਾਰੀ ਜੀਉ ਵਾਰੀ ਜਗਜੀਵਨੁ ਮੰਨਿ ਵਸਾਵਣਿਆ ॥
ମୁଁ ତନ ମନରେ ତାହା ପାଖରେ ସମର୍ପିତ ଯିଏ ନିଜ ମନରେ ଜଗଜ୍ଜୀବନଙ୍କୁ ବସାଇଥାଏ।

ਹਰਿ ਜਗਜੀਵਨੁ ਨਿਰਭਉ ਦਾਤਾ ਗੁਰਮਤਿ ਸਹਜਿ ਸਮਾਵਣਿਆ ॥੧॥ ਰਹਾਉ ॥
ଭଗବାନ ଜଗତର ଜୀବନ, ନିର୍ଭୀକ ଏବଂ ଦାତା ଅଟନ୍ତି। ଗୁରୁଙ୍କ ମତି ଦ୍ଵାରା ଜୀବ ସ୍ଵାଭାବିକ ଭାବରେ ଏଥିରେ ରହିଥାଏ। ॥1॥ରୁହ॥

ਘਰ ਮਹਿ ਧਰਤੀ ਧਉਲੁ ਪਾਤਾਲਾ ॥
ଧରିତ୍ରୀ, ପାତାଳ ଏହି ସବୁ ମାନବର ଶରୀର ରୂପୀ ଘରେ ହିଁ ଥାଏ।

ਘਰ ਹੀ ਮਹਿ ਪ੍ਰੀਤਮੁ ਸਦਾ ਹੈ ਬਾਲਾ ॥
ମୋର ନିତ୍ୟ ନବୀନ ପ୍ରିୟତମ ପରମେଶ୍ଵର ମଧ୍ୟ ଶରୀର ରୂପୀ ଘରେ ରହିଥାନ୍ତି।

ਸਦਾ ਅਨੰਦਿ ਰਹੈ ਸੁਖਦਾਤਾ ਗੁਰਮਤਿ ਸਹਜਿ ਸਮਾਵਣਿਆ ॥੨॥
ସୁଖଦାତା ପ୍ରଭୁ ସର୍ବଦା ଆନନ୍ଦପୂର୍ବକ ରହିଥାନ୍ତି ଆଉ ଗୁରୁଙ୍କ ମତି ଦ୍ଵାରା ଜୀବ ସ୍ଵାଭାବିକ ଭାବରେ ଏଥିରେ ରହିଥାଏ।॥2॥

ਕਾਇਆ ਅੰਦਰਿ ਹਉਮੈ ਮੇਰਾ ॥
ଯେ ପର୍ଯ୍ୟନ୍ତ କାୟାର ଭିତରେ ଅହଂକାର ଏବଂ ମମତ୍ଵ ଥାଏ,

ਜੰਮਣ ਮਰਣੁ ਨ ਚੂਕੈ ਫੇਰਾ ॥
ସେ ପର୍ଯ୍ୟନ୍ତ ଜନ୍ମ ମରଣ ଚକ୍ର ସମାପ୍ତ ହୋଇ ନଥାଏ।

ਗੁਰਮੁਖਿ ਹੋਵੈ ਸੁ ਹਉਮੈ ਮਾਰੇ ਸਚੋ ਸਚੁ ਧਿਆਵਣਿਆ ॥੩॥
ଯେଉଁ ପ୍ରାଣୀ ଗୁରୁମୁଖ ବନିଯାଏ, ସେ ନିଜ ଅହଂକାରକୁ ନିବୃତ୍ତ କରିନିଏ ଆଉ ପରମ ସତ୍ୟ ପ୍ରଭୁଙ୍କ ଧ୍ୟାନ କରିଥାଏ ॥3॥

ਕਾਇਆ ਅੰਦਰਿ ਪਾਪੁ ਪੁੰਨੁ ਦੁਇ ਭਾਈ ॥
ପାପ ଏବଂ ପୂଣ୍ୟ ଦୁଇ ଭାଇ ଶରୀରରେ ରହିଛନ୍ତି।

ਦੁਹੀ ਮਿਲਿ ਕੈ ਸ੍ਰਿਸਟਿ ਉਪਾਈ ॥
ଏହି ଦୁଇଜଣ ମିଶି ସୃଷ୍ଟିକୁ ଜାତ କରିଛନ୍ତି

ਦੋਵੈ ਮਾਰਿ ਜਾਇ ਇਕਤੁ ਘਰਿ ਆਵੈ ਗੁਰਮਤਿ ਸਹਜਿ ਸਮਾਵਣਿਆ ॥੪॥
ଯେଉଁ ବ୍ୟକ୍ତି ଏହି ଦୁଇ ଜଣକୁ ବଧ କରି ଆତ୍ମ ସ୍ଵରୂପରେ ନିବାସ କରିନିଏ, ସେ ଗୁରୁଙ୍କ ମତି ଦ୍ଵାରା ଜୀବ ସ୍ଵାଭାବିକ ଭାବରେ ଏଥିରେ ରହିଥାଏ। ॥4॥

ਘਰ ਹੀ ਮਾਹਿ ਦੂਜੈ ਭਾਇ ਅਨੇਰਾ ॥
ମୋହ ମାୟାରେ ଫସିବା କାରଣରୁ ମନୁଷ୍ୟର ହୃଦୟ ଘରେ ଅଜ୍ଞାନତାର ଅନ୍ଧକାର ବନି ରହିଥାଏ।

ਚਾਨਣੁ ਹੋਵੈ ਛੋਡੈ ਹਉਮੈ ਮੇਰਾ ॥
ଯଦି ସେ ଅହଂତ୍ଵ ଏବଂ ମମତ୍ଵ ଭାବନା ତ୍ୟାଗ କରିଦିଏ, ତାହାହେଲେ ତାହାର ହୃଦୟରେ ପ୍ରଭୁ ଜ୍ୟୋତିର ପ୍ରକାଶ ହୋଇଯାଏ।

ਪਰਗਟੁ ਸਬਦੁ ਹੈ ਸੁਖਦਾਤਾ ਅਨਦਿਨੁ ਨਾਮੁ ਧਿਆਵਣਿਆ ॥੫॥
ଯେତେବେଳେ ସୁଖଦାତା ଅନାହତ ଶବ୍ଦ ମନରେ ପ୍ରକଟ ହୋଇଯାଏ, ସେତେବେଳେ, ମନୁଷ୍ୟ ପ୍ରତିଦିନ ନାମର ଧ୍ୟାନ କରିଥାଏ ॥5॥

ਅੰਤਰਿ ਜੋਤਿ ਪਰਗਟੁ ਪਾਸਾਰਾ ॥
ଯେଉଁ ପରମାତ୍ମା ଜଗତକୁ ପ୍ରକଟ କରିଛନ୍ତି, ସମସ୍ତ ଜୀବଙ୍କ ଠାରେ ତାହାର ହିଁ ଜ୍ୟୋତି ବିଦ୍ୟମାନ ଅଛି।

ਗੁਰ ਸਾਖੀ ਮਿਟਿਆ ਅੰਧਿਆਰਾ ॥
ମନୁଷ୍ୟର ଅଜ୍ଞାନତାର ଅନ୍ଧକାର ଗୁରୁଙ୍କ ଶିକ୍ଷା ଦ୍ଵାରା ଦୂର ହୋଇଯାଏ ଆଉ

ਕਮਲੁ ਬਿਗਾਸਿ ਸਦਾ ਸੁਖੁ ਪਾਇਆ ਜੋਤੀ ਜੋਤਿ ਮਿਲਾਵਣਿਆ ॥੬॥
ତାହାର ହୃଦୟ ପଦ୍ମ ପ୍ରଫୁଲ୍ଲିତ ହୋଇଯାଏ। ତା’ପରେ, ମନୁଷ୍ୟର ଜ୍ୟୋତି ପରମ ଜ୍ୟୋତି ପ୍ରଭୁଙ୍କ ଠାରେ ବିଲୀନ ହୋଇଯାଏ ॥6॥

ਅੰਦਰਿ ਮਹਲ ਰਤਨੀ ਭਰੇ ਭੰਡਾਰਾ ॥
ଭଗବାନଙ୍କ ଆତ୍ମସ୍ଵରୂପ ରୂପୀ ମହଲରେ ନାମ ରୂପୀ ରତ୍ନରେ ଭଣ୍ଡାର ଭରି ରହିଛି

ਗੁਰਮੁਖਿ ਪਾਏ ਨਾਮੁ ਅਪਾਰਾ ॥
ପରନ୍ତୁ, ମନୁଷ୍ୟ ଅନନ୍ତ ପ୍ରଭୁଙ୍କ ନାମକୁ ଗୁରୁଙ୍କ ମାଧ୍ୟମରେ ହିଁ ପ୍ରାପ୍ତ କରିଥାଏ।

ਗੁਰਮੁਖਿ ਵਣਜੇ ਸਦਾ ਵਾਪਾਰੀ ਲਾਹਾ ਨਾਮੁ ਸਦ ਪਾਵਣਿਆ ॥੭॥
ଜୀବ ରୂପୀ ବ୍ୟାପାରୀ ସର୍ବଦା ଗୁରୁଙ୍କ ମାଧ୍ୟମରେ ନାମର ବ୍ୟାପାର କରିଥାଏ ଆଉ ସର୍ବଦା ହିଁ ନାମ ରୂପୀ ଲାଭ ପ୍ରାପ୍ତ କରିଥାଏ। ॥7॥

ਆਪੇ ਵਥੁ ਰਾਖੈ ਆਪੇ ਦੇਇ ॥
ଭଗବାନ ସ୍ଵୟଂ ହିଁ ନିଜ ଆତ୍ମସ୍ଵରୂପ ରୂପୀ ମହଲରେ ନାମ ବସ୍ତୁକୁ ରଖିଥାନ୍ତି ଆଉ ସ୍ଵୟଂ ଏହି ନାମ ବସ୍ତୁ ଗୁରୁଙ୍କ ମାଧ୍ୟମରେ ହିଁ ଜୀବଙ୍କୁ ଦେଇଥାନ୍ତି।

ਗੁਰਮੁਖਿ ਵਣਜਹਿ ਕੇਈ ਕੇਇ ॥
କେହି ବିରଳ ପୁରୁଷ ଗୁରୁଙ୍କ ମାଧ୍ୟମରେ ହିଁ ଏହି ବ୍ୟାପାର କରିଥାଏ।

ਨਾਨਕ ਜਿਸੁ ਨਦਰਿ ਕਰੇ ਸੋ ਪਾਏ ਕਰਿ ਕਿਰਪਾ ਮੰਨਿ ਵਸਾਵਣਿਆ ॥੮॥੨੭॥੨੮॥
ହେ ନାନକ! ପରମେଶ୍ଵର ଯାହା ଉପରେ କୃପା ଦୃଷ୍ଟି କରିଥାନ୍ତି, ସେ ହିଁ ନାମ ପ୍ରାପ୍ତ କରିଥାଏ। ପରମେଶ୍ଵର ନିଜ କୃପା କରି ନାମକୁ ତାହାର ହୃଦୟରେ ବସାଇ ଥାନ୍ତି ॥8॥27॥28॥

ਮਾਝ ਮਹਲਾ ੩ ॥
ମାଝ ମହଲା 3 ॥

ਹਰਿ ਆਪੇ ਮੇਲੇ ਸੇਵ ਕਰਾਏ ॥
ଭଗବାନ ସ୍ଵୟଂ ହିଁ ଜୀବକୁ ନିଜ ସାଥିରେ ମିଶାନ୍ତି ଆଉ ତାହାଠାରୁ ନିଜ ସେବା କରାଇଥାନ୍ତି।

ਗੁਰ ਕੈ ਸਬਦਿ ਭਾਉ ਦੂਜਾ ਜਾਏ ॥
ତାପରେ ଗୁରୁଙ୍କ ଶବ୍ଦ ଦ୍ଵାରା ମାୟାର ପ୍ରେମ ଜୀବର ମନରୁ ଦୂର ହୋଇଯାଏ।

ਹਰਿ ਨਿਰਮਲੁ ਸਦਾ ਗੁਣਦਾਤਾ ਹਰਿ ਗੁਣ ਮਹਿ ਆਪਿ ਸਮਾਵਣਿਆ ॥੧॥
ଭଗବାନ ନିର୍ମଳ ଅଟନ୍ତି ଆଉ ସର୍ବଦା ହିଁ ଗୁଣର ଦାତା ଅଟନ୍ତି। ଭଗବାନ ସ୍ଵୟଂ ହିଁ ଜୀବକୁ ନିଜ ଗୁଣରେ ଲୀନ କରିଥାନ୍ତି ॥1॥

ਹਉ ਵਾਰੀ ਜੀਉ ਵਾਰੀ ਸਚੁ ਸਚਾ ਹਿਰਦੈ ਵਸਾਵਣਿਆ ॥
ମୁଁ ସମର୍ପିତ ଅଟେ ଆଉ ମୋର ଜୀବନ ମଧ୍ୟ ତାହା ଉପରେ ଉତ୍ସର୍ଗିତ ଯିଏ ପରମ ସତ୍ୟ ପରମାତ୍ମାଙ୍କୁ ନିଜ ଅନ୍ତଃ ମନରେ ବସାଇଥାଏ।

ਸਚਾ ਨਾਮੁ ਸਦਾ ਹੈ ਨਿਰਮਲੁ ਗੁਰ ਸਬਦੀ ਮੰਨਿ ਵਸਾਵਣਿਆ ॥੧॥ ਰਹਾਉ ॥
ସତ୍ୟ ନାମ ସର୍ବଦା ନିର୍ମଳ ଅଟେ। ଏହି ନିର୍ମଳ ନାମକୁ ଜୀବ ଗୁରୁଙ୍କ ଶବ୍ଦ ଦ୍ଵାରା ନିଜ ମନରେ ବସାଇଥାଏ। ॥1॥ରୁହ॥

ਆਪੇ ਗੁਰੁ ਦਾਤਾ ਕਰਮਿ ਬਿਧਾਤਾ ॥
ଭଗବାନ ସ୍ଵୟଂ ହିଁ ଜୀବକୁ ନାମ ଦେବା ବାଲା ଗୁରୁ ଅଟନ୍ତି ଆଉ ସ୍ଵୟଂ ହିଁ ଜୀବର କର୍ମର ଭାଗ୍ୟବିଧତା ଅଟନ୍ତି।

ਸੇਵਕ ਸੇਵਹਿ ਗੁਰਮੁਖਿ ਹਰਿ ਜਾਤਾ ॥
ଭଗବାନଙ୍କ ସେବକ ତାହାଙ୍କ ସେବା କରିଥାଏ ଆଉ ଗୁରୁଙ୍କ ମାଧ୍ୟମରୁ ଭଗବାନଙ୍କୁ ଚିହ୍ନି ନିଏ।

ਅੰਮ੍ਰਿਤ ਨਾਮਿ ਸਦਾ ਜਨ ਸੋਹਹਿ ਗੁਰਮਤਿ ਹਰਿ ਰਸੁ ਪਾਵਣਿਆ ॥੨॥
ଯେଉ ବ୍ୟକ୍ତି ସର୍ବଦା ନାମ ଅମୃତକୁ ପାନ କରିଥାଏ , ସେ ସୁନ୍ଦର ବନିଯାଏ। ସେ ଗୁରୁଙ୍କ ମତି ଦ୍ଵାରା ହରି ରସକୁ ପ୍ରାପ୍ତ କରିନିଏ ॥2॥

ਇਸੁ ਗੁਫਾ ਮਹਿ ਇਕੁ ਥਾਨੁ ਸੁਹਾਇਆ ॥
ଏହି ଶରୀର ରୂପୀ ଗୁମ୍ଫାରେ ଆତ୍ମସ୍ଵରୂପ ରୂପୀ ଏକ ଅତ୍ୟନ୍ତ ସୁନ୍ଦର ସ୍ଥାନ ଅଛି।

ਪੂਰੈ ਗੁਰਿ ਹਉਮੈ ਭਰਮੁ ਚੁਕਾਇਆ ॥
ପୂର୍ଣ୍ଣ ଗୁରୁ ଯାହାର ଅହଂକାର ନାଶ କରିଦେଇଛନ୍ତି,

ਅਨਦਿਨੁ ਨਾਮੁ ਸਲਾਹਨਿ ਰੰਗਿ ਰਾਤੇ ਗੁਰ ਕਿਰਪਾ ਤੇ ਪਾਵਣਿਆ ॥੩॥
ସେ ରାତି ଦିନ ପ୍ରେମପୂର୍ବକ ମଗ୍ନ ହୋଇ ନାମର ପ୍ରଶଂସା କରିଥାଏ। ଏପରି ଲୋକଙ୍କୁ ଗୁରୁଙ୍କ କୃପାରୁ ହିଁ ନାମ ପ୍ରାପ୍ତ ହୋଇଥାଏ

error: Content is protected !!